Old/New Testament
22 ଦାଉଦ କହିଲେ, “ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିର ଓ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ହୋମବଳି ଉତ୍ସର୍ଗ କରିବାର ବେଦି ଏହି ସ୍ଥାନରେ ହିଁ ନିର୍ମିତ ହେବ।”
ଦାଉଦ ମନ୍ଦିର ନିମନ୍ତେ ଯୋଜନା ପ୍ରସ୍ତୁତ କଲେ
2 ଇସ୍ରାଏଲ ମଧ୍ୟରେ ବାସ କରୁଥିବା ସମସ୍ତ ବିଦେଶୀୟମାନଙ୍କୁ ଏକତ୍ର ଠୁଳ ହେବା ନିମନ୍ତେ ଦାଉଦ ଆଦେଶ ଦେଲେ। ସେହି ବିଦେଶୀମାନଙ୍କ ମଧ୍ୟରୁ ଦାଉଦ ପଥରକଟାଳୀମାନଙ୍କୁ ମନୋନୀତ କଲେ। ପରମେଶ୍ୱରଙ୍କ ମନ୍ଦିର ନିର୍ମାଣରେ ବ୍ୟବହୃତ ହେବା ନିମନ୍ତେ ଉଦ୍ଧିଷ୍ଟ ପଥରକୁ କାଟି ପ୍ରସ୍ତୁତ କରି ରଖିବା ସେମାନଙ୍କର କାର୍ଯ୍ୟ ଥିଲା। 3 ପ୍ରବେଶ ଦ୍ୱାରର କବାଟ ନିମନ୍ତେ କଣ୍ଟା ଓ କବଜା ନିର୍ମାଣ କରିବା ନିମନ୍ତେ ଦାଉଦ ଲୁହା ସଂଗ୍ରହ କଲେ ଏବଂ ସେ ଏତେ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ ଯେ, ତାହାକୁ ମପାଯାଇ ପାରିଲା ନାହିଁ। 4 ଦାଉଦ ଏତେ ସଂଖ୍ୟକ ଦେବଦାରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାଯାଇ ନ ପାରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ୟ ଦେବଦାରୁ କାଠ ଆଣିଲେ।
5 ଦାଉଦ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମୋ’ ପୁଅ ଶଲୋମନ ଅଳ୍ପ ବୟସ୍କ ଅଟେ ଓ ଯେଉଁସବୁ ବିଷୟ ସେ ଜାଣିବା ଆବଶ୍ୟକ, ସେ ଏପର୍ଯ୍ୟନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହେବା ଆବଶ୍ୟକ। ତାହାର ବିଶାଳତା ଓ ସୌନ୍ଦର୍ଯ୍ୟ ସକାଶେ ତାହା ସମସ୍ତ ଦେଶରେ ବିଖ୍ୟାତ ହେବା ଆବଶ୍ୟକ, ସେଥିନିମନ୍ତେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି।” ତେଣୁ ଦାଉଦ ତାଙ୍କର ମୃତ୍ୟୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କଲେ।
6 ଏହା ପରେ ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଡକାଇ ପଠାଇଲେ। 7 ଦାଉଦ ଶଲୋମନଙ୍କୁ କହିଲେ, “ମୋର ପୁତ୍ର, ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି। 8 କିନ୍ତୁ ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭେ ଅନେକ ଯୁଦ୍ଧ କରିଅଛ ଓ ଅନେକ ଲୋକଙ୍କୁ ହତ୍ୟା କରିଅଛ। ତେଣୁ ତୁମ୍ଭେ ଆମ୍ଭ ନାମରେ ମନ୍ଦିର ନିର୍ମାଣ କରି ପାରିବ ନାହିଁ। 9 କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିୟ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତିରେ ଏକ ସମୟ ପ୍ରଦାନ କରିବା। ତା’ପରେ ଚତୁର୍ଦ୍ଦିଗରେ ଥିବା ଶତ୍ରୁମାନେ ତାହାକୁ ବ୍ୟତିବ୍ୟସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହେବା ସମୟରେ ଆମ୍ଭେ ଇସ୍ରାଏଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା। 10 ଶଲୋମନ ଆମ୍ଭ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଶଲୋମନ ମୋର ପୁତ୍ର ହେବ ଏବଂ ଆମ୍ଭେ ତାହାର ପିତା ହେବା। ଏବଂ ଆମ୍ଭେ ଶଲୋମନର ରାଜ୍ୟକୁ ଦୃଢ଼ କରିବା। ତାହାର ବଂଶରୁ କୌଣସି ଜଣେ ଇସ୍ରାଏଲ ଉପରେ ସଦାସର୍ବଦା ରାଜତ୍ୱ କରିବ।’”
11 ଦାଉଦ ଆହୁରି ମଧ୍ୟ କହିଲେ, “ବର୍ତ୍ତମାନ ପୁତ୍ର, ସଦାପ୍ରଭୁ ତୁମ୍ଭ ସହିତରେ ରୁହନ୍ତୁ। ତୁମ୍ଭେ ସଫଳ ହୁଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେପରି କହିଅଛନ୍ତି, ସେପରି ତୁମ୍ଭେ ତାହାଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ। 12 ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା କରିବେ। ତୁମ୍ଭେ ଯେପରି ଲୋକମାନଙ୍କୁ ପରିଗ୍ଭଳିତ କରି ପାରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମର ବାଧ୍ୟ ହୋଇ ପାରିବ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରନ୍ତୁ। 13 ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେଉଁସବୁ ବ୍ୟବସ୍ଥା ପ୍ରଦାନ କରିଛନ୍ତି, ଯଦି ତୁମ୍ଭେ ତାହାର ବାଧ୍ୟ ହେବା ନିମନ୍ତେ ଯତ୍ନ କରିବ, ତେବେ ତୁମ୍ଭେ ସଫଳତା ଲାଭ କରିବ। ବଳବାନ ଓ ସାହସୀ ହୁଅ, ଭୟ କର ନାହିଁ।
14 “ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଅଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ୱର୍ଣ୍ଣ ଦେଇଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦେଇଅଛି। ମୁଁ ଏତେ ପରିମାଣରେ ପିତ୍ତଳ ଓ ଲୁହା ଦେଇଅଛି ଯେ, ତାହା ତୌଲ କରାଯାଇ ନ ପାରେ। ମୁଁ କାଠ ଓ ପ୍ରସ୍ତର ମଧ୍ୟ ଦେଇଅଛି। ଶଲୋମନ, ତୁମ୍ଭେ ସେଥିରେ ଆହୁରି ଯୋଗ କରିପାର। 15 ତୁମ୍ଭର ଅନେକ ପଥରକଟାଳୀ ଓ ବଢ଼େଇ ଅଛନ୍ତି। ପ୍ରତ୍ୟେକ ପ୍ରକାର କାର୍ଯ୍ୟରେ ଦକ୍ଷ କାରିଗର ତୁମ୍ଭର ଅଛନ୍ତି। 16 ସେମାନେ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ ଓ ଲୁହା କାର୍ଯ୍ୟରେ ଦକ୍ଷ ଅଟନ୍ତି। ତୁମ୍ଭର ଅଗଣ୍ୟ ଦକ୍ଷ କାରିଗରମାନେ ଅଛନ୍ତି। ବର୍ତ୍ତମାନ ହିଁ କାର୍ଯ୍ୟ ଆରମ୍ଭ କର। ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ।”
17 ଏହା ପରେ ଦାଉଦ, ତାଙ୍କର ପୁତ୍ର ଶଲୋମନଙ୍କୁ ସାହାଯ୍ୟ କରିବା ପାଇଁ ଇସ୍ରାଏଲର ସମସ୍ତ ନେତାଙ୍କୁ ଆଦେଶ ଦେଲେ। 18 ଦାଉଦ ଏହି ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ସହିତରେ ଅଛନ୍ତି। ସେ ତୁମ୍ଭକୁ ଶାନ୍ତିର ଏକ ସମୟ ପ୍ରଦାନ କରିଅଛନ୍ତି। ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ବାସ କରୁଥିବା ଲୋକମାନଙ୍କୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁ ଓ ତାଙ୍କର ଲୋକମାନଙ୍କର ଅଧୀନସ୍ଥ ହୋଇଅଛି। 19 ବର୍ତ୍ତମାନ, ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହା ପରେ, ନିୟମସିନ୍ଦୁକ ଓ ଅନ୍ୟାନ୍ୟ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ୟକୁ ଆଣ।”
ଲେବୀୟମାନେ ମନ୍ଦିରରେ ସେବାକାର୍ଯ୍ୟ କରିବାର ଯୋଜନା
23 ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇସ୍ରାଏଲର ନୂତନ ରାଜା କଲେ। 2 ଦାଉଦ ଇସ୍ରାଏଲର ସମସ୍ତ ନେତାମାନଙ୍କୁ ଏକତ୍ରିତ କଲେ। ସେ ଯାଜକ ଓ ଲେବୀୟମାନଙ୍କୁ ମଧ୍ୟ ଏକତ୍ର କଲେ। 3 ଯେଉଁ ଲେବୀୟମାନେ 30 ବର୍ଷ ବୟସ୍କ ଓ ତତୁର୍ଦ୍ଧ୍ୱ ଥିଲେ, ଦାଉଦ ସେମାନଙ୍କୁ ଗଣନା କଲେ। ସମୁଦାୟ 38,000 ଲେବୀୟ ହେଲେ। 4 ଦାଉଦ କହିଲେ, “24,000 ଲେବୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିବେ। 6000 ଲେବୀୟ ପୋଲିସ୍ ଓ ବିଗ୍ଭରକର୍ତ୍ତା ହେବେ। 5 4000 ଲେବୀୟ ଦ୍ୱାରପାଳ ହେବେ ଏବଂ 4000 ଲେବୀୟ ବାଦ୍ୟକାର ହେବେ। ମୁଁ ସେମାନଙ୍କ ନିମନ୍ତେ ବିଶେଷ ବାଦ୍ୟଯନ୍ତ୍ରସବୁ ନିର୍ମାଣ କରିଅଛି। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକୁ ବ୍ୟବହାର କରିବେ।”
6 ଦାଉଦ ଲେବୀୟମାନଙ୍କୁ ତିନି ଗୋଟି ଦଳରେ ବିଭକ୍ତ କଲେ। ସେମାନେ ଲେବୀୟଙ୍କ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ।
ଗେର୍ଶୋନ ପରିବାରବର୍ଗ
7 ଗେର୍ଶୋନଙ୍କ ବଂଶର ଲାଦନ୍ ଓ ଶିମିୟି। 8 ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜ୍ୟେଷ୍ଠପୁତ୍ର ଥିଲେ ଯିହୀୟେଲ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ଯିହୀୟେଲ, ସେଥମ୍ ଓ ଯୋୟେଲ। 9 ଶିମିୟିଙ୍କ ପୁତ୍ରମାନେ ଥିଲେ ଶଲୋମୀତ୍, ହସୀୟେଲ ଓ ହାରୋଣ। ଏହି ତିନିପୁତ୍ର ଲାଦନଙ୍କ ପରିବାରର ମୁଖ୍ୟ ଥିଲେ।
10 ଶିମିୟିଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ, ଯହତ୍, ସୀଷ, ଯିୟୂଶ୍ ଓ ବରୀୟ। 11 ଯହତ୍ ଜ୍ୟେଷ୍ଠ ପୁତ୍ର ଓ ସୀଷ ଦ୍ୱିତୀୟ ପୁତ୍ର ଥିଲେ। କିନ୍ତୁ ଯିୟୁଶ୍ ଓ ବରୀୟର ଅନେକ ସନ୍ତାନ ନ ଥିଲେ। ତେଣୁ ଯିୟୂଶ୍ ଓ ବରୀୟଙ୍କୁ ଗୋଟିଏ ପରିବାର ରୂପେ ଗଣ୍ୟ କରାଯାଉ ନ ଥିଲା।
କହାତ୍ ପରିବାରବର୍ଗ
12 କହାତଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ। 13 ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ।
14 ମୋଶା ପରମେଶ୍ୱରଙ୍କ ଲୋକ ଥିଲେ। ମୋଶାଙ୍କ ପୁତ୍ରମାନେ ଲେବୀୟ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ। 15 ମୋଶାଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀୟେଷର। 16 ଗେର୍ଶୋନଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଶବୂୟେଲ। 17 ଇଲୀୟେଷରଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ରହବିୟ। ଇଲୀୟେଷରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିୟଙ୍କର ଅନେକ ପୁତ୍ର ଥିଲେ।
18 ଯିଷ୍ହରର ଜ୍ୟେଷ୍ଠପୁତ୍ର ଥିଲେ ଶଲୋମୀତ୍।
19 ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରୀୟ। ହିବ୍ରୋଣଙ୍କ ଦ୍ୱିତୀୟ ପୁତ୍ର ଥିଲେ ଅମରିୟ। ଯହସୀୟେଲ ତୃତୀୟ ପୁତ୍ର ଓ ଯିକ୍ମିୟାମ୍ ଚତୁର୍ଥ ପୁତ୍ର ଥିଲେ।
20 ଉଷୀୟେଲଙ୍କ ଜ୍ୟେଷ୍ଠପୁତ୍ର ଥିଲେ ମୀଖା ଓ ଯିଶିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ।
ମରାରି ପରିବାରବର୍ଗ
21 ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀୟାସର ଓ କୀଶ୍। 22 ଇଲୀୟାସର ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଇଲୀୟାସରଙ୍କ କନ୍ୟାମାନେ ସେମାନଙ୍କର ନିଜ ଆତ୍ମୀୟମାନଙ୍କୁ ବିବାହ କଲେ। କୀଶଙ୍କର ପୁତ୍ରମାନେ ସେମାନଙ୍କର ଆତ୍ମୀୟ ଥିଲେ। 23 ମୂଶିଙ୍କ ପୁତ୍ରମାନେ ଥିଲେ, ମହଲି, ଏଦର ଓ ଯିରେମୋତ୍। ସମୁଦାୟ ତିନି ଜଣ ପୁତ୍ର ଥିଲେ।
ଲେବୀୟମାନଙ୍କର କାର୍ଯ୍ୟ
24 ଏହିମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ସେମାନେ ସେମାନଙ୍କର ପରିବାର ଦ୍ୱାରା ତାଲିକାଭୁକ୍ତ ହୋଇଥିଲେ। ସେମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କଲେ।
25 ଦାଉଦ କହିଥିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଶାନ୍ତି ପ୍ରଦାନ କରିଅଛନ୍ତି। ସଦାପ୍ରଭୁ ଯିରୁଶାଲମରେ ଚିରକାଳ ନିମନ୍ତେ ବାସ କରିବାକୁ ଆସିଅଛନ୍ତି। 26 ତେଣୁ ଲେବୀୟମାନଙ୍କୁ ଆଉ ପବିତ୍ର ତମ୍ବୁ କିଅବା ସେଥିରେ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ବୋହିକରି ନେବାକୁ ପଡ଼ିବ ନାହିଁ।”
27 ଇସ୍ରାଏଲୀୟମାନଙ୍କୁ ଦାଉଦଙ୍କର ଶେଷ ଆଦେଶ ଥିଲା ଲେବୀୟ ଗୋଷ୍ଠୀର ବଂଶଧରମାନଙ୍କୁ ଗଣିବାକୁ କହିବା। ଯେଉଁ ଲେବୀୟ ବ୍ୟକ୍ତି 20 ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ, ସେମାନେ ସେମାନଙ୍କୁ ଗଣନା କଲେ।
28 ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରିବା ଲେବୀୟମାନଙ୍କ କାର୍ଯ୍ୟ ଥିଲା। ଲେବୀୟମାନେ ଆହୁରି ମଧ୍ୟ ମନ୍ଦିରର ପ୍ରାଙ୍ଗଣ ଓ ପାର୍ଶ୍ୱବର୍ତ୍ତୀ କୋଠରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ମନ୍ଦିରର ସେବା କରିବା କାର୍ଯ୍ୟ ସେମାନଙ୍କର ଥିଲା। 29 ମନ୍ଦିରର ମେଜ ଉପରେ ବିଶେଷରୋଟୀ ରଖିବାର ଦାୟିତ୍ୱ ସେମାନଙ୍କର ଥିଲା। ଆହୁରି ମଧ୍ୟ, ସେମାନଙ୍କର ମଇଦା, ଶସ୍ୟ ନୈବେଦ୍ୟ ଓ ଖମିର ବିନା ରୋଟୀ ପ୍ରସ୍ତୁତ କରିବାର ଦାୟିତ୍ୱ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନୈବେଦ୍ୟ ଉତ୍ସର୍ଗ କରିବା ଦାୟିତ୍ୱ ମଧ୍ୟ ସେମାନଙ୍କର ଥିଲା। ସେମାନେ ସବୁ ପ୍ରକାର ମାପ ତୌଲି କରୁଥିଲେ। 30 ଲେବୀୟମାନେ ପ୍ରତି ପ୍ରଭାତରେ ଛିଡ଼ା ହେଉଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ। ସେମାନେ ପ୍ରତିଦିନ ସନ୍ଧ୍ୟାରେ ମଧ୍ୟ ଏହିପରି କରୁଥିଲେ। 31 ବିଶେଷ ବିଶ୍ରାମବାର, ଅମାବାସ୍ୟାର ଉତ୍ସବ ଓ ସମସ୍ତ ବିଶେଷ ରୋଟୀମାନଙ୍କରେ ଲେବୀୟମାନେ ସବୁପ୍ରକାର ହୋମବଳି ପ୍ରସ୍ତୁତ କରୁଥିଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତିଦିନ ସେବାକାର୍ଯ୍ୟ କରୁଥିଲେ। ପ୍ରତିଥର କେତେଜଣ ଲେବୀୟ ସେବାକାର୍ଯ୍ୟ କରିବେ, ଏଥିନିମନ୍ତେ ବିଶେଷ ନିୟମମାନ ଥିଲା। 32 ତେଣୁ ଲେବୀୟମାନେ ଯେଉଁ କାର୍ଯ୍ୟ କରିବା ଉଚିତ୍, ସେମାନେ ସେହିସବୁ କାର୍ଯ୍ୟ କରୁଥିଲେ। ସେମାନେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସେମାନେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସେମାନେ ସେମାନଙ୍କର ଆତ୍ମୀୟ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ କରିବା ସହିତ ଲେବୀୟମାନେ ଯାଜକମାନଙ୍କୁ ସାହାଯ୍ୟ କରୁଥିଲେ।
ଯାଜକମାନଙ୍କର ଦଳ
24 ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା: ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିୟାସର ଓ ଈଥାମର। 2 କିନ୍ତୁ ନାଦବ୍ ଓ ଅବୀହୂ ସେମାନଙ୍କ ପିତାଙ୍କ ମୃତ୍ୟୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିୟାସର ଓ ଈଥାମର ଯାଜକରୂପେ ସେବାକାର୍ଯ୍ୟ କଲେ। 3 ଦାଉଦ ଇଲିୟାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳରେ ବିଭକ୍ତ କରିଥିଲେ। ସେହି ଦଳମାନେ ସେମାନଙ୍କୁ ଦତ୍ତ କାର୍ଯ୍ୟ ଯେପରି ସୂଗ୍ଭରୁରୂପେ କରି ପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ। ସାଦୋକ୍ ଓ ଅହୀମେଲକ୍ଙ୍କ ସାହାଯ୍ୟରେ ଏହା କରିଥିଲେ। ସାଦୋକ୍ ଇଲିୟାସରଙ୍କ ବଂଶଧର ଓ ଅହୀମେଲକ୍ ଈଥାମରଙ୍କ ବଂଶଧର ଥିଲେ। 4 ଈଥାମରଙ୍କ ପରିବାରଠାରୁ ଇଲିୟାସରଙ୍କ ପରିବାରର ଅଧିକ ନେତା ଥିଲେ। ଇଲିୟାସରଙ୍କ ପରିବାରରୁ ଷୋହଳ ଜଣ ଓ ଈଥାମରଙ୍କ ପରିବାରର ଆଠ ଜଣ ନେତା ଥିଲେ। 5 ପ୍ରତି ପରିବାରରୁ ଲୋକମାନେ ମନୋନୀତ ହୋଇଥିଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ମନୋନୀତ ହୋଇଥିଲେ। ପବିତ୍ର ସ୍ଥାନର ଦାୟିତ୍ୱରେ ରହିବା ନିମନ୍ତେ କେତେଜଣ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା। ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତିମାନେ ଇଲିୟାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।
6 ଶମୟିୟ ସମ୍ପାଦକ ଥିଲେ। ସେ ନଥନେଲଙ୍କ ପୁତ୍ର ଥିଲେ। ଶମୟିୟ ଲେବୀ ଗୋଷ୍ଠୀରୁ ଆସିଥିଲେ। ଶମୟିୟ ସେହି ବଂଶଧରମାନଙ୍କ ନାମ ଲେଖିଲେ। ସେ ସେହି ନାମଗୁଡ଼ିକୁ ରାଜା ଦାଉଦ ଓ ସେହି ନେତାଗଣ: ଯାଜକ ସାଦୋକ, ଅହୀମେଲକ, ଯାଜକମାନଙ୍କର ବଂଶଜ ନେତା ଓ ଲେବୀ ବଂଶଜ ନେତାମାନଙ୍କ ସମ୍ମୁଖରେ ଲେଖିଲେ। ଅହୀମେଲକ ଅବିୟାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଲିବାଣ୍ଟ ଦ୍ୱାରା ସେମାନେ ଜଣେ ବ୍ୟକ୍ତିକୁ ମନୋନୀତ କଲେ ଓ ଶମୟିୟ ସେହି ଲୋକର ନାମ ଲେଖି ରଖିଲେ। ତେଣୁ ସେମାନେ ଇଲିୟାସର ଓ ଈଥାମରଙ୍କ ପରିବାରର ବ୍ୟକ୍ତିମାନଙ୍କର ମଧ୍ୟ କାମକୁ ଭାଗ କରିଦେଲେ।
7 ପ୍ରଥମ ଦଳ ଥିଲା ଯିହୋୟାରୀବଙ୍କ ଦଳ।
ଦ୍ୱିତୀୟ ଦଳ ଥିଲା ଯିଦୟିୟଙ୍କ ଦଳ।
8 ତୃତୀୟ ଦଳ ଥିଲା ହାରୀମଙ୍କ ଦଳ।
ଚତୁର୍ଥ ଦଳ ଥିଲା ସୀୟୋରୀମଙ୍କ ଦଳ।
9 ପଞ୍ଚମ ଦଳ ଥିଲା ମଲ୍କିୟଙ୍କ ଦଳ।
ଷଷ୍ଠ ଦଳ ଥିଲା ମିୟାମୀନଙ୍କ ଦଳ।
10 ସପ୍ତମ ଦଳ ଥିଲା ହକ୍କୋସଙ୍କ ଦଳ।
ଅଷ୍ଟମ ଦଳ ଥିଲା ଅବିୟାଙ୍କ ଦଳ।
11 ନବମ ଦଳ ଥିଲା ଯେଶୂୟଙ୍କ ଦଳ।
ଦଶମ ଦଳ ଥିଲା ଶଖନିୟଙ୍କ ଦଳ।
12 ଏକାଦଶ ଦଳ ଥିଲା ଇଲୀୟାଶୀବଙ୍କ ଦଳ।
ଦ୍ୱାଦଶ ଦଳ ଥିଲା ଯାକୀମଙ୍କ ଦଳ।
13 ତ୍ରୟୋଦଶ ଦଳ ଥିଲା ହୁପ୍ପଙ୍କ ଦଳ।
ଚତୁର୍ଦ୍ଦଶ ଦଳ ଥିଲା ଯେଶବାଙ୍କ ଦଳ।
14 ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ।
ଷୋଡ଼ଶ ଦଳ ଥିଲା ଇମ୍ମେରଙ୍କ ଦଳ।
15 ସପ୍ତଦଶ ଦଳ ହେଷୀରଙ୍କ ଦଳ ଥିଲା।
ଅଷ୍ଟାଦଶ ଦଳ ହିପ୍ପିଙ୍କ ଦଳ ଥିଲା।
16 ଊନବିଂଶ ଦଳ ଥିଲା ପଥାହିୟଙ୍କ ଦଳ।
ବିଂଶ ଦଳ ଥିଲା ଯିହିଷ୍କେଲଙ୍କ ଦଳ।
17 ଏକବିଂଶ ଦଳ ଥିଲା ଯାଖୀନଙ୍କ ଦଳ।
ଦ୍ୱାବିଂଶ ଦଳ ଥିଲା ଗାମୂଲଙ୍କ ଦଳ।
18 ତ୍ରୟୋବିଂଶ ଦଳ ଥିଲା ଦଲାୟଙ୍କ ଦଳ।
ଚତୁର୍ବିଂଶ ଦଳ ଥିଲା ମାସିୟଙ୍କ ଦଳ।
19 ମନ୍ଦିରରେ ସେବାକାର୍ଯ୍ୟ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହୋଇଥିଲେ। ମନ୍ଦିରର ସେବାକାର୍ଯ୍ୟ ପାଇଁ ହାରୋଣଙ୍କ ଦତ୍ତ ନିୟମର ସେମାନେ ବାଧ୍ୟ ହେଲେ। ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ହାରୋଣଙ୍କୁ ଏହି ନିୟମଗୁଡ଼ିକ ପ୍ରଦାନ କରିଥିଲେ।
ଅନ୍ୟ ଲେବୀୟଗଣ
20 ଲେବୀଙ୍କ ଅବଶିଷ୍ଟ ବଂଶଧରଙ୍କ ନାମ ଏହା ଥିଲା:
ଅମ୍ରାମଙ୍କ ବଂଶଧରମାନଙ୍କ ମଧ୍ୟରୁ: ଶୂୟେଲ,
ଶବୂୟେଲଙ୍କ ବଂଶଧରମାନଙ୍କ ମଧ୍ୟରୁ: ଯେହଦିୟ
21 ରହବିୟରୁ: ଯିଶିୟ (ଯିଶିୟ ଜ୍ୟେଷ୍ଠ ପୁତ୍ର ଥିଲେ)
22 ଯିଶ୍ହରିୟ ପରିବାରବର୍ଗ ଶଲୋମୀତ୍।
ଶଲୋମୀତ୍ ପରିବାରରୁ: ଯହତ୍।
23 ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରିୟ।
ଅମରିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ।
ଯହସୀୟେଲ ତାଙ୍କର ତୃତୀୟ ପୁତ୍ର ଥିଲେ।
ଓ ଯିକ୍ମିୟାମ୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ।
24 ଉଷୀୟେଲଙ୍କ ପୁତ୍ର ଥିଲେ ମୀଖା।
ମୀଖାଙ୍କ ପୁତ୍ର ଥିଲେ ଶାମୀର୍।
25 ଯିଶିୟ ମୀଖାଙ୍କ ଭ୍ରାତା ଥିଲେ।
ଯିଶିୟଙ୍କ ପୁତ୍ର ଥିଲେ ଯିଖରିୟ।
26 ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ
ମୂଶି ଓ ଯାସିୟ ତାଙ୍କର ପୁତ୍ର ଥିଲେ।
27 ମରାରିଙ୍କ ପୁତ୍ର ଯାସିୟଙ୍କ ପୁତ୍ରମାନେ ଥିଲେ: ବିନୋ, ଶୋହମ୍, ସକୂର ଓ ଇବ୍ରି।
28 ମହଲିଙ୍କ ପୁତ୍ର ଥିଲେ ଇଲିୟାସର। କିନ୍ତୁ ଇଲିୟାସରଙ୍କ ପୁତ୍ର ସନ୍ତାନ ନ ଥିଲେ।
29 କୀଶଙ୍କ ପୁତ୍ର ଥିଲେ ଯିରହମେଲ।
30 ମୂଶିଙ୍କ ପୁତ୍ରମାନେ ଥିଲେ ମହଲି, ଏଦର ଓ ଯିରେମୋତ୍।
ଏହିମାନେ ଲେବୀୟ ଗୋଷ୍ଠୀର ନେତାଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗ ଦ୍ୱାରା ତାଲିକାଭୁକ୍ତ ହେଲେ। 31 ସେମାନେ ବିଶେଷ କର୍ମ କରିବା ନିମନ୍ତେ ମନୋନୀତ ହୋଇଥିଲେ। ସେମାନେ ସେମାନଙ୍କର ଆତ୍ମୀୟ, ଯାଜକମାନଙ୍କ ପରି ଗୁଲିବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସେମାନେ ରାଜା ଦାଉଦ, ସାଦୋକ, ଅହୀମେଲକ, ଯାଜକ ଏବଂ ଲେବୀୟ ବଂଶର ନେତାମାନଙ୍କ ସମ୍ମୁଖରେ ଗୁଲିବାଣ୍ଟ କଲେ। ଜ୍ୟେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତେବେଳେ କାର୍ଯ୍ୟ ସ୍ଥିର କରାଗଲା, ସେତେବେଳେ ସେମାନଙ୍କ ପ୍ରତି ସମାନ ବ୍ୟବହାର କରାଗଲା।
28 ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ(ବଧକରିବାକୁ) ଉଠାଇବ। ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମୋ’ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ। 29 ମୋତେ ଯିଏ (ପରମେଶ୍ୱର) ପଠାଇଛନ୍ତି, ସେ ମୋ’ ସହିତ ଅଛନ୍ତି। ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ। ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ି ନାହାନ୍ତି।” 30 ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ।
ପାପରୁ ମୁକ୍ତି ପାଇବା ବିଷୟରେ ଯୀଶୁ କହିଲେ
31 ଯୀଶୁ ତାହାଙ୍କୁ ବିଶ୍ୱାସ କରୁଥିବା ଯିହୂଦୀମାନଙ୍କୁ କହିଲେ, “ଯଦି ତୁମ୍ଭେ ମୋର ଶିକ୍ଷା ସବୁବେଳେ ମାନି ଚଳିବ, ତେବେ ତୁମ୍ଭେ ମୋର ପ୍ରକୃତ ଶିଷ୍ୟ ହେବ। 32 ତୁମ୍ଭେ ସତ୍ୟକୁ ଜାଣିବ ଓ ସେହି ସତ୍ୟ ତୁମ୍ଭକୁ ମୁକ୍ତ କରିବ।”
33 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କେବେ ହେଲେ କ୍ରୀତଦାସ ହୋଇ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହେବୁ?”
34 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ। ପାପ ତା’ର ପ୍ରଭୁ। 35 ଜଣେ କ୍ରୀତଦାସ ଗୋଟିଏ ପରିବାରରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହୋଇ ସବୁବେଳେ ରୁହେ। 36 ତେଣୁ ଯଦି ସେହି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତେବେ ତୁମ୍ଭେ ପ୍ରକୃତରେ ମୁକ୍ତି ପାଇବ। 37 ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମୋତେ ହତ୍ୟା କରିବାକୁ ଗ୍ଭହଁ, ଯେହେତୁ ତୁମ୍ଭେ ମୋର ଉପଦେଶ ଗ୍ରହଣ କରିବା ପାଇଁ ଗ୍ଭହଁ ନାହିଁ। 38 ମୋତେ ପରମପିତା ଯାହା ଦେଖାଇଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।”
39 ଯିହୂଦୀମାନେ କହିଲେ, “ଅବ୍ରହାମ ଆମ୍ଭମାନଙ୍କର ପିତା।”
ଯୀଶୁ କହିଲେ, “ଯଦି ତୁମ୍ଭେ ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ତେବେ ତୁମ୍ଭେମାନେ ଅବ୍ରହାମ କରିଥିବା କାର୍ଯ୍ୟମାନ କରିବ। 40 ମୁଁ ତୁମ୍ଭକୁ ପରମେଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ କଥା କହୁଛି। କିନ୍ତୁ ତୁମ୍ଭେମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରହାମ କିନ୍ତୁ ସେହିପରି କିଛି କରି ନ ଥିଲେ। 41 ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ଯ୍ୟ ଗୁଡ଼ିକ କରୁଛ।”
କିନ୍ତୁ ଯିହୂଦୀମାନେ କହିଲେ, “ଆମ୍ଭେ ସେ ଭଳି ସନ୍ତାନ ନୋହୁଁ, ଯେଉଁମାନେ ତାହାଙ୍କ ପିତାଙ୍କ ପରିଚୟ ଜାଣନ୍ତି ନାହିଁ। ପରମେଶ୍ୱର ଆମ୍ଭର ପରମପିତା। ସେ ଆମ୍ଭର ଏକମାତ୍ର ପରମପିତା।”
42 ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ଯଦି ପରମେଶ୍ୱର ପ୍ରକୃତରେ ତୁମ୍ଭର ପରମପିତା, ତେବେ ତୁମ୍ଭେ ମୋତେ ଭଲ ପାଇବା ଉଚିତ୍। ମୁଁ ପରମେଶ୍ୱରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠାରେ ଅଛି। ମୁଁ ମୋ’ କ୍ଷମତା ଅନୁସାରେ ଆସି ନାହିଁ। ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି। 43 ମୁଁ ଯାହାସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁ ନାହଁ। ଏହାର କାରଣ ହେଲା ତୁମ୍ଭେ ମୋ’ ଉପଦେଶ ଗ୍ରହଣ କରି ପାରୁ ନାହଁ। 44 ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତା’ର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ୟର ବିରୁଦ୍ଧ। ତା’ ଭିତରେ କୌଣସି ସତ୍ୟତା ନାହିଁ। ସେ ତା’ର ସ୍ୱଭାବରୁ ମିଛୁଆ। ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା।
45 “ମୁଁ ସତ୍ୟ କହେ। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। 46 ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ଏ କଥା ପ୍ରମାଣ କରି ପାରିବ ଯେ, ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ୟ କହେ, ତେବେ ମୋତେ କାହିଁକି ବିଶ୍ୱାସ କରୁ ନାହଁ? 47 ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ।”
ଯୀଶୁ ନିଜ ବିଷୟରେ ଓ ଅବ୍ରହାମଙ୍କ ବିଷୟରେ କହିଲେ
48 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦେଇଛି। ଆମ୍ଭର ଏହି କଥା କ’ଣ ଠିକ୍ ନୁହେଁ କି?”
49 ଯୀଶୁ ଉତ୍ତର ଦେଲେ, “ମୋ’ ଭିତରେ ଭୂତ ନାହିଁ। ମୁଁ ମୋ’ ପରମପିତାଙ୍କୁ ସମ୍ମାନ ଦିଏ। କିନ୍ତୁ ତୁମ୍ଭେ ମୋତେ ସମ୍ମାନ ଦେଉ ନାହଁ। 50 ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁ ନାହିଁ। ମାତ୍ର ଜଣେ ଅଛନ୍ତି, ଯିଏ ମୋ’ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଗ୍ଭରକର୍ତ୍ତା। 51 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କେହି ମୋ’ ଉପଦେଶ ମାନେ, ତେବେ ସେ ଲୋକ କେବେ ମରିବ ନାହିଁ।”
52 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରହାମ ମରିଥିଲେ ଓ ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, ‘ମୋ’ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।’ 53 ତୁମ୍ଭେ କ’ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରହାମଙ୍କଠାରୁ ମହାନ୍? ଅବ୍ରହାମ ତ’ ମରିଗଲେ ଓ ଭବିଷ୍ୟଦ୍ବକ୍ତାମାନେ ମଧ୍ୟ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?”
54 ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତେବେ ସେ ସମ୍ମାନର କିଛି ମୂଲ୍ୟ ନାହିଁ। ମୋତେ ଯିଏ ସମ୍ମାନ ଦିଅନ୍ତି, ସେ ମୋର ପରିମପିତା। ଏବଂ ତୁମ୍ଭେମାନେ କହୁଛ, ସେ ତୁମ୍ଭର ପରମେଶ୍ୱର। 55 କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତରେ ଜାଣି ନାହଁ। ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କହେ ଯେ, ମୁଁ ତାହାଙ୍କୁ ଜାଣେ ନାହିଁ, ତେବେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ୟାବାଦୀ ହେବି। କିନ୍ତୁ ମୁଁ ତାହାଙ୍କୁ ଅବଶ୍ୟ ଜାଣେ, ସେ ଯାହା କହନ୍ତି ମୁଁ ସେଗୁଡ଼ିକ ପାଳନ କରେ। 56 ମୋର ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରହାମ ବହୁତ ଖୁସୀ ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସୀ ହେଲେ।”
57 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “କ’ଣ ତୁମ୍ଭେ ଅବ୍ରହାମଙ୍କୁ କଦାପି ଦେଖି ନାହଁ! ତୁମ୍ଭର ବୟସ ତ ପଗ୍ଭଶ ବର୍ଷ ବି ନୁହେଁ।”
58 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।” 59 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉଠେଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଗ୍ଭଲିଗଲେ।
2010 by World Bible Translation Center