Revised Common Lectionary (Complementary)
ମେମ୍
97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।
ଇସ୍ରାଏଲୀୟମାନେ ସେମାନଙ୍କର ପାପ ସ୍ୱୀକାର କଲେ
9 ସେହି ମାସର ଚବିଶ ଦିନରେ ଇସ୍ରାଏଲର ଲୋକମାନେ ଏକତ୍ରିତ ହେଲେ। ସେମାନେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସେମାନଙ୍କ ମୁଣ୍ତରେ କାଦୁଅ ବୋଳି ଏକତ୍ର ଠିଆ ହେଲେ। 2 ସେହି ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ଇସ୍ରାଏଲୀୟ ବଂଶ ସେମାନେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇସ୍ରାଏଲୀୟମାନେ ମନ୍ଦିରରେ ଠିଆ ହୋଇ ନିଜର ପାପ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପୂର୍ବପୁରୁଷଗଣ କରିଥିବା ପାପ ସ୍ୱୀକାର କଲେ। 3 ସେମାନେ ସେଠାରେ ପ୍ରାୟ ତିନି ଘଣ୍ଟାଧରି ଠିଆ ହେଲେ, ଏବଂ ଲୋକମାନେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକ ପାଠ କଲେ। ଏହା ପରେ ସେମାନେ ସେଠାରେ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସେମାନଙ୍କର ପାପ ସ୍ୱୀକାର କଲେ ଓ ନତମସ୍ତକ ହୋଇ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ଉପାସନା କଲେ।
4 ଏହା ପରେ, ଯେଶୂୟ, ବାନି, କଦ୍ମୀୟେଲ୍, ଶବନିୟ, ବୁନ୍ନି, ଶେରେବିୟ, ବାନି ଓ କନାନି ଲେବୀୟମାନଙ୍କ ପଛରେ ଛିଡ଼ା ହୋଇ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କଠାରେ ଉଚ୍ଚସ୍ୱରରେ କ୍ରନ୍ଦନ କଲେ। 5 ଏହା ପରେ ଲେବୀୟମାନେ: ଯେଶୂୟ, କଦ୍ମୀୟେଲ, ବାନି, ହଶବନିୟ, ଶେରେବିୟ, ହୋଦିୟ, ଶବନିୟ, ଓ ପାଥାଦିୟ କହିଲେ, “ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର।
“ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ
ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ।
6 ତୁମ୍ଭେ ହିଁ ପରମେଶ୍ୱର ଅଟ।
ହେ ସଦାପ୍ରଭୁ, କେବଳ ତୁମ୍ଭେ ହିଁ ପରମେଶ୍ୱର ଅଟ।
ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ୱର୍ଗ ସୃଷ୍ଟି କରିଅଛ।
ଏବଂ ସ୍ୱର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଅଛ।
ତୁମ୍ଭେ ପୃଥିବୀ ଓ
ତହିଁରେ ସକଳର ସୃଷ୍ଟିକର୍ତ୍ତା।
ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା
ଏବଂ ତନ୍ମଧ୍ୟରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା।
ତୁମ୍ଭେ ପ୍ରତ୍ୟେକର ଜୀବନଦାତା।
ସ୍ୱର୍ଗୀୟ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।
7 ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ।
ତୁମ୍ଭେ ହିଁ ଅବ୍ରହାମଙ୍କୁ ମନୋନୀତ କଲ।
ବାବିଲୋନିୟାର ଊର୍ ଦେଶରୁ
ତାଙ୍କୁ ବାହାର କରି ଆଣି ଅବ୍ରହାମ ନାମ ଦେଲ।
8 ତୁମ୍ଭେ ତା'ଠାରେ ତା'ର ଅନ୍ତକରଣ ବିଶ୍ୱସ୍ତ ଦେଖିଲ,
ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ।
କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ଯିବୂଷୀୟ ଓ ଗିର୍ଗାଶୀୟର ଭୂମି
ଅବ୍ରହାମର ବଂଶଧରମାନଙ୍କୁ ଏହା ଦେବାକୁ ପ୍ରତିଜ୍ଞା କରିଥିଲ।
ତୁମ୍ଭେ ତୁମ୍ଭର ପ୍ରତିଜ୍ଞା ରକ୍ଷା କରିଅଛ।
କାରଣ ତୁମ୍ଭେ ଧର୍ମମୟ ଅଟ।
9 ତୁମ୍ଭେ ମିଶରଠାରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ
ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ।
10 ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି
ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇଲ।
କାରଣ ମିଶରୀୟମାନେ ସେମାନଙ୍କ ବିରୁଦ୍ଧରେ
ରୁକ୍ଷ ବ୍ୟବହାର କଲେ।
ଏଣୁ ତୁମ୍ଭେ ଆଜିର ନ୍ୟାୟ
ଆପଣା ନାମ ପ୍ରସିଦ୍ଧ କରିଅଛ।
11 ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ଭାଗ କଲ।
ସେମାନେ ଶୁଷ୍କ ଭୂମି ଦେଇ ଯିବାପରି ସମୁଦ୍ର ମଧ୍ୟରେ ଗଲେ।
ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ
ତୁମ୍ଭେ ସେମାନଙ୍କ ପଛେ ଗୋଡ଼ଇବା ଲୋକମାନଙ୍କୁ
ଅଗାଧ ସମୁଦ୍ରରେ ନିକ୍ଷେପ କଲ।
12 ତୁମ୍ଭେ ଦିବସରେ ମେଘ ସ୍ତମ୍ଭ ଦ୍ୱାରା,
ରାତ୍ରିରେ ସେମାନଙ୍କ ଯିବା ବାଟକୁ
ଦୀପ୍ତି ଦେବା ନିମନ୍ତେ
ଅଗ୍ନିସ୍ତମ୍ଭ ଦ୍ୱାରା ଗମନ କରାଇଲ।
13 ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସିଲ।
ସ୍ୱର୍ଗରୁ ସେମାନଙ୍କ ସହିତ କଥାବାର୍ତ୍ତା କଲ।
ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା,
ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।
14 ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ।
ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା
ଓ ବିଧି ବ୍ୟବସ୍ଥା ଆଦେଶ କଲ।
15 ସେମାନଙ୍କ କ୍ଷୁଧା ନିବାରଣ ନିମନ୍ତେ
ତୁମ୍ଭେ ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଦେଲ।
ସେମାନଙ୍କ ତୃଷାପାଇଁ
ତୁମ୍ଭେ ଶୈଳରୁ ଜଳ ନିର୍ଗତ କଲ।
ତୁମ୍ଭେ ଆଜ୍ଞା ଦେଲ,
‘ଯାଅ, ଭୂମିକୁ ନିଅ,’ ଯେଉଁଟାକି ତୁମ୍ଭେ ସେମାନଙ୍କୁ ଦେବା ପାଇଁ ଶପଥ କରିଥିଲ।
ପତି ଓ ପତ୍ନୀ
21 ପରସ୍ପର ପ୍ରତି ବାଧ୍ୟ ହେବା ପାଇଁ ଇଚ୍ଛୁକ ହୁଅ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।
22 ହେ ପତ୍ନୀମାନେ! ତୁମ୍ଭେମାନେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହୋଇଛ, ସେହିପରି ନିଜ ସ୍ୱାମୀମାନଙ୍କର ବଶୀଭୂତା ହୁଅ। 23 ଖ୍ରୀଷ୍ଟ ଯେପରି ମଣ୍ଡଳୀର[a] ମସ୍ତକ, ସ୍ୱାମୀ ସେହିପରି ସ୍ତ୍ରୀର ମସ୍ତକ। ଖ୍ରୀଷ୍ଟିୟ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର ଓ ସେହି ଶରୀରର ଉଦ୍ଧାରକର୍ତ୍ତା ହେଉଛନ୍ତି ଖ୍ରୀଷ୍ଟ। 24 ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସେହିପରି ହେ ପତ୍ନୀମାନେ, ତୁମ୍ଭେମାନେ ପ୍ରତ୍ୟେକ କଥାରେ ନିଜ ପତିଙ୍କର ବଶୀଭୂତା ହେବା ଉଚିତ୍।
25 ହେ ପତିଗଣ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି ତା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ରେମ କର। 26 ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କରିଥିଲେ। ଯେପରି ସୁସାମାଗ୍ଭରର ବାକ୍ୟ ଓ ଜଳ ଦ୍ୱାରା ଧୌତ କରି ସଫା କରିବା ପରେ ସେ ପରମେଶ୍ୱରଙ୍କ କାର୍ଯ୍ୟ ମାଧ୍ୟମରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରି ପାରନ୍ତି। 27 ଯେପରି ସମ୍ପୂର୍ଣ୍ଣ ମହିମା (ସୌନ୍ଦର୍ଯ୍ୟ) ର ସହିତ ମଣ୍ଡଳୀକୁ ନିଜଠାରେ ତାହାଙ୍କ କନ୍ୟା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। ମଣ୍ଡଳୀ ମଧ୍ୟରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ୍ କାର୍ଯ୍ୟ ଦେଖା ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ୟ ହୋଇପାରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।
28 ଠିକ୍ ସେହିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ରେମ କରିବା କଥା। ନିଜ ଶରୀରକୁ ପ୍ରେମ କରିଲା ଭଳି ପ୍ରେମ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ରେମ କରେ, ସେ ନିଜ ଶରୀରକୁ ପ୍ରେମ କରେ। 29 କୌଣସି ଲୋକ ନିଜ ଶରୀରକୁ କେବେ ହେଲେ ଘୃଣା କରେ ନାହିଁ। ପ୍ରତ୍ୟେକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ୟ କରନ୍ତି। 30 କାରଣ ଆମ୍ଭେ ହେଉଛୁ ତାହାଙ୍କ ଶରୀରର ଅଂଶ। 31 ଶାସ୍ତ୍ର କୁହେ: “ଅତଏବ ଜଣେ ମନୁଷ୍ୟ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ ସେ ଦୁଇଜଣ ଏକ ହୋଇ ଯାଆନ୍ତି।”(A) 32 ଏହି ସତ୍ୟଟି ଅତି ମହତ୍ତ୍ୱପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟରେ ମୁଁ ଏହା କହୁଅଛି। 33 ଯାହା ହେଉନା କାହିଁକି, ତୁମ୍ଭ ଭିତରୁ ପ୍ରତ୍ୟେକ ଜଣ ନିଜକୁ ଭଲ ପାଇଲା ଭଳି ନିଜ ପତ୍ନୀକୁ ଭଲ ପାଇବା ଉଚିତ୍ ଓ ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍।
ସନ୍ତାନ ଓ ପିତାମାତା
6 ହେ ସନ୍ତାନଗଣ! ପ୍ରଭୁଙ୍କ ଇଚ୍ଛାନୁସାରେ ପିତା-ମାତାଙ୍କ କଥାର ବାଧ୍ୟ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍। 2 କାରଣ ଦଶ ଆଜ୍ଞା ମଧ୍ୟରୁ ଗୋଟିଏ ଆଜ୍ଞା ହେଉଛି, “ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।’(B) ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ୟ ସଂଯୁକ୍ତ। 3 ପ୍ରତିଜ୍ଞାଟି ଏହି: “ଏହା କଲେ ତୁମ୍ଭେ ପୃଥିବୀରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।’(C)
4 ହେ ପିତାମାନେ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦେଇ ସେମାନଙ୍କୁ ପ୍ରତିପାଳନ କର।
ଦାସ ଓ ମାଲିକ
5 ହେ ଦାସମାନେ! ପୃଥିବୀରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର। 6 ମାଲିକ ଉପସ୍ଥିତ ଥିଲାବେଳେ ତୁମ୍ଭେ ସେମାନଙ୍କୁ ଖୁସୀ କରିବା ପାଇଁ କେବଳ ଆଜ୍ଞା ପାଳନ କଲେ ହେବ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ବିଶ୍ୱସ୍ତ ଭାବରେ ସବୁ ସମୟରେ କରିବାକୁ ହେବ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ୟ ହୋଇଛ, ଠିକ୍ ସେହିପରି ନିଜ ମାଲିକମାନଙ୍କର ମଧ୍ୟ ବାଧ୍ୟ ହେବ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ୱର ଗ୍ଭହାନ୍ତି, ତୁମ୍ଭେ ତାହା କରିବ। 7 ତୁମ୍ଭର ସମସ୍ତ କର୍ତ୍ତବ୍ୟକୁ ଖୁସୀ ମନରେ କର ଓ ଏପରି ଭାବରେ କାର୍ଯ୍ୟ କର ଯେପରି ତୁମ୍ଭେମାନେ କେବଳ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସେବା ମଧ୍ୟ କରୁଛ। 8 ମନେରଖ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ଉତ୍ତମ କାର୍ଯ୍ୟ କରିଥିବା ହେତୁ ପରମେଶ୍ୱର ପୁରସ୍କାର ଦେବେ। ଦାସ ହେଉ କି ସ୍ୱାଧୀନ ହେଉ, ପ୍ରତ୍ୟେକ ବ୍ୟକ୍ତି ନିଜର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କୃତ ହେବ।
9 ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।
2010 by World Bible Translation Center