Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 36

ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ

36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
    ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
ସେହି ଲୋକ ଆପଣାକୁ ମିଥ୍ୟା କହେ।
    ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
ତା'ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
    ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
    ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।

ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
    ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
    ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
    ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
    ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
    ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
    ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
    ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
    ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।

12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
    ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
    ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”

ଆଦିପୁସ୍ତକ 47:13-26

ଯୋଷେଫ ଫାରୋଙ୍କ ପାଇଁ ଜମି କିଣିଲେ

13 ସେହି ସମୟରେ ଅତିଶୟ ଦୁର୍ଭିକ୍ଷ ହେବାରୁ ସର୍ବଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ହେଲା। ତହିଁରେ ମିଶର ଦେଶୀୟ ଓ କିଣାନ ଦେଶୀୟ ଲୋକମାନେ ଦୁର୍ଭିକ୍ଷ ହେତୁ ପ୍ରାୟ ମୂର୍ଚ୍ଛାଗତ ହେବାକୁ ଲାଗିଲେ। 14 ଆଉ ମିଶର ଦେଶରେ ଓ କିଣାନ ଦେଶରେ ଯେତେ ରୂପା ଥିଲା। ଲୋକମାନେ ତାହା ଦେଇ ଶସ୍ୟ କିଣିବାରୁ ଯୋଷେଫ ସେ ସବୁ ରୂପା ସଂଗ୍ରହ କରି ଫାରୋଙ୍କର ଗୃହକୁ ଆଣିଲେ। 15 ଏହା ପରେ ମିଶର ଦେଶରେ ଓ କିଣାନ ଦେଶରେ ରୂପାର ଅଭାବ ହୁଅନ୍ତେ ମିସ୍ରୀୟ ଲୋକ ସମସ୍ତେ ଯୋଷେଫଙ୍କ ନିକଟକୁ ଆସିଲେ ଏବଂ କହିଲେ, “ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରୀ ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।”

16 କିନ୍ତୁ ଯୋଷେଫ ଉତ୍ତର ଦେଲେ, “ତୁମ୍ଭର ପଇସା ସବୁ ଶେଷ ହେବାରୁ ତୁମ୍ଭର ପଶୁମାନଙ୍କୁ ମୋତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦେବି।” 17 ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁସବୁ ଯୋଷେଫଙ୍କ ନିକଟକୁ ଆଣିଲେ। ସେମାନଙ୍କୁ ଅଶ୍ୱ, ମେଷ, ଛେଳି ପଶୁପଲ ଏବଂ ଗଧ ବଦଳରେ ଖାଦ୍ୟ ଦ୍ରବ୍ୟ ଦେଲେ। ସେ ବର୍ଷ ଯୋଷେଫ ସେମାନଙ୍କର ଖାଦ୍ୟ ବଦଳରେ ସମସ୍ତ ଜୀବନ୍ତ ପଶୁ ନେଲେ।

18 କିନ୍ତୁ ତା'ପର ବର୍ଷ, ସେମାନଙ୍କୁ ପଶୁ ଦେଇ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନ ଥିଲା। ତେଣୁ ଲୋକମାନେ ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ଆପଣ ଜାଣନ୍ତି ଯେ ଆମ୍ଭ ନିକଟରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ୟ ମହାଶୟଙ୍କର ହୋଇଅଛି। ଏବେ ମହାଶୟଙ୍କ ସାକ୍ଷାତରେ ଆମ୍ଭମାନଙ୍କର ଦେହ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ। 19 ନିଶ୍ଚିତରେ ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ମରିବୁ। କିନ୍ତୁ ଯଦି ଆପଣ ଆମ୍ଭକୁ ଖାଦ୍ୟ ଦିଅନ୍ତି ତେବେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦେବୁ। ଏବଂ ଆମ୍ଭେ ତାଙ୍କର ଦାସ ହେବୁ। ଆମ୍ଭକୁ କିଛି ବିହନ ମଧ୍ୟ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥିରେ ଆମ୍ଭେ ନ ମରି ବଞ୍ଚିବୁ। ଏବଂ ଭୂମି ମଧ୍ୟ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗାଇବ।”

20 ତେଣୁ ଯୋଷେଫ ଫାରୋଙ୍କ ନିମନ୍ତେ ମିଶର ଦେଶର ସମସ୍ତ ଭୂମି କ୍ରୟ କଲେ। ମିଶରରେ ସମସ୍ତ ଲୋକ ସେମାନଙ୍କର ଭୂମି ସବୁ ବିକ୍ରୟ କଲେ। ସେମାନେ ଭୋକରେ ଥିବାରୁ ଏହିପରି କଲେ। 21 ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶରରେ ଗ୍ଭରିଆଡ଼େ ଲୋକମାନେ ଫାରୋଙ୍କର ଦାସ ହେଲେ। 22 ସେ କେବଳ ଯାଜକମାନଙ୍କର ଭୂମି କ୍ରୟ କଲେ ନାହିଁ। କାରଣ ଫାରୋ ସେମାନଙ୍କୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ୱାରା ଦିଆ ଯାଇଥିବା ବୃତ୍ତିରେ ସେମାନେ ବଞ୍ଚୁଥିଲେ। ସେମାନେ ଆପଣା ଭୂମି ବିକ୍ରୟ କଲେ ନାହିଁ।

23 ଏହା ପରେ ଯୋଷେଫ ପ୍ରଜାମାନଙ୍କୁ କହିଲେ, “ଆଜି ପର୍ଯ୍ୟନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲି। ଏବେ ଏହି ବିହନ ନେଇ ଭୂମିରେ ବୁଣ। 24 ତହିଁରୁ ଯାହା ଉତ୍ପନ୍ନ ହେବ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦେବ। ପୁଣି ଅନ୍ୟ ଗ୍ଭରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।”

25 ଲୋକମାନେ କହିଲେ, “ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭେମାନେ ଫାରୋଙ୍କର ଦାସ ହେବୁ।”

26 ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷୟରେ ଯୋଷେଫଙ୍କର ସ୍ଥାପିତ ଏହି ନିୟମ ଆଜି ପର୍ଯ୍ୟନ୍ତ ଚଳୁଅଛି। କେବଳ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।

ମାର୍କ ଲିଖିତ ସୁସମାଗ୍ଭର 8:14-21

ଯିହୂଦୀ ନେତାମାନଙ୍କ ବିରୁଦ୍ଧରେ ଯୀଶୁଙ୍କ ଚେତାବନୀ

(ମାଥିଉ 16:5-12)

14 ସେମାନେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୁଲି ଯାଇଥିଲେ। ଯୀଶୁଙ୍କ ଶିଷ୍ୟମାନଙ୍କ ପାଖରେ ଖଣ୍ଡିଏ ମାତ୍ର ରୋଟୀ ଥିଲା। 15 ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ସାବଧାନ; ଫାରୂଶୀ ଓ ହେରୋଦଙ୍କ ଖମୀର[a]ଠାରୁ ଦୂରରେ ରୁହ।”

16 ଶିଷ୍ୟମାନେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ଆମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି ଯୀଶୁ ଏ କଥା କହିଲେ।”

17 ସେମାନେ କ’ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସେମାନଙ୍କୁ କହିଲେ, “ରୋଟୀ ନାହିଁ ବୋଲି ତୁମ୍ଭେମାନେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭେମାନେ ଦେଖି ପାରୁନ କି ବୁଝି ପାରୁନ? 18 ତୁମ୍ଭମାନଙ୍କର କ’ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭେମାନେ ଦେଖି ପାରୁ ନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭେମାନେ ଶୁଣି ପାରୁ ନାହଁ? ଆମ୍ଭ ପାଖରେ ଯେତେବେଳେ ଖାଇବାକୁ ଯଥେଷ୍ଟ ରୋଟୀ ନ ଥିଲା, ମୁଁ ସେତେବେଳେ କ’ଣ କରିଥିଲି ତୁମ୍ଭମାନଙ୍କର କ’ଣ ତାହା ମନେ ନାହିଁ? 19 ମୁଁ ଯେତେବେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚୋଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”

ସେମାନେ କହିଲେ, “ବାରଟି ଟୋକେଇରେ।”

20 “ଆଉ ମୁଁ ଯେତେବେଳେ ଗ୍ଭରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଖଣ୍ଡ ଖଣ୍ଡ କରି ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”

“ସେମାନେ କହିଲେ, ସାତୋଟି ଟୋକେଇରେ।”

21 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯାହା କରିଥିଲି, ସେ ସବୁ ତୁମ୍ଭେମାନେ ମନେ ରଖିଛ। ଅଥଚ ଏବେ ମଧ୍ୟ ତୁମ୍ଭେମାନେ କିଛି ବୁଝି ପାରୁ ନାହଁ?”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center