Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 24:1-2

ଯିହୋଶୂୟ ବିଦାୟ ନେଲେ

24 ଯିହୋଶୂୟ ଇସ୍ରାଏଲ ବଂଶଗଣକୁ ଶିଖିମଠାରେ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ସମସ୍ତ ପ୍ରାଚୀନବର୍ଗ, ସେମାନଙ୍କର ପ୍ରାଚୀନମାନଙ୍କୁ ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କୁ ଏବଂ ସମସ୍ତ ଅଧ୍ୟକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ କରାଇଲେ।

ଏହା ପରେ ଯିହୋଶୂୟ ସମସ୍ତ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହୁଅଛି, ତାହା ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର କହିଛନ୍ତି, ତୁମ୍ଭମାନଙ୍କୁ। ବହୁ ଦିନ ପୂର୍ବରୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ଇଉଫ୍ରେଟିସ୍ ନଦୀ ସେପାରିରେ ଅନ୍ୟ ଦେବତାମାନଙ୍କୁ ସେବା କରୁଥିଲେ।

ଯିହୋଶୂୟଙ୍କର ପୁସ୍ତକ 24:14-18

14 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲ। ତେଣୁ ତୁମ୍ଭେ ସଦାପ୍ରଭୁଙ୍କୁ ଅନ୍ତରର ସହକାରେ ସେବା କର ଓ ସମ୍ମାନ ଦିଅ। ତୁମ୍ଭମାନଙ୍କର ପୂର୍ବପୁରୁଷ ମିଶରରେ ଥିବା ବେଳେ ସେବା କରୁଥିବା ଦେବତାଗଣଙ୍କୁ ଫରାତ୍ ନଦୀର ଅପର ପାର୍ଶ୍ୱକୁ ଫିଙ୍ଗିଦିଅ। ଏବଂ ବିନା ଦ୍ୱିଧାରେ ଏହି ସଦାପ୍ରଭୁଙ୍କୁ ସେବା କର।

15 “ଯଦି ସଦାପ୍ରଭୁଙ୍କ ସେବା ତୁମ୍ଭ ଦୃଷ୍ଟିରେ ମନ୍ଦ ଦିଶେ। ତେବେ ତୁମ୍ଭେମାନେ କାହାର ସେବା କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ତୁମ୍ଭେ କାହାର ସେବା କରିବ। ତୁମ୍ଭେ କ’ଣ ତୁମ୍ଭ ପୂର୍ବପୁରୁଷଗଣର ଇଉଫ୍ରେଟିସ୍ ନଦୀ ସେପାରୀରେ ଥିବା ଦେବତାଗଣଙ୍କୁ ପୂଜା କରିବ? କିମ୍ବା ସେହି ଦେଶରେ ବାସ କରିଥିବା ଇମୋରୀୟମାନଙ୍କର ଦେବତାଙ୍କୁ ପୂଜା କରିବ? ତୁମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁଁ ଓ ମୋର ପରିବାରବର୍ଗ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବୁ!”

16 ଏହା ପରେ ସେହି ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ କେବେ ସଦାପ୍ରଭୁଙ୍କ ଅନୁସରଣରୁ ବିଚ୍ୟୁତ ହେବୁ ନାହିଁ। ଆମ୍ଭେମାନେ କଦାପି ଅନ୍ୟ ଦେବତାମାନଙ୍କୁ ପୂଜା କରିବୁ ନାହିଁ। 17 ଆମ୍ଭେମାନେ ଜାଣୁ ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଥିଲେ। ଆମ୍ଭେମାନେ ସେଠାରେ କ୍ରୀତଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କ ଆଖି ଆଗରେ ସେଠାରେ ଏକ ଅ‌ଦ୍‌ଭୂତ କାର୍ଯ୍ୟ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ସେ ଦେଶରୁ ଆଣିଛନ୍ତି ଓ ଆମ୍ଭେମାନେ ଯେତେବେଳେ ଅନ୍ୟ ଦେଶକୁ ଗଲୁ, ଆମ୍ଭକୁ ବିପଦରୁ ସୁରକ୍ଷା ପ୍ରଦାନ କରିଛନ୍ତି। 18 ସଦାପ୍ରଭୁ ଆମ୍ଭମାନଙ୍କୁ ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ, ଯେଉଁମାନେ ଏହି ଦେଶରେ ବାସ କରୁଥିଲେ। ସଦାପ୍ରଭୁ ଏହି ଦେଶନିବାସୀ ଇମୋରୀୟମାନଙ୍କୁ ମଧ୍ୟ ପରାସ୍ତ କରିଛନ୍ତି, ଯେଉଁଠାରେ ଆମ୍ଭେ ବର୍ତ୍ତମାନ ବାସ କରୁଅଛୁ। ତେଣୁ ଆମ୍ଭେ ସଦାପ୍ରଭୁଙ୍କୁ ସେବା କରିବା ଉଚିତ୍, ଯେହେତୁ ସେ ହେଉଛନ୍ତି ଆମ୍ଭର ସଦାପ୍ରଭୁ ପରମେଶ୍ୱର।”

ଗୀତସଂହିତା 34:15-22

15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
    ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
    ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।

17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
    ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା'ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
    ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
    କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
    ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
    ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
    ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।

ଏଫିସୀୟଙ୍କ ପ୍ରତି ପତ୍ର 6:10-20

ପରମେଶ୍ୱରଙ୍କ ଯୁଦ୍ଧସାଜ ପିନ୍ଧ

10 ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ। 11 ପରମେଶ୍ୱରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ୱାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧରେ ସଂଘର୍ଷ କରି ପାରିବ। 12 ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭେ ସଂଘର୍ଷ କରୁଛୁ। 13 ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ।

14 ଅତଏବ, ଅଣ୍ଟାରେ ସତ୍ୟର କଟିବନ୍ଧ ବାନ୍ଧି, ବକ୍ଷରେ ଧାର୍ମିକ ଜୀବନର ସୁରକ୍ଷାଯୁକ୍ତ ବୁକୁପଟା ପିନ୍ଧ। 15 ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହୋଇ ରୁହ, ଏଥିପାଇଁ, ପାଦରେ ଶାନ୍ତି ଦାୟକ ସୁସମାଗ୍ଭରର ଜୋତା ପିନ୍ଧ। 16 ଏହା ସହିତ ବିଶ୍ୱାସର ଢାଲ ମଧ୍ୟ ବ୍ୟବହାର କର। ତାହାଦ୍ୱାରା ତୁମ୍ଭେ ଶୟତାନର ସମସ୍ତ ଜ୍ୱଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ। 17 ପରମେଶ୍ୱର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ରଆତ୍ମାଙ୍କ ଖ‌‌ଡ଼୍‌ଗ ଗ୍ରହଣ କର, ସେହି ଖ‌‌ଡ଼୍‌ଗ ହେଉଛି ପରମେଶ୍ୱରଙ୍କ ଉପଦେଶ। 18 ଆତ୍ମାଙ୍କ ସାହାଯ୍ୟରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ୱରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।

19 ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହୋଇ, ସୁସମାଗ୍ଭରର ନିଗୂଢ଼ ସତ୍ୟ ପ୍ରକାଶ କରିପାରେ, ସେଥିନିମନ୍ତେ ପରମେଶ୍ୱର ମୋତେ ତାହାଙ୍କର ବାକ୍ୟ ପ୍ରଦାନ କଲେ। 20 ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ।

ଯୋହନ ଲିଖିତ ସୁସମାଗ୍ଭର 6:56-69

56 ଯଦି କୌଣସି ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋର ରକ୍ତ ପିଏ, ତେବେ ସେହି ବ୍ୟକ୍ତି ମୋ’ ଭିତରେ ରହେ ଓ ମୁଁ ତା’ ଭିତରେ ରୁହେ।

57 “ପରମପିତା ମୋତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହେତୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମୋତେ ଭୋଜନ କରେ, ସେ ମୋ’ ହେତୁ ଜୀବିତ ରହିବ। 58 ମୁଁ ସେହି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସେମାନେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସେମାନେ ମୃତ୍ୟୁବରଣ କଲେ। ମୁଁ ସ୍ୱର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।”

59 ଯୀଶୁ କଫର୍ନାହୂମର ସମାଜଗୃହରେ ଏହିସବୁ କଥା ଉପଦେଶ ଦେଉଥିଲେ।

ଯୀଶୁଙ୍କୁ ଅନୁଗମନ କରୁଥିବା ଅନେକ ଲୋକ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ

60 ଯୀଶୁଙ୍କର ଶିଷ୍ୟମାନେ ଏହିସବୁ କଥା ଶୁଣିଲେ। ସେମାନଙ୍କ ଭିତରୁ ଅନେକ କହିଲେ, “ଏ ଉପଦେଶ ଗ୍ରହଣ କରିବା କଷ୍ଟକର। ଏହି ଉପଦେଶ କିଏ ଗ୍ରହଣ କରି ପାରିବ?”

61 ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ୟମାନେ ଏ ବିଷୟରେ ଆପତ୍ତି କରୁଛନ୍ତି। ତେଣୁ ସେ କହିଲେ, “ଏ ଉପଦେଶ କ'ଣ ତୁମ୍ଭକୁ ଅସୁବିଧାରେ ପକାଉଛି? 62 ତେବେ ମନୁଷ୍ୟପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେହି ସ୍ଥାନକୁ ଫେରିଯିବେ, ଏହା ମଧ୍ୟ କ'ଣ ତୁମ୍ଭକୁ ବ୍ୟତିବ୍ୟସ୍ତ କରୁଛି? 63 ଶରୀର ମନୁଷ୍ୟକୁ ଜୀବନ ଦାନ କରେ ନାହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ। 64 କିନ୍ତୁ ତୁମ୍ଭ ଭିତରୁ କେତେକ ବିଶ୍ୱାସ କରୁ ନାହଁ। ଯୀଶୁ ବିଶ୍ୱାସ ନ କରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ଯିଏ ବିଶ୍ୱାସଘାତକତା କରିବ ସେହି ଲୋକକୁ ମଧ୍ୟ ସେ ଜାଣିଥିଲେ। 65 ଯୀଶୁ କହିଲେ, “ସେଥିପାଇଁ ମୁଁ କହିଥିଲି, ‘ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ, ତେବେ ସେ ଲୋକ ମୋ’ ନିକଟକୁ ଆସିପାରିବ ନାହିଁ।’”

66 ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନେକ ଶିଷ୍ୟ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେମାନେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।

67 ଯୀଶୁ ବାରଜଣ ପ୍ରେରିତଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମଧ୍ୟ କ'ଣ ମୋତେ ଛାଡ଼ିଯିବା ପାଇଁ ଗ୍ଭହଁ କି?”

68 ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ଆମ୍ଭେ କାହା ପାଖକୁ ଯିବୁ? ତୁମ୍ଭ ପାଖରେ ଅନନ୍ତ ଜୀବନ ଅଛି। 69 ଆମ୍ଭେ ତୁମ୍ଭଠାରେ ବିଶ୍ୱାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ୱରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ୟକ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center