Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 35:1-10

ଦାଉଦଙ୍କର ଗୀତ

35 ସଦାପ୍ରଭୁ, ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି
    ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।
ସଦାପ୍ରଭୁ, ତୁମ୍ଭେ ଢାଲ ଓ ସାଞ୍ଜୁ[a] ଉଠାଅ।
    ଜାଗ୍ରତ ହୁଅ, ମୋର ସହାୟ ହୁଅ।
ଏକ ବର୍ଚ୍ଛା ଓ କୁନ୍ତ ଧର
    ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର।
ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।”

କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି।
    ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର।
    ସେମାନଙ୍କୁ ଘଉଡ଼ାଇ ଦିଅ।
    ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର।
ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ।
    ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ,
    ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।
ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ।
    ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ।
    ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।
ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ।
    ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ।
    ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ।
ତା'ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି।
    ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ।
10 ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ।
    ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା'ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ।
ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ,
    ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।”

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 29:1-14

ବାବିଲସ୍ଥିତ ଜୀଉ ନିର୍ବାସିତମାନଙ୍କୁ ଏକ ପତ୍ର

29 ଯିରିମିୟ ନିର୍ବାସିତମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କ ପାଖକୁ, ଯାଜକଗଣଙ୍କ ପାଖକୁ, ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ରେରଣ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖ‌ଦ୍‌ନିତ୍ସର ଯିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନେଇଯାଇଥିଲେ। ରାଜା ଯିହୋୟାଖୀନ୍, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ଯିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତାରେ ଏହି ପତ୍ର ପଠାଗଲା। ଯିହୁଦାର ରାଜା ସିଦିକିୟ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ଶାଫନର ପୁତ୍ର ଇଲିୟାସା ଓ ହି‌ଲ୍‌‌‌କିୟର ପୁତ୍ର ଗମରିୟକୁ ପଠାଇଲେ। ଯିରିମିୟ ସେହିମାନଙ୍କ ହସ୍ତରେ ପତ୍ର ଦେଲେ। ସେହି ପତ୍ରଟି ଏହିପରି ପାଠ କରାଗଲା।

ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ଆମ୍ଭେ ଯିରୁଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସମସ୍ତ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି। “ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପଭୋଗ କର। ତୁମ୍ଭେମାନେ ବିବାହ କରି ପୁତ୍ରକନ୍ୟା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସେହି ପୁତ୍ରକନ୍ୟାମାନଙ୍କୁ ବିବାହ କରାଇ ସେମାନଙ୍କଠାରୁ ପୁତ୍ରକନ୍ୟା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ୟା ବୃଦ୍ଧି କର କିନ୍ତୁ ଊଣା କର ନାହିଁ। ଆମ୍ଭେ ଯେଉଁ ନଗରକୁ ତୁମ୍ଭମାନଙ୍କୁ ନିର୍ବାସିତ କରିଅଛୁ ତାହାର ମଙ୍ଗଳ କର ଓ ସେହି ନଗର ନିମନ୍ତେ ସଦାପ୍ରଭୁଙ୍କୁ ପ୍ରାର୍ଥନା କର। କାରଣ ସେଠାରେ ଶାନ୍ତି ଆସିଲେ ତୁମ୍ଭମାନଙ୍କର ଶାନ୍ତି ଆସିବ।” ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତା ଓ ଗଣକମାନଙ୍କ କଥାରେ ଭୁଲ ନାହିଁ। ସେମାନେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋଯୋଗ କର ନାହିଁ। ପୁଣି ସେମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। କିନ୍ତୁ ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।” ସଦାପ୍ରଭୁ କହନ୍ତି।

10 ତା'ପରେ ସଦାପ୍ରଭୁ କହନ୍ତି, “ମାତ୍ର ବାବିଲରେ ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ପରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ଯିରୁଶାଲମକୁ ଫେରାଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ୟ ପୂରଣ କରିବା।” 11 ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଅଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ୟତ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦେବି। 12 ତେଣୁ ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ୟାନ ଦେବା। 13 ପୁଣି ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ। ଆଉ ସର୍ବାନ୍ତଃକରଣରେ ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ଖୋଜିବ ସେତେବେଳେ ଆମ୍ଭକୁ ପାଇବ।” 14 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ପୁନଃ ଏକତ୍ରିତ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫେରାଇ ଆଣିବା।”

ମାର୍କ ଲିଖିତ ସୁସମାଗ୍ଭର 5:1-20

ଯୀଶୁ ଜଣେ ଲୋକକୁ ଦୁଷ୍ଟାତ୍ମା କବଳରୁ ମୁକ୍ତକଲେ

(ମାଥିଉ 8:28-34; ଲୂକ 8:26-39)

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦର ଅପର ପାର୍ଶ୍ୱର ଗରାଶୀୟମାନଙ୍କ ଦେଶରେ ପହଞ୍ଚିଲେ। ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ରେ ଗୋଟିଏ ଲୋକ କବର ମଧ୍ୟରୁ ବାହାରି ତାହାଙ୍କ ପାଖକୁ ଆସିଲା ତା’ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ସେ ଲୋକଟି କବର ମଧ୍ୟରେ ରହୁଥିଲା। ତାହାକୁ କେହି ହେଲେ ବାନ୍ଧି ପାରୁ ନ ଥିଲେ। ଏପରିକି ଶିକୁଳିରେ ମଧ୍ୟ ତାକୁ ବାନ୍ଧି ପାରୁ ନ ଥିଲେ। କାରଣ ତାହାକୁ ଅଧିକାଂଶ ସମୟରେ ହାତକଡ଼ି ଓ ବେଡ଼ି ଦ୍ୱାରା ବାନ୍ଧି ଦିଆଯାଉଥିଲା। କିନ୍ତୁ ସେ ହାତକଡ଼ିକୁ ଛିଣ୍ଡାଇ ଖୋଲି ଦେଉଥିଲା ଓ ଶିକୁଳିକୁ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ଦେଉଥିଲା। କେହି ହେଲେ ତାକୁ ନିୟନ୍ତ୍ରିତ କରି ପାରୁ ନ ଥିଲେ। ସେ ଦିନରାତି ସଦାବେଳେ କବର ଓ ପାହାଡ଼ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥରରେ କ୍ଷତ ବିକ୍ଷତ କରି ପକାଉଥିଲା।

ଲୋକଟି ଯୀଶୁଙ୍କୁ ଦୂରରୁ ଦେଖି ତାହାଙ୍କ ପାଖକୁ ଧାଇଁ ଆସିଲା ଓ ପ୍ରଣାମ କରି ତାହାଙ୍କ ଆଗରେ ପଡ଼ିଗଲା। 7-8 ଯୀଶୁ ସେହି ଲୋକକୁ କହିଲେ, “ରେ ଦୁଷ୍ଟାତ୍ମା, ଏହି ଲୋକ ଦେହରୁ ବାହାରି ଆ।” ଯୀଶୁ ଏପରି କରିବା ଦ୍ୱାରା ସେହି ଲୋକ ବଡ଼ ପାଟିରେ ଚିତ୍କାର କରି କହିଲା, “ସବୁଠାରୁ ମହାନ ପରମେଶ୍ୱରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମୋ'ଠାରୁ କ’ଣ ଗ୍ଭହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମୋତେ ହଇରାଣ କର ନାହିଁ।”

ଯୀଶୁ ତାକୁ ପଗ୍ଭରିଲେ, “ତୁମ୍ଭ ନାମ କ’ଣ?”

ଲୋକଟି କହିଲା, “ମୋ’ ନାମ ଲିଜନ[a] ବା ବାହିନୀଭୂତ। କାରଣ ଆମ୍ଭେ ଅନେକ।” 10 ସେହି ଦୁଷ୍ଟାତ୍ମାମାନେ ବାରମ୍ବାର କାକୁତି ମିନତି ହୋଇ ଭିକ୍ଷା ମାଗିଲେ ଯେ ସେ ସେମାନଙ୍କୁ ସେହି ଅଞ୍ଚଳର ବାହାରକୁ ପଠେଇ ନ ଦିଅନ୍ତୁ।

11 ସେହି ପାହାଡ଼ କଡ଼ରେ ସେତେବେଳେ ଘୁଷୁରିଙ୍କର ଗୋଟିଏ ବଡ଼ ପଲ ଚରୁଥିଲା। 12 ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭକୁ ଘୁଷୁରିମାନଙ୍କ ପାଖକୁ ପଠେଇ ଦିଅ, ତାହାହାଲେ ଆମ୍ଭେ ସେମାନଙ୍କ ଦେହ ଭିତରେ ପ୍ରବେଶ କରିଯିବୁ।” 13 ଯୀଶୁ ସେମାନଙ୍କୁ ଏପରି କରିବାକୁ ଅନୁମତି ଦେଇଦେଲେ। ତା'ପରେ ଦୁଷ୍ଟାତ୍ମାମାନେ ସେହି ଲୋକଟି ଦେହରୁ ବାହାରି ଘୁଷୁରିମାନଙ୍କ ଦେହରେ ପଶିଗଲେ। ସେହି ଘୁଷୁରି ପଲରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ଼ କଡ଼କୁ ଖୁବ୍ ବେଗରେ ଧାଇଁଲେ ଓ ହ୍ରଦ ଭିତରେ ପଡ଼ି ଗଲେ। ସବୁତକ ଘୁଷୁରି ପାଣିରେ ବୁଡ଼ିଗଲେ।

14 ଘୁଷୁରି ପଲର ଜଗୁଆଳମାନେ ପଳେଇ ଯାଇ ସହରରେ ଏହି ଘଟଣା ବିଷୟରେ କହିଲେ। ଲୋକେ କ’ଣ ଘଟିଛି ବୋଲି ଦେଖିବାକୁ ଆସିଲେ। 15 ସେମାନେ ଯୀଶୁଙ୍କ ପାଖରେ ପହଞ୍ଚି ଦେଖିଲେ ଯାହା ଦେହରେ ବାହିନୀଭୂତ[b] ପ୍ରବେଶ କରିଥିଲା, ସେ ଲୋକଟି ଲୁଗାପଟା ପିନ୍ଧି ଭଲ ଭାବରେ ବସିଛି। ତାହାର ମନ ଭଲ ହୋଇ ଯାଇଛି। ଏହା ଦେଖି ସେମାନେ ଭୟଭୀତ ହେଲେ। 16 ସେଠାରେ କେତେକ ଲୋକ ଥିଲେ, ଯେଉଁମାନେ ଯୀଶୁଙ୍କ କାର୍ଯ୍ୟ ଦେଖିଥିଲେ। ସେମାନେ ଅନ୍ୟ ଲୋକମାନଙ୍କ ଆଗରେ ଦୁଷ୍ଟାତ୍ମା[c] ଭୂତଗ୍ରସ୍ତ ଲୋକଟିର ଓ ଘୁଷୁରିମାନଙ୍କର କ’ଣ ହେଲା, ସେ ସବୁ ବର୍ଣ୍ଣନା କଲେ। 17 ତା'ପରେ ସେ ଲୋକମାନେ ଯୀଶୁଙ୍କୁ ସେ ଅଞ୍ଚଳ ଛାଡ଼ି ଗ୍ଭଲିଯିବାକୁ ଅନୁରୋଧ କଲେ।

18 ଯୀଶୁ ଡଙ୍ଗାରେ ବସି ଗ୍ଭଲି ଯିବାକୁ ପ୍ରସ୍ତୁତ ହେଲେ। ଯିଏ ପୂର୍ବରୁ ଦୁଷ୍ଟାତ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିଲା, ସେ ଯୀଶୁଙ୍କ ସହିତ ଯିବାକୁ ତାହାଙ୍କୁ ଅନୁରୋଧ କଲା। 19 କିନ୍ତୁ ଯୀଶୁ ତାହାକୁ ଯିବା ପାଇଁ ଅନୁମତି ଦେଲେ ନାହିଁ। ଯୀଶୁ କହିଲେ, “ତୁମ୍ଭେ ତୁମ୍ଭର ଘରକୁ, ଆତ୍ମୀୟ ସ୍ୱଜନଙ୍କ ପାଖକୁ ଯାଅ। ପ୍ରଭୁ ତୁମ୍ଭ ପାଇଁ ଯାହା କରିଛନ୍ତି, ସେ ସମସ୍ତ କଥା ସେମାନଙ୍କୁ କୁହ ଯେ ପ୍ରଭୁ ତୁମ୍ଭକୁ ଦୟା କରିଛନ୍ତି।”

20 ତେଣୁ ସେ ଗ୍ଭଲିଗଲା ଓ ଦେକାପଲି[d] ଅଞ୍ଚଳର ଲୋକଙ୍କୁ କହିବାକୁ ଲାଗିଲା ଯେ, ଯୀଶୁ କିପରି ତା’ ପାଇଁ କେତେ ବଡ଼ କାମ କରିଛନ୍ତି। ସମସ୍ତ ଲୋକ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center