Revised Common Lectionary (Complementary)
2 ଏହା ପରେ ସମଗ୍ର ଇସ୍ରାଏଲୀୟ ସମାଜ ମରୁଭୂମିଠାରେ ମୋଶା ଓ ହାରୋଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ। 3 ଲୋକମାନେ କହିଲେ, “ଏହା ବହୁତ ଭଲ ହୋଇଥା’ନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରେ ହତ୍ୟା କରିଥା’ନ୍ତେ। ସେଠାରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ୟକ ପରିମାଣର ଖାଦ୍ୟ ସେଠାରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠାରେ ଆମ୍ଭକୁ ଭୋକରେ ମାରିବାକୁ ଗ୍ଭହଁ କି?”
4 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ଯାଇ ତାଙ୍କର ଆବଶ୍ୟକ ପରିମାଣରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡ଼ିବ ଯେ ସେମାନେ ଆମ୍ଭର ବ୍ୟବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ।
9 ଏହା ପରେ ମୋଶା ହାରୋଣଙ୍କୁ କହିଲେ, “ଇସ୍ରାଏଲର ସମସ୍ତ ଲୋକଙ୍କୁ, ‘ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ ହେବାକୁ କୁହ। ଯେହେତୁ ସେ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଲେ।”’
10 ଯେତେବେଳେ ହାରୋଣ ଇସ୍ରାଏଲୀୟମାନଙ୍କୁ କହିଲେ, ସେମାନେ ମରୁଭୂମି ଆଡ଼କୁ ବୁଲି ଗ୍ଭହିଁଲେ। ହଠାତ୍ ମେଘ ମଧ୍ୟରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।
11 ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ଆମ୍ଭେ ଇସ୍ରାଏଲର ଅଭିଯୋଗ ଶୁଣିଅଛୁ। ତେଣୁ ସେମାନଙ୍କୁ କୁହ, ‘ଆଜି ରାତିରେ ତୁମ୍ଭେମାନେ ମାଂସ ଭକ୍ଷ୍ୟଣ କରିବ। ଏବଂ ପ୍ରଭାତରେ ତୁମ୍ଭର ଆବଶ୍ୟକ ପରିମାଣର ରୋଟୀ ଖାଇବ। ଏଥିରେ ତୁମ୍ଭେମାନେ ଜାଣି ପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।’”
13 ସେହି ରାତିରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣିକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତରେ ଛାଉଣି ସ୍ଥାନରେ ଗ୍ଭରିଆଡ଼େ କାକରର ଏକ ସ୍ତର ଥିଲା। 14 ଏହା ପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିଯିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ମରୁଭୂମି ଉପରେ ପଡ଼ି ରହିଲା। 15 ଇସ୍ରାଏଲର ଲୋକମାନେ ଏହାକୁ ଦେଖି କଥାବାର୍ତ୍ତା ହେଲେ। “ଏଗୁଡ଼ିକ କ’ଣ?” ସେମାନେ ଏପରି କହିଲେ କାରଣ ସେମାନେ ଜାଣି ନ ଥିଲେ ଏଗୁଡ଼ିକ କ’ଣ ଥିଲା। ତେଣୁ ସେମାନେ ମୋଶାଙ୍କୁ ପଗ୍ଭରିଲେ, ତେଣୁ ମୋଶା ସେମାନଙ୍କୁ କହିଲେ, “ଏଗୁଡ଼ିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ।
23 କିନ୍ତୁ ଏହା ପରେ ପରମେଶ୍ୱର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ
ଓ ଆକାଶର ଦ୍ୱାର ଖୋଲିଲେ।
24 ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷା କରାଇଲେ
ଏବଂ ସେ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
25 ଲୋକମାନେ ପରାକ୍ରମୀଗଣର ଆହାର ଭୋଜନ କଲେ।
ପରମେଶ୍ୱର ସେମାନେ ଖାଇ ତୃପ୍ତି ହେବା ପର୍ଯ୍ୟନ୍ତ ସେହିସବୁ ପ୍ରକାର ଖାଦ୍ୟ ଯୋଗାଇଲେ।
26 ପରମେଶ୍ୱର ଆକାଶରେ ପୂର୍ବୀୟବାୟୁ ବୁହାଇଲେ
ଓ ସେ ତାଙ୍କର ଶକ୍ତି ଦ୍ୱାରା ଦକ୍ଷିଣବାୟୁ ଆଣିଲେ।
27 ପରମେଶ୍ୱର ତାଙ୍କର ଲୋକମାନଙ୍କ ଉପରେ ସେମାନଙ୍କର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ।
ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ୟ ବହୁତ ଥିଲେ।
28 ଏହି ପକ୍ଷୀମାନେ ସେମାନଙ୍କ ତମ୍ବୁର ଚତୁର୍ଦ୍ଦିଗରେ
ଛାଉଣି ଭିତରେ ପଡ଼ିଲେ।
29 ସେମାନେ ତୃପ୍ତି ହେବା ପର୍ଯ୍ୟନ୍ତ ଖାଇଲେ।
ସେମାନେ ଯାହା ଗ୍ଭହିଁଲେ, ପରମେଶ୍ୱର ସେମାନଙ୍କୁ ଦେଲେ।
ଶରୀରର ଏକତା
4 ମୁଁ ପ୍ରଭୁଙ୍କର ହୋଇ ଥିବାରୁ କାରାଗାରରେ ବନ୍ଦୀରୂପେ ଅଛି। ତୁମ୍ଭମାନଙ୍କୁ ପରମେଶ୍ୱର ନିଜ ଲୋକ ବୋଲି ବାଛିଛନ୍ତି। ଅତଏବ ପରମେଶ୍ୱରଙ୍କ ଲୋକମାନେ ଯେଉଁଭଳି ଜୀବନଯାପନ କରିବା ଉଚିତ୍, ତୁମ୍ଭେମାନେ ସେହିଭଳି ଜୀବନଯାପନ କର। 2 ସବୁବେଳେ ନମ୍ର, ଭଦ୍ର, ଧୈର୍ଯ୍ୟବାନ ହୁଅ। ପରସ୍ପରକୁ ପ୍ରେମରେ ଗ୍ରହଣ କର। 3 ତୁମ୍ଭେ ସମସ୍ତେ ପବିତ୍ରଆତ୍ମାଙ୍କ ଦ୍ୱାରା ଶାନ୍ତିର ବନ୍ଧନରେ ଏକତ୍ର ହୋଇ ରୁହ। ଏହିଭଳି ରହିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କର। ଆତ୍ମାଦତ୍ତ ଶାନ୍ତି ତୁମ୍ଭକୁ ବାନ୍ଧି ରଖୁ। 4 ଶରୀର ଏକ, ପବିତ୍ରଆତ୍ମା ମଧ୍ୟ ଏକ। ପରମେଶ୍ୱର ତୁମ୍ଭମାନଙ୍କୁ ଏକ ଭରସା ପାଇବା ପାଇଁ ଡାକି ଥିଲେ। 5 ପ୍ରଭୁ ଏକ, ବିଶ୍ୱାସ ଏକ ଓ ବାପ୍ତିସ୍ମ ମଧ୍ୟ ଏକ। 6 ପରମେଶ୍ୱର ଜଣେ ଓ ସେ ହେଉଛନ୍ତି ପ୍ରତ୍ୟେକ ବିଷୟର ପିତା। ସେ ସମସ୍ତଙ୍କୁ ଶାସନ କରନ୍ତି, ଓ ସମସ୍ତଙ୍କର ସ୍ୱାମୀ ଅଟନ୍ତି। ସେ ସବୁଠାରେ ଓ ସମସ୍ତଙ୍କ ଅନ୍ତରରେ ଅଛନ୍ତି।
7 ଖ୍ରୀଷ୍ଟ ଆମ୍ଭ ପ୍ରତ୍ୟେକଙ୍କୁ ଗୋଟିଏ ବିଶେଷ ଅନୁଗ୍ରହ ଦାନ ଦେଇଛନ୍ତି। 8 ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସାରେ ସେହି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁହେ:
“ସେ ଆକାଶର ଉଚ୍ଚକୁ ଗଲେ;
ସେ ବନ୍ଦୀମାନଙ୍କୁ ନିଜ ସହିତ ନେଲେ,
ଓ ସେ ଲୋକମାନଙ୍କୁ ଅନୁଗ୍ରହ ଦାନ ଦେଲ।’’(A)
9 “ଉଚ୍ଚକୁ ଗଲେ” କହିବାର ଅର୍ଥ ଯେ, ସେ ପ୍ରଥମେ ପୃଥିବୀର ନୀଚ୍ଚ ସ୍ଥାନକୁ ଆସିଥିଲେ। 10 ଯେଉଁ ଖ୍ରୀଷ୍ଟ ନୀଚ୍ଚକୁ ଆସିଥିଲେ ସେ ହିଁ ଉଚ୍ଚକୁ ଗଲେ। ସେ ଉଚ୍ଚତମ ଆକାଶକୁ ଗଲେ ଯେପରି ସେ ନିଜକୁ ପୂର୍ଣ୍ଣ କରନ୍ତି। 11 ଏବଂ ସେହି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲ ଅର୍ଥାତ୍ କେତେକ ଲୋକଙ୍କୁ ସେ ପ୍ରେରିତ ହେବା ପାଇଁ, କେତେକଙ୍କୁ ଭବିଷ୍ୟଦ୍ବକ୍ତା ହେବା ପାଇଁ, କେତେକଙ୍କୁ ସୁସମାଗ୍ଭର କହିବା ପାଇଁ ଓ କେତେକଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା ଦେବା ପାଇଁ। 12 ପରମେଶ୍ୱରଙ୍କ ଲୋକମାନେ ତାଙ୍କର ସେବା କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହେବେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସେମାନଙ୍କୁ ଦେଲେ। ଏହା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀରସ୍ୱରୂପ ଆମ୍ଭେମାନେ ମଧ୍ୟ ଦୃଢ଼ ଓ ବଳବାନ ହେବା। 13 ସମସ୍ତ ଲୋକେ ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟକ ସମାନ ବିଶ୍ୱାସ ଓ ସମାନ ଜ୍ଞାନ ସହିତ ଏକତ୍ର ହେବା ପର୍ଯ୍ୟନ୍ତ ଏହି କାମ ଗ୍ଭଲିଥିବା ନିତାନ୍ତ ଆବଶ୍ୟକ, ଯେପର୍ଯ୍ୟନ୍ତ ଆମ୍ଭେ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧ ଓ ସମ୍ପୂର୍ଣ୍ଣ ନ ହୋଇଛୁ, ସେ ପର୍ଯ୍ୟନ୍ତ ଆମ୍ଭକୁ ବୃଦ୍ଧି ପାଇ ପୂର୍ଣ୍ଣବୟସ୍କ ହେବାକୁ ପଡ଼ିବ।
14 ତା'ହେଲେ ଆମ୍ଭେ ଆଉ ଶିଶୁ ହୋଇ ରହିବା ନାହିଁ। ସମୁଦ୍ରରେ ଜାହାଜ ଲହରୀ ହେତୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରତ୍ୟେକ ପ୍ରକାରର ନୂତନ ଉପଦେଶ ଦ୍ୱାରା ଆମ୍ଭେ ଏଣେତେଣେ ଆଉ ଭାସି ଯିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନାରେ ଚ୍ଛନ୍ଦନ୍ତି, 15 ନା! ଆମ୍ଭେ ପ୍ରେମ ସହକାରେ ସତ୍ୟ କହିବା। ଆମ୍ଭେ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହେବା। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର। 16 ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରତ୍ୟେକ ଅଙ୍ଗ ଏକାଠି ଯୋଡ଼ି ହୋଇ ରହିଛନ୍ତି। ପ୍ରତ୍ୟେକ ଅଙ୍ଗ ନିଜ ନିଜର କାର୍ଯ୍ୟ କରନ୍ତି। ଏହା ଦ୍ୱାରା ସମଗ୍ର ଶରୀର ପ୍ରେମରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ।
24 ଲୋକମାନେ ସେଠାରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ନ ଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗା ଗୁଡ଼ିକରେ ଯାତ୍ରା କରି ଯୀଶୁଙ୍କୁ ଖୋଜିବା ପାଇଁ କଫର୍ନାହୂମକୁ ଗଲେ।
ଯୀଶୁ, ଜୀବନ ସ୍ୱରୂପ ଖାଦ୍ୟ
25 ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଆପଣ ଏଠାକୁ କେତେବେଳେ ଆସିଲେ?”
26 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଛ? ମୁଁ କରିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ମୋର ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମୋତେ ଖୋଜୁଛ କି? ତା’ ନୁହେଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହୋଇଥିବାରୁ ତୁମ୍ଭେମାନେ ମୋତେ ଖୋଜୁଛ। 27 ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”
28 ଲୋକମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ କ'ଣ କ'ଣ କରିବା ଉଚିତ୍ ବୋଲି ପରମେଶ୍ୱର ଗ୍ଭହାନ୍ତି?”
29 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱର ଗ୍ଭହାନ୍ତି, ଯେ ସେ ଯାହାଙ୍କୁ ପଠାଇଛନ୍ତି, ତାହାଙ୍କଠାରେ ତୁମ୍ଭେମାନେ ବିଶ୍ୱାସ କର।”
30 ତେଣୁ ଲୋକମାନେ ପଗ୍ଭରିଲେ, “ତୁମ୍ଭକୁ ଯେ ପରମେଶ୍ୱର ପଠାଇଛନ୍ତି, ଏ କଥା ତୁମ୍ଭେ କେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦ୍ୱାରା ପ୍ରମାଣ କରି ଦେଖାଇବ? ତୁମ୍ଭେ ଯଦି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଆମ୍ଭକୁ କରି ଦେଖାଇବ, ତେବେ ଆମ୍ଭେ ତୁମ୍ଭକୁ ବିଶ୍ୱାସ କରିବୁ। ତୁମ୍ଭେ କ'ଣ କରିବ? 31 ଆମ୍ଭର ପିତୃପୁରୁଷମାନେ ମରୁଭୂମିରେ ମାନ୍ନା[a] ଖାଇଥିଲେ, ତାହା ପରମେଶ୍ୱର ସେମାନଙ୍କୁ ଦେଇଥିଲେ। ଧର୍ମଶାସ୍ତ୍ରରେ ଲେଖା ଅଛି: ‘ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଖାଇବାକୁ ଦେଇଥିଲେ।’”(A)
32 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ସ୍ୱର୍ଗର ଖାଦ୍ୟ ତୁମ୍ଭ ଲୋକମାନଙ୍କୁ ଦେଇଥିବା ଲୋକ ମୋଶା ନୁହନ୍ତି। ମୋର ପରମପିତା ତୁମ୍ଭମାନଙ୍କୁ ସ୍ୱର୍ଗର ପ୍ରକୃତ ଖାଦ୍ୟ ଖାଇବାକୁ ଦିଅନ୍ତି। 33 ପରମେଶ୍ୱରଙ୍କର ଖାଦ୍ୟ କ'ଣ? ପରମେଶ୍ୱରଙ୍କର ଖାଦ୍ୟ ହେଉଛି ଜଣେ ବ୍ୟକ୍ତି ଯିଏ ଜଗତକୁ ଜୀବନ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇଛନ୍ତି।”
34 ଲୋକମାନେ କହିଲେ, “ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।”
35 ତା'ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ।
2010 by World Bible Translation Center