Revised Common Lectionary (Complementary)
ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।
142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
2 ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
3 ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।
4 ମୋର ଚତୁର୍ପାର୍ଶ୍ୱରେ
କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
5 ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
“ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
ସେହି ଲୋକମାନେ ମୋ'ଠାରୁ ଅଧିକ ଶକ୍ତିଶାଳୀ।
7 ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
କାରଣ ତୁମ୍ଭେ ମୋର ଯତ୍ନ ନେଲ।
ଇସ୍ରାଏଲ ପାଇଁ ଦୁଃଖ ସଙ୍ଗୀତ
5 ହେ ଇସ୍ରାଏଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷୟରେ ଏହା ହେଉଛି ବିଳାପର ସଙ୍ଗୀତ।
2 ଇସ୍ରାଏଲର କୁମାରୀ ପଡ଼ିଯାଇଛି
ଏବଂ ସେ ଆଉ ଉଠିପାରିବ ନାହିଁ।
ସେ ଏକାକିନୀ ପଡ଼ି ରହିଛି।
ସେହି ମଇଳାରୁ ତାକୁ ଉଠାଇବାକୁ କେହି ନାହିଁ।
3 ସଦାପ୍ରଭୁ ମୋର ପ୍ରଭୁ ଏହି ବାକ୍ୟ କୁହନ୍ତି:
“ସହରରୁ ବାହାରକୁ ଯାଇଥିବା ଏକ ହଜାର ମଧ୍ୟରୁ
ଏକଶହ ଅବଶିଷ୍ଟ ରହିବେ,
ଏବଂ ଏକଶହ ବାହାରିଥିବା ମଧ୍ୟରୁ
ମାତ୍ର ଦଶ ଜଣ ପ୍ରତ୍ୟାବର୍ତ୍ତନ କରିବେ।”
ସଦାପ୍ରଭୁ ଇସ୍ରାଏଲକୁ ଫେରିବାକୁ ଉତ୍ସାହିତ କରନ୍ତି
4 ଇସ୍ରାଏଲକୁ ସଦାପ୍ରଭୁ ଏହା ହିଁ କୁହନ୍ତି:
“ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ।
5 ମାତ୍ର ବୈଥଲକୁ ଖୋଜ ନାହିଁ।
ଗିଲ୍ଗଲ୍କୁ ଯାଅ ନାହିଁ।
ସୀମା ଅତିକ୍ରମ କରି ବେର୍ଶେବାକୁ ଯାଅ ନାହିଁ।
ଗିଲ୍ଗଲ୍ର ଲୋକମାନଙ୍କୁ ବନ୍ଦୀରୂପେ ନିଆଯିବ
ଏବଂ ବୈଥଲ ଧ୍ୱଂସ ହେବ।
6 ସଦାପ୍ରଭୁଙ୍କ ଅନ୍ୱେଷଣ କର ଓ ବଞ୍ଚି ରୁହ।
ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ଯିବ ତାହାହେଲେ ଗୋଟିଏ ଅଗ୍ନି ସଞ୍ଚାର ହେବ
ଏବଂ ସେହି ଅଗ୍ନି ଯୋଷେଫଙ୍କ ଗୃହକୁ ଧ୍ୱଂସ କରିବ
ଏବଂ କୌଣସି ବ୍ୟକ୍ତି ବୈଥଲରେ ସେ ଅଗ୍ନିକୁ ଲିଭାଇ କରି ପାରିବେ ନାହିଁ।
7-9 ପରମେଶ୍ୱର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ।
ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ।
ସେ ମଧ୍ୟ ଦିନକୁ
ରାତ୍ରିରେ ପରିଣତ କଲେ।
ସେ ସାଗର ଜଳକୁ ଆହ୍ୱାନ କରନ୍ତି ଓ ପୃଥିବୀ ଉପରେ ଢାଳନ୍ତି।
ତାଙ୍କର ନାମ ଯିହୋବାଃ।
ସେ କୌଣସି ଶକ୍ତିଶାଳୀ ନଗରକୁ
ବା ଦୁର୍ଗକୁ ଧ୍ୱଂସ କରି ପାରନ୍ତି।”
ଇସ୍ରାଏଲୀୟମାନେ ମନ୍ଦକାର୍ଯ୍ୟସବୁ କଲେ
ତୁମ୍ଭେମାନେ ଅମୃତକୁ ବିଷରେ ପରିଣତ କରିଛ।
ଧାର୍ମିକତାର ଅଧଃପତନ ପାଇଁ ତୁମ୍ଭେମାନେ ଦାୟୀ।
27 ସାତ ଦିନ ପୁରି ଯିବା ଦିନ ଏସିଆର କେତେକ ଯିହୂଦୀମାନେ ତାହାଙ୍କୁ ମନ୍ଦିରରେ ଦେଖିଲେ। ସେମାନେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧରେ ଉତ୍ତେଜିତ କଲେ ଓ ତାହାଙ୍କୁ ଧରି ପକେଇଲେ। 28 ସେମାନେ ଖୁବ୍ ଜୋର୍ରେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକମାନେ, ଆମ୍ଭକୁ ସାହାଯ୍ୟ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ, ଆମ୍ଭ ବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତେକ ଗ୍ରୀକ୍ ଲୋକମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।” 29 ସେମାନେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସେମାନେ ଅନୁମାନ କରିନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।
30 ପୁରା ନଗରଟାରେ ଉତ୍ତେଜନା ସୃଷ୍ଟି ହୋଇଗଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନେଇଗଲେ। ସଙ୍ଗେ ସଙ୍ଗେ ଦ୍ୱାର ଗୁଡ଼ିକ ବନ୍ଦ ହୋଇଗଲା। 31 ଲୋକମାନେ ପାଉଲଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ରୋମୀୟ ସେନାପତିଙ୍କ ନିକଟରେ ଏହି ଖବର ପହଞ୍ଚିଲା। ସେ ଜାଣିବାକୁ ପାଇଲେ ଯେ ସମଗ୍ର ଯିରୁଶାଲମରେ ଉତ୍ତେଜନା ଖେଳି ଯାଇଛି। 32 ସେ ସଙ୍ଗେ ସଙ୍ଗେ କେତେକ ସୈନ୍ୟ ଓ ଅଧିକାରୀମାନଙ୍କ ସହିତ ଆସି ପହଞ୍ଚିଲେ। ସେ ପାଉଲଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସେମାନେ ସେନାପତି ଓ ସୈନ୍ୟସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।
33 ତା'ପରେ ସେନାପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳିରେ ବାନ୍ଧି ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା'ପରେ ପାଉଲ କିଏ ଓ ସେ କ’ଣ କରିଛନ୍ତି ବୋଲି ସେନାପତି ପଗ୍ଭରିଲେ। 34 ଲୋକ ଗହଳି ଭିତରୁ ଲୋକେ ଚିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସେନାପତି ଏପରି କୋଳାହଳ ଦେଖି କାହାର କଥା ସତ୍ୟ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ୟ ନିବାସକୁ ନେଇ ଯିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପଛେ ପଛେ ଚିତ୍କାର କରି ଯାଉଥିଲେ। 35 ଲୋକମାନେ ଅତ୍ୟନ୍ତ ହିଂସ୍ରକ ହୋଇ ଉଠିବାରୁ ପାହାଚ ନିକଟରେ ସୈନିକମାନେ ପାଉଲଙ୍କୁ ଟେକି ନେଇଗଲେ। 36 ତଥାପି ଲୋକସମୂହ ତାହାଙ୍କ ପଛରେ ଯାଉ ଯାଉ ପାଟି କଲେ, “ତାହାଙ୍କୁ ହତ୍ୟାକର।”
37 ସେନାନିବାସକୁ ନେବା ସମୟରେ ସେନାପତିଙ୍କୁ ପାଉଲ ପଗ୍ଭରିଲେ, “ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?”
ସେନାପତି ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ରୀକ୍ ଭାଷା ଜାଣ? 38 ତେବେ ତୁମ୍ଭେ କ’ଣ ସେ ମିଶରୀୟ ଲୋକ ନୁହଁ, ଯିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା ଓ ଗ୍ଭରି ହଜାର ଆତଙ୍କବାଦୀଙ୍କୁ ନେଇ ମରୁଭୂମିକୁ ଗ୍ଭଲିଯାଇଥିଲା।”
39 ପାଉଲ କହିଲେ, “ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଗ୍ଭହୁଁଛି।”
2010 by World Bible Translation Center