Revised Common Lectionary (Complementary)
ଧନ୍ୟବାଦାର୍ଥକ ଗୀତ।
100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
3 ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
4 ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
5 ସଦାପ୍ରଭୁ ଉତ୍ତମ ଅଟନ୍ତି।
ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
ବାବିଲ ବିଷୟରେ ଏକ ବାର୍ତ୍ତା
50 ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ବାବିଲ ବିଷୟରେ ଓ କଲ୍ଦୀୟମାନଙ୍କ ବିଷୟରେ ଏହି ବାର୍ତ୍ତା ଦେଲେ। ତାହା ଏହିପରି:
2 “ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଗ୍ଭର କର।
ଧ୍ୱଜା ଉଠାଇ ପ୍ରଗ୍ଭର କର
ଓ ଗୋପନ ନ ରଖି କୁହ,
‘ବାବିଲ ହସ୍ତଗତ ହେଲା,
ବେଲ ଲଜ୍ଜିତ ହେଲା;
ମରୋଦକ ବିସ୍ମିତ ହେଲା;
ତାହାର ପ୍ରତିମାଗଣ ଲଜ୍ଜିତ ହେଲେ
ଓ ତାହାର ଦେବତା ସକଳ ବିସ୍ମିତ ହେଲେ।’
3 କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ବାବିଲ ବିରୁଦ୍ଧରେ ଆସିବେ।
ସେମାନେ ତାକୁ ଧ୍ୱଂସ କରିବେ।
ତାହା ମଧ୍ୟରେ କେହି ବାସ କରିବେ ନାହିଁ,
ମନୁଷ୍ୟ ଓ ପଶୁ ସେଠାରୁ ପଳାୟନ କରିବେ।
4 ସେ ସମୟରେ ଇସ୍ରାଏଲର ସନ୍ତାନଗଣ
ଓ ଯିହୁଦାର ସନ୍ତାନଗଣ ଏକତ୍ର ହୋଇଯିବେ।
ସେମାନେ କାନ୍ଦି କାନ୍ଦି ଆସିବେ,
ଯେତେବେଳେ ସେମାନେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବେ।
5 ସେମାନେ ସିୟୋନକୁ ଯିବାକୁ ପଥ ପଗ୍ଭରିବେ।
ସେହିଆଡ଼େ ମୁଖକରି ସେମାନେ କହିବେ,
‘ତୁମ୍ଭେମାନେ ଆସ,
ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଅବିସ୍ମରଣୀୟ ନିୟମ ଦ୍ୱାରା
ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅ।’
6 “ଆମ୍ଭର ଲୋକମାନେ ହଜିଲା ମେଷ ସଦୃଶ ହୋଇଅଛନ୍ତି।
ସେମାନଙ୍କର ପାଳକମାନେ ସେମାନଙ୍କୁ ବିପଥରେ ଗମନ କରାଇଅଛନ୍ତି।
ବିଭିନ୍ନ ପର୍ବତରେ ସେମାନଙ୍କୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି।
ସେମାନେ ପର୍ବତରୁ ଉପପର୍ବତକୁ ଗମନ କରିଅଛନ୍ତି।
ଆଉ ସେମାନେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି।
7 ଯେଉଁମାନେ ସେମାନଙ୍କୁ ପାଇଲେ, ସେମାନଙ୍କୁ ଗ୍ରାସ କରିଅଛନ୍ତି।
ସେମାନଙ୍କର ଶତ୍ରୁମାନେ କହିଲେ,
‘ଆମ୍ଭେମାନେ କୌଣସି ପାପ କରି ନାହୁଁ।’
କାରଣ ସେମାନେ ସଦାପ୍ରଭୁଙ୍କର ବିରୁଦ୍ଧରେ ପାପ କରିଅଛନ୍ତି,
ସେମାନଙ୍କର ଧାର୍ମିକ ବିଶ୍ରାମସ୍ଥଳ
ଯେଉଁମାନଙ୍କ ଉପରେ ସେମାନଙ୍କର ପୂର୍ବପୁରୁଷଗଣ ନିର୍ଭର କରିଥିଲେ।
17 ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସେମାନଙ୍କର ଅଧୀନରେ ରୁହ। ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାୟୀ। ଅତଏବ, ସେମାନେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥା’ନ୍ତି। ସେମାନଙ୍କର ଆଜ୍ଞାପାଳନ କର ଯେପରି ଏହି କାମଟି ସେମାନେ ଖୁସୀ ମନରେ କରିବେ, ଦୁଃଖରେ ନୁହେଁ। ସେମାନଙ୍କର କାମ କଠିନ ହେଲେ, ତା'ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।
18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ। 19 ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ୱର ମୋତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବରେ ଗ୍ଭହେଁ।
20-21 ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!
22 ମୋ’ ଭାଇ ଓ ଭଉଣୀମାନେ! ମୁଁ କହିଥିବା କଥାଗୁଡ଼ିକୁ ଧୈର୍ଯ୍ୟପୂର୍ବକ ଶୁଣ ବୋଲି ମୁଁ ଅନୁରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ। 23 ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହୋଇ ଅଛନ୍ତି, ଏହା ତୁମ୍ଭେମାନେ ଜାଣ ବୋଲି ମୋର ଇଚ୍ଛା। ଯଦି ସେ ମୋ’ ପାଖକୁ ଶୀଘ୍ର ଆସନ୍ତି, ତା'ହେଲେ ଆମ୍ଭେ ଦୁହେଁ ତୁମ୍ଭମାନଙ୍କୁ ଦେଖା କରିବାକୁ ଆସିବୁ।
24 ସେଠାରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ୱରଙ୍କ ଲୋକମାନଙ୍କୁ ଆମର ନମସ୍କାର ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ୱରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।
25 ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।
2010 by World Bible Translation Center