Revised Common Lectionary (Complementary)
କୋରହ ସନ୍ତାନଗଣଙ୍କର ଗୀତ। ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ ମହଲତ୍ ଲିୟନ୍ନୋତସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍।
88 ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋର ପରିତ୍ରାଣକର୍ତ୍ତା।
ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
2 ମୋର ପ୍ରାର୍ଥନା ପ୍ରତି ଟିକେ ଧ୍ୟାନ ଦିଅ।
ମୋ’ ପ୍ରତି ଦୟାକରି, ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
3 ମୋର ପ୍ରାଣ ଦୁଃଖରେ ଭରପୁର।
ମୁଁ ଶୀଘ୍ର ମରିଯିବି।
4 ମୁଁ ଜଣେ ଶକ୍ତି ହରାଇଥିବା
ପ୍ରାୟ ମୃତ ଲୋକପରି ହୋଇଅଛି।
5 ମୃତଲୋକମାନଙ୍କ ମଧ୍ୟରେ ମୋତେ ଖୋଜ।
ମୁଁ କବରରେ ଶୋଇଥିବା ମୃତ ବ୍ୟକ୍ତିପରି
ଏବଂ ଲୋକମାନେ ଏ ବିଷୟରେ ସବୁ
ଭୁଲିଗଲେ ଓ ସହାୟ ନାହିଁ।
6 ତୁମ୍ଭେ ମୋତେ ପୃଥିବୀର ଗାଢ଼ ଅନ୍ଧକାରର
ଗଭୀର ସ୍ଥାନରେ ରଖିଅଛ।
7 ତୁମ୍ଭ କ୍ରୋଧରେ ମୁଁ ବୋଝ ଅନୁଭବ କଲି।
ତୁମ୍ଭର ସମସ୍ତ ଢେଉ ମୋତେ ଓଲଟ ପାଲଟ କରି ପକାଏ। ସେଲା
8 ମୋର ବନ୍ଧୁମାନେ ମୋତେ ଛାଡ଼ିଗଲେ,
ମୁଁ ଅଛୁଆଁ ପରି ସେମାନେ ମୋ'ଠାରୁ ଦୂରେଇ ଗଲେ।
ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ଯାଇପାରିବି ନାହିଁ।
9 କ୍ଳେଶ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଅଛି।
ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି।
ତୁମ୍ଭଠାରେ ମୁଁ ହାତ ପାତୁ ଅଛି।
10 ତୁମ୍ଭେ କ’ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟା କର?
ମୃତ ଲୋକମାନେ କ’ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ? ସେଲା
11 ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ୱସ୍ତତା ବିଷୟରେ କଥା ହୋଇ ପାରିବେ ନାହିଁ।
ମୃତ ଲୋକମାନେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟରେ ପ୍ରଗ୍ଭର କରି ପାରିବେ ନାହିଁ।
12 ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ଦେଖି ପାରିବେ ନାହିଁ।
ପୃଥିବୀରେ ମୃତ ଲୋକମାନେ ଭୁଲିଯାଇ ତୁମ୍ଭ ସୁଗୁଣ ପ୍ରଶଂସା କରି ପାରିବେ ନାହିଁ।
13 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି।
ମୋତେ ସାହାରା ଦିଅ।
ପ୍ରତ୍ୟେକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
14 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରୁଛ?
ତୁମ୍ଭେ କାହିଁକି ମୋ’ କଥା ଶୁଣୁ ନାହଁ?
15 ମୁଁ ବାଲ୍ୟକାଳରୁ ଦୁଃଖ ଭୋଗ କରି ମୃତ୍ୟୁର ଶେଷ ଆଡ଼କୁ ଆସିଅଛି।
ମୁଁ ଭୀଷଣ ଦୁଃଖ ପାଉଅଛି, ଯାହା ତୁମ୍ଭେ କରିଅଛ।
16 ତୁମ୍ଭର କୋପ ମୋ’ ଉପରେ ବର୍ତ୍ତିଅଛି,
ତୁମ୍ଭ ବିଷୟକ ଭୟ ମୋତେ ଉଚ୍ଛିନ୍ନ କରିଅଛି।
17 ଏକ ବନ୍ୟାପରି ତୁମ୍ଭର ଆକ୍ରମଣ ମୋତେ ଦିନସାରା ଘେରି ରହିଥିଲା।
ସେମାନେ ସବୁଆଡ଼ୁ ମୋତେ ବନ୍ଦ କଲେ।
18 ତୁମ୍ଭେ ମୋର ପ୍ରିୟ ଲୋକମାନଙ୍କୁ ମୋ'ଠାରୁ ଦୂରେଇ ରଖିଅଛ।
ମୋ’ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।
19 “ଆଉ ଯଦି କୌଣସି ସ୍ତ୍ରୀର ରଜସ୍ୱଳା ହୁଏ ଓ ତା'ର ଦେହରୁ ରକ୍ତ କ୍ଷରିତ ହୁଏ, ତେବେ ସେ ସାତ ଦିନ ପର୍ଯ୍ୟନ୍ତ ଅଶୌଚ ରହିବ। ଯେକେହି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 20 ଆଉ ସେହି ସ୍ତ୍ରୀ ଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ରହିବ ଓ ଯାହା ଉପରେ ସେ ବସିବ ତାହା ମଧ୍ୟ ଅଶୁଚି ହେବ। 21 ଯଦି କୌଣସି ବ୍ୟକ୍ତି ତା'ର ଶଯ୍ୟା ଛୁଇଁବ ସେ ତା'ର ବସ୍ତ୍ର ଧୋଇବ ଓ ସେ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 22 ପୁଣି ଯେକେହି ତା'ର ବସିବା ଆସନରେ ବସିବ, ସେ ତା'ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ମଧ୍ୟ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 23 ଆଉ ତା'ର ଶଯ୍ୟା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
24 “ଯଦି ରଜସ୍ୱାଳା ସମୟରେ କୌଣସି ପୁରୁଷ ସେହି ସ୍ତ୍ରୀଲୋକ ସହିତ ଦୈହିକ ସମ୍ପର୍କ ରଖେ, ସେ ମଧ୍ୟ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ ତାହା ଅଶୁଚି ହେବ।
25 “ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡ଼ା ଯଦି କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲା ପରେ ଯଦି ରକ୍ତସ୍ରାବ ହୁଏ, ତେବେ ରକ୍ତସ୍ରାବ ହେଉଥିବ ପର୍ଯ୍ୟନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ। 26 ଯଦି ସେହି ରକ୍ତସ୍ରାବ ଗ୍ଭଲିଥିବା ସମୟରେ ସେ କୌଣସି ଶଯ୍ୟାରେ ଶୟନ କରେ, ତେବେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା’ ମଧ୍ୟ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ। 27 ପୁଣି ଯେକେହି ସେହିସବୁ ଜିନିଷ ଛୁଇଁବ, ସେ ଅଶୁଚି ହେବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 28 ପୁଣି ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆଉ ସାତ ଦିନ ଅପେକ୍ଷା କରିବ। ତା'ପରେ ସେ ଶୁଚି ହେବ। 29 ତା'ପରେ ଅଷ୍ଟମ ଦିନରେ ସେହି ସ୍ତ୍ରୀଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ-ତମ୍ବୁର ଦ୍ୱାର ନିକଟରେ ଯାଜକକୁ ଅର୍ପଣ କରିବ। 30 ତା'ପରେ ସେ ଯାଜକ ସେଥିମଧ୍ୟରୁ ଗୋଟିଏ ପକ୍ଷୀ ପାପାର୍ଥକ ବଳିରୂପେ ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସ୍ତ୍ରୀଲୋକଙ୍କୁ ପ୍ରାୟଶ୍ଚିତ କରାଇବ।
31 “ଏଣୁ ତୁମ୍ଭେ ଇସ୍ରାଏଲ ସନ୍ତନଗଣଙ୍କୁ ଅଶୁଚି ବିଷୟରେ ସତର୍କ କରିଦେବ। ଯଦି ତୁମ୍ଭେ ସେମାନଙ୍କୁ ବିଧି ବିଷୟରେ ନ ଜଣାଇବ, ତେବେ ସେମାନେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦେବେ। ଏଥିପାଇଁ ସେମାନେ ମୃତ୍ୟୁବରଣ କରିବେ।”
ଖ୍ରୀଷ୍ଟିୟାନମାନଙ୍କ ଦାନ
9 ପରମେଶ୍ୱରଙ୍କ ଲୋକମାନଙ୍କ ପାଇଁ ଏହି ସେବା ବିଷୟରେ ଏପରି ଲେଖିବା ମୋ’ ପାଇଁ ପ୍ରକୃତରେ ଆବଶ୍ୟକ ନୁହେଁ। 2 ମୁଁ ଜାଣେ ଯେ, ତୁମ୍ଭେମାନେ ସାହାଯ୍ୟ କରିବା ପାଇଁ କେତେ ଆଗ୍ରହୀ। ମାକିଦନିଆର ଲୋକମାନଙ୍କ ଆଗରେ ଗର୍ବ ସହିତ ମୁଁ କୁହେ ଯେ, ଆଖାୟାର ଲୋକେ ଗତ ବର୍ଷଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ ଦେଖି ଏଠିକାର ଅଧିକାଂଶ ଲୋକ ଉତ୍ସାହିତ ହୋଇ ଦାନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। 3 କିନ୍ତୁ ମୁଁ ଭାଇମାନଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବା ଉଦ୍ଦେଶ୍ୟ ହେଲା, ତୁମ୍ଭମାନଙ୍କ ପାଇଁ ଏ ବିଷୟରେ ଆମ୍ଭର ଯେଉଁ ଗର୍ବ ତାହା ବ୍ୟର୍ଥ ନ ହେଉ। 4 ଯେପରି ମୁଁ ସେମାନଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ କହୁଥିଲି, ମୁଁ ଗ୍ଭହେଁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। ଯଦି କେତେକ ଲୋକ ମାକିଦନିଆରୁ ମୋ’ ସହିତ ତୁମ୍ଭମାନଙ୍କ ପାଖରେ ପହଞ୍ଚିବେ, ଓ ତୁମ୍ଭମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ ନାହିଁ, ତାହାହେଲେ ତୁମ୍ଭମାନଙ୍କଠାରେ ଆମ୍ଭର ବିଶ୍ୱାସ ଥିବା ହେତୁରୁ ଆମ୍ଭେ ଲଜ୍ଜା ବୋଧ କରିବୁ। ତୁମ୍ଭେମାନେ ମଧ୍ୟ ଲଜ୍ଜିତ ହେବ। 5 ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭେମାନେ ଆସିବା ପୂର୍ବରୁ ମୁଁ ସେହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ କହିବି। ତାହାହେଲେ ତୁମ୍ଭେମାନେ ଯେଉଁ ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲ, ତାହା ସେମାନେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସେହି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ୱଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।
2010 by World Bible Translation Center