Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 85:8-13

ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
    ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
    ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
    ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
    ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
    ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
    ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
    ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 4:6-13

“ଏଗୁଡ଼ିକ କରିବା ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫେରାଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦେଲୁ ନାହିଁ। ତୁମ୍ଭର ନଗରୀଗୁଡ଼ିକରେ କୌଣସି ଖାଦ୍ୟ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା କହନ୍ତି।

“ଆମ୍ଭେ ଶସ୍ୟଅମଳର ତିନି ମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗରରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗରରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା। ତେଣୁ ଅନାବୃଷ୍ଟି ଯୋଗୁଁ ଦୁଇ କିମ୍ବା ତିନୋଟି ନଗରରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଜଳପାନ କରିବାକୁ ଧାଇଁଲେ। କିନ୍ତୁ ସେଠାରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ଆସିଲ ନାହିଁ।” ସଦାପ୍ରଭୁ ଏହା ହିଁ କହିଲେ।

“ଉତ୍ତାପ ଓ ରୋଗଦ୍ୱାରା ତୁମ୍ଭର ଶସ୍ୟସବୁ ନଷ୍ଟ କଲୁ। ଆମ୍ଭେ ତୁମ୍ଭର ବଗିଗ୍ଭ ଓ ଦ୍ରାକ୍ଷାକ୍ଷେତ୍ର‌କୁ ଧ୍ୱଂସ କଲୁ। ପଙ୍ଗପାଳ ତୁମ୍ଭର ଡିମ୍ବିରି ଓ ଅଲିଭ ବୃକ୍ଷକୁ ଖାଇ ଧ୍ୱଂସ କଲେ। ତଥାପି ତୁମ୍ଭେମାନେ ଆମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।

10 “ମିଶରରେ କଲାପରି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ରୋଗଗୁଡ଼ିକୁ ପ୍ରେରଣ କଲୁ। ‌‌ଖ‌ଡ଼୍‌ଗରେ ଆମ୍ଭେ ତୁମ୍ଭର ଯୁବକମାନଙ୍କୁ ହତ୍ୟା କଲୁ। ତୁମ୍ଭମାନଙ୍କର ଘୋଡ଼ାଗୁଡ଼ିକୁ ନେଇଗଲୁ। ତୁମ୍ଭର ଶିବିରଗୁଡ଼ିକୁ ମୃତଶବର ଦୁର୍ଗନ୍ଧରେ ପରିପୂର୍ଣ୍ଣ କଲୁ। ତଥାପି ତୁମ୍ଭେମାନେ ଆମ୍ଭ ସାହାଯ୍ୟ ଭିକ୍ଷା ପାଇଁ ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।

11 “ସଦୋମ ଓ ହମୋରା ସହରଗୁଡ଼ିକ ଧ୍ୱଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ୱଂସ କଲୁ। ସେହି ନଗରଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ତୁମ୍ଭେମାନେ ଗୋଟିଏ ପୋଡ଼ା ବାଡ଼ି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିଲ ନାହିଁ।” ସଦାପ୍ରଭୁ ଏହିସବୁ କହିଥିଲେ।

12 “ତେଣୁ ହେ ଇସ୍ରାଏଲୀୟ, ଆମ୍ଭେ ତୁମ୍ଭକୁ ଏହି ଜିନିଷଗୁଡ଼ିକ କହିବା। ହେ ଇସ୍ରାଏଲୀୟ! ତୁମ୍ଭେ ପରମେଶ୍ୱରଙ୍କ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୁଅ।”

13 ଆମ୍ଭେ କିଏ? ଆମ୍ଭେ ହେଉଛୁ ପର୍ବତର ନିର୍ମାଣକର୍ତ୍ତା,
    ଆମ୍ଭେ ତୁମ୍ଭ ମନର ସୃଷ୍ଟିକର୍ତ୍ତା।
    ଆମ୍ଭେ ଲୋକମାନଙ୍କୁ କଥା କହିବା ଶିଖାଇ ଥିଲୁ।
ଆଉ ମଧ୍ୟ ଅନ୍ଧକାରକୁ ସକାଳରେ ପରିଣତ କରିଥିଲୁ।
    ଆମ୍ଭେ ପର୍ବତ ଓ ପୃଥିବୀ ଉପରେ ଯାତାୟାତ କରୁ।
    ତାହାହେଲେ ଆମ୍ଭେ କିଏ?
    ଆମ୍ଭେ ହେଉଛୁ ସେହି ସଦାପ୍ରଭୁ ସୈନ୍ୟାଧିପତି, ସ୍ୱୟମ୍ଭୂ ପରମେଶ୍ୱର ଆମ୍ଭର ନାମ।”

ଲୂକ ଲିଖିତ ସୁସମାଗ୍ଭର 1:57-80

ଯୋହନଙ୍କ ଜନ୍ମ

57 ଏଲୀଶାବେଥଙ୍କର ସନ୍ତାନ ପ୍ରସବ କରିବା ସମୟ ହେବାରୁ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଲେ। 58 ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ, ପ୍ରଭୁ ତାହାଙ୍କ ଉପରେ ଅଶେଷ ଦୟା କରିଛନ୍ତି। ସେମାନେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।

59 ବାଳକର ଜନ୍ମ ହେବାର ଅଷ୍ଟମ ଦିନ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ସେମାନେ ବାଳକର ନାମ ତା'ର ପିତାଙ୍କ ନାମ ଅନୁସାରେ ଜିଖରିୟ ଦେବାକୁ ଗ୍ଭହୁଁଥିଲେ। 60 କିନ୍ତୁ ତାହାଙ୍କ ମା କହିଲେ, “ନା, ତା'ର ନାମ ଯୋହନ ଦିଆଯିବ।”

61 ଲୋକମାନେ ଏଲୀଶାବେଥଙ୍କୁ କହିଲେ, “ତୁମ୍ଭର କୌଣସି ସମ୍ପର୍କୀୟଙ୍କର ଏଭଳି ନାମ ନାହିଁ। 62 ତା'ପରେ ସେମାନେ ପରେ ତା'ର ବାପାଙ୍କୁ ପଗ୍ଭରିଲେ, “ତୁମ୍ଭେ ଏହି ଶିଶୁର ନାମ କ’ଣ ଦେବାକୁ ଗ୍ଭହୁଁଛ?”

63 ଏହା ଶୁଣି ଜିଖରିୟ ଲେଖିବା ପାଇଁ ସେମାନଙ୍କୁ ଏକ ଲେଖାଫଳକ ମାଗି ସେଥିରେ ଲେଖିଲେ, ତା'ର ନାମ “ଯୋହନ”। 64 ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତା'ପରେ ତ‌ତ୍‌କ୍ଷଣାତ୍ ଜିଖରିୟଙ୍କ ପାଟି ଖୋଲିଗଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ୱରଙ୍କର ସ୍ତୁତି କରିବାରେ ଲାଗିଲେ। 65 ତାହାଙ୍କର ସମସ୍ତ ପଡ଼ୋଶୀ ଭୟଭୀତ ହେଲେ। ଯିହୂଦାର ସମସ୍ତ ପାହାଡ଼ିଆ ପ୍ରଦେଶରେ ଲୋକେ ଏହିସବୁ ଘଟଣା ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲେ। 66 ଏ କଥା ଯେଉଁମାନେ ଶୁଣିଲେ, ସେମାନେ ବିସ୍ମିତ ହୋଇ ଗଲେ। ଲୋକେ ଭାବିଲେ, “ଏ ବାଳକଟି କ’ଣ ହେବ?” ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସେମାନେ ଏପରି ଭାବିଲେ।

ଜିଖରିୟ ପରମେଶ୍ୱରଙ୍କ ସ୍ତୁତି କଲେ

67 ତା'ପରେ ଯୋହନଙ୍କ ପିତା ଜିଖରିୟ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ। ସେ ଭବିଷ୍ୟ‌ଦ୍‌ବାଣୀ କହିଲେ,

68 “ଇସ୍ରାଏଲର ପ୍ରଭୁ ପରମେଶ୍ୱରଙ୍କର ସ୍ତୁତି ଗାନ କର।
    ସେ ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି
    ଏବଂ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି।
69 ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ,
    ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି।
70 ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ
    ପରମେଶ୍ୱର ଏହା କରିବେ ବୋଲି କହିଥିଲେ।
71 ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ
    ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
72 ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ
    ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।
73 ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ।
74     ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତ୍ରୁଙ୍କ ଶକ୍ତି କବଳରୁ ମୁକ୍ତ କରିବେ।
ତା ଫଳରେ ଆମ୍ଭେମାନେ ନିର୍ଭୟରେ ପରମେଶ୍ୱରଙ୍କ ସେବା କରି ପାରିବୁ।
75     ଆମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଗରେ ଧାର୍ମିକ ଓ ପବିତ୍ର ରହିବୁ।

76 “ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତା ରୂପେ ଖ୍ୟାତ ହେବ।
    ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ।
77 ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ
    ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ।

78 “ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ,
    ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
79 ମୃତ୍ୟୁର ଭୟରେ ଅନ୍ଧକାର ଭିତରେ ବାସ କରୁଥିବା ଲୋକଙ୍କୁ ପରମେଶ୍ୱର ସାହାଯ୍ୟ କରିବେ।
    ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗରେ ବାଟ କଢ଼େଇ ନେବେ।”

80 ଶିଶୁଟି ଏହିପରି ବଢ଼ିବାକୁ ଲାଗିଲା ଓ ଆତ୍ମାରେ ଦୃଢ଼ରୁ ଦୃଢ଼ତର ହେବାକୁ ଲାଗିଲା। ଇସ୍ରାଏଲରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ଯ୍ୟନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂରରେ ଏକ ସ୍ଥାନରେ ରହିଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center