Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 34:15-22

15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
    ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
    ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।

17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
    ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା'ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
    ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
    କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
    ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
    ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
    ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।

ଯିହୋଶୂୟଙ୍କର ପୁସ୍ତକ 22:21-34

21 ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧ ପରିବାରବର୍ଗଗଣ ଇସ୍ରାଏଲ ପରିବାରବର୍ଗର ମୂଖ୍ୟମାନଙ୍କୁ ଉତ୍ତର ଦେଇ କହିଲେ, 22 “ପରମେଶ୍ୱର, ସଦାପ୍ରଭୁ ଆମ୍ଭର ପରମେଶ୍ୱର! ସଦାପ୍ରଭୁ ହେଉଛନ୍ତି ଆମ୍ଭର ପରମେଶ୍ୱର। ଏବଂ ସଦାପ୍ରଭୁ ଜାଣନ୍ତି ଆମ୍ଭେ ଏପରି କାହିଁକି କଲୁ। ଆମ୍ଭେମାନେ ମଧ୍ୟ ତୁମ୍ଭକୁ ଜଣାଇ ଦେବାକୁ ଗ୍ଭହୁଁ। ଆମ୍ଭେମାନେ କ’ଣ କରିଛୁ ତୁମ୍ଭେମାନେ ବିଗ୍ଭର କର। ଯଦି ତୁମ୍ଭେ ଏହା ବିଶ୍ୱାସ କର କି ବିଗ୍ଭର କର ଆମ୍ଭେମାନେ କିଛି ଭୁଲ୍ କରିଛୁ, ତେବେ ତୁମ୍ଭେମାନେ ଆମ୍ଭକୁ ହତ୍ୟା କରିପାର। 23 ଯଦି ଆମ୍ଭେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କରି ଥାଉ, ତେବେ ସଦାପ୍ରଭୁ ଆମ୍ଭକୁ ସ୍ୱହସ୍ତରେ ଦଣ୍ତ ଦିଅନ୍ତୁ। 24 ତୁମ୍ଭେମାନେ କ’ଣ ବିଶ୍ୱାସ କରୁଛ ଯେ ଆମ୍ଭେମାନେ ଏହି ଯଜ୍ଞବେଦିରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ କ’ଣ ତିଆରି କରିଛୁ? ନାଁ ଆମ୍ଭେ ଏଥିପାଇଁ ଏହାକୁ ତିଆରି କରି ନାହୁଁ। ତେବେ କାହିଁକି ଆମ୍ଭେମାନେ ଯଜ୍ଞବେଦି ନିର୍ମାଣ କଲୁ? ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଗ୍ଭର କରି ଏହା କରିଅଛୁ। ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ କି ସମ୍ପର୍କ। 25 ସଦାପ୍ରଭୁ ଯର୍ଦ୍ଦନ ସେପାରିରେ ଆମ୍ଭକୁ ଭୂମି ଦେଇଛନ୍ତି। ଏହାର ଅର୍ଥ ଯର୍ଦ୍ଦନ ନଦୀ ଆମ୍ଭମାନଙ୍କୁ ଅଲଗା କରିଅଛି। ଆମ୍ଭେମାନେ ଆଶଙ୍କା କରୁଅଛୁ ଯେ ଯେତେବେଳେ ତୁମ୍ଭମାନଙ୍କ ପିଲାମାନେ ବଡ଼ ହୋଇ ଦେଶ ଶାସନ କରିବେ ସେମାନେ ବିଶ୍ୱାସ କରିବେ ନାହିଁ ଯେ ଆମ୍ଭେମାନେ ତୁମ୍ଭର ଲୋକ ବୋଲି। ସେମାନେ ଯେତେବେଳେ ବଡ଼ ହୋଇ ଶାସନ କରିବେ, ସେମାନେ ଆମ୍ଭମାନଙ୍କୁ ଏପରି କହି ବି ପାରନ୍ତି, ‘ତୁମ୍ଭେ, ରୁବେନ୍, ଗାଦ୍, ଆମ୍ଭମାନଙ୍କର ଅଂଶ ନୁହଁ।’ ଏହା ପରେ ତୁମ୍ଭମାନଙ୍କର ସନ୍ତାନମାନେ ଆମ୍ଭମାନଙ୍କ ପିଲାମାନଙ୍କୁ ସେଠାରେ ଉପାସନା କରିବାକୁ ମନା କରି ପାରନ୍ତି।

26 “ତେଣୁ ଆମ୍ଭେମାନେ ନିଷ୍ପତ୍ତି ନେଲୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ। କିନ୍ତୁ ଆମ୍ଭେ ଏହାକୁ ହୋମବଳି ପାଇଁ ତିଆରି କରି ନାହୁଁ। 27 ଏହାର ବାସ୍ତବ କାରଣ ହେଲା, ଆମ୍ଭେମାନେ ଏ ଯଜ୍ଞବେଦି ଆମ୍ଭମାନଙ୍କର ଭବିଷ୍ୟଦ୍ ବଂଶଧରଗଣଙ୍କ ପାଇଁ ତିଆରି କରିଛୁ କାରଣ ସେମାନେ ଏହା ଦେଖିଲା ପରେ ଜାଣି ପାରିବେ ଯେ ତୁମ୍ଭେମାନେ ଯେଉଁ ସଦାପ୍ରଭୁଙ୍କ ଉପାସନା କରୁଅଛ ଆମ୍ଭେମାନେ ମଧ୍ୟ ସେହି ସଦାପ୍ରଭୁଙ୍କୁ ଉପାସନା କରୁଅଛୁ। ଏହି ଯଜ୍ଞବେଦି ତୁମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କ ପାଇଁ ଓ ଆମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରମାଣ ରହିବ ଯେ, ଆମ୍ଭେମାନେ ସଦାପ୍ରଭୁଙ୍କୁ ଉପାସନା କରୁ। ଆମ୍ଭେ ଶସ୍ୟ ନୈବେଦ୍ୟ, ସହଭାଗିତାର ନୈବେଦ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବୁ। ତେଣୁ ଭବିଷ୍ୟତରେ ତୁମ୍ଭମାନଙ୍କର ପିଲାମାନେ ଆମ୍ଭ ଲୋକମାନଙ୍କୁ କହିବେ ନାହିଁ ଯେ, ତୁମ୍ଭର ସଦାପ୍ରଭୁଙ୍କ ସହିତ କିଛି କରିବାର ନାହିଁ। 28 ଭବିଷ୍ୟତରେ ତୁମ୍ଭମାନଙ୍କର ସନ୍ତାନଗଣ ଏହିପରି କହି ପାରନ୍ତି। ତୁମ୍ଭେମାନେ ଇସ୍ରାଏଲୀୟ ନୁହଁ। ଆମ୍ଭର ସନ୍ତାନଗଣ ହୁଏତ କହିପାରିନ୍ତି, ‘ଦେଖ! ଆମ୍ଭର ପୂର୍ବପୁରୁଷଗଣ ଆମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରିଛନ୍ତି। ସେହି ଯଜ୍ଞବେଦି ଠିକ୍ ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ତମ୍ବୁ ସମ୍ମୁଖସ୍ଥିତ ତାଙ୍କ ଯଜ୍ଞବେଦି ପରି। ଏହି ଯଜ୍ଞବେଦି ହୋମ ଉତ୍ସର୍ଗ ପାଇଁ ବ୍ୟବହାର କରାଯାଏ ନାହିଁ। ଏହା କେବଳ ପ୍ରମାଣ ମାତ୍ର, ଯେ ଆମ୍ଭେମାନେ ମଧ୍ୟ ଇସ୍ରାଏଲର ଏକ ଅଂଶ।’

29 “ବାସ୍ତବରେ ଆମ୍ଭେ କେବେ ସଦାପ୍ରଭୁଙ୍କର ବିରୋଧରେ ଯାଇ ନାହୁଁ। ଆମ୍ଭେମାନେ ମଧ୍ୟ ବର୍ତ୍ତମାନ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଚଳୁଅଛୁ। ଆମ୍ଭେ ଏହା ଜାଣୁ ଯେ, ଗୋଟିଏ ମାତ୍ର ପବିତ୍ର ଯଜ୍ଞବେଦି ଅଛି ଯାହାକି ପରମେଶ୍ୱରଙ୍କ ଆବାସ ସମ୍ମୁଖସ୍ଥିତ। ସେହି ଯଜ୍ଞବେଦି ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର।”

30 ପୀନହସ୍ ଯାଜକ ଏବଂ ତାଙ୍କ ସହିତ ଯାଇଥିବା ମୁଖିଆ, ଏହିପରି କଥା ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନଙ୍କଠାରୁ ଶୁଣିଲେ। ସେମାନେ ମଧ୍ୟ ବୁଝିଲେ ଯେ ବାସ୍ତବରେ ସତ କଥା ଏବଂ ଠିକ୍ କଥା କହୁଛନ୍ତି। 31 ତେଣୁ ଯାଜକ ପୀନହସ୍ କହିଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ଯେ ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି। ଏବଂ ଆମ୍ଭେ ଜାଣିଲୁ ଯେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧାଚରଣ କରି ନାହିଁ। ଆମ୍ଭେ ଖୁସୀ ଯେ ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ କୌଣସି ଦଣ୍ତ ଦେଇ ନାହାନ୍ତି।”

32 ଏହା ପରେ ପୀନହ‌ସ୍‌ ଏବଂ ସମସ୍ତ ମୂଖିଆମାନେ ସେ ସ୍ଥାନ ପରିତ୍ୟାଗ କରି ଗୃହକୁ ଫେରିଲେ। ସେମାନେ ରୁବେନ୍, ଗାଦ୍ ବଂଶର ଲୋକମାନଙ୍କୁ ସେହି ଗିଲିୟଦରେ ଛାଡ଼ି କିଣାନ ଦେଶକୁ ଫେରି ଆସିଲେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିକଟକୁ ଫେରି ଆସି ଯାହାସବୁ ଘଟିଥିଲା ତାହା ଜଣାଇଲେ। 33 ଇସ୍ରାଏଲର ଲୋକମାନେ ଏ କଥା ଶୁଣି ସନ୍ତୁଷ୍ଟ ହେଲେ। ସେମାନେ ବହୁତ ଖୁସୀ ହେଲେ ଏବଂ ସଦାପ୍ରଭୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ। ସେମାନେ ପୁନର୍ବାର ନିଷ୍ପତ୍ତି ନେଲେ, ରୁବେନ୍, ଗାଦ୍ ଓ ମନଃଶିର ବଂଶ ବିରୁଦ୍ଧରେ ଯୁଦ୍ଧ ନ କରିବା ପାଇଁ। ଏବଂ ସେ ସ୍ଥାନକୁ ଧ୍ୱଂସ ନ କରିବା ପାଇଁ ଯେଉଁଠାରେ ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନେ ବାସ କରୁଛନ୍ତି।

34 ରୁବେନ୍ ବଂଶଧର ଓ ଗାଦ୍ ବଂଶଧର ସେହି ବେଦିର ନାମ ଦେଲେ, ସାକ୍ଷୀ ଏହାର ଅର୍ଥ “ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧରେ ଏହାର ଏହି ହେଉଛି ସାକ୍ଷୀ।”

ଲୂକ ଲିଖିତ ସୁସମାଗ୍ଭର 11:5-13

ତୁମ୍ଭର ଆବଶ୍ୟକ ପାଇଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର

(ମାଥିଉ 7:7-11)

5-6 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ମନେକର ତୁମ୍ଭମାନଙ୍କ ଭିତରୁ ଜଣେ କେହି ନିଜ ସାଙ୍ଗ ପାଖକୁ ରାତିରେ ବହୁତ ଡେରିରେ ଯାଇ କହିବ, ‘ମୋର ଅନ୍ୟ ସହରରେ ଜଣେ ବନ୍ଧୁ ମୋତେ ଦେଖା କରିବାକୁ ଆସିଛନ୍ତି। ତାହାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ହେଲେ ନାହିଁ। ଦୟାକରି ମୋତେ ତିନିଖଣ୍ଡ ରୋଟୀ ଦିଅ।’ ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେବ, ‘ତୁମ୍ଭେ ଗ୍ଭଲିଯାଅ। ମୋତେ ହଇରାଣ କର ନାହିଁ। ଦୁଆର ବନ୍ଦ ହୋଇ ଗଲାଣି। ମୁଁ ଓ ମୋ’ ପିଲାମାନେ ଶୋଇବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦେବାକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।’ ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶେଯ ଛାଡ଼ି ଉଠିବ, ଓ ତୁମ୍ଭକୁ ରୋଟୀ ଦେବା ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ୱ ଯଥେଷ୍ଟ ହୋଇ ପାରି ନ ଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଗ୍ଭଲିଥାଅ, ତେବେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦେବ। ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା'ହେଲେ ପରମେଶ୍ୱର ତୁମ୍ଭମାନଙ୍କୁ ଦେବେ। ଖୋଜୁଥାଅ। ତୁମ୍ଭେମାନେ ପାଇବ। ଦୁଆର ଠ‌‌କ୍‌‌ଠକ୍ କରି ଗ୍ଭଲି ଥାଅ। ତୁମ୍ଭ ପାଇଁ ଦୁଆର ଖୋଲିଯିବ। 10 କାରଣ ଯେଉଁ ଲୋକମାନେ ମାଗୁଥା’ନ୍ତି, ସେମାନେ ପ୍ରତ୍ୟେକେ ପାଇଥା’ନ୍ତି। ଯେଉଁମାନେ ଖୋଜୁଥା’ନ୍ତି, ସେମାନେ ପାଇଥା’ନ୍ତି। ଯେଉଁମାନେ ଦୁଆର ବାଡ଼େଇ ଥା’ନ୍ତି, ସେମାନଙ୍କ ପାଇଁ ଦୁଆର ଖୋଲିଯାଏ। 11 ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ’ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳରେ ସାପଟିଏ ଦିଏ କି? ନା, ତୁମ୍ଭେମାନେ ତାକୁ ମାଛ ଦେବ। 12 କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତେବେ ତା’ ହାତରେ ତୁମ୍ଭେମାନେ କଙ୍କଡ଼ାବିଛାଟିଏ ଦେବ କି? ନା। 13 ତୁମ୍ଭେମାନେ ଖରାପ ଲୋକ ହୋଇଥିଲେ ମଧ୍ୟ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭେମାନେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦେବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center