Revised Common Lectionary (Complementary)
ପଞ୍ଚମ ପୁସ୍ତକ
(ଗୀତସଂହିତା 107–150)
107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
33 ପରମେଶ୍ୱର ନଦନଦୀକୁ ମରୁଭୂମିରେ ପରିଣତ କରି ପାରିବେ
ଏବଂ ଝରଣାର ଜଳସ୍ରୋତକୁ ବନ୍ଦ କରି ପାରନ୍ତି।
34 ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି।
କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।
35 କିନ୍ତୁ ପରମେଶ୍ୱର ମଧ୍ୟ ମରୁଭୂମିକୁ ଜଳାଶୟରେ ପରିବର୍ତ୍ତିତ କରି ପାରନ୍ତି।
ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
36 ପରମେଶ୍ୱର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗେଇ ନିଅନ୍ତି।
ଏବଂ ସେଠାରେ ସେମାନେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
37 ସେହି ଲୋକମାନେ ସେମାନଙ୍କର ଜମିରେ ବୀଜ ରୋପଣ କଲେ ଓ ସେମାନେ ଦ୍ରାକ୍ଷାଲତା ଲଗେଇଲେ
ଏବଂ ଭଲ ଫସଲ ଅମଳ କରି ପାରନ୍ତି।
38 ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି।
ତହିଁରେ ସେମାନେ ଅତିଶୟ ବୃଦ୍ଧି ପା’ନ୍ତି।
ଏବଂ ସେମାନଙ୍କର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
39 ଯେତେବେଳେ ପରମେଶ୍ୱରଙ୍କର ଲୋକମାନେ ଛୋଟ ହୋଇଗଲେ
ଏବଂ ଅତ୍ୟାଗ୍ଭର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।
40 ପରମେଶ୍ୱର ସେମାନଙ୍କର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ୟାଗ୍ଭର କରିଥିଲେ।
ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
41 କିନ୍ତୁ ପରମେଶ୍ୱର ସେହି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ।
ସେ ସେମାନଙ୍କର ପରିବାରକୁ ମେଷପଲ ତୁଲ୍ୟ ପାଳନ କରନ୍ତି।
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ
ଏବଂ ଦୁଷ୍ଟ ଲୋକମାନେ କ’ଣ କହିବା କଥା ତାହା ଜାଣନ୍ତି ନାହିଁ।
43 ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ।
ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।
16 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଡାକ। ସେମାନଙ୍କୁ ସମାଗମ-ତମ୍ବୁ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଛିଡ଼ା ହେବା ଉଚିତ୍। 17 ମୁଁ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠାରେ ଯେଉଁ ଆତ୍ମା ଅଛି ତହିଁରୁ ନେଇ ସେମାନଙ୍କୁ ଦେବା, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବ ନାହିଁ, ସେଥିପାଇଁ ସେମାନେ ମଧ୍ୟ ତୁମ୍ଭ ସହିତ ଦାୟିତ୍ୱ ଭାର ବହନ କରିବେ।
18 “ଲୋକମାନଙ୍କୁ କୁହ, କାଲି ପାଇଁ ନିଜକୁ ପବିତ୍ର କର। ଆଉ ତୁମ୍ଭେମାନେ ମାଂସ ଖାଇବ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚରରେ କହିଅଛ, ‘କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଂ ମିଶର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା!’ ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଖାଇବାକୁ ଦେବେ। 19 ତୁମ୍ଭେମାନେ ଦିନେ କି ଦୁଇ ଦିନ କି ପାଞ୍ଚ ଦିନ କି ଦଶ ଦିନ କି କୋଡ଼ିଏ ଦିନ ଖାଇବ ତାହା ନୁହେଁ। 20 ତୁମ୍ଭେ ସମ୍ପୂର୍ଣ୍ଣ ଏକ ମାସ ମାଂସ ଭକ୍ଷ୍ୟଣ କରିବ। ତୁମ୍ଭେ ମାଂସକୁ ଭକ୍ଷ୍ୟଣ କରିବ, ଘୃଣାଯୋଗ୍ୟ ନ ହେବା ପର୍ଯ୍ୟନ୍ତ। ଆଉ ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନ ହୁଏ। କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରତ୍ୟାଖ୍ୟାନ କରିଛ, ଯିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭେମାନେ ତାଙ୍କଠାରେ ଆପତ୍ତି କରିବ ଏହା କହି, ‘ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ?’”
21 ତେବେ ମୋଶା କହିଲେ, “ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି ସେମାନେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, ‘ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ!’ 22 ସେମାନଙ୍କୁ ଯୋଗାଇବା ପାଇଁ ପଲ ମଧ୍ୟରୁ ସମସ୍ତ ଗୋମେଷ ବଧ କଲେ ମଧ୍ୟ ଏକ ମାସ ପାଇଁ ଅଣ୍ଟିବ ନାହିଁ। ଆଉ ସମୁଦ୍ରର ସମସ୍ତ ମାଛ ସେମାନଙ୍କୁ ଯଥେଷ୍ଟ ନୁହେଁ!”
23 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “କ’ଣ ସଦାପ୍ରଭୁଙ୍କ ଶକ୍ତି ସିମୀତ? ତୁମ୍ଭେମାନେ ବର୍ତ୍ତମାନ ଦେଖିବ, ଯଦି ସଦାପ୍ରଭୁଙ୍କ ବାକ୍ୟ ତୁମ୍ଭ ପ୍ରତି ସତ ହେବ।”
ଭାଟୋଇ ପକ୍ଷୀଙ୍କ ଆଗମନ
31 ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାୟୁ ବହିଲା ଓ ତାହା ସମୁଦ୍ରରୁ ଭାଟୋଇ ପକ୍ଷୀ ଆଣିଲା। ସେମାନଙ୍କର ସଂଖ୍ୟା ଏତେ ଅଧିକ ହେଲା ଯେ ସେମାନେ ଛାଉଣିର ଚତୁର୍ଦ୍ଦିଗରେ ଏପାଖେ ଦିନକର ପଥ ଓ ସେ ପାଖେ ଦିନକର ପଥ ପର୍ଯ୍ୟନ୍ତ ବ୍ୟାପି ରହିଲେ। ସେମାନେ ଭୂମିଠାରୁ ପ୍ରାୟ ଦୁଇ ଫୁଟ ବହଳରେ ଗଦା ହୋଇଗଲେ। 32 ତହିଁରେ ଲୋକମାନେ ଛିଡ଼ା ହୋଇ ସେହି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସେହି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କେହି ଦଶ ବୁଶେଲରୁ ଊଣା ସଂଗ୍ରହ କଲା ନାହିଁ। ଆଉ ସେମାନେ ନିଜ ପାଇଁ ଛାଉଣିର ଗ୍ଭରିଆଡ଼େ ତାହା ବିଛାଇ ରଖିଲେ।
କିଭଳି ଜୀବନ-ଯାପନ କରିବା ଉଚିତ୍
17 ପ୍ରଭୁଙ୍କ ନାମରେ ମୁଁ ସତର୍କ କରି ଦେଉଛି ଯେ ଅବିଶ୍ୱାସୀ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ସେମାନଙ୍କ ବିଗ୍ଭରର କିଛି ମୂଲ୍ୟ ନାହିଁ। 18 ସେମାନେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସେମାନେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ୱର ପ୍ରଦତ୍ତ ଜୀବନ ସେମାନେ ପାଇ ପାରିବେ ନାହିଁ। 19 ସେମାନଙ୍କର ଲଜ୍ଜା ନାହିଁ। ସେମାନେ ମନ୍ଦ କାର୍ଯ୍ୟ କରି ଜୀବନଯାପନ କରନ୍ତି। ସବୁ ପ୍ରକାରର ମନ୍ଦ କାମ ଅଧିକରୁ ଅଧିକ ରୂପେ କରିବାକୁ ସେମାନଙ୍କର ଇଚ୍ଛା। 20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା ଶିଖିଲ, ସେଗୁଡ଼ିକ ଏହି ମନ୍ଦ କାମଠାରୁ ଭିନ୍ନ। 21 ମୁଁ ଜାଣେ ତୁମ୍ଭେମାନେ ତାହାଙ୍କ ବିଷୟରେ ଶୁଣିଛ। ତୁମ୍ଭେ ତାଙ୍କଠାରେ ଅଛ, ସେଥିପାଇଁ ତୁମ୍ଭକୁ ସତ୍ୟ ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। 22 ତୁମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି ଯେ ତୁମ୍ଭର ପୁରୁଣା ଆଚରଣ ଓ ତୁମ୍ଭର ପୂର୍ବର ଜୀବନଯାପନ ଛାଡ଼ିଦିଅ। କାରଣ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଭଲ ପାଇବାରୁ ତଦ୍ଦ୍ୱାରା ପ୍ରବଞ୍ଚିତ ହୁଅନ୍ତି ଓ ତାହା ଫଳରେ ପୁରୁଣା ରୂପ ଦ୍ୱାରା ମନ୍ଦ ଆହୁରି ହୋଇଯାଏ। 23 ମାତ୍ର, ତୁମ୍ଭମାନଙ୍କୁ ହୃଦୟରେ ଓ ଭାବନାରେ ନୂତନ ହେବାକୁ ପଡ଼ିବ। 24 ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ୟକ୍ତି ସ୍ୱରୂପ ହୋଇ ପରମେଶ୍ୱରଙ୍କ ଭଳି ପ୍ରକୃତରେ ଭଲ ଓ ପବିତ୍ର ହେବାକୁ ପଡ଼ିବ।
2010 by World Bible Translation Center