Revised Common Lectionary (Complementary)
କଫ୍
81 ସଦାପ୍ରଭୁ, ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମୋତେ ରକ୍ଷା କର।
କିନ୍ତୁ ମୁଁ ତୁମ୍ଭର ବାକ୍ୟ ଉପରେ ନିର୍ଭର ରଖେ।
82 ସଦାପ୍ରଭୁ, ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମୋର ଚକ୍ଷୁକ୍ଳାନ୍ତ ହେଲାଣି,
ତୁମ୍ଭେ ମୋତେ କେବେ ସାନ୍ତ୍ୱନା ଦେବ?
83 ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଗ୍ଭ ଚମଡ଼ା ଥଳୀ ଅଟେ।
ମୁଁ ତୁମ୍ଭର ନିୟମ ଭୁଲିବି ନାହିଁ।
84 କେତେଦିନ ମୁଁ ବଞ୍ଚିବି?
ହେ ସଦାପ୍ରଭୁ ତୁମ୍ଭେ କେବେ ମୋର ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।
85 ଅହଂକାରୀମାନେ ମିଥ୍ୟାଦ୍ୱାରା ଆଘାତ କରନ୍ତି
ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।
86 ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ୱାସନୀୟ।
ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି।
ମୋତେ ସାହାଯ୍ୟ କର!
87 ସେହି ଲୋକମାନେ ମୋତେ ଧ୍ୱଂସ କରି ଦେଲେଣି।
ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ୟାଗ କରି ନାହିଁ।
88 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ଦେଖାଅ ଏବଂ ମୋତେ ବଞ୍ଚାଅ।
ଯେପରି ମୁଁ ତୁମ୍ଭର ଆଦେଶ ରଖିପାରେ।
14 “ଏଣୁ ସଦାପ୍ରଭୁ କହନ୍ତି, ‘ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିଶର ଦେଶରୁ ବାହାର କରି ଆଣିଲେ,’ ସେହି ସମୟ ଆସୁଛି।” ସେହି ଜୀବିତ ସଦାପ୍ରଭୁଙ୍କ ବିଷୟରେ, “ଲୋକମାନେ ଏହି କଥା କହିବେ ନାହିଁ। 15 କିନ୍ତୁ ସମୟ ଆସୁଛି, ଯେତେବେଳେ ସେମାନେ କହିବେ, ‘ନିଶ୍ଚିତ ଭାବରେ ସଦାପ୍ରଭୁ ଅଛନ୍ତି, ଯିଏ କି ଇସ୍ରାଏଲୀୟମାନଙ୍କୁ ଉତ୍ତରରୁ ଓ ଯେଉଁଠାରେ ସେମାନେ ଥିଲେ ସେଠାରୁ ଫେରାଇ ଆଣିଥିଲେ।’ ସେତେବେଳେ ମୁଁ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲି, ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଫେରାଇ ଦେବି।
16 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଅନେକ କେଉଁଟା ଅଣାଇବା,” “ସେମାନେ ମତ୍ସ୍ୟପରି ସେମାନଙ୍କୁ ଧରିବେ। ତା'ପରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା। ସେମାନେ ପ୍ରତ୍ୟେକ ପର୍ବତରୁ, ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଶିକାର କରି ଆଣିବେ। 17 କାରଣ ସେମାନଙ୍କର ସମସ୍ତ କାର୍ଯ୍ୟରେ ଆମ୍ଭର ଦୃଷ୍ଟି ଅଛି। ସେମାନଙ୍କର କୌଣସି ଜିନିଷ ଆମ୍ଭ ସାକ୍ଷାତରୁ ଗୁପ୍ତ ରହି ନାହିଁ। କିଅବା ସେମାନଙ୍କର କୌଣସି ଅଧର୍ମ ଆମ୍ଭର ଅଗୋଚର ନୁହେଁ। 18 ଆମ୍ଭେ ସେମାନଙ୍କର ପାପ ଓ ଅଧର୍ମର ଦୁଇଗୁଣ ପ୍ରତିଫଳ ଦେବା। କାରଣ ସେମାନେ ନିଜ ନିଜର ଘୃଣ୍ୟବସ୍ତୁ ସ୍ୱରୂପ ଶବରେ ଆମ୍ଭର ଦେଶକୁ ‘ଅପବିତ୍ର’ କରିଅଛନ୍ତି। ସେମାନେ ଆମ୍ଭ ଦେଶକୁ ‘ଅଶୁଚି’ କରିଅଛନ୍ତି ଓ ନିଜର ଘୃଣ୍ୟକର୍ମରେ ଆମ୍ଭର ଦେଶକୁ ପରିପୂର୍ଣ୍ଣ କରିଅଛନ୍ତି।”
19 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତି, ଦୃଢ଼ ଦୁର୍ଗ
ଓ ବିପଦରେ ମୋର ଆଶ୍ରୟ ସ୍ୱରୂପ।
ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀୟମାନେ
ତୁମ୍ଭ ନିକଟକୁ ଆସି କହିବେ,
“ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା
ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।
20 ମନୁଷ୍ୟ କ’ଣ ଆପଣା ନିମନ୍ତେ ପରମେଶ୍ୱର ନିର୍ମାଣ କରି ପାରିବ?
ନା, ସେ ପ୍ରତିମା ନିର୍ମାଣ କରିବ, ମାତ୍ର ଏହା ପ୍ରକୃତ ପରମେଶ୍ୱର ନୁହନ୍ତି।”
21 ସଦାପ୍ରଭୁ କହନ୍ତି, “ତେଣୁ ଆମ୍ଭେ ସେମାନଙ୍କୁ ଜଣାଇବା।
ବର୍ତ୍ତମାନରୁ ସେମାନଙ୍କୁ ଆମ୍ଭର ହସ୍ତ ଓ ପରାକ୍ରମ ଜ୍ଞାତ କରାଇବା।
ତାହାହେଲେ ଆମ୍ଭର ନାମ ଯେ ସଦାପ୍ରଭୁ
ଏହା ସେମାନେ ଜାଣିବେ।
ଯୀଶୁ ଓ ତାହାଙ୍କର ଭାଇମାନେ
7 ଏହା ପରେ ଯୀଶୁ ଗାଲିଲୀ ପ୍ରଦେଶରେ ଭ୍ରମଣ କରିବାକୁ ଲାଗିଲେ। ସେ ଯିହୂଦାରେ ଯାତ୍ରା କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଗ୍ଭହୁଁଥିଲେ। 2 ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା। 3 ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ ଓ ପର୍ବ ସକାଶେ ଯିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ୟମାନେ ସେଠାରେ ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ଦେଖି ପାରିବେ। 4 ଯଦି କୌଣସି ଲୋକ ଗ୍ଭହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତେବେ ସେ ତା'ର କାର୍ଯ୍ୟସୂଚୀ ଲୁଚେଇବା ଉଚିତ୍ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ସେମାନଙ୍କୁ ଦେଖିବାକୁ ଦିଅ।” 5 (ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ୱାସ କରୁ ନ ଥିଲେ।)
6 ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, “ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ଯିବା) ପାଇଁ ସମସ୍ତ ସମୟ ଉପଯୁକ୍ତ। 7 ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମୋତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟଗୁଡ଼ିକ ମନ୍ଦ ବୋଲି କହେ। 8 ତେଣୁ ତୁମ୍ଭେମାନେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ଯିବି ନାହିଁ। ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ।” 9 ଏ କଥା କହିବା ପରେ ଯୀଶୁ ଗାଲିଲୀରେ ରହିଗଲେ।
2010 by World Bible Translation Center