Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 34:1-8

ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।

34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
    ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
    ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
    ତାଙ୍କ ନାମର ମହିମା କୀର୍ତ୍ତନ କର।
ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
    ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
    ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
    ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
    ଓ ସଦାପ୍ରଭୁ ତାହା ଶୁଣିଲେ
    ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
    ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 28:20-25

20 ଶାଉଲ ସେହିକ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ଶାମୁୟେଲଙ୍କ କଥାରେ ତାଙ୍କର ବହୁତ ଭୟ ଜାତ ହେଲା। ଶାଉଲ ମଧ୍ୟ ବହୁତ ଦୁର୍ବଳ ଥିଲେ। କାରଣ ସେ ସେଦିନ ଓ ରାତି କିଛି ଆହାର କରି ନ ଥିଲେ।

21 ସେହି ସ୍ତ୍ରୀଲୋକଟି ଶାଉଲଙ୍କ ନିକଟକୁ ଆସି ଦେଖିଲା ଯେ, ସେ ଅତି ଭୟଭୀତ ଥିଲା। ସେ କହିଲା, “ଦେଖ, ମୁଁ ତୁମ୍ଭର ଦାସୀ ମୁଁ ତୁମ୍ଭକୁ ସମ୍ମାନ କରୁଛି। ମୁଁ ମୋର ଜୀବନକୁ ସଙ୍କଟାପୂର୍ଣ୍ଣ କରି ତୁମ୍ଭେ ଯାହା କହିଲ, ମୁଁ ତାହା କଲି। 22 ଦୟା ପୂର୍ବକ ମୋ’ କଥା ଟିକେ ଶୁଣନ୍ତୁ। ଆପଣଙ୍କୁ କିଛି ଖାଦ୍ୟ ଦେବା ପାଇଁ ଅନୁମତି ଲୋଡ଼ୁଛି। ଆପଣ ନିଶ୍ଚିତ ଖାଇବେ, ତା'ପରେ ଆପଣ ଶକ୍ତି ପାଇ ଆପଣା ବାଟରେ ଗ୍ଭଲିଯିବେ।”

23 କିନ୍ତୁ ସେ କହିଲେ, ଶାଉଲ ମନା କଲେ, “ମୁଁ କିଛି ଖାଇବି ନାହିଁ।”

ଶାଉଲର ଦାସମାନେ ଓ ସେହି ସ୍ତ୍ରୀଲୋକଟି ସହ ମିଶି ତାଙ୍କୁ କିଛି ଖାଇବା ପାଇଁ ପ୍ରସ୍ତୁତ କଲେ। ଶେଷରେ ଶାଉଲ ସେମାନଙ୍କର କଥା ରକ୍ଷା କଲେ ଓ ଭୂମିରୁ ଉଠିଲେ ଓ ବସିଲେ। 24 ସେହି ସ୍ତ୍ରୀଲୋକଟାର ଏକ ସୁସ୍ଥସବଳ ବାଛୁରି ତା'ର ଗୃହରେ ଥିଲା। ସେ ତାଙ୍କୁ ମାରିଲା ଓ ଅଟା ନେଇ ଦଳିଲା ଓ ତାକୁ ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲା। 25 ସେହି ସ୍ତ୍ରୀଲୋକଟି ଖାଦ୍ୟଦ୍ରବ୍ୟ ନେଇ ଶାଉଲ ଓ ତା'ର ଦାସମାନଙ୍କୁ ପରଷିଲା, ଶାଉଲ ଏବଂ ଦାସମାନେ ଖାଇଲେ। ସେହି ରାତ୍ରିରେ ସେମାନେ ସେ ସ୍ଥାନ ପରିତ୍ୟାଗ କଲେ।

ରୋମୀୟଙ୍କ ପ୍ରତି ପତ୍ର 15:1-6

15 ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ। ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ସେମାନଙ୍କ ବିଶ୍ୱାସକୁ ବଳବାନ କରିବା ଓ ବଢ଼ାଇବା ଦୃଷ୍ଟିରୁ ଆମ୍ଭେ ସେମାନଙ୍କ ପାଇଁ କ’ଣ ଭଲ ତାହା ଭାବିବା ଉଚିତ୍। ଖ୍ରୀଷ୍ଟ ମଧ୍ୟ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରି ନ ଥିଲେ। ତାହାଙ୍କ ବିଷୟରେ ଶାସ୍ତ୍ର କୁହେ: “ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସେମାନେ ମୋର ବି ଅପମାନ କରିଛନ୍ତି।”(A) ଶାସ୍ତ୍ରରେ ଯେଉଁ କଥା ମାନ ଲେଖା ଅଛି, ସେଗୁଡ଼ିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢ଼େ ଓ ଆମ୍ଭେ ଭରସା ଲାଭ କରୁ। ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ମିଳିମିଶି ରୁହ। ତା'ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ୱରଙ୍କୁ ମହିମା ପ୍ରଦାନ କରି ପାରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center