Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 107:1-3

ପଞ୍ଚମ ପୁସ୍ତକ

(ଗୀତସଂହିତା 107–150)

107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
    ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
    ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
    ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।

ଗୀତସଂହିତା 107:33-43

33 ପରମେଶ୍ୱର ନଦନଦୀକୁ ମରୁଭୂମିରେ ପରିଣତ କରି ପାରିବେ
    ଏବଂ ଝରଣାର ଜଳସ୍ରୋତକୁ ବନ୍ଦ କରି ପାରନ୍ତି।
34 ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି।
    କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।
35 କିନ୍ତୁ ପରମେଶ୍ୱର ମଧ୍ୟ ମରୁଭୂମିକୁ ଜଳାଶୟରେ ପରିବର୍ତ୍ତିତ କରି ପାରନ୍ତି।
    ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
36 ପରମେଶ୍ୱର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗେଇ ନିଅନ୍ତି।
    ଏବଂ ସେଠାରେ ସେମାନେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
37 ସେହି ଲୋକମାନେ ସେମାନଙ୍କର ଜମିରେ ବୀଜ ରୋପଣ କଲେ ଓ ସେମାନେ ଦ୍ରାକ୍ଷାଲତା ଲଗେଇଲେ
    ଏବଂ ଭଲ ଫସଲ ଅମଳ କରି ପାରନ୍ତି।
38 ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି।
    ତହିଁରେ ସେମାନେ ଅତିଶୟ ବୃଦ୍ଧି ପା’ନ୍ତି।
    ଏବଂ ସେମାନଙ୍କର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
39 ଯେତେବେଳେ ପରମେଶ୍ୱରଙ୍କର ଲୋକମାନେ ଛୋଟ ହୋଇଗଲେ
    ଏବଂ ଅତ୍ୟାଗ୍ଭର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।
40 ପରମେଶ୍ୱର ସେମାନଙ୍କର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ୟାଗ୍ଭର କରିଥିଲେ।
    ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
41 କିନ୍ତୁ ପରମେଶ୍ୱର ସେହି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ।
    ସେ ସେମାନଙ୍କର ପରିବାରକୁ ମେଷପଲ ତୁଲ୍ୟ ପାଳନ କରନ୍ତି।
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ
    ଏବଂ ଦୁଷ୍ଟ ଲୋକମାନେ କ’ଣ କହିବା କଥା ତାହା ଜାଣନ୍ତି ନାହିଁ।
43 ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ।
    ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 55:1-9

ପରମେଶ୍ୱରଦତ୍ତ “ଖାଦ୍ୟ” ପ୍ରକୃତ ସନ୍ତୋଷ ଦିଏ

55 “ହେ ତୃଷାର୍ତ୍ତଗଣ, ତୁମ୍ଭେମାନେ ଜଳ ନିକଟକୁ ଆସ,
    ପୁଣି ଅର୍ଥଶୂନ୍ୟ ବ୍ୟକ୍ତି ମଧ୍ୟ ଆସୁ।
ତୁମ୍ଭେମାନେ ଆସ, କିଣ ଓ ଭୋଜନ କର।
    ହଁ, ଆସ, ଅର୍ଥ ଓ ବିନା ମୂଲ୍ୟରେ ଦ୍ରାକ୍ଷାରସ ଓ ଦୁ‌ଗ୍‌ଧ କିଣ।
ଅଖାଦ୍ୟ ପାଇଁ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ।
    ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ।
ତେଣୁ ମନୋଯୋଗ ସହକାରେ ଆମ୍ଭ କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର।
    ପୁଣି ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହେବାକୁ ଦିଅ।
କର୍ଣ୍ଣଡେରି ଶୁଣ ଓ ଆମ୍ଭ ନିକଟକୁ ଆସ।
    ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ।
ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି
    ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।
ଦେଖ, ଆମ୍ଭେ ତାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀରୂପେ,
    ଗୋଷ୍ଠୀବର୍ଗରେ ଶାସକ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ।”

ଅଜ୍ଞାତ ଗୋଷ୍ଠୀକୁ ତୁମ୍ଭେ ଆହ୍ୱାନ କରିବ
    ଓ ତୁମ୍ଭକୁ ନ ଜାଣିଥିବା ଗୋଷ୍ଠୀ ତୁମ୍ଭ ନିକଟକୁ ଦୌଡ଼ିବେ।
ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପାଇଁ ଏହା ଘଟିବ।
    କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଅଛନ୍ତି।
ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କର,
    ଯେହେତୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳିଅଛି।
ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି,
    ସେ ପର୍ଯ୍ୟନ୍ତ ତାଙ୍କୁ ପ୍ରାର୍ଥନା କର।
ଦୁଷ୍ଟାଗ୍ଭରୀ ତା'ର ମନ୍ଦକାର୍ଯ୍ୟ
    ଓ ଅଧାର୍ମିକ ତା'ର ମନ୍ଦ ଚିନ୍ତା ପରିତ୍ୟାଗ କରୁ।
ସେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସୁ ଏବଂ ସେ ତାକୁ ଦୟା କରିବେ।
    ସେ ତାକୁ କ୍ଷମା କରି ଦେବେ।
ତାକୁ ପରମେଶ୍ୱରଙ୍କ ପାଖକୁ ଫେରିବାକୁ ଛାଡ଼ିଦିଅ।
    ସେ ତାକୁ ବହୁଳ ଭାବରେ କ୍ଷମା କରିବେ।

ପରମେଶ୍ୱରଙ୍କୁ ଲୋକେ ବୁଝିବେ ନାହିଁ

ସଦାପ୍ରଭୁ କୁହନ୍ତି, “ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ
    ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ।
ସଦାପ୍ରଭୁ ସ୍ୱୟଂ ଏହିକଥା କହିଛନ୍ତି, ଯେପରି ପୃଥିବୀଠାରୁ ସ୍ୱର୍ଗମଣ୍ଡଳ ଉଚ୍ଚତର
    ସେହିପରି ଆମ୍ଭର ଚିନ୍ତାଧାରା ତୁମ୍ଭମାନଙ୍କର ଚିନ୍ତାଧାରାଠାରୁ ଉଚ୍ଚତର।
    ସେହିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କ ମାର୍ଗଠାରୁ ଉଚ୍ଚତର।”

ମାର୍କ ଲିଖିତ ସୁସମାଗ୍ଭର 8:1-10

ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ

(ମାଥିଉ 15:32-39)

ଆଉ ଥରେ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସେମାନଙ୍କର କିଛି ଖାଇବାକୁ ନ ଥିଲା। ତେଣୁ ଯୀଶୁ ଶିଷ୍ୟମାନଙ୍କୁ ପାଖକୁ ଡକାଇ କହିଲେ, “ଏ ଲୋକମାନଙ୍କ ପାଇଁ ମୋତେ ବଡ଼ ଦୁଃଖ ଲାଗୁଛି। ସେମାନେ ମୋ’ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। କିଛି ନ ଖୁଆଇ, ସେମାନଙ୍କୁ ଯଦି ମୁଁ ପଠାଇ ଦିଏ, ତେବେ ସେମାନେ ମୂର୍ଚ୍ଛା ହୋଇ ରାସ୍ତାରେ ଢଳି ପଡ଼ିବେ। କେତେକ ଲୋକ ବହୁତ ଦୂରରୁ ଆସିଛନ୍ତି।”

ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇ ପାରିବୁ?”

ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କ ପାଖରେ କେତେଖଣ୍ଡ ରୋଟୀ ଅଛି?”

ସେମାନେ ଉତ୍ତର ଦେଲେ, “ଆମ୍ଭମାନଙ୍କ ପାଖରେ ସାତଖଣ୍ଡ ଅଛି।”

ତା'ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ଯିବାକୁ କହିଲେ। ସେ ସାତଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଶିଷ୍ୟମାନଙ୍କୁ ଦେଲେ। ସେମାନେ ସେଇଆ କଲେ। ଶିଷ୍ୟମାନଙ୍କ ପାଖରେ ମଧ୍ୟ ଅଳ୍ପ କିଛି ଛୋଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ତାହା ଲୋକଙ୍କ ଭିତରେ ବାଣ୍ଟି ଦେବାକୁ କହିଲେ।

ସବୁ ଲୋକ ଖାଇ ତୃପ୍ତ ହେଲେ। ତା'ପରେ ସେମାନେ ବଳକା ଟୁକୁରା ତକ ଏକାଠି କରି ସାତୋଟି ଟୋକେଇରେ ଭର୍ତ୍ତିକଲେ। ସେଠାରେ ପ୍ରାୟ କେବଳ ଗ୍ଭରି ହଜାର ପୁରୁଷ ଖାଇଥିଲେ। ସେମାନେ ଖାଇଲା ପରେ ଯୀଶୁ ସେମାନଙ୍କୁ ବିଦାୟ କରିଦେଲେ। 10 ତା'ପରେ ଯୀଶୁ ଶିଷ୍ୟମାନଙ୍କ ସହ ଡଙ୍ଗାରେ ବସି ଦ‌ଲ୍‌ମନୂଥା ଅଞ୍ଚଳକୁ ଗ୍ଭଲିଗଲେ। ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହିଁଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center