Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 107:1-3

ପଞ୍ଚମ ପୁସ୍ତକ

(ଗୀତସଂହିତା 107–150)

107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
    ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
    ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
    ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।

ଗୀତସଂହିତା 107:23-32

23 କେତେକ ଲୋକ ସେମାନଙ୍କର କାର୍ଯ୍ୟ ପାଇଁ
    ନୌକାରେ ସମୁଦ୍ର ପାର ହୁଅନ୍ତି।
24 ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ
    ଓ ସମୁଦ୍ର ଜଳରେ ତାଙ୍କର ଅ‌ଦ୍‌ଭୂତ କାର୍ଯ୍ୟ ଦେଖନ୍ତି।
25 ପରମେଶ୍ୱର ଆଜ୍ଞା କଲେ ଏବଂ ପ୍ରବଳ ବାୟୁ ଉଠି ଆସିଲା।
    ଢେଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
26 ସେମାନେ ସେହି ଢେଉରେ ଆକାଶକୁ ଉଠିଲେ
    ଓ ଏହା ପରେ ଜଳଗର୍ଭକୁ ଖସିଲେ।
    ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ଯେ, ସେମାନେ ସେମାନଙ୍କର ସାହସ ହରାଇଲେ।
27 ସେମାନେ ମତ୍ତଲୋକ ପରି ଏକଡ଼ ସେକଡ଼ ଦୋହଲନ୍ତି।
    ଏବଂ ସେମାନଙ୍କର ବୁଦ୍ଧି ହଜିଯାଏ।
28 ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ
    ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ।
29 ପରମେଶ୍ୱର ବତାସକୁ ସ୍ଥିର କଲେ
    ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
30 ସମୁଦ୍ର ଶାନ୍ତ ହୋଇଗଲା ବୋଲି ନାବିକମାନେ ଖୁସୀ ହେଲେ,
    କାରଣ ସେମାନେ ଯେଉଁଠାକୁ ଯିବାକୁ ଗ୍ଭହିଁଥିଲେ ପରମେଶ୍ୱର ତାଙ୍କୁ ପୋତାଶ୍ରୟକୁ ନିରାପଦରେ ଆଗେଇ ନେଲେ।
31 ସେମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ୟବାଦ କର,
    ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
32 ଲୋକମାନଙ୍କ ମହାସଭାରେ ପରମେଶ୍ୱରଙ୍କର ପ୍ରଶଂସା କରିବା ଉଚିତ୍
    ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।

ଆୟୁବ ପୁସ୍ତକ 37:1-13

37 “ବିଜୁଳି ଓ ଘଡ଼ଘଡ଼ି ମୋତେ ଭୟଭୀତ କରେ।
    ଛାତି ଭିତରର ହୃତପିଣ୍ଡ ଭୟରେ କମ୍ପି ଉଠେ।
ସମସ୍ତେ ଶୁଣ! ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ଭଳି ଶୁଣାଯାଏ।
    ସେହି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ୱରଙ୍କ ପାଟିରୁ ବାହାରେ।
ପରମେଶ୍ୱର ତାଙ୍କର ବିଜୁଳିକୁ ମାରନ୍ତି, ଯାହା ସମଗ୍ର ଆକାଶକୁ କମ୍ପିତ କରେ।
    ଏହା ସମଗ୍ର ପୃଥିବୀକୁ ମଧ୍ୟ ଝଲସାଇ ଦିଏ।
ତା'ପରେ ବିଜୁଳି ମାରିବା ପରେ ପରମେଶ୍ୱରଙ୍କ ବଜ୍ର ଗମ୍ଭିର କଣ୍ଠସ୍ୱର ଶୁଣାଯାଏ,
    ପରମେଶ୍ୱର ତାଙ୍କର ଚମତ୍କାର ସ୍ୱରରେ ଘଡ଼ଘଡ଼ି କରନ୍ତି।
ବିଜୁଳି ମାରିଲା ବେଳେ ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ମାରେ।
ପରମେଶ୍ୱରଙ୍କ ଘଡ଼ଘଡ଼ି କଣ୍ଠସ୍ୱର ଅ‌‌‌ଦ୍‌‌‌ଭୂତ ଧରଣର
    ସେ ଅନେକ ମହାନ କାର୍ଯ୍ୟ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ।
ପରମେଶ୍ୱର ବରଫକୁ କହନ୍ତି:
    ‘ପୃଥିବୀ ଉପରେ ପଡ଼।’
ଏବଂ ପରମେଶ୍ୱର ବର୍ଷାକୁ କହନ୍ତି
    ‘ପୃଥିବୀରେ ଢାଳି ହୁଅ।’
ପରମେଶ୍ୱର ତାହା କରନ୍ତି, ଯଦ୍ଦ୍ୱାରା ସମସ୍ତ ଲୋକ ଜାଣି ପାରିବେ ପରମେଶ୍ୱର ତିଆରି କରିଛନ୍ତି ଏବଂ ସମସ୍ତେ ଜାଣିବେ ସେ କ’ଣ କରି ପାରନ୍ତି।
    ଏହା ତାଙ୍କର ପ୍ରମାଣ ଅଟେ।
ପଶୁମାନେ ସେମାନଙ୍କ ଆଶ୍ରୟସ୍ଥଳକୁ ଦୌଡ଼ି ପଳାନ୍ତି ଓ ସେଠାରେ ରୁହନ୍ତି।
ଦକ୍ଷିଣ ଦିଗରୁ ବତାସ ମାଡ଼ି ଆସେ।
    ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆସେ।
10 ପରମେଶ୍ୱରଙ୍କ ନିଶ୍ୱାସରେ ବରଫ ସୃଷ୍ଟି ହୁଏ
    ଓ ସମୁଦ୍ର ଜମାଟ ବାନ୍ଧି ଯାଏ।
11 ପରମେଶ୍ୱର ବାଦଲକୁ ଜଳରେ ପୂର୍ଣ୍ଣ କରନ୍ତି
    ଓ ସେହି ମେଘରେ ବିଜୁଳି ସୃଷ୍ଟି କରିଛନ୍ତି।
12 ପରମେଶ୍ୱର ମେଘକୁ ଆଦେଶ ଦିଅନ୍ତି ସମଗ୍ର ପୃଥିବୀରେ ଭ୍ରମଣ କରିବା ପାଇଁ।
    ମେଘମାଳା ସେ ଯାହା ଆଜ୍ଞା କରନ୍ତି ତାହା କରନ୍ତି।
13 ଏହା ହୁଏତ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ
ଅବା ପ୍ରେମ ଦେଖାଇବା ପାଇଁ ସେ ଏହା କରନ୍ତି।

ଲୂକ ଲିଖିତ ସୁସମାଗ୍ଭର 21:25-28

ଭୟ କର ନାହିଁ

(ମାଥିଉ 24:29-31; ମାର୍କ 13:24-27)

25 “ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କରେ ସଙ୍କେତ ରୂପକ ଅନେକ ଅ‌ଦ୍‌ଭୂତ ବିଷୟ ଘଟିବ। ପୃଥିବୀରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡ଼ିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ’ଣ ପାଇଁ ଏପରି ହେଲା, ଜାଣିବେ ନାହିଁ। 26 ସଂସାରକୁ ମାଡ଼ି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟରେ ମୂର୍ଚ୍ଛିତ ହୋଇଯିବେ। ଆକାଶ ମଣ୍ଡଳର ପ୍ରତ୍ୟେକ ବିଷୟ ବଦଳି ଯିବ। 27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ। 28 ଯେତେବେଳେ ଏସବୁ ଘଟଣା ଘଟିବା ଆରମ୍ଭ ହୋଇଯିବ, ତୁମ୍ଭେମାନେ ଭୟ କରିବ ନାହିଁ। ଉପରକୁ ଗ୍ଭହିଁ ଖୁସୀ ହେବ, ଆଦୌ ବ୍ୟସ୍ତ ହେବ ନାହିଁ। କାରଣ ତୁମ୍ଭମାନଙ୍କର ମୁକ୍ତି ସମୟ ପାଖ ହୋଇଗଲାଣି ବୋଲି ଏଥିରୁ ଜାଣିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center