Revised Common Lectionary (Complementary)
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।
17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା'ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।
10 ରୁବେନ୍, ଗାଦ୍ ଏବଂ ମନଃଶିର ପରିବାର ଲୋକମାନେ ଗିଲିୟଦକୁ ଫେରିଗଲେ। ସେ ସ୍ଥାନଟି ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ କିଣାନୀୟ ଦେଶ ଅନ୍ତର୍ଗତ ଥିଲା। ସେହି ସ୍ଥାନରେ ସେମାନେ ଏକ ସୁନ୍ଦର ଯଜ୍ଞବେଦି ସ୍ଥାପନ କଲେ। 11 କିନ୍ତୁ ଇସ୍ରାଏଲର ଅବଶିଷ୍ଟ ଲୋକ ଯେଉଁମାନେ କି ତଥାପି ଶିଲୋରେ ରହିଥିଲେ। ସେମାନେ ସେ ଯଜ୍ଞବେଦି କଥା ଶୁଣିବାକୁ ପାଇଲେ ଯେ, ଏହି ବଂଶଧରମାନେ ତାକୁ ନିର୍ମାଣ କରିଛନ୍ତି ବୋଲି। ସେମାନେ ମଧ୍ୟ ଏହି ଯଜ୍ଞବେଦିଟି କିଣାନୀୟ ଦେଶର ସୀମା ଅନ୍ତର୍ଗତ ଗିଲିୟଦଠାରେ କରାଯାଇଛି, ଶୁଣିବାକୁ ପାଇଲେ। ଏହା ଯର୍ଦ୍ଦନ ପାଖସ୍ଥ ଇସ୍ରାଏଲ ସନ୍ତାନଗଣଙ୍କ ଅଧିକୃତ ପାର୍ଶ୍ୱରେ ଥିଲା। 12 ସମସ୍ତ ଇସ୍ରାଏଲ ପରିବାରବର୍ଗଗଣ ସେହି ତିନି ବଂଶ ଉପରେ ରାଗିଲେ। ଯୁଦ୍ଧ କରିବା ପାଇଁ ନିଷ୍ପତ୍ତି କଲେ। ସେମାନେ ଯୁଦ୍ଧକୁ ଯିବା ପାଇଁ ଶିଲୋଠାରେ ଏକତ୍ରିତ ହେଲେ।
13 ଏଣୁ ଇସ୍ରାଏଲର ଲୋକମାନେ କିଛି ଲୋକଙ୍କୁ ରୁବେନ୍, ଗାଦ୍ ଏବଂ ମନଃଶି ବଂଶର ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପଠାଇଲେ। ସେମାନଙ୍କର ନେତୃତ୍ୱ ପୀନହସ୍ ନେଇଗଲେ, ଯେ କି ଥିଲେ ଇଲିୟାସର ଯାଜକର ପୁତ୍ର। 14 ସେମାନେ ଦଶ ଜଣ ପ୍ରତିନିଧିକୁ ପଠାଇଲେ, ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଶିୟୋଲ ଗିଲିୟଦଠାରେ ଉପସ୍ଥିତ ହେଲେ। ସେମାନେ ନିଜ ନିଜ ପରିବାରବର୍ଗର ମୂଖ୍ୟ ଥିଲେ।
15 ଏହିପରି ଭାବରେ ଗିଲିୟଦକୁ ଗଲେ। ଏହି ଏଗାର ଜଣ ଲୋକ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧବଂଶଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ। ଏହି ଏଗାର ଜଣ ଲୋକ ସେମାନଙ୍କୁ କହିଲେ। 16 “ଇସ୍ରାଏଲ ବଂଶଗଣ ତୁମ୍ଭମାନଙ୍କୁ ପଗ୍ଭରୁଅଛି, କାହିଁକି ତୁମ୍ଭେମାନେ ଇସ୍ରାଏଲର ସଦାପ୍ରଭୁଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟ କଲ? ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କଲ? କାହିଁକି ତୁମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲ? ଏହା କ’ଣ ସଦାପ୍ରଭୁଙ୍କ ନୀତି ବାହାରେ ନୁହେଁ? ଏହା ତୁମ୍ଭେମାନେ ଠିକ୍ ରୂପେ ଜାଣ। 17 ପିୟୋରରେ କ’ଣ ଘଟିଲା ତାହାକୁ ମନେ ପକାଅ? ଆମ୍ଭେମାନେ ସେହି ମହାପାପ ପାଇଁ ଏପର୍ଯ୍ୟନ୍ତ କଷ୍ଟ ଭୋଗୁଅଛୁ। ସଦାପ୍ରଭୁ ଇସ୍ରାଏଲର ବହୁ ବାସିନ୍ଦାକୁ ମହାମାରୀଦ୍ୱାରା ରୁଗ୍ଣ କଲେ। ଆମ୍ଭେମାନେ ମଧ୍ୟ ସେହି ମହାମାରୀ ଏପର୍ଯ୍ୟନ୍ତ ଭୋଗୁଅଛୁ। 18 ବର୍ତ୍ତମାନ ତୁମ୍ଭେମାନେ ଠିକ୍ ସେହି ପାପ କରୁଛ! ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧାଚରଣ କଲ। ତୁମ୍ଭେମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲ। ତୁମ୍ଭେମାନେ ଏପରି ବ୍ୟବହାର କାହିଁକି ଦେଖାଉଛ? ଏଥିପାଇଁ ସଦାପ୍ରଭୁ ସମଗ୍ର ଇସ୍ରାଏଲ ସନ୍ତାନଗଣଙ୍କ ଉପରେ କ୍ରୋଧିତ ହେବେ।
19 “‘ଯଦି ତୁମ୍ଭର ଅଧିକାର ଦେଶ ତୁମ୍ଭମାନଙ୍କ ପାଇଁ ଉପାସନା କରିବାକୁ ଅନିଛୁକ ହୁଏ, ତେବେ ତୁମ୍ଭେମାନେ ଆମ୍ଭ ନିକଟକୁ ପଳାଇ ଆସ। ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ ସଦାପ୍ରଭୁଙ୍କର ସେହି ଅଧିକାର ଦେଶକୁ ଆସେ। କିନ୍ତୁ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କର ନାହିଁ। କଦାପି ଅନ୍ୟ ଏକ ଯଜ୍ଞବେଦି ସ୍ଥାପନ କର ନାହିଁ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯେଉଁ ଯଜ୍ଞବେଦି ଅଛି ତା ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ ନ କର।
20 “‘ମନେରଖ ସେରହର ପୁତ୍ର ଆଖନ୍, ବର୍ଜିତ ବସ୍ତ୍ର ବିଷୟରେ ସତ୍ୟ ଲଂଘନ କରନ୍ତେ ଇସ୍ରାଏଲର ସମସ୍ତ ମଣ୍ଡଳୀକି ସଦାପ୍ରଭୁଙ୍କର କ୍ରୋଧ ପଡ଼ିଲା, କେବଳ ସେହି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା, କିନ୍ତୁ ସମସ୍ତ ଇସ୍ରାଏଲଗଣ ତା'ର ଦଣ୍ତ ଭୋଗିଲେ। ଆଖନ୍ କେବଳ ତା'ର ପାପ ପାଇଁ ମଲା। ଏବଂ ତା'ର ପାପ ପାଇଁ ବହୁତ ଲୋକ ମଧ୍ୟ ମୃତ୍ୟୁବରଣ କଲେ।’”
11 ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ୱପୂର୍ଣ୍ଣ। ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ହୋଇଅଛି। ଆରମ୍ଭ କାଳରେ ବିଶ୍ୱାସ କରିବା ତୁଳନାରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହୋଇଛୁ। 12 ‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍। 13 ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ। 14 ନିଜର ପାପପୂର୍ଣ୍ଣ ସ୍ୱାର୍ଥପର ଇଚ୍ଛାକୁ ତୃପ୍ତି କରିବାରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ୍।
2010 by World Bible Translation Center