Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 145:10-18

10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
    ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
    ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
    ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
    ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।

ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
    ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ।[a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
    ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
    କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
    ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
    ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
    ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।

ରାଜାବଳୀର ପ୍ରଥମ ପୁସ୍ତକ 19:19-21

ଇଲୀଶାୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ହେଲେ

19 ସେଠାରୁ ଏଲିୟ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖୋଜିବାକୁ ଗଲେ। ଇଲୀଶାୟ ବାରହଳ ବଳଦ ଆଗରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ୱାଦଶ ହଳରେ ଥିଲେ। ଏଲିୟ ତାଙ୍କ ନିକଟକୁ ଗଲେ ଓ ଆପଣା ବସ୍ତ୍ରକୁ ତା’ ଉପରେ ପକାଇଲେ। 20 ତହିଁରେ ଇଲୀଶାୟ ବଳଦ ଛାଡ଼ି ଏଲିୟଙ୍କ ପଛେ ପଛେ ଦୌଡ଼ି କହିଲେ, “ମୁଁ ତୁମ୍ଭଙ୍କୁ ବିନୟ କରୁଛି, ମୋ’ ପିତାମାତାଙ୍କୁ ଚୁମ୍ବନ କରିବାକୁ ମୋତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାୟ ନେଇ ତୁମ୍ଭ ପଛେ ପଛେ ଯିବି।”

ଏଲିୟ ଉତ୍ତର କଲେ, “ତାହା ଉତ୍ତମ କଥା, ଯାଅ, ମୁଁ ତୁମ୍ଭକୁ ଅଟକାଉ ନାହିଁ।”

21 ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନେଇ ବଧ କଲେ ଓ ଯୁଆଳି କାଠରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିୟଙ୍କ ପଶ୍ଚା‌ଦ୍‌ଗମନ କରି ତାଙ୍କର ସାହାଯ୍ୟ କାରୀ ହେଲେ।

କଲସୀୟଙ୍କ ପ୍ରତି ପତ୍ର 1:9-14

ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ:

ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ; 10 ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ; 11 ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ।

ତା'ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ 12 ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି 13 ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି। 14 ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center