Revised Common Lectionary (Complementary)
ପଞ୍ଚମ ପୁସ୍ତକ
(ଗୀତସଂହିତା 107–150)
107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
23 କେତେକ ଲୋକ ସେମାନଙ୍କର କାର୍ଯ୍ୟ ପାଇଁ
ନୌକାରେ ସମୁଦ୍ର ପାର ହୁଅନ୍ତି।
24 ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ
ଓ ସମୁଦ୍ର ଜଳରେ ତାଙ୍କର ଅଦ୍ଭୂତ କାର୍ଯ୍ୟ ଦେଖନ୍ତି।
25 ପରମେଶ୍ୱର ଆଜ୍ଞା କଲେ ଏବଂ ପ୍ରବଳ ବାୟୁ ଉଠି ଆସିଲା।
ଢେଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
26 ସେମାନେ ସେହି ଢେଉରେ ଆକାଶକୁ ଉଠିଲେ
ଓ ଏହା ପରେ ଜଳଗର୍ଭକୁ ଖସିଲେ।
ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ଯେ, ସେମାନେ ସେମାନଙ୍କର ସାହସ ହରାଇଲେ।
27 ସେମାନେ ମତ୍ତଲୋକ ପରି ଏକଡ଼ ସେକଡ଼ ଦୋହଲନ୍ତି।
ଏବଂ ସେମାନଙ୍କର ବୁଦ୍ଧି ହଜିଯାଏ।
28 ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ
ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ।
29 ପରମେଶ୍ୱର ବତାସକୁ ସ୍ଥିର କଲେ
ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
30 ସମୁଦ୍ର ଶାନ୍ତ ହୋଇଗଲା ବୋଲି ନାବିକମାନେ ଖୁସୀ ହେଲେ,
କାରଣ ସେମାନେ ଯେଉଁଠାକୁ ଯିବାକୁ ଗ୍ଭହିଁଥିଲେ ପରମେଶ୍ୱର ତାଙ୍କୁ ପୋତାଶ୍ରୟକୁ ନିରାପଦରେ ଆଗେଇ ନେଲେ।
31 ସେମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ୟବାଦ କର,
ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
32 ଲୋକମାନଙ୍କ ମହାସଭାରେ ପରମେଶ୍ୱରଙ୍କର ପ୍ରଶଂସା କରିବା ଉଚିତ୍
ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।
ଆୟୁବ ତା'ର କାହାଣୀ କହି ଗ୍ଭଲିଲା
29 ଆୟୁବ ତା'ର କାହାଣୀ ଗ୍ଭଲୁ ରଖିଲା,
2 “ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମୋର ଜୀବନ ଯେପରି ଥିଲା ସେହିପରି ରହନ୍ତା।
ପରମେଶ୍ୱର ମୋ’ ଉପରେ ଦୃଷ୍ଟି ରଖିଲେ, ମୋର ଯତ୍ନ ନେଉଥିଲେ।
3 ଯେତେବେଳେ ପରମେଶ୍ୱର ମୋ’ ମୁଣ୍ଡ ଉପରେ ଉଜ୍ଜ୍ୱଳ ଆଲୋକ ପକାଉଥିଲେ,
ତାଙ୍କ ଆଲୋକ ବଳରେ ମୁଁ ଅନ୍ଧକାରରେ ଗ୍ଭଲିବାକୁ ସକ୍ଷମ ହୋଇଥିଲି।
4 ମୁଁ ସେହି ଦିନଗୁଡ଼ିକ ନିମନ୍ତେ ଇଚ୍ଛାକରେ ଯେତେବେଳେ ମୋର ସାଫଲ୍ୟ ଥିଲା
ଏବଂ ଯେତେବେଳେ ପରମେଶ୍ୱରଙ୍କର ବନ୍ଧୁତା ମୋର ଗୃହକୁ ଆଶୀର୍ବାଦ କଲେ।
5 ଆହା, ଯେଉଁ ସମୟରେ ସର୍ବଶକ୍ତିମାନ ପରମେଶ୍ୱର ମୋ’ ସହିତ ଥିଲେ
ମୋର ପିଲାମାନେ ମୋ’ ଗ୍ଭରି ପାଖରେ ଥିଲେ ସେହି ସମୟକୁ ମୁଁ ଗ୍ଭହେଁ।
6 ଜୀବନ ଅତି ସୁଖକର ଥିଲା।
ମୁଁ ମୋର ପାଦକୁ ଦୁଗ୍ଧ ଲହୁଣୀରେ ଧୌତ କରୁଥିଲି।
ମୋ’ ନିକଟରେ ଅନେକ ତୈଳ ନଦୀ ପ୍ରବାହିତ ହେଉଥିଲା।
7 “ସେହିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି।
ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନରେ ଲୋକମାନେ ବସି ସଭା କରୁଥିଲେ।
8 ସବୁ ଲୋକମାନେ ମୋତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମୋ’ ଆସିବା ଦେଖି ମୋ’ ବାଟରୁ ଆଡ଼େଇ ହୋଇ ଯାଉଥିଲେ।
ବଡ଼ଲୋକ ସମ୍ମାନ ସ୍ୱରୂପ ଛିଡ଼ା ହୋଇ ପଡ଼ୁଥିଲେ।
9 ମୋତେ ଦେଖି ନେତାମାନେ ଚୂପ୍ ହୋଇ ଯାଉଥିଲେ
ଏବଂ ତାଙ୍କ ମୁଖରେ ହାତ ଦେଉଥିଲେ।
10 ଏପରିକି ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ,
ଏହା ଦେଖାଯାଉଥିଲା ଯେପରି ତାଙ୍କର ଜିଭ ପାଟିରେ ଅଟକି ଯାଉଥିଲା।
11 ମୁଁ ଯାହା କହୁଥିଲି ସେମାନେ ତାହା ମନ ଦେଇ ଶୁଣୁଥିଲେ ଏବଂ ଏହା ପରେ ମୋ’ ବିଷୟରେ ଭଲ କଥା ହେଉଥିଲେ।
ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ।
12 କାରଣ ଯେତେବେଳେ କୌଣସି ଗରିବ ଲୋକଟିଏ ସାହାଯ୍ୟ ପାଇଁ ଡାକୁଥିଲା ମୁଁ ତାକୁ ସାହାଯ୍ୟ କରୁଥିଲି।
ମୁଁ ମଧ୍ୟ ସେହି ପିଲାମାନଙ୍କୁ ସାହାଯ୍ୟ କରୁଥିଲି।
ଯାହାଙ୍କର ପିତାମାତା ନ ଥିଲେ ଏବଂ ସେମାନଙ୍କର ଯତ୍ନ ନେବାକୁ କେହି ନ ଥିଲେ।
13 ଯେଉଁ ମଣିଷ ମରି ଯାଉଥିଲା ସେ ମୋତେ ଆଶୀର୍ବାଦ କଲା।
ମୁଁ ସେହି ବିଧବାମାନଙ୍କୁ କିଛି ଖାଇବା ନିମନ୍ତେ ଦେଲି।
14 ଧାର୍ମିକତା ମୋର ବସ୍ତ୍ର ନ୍ୟାୟ ମୋର ଗ୍ଭେଗା
ଓ ମୋର ପଗଡ଼ି ଥିଲା।
15 ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି।
ସେମାନେ ଯେଉଁ ଆଡ଼କୁ ଯିବାକୁ ଇଚ୍ଛା କରୁଥିଲେ ସେହି ପଥରେ ଯିବାକୁ ମୁଁ ସାହାଯ୍ୟ କରୁଥିଲି।
ଛୋଟା ଲୋକର ମୁଁ ପାଦ ସଦୃଶ ଥିଲି।
ସେମାନେ ଯେଉଁ ସ୍ଥାନକୁ ଯିବାକୁ ଇଚ୍ଛା କରୁଥିଲେ ମୁଁ ତାଙ୍କୁ ବୋହି ନେଉଥିଲି।
16 ମୁଁ ଗରିବ ଲୋକର ପିତା ସଦୃଶ ଥିଲି।
ମୁଁ ନ ଜାଣିଥିବା ଲୋକକୁ ମଧ୍ୟ ସାହାଯ୍ୟ କରୁଥିଲି।
ସେମାନଙ୍କୁ ଅଦାଲତରେ ତର୍କରେ ଜିତାଇ ଦେଉଥିଲି।
17 ଦୁଷ୍ଟ ଲୋକର କ୍ଷମତାର ଅପବ୍ୟବହାରରୁ
ନିରୀହ ଲୋକଙ୍କୁ ଉଦ୍ଧାର କରୁଥିଲି।
18 “ମୁଁ ଭାବୁଥିଲି, ମୁଁ ମୋ’ ଗୃହରେ ମୃତ୍ୟୁବରଣ କରିବି,
କିନ୍ତୁ ମୋର ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହେବ।
19 ମୁଁ ସବୁଦିନ ସ୍ୱାସ୍ଥ୍ୟବାନ କାର୍ଯ୍ୟକ୍ଷମ ଥିବି।
ଗୋଟିଏ ସବଳ ବୃକ୍ଷଭଳି ଯାହାର ଚେର ମାଟିତଳେ ଜଳକୁ ସ୍ପର୍ଶ କରି ଅନେକ ଡାଳ ଶାଖା ପ୍ରଶାଖା ମେଲି କାକରରେ ଭିଜି ଯାଇଥିବ।
20 ମୋ’ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଦିନ ହୋଇଥିବ,
ଯାହା ମୋର ଗୌରବରେ ପୂର୍ଣ୍ଣ ହେବା ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ୟ ସାକାର କରୁଥିବ।
ପାଉଲଙ୍କ ମାକିଦନିଆ ଓ ଗ୍ରୀସ୍ ଯାତ୍ରା
20 ଉତ୍ତେଜନା ଶାନ୍ତ ହେବା ପରେ ପାଉଲ ଯୀଶୁଙ୍କର ଶିଷ୍ୟମାନଙ୍କୁ ଡକାଇ ପାଠାଇଲେ ଓ ସେମାନଙ୍କୁ ଉତ୍ସାହିତ କଲେ। ତା'ପରେ ସେମାନଙ୍କଠାରୁ ବିଦାୟ ନେଇ ସେ ମାକିଦନିଆକୁ ଯାତ୍ରା କଲେ। 2 ସେହି ଅଞ୍ଚଳ ଦେଇ ଯିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହଜନକ କଥା କହିଲେ। ତା'ପରେ ସେ ଗ୍ରୀସ୍ରେ ପହଞ୍ଚିଲେ। 3 ସେଠାରେ ସେ ତିନି ମାସ ପର୍ଯ୍ୟନ୍ତ ରହିଲେ।
ସେଠାରୁ ସୁରିଆକୁ ଜଳଯାତ୍ରା କରିବା ପାଇଁ ଗ୍ଭହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆକୁ ଫେରି ଯିବା ପାଇଁ ସ୍ଥିର କଲେ। 4 ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ। 5 ଏମାନେ ସମସ୍ତେ ଆଗେ ଯାଇ ତ୍ରୋୟା ନଗରରେ ଆମ୍ଭମାନଙ୍କୁ ଅପେକ୍ଷା କଲେ। 6 ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସେମାନଙ୍କ ପାଖରେ ତ୍ରୋୟାରେ ପହଞ୍ଚିଲୁ। ଆମ୍ଭେ ସେଠାରେ ସାତ ଦିନ ପର୍ଯ୍ୟନ୍ତ ରହିଲୁ।
ପାଉଲଙ୍କର ତ୍ରୋୟା ଯାତ୍ରା
7 ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ। 8 ଆମ୍ଭେ ଯେଉଁଠି ଏକାଠି ହୋଇଥିଲୁ, ସେହି ଉପର ଘରେ ଅନେକଗୁଡ଼ିଏ ଦୀପ ଥିଲା। 9 ଇଉତୁଖ ନାମକ ଜଣେ ଯୁବକ ଝରକା କଡ଼ରେ ବସି ଖୁବ୍ ନିଦରେ ଶୋଇ ପଡ଼ିଥିଲା। ପାଉଲ କହି ଗ୍ଭଲିଥିଲାବେଳେ ସେ ନିଘୋଡ଼ ନିଦରେ ଶୋଇପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତେବେଳେ ସେମାନେ ତାହାକୁ ଉଠାଇଲେ, ସେ ମରିସାରିଥିଲା।
10 ପାଉଲ ତଳକୁ ଆସି ଆଣ୍ଠେଇ ପଡ଼ିଲେ, ଓ ତାହାକୁ ନିଜ ହାତରେ ଟେକିନେଲେ ଓ କହିଲେ, “ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହେବ।” 11 ତା'ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସେମାନଙ୍କ ସହିତ ଅଧିକ ସମୟ ପାହାନ୍ତିଆ ପର୍ଯ୍ୟନ୍ତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। 12 ସେମାନେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ।
ତ୍ରୋୟାରୁ ମିତୁଲୀନୀକୁ ଯାତ୍ରା
13 ଆମ୍ଭେମାନେ ସେଠାରୁ ଜାହାଜରେ ଆସସ୍ ନଗରକୁ ଯାତ୍ରା କଲୁ। ସେଠାରୁ ପାଉଲଙ୍କୁ ନେବା ପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗରେ ଗ୍ଭଲି ଯିବା ପାଇଁ ଇଚ୍ଛା କଲେ। 14 ପରେ ପାଉଲ ଆମ୍ଭ ସହିତ ଆସସ୍ ନଗରରେ ଦେଖା ଦେଲେ। ସେ ଆମ୍ଭ ସହିତ ଜାହାଜରେ ଚଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ। 15 ତହିଁ ଆରଦିନ ଆମ୍ଭେ ସେଠାରୁ ଜାହାଜରେ ଖିଅ ଉପଦ୍ୱୀପ ସାମନାରେ ଆସି ପହଞ୍ଚିଲୁ। ତା'ପରେ ଦ୍ୱିତୀୟ ଦିନ ଆମ୍ଭେ ମିଳିତ ନଗରରେ ପହଞ୍ଚିଲୁ। 16 ପାଉଲ ଏସିଆରେ ଅଧିକ ସମୟ ରହିବା ପାଇଁ ଇଚ୍ଛା କରୁ ନ ଥିଲେ। ସେ ଏଫିସରେ ନ ଅଟକିବା ପାଇଁ ନିର୍ଣ୍ଣୟ କଲେ। ସମ୍ଭବ ହେଲେ ସେ ପେଣ୍ଟିକଷ୍ଟ ଦିନ ସୁଦ୍ଧା ଯିରୁଶାଲମରେ ପହଞ୍ଚିବା ପାଇଁ ତର ତର ହେଉଥିଲେ।
2010 by World Bible Translation Center