Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 142

ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।

142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
    ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
    ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
    କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
    ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।

ମୋର ଚତୁର୍ପାର୍ଶ୍ୱରେ
    କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
    କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
    “ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
    ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
    ସେହି ଲୋକମାନେ ମୋ'ଠାରୁ ଅଧିକ ଶକ୍ତିଶାଳୀ।
ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
    ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
    କାରଣ ତୁମ୍ଭେ ମୋର ଯତ୍ନ ନେଲ।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 9:1-4

ସଦାପ୍ରଭୁଙ୍କର ଦର୍ଶନ ବେଦିରେ ଦଣ୍ଡାୟମାନ

ସେ କହିଲେ, ମୁଁ ମୋର ପ୍ରଭୁଙ୍କୁ ଯଜ୍ଞବେଦି ଉପରେ ଦଣ୍ଡାୟମାନ ହେବାର ଦେଖିଲି। ସେ କହିଲେ,

“ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର
    ଯେପରିକି ଅଟ୍ଟାଳିକାର ଦ୍ୱାର ଦେଶ ଥରି ଉଠିବ।
ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପରେ ପକାଅ।
    ଯଦି ଏଥିରୁ କେହି ବଞ୍ଚିବ ଆମ୍ଭେ ତାକୁ ‌‌ଖ‌ଡ଼୍‌ଗରେ ଚ୍ଛେଦନ କରିବା।
ଦୌଡ଼ି ଯାଇଥିବା ଲୋକ ମଧ୍ୟ ରକ୍ଷା ପାଇବ ନାହିଁ।
    ଜଣେ ହେଲେ ବଞ୍ଚିବେ ନାହିଁ।
ଯଦି ସେମାନେ ଭୂମି ଖୋଳି ପାତାଳକୁ ଯିବେ,
    ସେଠାରୁ ମଧ୍ୟ ଆମ୍ଭେ ସେମାନଙ୍କୁ ଟାଣି ଆଣିବା।
ଯଦି ସେମାନେ ସ୍ୱର୍ଗକୁ ଯାଆନ୍ତି,
    ଆମ୍ଭେ ସେମାନଙ୍କୁ ସେହି ସ୍ଥାନରୁ ମଧ୍ୟ ତଳକୁ ଖସାଇ ଆଣିବା।
ଯଦି ସେମାନେ ନିଜକୁ କର୍ମିଲ ଶୃଙ୍ଗରେ ଲୁଗ୍ଭନ୍ତି,
    ଆମ୍ଭେ ସେମାନଙ୍କୁ ଖୋଜି ସେଠାରୁ ମଧ୍ୟ ଧରି ଆଣିବା।
ଯଦି ସେମାନେ ସମୁଦ୍ରର ନିମ୍ନ ଭାଗରେ ଲୁଚି ରହନ୍ତି,
    ତେବେ ଆମ୍ଭେ ସର୍ପକୁ ଆଦେଶ ଦେବା ଓ ସେହି ସର୍ପ ସେମାନଙ୍କୁ ଦଂଶନ କରିବ।
ଯଦି ସେମାନେ ଧରା ହୋଇ ଶତ୍ରୁମାନଙ୍କ ଦ୍ୱାରା ବନ୍ଦୀ ହେବେ
    ତଥାପି ‌‌ଖ‌ଡ଼୍‌ଗକୁ ଆଦେଶ ଦେବା,
    ସେ ସେମାନଙ୍କୁ ହତ୍ୟା କରିବ।
ଆମ୍ଭେ ସେମାନଙ୍କ ଉପରେ ଦୃଷ୍ଟି ରଖିବା
    କିନ୍ତୁ ଆମ୍ଭେ ସେମାନଙ୍କୁ ଦୁଃଖ ଦେବା ପାଇଁ ଲକ୍ଷ୍ୟ ରଖିବା।
    ସେମାନଙ୍କୁ ଉତ୍ତମ ଜିନିଷ ଦେବା ପାଇଁ ଲକ୍ଷ୍ୟ ରଖିବା ନାହିଁ।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 23:12-35

ପାଉଲଙ୍କୁ ହତ୍ୟା କରିବା ପାଇଁ କେତେକ ଯିହୂଦୀଙ୍କ ଷଡ଼ଯନ୍ତ୍ର

12 ତହିଁ ଆରଦିନ କେତେକ ଯିହୂଦୀ ଗୋଟିଏ ଯୋଜନା କଲେ। ସେମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଗ୍ଭହିଁଲେ। ତାହାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ। 13 ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀ ଏହି ଷଡ଼ଯନ୍ତ୍ର କଲେ। 14 ସେମାନେ ମୁଖ୍ୟ ଯାଜକ ଓ ପ୍ରାଚୀନମାନଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ପ୍ରତିଜ୍ଞା କରିଛୁ ଯେ, ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କେହି ଭୋଜନ ସ୍ପର୍ଶ କରିବୁ ନାହିଁ। 15 ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସେନାଧ୍ୟକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦେବ। ତୁମ୍ଭେ ସେନାଧ୍ୟକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଗ୍ଭହଁ, କାରଣ ତୁମ୍ଭର ତାହାଙ୍କୁ ଅନେକ ପ୍ରଶ୍ନ ପଗ୍ଭରିବାର ଅଛି। ଆମ୍ଭେ ତାହାଙ୍କୁ ଏଠାରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛୁ।”

16 ପାଉଲଙ୍କର ଭଣଜା ଏ ଷଡ଼ଯନ୍ତ୍ର ବିଷୟରେ ଶୁଣିଲେ। ସେ ସେନାମାନଙ୍କ ସୈନ୍ୟନିବାସକୁ ଯାଇ ପାଉଲଙ୍କୁ ଏ ବିଷୟରେ କହିଲେ। 17 ତା'ପରେ ପାଉଲ ଜଣେ ସେନା ଅଧିକାରୀଙ୍କୁ ଡାକି କହିଲେ, “ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ନିକଟକୁ ନେଇଯାଅ। ତା'ର ତାହାଙ୍କୁ କିଛି କହିବାର ଅଛି।” 18 ତେଣୁ ସେନା ଅଧିକାରୀ ତାହାକୁ ସେନାଧ୍ୟକ୍ଷଙ୍କ ନକଟକୁ ନେଇଗଲା ଓ କହିଲା, “ବନ୍ଦୀ ପାଉଲ ଏ ଯୁବକକୁ ଆପଣଙ୍କ ନିକଟକୁ ପଠାଇଛନ୍ତି। ସେ ଆପଣଙ୍କୁ କିଛି କହିବାକୁ ଗ୍ଭହଁ।”

19 ସେନାଧ୍ୟକ୍ଷ ଯୁବକର ହାତ ଧରି ନିରୋଳା ସ୍ଥାନକୁ ନେଇ ପଗ୍ଭରିଲେ, “ତୁମ୍ଭେ ମୋତେ କ’ଣ କହିବାକୁ ଗ୍ଭହଁ?”

20 ସେ କହିଲା, “ଯିହୂଦୀମାନେ ପାଉଲଙ୍କୁ ଆହୁରି ଅଧିକ ପ୍ରଶ୍ନ ପଗ୍ଭରିବାର ବାହାନାରେ ଆସନ୍ତା କାଲି ତାହାଙ୍କର ମହାସଭାକୁ ଆଣିବା ଉଦ୍ଦେଶ୍ୟରେ ଆପଣଙ୍କୁ କହିବାକୁ ସ୍ଥିର କରିଛନ୍ତି। 21 କିନ୍ତୁ ଆପଣ ସେମାନଙ୍କ କଥା ବିଶ୍ୱାସ କରିବେ ନାହିଁ। ଗ୍ଭଳିଶ୍ ଜଣରୁ ଅଧିକ ଯିହୂଦୀୟ ଲୁଚିଛନ୍ତି ଏବଂ ପାଉଲଙ୍କୁ ହତ୍ୟା କରିବା ପାଇଁ ଅପେକ୍ଷା କରିଛନ୍ତି। ସେମାନେ ତାହାଙ୍କୁ ନ ମାରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସେମାନେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।”

22 ସେନାଧ୍ୟକ୍ଷ ସେହି ଯୁବକଙ୍କୁ ଆଦେଶ ଦେଲେ ଯେ ସେ ତାହାଙ୍କୁ ଏ କଥା କହିଛି ବୋଲି କାହାକୁ ଯେପରି ନ କୁହେ, “ଓ ଏହା କହି ତାହାଙ୍କୁ ପଠାଇଦେଲେ।”

ପାଉଲଙ୍କୁ କାଇସରୀଆକୁ ସ୍ଥାନାନ୍ତରିତ

23 ସେନାଧ୍ୟକ୍ଷ ଦୁଇଜଣ ସେନାପତିଙ୍କୁ ଡାକି କହିଲେ, “ଆଜି ରାତି ନ’ଟା ବେଳେ କାଇସରୀଆକୁ ଯିବା ପାଇଁ 200 ପଦାତିକ ସୈନ୍ୟ, 70 ଜଣ ଅଶ୍ୱାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର। 24 ନିରାପଦରେ ଯିବା ପାଇଁ କେତେକ ଘୋଡ଼ାକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ୟପାଳ ଫେଲୀ‌କ୍‌ସଙ୍କ ପାଖରେ ଉପସ୍ଥିତ କରାଅ।” 25 ସେନାଧ୍ୟକ୍ଷ ରାଜ୍ୟପାଳଙ୍କୁ ଗୋଟିଏ ପତ୍ର ଲେଖିଲେ, ପତ୍ରର ମର୍ମ ହେଲା;

26 “ମହାମହିମ ରାଜ୍ୟପାଳ ଫେଲୀ‌କ୍‌ସଙ୍କୁ

କ୍ଳାଉଦିଅ ଲୂସିୟାଙ୍କର ନମସ୍କାର।

27 ଯିହୂଦୀମାନେ ଏହି ଲୋକକୁ ଧରି ନେଇ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ। ମୁଁ ଘଟଣା ସ୍ଥଳରେ ସୈନ୍ୟମାନଙ୍କ ସହିତ ପହଞ୍ଚିଲି ଓ ତାହାଙ୍କୁ ରକ୍ଷା କଲି। ମୁଁ ଜାଣିବାକୁ ପାଇଲି ସେ ଜଣେ ରୋମୀୟ ନାଗରିକ। 28 ମୁଁ ଏହି ଲୋକକୁ ସେମାନଙ୍କର ମହାସଭାକୁ ନେଇ ତାହା ବିରୁଦ୍ଧରେ ଥିବା ଅଭିଯୋଗ ଜାଣିବାକୁ ଗ୍ଭହୁଁଥିଲି। 29 ତା'ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟ ଗୁଡ଼ିକରେ ଅଭିଯୁକ୍ତ ହୋଇଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ। 30 ହଠାତ୍ ମୁଁ ତାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା'ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସେମାନେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।

31 ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରିୀରେ ଆନ୍ତିପାତ୍ରି ନଗରକୁ ଆଣିଲେ। 32 ତହିଁ ଆରଦିନ ପାଉଲଙ୍କୁ କାଇସରୀଆରେ ପହଞ୍ଚାଇବାର ଦାୟିତ୍ୱ ଅଶ୍ୱାରୋହୀମାନଙ୍କୁ ଦେଇ ପଦାତିକ ସୈନ୍ୟମାନେ ସୈନ୍ୟ ନିବାସକୁ ଫେରି ଆସିଲେ। 33 ସେମାନେ କାଇସରୀଆରେ ପହଞ୍ଚି ରାଜ୍ୟପାଳକୁ ପତ୍ରଟି ଦେଲେ। ତା'ପରେ ସେମାନେ ପାଉଲଙ୍କୁ ତାହାଙ୍କ ହାତରେ ସମର୍ପଣ କଲେ।

34 ରାଜ୍ୟପାଳ ପତ୍ର ପଢ଼ି ପାଉଲ କେଉଁ ପ୍ରଦେଶର ଲୋକ ବୋଲି ପଗ୍ଭରିଲେ। ସେ ଜାଣିବାକୁ ପାଇଲେ ଯେ ପାଉଲ କିଲିକିଆର ଲୋକ। 35 ରାଜ୍ୟପାଳ କହିଲେ, “ତୁମ୍ଭର ଅଭିଯୋଗକାରୀମାନେ ଏଠାରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟରେ ଶୁଣିବି।” ସେ ପାଉଲଙ୍କୁ ହେରୋଦଙ୍କର ପ୍ରାସାଦରେ ରଖିବା ପାଇଁ ଆଦେଶ ଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center