Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 113-115

113 ସଦାପ୍ରଭୁଙ୍କର ପ୍ରଶଂସା କର!

ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
    ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
ଅଦ୍ୟାବଧି ଚିରକାଳ
    ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା’ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
    ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
    ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
    ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
    ଦେଖିବାକୁ ତଳକୁ ଗ୍ଭହିଁଲେ।
ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
    ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
    ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ ।
    କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା କର!

114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
    ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
    ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
    ଯର୍ଦ୍ଦନ ନଦୀ ଉଜାଣି ବହିଲା।
ପର୍ବତଗଣ ମେଷପରି ଡେଇଁଲେ।
    ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।

ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
    ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
    ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?

ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
    ସମ୍ମୁଖରେ କମ୍ପିତ ହୁଅ।
ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
    ଓ ପରମେଶ୍ୱର ଚ‌କ୍‌ମକି ପଥରରୁ ନିର୍ଝର ବୁହାଇଲେ।

115 ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ।
    ମହିମା ତ ତୁମ୍ଭର।
    ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
କାହିଁକି ଅନ୍ୟ ଦେଶୀୟମାନେ କହିବେ
    ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ?
ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି।
    ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି।
ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି।
    ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ।
ସେହି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ।
    ସେମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
ସେମାନଙ୍କର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ।
    ସେମାନଙ୍କର ନାକ ଅଛି କିନ୍ତୁ ଆଘ୍ରାଣ କରି ପାରନ୍ତି ନାହିଁ।
ସେମାନଙ୍କର ହାତ ଅଛି କିନ୍ତୁ ତାହା ସ୍ପର୍ଶ କରି ପାରନ୍ତି ନାହିଁ।
    ସେମାନଙ୍କର ଗୋଡ଼ ଅଛି କିନ୍ତୁ ଗ୍ଭଲିପାରନ୍ତି ନାହିଁ।
    ସେମାନଙ୍କ ଗଳାରୁ କୌଣସି ସ୍ୱର ବାହାରେ ନାହିଁ।
ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ବିଶ୍ୱାସକାରୀମାନେ
    ସେହିପରି ହେବେ!

ହେ ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
10 ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
11 ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
    ସଦାପ୍ରଭୁ ସେମାନଙ୍କର ଶକ୍ତି ଓ ଢାଲ।

12 ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି।
    ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବେ।
    ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରିବେ।
13 ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ
    ଆଶୀର୍ବାଦ କରିବେ।

14 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ
    ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
15 ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ
    ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
16 ସ୍ୱର୍ଗ ସଦାପ୍ରଭୁଙ୍କର
    କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି।
17 ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ।
    ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି।
18 ମାତ୍ର ଆମ୍ଭେମାନେ ଆଜିଠାରୁ ଚିରକାଳ ପର୍ଯ୍ୟନ୍ତ
    ସଦାପ୍ରଭୁଙ୍କର ଧନ୍ୟବାଦ କରିବା।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6

ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦର ମୀମାଂସା

ଯେତେବେଳେ ତୁମ୍ଭର ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ବିରୁଦ୍ଧରେ ଅଭିଯୋଗ ଥାଏ, ସେତେବେଳେ ତୁମ୍ଭେମାନେ କାହିଁକି ବିଗ୍ଭରାଳୟର ବିଗ୍ଭରପତି ନିକଟକୁ ଯାଅ? ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ଧାର୍ମିକ ନୁହନ୍ତି। ତେଣୁ ସୁବିଗ୍ଭର ନିମନ୍ତେ ପରମେଶ୍ୱରଙ୍କ ଲୋକ ନିକଟକୁ ନ ଯାଇ ବିଜାତୀୟ ଲୋକ ପାଖକୁ ଯିବାକୁ ଲଜ୍ଜାବୋଧ ହୁଏ ନାହିଁ କି? ତୁମ୍ଭେମାନେ ଅବଶ୍ୟ ଜାଣିଛ ଯେ ପରମେଶ୍ୱରଙ୍କର ଲୋକମାନେ ଜଗତର ବିଗ୍ଭର କରିବେ। ଅତଏବ, ଯଦି ତୁମ୍ଭେମାନେ ଜଗତର ବିଗ୍ଭର କରିବ, ତା’ହେଲେ ଏହିଭଳି ଛୋଟ ଛୋଟ କଥାଗୁଡ଼ିକର ବିଗ୍ଭର କ’ଣ ତୁମ୍ଭେମାନେ କରି ପାରିବ ନାହିଁ? ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଭବିଷ୍ୟତରେ ଆମ୍ଭେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଗ୍ଭର କରିବା। ତା’ହେଲେ ନିଶ୍ଚିତରେ ତୁମ୍ଭେମାନେ ଏହି ଜାଗତିକି ବିଷୟ ଗୁଡ଼ିକର ବିଗ୍ଭର କରି ପାରିବ। ଅତଏବ, ଯଦି ତୁମ୍ଭମାନଙ୍କ ଭିତରେ କିଛି ବିବାଦ ଅଛି, ତାହାହେଲେ ତୁମ୍ଭେମାନେ କାହିଁକି ମଣ୍ଡଳୀ ବାହାରର ଲୋକଙ୍କ ନିକଟକୁ ସେଥିର ମୀମାଂସା ପାଇଁ ଯିବ? ଏହି ଲୋକମାନେ ମଣ୍ଡଳୀ ଦୃଷ୍ଟିରୁ ନଗନ୍ୟ। ମୁଁ ତୁମ୍ଭକୁ ଲଜ୍ଜା ଦେବା ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କ ମଧ୍ୟରେ ଥିବା ବିବାଦର ବିଗ୍ଭର କରିବାକୁ ତୁମ୍ଭମାନଙ୍କ ଭିତରେ କ’ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ? କିନ୍ତୁ ଏବେ ଜଣେ ଭାଇ ଅନ୍ୟଭାଇ ବିରୁଦ୍ଧରେ ଅଦାଲତକୁ ଯାଉଛି, ଓ ଅବିଶ୍ୱାସୀ ଲୋକଙ୍କୁ ବିବାଦ ସମାଧାନ ପାଇଁ ସୁଯୋଗ ଦେଉଛି।

ତୁମ୍ଭମାନଙ୍କ ଭିତରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭେମାନେ ପରାଜିତ ହୋଇ ସାରିଛ। ତା’ ଅପେକ୍ଷା ଅନ୍ୟ କେହି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଥିଲେ ଭଲ ହୋଇଥା’ନ୍ତା। ତା’ ପରିବର୍ତ୍ତେ ତୁମ୍ଭେମାନେ ନିଜେ ନିଜ ପ୍ରତି ଅନ୍ୟାୟ କରୁଛ ଓ ଠକୁଛ। ଖ୍ରୀଷ୍ଟରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ କରୁଛ।

9-10 ଅଥବା, ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। ନିଜକୁ ପ୍ରତାରଣା କର ନାହିଁ। ଯେଉଁମାନେ ଯୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ୟଭିଗ୍ଭରୀ, ସମଲିଙ୍ଗୀ, ସ୍ୱାର୍ଥପର, ଗ୍ଭେର, ମଦୁଆ, ପରନିନ୍ଦକ ଓ ଠକୁଆ, ସେମାନେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହେବେ ନାହିଁ। 11 ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତେକ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହୋଇଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଧାର୍ମିକ କରାଯାଇଛି।

ନିଜ ଶରୀରକୁ ପରମେଶ୍ୱରଙ୍କ ମହିମାରେ ଲଗାଅ

12 “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି।” କିନ୍ତୁ ପ୍ରତ୍ୟେକ ବିଷୟ ଭଲ ନୁହେଁ। “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି” କିନ୍ତୁ ମୋ’ ଉପରେ କର୍ତ୍ତୃତ୍ୱ କରିବାକୁ ମୁଁ କାହାକୁ ଦେବି ନାହିଁ। 13 “ଖାଦ୍ୟ ପେଟ ପାଇଁ ଓ ପେଟ ଖାଦ୍ୟ ପାଇଁ ଅଟେ।” ଏ କଥା ଠିକ୍, କିନ୍ତୁ ପରମେଶ୍ୱର ଏ ଦୁହିଁକୁ ନାଶ କରିବେ। ଶରୀର ଯୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି। 14 ପରମେଶ୍ୱର କେବଳ ପ୍ରଭୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରି ନାହାନ୍ତି, ବରଂ ନିଜର ଶକ୍ତି ଦ୍ୱାରା ସେ ଆମ୍ଭମାନଙ୍କୁ ମଧ୍ୟ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରିବେ। 15 ତୁମ୍ଭେମାନେ କ’ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶେଷ? ତା’ହେଲେ ତୁମ୍ଭେମାନେ କ’ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନେଇଯିବି, ଓ ସେଗୁଡ଼ିକୁ କୌଣସି ବେଶ୍ୟାର ଅଙ୍ଗ କରିଦେବି? କେବେ ନୁହେଁ। 16 ଶାସ୍ତ୍ରରେ ଲେଖାଅଛି “ଉଭୟ ଏକ ହେବେ।” [a] ଅତଏବ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ବେଶ୍ୟାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା’ ସହିତ ଏକ ହୁଏ। 17 କିନ୍ତୁ ଯେଉଁ ଲୋକ ପ୍ରଭୁଙ୍କ ସଙ୍ଗରେ ରହେ ସେ ଆତ୍ମାରେ ତାହାଙ୍କ ସହିତ ଏକ ହୁଏ।

18 ଅତଏବ ଯୌନଗତ ପାପଠାରୁ ଦୂରରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହାରେ କରେ। କିନ୍ତୁ ଯୌନଗତ ପାପ ଦ୍ୱାରା ସେ ନିଜ ଶରୀର ବିରୁଦ୍ଧରେ ପାପ କରେ। 19 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ରଆତ୍ମା ଅନ୍ତରରେ ଅଛନ୍ତି। ପବିତ୍ରଆତ୍ମାଙ୍କୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ପାଇଛ। ତୁମ୍ଭେମାନେ ନିଜେ ନିଜର ନୁହଁ। 20 କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center