Revised Common Lectionary (Complementary)
ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ
36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
2 ସେହି ଲୋକ ଆପଣାକୁ ମିଥ୍ୟା କହେ।
ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
3 ତା'ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
4 ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।
5 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
6 ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
7 ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
8 ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
9 ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।
12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”
ଯାକୁବ ବିନ୍ୟାମୀନକୁ ମିଶରକୁ ଯିବାକୁ ଅନୁମତି ଦେଲେ
43 ଏହି ସମୟରେ ସେ ଦେଶରେ ଦୁର୍ଭିକ୍ଷ ଅତି ଭୟଙ୍କର ଥିଲା। 2 ଯାକୁବଙ୍କର ପରିବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ୟ ଖାଇ ଦେଲେ। ଯେତେବେଳେ ସେହି ଶସ୍ୟସବୁ ସରିଗଲା। ଯାକୁବ ତାଙ୍କର ପୁତ୍ରମାନଙ୍କୁ କହିଲେ, “ମିଶରକୁ ଯାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ୟ ଖାଇବା ପାଇଁ ଆଣ।”
3 କିନ୍ତୁ ଯିହୁଦା ଯାକୁବଙ୍କୁ କହିଲା, “ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦେଇ କହିଥିଲେ, ‘ଯଦି ତୁମ୍ଭେ ତୁମ୍ଭର ଭାଇକୁ ମୋ’ ପାଖକୁ ନ ଆଣ, ତେବେ ତୁମ୍ଭ ସହିତ କଥାବାର୍ତ୍ତା ହେବ ନାହିଁ।’ 4 ଯଦି ତୁମ୍ଭେ ବିନ୍ୟାମୀନକୁ ଆମ୍ଭ ସହିତ ପଠାଅ, ତେବେ ଆମ୍ଭେ ଯାଇ ଶସ୍ୟ କ୍ରୟ କରି ପାରିବୁ। 5 ଯଦି ତୁମ୍ଭେ ବିନ୍ୟାମୀନଙ୍କୁ ଆମ୍ଭ ସହିତ ନ ପଠାଅ, ତେବେ ଆମ୍ଭେ ଆଉ ସେଠାକୁ ଯିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦେଇଛି ଯେ ତୁମ୍ଭର ସାନ ଭାଇକୁ ନ ଆଣି ଏଠାକୁ ଆସିବ ନାହିଁ।”
6 ଯାକୁବ କହିଲେ, “ତୁମ୍ଭେମାନେ କାହିଁକି କହିଲ ଯେ ତୁମ୍ଭର ଆଉ ଏକ ଭାଇ ଅଛି ବୋଲି? ତୁମ୍ଭେମାନେ ମୋ’ ପାଇଁ ଏକ ଖରାପ କାର୍ଯ୍ୟ କାହିଁକି କଲ?”
7 ଭାଇମାନେ ଉତ୍ତର ଦେଲେ, “ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଗ୍ଭରିଲେ। ସେ ଆମ୍ଭ ବିଷୟରେ ଓ ଆମ୍ଭ ପରିବାର ବିଷୟରେ ସବୁ ଜାଣିବାକୁ ଗ୍ଭହିଁଲେ। ସେ ଆମ୍ଭମାନଙ୍କୁ ପଗ୍ଭରିଲେ, ‘ତୁମ୍ଭର ପିତା କ’ଣ ଏବେ ବି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହରେ ଅଛି କି?’ ଆମ୍ଭେ ଜାଣି ନ ଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।”
8 ଏହା ପରେ ଯିହୁଦା ତାଙ୍କର ପିତାଙ୍କୁ କହିଲା, “ବିନ୍ୟାମୀନକୁ ମୋ’ ସହିତ ଯିବାକୁ ଦିଅ। ମୁଁ ତା'ର ଯତ୍ନ ନେବି। ଆମ୍ଭମାନଙ୍କୁ ମିଶରକୁ ଯାଇ ଖାଦ୍ୟ ଆଣିବାକୁ ଅଛି। ଯଦି ଆମ୍ଭେ ନ ଯାଉ ତେବେ ଆମ୍ଭେ ସମସ୍ତେ ମରିବା, ଏପରିକି ଆମ୍ଭର ପିଲାମାନେ ମଧ୍ୟ ମରିବେ। 9 ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା’ ପାଇଁ ଦାୟୀ ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫେରାଇ ନ ଆଣେ, ତେବେ ତୁମ୍ଭେ ମୋତେ ଜୀବନ ସାରା ଦୋଷ ଦେବ। 10 ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ଯିବାକୁ ଦେଇଥା’ନ୍ତ, ଆମ୍ଭେ ସେଠାରେ ପହଞ୍ଚି ସାରି ଦୁଇଥର ଫେରି ଆସିଥାଆନ୍ତୁ।”
11 ଏହା ପରେ ତାଙ୍କର ପିତା ଇସ୍ରାଏଲ କହିଲେ, “ଯଦି ଏହା ସତ୍ୟ ତେବେ ବିନ୍ୟାମୀନକୁ ତୁମ୍ଭ ସହିତ ନେଇଯାଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନେଇଯାଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁଗ୍ଗୁଳ ଓ ଗନ୍ଧରସ ନେଇ ଯାଅ। 12 ତୁମ୍ଭେମାନେ ଗତଥର ଯେତେ ଟଙ୍କା ନେଇଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫେରାଇ ଦେଇଥିଲେ ତାହା ବି ନେଇଯାଅ କାରଣ ସେ ଏହା ଭୁଲରେ ତୁମ୍ଭମାନଙ୍କୁ ଫେରାଇ ଦେଇଥିବେ। 13 ବିନ୍ୟାମୀନକୁ ନେଇ ତାଙ୍କ ପାଖକୁ ଯାଅ। 14 ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବି, ସେ ରାଜ୍ୟପାଳଙ୍କୁ ଏପରି କରି ଦେବେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେ ଶିମିୟୋନ ଓ ବିନ୍ୟାମୀନଙ୍କୁ ନିରାପଦରେ ଫେରାଇ ଦେବେ। ଯଦି ନ ଫେରାନ୍ତି, ତେବେ ମୋତେ ପୁଣି ପୁତ୍ର ପାଇଁ ଶୋକ କରିବାକୁ ପଡ଼ିବ।”
15 ତେଣୁ ଭାଇମାନେ ସେହି ଉପହାର ନେଇ ସେହି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସେମାନଙ୍କ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନେଇଗଲେ। ଏଥର ତାଙ୍କ ସହିତ ବିନ୍ୟାମୀନ ମଧ୍ୟ ମିଶରକୁ ଗଲା। ସେମାନେ ଯେତେବେଳେ ସେଠାରେ ପହଞ୍ଚିଲେ, ସେମାନେ ଯୋଷେଫଙ୍କୁ ଦେଖିବାକୁ ଗଲେ।
ବିଶେଷ କାର୍ଯ୍ୟ ପାଇଁ ସାତ ଜଣଙ୍କୁ ବାଛିଲେ
6 ଏହି ସମୟ ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିଗଲା। ସେତେବେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ବିଧବାମାନଙ୍କୁ ଉଚିତ୍ ପରିମାଣରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା। 2 ତେଣୁ ପ୍ରେରିତମାନେ ସମ୍ପୂର୍ଣ୍ଣ ଶିଷ୍ୟ ମଣ୍ଡଳୀକୁ ଡାକି କହିଲେ,
“ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭରରେ ଅବହେଳା କରିବା ଠିକ୍ ହେବ ନାହିଁ। ଖାଦ୍ୟ ବଣ୍ଟନରେ ସମୟ ଦେବା ଅପେକ୍ଷା ପ୍ରଗ୍ଭର କାର୍ଯ୍ୟ ଗ୍ଭଲୁ ରଖିବା ଆମ୍ଭପକ୍ଷେ ଯଥାର୍ଥ ହେବ। 3 ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ। 4 ତେବେ ଆମ୍ଭେମାନେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନାରେ ଦେଇ ପାରିବୁ।”
5 ସେହି ଦଳର ସମସ୍ତେ ଏହି ଚିନ୍ତାଧାରାକୁ ପସନ୍ଦ କଲେ। ସେମାନେ ନିଜ ମଧ୍ୟରୁ ସ୍ତିଫାନ, ଯେ କି ପବିତ୍ରଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ନୀକଲାୟଙ୍କୁ (ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହୋଇଥିଲେ)। 6 ସେମାନେ ଏହି ଲୋକମାନଙ୍କୁ ପ୍ରେରିତମାନଙ୍କ ପାଖରେ ଉପସ୍ଥିତ କରାଇଲେ। ପ୍ରେରିତମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହାତ ରଖିଲେ।
7 ଏହିପରି ଭାବରେ ପରମେଶ୍ୱରଙ୍କର ବାକ୍ୟ ଗ୍ଭରିଆଡ଼େ ବ୍ୟାପିଗଲା। ଯିରୁଶାଲମରେ ଶିଷ୍ୟମାନଙ୍କର ସଂଖ୍ୟା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ ଓ ପାଳନ କଲେ।
2010 by World Bible Translation Center