Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 85:8-13

ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
    ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
    ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
    ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
    ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
    ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
    ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
    ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3:1-12

ଇସ୍ରାଏଲକୁ ସତର୍କ ଘଣ୍ଟି

ହେ ଇସ୍ରାଏଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇସ୍ରାଏଲ ବିଷୟରେ ସଦାପ୍ରଭୁ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇସ୍ରାଏଲୀୟ ପରିବାର ବିଷୟରେ ଏହା ବାର୍ତ୍ତା ଥିଲା। “ଏହି ପୃଥିବୀରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭେମାନେ ଏପରି ଏକ ଗୋଷ୍ଠୀ ସ୍ୱତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା।”

ଇସ୍ରାଏଲର ଦଣ୍ତର କାରଣ

ଏକମତ ନ ହେଲେ
    ଦୁଇଜଣ ଏକତ୍ର ଗମନ କରିବେ ନାହିଁ।
ସିଂହଟି ଗର୍ଜନ କରେ
    ଯଦି ତାକୁ ଶିକାର ଦୃଶ୍ୟମାନ ହୁଏ।
ଯଦି ଗୋଟିଏ ଯୁବା ସିଂହ ତା'ର ଗୁମ୍ଫାରେ ଗର୍ଜନ କରୁଛି
    ତେବେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।
ଯଦି ଫାଶରେ କିଛି ଖାଦ୍ୟ ନାହିଁ,
    ତେବେ ପକ୍ଷୀଟିଏ ତା’ ମଧ୍ୟକୁ ପ୍ରବେଶ କରିବ ନାହିଁ।
ପକ୍ଷୀକୁ କବଳିତ କରିବା ପାଇଁ
    ଫାଶ ଭିତରେ ଥୋପ ନ ଥିଲେ ଫାଶ ବସାଯାଏ ନାହିଁ।
ଯଦି ନଗରରେ ତୂରୀ ବାଜି ଉଠିବ
    ତେବେ ଲୋକମାନେ ଭୟରେ ଥରହର ହେବେ।
ସଦାପ୍ରଭୁ ନ ଗ୍ଭହିଁଲା ପର୍ଯ୍ୟନ୍ତ
    ନଗର ମଧ୍ୟରେ କୌଣସି ଅସୁବିଧା ଘଟିବ ନାହିଁ।

ସଦାପ୍ରଭୁ ମୋର ପ୍ରଭୁ, କୌଣସି ଯୋଜନା ତାଙ୍କର ସେବକର ଅଗୋଚରରେ କରନ୍ତି ନାହିଁ। ଯଦି ସିଂହ ଗର୍ଜନ କରେ, ତେବେ ଲୋକମାନେ ଭୟଭୀତ ହେବେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରିବାକୁ, କିଏ ସେହି ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର ନ କରିବ।

ତୁମ୍ଭେ ଅ‌‌ସ୍‌‌ଦୋଦର ଓ ମିଶର ରାଜପ୍ରାସାଦରେ ଏହି ବାର୍ତ୍ତା ଘୋଷଣା କର, “ଶମରିୟାର ପର୍ବତମାଳା ଶିଖରକୁ ଆସ ଏବଂ ସେଠାକାର କୋଳାହଳ ଓ ଦଙ୍ଗାକୁ ଦେଖ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି। 10 ଲୋକମାନେ ସେଠାରେ କିପରି ସାଧୁତ୍ୱଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସେମାନଙ୍କର ଗୋଦାମ ଘର ଯୁଦ୍ଧରୁ ଲୁଟିଥିବା ସମ୍ପତ୍ତିରେ ପୁରିଯାଇଛି।”

11 ତେଣୁ ସଦାପ୍ରଭୁ ମୋର ପ୍ରଭୁ କୁହନ୍ତି: “ଜଣେ ଶତ୍ରୁ ତୁମ୍ଭ ଭୂମିକୁ ବେଷ୍ଟନ କରିବ। ସେ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍ଭେ ଯେଉଁସବୁ ଜିନିଷକୁ ପ୍ରାସାଦରେ ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ୱାରା ଲୁଣ୍ଠିତ ହେବ।”

12 ସଦାପ୍ରଭୁ ଏହା କୁହନ୍ତି:

“ଯେତେବେଳେ ଗୋଟିଏ ସିଂହ ମେଣ୍ଢା ଛୁଆକୁ ଆକ୍ରମଣ କରେ
    ଏବଂ ତା'ପରେ ଯଦି ମେଷପାଳକ ମେଣ୍ଢା ଛୁଆକୁ ରକ୍ଷା କରିବାକୁ ଯାଏ,
ସେ କେବଳ ସିଂହ ମୁହଁରୁ ଦୁଇଟି ଗୋଡ଼
    କି କାନର କିଛି ଅଂଶ ପାଇବାକୁ ସକ୍ଷମ ହୋଇପାରେ।
ସେହିପରି, ଆମ୍ଭେ ଇସ୍ରାଏଲୀୟମାନଙ୍କୁ ରକ୍ଷା କରିବା,
    ଯେଉଁମାନେ ଶମରିୟାରେ ବସବାସ କରନ୍ତି
    ଏବଂ ସେମାନଙ୍କର ବିଛଣାର ଏକ କୋଣରେ କି ପଲଙ୍କର ସୋଫାରେ ବସିବାକୁ ଭଲପାନ୍ତି”

କଲସୀୟଙ୍କ ପ୍ରତି ପତ୍ର 4:2-18

ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ପରାମର୍ଶ

ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲାବେଳେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। ଆମ୍ଭ ପାଇଁ ମଧ୍ୟ ପ୍ରାର୍ଥନା କର। ପରମେଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟରେ ପରମେଶ୍ୱର ଯେଉଁ ଗୁପ୍ତ ସତ୍ୟ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଗ୍ଭର କରି ପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ୟ ପ୍ରଗ୍ଭର କରୁଛି ବୋଲି ମୁଁ କାରାଗାରରେ ବନ୍ଦୀ। ମୁଁ ଯେପରି ଏହି ସତ୍ୟ ଲୋକମାନଙ୍କ ଆଗରେ ସ୍ପଷ୍ଟ କରି ପାରିବି, ସେଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍।

ଅବିଶ୍ୱାସୀ ଲୋକମାନଙ୍କ ସହିତ ବ୍ୟବହାର କଲାବେଳେ ବୁଦ୍ଧି ସହ ବ୍ୟବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପଯୋଗ କର। କଥାବାର୍ତ୍ତା କଲାବେଳେ, ସବୁବେଳେ ଦୟାଭାବ ରଖ ଓ ବିବେକୀ ହୁଅ। ତେବେ ତୁମ୍ଭେମାନେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବାକୁ ସକ୍ଷମ ହେବ।

ପାଉଲଙ୍କ ସାଥୀମାନଙ୍କ ବିଷୟରେ

ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋର ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ୱାସୀ ସେବକ ଓ ମୋ’ ସହିତ ପ୍ରଭୁଙ୍କର ଜଣେ ସେବକ ଅଟନ୍ତି। ମୋ’ ସହିତ ଏଠାରେ ଯାହାକିଛି ଘଟୁଛି, ସେହି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ। ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭେମାନେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣ। ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠାରେ ଥିବା ଜଣେ ବିଶ୍ୱାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠାରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ।

10 ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମୋ’ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ୱାଗତ କରିବ।) 11 ଯୁସ୍ତ ନାମରେ ମଧ୍ୟ ଖ୍ୟାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଯିହୂଦୀ ବିଶ୍ୱାସୀମାନଙ୍କ ମଧ୍ୟରେ କେବଳ ଏମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହିତ କାମ କରନ୍ତି। ସେମାନେ ଏପର୍ଯ୍ୟନ୍ତ ମୋର ସାନ୍ତ୍ୱନାର କାରଣ ହୋଇଛନ୍ତି।

12 ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ପରିପକ୍ୱ ହୁଅ, ଓ ପରମେଶ୍ୱର ଯାହାକିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି। 13 ସେ ତୁମ୍ଭମାନଙ୍କ ପାଇଁ ଲାଅଦିକୀଆ ଏବଂ ହିଏରାପଲିର ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି ବୋଲି ମୁଁ ଜାଣେ। 14 ଦୀମା ଓ ଆମ୍ଭର ପ୍ରିୟ ବୈଦ୍ୟ ଲୂକ ନମସ୍କାର କରୁଛନ୍ତି।

15 ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁ‌‌ମ୍‌‌ଫା ଓ ତାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ। 16 ଏହି ପତ୍ରଟି ତୁମ୍ଭ ପାଖରେ ପଢ଼ା ଯାଇ ସାରିଲା ପରେ, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ ଯେଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ୟ ତୁମ୍ଭେମାନେ ପଢ଼। 17 ଆର୍ଖି‌ପ୍‌ପଙ୍କୁ କୁହ: “ପ୍ରଭୁ ଯେଉଁ କାମ ତୁମ୍ଭକୁ ଦେଇଛନ୍ତି, ତାହା ତୁମ୍ଭେ ନିଶ୍ଚିତ ହୋଇ କର।”

18 ମୁଁ ପାଉଲ, ନିଜ ହସ୍ତାକ୍ଷରରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛି। ମୋର ବନ୍ଦୀଦଶା ସ୍ମରଣ କର। ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କର ଅନୁଗ୍ରହ ରହୁ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center