Revised Common Lectionary (Complementary)
କଫ୍
81 ସଦାପ୍ରଭୁ, ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମୋତେ ରକ୍ଷା କର।
କିନ୍ତୁ ମୁଁ ତୁମ୍ଭର ବାକ୍ୟ ଉପରେ ନିର୍ଭର ରଖେ।
82 ସଦାପ୍ରଭୁ, ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମୋର ଚକ୍ଷୁକ୍ଳାନ୍ତ ହେଲାଣି,
ତୁମ୍ଭେ ମୋତେ କେବେ ସାନ୍ତ୍ୱନା ଦେବ?
83 ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଗ୍ଭ ଚମଡ଼ା ଥଳୀ ଅଟେ।
ମୁଁ ତୁମ୍ଭର ନିୟମ ଭୁଲିବି ନାହିଁ।
84 କେତେଦିନ ମୁଁ ବଞ୍ଚିବି?
ହେ ସଦାପ୍ରଭୁ ତୁମ୍ଭେ କେବେ ମୋର ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।
85 ଅହଂକାରୀମାନେ ମିଥ୍ୟାଦ୍ୱାରା ଆଘାତ କରନ୍ତି
ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।
86 ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ୱାସନୀୟ।
ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି।
ମୋତେ ସାହାଯ୍ୟ କର!
87 ସେହି ଲୋକମାନେ ମୋତେ ଧ୍ୱଂସ କରି ଦେଲେଣି।
ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ୟାଗ କରି ନାହିଁ।
88 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ଦେଖାଅ ଏବଂ ମୋତେ ବଞ୍ଚାଅ।
ଯେପରି ମୁଁ ତୁମ୍ଭର ଆଦେଶ ରଖିପାରେ।
8 “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ନିଜର ମୁଖ ଖୋଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।”
9 ତା'ପରେ ମୁଁ ଦେଖିଲି ଏକ ହସ୍ତ ମୋ’ ଆଡ଼େ ପ୍ରସାରିତ ହେଲା। ସେ ହାତରେ ଲେଖାଥିବା ଏକ ନଳାକାର ପୁସ୍ତକ ଥିଲା। 10 ଆଉ ମୁଁ ସେହି ଗୁଡ଼ା ହୋଇଥିବା ପୁସ୍ତକକୁ ପ୍ରସାରିତ କଲି ଓ ତାହାର ଉପର ଓ ତଳ ଲେଖା ହୋଇଥିବାର ଦେଖିଲି। ଆଉ ସେଥିରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା।
3 ଅନନ୍ତର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭ ସମ୍ମୁଖରେ ଯାହା ଦେଖୁଛ ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଇସ୍ରାଏଲ ବଂଶକୁ ଯାଇ ଏସବୁ କଥା କୁହ।”
2 ତେଣୁ ମୁଁ ମୁଖ ଖୋଲିଲି ଓ ସେ ସେହି ନଳାକାର ପୁସ୍ତକ ମୋତେ ଭୋଜନ କରାଇଲେ। 3 ତା'ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦରରେ ପୂରାଅ।”
ତେଣୁ ମୁଁ ସେହି ନଳାକାର ପୁସ୍ତକଟିକୁ ଖାଇଦେଲି ଓ ଏହା ମହୁପରି ମିଠା ଲାଗିଲା।
4 ଏହା ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ବଂଶ ନିକଟକୁ ଯାଇ ଆମ୍ଭର ବାକ୍ୟସବୁ କୁହ। 5 ଆମ୍ଭେ ତୁମ୍ଭକୁ କୌଣସି ବିଦେଶୀୟ ନିକଟକୁ ପଠାଉ ନାହୁଁ। ଯାହା ଫଳରେ ତୁମ୍ଭକୁ ତାଙ୍କ ଭାଷା ବୁଝିବା କଷ୍ଟ ହେବ। ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶ ନିକଟକୁ ପଠାଉଅଛୁ। 6 ବହୁତ ଅଲଗା ଅଲଗା ଦେଶଗୁଡ଼ିକ ନିକଟକୁ ତୁମ୍ଭମାନଙ୍କୁ ପଠାଯାଉ ନାହିଁ, ଯେଉଁମାନଙ୍କର ଭାଷାଗୁଡ଼ିକ ତୁମ୍ଭେମାନେ ବୁଝ ନାହିଁ। ପୁଣି ଯେଉଁମାନେ ତୁମ୍ଭମାନଙ୍କର ଭାଷା ବୁଝିପାରନ୍ତି ନାହିଁ। କିନ୍ତୁ ଯଦି ଆମ୍ଭେ ତୁମ୍ଭକୁ ସେପରି ଲୋକମାନଙ୍କ ପାଖକୁ ପଠାଇଥା’ନ୍ତୁ, ସେମାନେ ତୁମ୍ଭ କଥା ଶୁଣିଥା’ନ୍ତେ। 7 କିନ୍ତୁ ଇସ୍ରାଏଲ ଭବିଷ୍ୟଦ୍ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସେମାନେ ଆମ୍ଭ କଥା ଶୁଣିବା ପାଇଁ ଗ୍ଭହାନ୍ତି ନାହିଁ। ସମୁଦାୟ ଇସ୍ରାଏଲର ଲୋକମାନେ ଜିଦ୍ଖୋର ଓ କଠିନ ଚିତ୍ତ ଅଟନ୍ତି। 8 ମାତ୍ର ଆମ୍ଭେ ସେମାନଙ୍କ ମୁଖ ପରି ଓ କପାଳି ପରି ତୁମ୍ଭର ମୁଖ ଓ କପାଳକୁ ଦୃଢ଼ କରିଅଛୁ, 9 ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସେଗୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସେମାନେ ବିଦ୍ରୋହୀ, ତୁମ୍ଭେ ସେମାନଙ୍କୁ ଭୟ କର ନାହିଁ, ଏବଂ ସେମାନଙ୍କ ଗ୍ଭହାଣିରେ ଉଦ୍ବିଗ୍ନ ହୁଅ ନାହିଁ।”
10 ଆହୁରି ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ତୁମ୍ଭେ ସେହିସବୁ କଥା ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର। 11 ଏବଂ ତୁମ୍ଭେ ତୁମ୍ଭର ନିର୍ବାସିତ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ ଯେ, ‘ଏହା ସଦାପ୍ରଭୁ ଆମ୍ଭର ପ୍ରଭୁ ଏହିସବୁ କଥା କୁହନ୍ତି।’ ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ। ତୁମ୍ଭେ ଏହିସବୁ କଥା ନିଶ୍ଚୟ ସେମାନଙ୍କୁ କୁହ।”
ପାଉଲଙ୍କ ଯାତନା
16 ମୁଁ ପୁନର୍ବାର କହୁଛି, କେହି ମୋତେ ମୂର୍ଖ ବୋଲି ଭାବିବା ଉଚିତ୍ ନୁହେଁ। କିନ୍ତୁ ଯଦି ତୁମ୍ଭେମାନେ ମୋତେ ମୂର୍ଖ ବୋଲି ଭାବ, ତା'ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମୋତେ ଗ୍ରହଣ କର। 17 ତା'ହେଲେ ମୁଁ ମଧ୍ୟ ସାମାନ୍ୟ ଗର୍ବ କରି ପାରିବି। ଯେପରି ପ୍ରଭୁ କହିଥା’ନ୍ତେ, ସେପରି ମୁଁ କହୁ ନାହିଁ। ମୁଁ ଜଣେ ମୂର୍ଖ ଭଳି ଗର୍ବ କରେ। 18 ଅନେକ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସେହିଭଳି ମୁଁ ମଧ୍ୟ ଗର୍ବ କରୁଛି। 19 ତୁମ୍ଭେମାନେ ଜ୍ଞାନୀ ହୋଇଥିବାରୁ ଖୁସୀରେ ମୂର୍ଖମାନଙ୍କ ପ୍ରତି ସହନଶୀଳ ହୁଅ। 20 କାରଣ ତୁମ୍ଭେମାନେ ତୁମ୍ଭକୁ ଦାସ ଭଳି ବ୍ୟବହାର କରୁଥିବା, ଫାନ୍ଦରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲରେ ଗ୍ଭପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହୋଇଛ। 21 ଏହା କହିବା ମୋ’ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭେମାନେ ଅତି “ଦୁର୍ବଳ” ହୋଇଯାଇଛୁ।
ମୁଁ ମୂର୍ଖତା ପୂର୍ବକ କହୁଛି ଯେ, ଯଦି ଜଣେ ଗର୍ବ କରିବାରେ ସାହସୀ, ତା'ହେଲେ ମୁଁ ମଧ୍ୟ ଗର୍ବ କରିବା ପାଇଁ ସାହସୀ ହେବି। 22 ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ। 23 ସେମାନେ କ’ଣ କେବଳ ଇସ୍ରାଏଲୀୟ? ମୁଁ ମଧ୍ୟ। ସେମାନେ କ’ଣ କେବଳ ଅବ୍ରହାମଙ୍କ ବଂଶଧାର? ମୁଁ ମଧ୍ୟ। ସେମାନେ କ’ଣ କେବଳ ଖ୍ରୀଷ୍ଟଙ୍କ ସେବକ? ମୁଁ ମଧ୍ୟ। ମୁଁ କ’ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି? ସେମାନଙ୍କ ତୁଳନାରେ ମୁଁ ଅଧିକ କଠୋର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମୋତେ ଥରକୁ ଥର ମାଡ଼ ମରାଯାଇଛି। ଅନେକ ଥର ମୁଁ ମୃତ୍ୟୁର ସନ୍ନିକଟ ହୋଇଛି।
24 ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥରରେ ଅଣଗ୍ଭଳିଶ୍ ଥର ଗ୍ଭବୁକ ମାଡ଼ ଖାଇଛି। 25 ମୁଁ ତିନିଥର ବେତ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନିଥର ଜାହାଜ ଭାଙ୍ଗିବା ବେଳେ ସେଥିରେ ଥିଲି, ତା'ମଧ୍ୟରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ରରେ ପଡ଼ି ରହିଥିଲି। 26 ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି।
27 ମୁଁ କଠୋର ପରିଶ୍ରମ କରି କ୍ଳାନ୍ତିପୂର୍ଣ୍ଣ ଜୀବନଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ୟଦେଇ ଗତି କରିଛି। ଅନେକ ଥର ମୋ’ ପାଖରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡାରେ ମୁଁ ରହିଛି। 28 ଆହୁରି ମଧ୍ୟ ଅନେକ ଗୁଡ଼ିଏ ସମସ୍ୟା ଦେଇ ମୁଁ ଗତି କରିଛି। ତହିଁ ମଧ୍ୟରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସେହି ଚିନ୍ତାରେ ମୁଁ ରହୁଛି। 29 ଯଦି ଜଣେ କେହି ଦୁର୍ବଳ, ମୁଁ ମଧ୍ୟ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଗ୍ଭଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତେବେ ମୁଁ ଅନ୍ତର ମଧ୍ୟରୁ ଯନ୍ତ୍ରଣା ଅନୁଭବ କରେ।
30 ଯଦି ମୋର ଦର୍ପ (ଗର୍ବ) କରିବା କଥା, ତା'ହେଲେ ମୁଁ ମୋ’ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି। 31 ପରମେଶ୍ୱର ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା। 32 ସେ ସର୍ବଦା ପ୍ରଶଂସିତ ହେବା କଥା। ମୁଁ ଯେତେବେଳେ ଦମ୍ମେସକଠାରେ ଥିଲି, ଅରିତସ୍ ରାଜାଙ୍କ ରାଜ୍ୟପାଳ ନଗରର ଗ୍ଭରିପଟେ ପ୍ରହରୀମାନଙ୍କୁ ରଖି ମୋତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ। 33 କିନ୍ତୁ ସହର ପାଚେରୀରେ ଥିବା ଗୋଟିଏ ଝରକା ବାଟ ଦେଇ, ଗୋଟିଏ ବାକ୍ସରେ ବସାଇ ମୋତେ କେତେକ ବନ୍ଧୁମାନଙ୍କ ଦ୍ୱାରା ବାହାରକୁ ଓହ୍ଲାଇ ନିଆ ଯିବାରୁ ମୁଁ ରାଜ୍ୟପାଳଙ୍କ ହାତରୁ ରକ୍ଷା ପାଇ ଗଲି।
2010 by World Bible Translation Center