Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 19-21

ଅମ୍ମୋନୀୟମାନେ ଦାଉଦଙ୍କ ଲୋକମାନଙ୍କୁ ଅପମାନିତ କଲେ

19 ନାହଶ୍ ଅମ୍ମୋନୀୟ ଲୋକଙ୍କର ରାଜା ଥିଲେ। ନାହଶ୍ ମୃତ୍ୟୁ ଭୋଗ କଲେ ଓ ତାଙ୍କର ପୁତ୍ର ନୂତନ ରାଜା ହେଲେ। ଏ ଉତ୍ତାରେ ଦାଉଦ କହିଲେ, “ନାହଶ୍ ମୋ’ ପ୍ରତି ଦୟାଳୁ ହୋଇଥିଲେ, ତେଣୁ ମୁଁ ନାହଶଙ୍କ ପୁତ୍ର ହାନୂନ୍ ପ୍ରତି ଦୟାଳୁ ହେବି।” ତେଣୁ ହାନୂନଙ୍କୁ ତାହାଙ୍କ ପିତାଙ୍କ ମୃତ୍ୟୁ ବିଷୟକ ସାନ୍ତ୍ୱନା ଦେବା ନିମନ୍ତେ ଦାଉଦ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ଦାଉଦଙ୍କ ବାର୍ତ୍ତାବାହକମାନେ ହାନୂନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଅମ୍ମୋନ ଦେଶକୁ ଗଲେ।

କିନ୍ତୁ ଅମ୍ମୋନୀୟ ନେତାମାନେ ହାନୂନଙ୍କୁ କହିଲେ, “ଆପଣ ବିଶ୍ୱାସ କରୁଛନ୍ତି କି, ପ୍ରକୃତରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦେବା ପାଇଁ କିମ୍ୱା ସାନ୍ତ୍ୱନା ଦେବା ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି? ନା, ତାଙ୍କର ଦାସମାନେ ଆପଣଙ୍କ ବିଷୟରେ ଓ ଆପଣଙ୍କ ଦେଶ ବିଷୟରେ ତଥ୍ୟ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।” ତେଣୁ ହାନୂନ୍ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସେମାନଙ୍କ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ୟ, ହାନୂନ୍ ସେମାନଙ୍କ ନିତମ୍ବ ନିକଟରୁ ବସ୍ତ୍ର କାଟି ପକାଇଲେ। ଏହା ପରେ ସେ ସେମାନଙ୍କୁ ପଠାଇ ଦେଲେ।

ଦାଉଦଙ୍କର ଦାସମାନେ ଗୃହକୁ ଫେରିଯିବା ନିମନ୍ତେ ଅତ୍ୟନ୍ତ ଲଜ୍ଜାବୋଧ କଲେ। କେତେକ ଲୋକ ଦାଉଦଙ୍କ ନିକଟକୁ ଗଲେ ଓ ତାଙ୍କ ଲୋକମାନଙ୍କ ପ୍ରତି କ’ଣ ଘଟିଛି, ତାହା ତାଙ୍କୁ ଜଣାଇଲେ। ତେଣୁ ଦାଉଦ ତାଙ୍କର ଲୋକମାନଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, “ତୁମ୍ଭର ଦାଢ଼ି ଆଉ ଥରେ ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ସହରରେ ରୁହ। ଏହା ପରେ ତୁମ୍ଭେ ଗୃହକୁ ଫେରି ଆସିବ।”

ଅମ୍ମୋନୀୟ ଲୋକମାନେ ଦେଖିଲେ ଯେ, ସେମାନେ ନିଜକୁ ଦାଉଦଙ୍କର ଅତ୍ୟନ୍ତ ଘୃଣ୍ୟ ଶତ୍ରୁ କରିଅଛନ୍ତି। ଏହା ପରେ ହାନୂନ୍ ଓ ଅମ୍ମୋନୀୟ ଏକ ସହସ୍ର ତାଳନ୍ତ ରୂପା ଦେଇ ମେସୋପଟେମିୟାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଗ୍ଭଳକମାନଙ୍କୁ କିଣିଲେ। ଅମ୍ମୋନୀୟ ଲୋକେ 32,000 ରଥ କିଣିଲେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେମାନେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମେଦବା ସହର ନିକଟରେ ଛାଉଣି ସ୍ଥାପନ କଲେ। ଅମ୍ମୋନୀୟ ଲୋକମାନେ ନିଜେ ମଧ୍ୟ ସହରରୁ ବାହାରି ଆସିଲେ ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଲେ।

ଅମ୍ମୋନୀୟ ଲୋକମାନେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ବୋଲି ଦାଉଦ ଶୁଣିବାକୁ ପାଇଲେ। ତେଣୁ ଅମ୍ମୋନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ଯୋୟାବ ଓ ଇସ୍ରାଏଲର ସମସ୍ତ ସୈନ୍ୟବାହିନୀକୁ ପଠାଇଲେ। ଅମ୍ମୋନୀୟ ଲୋକମାନେ ବାହାରି ଆସିଲେ ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇଗଲେ। ସେମାନେ ନଗର-ଦ୍ୱାର ନିକଟରେ ଥିଲେ। ଯେଉଁ ରାଜାମାନେ ସାହାଯ୍ୟ କରିବାକୁ ଆସିଥିଲେ, ସେମାନେ ବାହାରେ ଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଲେ।

10 ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ୟଦଳ ପ୍ରସ୍ତୁତ ହୋଇଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖରେ ଅଛନ୍ତି ଓ ଅନ୍ୟଟି ପଶ୍ଚାତରେ ଅଛନ୍ତି। ତେଣୁ ଯୋୟାବ ଇସ୍ରାଏଲର କେତେଜଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସେମାନଙ୍କୁ ଅରାମର ସୈନ୍ୟଦଳ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ। 11 ଯୋୟାବ ଅବୀଶୟଙ୍କ ଅଧୀନରେ ଇସ୍ରାଏଲର ଅବଶିଷ୍ଟ ସୈନ୍ୟଦଳକୁ ରଖିଲେ। ଅବୀଶୟ ଯୋୟାବଙ୍କ ଭ୍ରାତା ଥିଲେ। ସେହି ସୈନ୍ୟମାନେ ଅମ୍ମୋନୀୟ ସୈନ୍ୟଦଳ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଗଲେ। 12 ଯୋୟାବ ଅବୀଶୟଙ୍କୁ କହିଲେ, “ଯଦି ଅରାମର ସୈନ୍ୟଦଳ ମୋ’ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ତୁମ୍ଭେ ମୋତେ ନିତାନ୍ତ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ସୈନ୍ୟଦଳ ତୁମ୍ଭ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ମୁଁ ତୁମ୍ଭକୁ ସାହାଯ୍ୟ କରିବି। 13 ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ଯୁଦ୍ଧ କରିବାକୁ ଆସିଅଛୁ, ଆମ୍ଭେମାନେ ସାହସୀ ଓ ବଳବାନ ହେଉ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।”

14 ଯୋୟାବଙ୍କ ସୈନ୍ୟବାହିନୀ ଅରାମର ସୈନ୍ୟଦଳକୁ ଆକ୍ରମଣ କଲେ। ଅରାମର ସୈନ୍ୟଦଳ ଯୋୟାବ ଓ ତାଙ୍କର ସୈନ୍ୟବାହିନୀଠାରୁ ପଳାୟନ କଲେ। 15 ଅମ୍ମୋନୀୟ ସୈନ୍ୟଦଳ ଦେଖିଲେ ଯେ, ଅରାମର ସୈନ୍ୟଦଳ ପଳାୟନ କରୁଅଛନ୍ତି, ତେଣୁ ସେମାନେ ମଧ୍ୟ ପଳାୟନ କଲେ। ସେମାନେ ଅବୀଶୟ ଓ ତାଙ୍କର ସୈନ୍ୟଦଳଠାରୁ ପଳାୟନ କଲେ। ଅମ୍ମୋନୀୟମାନେ ସେମାନଙ୍କ ନଗରକୁ ଫେରିଗଲେ ଓ ଯୋୟାବ ଯିରୁଶାଲମକୁ ଫେରି ଆସିଲେ।

16 ଅରାମୀୟ ନେତାମାନେ ଦେଖିଲେ ଯେ, ଇସ୍ରାଏଲ ସେମାନଙ୍କୁ ପରାଜିତ କରିଅଛି। ତେଣୁ ସେମାନେ ଫରାତ୍ ନଦୀର ପୂର୍ବଆଡ଼େ ବାସ କରୁଥିବା ଅରାମୀୟ ଲୋକମାନଙ୍କଠାରୁ ସାହାଯ୍ୟ ମାଗିବା ନିମନ୍ତେ ବାର୍ତ୍ତାବାହକମାନଙ୍କୁ ପ୍ରେରଣ କଲେ। ଶୋଫକ୍ ଅରାମରୁ ଆସିଥିବା ହଦରେଷରଙ୍କ ସୈନ୍ୟଦଳର ସେନାପତି ଥିଲେ। ଶୋଫକ୍ ଅନ୍ୟ ଅରାମୀୟ ସୈନ୍ୟଦଳକୁ ମଧ୍ୟ ପରିଗ୍ଭଳିତ କରୁଥିଲେ।

17 ଅରାମୀୟ ଲୋକମାନେ ଯୁଦ୍ଧ ନିମନ୍ତେ ଏକତ୍ର ହେଉଅଛନ୍ତି ବୋଲି ଦାଉଦ ଶୁଣିଲେ। ତେଣୁ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ଦାଉଦ ସେମାନଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ନେଲେ। ସେମାନେ ଅରାମୀୟମାନଙ୍କ ସହିତ ସମ୍ମୁଖାସମ୍ମୁଖୀ ହେଲେ। ଦାଉଦ ଯୁଦ୍ଧ ନିମନ୍ତେ ନିଜ ସୈନ୍ୟଦଳକୁ ପ୍ରସ୍ତୁତ କଲେ ଓ ସେମାନେ ଅରାମୀୟମାନଙ୍କୁ ଆକ୍ରମଣ କଲେ। 18 ଦାଉଦ ଓ ତାଙ୍କର ସୈନ୍ୟବାହିନୀ 7000 ଅରାମୀୟ ରଥଗ୍ଭଳକ ଓ 40,000 ଅରାମୀୟ ସୈନ୍ୟଙ୍କୁ ହତ୍ୟା କଲେ। ଦାଉଦ ଓ ତାଙ୍କର ସୈନ୍ୟବାହିନୀ ଅରାମୀୟ ସୈନ୍ୟଦଳର ସେନାପତି ଶୋଫକକୁ ମଧ୍ୟ ହତ୍ୟା କଲେ।

19 ହଦରେଷରଙ୍କ ପଦାଧିକାରୀମାନେ ଯେତେବେଳେ ଦେଖିଲେ ଯେ, ଇସ୍ରାଏଲ ସେମାନଙ୍କୁ ପରାଜିତ କରିଅଛି, ସେମାନେ ଦାଉଦଙ୍କ ସହିତ ଶାନ୍ତି ସ୍ଥାପନ କଲେ। ସେମାନେ ଦାଉଦଙ୍କର ଦାସ ହେଲେ। ତେଣୁ ଅରାମୀୟମାନେ ଅମ୍ମୋନୀୟମାନଙ୍କୁ ଆଉ ସାହାଯ୍ୟ କରିବାକୁ ରାଜି ହେଲେ ନାହିଁ।

ଯୋୟାବ ଅମ୍ମୋନୀୟମାନଙ୍କୁ ବିନାଶ କଲେ

20 ବସନ୍ତକାଳରେ, ଯୋୟାବ ଇସ୍ରାଏଲର ସୈନ୍ୟବାହିନୀକୁ ଯୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସେହି ସମୟରେ ରାଜାମାନେ ଯୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। ଇସ୍ରାଏଲର ସୈନ୍ୟବାହିନୀ ଅମ୍ମୋନ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସେମାନେ ରବ୍ବା ନଗରୀକୁ ଗଲେ ଓ ତା’ର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କଲେ। ନଗର ମଧ୍ୟରୁ ବାହାରକୁ କିଅବା ନଗର ମଧ୍ୟକୁ କାହାରିକୁ ଯିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇସ୍ରାଏଲ ସୈନ୍ୟଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କଲେ।

ଦାଉଦ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ସେହି ସୁବର୍ଣ୍ଣ ମୁକୁଟର ଓଜନ ଥିଲା ଏକ ତାଳନ୍ତ। ସେହି ମୁକୁଟରେ ଅତି ମୂଲ୍ୟବାନ ପଥରସବୁ ଲାଗିଥିଲା। ଦାଉଦଙ୍କ ମସ୍ତକରେ ସେହି ମୁକୁଟ ପିନ୍ଧାଗଲା। ଏହା ପରେ ଦାଉଦ ରବ୍ବା ନଗରୀରୁ ମିଳିଥିବା ଅନେକ ମୂଲ୍ୟବାନ ବସ୍ତୁ ପ୍ରାପ୍ତ ହେଲେ। ଦାଉଦ ରବ୍ବାର ଲୋକମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କୁ କରତ, ଶାବଳ ଓ କୁହ୍ରାଡ଼ି ଦ୍ୱାରା କାର୍ଯ୍ୟ କରିବାକୁ ବାଧ୍ୟ କଲେ। ଦାଉଦ ଅମ୍ମୋନୀୟ ଲୋକମାନଙ୍କର ସମସ୍ତ ନଗରଗୁଡ଼ିକରେ ସେହି ପ୍ରକାର କଲେ। ଏହା ପରେ ଦାଉଦ ଓ ସମସ୍ତ ସୈନ୍ୟବାହିନୀ ଯିରୁଶାଲମକୁ ଫେରିଗଲେ।

ପଲେଷ୍ଟୀୟ ସୈନ୍ୟମାନେ ନିହତ ହେଲେ

ଏହା ପରେ ଗେଷର୍ ସହରରେ ଇସ୍ରାଏଲୀୟମାନେ ପଲେଷ୍ଟୀୟ ଲୋକଙ୍କ ସହିତ ଯୁଦ୍ଧ କଲେ। ସେହି ସମୟରେ ହୂଶାତୀୟ ସିବ୍ବଖୟ ସିପ୍ପୟକୁ ବଧ କଲେ। ଏହି ସିପ୍ପୟ ଦୈତ୍ୟପୁତ୍ରମାନଙ୍କ ମଧ୍ୟରୁ ଜଣେ ଥିଲା। ତେଣୁ ପଲେଷ୍ଟୀୟ ଲୋକମାନେ ଇସ୍ରାଏଲୀୟମାନଙ୍କର କ୍ରୀତଦାସ ତୁଲ୍ୟ ହୋଇଗଲେ।

ଆଉ ଏକ ସମୟରେ ଇସ୍ରାଏଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ଯୁଦ୍ଧ କଲେ। ଯାୟୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିୟାତର ଭ୍ରାତା ଥିଲେ। ଗଲିୟାତ ଗାଥ୍ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।

ଗାଥ୍ ସହରରେ ପୁଣି ଏକ ଯୁଦ୍ଧ ହେଲା। ସେଠାରେ ଜଣେ ବିରାଟକାୟ ଲୋକ ଥିଲା, ଯାହାର ପ୍ରତ୍ୟେକ ହାତରେ ଛଅଟି ଅଙ୍ଗୁଳି ଓ ପ୍ରତ୍ୟେକ ପାଦରେ ମଧ୍ୟ ଛଅଟି ଅଙ୍ଗୁଳି ଥିଲା। ସେ ମଧ୍ୟ ଜଣେ ଦୈତ୍ୟପୁତ୍ର ଥିଲା। ସେହି ଲୋକ ଇସ୍ରାଏଲକୁ ବିଦ୍ରୂପ କରିବାରୁ ଯୋନାଥନ ତାହାକୁ ବଧ କଲେ। ଯୋନାଥନ ଶିମିୟିଙ୍କ ପୁତ୍ର ଥିଲେ। ଶିମିୟି ଦାଉଦଙ୍କ ଭ୍ରାତା ଥିଲେ।

ସେହି ପଲେଷ୍ଟୀୟ ଲୋକମାନେ ଗାଥ୍ ସହରବାସୀ ଦୈତ୍ୟମାନଙ୍କର ପୁତ୍ର ଥିଲେ। ଦାଉଦ ଓ ତାଙ୍କର ଦାସମାନେ ସେହି ଦୈତ୍ୟମାନଙ୍କୁ ବଧ କଲେ।

ଦାଉଦ ଇସ୍ରାଏଲର ଗଣନା କରି ପାପ କଲେ

21 ଶୟତାନ ଇସ୍ରାଏଲର ବିରୁଦ୍ଧରେ ଛିଡ଼ା ହେଲା। ଶୟତାନ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ଦାଉଦଙ୍କୁ ପ୍ରବର୍ତ୍ତାଇଲା। ତେଣୁ ଦାଉଦ ଯୋୟାବ ଓ ଲୋକମାନଙ୍କର ନେତାମାନଙ୍କୁ କହିଲେ, “ଯାଅ, ଓ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ‌ବେ‌ର୍‌ଶେବା ସହରଠାରୁ ଦାନ ସହର ପର୍ଯ୍ୟନ୍ତ ଦେଶରେ ଥିବା ପ୍ରତ୍ୟେକ ଜଣକୁ ଗଣନା କର। ଏହା ପରେ ଆସି ମୋତେ ସତ୍ୟ କୁହ, ତେବେ ଦେଶର ଲୋକସଂଖ୍ୟା କେତେ, ତାହା ମୁଁ ଜାଣି ପାରିବି।”

କିନ୍ତୁ ଯୋୟାବ ଉତ୍ତର ଦେଲେ, “ସଦାପ୍ରଭୁ ତାଙ୍କର ଦେଶକୁ 100 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦୟ, ସମଗ୍ର ଇସ୍ରାଏଲର ଲୋକ ଆପଣଙ୍କ ଦାସ ଅଟନ୍ତି।” ହେ ମୋର ମହାଶୟ ଓ ରାଜା, ଆପଣ କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି? ଏହା ଦ୍ୱାରା ଆପଣ ଇସ୍ରାଏଲର ଲୋକମାନଙ୍କୁ ପାପ ଦୋଷରେ ଦୋଷୀ କରାଇବେ।”

କିନ୍ତୁ ଦାଉଦ ନିଜ ଜି‌ଦ୍‌ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇସ୍ରାଏଲର ସାରା ଦେଶ ମଧ୍ୟରେ ଲୋକମାନଙ୍କୁ ଗଣିଲେ। ଏହା ପରେ ଯୋୟାବ ଯିରୁଶାଲମକୁ ଫେରି ଆସିଲେ, ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ୟା ଜଣାଇଲେ। ଇସ୍ରାଏଲ ମଧ୍ୟରେ ‌‌ଖ‌ଡ଼୍‌ଗ ବ୍ୟବହାର କରୁଥିବା 1,100,000 ଜଣ ଲୋକ ଥିଲେ। ଯିହୁଦାରେ ‌‌ଖ‌ଡ଼୍‌ଗ ବ୍ୟବହାର କରୁଥିବା 470,000 ଜଣ ଲୋକ ଥିଲେ। ଯୋୟାବ ଲେବୀ ଓ ବିନ୍ୟାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା। ଦାଉଦ ପରମେଶ୍ୱରଙ୍କ ଦୃଷ୍ଟିରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ।

ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ

ଏହାପର ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ଅତି ମୂର୍ଖତାର କାର୍ଯ୍ୟ କରିଅଛି। ଇସ୍ରାଏଲର ଲୋକମାନଙ୍କୁ ଗଣନା କରି ମୁଁ ଏକ ଜଘନ୍ୟ ପାପ କରିଅଛି। ମୁଁ ପ୍ରାର୍ଥନା କରୁଅଛି, ମୁଁ ତୁମ୍ଭ ଦାସ ମୋର ସେହି ପାପକୁ କ୍ଷମା କର।”

9-10 ଗାଦ୍ ଦାଉଦଙ୍କ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ସଦାପ୍ରଭୁ ଗା‌ଦ୍‌କୁ କହିଲେ, “ଯାଅ ଓ ଦାଉଦଙ୍କୁ କୁହ, ‘ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷୟ ଦେଉଅଛୁ। ତୁମ୍ଭକୁ ତନ୍ମଧ୍ୟରୁ ଗୋଟିଏ ମନୋନୀତ କରିବାକୁ ପଡ଼ିବ। ତୁମ୍ଭେ ଯେଉଁଟିକୁ ମନୋନୀତ କରିବ, ସେହି ଅନୁଯାୟୀ ଦଣ୍ଡିତ ହେବ।’”

11-12 ଏହା ପରେ ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ସଦାପ୍ରଭୁ ଏହିପରି କହନ୍ତି, ‘ଦାଉଦ, ତୁମ୍ଭେ କେଉଁ ଦଣ୍ଡରେ ଦଣ୍ଡିତ ହେବାକୁ ଇଚ୍ଛା କର, ତାହା ମନୋନୀତ କର: ତିନି ବର୍ଷ ଦୁର୍ଭିକ୍ଷ ହେବ କିଅବା ତୁମ୍ଭର ଶତ୍ରୁଗଣ ତିନି ମାସ ପର୍ଯ୍ୟନ୍ତ ତୁମ୍ଭ ପଛେ ପଛେ ‌‌ଖ‌ଡ଼୍‌ଗ ଧରି ଗୋଡ଼ାଇବେ ଅଥବା, ସଦାପ୍ରଭୁଙ୍କଠାରୁ ତିନି ଦିନ ଦଣ୍ଡ ଭୋଗିବେ। ଦେଶସାରା ଭୟଙ୍କର ବ୍ୟାଧି ବ୍ୟାପି ଯିବ ଓ ସଦାପ୍ରଭୁଙ୍କର ଦୂତ ଇସ୍ରାଏଲ ମଧ୍ୟଦେଇ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।’ ବର୍ତ୍ତମାନ ଯିଏ ମୋତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନେଇଯିବି?”

13 ଦାଉଦ ଗା‌ଦ୍‌କୁ କହିଲେ, “ମୁଁ ବଡ଼ ସମସ୍ୟାରେ ପଡ଼ିଅଛି। କୌଣସି ମନୁଷ୍ୟ ଦ୍ୱାରା ମୋର ଦଣ୍ଡ ସ୍ଥିରୀକୃତ ହେଉ ବୋଲି ମୁଁ ଗ୍ଭହେଁ ନାହିଁ। ସଦାପ୍ରଭୁ ଅତ୍ୟନ୍ତ ଦୟାଳୁ ଅଟନ୍ତି। ତେଣୁ ମୋତେ କିପ୍ରକାରେ ଦଣ୍ଡିତ କରାଯିବ, ତାହା ସଦାପ୍ରଭୁ ହିଁ ସ୍ଥିର କରନ୍ତୁ।”

14 ତେଣୁ ସଦାପ୍ରଭୁ ଇସ୍ରାଏଲ ମଧ୍ୟକୁ ଭୟଙ୍କର ବ୍ୟାଧି ପ୍ରେରଣ କଲେ ଏବଂ 70,000 ଲୋକ ମୃତ୍ୟୁବରଣ କଲେ। 15 ଯିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ୱର ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କଲେ। କିନ୍ତୁ ସ୍ୱର୍ଗଦୂତ ଯେତେବେଳେ ଯିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ଯିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ଯ୍ୟ ସାଧନ କରୁଥିବା ସ୍ୱର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, “ବନ୍ଦ କର! ଯଥେଷ୍ଟ ହେଲା!” ସେହି ସମୟରେ ସଦାପ୍ରଭୁଙ୍କ ଦୂତ ଯିବୂଷୀୟ ଅରଣନରରେ ଛିଡ଼ା ହୋଇଥିଲେ।

16 ଦାଉଦ ଊର୍ଦ୍ଧ୍ୱଆଡ଼େ ଗ୍ଭହିଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶରେ ଦେଖିଲେ। ସ୍ୱର୍ଗଦୂତ ଯିରୁଶାଲମ ନଗରୀ ଉପରେ ତାଙ୍କର ‌‌ଖ‌ଡ଼୍‌ଗ ବିସ୍ତାର କରି ରଖିଥିଲେ। ଏହା ପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶେଷ ବସ୍ତ୍ରମାନ ପିନ୍ଧିଥିଲେ। 17 ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ହିଁ ପାପ କରିଥିବା ବ୍ୟକ୍ତି! ଲୋକମାନଙ୍କୁ ଗଣିବା ନିମନ୍ତେ ମୁଁ ଆଦେଶ ଦେଇଥିଲି। ମୁଁ ମନ୍ଦକାର୍ଯ୍ୟ କଲି। ଇସ୍ରାଏଲର ଲୋକମାନେ କୌଣସି ମନ୍ଦ କରି ନାହାନ୍ତି। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଓ ମୋର ପରିବାରକୁ ଦଣ୍ଡିତ କର। କିନ୍ତୁ ତୁମ୍ଭର ଲୋକମାନଙ୍କୁ ବଧ କରୁଥିବା ଏହି ଭୟଙ୍କର ବ୍ୟାଧିକୁ ଦୂର କର।”

18 ଏହା ପରେ ସଦାପ୍ରଭୁଙ୍କର ଦୂତ ଗା‌ଦ୍‌କୁ କଥା କହିଲେ। ସେ କହିଲେ, “ସଦାପ୍ରଭୁଙ୍କ ଉପାସନା କରିବା ନିମନ୍ତେ ଦାଉଦଙ୍କୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ କୁହ। ଦାଉଦକୁ ଯିବୂଷୀୟ ଅରଣନର ଶସ୍ୟଦଳିବା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କରିବାକୁ ପଡ଼ିବ।” 19 ଗାଦ୍ ଏହିସବୁ ବିଷୟ ଦାଉଦଙ୍କୁ କହିଲେ ଓ ଦାଉଦ ଅରଣନର ଶସ୍ୟଦଳିବା ସ୍ଥାନକୁ ଗଲେ।

20 ଅରଣନ୍ ଗହମ ଦଳୁଥିଲେ। ଅରଣନ୍ ବୁଲି ପଡ଼ିଲେ ଓ ସ୍ୱର୍ଗଦୂତଙ୍କୁ ଦେଖିଲେ। ଅରଣ‌ନଙ୍କ ଗ୍ଭରି ପୁତ୍ର ଲୁଚିବା ନିମନ୍ତେ ଦୌଡ଼ିଗଲେ। 21 ଦାଉଦ ଅରଣ‌ନଙ୍କ ନିକଟକୁ ଗଲେ। ଅରଣନ୍ ତାଙ୍କୁ ଦେଖି ଶସ୍ୟଦଳିବା ସ୍ଥାନରୁ ଉଠି ଆସି ଦାଉଦଙ୍କ ନିକଟକୁ ଗଲେ ଓ ଭୂମି ଆଡ଼କୁ ମୁହଁ କରି ମଥାନତ କଲେ।

22 ଦାଉଦ ଅରଣ‌ନଙ୍କୁ କହିଲେ, “ତୁମ୍ଭର ଶସ୍ୟଦଳିବା ସ୍ଥାନକୁ ମୋତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ତେବେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରିବି। ଆଉ ତା’ପରେ ଏହି ମହାମାରୀ ଦୂର ହେବ।”

23 ଅରଣନ୍ ଦାଉଦଙ୍କୁ କହିଲେ, “ଏହି ଶସ୍ୟଦଳିବା ସ୍ଥାନ ଆପଣ ନିଅନ୍ତୁ। ଆପଣ ମୋର ସ୍ୱାମୀ ଓ ରାଜା ଅଟନ୍ତି। ଆପଣ ଯାହା ଗ୍ଭହାନ୍ତି, ତାହା କରନ୍ତୁ। ଦେଖନ୍ତୁ, ହୋମବଳି ନୈବେଦ୍ୟ ନିମନ୍ତେ ମୁଁ ବଳଦ ଦେବି। ନିଆଁ ଜାଳିବା ପାଇଁ ମୁଁ କାଠ ଦେବି। ଶସ୍ୟ ନୈବେଦ୍ୟ ଉତ୍ସର୍ଗାର୍ଥେ ମୁଁ ଆପଣଙ୍କୁ ଗହମ ଦେବି।”

24 କିନ୍ତୁ ରାଜା ଦାଉଦ ଅରଣ‌ନଙ୍କୁ ଉତ୍ତର ଦେଲେ, “ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ମୁଁ ତୁମ୍ଭଠାରୁ କିଛି ନେଇ ସଦାପ୍ରଭୁଙ୍କୁ ଦେବି ନାହିଁ। ମୁଁ ବିନା ମୂଲ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବି ନାହିଁ।”

25 ତେଣୁ ଦାଉଦ ଅରଣ‌ନଙ୍କୁ ସେହି ସ୍ଥାନ ନିମନ୍ତେ ଦାଉଦଙ୍କୁ ପ୍ରାୟ 600 ଶେକଲ ସୁନା ଦେଲେ। 26 ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ଯଜ୍ଞବେଦି ନିର୍ମାଣ କଲେ। ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ୱର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହୋମବଳି, ନୈବେଦ୍ୟ ଉପରେ ସେହି ଅଗ୍ନି ଅବତରଣ କଲା। 27 ଏହା ପରେ ସଦାପ୍ରଭୁ ସ୍ୱର୍ଗଦୂତଙ୍କୁ ତାଙ୍କର ‌‌ଖ‌ଡ଼୍‌ଗ ଖାପରେ ରଖିବାକୁ ଆଦେଶ ଦେଲେ।

28 ଦାଉଦ ଦେଖିଲେ ଯେ, ସଦାପ୍ରଭୁ ତାହାଙ୍କୁ ଅରଣ‌ନଙ୍କ ଶସ୍ୟଦଳିବା ସ୍ଥାନରେ ଉତ୍ତର ଦେଲେ, ତେଣୁ ଦାଉଦ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। 29 ଗିବିୟୋନ ସହରର ଉଚ୍ଚସ୍ଥାନରେ ପବିତ୍ର ତମ୍ବୁ ଓ ହୋମବଳି ନୈବେଦ୍ୟର ବେଦି ଥିଲା। ଇସ୍ରାଏଲର ଲୋକମାନେ ମରୁଭୂମିରେ ଥିବା ସମୟରେ ମୋଶା ପବିତ୍ର ତମ୍ବୁ ନିର୍ମାଣ କରିଥିଲେ। 30 ଦାଉଦ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା ନିମନ୍ତେ ପବିତ୍ର ତମ୍ବୁ ମଧ୍ୟକୁ ଯାଇପାରୁ ନ ଥିଲେ, କାରଣ ସେ ଭୟ କରୁଥିଲେ। ପରମେଶ୍ୱରଙ୍କ ଦୂତ ଓ ତାଙ୍କର ‌‌ଖ‌ଡ଼୍‌ଗକୁ ଦାଉଦ ଅତ୍ୟନ୍ତ ଭୟ କରୁଥିଲେ।

ଯୋହନ ଲିଖିତ ସୁସମାଗ୍ଭର 8:1-27

ଯୀଶୁ ଜୀତପର୍ବତକୁ ଗଲେ। ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫେରି ଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।

ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସେଠାକୁ ଆଣିଲେ। ସେହି ସ୍ତ୍ରୀଲକଟି ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗରେ ଠିଆ ହେବା ପାଇଁ ବାଧ୍ୟ କଲେ। ସେମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ୟଭିଗ୍ଭର କଲାବେଳେ ଧରା ପଡ଼ିଛି। ସେ ପୁରୁଷ ତା’ର ସ୍ୱାମୀ ନୁହେଁ। ମୋଶାଙ୍କର ବ୍ୟବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ଯ୍ୟ କରୁଥିବା ପ୍ରତ୍ୟେକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡ଼ି ମାରି ଦେବା ଉଚିତ୍। କିନ୍ତୁ ଆମ୍ଭେ କ’ଣ କରିବା ଉଚିତ୍ ବୋଲି ଆପଣ କହୁଛନ୍ତି?”

ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଗ୍ଭରୁଥିଲେ। ସେମାନେ ଯୀଶୁଙ୍କର ଭୁଲ୍ ଧରିବାକୁ ଗ୍ଭହୁଁଥିଲେ। ତାହାହେଲେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠେଇ ଅଙ୍ଗୁଳି ସାହାଯ୍ୟରେ ଭୂମି ଉପରେ କିଛି ଲେଖିବାରେ ଲାଗିଲେ। ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଗ୍ଭରିବାରେ ଲାଗିଲେ। ତେଣୁ ଯୀଶୁ ଠିଆ ହୋଇ କହିଲେ, “ଏଠାରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ଯିଏ କେବେ ପାପ କରି ନାହିଁ? ସେହିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।” ତା’ପରେ ଯୀଶୁ ପୁଣି ଆଣ୍ଠେଇ ଭୂଇଁରେ ଲେଖିବାକୁ ଲାଗିଲେ।

ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଗ୍ଭଲି ଗଲେ। ଆଗେ ବୟସ୍କ ଲୋକେ ଓ ତା’ପରେ ଅନ୍ୟମାନେ ଗ୍ଭଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀଲୋକଟି ସେଠାରେ ରହିଗଲେ। 10 ଯୀଶୁ ମୁଣ୍ଡ ଟେକି ତାହାକୁ ପଗ୍ଭରିଲେ, “ସେମାନେ କୁଆଡ଼େ ଗଲେ? କ’ଣ କେହି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”

11 ସେ ସ୍ତ୍ରୀଲୋକଟି ଉତ୍ତର ଦେଲା, “ନା, ପ୍ରଭୁ ସେମାନଙ୍କ ମଧ୍ୟରୁ କେହି ମୋତେ ଦଣ୍ଡନୀୟ ବୋଲି ବିଗ୍ଭର କଲେ ନାହିଁ।”

ତା’ପରେ ଯୀଶୁ କହିଲେ, “ତେଣୁ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଗ୍ଭର କରୁ ନାହିଁ। ତୁମ୍ଭେ ବର୍ତ୍ତମାନ ଯାଇପାର, କିନ୍ତୁ କେବେ ଆଉ ପାପ କରିବ ନାହିଁ।

ଯୀଶୁ ହେଉଛନ୍ତି ଜଗତର ଆଲୋକ

12 ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, “ମୁଁ ଜଗତର ଆଲୋକ, ମୋତେ ଯେଉଁ ଲୋକ ଅନୁସରଣ କରେ, ସେ କେବେ ଅନ୍ଧକାରରେ ଗ୍ଭଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।”

13 କିନ୍ତୁ ଫାରୂଶୀମାନେ ଯୀଶୁଙ୍କୁ କହିଲେ, “ତୁମ୍ଭେ ଯେତେବେଳେ ତୁମ୍ଭ ନିଜ ସାକ୍ଷ୍ୟ ଦେଉଛ, ସେତେବେଳେ ତୁମ୍ଭେ କେବଳ ଏସବୁ କଥା ସତ୍ୟ ବୋଲି କହୁଛ। ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରି ପାରିବୁ ନାହିଁ।”

14 ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ମୋ’ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ୱାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି। 15 ପୃଥିବୀର ଲୋକମାନଙ୍କୁ ବିଗ୍ଭର କଲା ଭଳି ତୁମ୍ଭେ ମୋର ବିଗ୍ଭର କରୁଛ। ମୁଁ କାହାର ବିଗ୍ଭର କରୁ ନାହିଁ। 16 କିନ୍ତୁ ମୁଁ ଯଦି ବିଗ୍ଭର କରେ, ତେବେ ମୋ’ ବିଗ୍ଭର ଠିକ୍ ହୁଅନ୍ତା। କାରଣ ମୁଁ ଏକୁଟିଆ ନୁହେଁ, ମୋ’ ସହିତ ମୋର ପ୍ରେରଣକର୍ତ୍ତା ପରମପିତା ଅଛନ୍ତି। 17 ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ, କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇଜଣ ସାକ୍ଷୀ ସମାନ କଥା କହନ୍ତି, ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ। 18 ମୁଁ ମୋ’ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।”

19 ଲୋକମାନେ ପଗ୍ଭରିଲେ, “ତୁମ୍ଭର ପିତା କାହାନ୍ତି?”

ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଜାଣି ନାହଁ ଓ ମୋ’ ପରମପିତାଙ୍କୁ ମଧ୍ୟ ଜାଣି ନାହିଁ। କିନ୍ତୁ ତୁମ୍ଭେ ଯଦି ମୋତେ ଜାଣିଥା’ନ୍ତ, ତେବେ ମୋ’ ପରମପିତାଙ୍କୁ ମଧ୍ୟ ଜାଣିଥା’ନ୍ତ।” 20 ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନ ପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ। କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ୍ ସମୟ ସେପର୍ଯ୍ୟନ୍ତ ଆସି ନ ଥିଲା।

ଯିହୂଦୀମାନେ ଯୀଶୁଙ୍କ ବିଷୟରେ ବୁଝି ପାରିଲେ ନାହିଁ

21 ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଛାଡ଼ି ଗ୍ଭଲିଯିବି। ତୁମ୍ଭେ ମୋତେ ଖୋଜିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।”

22 ତେଣୁ ଯିହୂଦୀମାନେ ପରସ୍ପରକୁ ପଗ୍ଭରିଲେ, “ଯୀଶୁ କ’ଣ ଆତ୍ମହତ୍ୟା କରିବେ? ସେଥିପାଇଁ କ’ଣ ସେ କହିଲେ ଯେ, ‘ମୁଁ ଯେଉଁଠାକୁ ଯାଉଛି ତୁମ୍ଭେମାନେ ସେଠାକୁ ଆସି ପାରିବ ନାହିଁ?’”

23 କିନ୍ତୁ ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଊର୍ଦ୍ଧ୍ୱରୁ ଆସିଛି। ତୁମ୍ଭେମାନେ ଏ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ। 24 ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡ଼ିକ ପାଇଁ ମରିବ। ମୁଁ ଯେ ସେହି ବ୍ୟକ୍ତି ତୁମ୍ଭେ ଏହା ବିଶ୍ୱାସ ନ କଲେ ତୁମ୍ଭ ନିଜ ପାପଗୁଡ଼ିକ ପାଇଁ ତୁମ୍ଭେ ମରିବ।”

25 ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।”

ଯୀଶୁ ଉତ୍ତର ଦେଲେ, “ମୁଁ ନିଜ ବିଷୟରେ ପ୍ରଥମରୁ ଯାହା କହିଆସିଛି, ମୁଁ ସେହି। 26 ମୋର ତୁମ୍ଭ ବିଷୟରେ ଅନେକ କିଛି କହିବାକୁ ଅଛି। ମୁଁ ତୁମ୍ଭର ବିଗ୍ଭର କରିପାରେ, କିନ୍ତୁ ମୋର ପ୍ରେରଣକର୍ତ୍ତା ମୋତେ ଯାହା କହି ପଠାଇଛନ୍ତି, ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି ଏବଂ ସେ ସତ୍ୟ କହନ୍ତି।”

27 ଯୀଶୁ କାହା ବିଷୟରେ କହୁଥିଲେ, ଏ କଥା ଲୋକମାନେ ବୁଝି ନ ଥିଲେ। ଯୀଶୁ ପରମପିତାଙ୍କ ବିଷୟରେ କହୁଥିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center