Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।
65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହକ୍ଦାର।
ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
2 ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
3 ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
4 କେତେ ଭାଗ୍ୟବାନ୍ ସେମାନେ,
ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
5 ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
6 ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
7 ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
8 ଯେଉଁସବୁ ଅଦ୍ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
9 ତୁମ୍ଭେ ପୃଥିବୀର ଯତ୍ନ ନିଅ।
ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।
ଜଳ ରକ୍ତରେ ପରିଣତ ହେଲା
14 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବେ ନାହିଁ। 15 ପ୍ରଭାତରେ, ଫାରୋ ନଦୀକୁ ଯିବେ। ନଦୀ କୂଳରେ ଫାରୋଙ୍କୁ ଅପେକ୍ଷା କର। ସେହି ଆଶାବାଡ଼ିକୁ ତୁମ୍ଭ ସହିତ ନିଅ ଯାହା ସର୍ପ ହୋଇ ଯାଇଥିଲା। 16 ତାଙ୍କୁ ଏହା କୁହ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି। ତାଙ୍କର ଲୋକମାନଙ୍କୁ ଛାଡ଼ିଦେବା ପାଇଁ କହିବାକୁ ଆପଣଙ୍କ ପାଖକୁ ସଦାପ୍ରଭୁ ମୋତେ ପଠାଇଛନ୍ତି। ସେମାନେ ତାଙ୍କୁ ଉପାସନା କରିବାକୁ ମରୁଭୂମିକୁ ଯିବେ। ଏପର୍ଯ୍ୟନ୍ତ ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଶୁଣି ନାହଁ। 17 ତେଣୁ ସଦାପ୍ରଭୁ କହିଲେ, ଯେ ସେ କିଛି କରିବେ ଯେଉଁଥିରେ ତୁମ୍ଭେ ଜାଣିବ ସେ ସଦାପ୍ରଭୁ ବୋଲି। ମୁଁ ନୀଳନଦୀରେ ଜଳକୁ ମୋର ଆଶାବାଡ଼ିରେ ଛୁଇଁବି ତାହା ସଙ୍ଗେ ସଙ୍ଗେ ନଦୀର ଜଳ ପରିବର୍ତ୍ତେ ରକ୍ତ ପ୍ରବାହୀତ ହେବ। 18 ନଦୀର ମାଛମାନେ ମରିଯିବେ ଏବଂ ନଦୀ ଦୁର୍ଗନ୍ଧ ଯୁକ୍ତ ହେବ। ତେଣୁ ମିଶରବାସୀ ଆଉ ନୀଳନଦୀର ଜଳ ପିଇ ପାରିବେ ନାହିଁ।’”
19 ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା'ର ଆଶାବାଡ଼ିକୁ ହାତରେ ଧରି ଏବଂ ଜଳଧାରଗୁଡ଼ିକୁ ଯଥା ନଦୀ, ହ୍ରଦ ଓ କେନାଲ ଯେଉଁଠାରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତେବେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତରେ ପରିଣତ ହେଲା। ଏହିପରିକି କାଠ ପାତ୍ର ଓ ପ୍ରସ୍ତର ପାତ୍ରରେ ଥିବା ଜଳସବୁ ରକ୍ତରେ ପରିଣତ ହେଲା।”
20 ତେଣୁ ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞାନୁସାରେ କାର୍ଯ୍ୟ କଲେ। ହାରୋଣ ତାଙ୍କର ହସ୍ତ ପ୍ରସାରଣ କରି ତାଙ୍କର ଆଶାବାଡ଼ି ଦ୍ୱାରା ନୀଳନଦୀର ଜଳକୁ ସ୍ପର୍ଶ କଲେ। ସେ ଏପରି ଫାରୋ ଓ ତାଙ୍କର କର୍ମଗ୍ଭରୀମାନଙ୍କ ସମ୍ମୁଖରେ କଲେ। ତେଣୁ ନଦୀର ସମସ୍ତ ଜଳ ରକ୍ତରେ ପରିଣତ ହୋଇଗଲା। 21 ନଦୀର ମତ୍ସ୍ୟମାନେ ମଲେ ଏବଂ ନଦୀର ଜଳ ଦୁର୍ଗନ୍ଧ ଯୁକ୍ତ ହେଲା। ତେଣୁ ମିଶରବାସୀ ଆଉ ନୀଳନଦୀରୁ ଜଳପାନ କରିପାରି ନ ଥିଲେ। ମିଶରର ସବୁଆଡ଼େ ଜଳଭାଗ ରକ୍ତରେ ପରିଣତ ହୋଇଗଲା।
22 ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ଯାଦୁବିଦ୍ୟା ପ୍ରୟୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି କଠିନ ହେଲେ ହୃଦୟ କଠିନ କଲେ ଏବଂ ସେ ସେମାନଙ୍କର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ଘଟିଲା। 23 ଫାରୋ ମୋଶା ଏବଂ ହାରୋଣଙ୍କର କାର୍ଯ୍ୟରେ ଧ୍ୟାନ ନ ଦେଇ ଗୃହକୁ ଫେରିଗଲେ।
24 ମିଶରବାସୀମାନେ ଆଉ ନୀଳନଦୀରୁ ଜଳ ପାନ କରି ପାରି ନ ଥିଲେ। ତେଣୁ ସେମାନେ ନଦୀମାନଙ୍କରେ କୂପମାନ ଖନନ କରି ପିଇବା ପାଣି ସଂଗ୍ରହ କଲେ।
ତୋଫାନ
13 ତା'ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜରେ ଥିବା ଲୋକମାନେ ଭାବିଲେ, “ଆମ୍ଭେ ଯେଉଁ ପବନ ବହିବା ଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ।” ତେଣୁ ଆମ୍ଭେ ଲଙ୍ଗର ଉଠେଇ କ୍ରୀତି ଉପଦ୍ୱୀପର କୂଳେକୂଳେ ଯାତ୍ରା କଲୁ। 14 ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା। “ଉତ୍ତର ପୂର୍ବୀୟ” ନାମକ ପବନ, ଦ୍ୱୀପଆଡ଼ୁ ପ୍ରଚଣ୍ଡ ବେଗରେ ବୋହିବାକୁ ଲାଗିଲା। 15 ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠେଲି ନେଲା। ଜାହାଜ ପବନରେ ସ୍ଥିର ହୋଇ ରହି ନ ପାରିବାରୁ ଆମ୍ଭେ ତାକୁ ଭାସିଯିବା ପାଇଁ ଛାଡ଼ି ଦେଲୁ।
16 ତା'ପରେ ଆମ୍ଭେ କ୍ଳାଉଦ ନାମକ ଉପଦ୍ୱୀପ ଉହାଡ଼ରେ ଜାହାଜ ଚଲାଇଲୁ। ସେଠାରେ ଗୋଟିଏ ଜୀବନ ରକ୍ଷକ ଡଙ୍ଗାକୁ ବହୁ କଷ୍ଟରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ। 17 କେବଳ ତାହାକୁ ଜାହାଜ ଭିତରକୁ ନେଲୁ। ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଗ୍ଭରିପଟେ ଦଉଡ଼ିରେ ବାନ୍ଧି ଦେଲେ। ନାବିକମାନେ ଗ୍ଭେରାବାଲିରେ ଜାହାଜ ଲାଗିଯିବାର ଭୟ କଲେ। ତେଣୁ ସେମାନେ ଉପର ପାଲଗୁଡ଼ିକ ଖସେଇ ପବନରେ ଜାହାଜଟିକୁ ଭସେଇ ଦେଲେ।
18 ତହିଁ ଆରଦିନ ସେମାନେ ଝଡ଼ ପ୍ରବଳ ବେଗରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ରରେ ପକେଇ ଦେଲେ। 19 ତୃତୀୟ ଦିନ ସେମାନେ ନିଜ ହାତରେ ଜାହାଜର ସରଞ୍ଜାମ ସବୁ ପାଣିକୁ ଫୋପାଡ଼ି ଦେଲେ। 20 ଆମ୍ଭେ ବହୁତ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚଣ୍ଡ ଝଡ଼ ବତାସର ବେଗ କମିଲା ନାହିଁ। ଆମ୍ଭେମାନେ ଜୀବନ ରକ୍ଷା କରିବାର ସମସ୍ତ ଆଶା ହରେଇ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ୟୁ ଘଟିବ। ଅନେକ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କେହି କିଛି ଖାଇ ନ ଥିଲୁ।
21 ଶେଷରେ ପାଉଲ ସେମାନଙ୍କୁ କହିଲେ, “ବନ୍ଧୁଗଣ, ତୁମ୍ଭେମାନେ ଯଦି ମୋ’ କଥା ଶୁଣି କ୍ରୀତି ଉପଦ୍ୱୀପରୁ ଜାହାଜ ଛାଡ଼ି ନ ଥା’ନ୍ତ, ତେବେ ତୁମ୍ଭେମାନଙ୍କର ଏ ଜାହାଜ ନଷ୍ଟ ହୋଇ ନ ଥା’ନ୍ତା ଓ ଏତେ କ୍ଷତି ଘଟି ନ ଥା’ନ୍ତା। 22 କିନ୍ତୁ ବର୍ତ୍ତମାନ ମୋର କଥାଶୁଣ ଓ ସାହସ ଧର। କାରଣ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଜୀବନ ଯିବ ନାହିଁ। କେବଳ ଜାହାଜଟି ନଷ୍ଟ ହୋଇଯିବ। 23 ମୁଁ ଯେଉଁ ପରମେଶ୍ୱରଙ୍କର ସେବା କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତିରେ ମୋ’ ପାଖରେ ଠିଆ ହୋଇ କହିଲେ, 24 ‘ଭୟ କର ନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ଯିବ। ପରମେଶ୍ୱର ତୁମ୍ଭ ହେତୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।’ 25 ତେଣୁ ବନ୍ଧୁଗଣ! ଖୁସୀ ହୁଅ। ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରେ। ତାହାଙ୍କ ଦୂତ ମୋତେ ଯେପରି କହିଛନ୍ତି, ଠିକ୍ ସେହିପରି ଘଟିବ। 26 କିନ୍ତୁ ଆମ୍ଭେ କୌଣସି ଉପଦ୍ୱୀପ କୂଳରେ ଖଣ୍ଡ ବିଖଣ୍ଡ ହୋଇ ପଡ଼ିବୁ।”
27 ଝଡ଼ର ଚଉଦ ଦିନରେ ପ୍ରାୟ ମଧ୍ୟରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିୟା ସମୁଦ୍ରର ପାଖରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗରେ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ସନ୍ଦେହ କଲେ। 28 ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ। 29 ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧକ୍କା ହୋଇଯିବ। ତେଣୁ ସେମାନେ ଜାହାଜର ପଛପଟେ ଗ୍ଭରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ। 30 କେତେକ ନାବିକ ଜାହାଜ ଛାଡ଼ି ଗ୍ଭଲିଯିବାକୁ ଗ୍ଭହିଁଲେ। ତେଣୁ ସେମାନେ ଜୀବନ ରକ୍ଷକ ଡଙ୍ଗାକୁ ପାଣିରେ ଖସେଇ ଦେଲେ। ଯାହା ଫଳରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନାରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି। 31 କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, “ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ।” 32 ତେଣୁ ସୈନିକମାନେ ଜୀବନ ରକ୍ଷକ ଡଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ।
33 ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, “ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ। 34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ, ନଷ୍ଟ ହେବ ନାହିଁ।” 35 ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ। 36 ଏଥିରେ ସେମାନେ ସମସ୍ତେ ଉତ୍ସାହିତ ହେଲେ ଓ ସେମାନେ ମଧ୍ୟ ଖାଇବା ଆରମ୍ଭ କଲେ। 37 ଜାହାଜରେ ସର୍ବ ମୋଟ 276 ଜଣ ଥିଲେ। 38 ଆମ୍ଭେ ଯଥେଷ୍ଟ ପରିମାଣରେ ଖାଇବା ପରେ ଜାହାଜରେ ଥିବା ଗହମକୁ ସେମାନେ ସମୁଦ୍ରରେ ଫିଙ୍ଗି ଦେଲେ, ଯଦ୍ଦ୍ୱାରା ଜାହାଜ ହାଲୁକା ହୋଇଗଲା।
2010 by World Bible Translation Center