Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 38:10-20

10 ମୁଁ ନିଜକୁ କହିଲି ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳପୁର ଦ୍ୱାରରେ ପ୍ରବେଶ କରିବି।
    ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି।
11 ତେଣୁ ମୁଁ କହିଲି, “ମୁଁ ସଦାପ୍ରଭୁଙ୍କୁ ଜୀବିତମାନଙ୍କ ଦେଶରେ ଦେଖିବି ନାହିଁ।
    ପୁଣି ଏ ଜଗତରେ ଜୀବିତମାନଙ୍କୁ ମଧ୍ୟ ଦେଖିବି ନାହିଁ।
12 ମେଷପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମୋର ଆୟୁକୁ ମୋ'ଠାରୁ ଦୂରୀକୃତ କରାଯାଇଛି।
    ମୋର ଜୀବନକୁ ତନ୍ତପରି ଗୁଡ଼ାଇ ଅଛି।
    ସେ ମୋତେ ତନ୍ତରୁ କାଟି ପକାଇବେ।
    ଏକ ଦିବାରାତ୍ରି ସମୟ ମଧ୍ୟରେ ମୋର ଜୀବନ ନିଃଶେଷ କରି ଦେବ।
13 ମୁଁ ସାହାଯ୍ୟ ପାଇଁ ପ୍ରଭାତ ପର୍ଯ୍ୟନ୍ତ କ୍ରନ୍ଦନ କଲି।
    ଯେପରି ସିଂହ ମୋର ଅସ୍ଥିସବୁ ଚୂର୍ଣ୍ଣ କରୁଅଛି।
    ଏକ ଦିବାରାତ୍ର ସ୍ୱଳ୍ପ ସମୟ ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ।
14 ମୁଁ କପୋତ, ଗ୍ଭତକ
    ଓ ସାରସ ପକ୍ଷୀ ପରି ଶବ୍ଦ କଲି।
ଉପରକୁ ଦୃଷ୍ଟି କରି କରି
    ମୋର ଚକ୍ଷୁ କ୍ଳାନ୍ତ ହୋଇଗଲା।
ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ,
    ତୁମ୍ଭେ ମୋତେ ସାହାଯ୍ୟ କର।”
15 ମୁଁ କ’ଣ କହିବି?
    ଯେତେବେଳେ ସେ ମୋତେ କହି ଅଛନ୍ତି
    ଓ ତାହା ନିଜେ ସାଧନ କରିଛନ୍ତି।
ମୋର ଆତ୍ମା ତିକ୍ତତା ସକାଶେ
    ମୁଁ ବର୍ଷଯାକ ଧୀରେ ଧୀରେ ଗ୍ଭଲିବି।
16 ହେ ପ୍ରଭୋ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି।
    ଆଉ ସେଥିରେ ସମ୍ପୂର୍ଣ୍ଣ ରୂପେ
ମୋର ଆତ୍ମାର ଜୀବନ ଅଛି।
    ଏଣୁ ତୁମ୍ଭେ ମୋତେ ସୁସ୍ଥ କରି ପୁନଃର୍ଜୀବନ ଦିଅ।

17 ଦେଖ, ମୋର ଦୁଃଖ ଗ୍ଭଲିଯାଇଛି,
    ବର୍ତ୍ତମାନ ମୋର ଶାନ୍ତି ଆସିଛି।
ମାତ୍ର ତୁମ୍ଭେ ମୋତେ ପ୍ରେମ କରି
    ବିନାଶ କୂପରୁ ମୋର ପ୍ରାଣକୁ ଉଦ୍ଧାର କଲ।
କାରଣ ତୁମ୍ଭେ ମୋତେ କ୍ଷମା କରି
    ମୋର ସମସ୍ତ ପାପକୁ ପଛକୁ ପକାଇ ଦେଇଛ।
18 ପାତାଳ ତୁମ୍ଭକୁ ଧନ୍ୟବାଦ ଦେଇ ପାରିବ ନାହିଁ।
    ମୃତ୍ୟୁ ତୁମ୍ଭର ପ୍ରଶଂସା ଗାନ କରି ପାରିବ ନାହିଁ।
ତେଣୁ ମର୍ତ୍ତଗାମୀମାନେ
    ତୁମ୍ଭର ବିଶ୍ୱସ୍ତତା ଘୋଷଣା କରିବେନି।
19 ମୁଁ ଯେପରି କରୁଅଛି ସେହିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ।
    ଜଣେ ପିତା ତା'ର ସନ୍ତାନଗଣଙ୍କୁ
    ତୁମ୍ଭର ସତ୍ୟତା ଜ୍ଞାନ ବିଶ୍ୱାସ କରାଇବେ।
20 ତେଣୁ ମୁଁ କହିବି, “ସଦାପ୍ରଭୁ ମୋତେ ପରିତ୍ରାଣ କଲେ।
    ତେଣୁ ଆମ୍ଭେମାନେ ଜୀବନସାରା ସଦାପ୍ରଭୁଙ୍କ ମନ୍ଦିରରେ ତାରଯୁକ୍ତ ଯନ୍ତ୍ର ସହିତ ସଙ୍ଗୀତ ଗାନ କରିବୁ।”

ଯିହୋଶୂୟଙ୍କର ପୁସ୍ତକ 8:1-23

ଅୟ ଧ୍ୱଂସ ହେଲା

ଏହା ପରେ ସଦାପ୍ରଭୁ ଯିହୋଶୂୟକୁ କହିଲେ, “ଭୟ କର ନାହିଁ। ନିରାଶ ହୁଅ ନାହିଁ। ତୁମ୍ଭର ସମସ୍ତ ସୈନ୍ୟଙ୍କ ସହିତ ଅୟକୁ ଯାତ୍ରା କର। ମୁଁ ତୁମ୍ଭର ସହାୟ ହେବି, ଅୟର ରାଜାଙ୍କୁ ପରାସ୍ତ କରିବା ପାଇଁ। ମୁଁ ତୁମ୍ଭକୁ ସେହି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି। ତୁମ୍ଭେ ଅୟ ପ୍ରତି ସେହିପରି କର ଯେପରି ତୁମ୍ଭେ ଯିରୀହୋ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସେମାନଙ୍କର ଧନ, ସମ୍ପଦ ଓ ପଶୁମାନଙ୍କୁ, ତୁମ୍ଭମାନଙ୍କ ଭିତରେ ବାଣ୍ଟି ନେବ। ବର୍ତ୍ତମାନ କିଛି ସୈନ୍ୟଗଣଙ୍କୁ ନଗର ପଛପଟେ ଲୁଗ୍ଭଇ ରଖ।”

ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟଦଳ ଅୟକୁ ଆକ୍ରମଣ କରିବାକୁ ଆଗେଇ ନେଲେ। ଏହା ପରେ ଯିହୋଶୂୟ ତାଙ୍କର 30,000 ନିପୁଣ ସୈନ୍ୟମାନଙ୍କୁ ବାଛିଲେ। ସେମାନଙ୍କୁ ସେହି ରାତ୍ରିରେ ପଠାଇ ଦେଲେ। ଯିହୋଶୂୟ ସେମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ତୁମ୍ଭେମାନେ ମୋର କଥାକୁ ଭଲ ଭାବରେ ଶୁଣ। ତୁମ୍ଭେମାନେ ନଗର ବାହାରେ ଲୁଚି ରହିବ। ଆକ୍ରମଣ କରିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବ। ସହରଠାରୁ ଦୂରକୁ ଯିବ ନାହିଁ। ସର୍ବଦା ପ୍ରସ୍ତୁତ ଥିବ ଓ ନଜର ରଖିଥିବ। ମୋ’ ସହିତ ସମସ୍ତ ସୈନ୍ୟଗଣ ନଗର ନିକଟକୁ ଯିବୁ। ସେମାନେ ଯେତେବେଳେ ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ଆମ୍ଭେମାନେ ବୁଲିପଡ଼ିବୁ ଓ ସେମାନଙ୍କ ନିକଟରୁ ଦୌଡ଼ି ପଲାଇବୁ ଆମ୍ଭେମାନେ ପୂର୍ବରୁ ଯେପରି କରିଥିଲୁ। ସେମାନେ ଆମ୍ଭ ପଛରେ ଗୋଡ଼ାଇବେ ନଗର ବାହାରକୁ। ସେମାନେ ଭାବିବେ ଆମ୍ଭେ ସେମାନଙ୍କୁ ଭୟରେ ପୂର୍ବଥର ପରି ଡରି ପଳାଇ ଯାଉଛୁ। ତେଣୁ ଆମ୍ଭେମାନେ ଦୌଡ଼ି ପଲାଇବୁ। ତୁମ୍ଭେମାନେ ତୁମ୍ଭମାନଙ୍କର ଲୁଚି ରହିଥିବା ସ୍ଥାନରୁ ବାହାରି ନଗରକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ନେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ନଗରକୁ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦେବେ।

“ତୁମ୍ଭେମାନେ ନିଶ୍ଚିତ କରିବ ଯାହା ସଦାପ୍ରଭୁ ଆଦେଶ କରନ୍ତି। ମୁଁ ନଗରକୁ ଆକ୍ରମଣ କରିବା ପାଇଁ ତୁମ୍ଭମାନଙ୍କୁ ଆଜ୍ଞା କରିବି। ତୁମ୍ଭ ନିୟନ୍ତ୍ରଣକୁ ଆଣିବା ପରେ ସେହି ନଗରରେ ଅଗ୍ନି ସଂଯୋଗ କର।”

ଏହା ପରେ ଯିହୋଶୂୟ ସୈନ୍ୟମାନଙ୍କୁ ସେମାନଙ୍କର ଲୁଚି ରହିବା ସ୍ଥାନକୁ ପଠାଇ ଦେଲେ। ସେମାନେ ବୈଥେଲ୍ ଏବଂ ଅୟର ମଧ୍ୟସ୍ଥାନରେ ଲୁଚି ରହିଲେ। ଏହି ସ୍ଥାନଟି ଥିଲା ଅୟର ପଶ୍ଚିମ ପଟରେ। ଏବଂ ଯିହୋଶୂୟ ସୈନ୍ୟମାନଙ୍କ ସହିତ ସେଠାରେ ରାତ୍ରିଯାପନ କଲେ।

10 ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ସୈନ୍ୟମାନଙ୍କୁ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ନେତାଗଣ ସୈନ୍ୟମାନଙ୍କୁ ଅୟ ଆଡ଼କୁ ଆଗେଇ ନେଲେ। 11 ସମସ୍ତ ସୈନ୍ୟ ଯେଉଁମାନେ କି ଯିହୋଶୂୟଙ୍କ ସହିତ ଥିଲେ, ସେମାନେ ଅୟ ଆଡ଼କୁ ଅଗ୍ରସର ହେଲେ। ସେମାନେ ନଗରର ସମ୍ମୁଖରେ ରହିଲେ। ସୈନ୍ୟମାନେ ସେମାନଙ୍କର ଛାଉଣି ଉତ୍ତର ପଟେ ପ୍ରସ୍ତୁତ କଲେ। ସୈନ୍ୟ ଛାଉଣି ଓ ଅୟର ମଧ୍ୟରେ ଏକ ଉପତ୍ୟକା ମଧ୍ୟ ଥିଲା।

12 ଏହା ପରେ ଯିହୋଶୂୟ 5,000 ସୈନ୍ୟମାନଙ୍କୁ ବାଛିଲେ ଏବଂ ସେମାନଙ୍କୁ ନଗରର ପଶ୍ଚିମ ପଟେ ଲୁଚି ରହିବାକୁ ପଠାଇ ଦେଲେ। ସେହି ସ୍ଥାନଟି ବୈଥେଲ୍ ଓ ଅୟର ମଝିରେ ଥିଲା। 13 ଏହିପରି ଭାବରେ ଯିହୋଶୂୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କର ମୂଖ୍ୟ ଛାଉଣି ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସେହି ରାତ୍ରିରେ ଯିହୋଶୂୟ ଉପତ୍ୟକା ମଧ୍ୟକୁ ଗଲେ।

14 ଯେତେବେଳେ ଅୟର ରାଜା ଇସ୍ରାଏଲର ସୈନ୍ୟମାନଙ୍କୁ ଦେଖିଲେ, ଅୟର ରାଜା ଏବଂ ତାଙ୍କର ସୈନ୍ୟମାନେ ଇସ୍ରାଏଲର ସୈନ୍ୟମାନଙ୍କ ସହିତ ଯୁଦ୍ଧ କରିବାକୁ ତରବର ହୋଇ ବାହାରି ଆସିଲେ। ଅୟର ରାଜା ପୂର୍ବ ପଟରେ ଥିବା ଯର୍ଦ୍ଦନ ଉପତ୍ୟକା ଆଡ଼କୁ ଅଗ୍ରସର ହେଲେ। ସେ ଲକ୍ଷ୍ୟ କରି ନ ଥିଲେ ଯେ ସୈନ୍ୟମାନେ ନଗରର ପଛ ପଟେ ଲୁଚି ଅଛନ୍ତି ବୋଲି।

15 ଯିହୋଶୂୟ ଓ ତାଙ୍କ ସହିତ ଥିବା ସମସ୍ତ ସୈନିକ ସେମାନଙ୍କଠାରୁ ପରାସ୍ତ ହେଲାପରି ସେମାନଙ୍କ ଆଗରେ ମରୁଭୂମି ଆଡ଼କୁ ଦୌଡ଼ିଲେ। 16 ତେଣୁ ନଗରର ସମସ୍ତ ସୈନ୍ୟ ସେମାନଙ୍କ ପଛରେ ପାଟିକରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛରେ ଦୌଡ଼ିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ୟାଗ କରିଥିଲେ। 17 ଅୟର ସମସ୍ତ ଲୋକ ଓ ବୈଥେ‌ଲ୍‌ର ସମସ୍ତ ଲୋକ ଇସ୍ରାଏଲୀୟ ସୈନ୍ୟମାନଙ୍କ ପଛରେ ଗୋଡ଼ଇ ଥିଲେ। ନଗରରେ କୌଣସି ଲୋକ ନ ଥିଲେ ଯେକି ନଗରକୁ ରକ୍ଷା କରି ପାରିବେ।

18 ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ନିଜର ବର୍ଚ୍ଛା ଅୟ ନଗର ଆଡ଼କୁ ବିସ୍ତାର କର।” ଯେହେତୁ ମୁଁ ତୁମ୍ଭକୁ ସେହି ନଗର ହସ୍ତାନ୍ତର କରିବି। ତେଣୁ ଯିହୋଶୂୟ ନିଜର ବର୍ଚ୍ଛା ନଗର ଆଡ଼କୁ ବିସ୍ତାର କଲେ। 19 ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର ଲୁଚିବା ସ୍ଥାନରୁ ସେ ବର୍ଚ୍ଛା ବିସ୍ତାର କରୁଥିବାର ଦେଖିଲେ। ସେମାନେ ନଗର ଆଡ଼କୁ ତରବର ହୋଇ ଦୌଡ଼ିଲେ। ସେମାନେ ଏହିପରି ନଗର ମଧ୍ୟକୁ ପ୍ରବେଶ କଲେ ଓ ନଗରକୁ ନିଜର ଆୟତାଧୀନ କଲେ। ଏହା ପରେ ସୈନ୍ୟମାନେ ଗ୍ଭରିଆଡ଼େ ଅଗ୍ନି ସଂଯୋଗ କଲେ।

20 ଅୟର ଲୋକମାନେ ପଛକୁ ବୁଲି ଦେଖିଲେ, ସେମାନଙ୍କର ନଗର ନିଆଁରେ ଜଳୁଅଛି। ସେମାନେ ଦେଖିଲେ ଧୂଆଁ ଧାର ଆକାଶକୁ ଛୁଉଁଛି, ତେଣୁ ସେମାନେ ସେମାନଙ୍କର ଶକ୍ତି ଓ ସାହସ ହରାଇଲେ। ସେମାନେ ଆଉ ଇସ୍ରାଏଲ ସୈନ୍ୟମାନଙ୍କ ପଛରେ ଗୋଡ଼ାଇଲେ ନାହିଁ। ମରୁଭୂମି ଆଡ଼କୁ ଦୌଡ଼ୁଥିବା ଇସ୍ରାଏଲର ସୈନ୍ୟମାନେ ମଧ୍ୟ ଆଉ ଆଗେଇଲେ ନାହିଁ। ସେମାନେ ବୁଲି ପଡ଼ିଲେ ଓ ଅୟର ସୈନ୍ୟମାନଙ୍କୁ ଗୋଡ଼ାଇଲେ। ଅୟର ସୈନ୍ୟମାନଙ୍କ ପାଇଁ ଦୌଡ଼ି ପଳାଇବାକୁ ଆଉ ନିରାପଦ ସ୍ଥାନ ନ ଥିଲା। 21 ଯିହୋଶୂୟ ଓ ଇସ୍ରାଏଲର ଲୋକମାନେ ଅନୁଭବ କଲେ ଯେ, ଲୁଚିଥିବା ସୈନ୍ୟମାନେ ନଗରଟିକୁ ସେମାନଙ୍କର ନିୟନ୍ତ୍ରଣ ମଧ୍ୟକୁ ନେଇ ଗଲେଣି। ସେମାନେ ଧୂଆଁର ସ୍ତମ୍ଭ ଆକାଶରେ ଦେଖିବାକୁ ପାଇଲେ। ଏଣୁ ସେମାନେ ଅୟର ସୈନ୍ୟ ଆଡ଼କୁ ଦୌଡ଼ିଗଲେ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। 22 ଏହା ପରେ ଯେଉଁ ଲୋକମାନେ ଲୁଚିଥିଲେ, ସେମାନେ ବାହାରି ଆସିଲେ ଏବଂ ଯୁଦ୍ଧ କଲେ। ଏହିପରି ଅୟର ଲୋକମାନଙ୍କର ଉଭୟ ପାର୍ଶ୍ୱରେ ଇସ୍ରାଏଲର ସୈନ୍ୟମାନେ ଜଗି ଗଲେ ଓ ସେମାନଙ୍କୁ ପରାସ୍ତ କଲେ। ଇସ୍ରାଏଲର ସୈନ୍ୟମାନେ ଅୟର ଗୋଟିଏ ସୈନ୍ୟକୁ ମଧ୍ୟ ଛାଡ଼ିଲେ ନାହିଁ। 23 କିନ୍ତୁ ଅୟର ରାଜାଙ୍କୁ ଜୀବିତ ଅବସ୍ଥାରେ ଯିହୋଶୂୟଙ୍କ ନିକଟକୁ ଆଣିଲେ।

ଏବ୍ରୀ 12:3-13

ଯୀଶୁଙ୍କ ବିଷୟରେ ଭାବି ଦେଖ। ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ କିଛି କରୁଥିଲେ, ସେ ଅତି ଧୈର୍ଯ୍ୟର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭେମାନେ ମଧ୍ୟ ସେହିଭଳି ଧୈର୍ଯ୍ୟବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

ପରମେଶ୍ୱର ପିତାତୁଲ୍ୟ

ତୁମ୍ଭେମାନେ ପାପ ବିରୁଦ୍ଧରେ ସଂଗ୍ରାମ କରୁଛ, କିନ୍ତୁ ସେହି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୋଇପାରି ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଗଣ ହୋଇଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ୱନାର ବାକ୍ୟ କୁହନ୍ତି। ତୁମ୍ଭେମାନେ ସେହି ବାକ୍ୟଗୁଡ଼ିକୁ ଭୁଲି ଯାଇଛ:

“ହେ ମୋର ପୁତ୍ର! ଯେତେବେଳେ ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତି ଭାବ ନାହିଁ ଯେ ତାହା ମୂଲ୍ୟହୀନ,
    ଓ ଯେତେବେଳେ ପ୍ରଭୁ ତୁମ୍ଭର ସଂଶୋଧନ କରନ୍ତି ଚେଷ୍ଟା କରିବାରେ ନିରୁତ୍ସାହ ହୁଅ ନାହିଁ।
ପ୍ରଭୁ ଭଲ ପାଉଥିବା ପ୍ରତ୍ୟେକ ଲୋକକୁ ଦଣ୍ଡ ଦିଅନ୍ତି,
    ଓ ପୁତ୍ର ଭାବରେ ମାନିଥିବା ପ୍ରତ୍ୟେକ ଲୋକକୁ ସେ ଶାସ୍ତି ଦିଅନ୍ତି।”(A)

ଅତଏବ ପ୍ରତ୍ୟେକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତା'ର ପୁତ୍ର ପ୍ରତି ଯେଭଳି ବ୍ୟବହାର କରେ, ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ସେହିପରି ବ୍ୟବହାର କରନ୍ତି। ପ୍ରତ୍ୟେକ ପୁତ୍ର ପିତା ଦ୍ୱାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭେମାନେ କେବେ ଦଣ୍ଡ ପାଇ ନାହଁ ପ୍ରତ୍ୟେକ ପୁତ୍ର ଦଣ୍ଡ ପାଇବା ଉଚିତ୍, ତାହାହେଲେ ତୁମ୍ଭେମାନେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ। ଏହି ପୃଥିବୀରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦେଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା। 10 ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସେମାନେ ଯେପରି ଭଲ ଭାବିଲେ, ସେହିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ୱର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହେବା ପାଇଁ ସାହାଯ୍ୟ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି। 11 ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହୁଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳରେ, ଦଣ୍ଡ ପାଇବା ଦ୍ୱାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।

ଜୀବନ ପଦ୍ଧତି ବିଷୟରେ ସାବଧାନ ରୁହ

12 ତୁମ୍ଭେମାନେ ଦୁର୍ବଳ ହୋଇ ଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର। 13 ଧାର୍ମିକ ହୋଇ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହେବାର କାରଣ ହେବ ନାହିଁ, ଓ ତୁମ୍ଭେମାନେ ରକ୍ଷା ପାଇ ପାରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center