Old/New Testament
ହାରୋଣଙ୍କର ବଂଶ ଯାଜକ
3 ସେହି ଦିନ ସୀନୟ ପର୍ବତରେ ସଦାପ୍ରଭୁ ମୋଶାଙ୍କ ସଙ୍ଗେ କଥା ହେଲେ, ହାରୋଣ ଓ ମୋଶାଙ୍କର ବଂଶାବଳୀ ଏହି।
2 ହାରୋଣଙ୍କର ଗ୍ଭରିପୁତ୍ର ମଧ୍ୟରେ ପ୍ରଥମଜାତ ନାଦବ, ତା’ପରେ ଅବୀହୂ, ଇଲିୟାସର ଓ ଈଥାମର। 3 ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁମାନେ ଯାଜକରୂପେ ଅଭିଷିକ୍ତ [a] ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜକତ୍ୱ ପଦ କରିବା ପାଇଁ ନିଯୁକ୍ତ କରିଥିଲେ। 4 ମାତ୍ର ନାଦବ ଓ ଅବୀହୂ ସୀନୟ ପ୍ରାନ୍ତରରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ୟାଗ କଲେ। ସେମାନଙ୍କର ପୁତ୍ର ନ ଥିଲା; ଏଣୁ ଇଲିୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତିରେ ଯାଜକକର୍ମ କଲେ।
ଲେବୀୟମାନେ ଯେଉଁମାନେ ଯାଜକଙ୍କର ସହକାରୀ
5 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 6 “ତୁମ୍ଭେ ଲେବୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ। 7 ସେମାନଙ୍କର ସମାଗମ-ତମ୍ବୁ [b] ନିକଟରେ ରକ୍ଷକ ହେବେ। ସମଗ୍ର ଇସ୍ରାଏଲ ସମାଜ ପାଇଁ ସେମାନେ ମଧ୍ୟ ପବିତ୍ର ଛାଉଣିରେ କାର୍ଯ୍ୟ କରିବେ। 8 ପୁଣି ସେମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବା ସମୟରେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟର ରକ୍ଷା କରିବେ ଓ ଇସ୍ରାଏଲ ଲୋକମାନଙ୍କର ସେବା କରିବେ।
9 “ଆଉ ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣ ହସ୍ତରେ ଲେବୀୟମାନଙ୍କୁ ଦେବ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇସ୍ରାଏଲ ଲୋକମାନଙ୍କ ପକ୍ଷରୁ ସେମାନଙ୍କୁ ଦିଆଗଲା।
10 “ପୁଣି ତୁମ୍ଭେ ହାରୋଣ, ତା’ର ପୁତ୍ରଗଣଙ୍କୁ ଯାଜକରୂପେ ନିଯୁକ୍ତ କରିବ। ସେମାନେ ଯାଜକରୂପେ ସେବାକାର୍ଯ୍ୟ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆସେ, ତାକୁ ଆଇନ ସଙ୍ଗତ କାର୍ଯ୍ୟ କରିବ।”
11 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ମୁଁ ତୁମ୍ଭକୁ କହିଥିଲି ଇସ୍ରାଏଲର ପ୍ରତ୍ୟେକ ବଂଶର ପ୍ରଥମଜାତ ମୋର ସେବକ ହେବ। ବର୍ତ୍ତମାନ ଲେବୀୟମାନେ ମୋର ଅଧିକୃତ, ତେଣୁ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପରିବର୍ତ୍ତେ ଲେବୀୟମାନେ ମୋର ହେବେ। 13 “ଯେତେବେଳେ ତୁମ୍ଭେମାନେ ମିଶରରେ ଥିଲ, ସେତେବେଳେ ମୁଁ ମିଶରୀୟମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ୟା କରିଥିଲି। ଇସ୍ରାଏଲରେ ସମସ୍ତ ମନୁଷ୍ୟ ଓ ପଶୁର ପ୍ରଥମଜାତକୁ ମୋ’ ପାଇଁ ପବିତ୍ର କଲି। ସେମାନେ ସମସ୍ତେ ମୋର ଅଧିକୃତ। ମୁଁ ସଦାପ୍ରଭୁ ଅଟେ।”
14 ଅନନ୍ତର ସଦାପ୍ରଭୁ ସୀନୟ ମରୁଭୂମିରେ ମୋଶାଙ୍କୁ ପୁଣି କହିଲେ, 15 “ଲେବୀୟମାନଙ୍କୁ ସେମାନଙ୍କର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗଣନା କର। ତୁମ୍ଭେ ସମସ୍ତ ପୁରୁଷ ଓ ଏକ ମାସରୁ ଅଧିକ ବୟସ୍କ ବାଳକମାନଙ୍କୁ ଗଣନା କରିବା ଉଚିତ୍।” 16 ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମସ୍ତଙ୍କୁ ଗଣନା କଲେ।
17 ଲେବୀର ତିନି ପୁତ୍ର ଥିଲେ ଓ ସେମାନଙ୍କର ନାମ ହେଲା ଗେର୍ଶୋନ, କହାତ୍ ଓ ମରାରି।
18 ଗେର୍ଶୋନ ପରିବାରବର୍ଗର ନାମ ଲିବ୍ନି ଓ ଶିମିୟି।
19 ପୁଣି ଆପଣା ବଂଶ ଅନୁସାରେ କହାତର ପରିବାରବର୍ଗର ନାମ ଅମ୍ରମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ।
20 ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।
ଏମାନେ ଆପଣା ପିତୃଗୃହ ଅନୁସାରେ ଲେବୀୟମାନଙ୍କ ବଂଶ।
21 ଗେର୍ଶୋନଠାରୁ ଲିବ୍ନି ବଂଶ ଓ ଶିମିୟିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀୟ ବଂଶ। 22 ଏମାନଙ୍କ ମଧ୍ୟରେ ଓ ଏକ ମାସରୁ ଅଧିକ ବୟସ୍କ ବାଳକ ଗଣନା ଅନୁସାରେ 7,500 ହେଲେ। 23 ଗେର୍ଶୋନୀୟ ପରିବାରବର୍ଗ ପଶ୍ଚିମ ଦିଗରେ ପବିତ୍ର ତମ୍ବୁର ପଶ୍ଚାତ ଭାଗରେ ଛାଉଣି ସ୍ଥାପନ କରିବେ। 24 ପୁଣି ଲାୟେଲର ପୁତ୍ର ଇଲୀୟାସଫ ଗେର୍ଶୋନୀୟ ପରିବାରବର୍ଗର ଅଧିପତି ଥିଲା। 25 ସମାଗମ-ତମ୍ବୁରେ ଗେର୍ଶୋନର ପରିବାରର କର୍ତ୍ତବ୍ୟ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ-ତମ୍ବୁର ଫାଟକର ଆଚ୍ଛାଦନ କନାର ଯତ୍ନ ନେବା। 26 ସେମାନେ ପବିତ୍ର ତମ୍ବୁର ପ୍ରାଙ୍ଗଣରେ ଓ ବେଦିରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ।
27 ପୁଣି କହାତ୍ଠାରୁ ଅମ୍ରମୀୟ ବଂଶ ଯିଷ୍ହରିୟ ବଂଶ, ହିବ୍ରୋଣୀୟ ବଂଶ ଓ ଉଷୀୟେଲୀୟ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀୟ ବଂଶ ହେଲେ। 28 ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କର ସଂଖ୍ୟା କହାତୀୟ ପରିବାରବର୍ଗର 8,300 [c] ଓ ସେମାନେ ପବିତ୍ର ସ୍ଥାନର ରକ୍ଷକ [d]ରୂପେ ନିଯୁକ୍ତ ହେଲେ। 29 କହାତୀୟ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗରେ ପବିତ୍ର ତମ୍ବୁ ନିକଟରେ ଛାଉଣି ସ୍ଥାପନ କରିବେ। 30 ଇଲୀଷାଫନ୍ ଉଷୀୟେଲର ପୁତ୍ର କହାତୀୟ ପରିବାରବର୍ଗର ଅଧିପତି ହେବ। 31 ପବିତ୍ର ସିନ୍ଦୂକ, ମେଜ, ଦୀପରୁଖା, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳପାତ୍ର, ଏବଂ ପରଦା ସେମାନଙ୍କର ଦାୟିତ୍ୱରେ ରହିବ।
32 ଯାଜକ ହାରୋଣର ପୁତ୍ର ଇଲିୟାସର ସମସ୍ତଙ୍କ ମଧ୍ୟରେ ପ୍ରଧାନ ଲେବୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷୟର କାର୍ଯ୍ୟ କରନ୍ତି ସେମାନଙ୍କର ତତ୍ତ୍ୱାବଧାନ କରିବ।
33 ମହଲୀୟ ପରିବାରବର୍ଗ ଏବଂ ମୂଶୀୟ ପରିବାରବର୍ଗ ମରାରୀୟଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀୟ ପରିବାର ଅନ୍ତର୍ଭୁକ୍ତ। 34 ପୁଣି ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6,200 ଲୋକ ହେଲେ। 35 ଆଉ ଅବୀହୟଲର ପୁତ୍ର ସୂରୀୟେଲ ମରାରି ପରିବାରବର୍ଗର ଅଧିପତି ହେବ। ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ। 36 ମରାରି ପରିବାରର ସଭ୍ୟମାନେ କାଠପଟାଗୁଡ଼ିକ, ଅର୍ଗଳଗୁଡ଼ିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀୟ କାର୍ଯ୍ୟର ଦାୟିତ୍ୱ ବହନ କରିବେ। 37 ସେମାନେ ମଧ୍ୟ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣରେ ବ୍ୟବହାର ହୁଏ ଏହି ସମସ୍ତର ଦାୟିତ୍ୱ ନେବେ।
38 ମୋଶା, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖରେ ଛାଉଣି ସ୍ଥାପନ କରିବେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ପବିତ୍ର ସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ଯାଏ, ତାକୁ ମୃତ୍ୟୁଦଣ୍ତ ଦିଆଯିବ।
39 ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାରେ ଲେବୀୟମାନଙ୍କୁ ଗଣନା କଲେ। ଲେବୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ୟା 22,000 ହେଲେ।
ଲେବୀୟମାନଙ୍କ ପ୍ରଥମଜାତ ସନ୍ତାନଙ୍କ ସ୍ଥାନ ଗ୍ରହଣ
40 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲର ପ୍ରଥମଜାତ ପୁରୁଷ ଲୋକମାନଙ୍କର ଏକ ମାସର ଅଧିକ ବୟସ୍କ ସମସ୍ତ ଗଣନା କର ଓ ସେମାନଙ୍କର ନାମ ତାଲିକା କର। 41 ମୁଁ ସଦାପ୍ରଭୁ, ମୁଁ ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳରେ ଲେବୀୟମାନଙ୍କୁ ଗ୍ରହଣ କରିବି। ପୁଣି ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳରେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବି।”
42 ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଇସ୍ରାଏଲର ଲୋକ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ। 43 ପୁଣି ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ୟାନୁସାରେ ସେମାନଙ୍କର ସଂଖ୍ୟା 22,273 ହେଲା।
44 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 45 “ତୁମ୍ଭେ ସମସ୍ତ ଲେବୀୟ ଏବଂ ତାଙ୍କର ସମସ୍ତ ପଶୁ ଇସ୍ରାଏଲର ପ୍ରଥମଜାତ ଏବଂ ଇସ୍ରାଏଲର ପଶୁମାନଙ୍କ ପ୍ରଥମଜାତ ବଦଳରେ ଗ୍ରହଣ କର। ଆଉ ଲେବୀୟମାନେ ମୋର ହେବେ, ମୁଁ ସଦାପ୍ରଭୁ ଅଟେ। 46 ଇସ୍ରାଏଲରେ ଲେବୀୟମାନଙ୍କଠାରୁ 273 ଅଧିକ ପ୍ରଥମଜାତ ପୁରୁଷ ଅଛନ୍ତି, ଏହି ଅଧିକ ପ୍ରଥମଜାତ ପୁରୁଷଗଣ ନିଶ୍ଚୟ ମୁକୁଳା ଯିବେ। 47 ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶେକଲ ନେବ। କୋଡ଼ିଏ ଗେରାରେ ଏକ ଶେକଲ। 48 ସେହି 273 ଅଧିକ ପ୍ରଥମଜାତ ପୁରୁଷଙ୍କର ମୁକୁଳାଇବା ନିମନ୍ତେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ମୂଲ୍ୟ ଦିଅ।”
49 ତେଣୁ ମୋଶା ସେହି ପ୍ରଥମଜାତ ପୁରୁଷମାନଙ୍କୁ ମୁକୁଳାଇବା ନିମନ୍ତେ ମୁଦ୍ରା ଏକତ୍ର କଲେ। 50 ଇସ୍ରାଏଲର ପୁତ୍ରଗଣ ପ୍ରଥମଜାତ ଲୋକମାନଙ୍କଠାରୁ ସେ ସେହି ମୂଲ୍ୟ ନେଲେ; ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ 1365 ଶେକଲ ନେଲେ। 51 ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ସେହି ମୁକ୍ତି ମୂଲ୍ୟ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ।
କହାତ ପରିବାରର କାର୍ଯ୍ୟ
4 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2 “ତୁମ୍ଭେମାନେ ଲେବୀର ସନ୍ତାନଗଣ ମଧ୍ୟରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର। 3 ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ, ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବାକୁ ଯୋଗ୍ୟ ସେମାନଙ୍କୁ ଗଣନା କର। 4 ସମାଗମ-ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର ଯତ୍ନ ନେବା କହାତ ପରିବାରବର୍ଗର କାର୍ଯ୍ୟ ଅଟେ।
5 “ଯେତେବେଳେ ଛାଉଣି ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦାରେ ପବିତ୍ର ନିୟମ ସିନ୍ଦୁକକୁ ଢାଙ୍କିବେ। 6 ସେମାନେ ପୁନର୍ବାର ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତା’ପରେ ସେମାନେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗୀ ଲଗାଇବେ।
7 “ଏହା ପରେ ସେମାନେ ପବିତ୍ର ମେଜ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଗ୍ଭମଚ, ପାତ୍ର ଜାର୍ ପେୟନୈବେଦ୍ୟ ରଖିବା ଉଚିତ୍। ଦର୍ଶନୀୟ ରୋଟୀ ସବୁବେଳେ ସେଥିରେ ରଖିବା ଉଚିତ୍। 8 ତା’ପରେ ସେ ସମସ୍ତ ଉପରେ ସେମାନେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଏବଂ ତା’ପରେ ଶିଶୁକଚର୍ମରେ ଆଚ୍ଛାଦନ କରିବେ। ତା’ପରେ ସେମାନେ ସେହି ସାଙ୍ଗୀ କଡ଼ା ଭିତରେ ପୁରାଇବେ।
9 “ଏହା ପରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୋକର ଦ୍ୱୀପରୁଖା, ତାହାର ପ୍ରଦୀପ, ତାହାର ଅଙ୍ଗାରଧାନୀ ଏବଂ ସମସ୍ତ ତୈଳପାତ୍ରକୁ ଆଚ୍ଛାଦନ କରିବା ଉଚିତ୍। 10 ପୁଣି ସେମାନେ ତାକୁ ଓ ତହିଁର ସମସ୍ତ ସରଞ୍ଜାମ ଏକ ଶିଶୁକଚର୍ମର ମଧ୍ୟରେ ରଖିବେ ଏବଂ ତାହାକୁ ଗୋଟିଏ ଖୁଣ୍ଟରେ ରଖିବେ।
11 “ପୁଣି ସେମାନେ ସ୍ୱର୍ଣ୍ଣମୟ ବେଦି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମରେ ଢାଙ୍କିବେ ଏବଂ କଡ଼ା ମଧ୍ୟରେ ସାଙ୍ଗୀ ପୁରାଇବେ।
12 “ତା’ପରେ ସେମାନେ ସେବାର୍ଥକ ସମସ୍ତ ପବିତ୍ର ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ଗୁଡ଼ାଇ ରଖିବେ। ସେମାନେ ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଏବଂ ତା’ପରେ ତାହାକୁ ଗୋଟିଏ ଖୁଣ୍ଟରେ ରଖିବେ।
13 “ପୁଣି ସେମାନେ ଯଜ୍ଞବେଦିରୁ ଭସ୍ମ କାଢ଼ି ନେଇ ତହିଁ ଉପରେ ବାଇଗଣି ରଙ୍ଗର ବସ୍ତ୍ର ବିଛାଇବେ। 14 ଆଉ ତା’ଉପରେ ସେମାନେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ଯଜ୍ଞବେଦିରେ ସେବାର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସେମାନେ ତା’ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେବେ ଏବଂ କଡ଼ା ମଧ୍ୟରେ ସାଙ୍ଗୀ ଲଗାଇବେ।
15 “ଏହିରୂପେ ଯେତେବେଳେ ଛାଉଣି ଅଗ୍ରସର ହେବା ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ୟ ଢାଙ୍କି ଦେବେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସେମାନେ ନିଶ୍ଚୟ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ, ନ ହେଲେ ସମାନେ ମୃତ୍ୟୁବରଣ କରିବେ। ପବିତ୍ର ତମ୍ବୁରେ ଏହା ହିଁ କହାତ ପୁତ୍ରଗଣର କର୍ତ୍ତବ୍ୟ ହେବ।
16 “ଆଉ ସମସ୍ତ ଆବାସର, ତତ୍ତ୍ୱାବଧାନ ସେହି ପବିତ୍ର ତମ୍ବୁ ଏବଂ ତନ୍ମଧ୍ୟସ୍ଥିତ ସମସ୍ତ ପବିତ୍ର ସ୍ଥାନ ଏବଂ ସମସ୍ତ ଦ୍ରବ୍ୟ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣର ପୁତ୍ର ଇଲିୟାସର ଯାଜକର ହେବ।”
17 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 18 “ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକି ଅଲଗା କରିଦିଅ ନାହିଁ। 19 ମାତ୍ର ସେମାନେ ମହାପବିତ୍ର ସ୍ଥାନରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲାବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରକୁ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ। 20 ସେମାନେ ପବିତ୍ର ବସ୍ତ୍ରକୁ ଦେଖିବା ଉଚିତ୍ ନୁହେଁ, ସେମାନେ ଯେତେବେଳେ ଯିବା ପାଇଁ ସଜାଡ଼ୁଛନ୍ତି। କାରଣ ଯଦି ସେମାନେ ତାହା କରନ୍ତି, ତେବେ ସେମାନେ ମରିଯିବେ।”
ଗେର୍ଶୋନବଂଶର ସେବାକାର୍ଯ୍ୟ
21 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 22 “ସେମାନଙ୍କର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗେର୍ଶୋନ ପରିବାରକୁ ଗଣନା କର। 23 ଯେଉଁମାନେ ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ମଧ୍ୟରେ ଓ ସମାଗମ-ତମ୍ବୁରେ ସେବା କରି ପାରିବେ, ସେମାନଙ୍କୁ ଗଣନା କର।
24 “ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ଶୋନ ବଂଶର ସେବା ଏହି। 25 ସେମାନେ ପବିତ୍ର ତମ୍ବୁର ପରଦା ସକଳ, ତହିଁର ଆଚ୍ଛାଦନ, ତହିଁର ଉପରିସ୍ଥିତ ଶିଶୁକଚର୍ମର ଛାତ ଓ ସମାଗମ-ତମ୍ବୁର ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର ବହନ କରିବେ। 26 ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ଯଜ୍ଞବେଦି, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହନ କରିବେ ଓ ସେହିସବୁରେ ଯେଉଁ କାର୍ଯ୍ୟ କରିବାକୁ ହୁଏ ତାହା ସବୁ କରିବା ଉଚିତ୍। 27 ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ନିର୍ଦ୍ଦେଶ ଅନୁସାରେ ଗେର୍ଶୋନର ଲୋକମାନେ ନିଜ ନିଜର କାର୍ଯ୍ୟ ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବା ଉଚିତ୍। ତୁମ୍ଭେ ସେମାନଙ୍କୁ, ଯାହାସବୁ ଦାୟୀତ୍ୱ ବହନ କରନ୍ତି ସେହି କାର୍ଯ୍ୟ ଭାର ଦେବା ଉଚିତ୍। 28 ସମାଗମ-ତମ୍ବୁରେ ଗେର୍ଶୋନୀୟ ପରିବାରବର୍ଗଙ୍କୁ ଏହି ସେବା ଦିଆଯାଏ। ଈଥାମର ଯାଜକ ହାରୋଣଙ୍କ ପୁତ୍ର ସେମାନଙ୍କ ଉପରେ ପର୍ଯ୍ୟବେକ୍ଷଣ କରିବେ।”
ମରାରି ବଂଶର ସେବାକାର୍ଯ୍ୟ
29 “ତୁମ୍ଭେ ମରାରି ସନ୍ତାନଗଣର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ। 30 ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ପର୍ଯ୍ୟନ୍ତ ବୟସ୍କ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରି ପାରିବେ, ସେମାନଙ୍କୁ ଗଣନା କରିବ। 31 ଏହି ଦାୟିତ୍ୱ ସେମାନେ ବହନ କରି ପାରିବେ, ସେମାନେ ସମାଗମ-ତମ୍ବୁର କାଠପଟାସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍। 32 ସେମାନେ ପ୍ରାଙ୍ଗଣର ବାଡର ଖମ୍ବକୁ, ସେଗୁଡ଼ିକର ଭିତ୍ତିକୁ, ସେଗୁଡ଼ିକର ଖିଲକୁ, ସେଗୁଡ଼ିକର ରଜ୍ଜକୁ, ତାହା ସହିତ ସଂଯୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ନିର୍ଦ୍ଧିଷ୍ଟ କାର୍ଯ୍ୟଭାର ବହନ କରିବାକୁ ଦେବା ଉଚିତ୍। 33 ସମାଗମ-ତମ୍ବୁରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦେଖା ରେଖା କରିବାର ଦାୟିତ୍ୱ ହେବ।”
ଲେବୀୟ ବଂଶ
34 ଅନନ୍ତର ମୋଶା, ହାରୋଣ ଓ ଇସ୍ରାଏଲର ନେତାଗଣ କହାତୀୟ ଲୋକମାନଙ୍କୁ ସେମାନଙ୍କର ପରିବାର ଓ ପିତୃଗୃହ ଅନୁସାରେ ଗଣନା କଲେ, 35 ତିରିଶ୍ ବର୍ଷଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେବେ, ସେମାନଙ୍କୁ ଗଣନା କଲେ।
36 ଏହି କର୍ମପାଇଁ ଯୋଗ୍ୟ କହାତୀୟ ବଂଶର ଲୋକମାନଙ୍କ ସଂଖ୍ୟା 2750 ହେଲା। 37 ଏହିମାନେ କହାତୀୟ ବଂଶର ଲୋକ ଯେଉଁମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ନିଯୁକ୍ତି ହେଲେ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଓ ହାରୋଣ ସେମାନଙ୍କୁ ଗଣନା କଲେ।
38 ଆଉ ମଧ୍ୟ ଗେର୍ଶୋନ ବଂଶ ସନ୍ତାନଗଣର ଆପଣା ଆପଣା ପିତୃଗୃହ ଓ ବଂଶ ଅନୁସାରେ ଗଣା ହେଲେ। 39 ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେଲେ ସେମାନଙ୍କୁ ଗଣା ଗଲା। 40 ଗେର୍ଶୋନ ବଂଶରେ ପିତୃଗୃହ ଅନୁସାରେ ଗଣନା କରାଯିବାରୁ ସେମାନଙ୍କ ସଂଖ୍ୟା 2630 ହେଲା। 41 ଏମାନେ ଗେର୍ଶୋନ ସନ୍ତାନଗଣର ପରିବାରବର୍ଗରେ ଗଣ୍ୟ ହେଲେ ଓ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ନିଯୁକ୍ତି ହେଲେ, ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏମାନଙ୍କୁ ଗଣନା କଲେ।
42 ଆଉ ମଧ୍ୟ ମରାରି ବଂଶ ମଧ୍ୟରେ ଲୋକମାନେ ନିଜ ନିଜ ବଂଶ ଓ ପିତୃଗୃହ ଅନୁସାରେ ଗଣା ଗଲେ। 43 ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶେଣ୍ରୀଭୁକ୍ତ ହେଲେ, ସେମାନେ ଗଣ୍ୟ ହେଲେ। 44 ସେମାନେ ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣା ଯିବାରୁ ସେମାନଙ୍କ ସଂଖ୍ୟା 3200 ହେଲା। 45 ଏମାନେ ମରାରି ସନ୍ତାନଗଣର ବଂଶରେ ଗଣ୍ୟ ହୋଇଥିବା ଲୋକ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ।
46 ତେଣୁ ମୋଶା, ହାରୋଣ ଓ ଇସ୍ରାଏଲର ଅଧିପତିଗଣ ଲେବୀୟମାନଙ୍କୁ ସେମାନଙ୍କର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ଗଣନା କଲେ। 47 ତିରିଶ୍ ବର୍ଷ ବୟସ୍କଠାରୁ ପଗ୍ଭଶ୍ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟରେ ଓ ଭାର ବହିବା କର୍ମରେ ନିଯୁକ୍ତି ହେଲେ, ସେମାନେ ସମସ୍ତେ ଗଣା ଗଲେ। 48 ସେମାନଙ୍କ ସଂଖ୍ୟା 8580 ହେଲା। 49 ମୋଶାଙ୍କୁ ସଦାପ୍ରଭୁ ଯେଉଁ ଅନୁସାରେ ଆଜ୍ଞା ଦେଇଥିଲେ, ସେହିପରି ଭାବରେ ସେ ସେମାନଙ୍କର ସେବା ଓ ଭାର ବହିବା ଅର୍ଥ ଅନୁସାରେ ଗଣ୍ୟ ହେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶାଙ୍କ ଦ୍ୱାରା ଏହା କରାଗଲା।
ଯୀଶୁଙ୍କ ଦେହରେ ଦୁଷ୍ଟାତ୍ମା ରହିଛି ବୋଲି କେତେକ କହିଲେ(A)
20 ତା’ପରେ ଯୀଶୁ ଘରକୁ ଫେରିଗଲେ। ସେଠାରେ ମଧ୍ୟ ଅନେକ ଲୋକ ଜମା ହୋଇଗଲେ। ସେଠାରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଖାଇ ମଧ୍ୟ ପାରିଲେ ନାହିଁ। 21 ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସେମାନେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।
22 ଯିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, “ଯୀଶୁଙ୍କ ଦେହରେ ବାଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁଁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛନ୍ତି।”
23 ତେଣୁ ଯୀଶୁ ସେମାନଙ୍କୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ବୁଝାଇଲେ, “ଶୟତାନ କିପରି ଶୟତାନକୁ ତଡ଼ି ଦେଇ ପାରିବ?” 24 ଯଦି କୌଣସି ରାଜ୍ୟ ନିଜ ଭିତରେ ଯୁଦ୍ଧ କରେ ତେବେ ତାହା ଆଉ ତିଷ୍ଠି ରହି ପାରିବ ନାହିଁ। 25 ଯଦି କୌଣସି ପରିବାର ନିଜ ଭିତରେ ଭାଗ ଭାଗ ହୋଇ ଯାଏ, ତେବେ ସେ ପରିବାର ତିଷ୍ଠି ରହି ପାରିବ ନାହିଁ। 26 ସେହିଭଳି ଯଦି ଜଣେ ଶୟତାନ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ ସେ ମଧ୍ୟ ତିଷ୍ଠି ରହି ପାରିବ ନାହିଁ ବରଂ ତାହାର ଅନ୍ତ ହୋଇଯିବ।
27 “ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘରେ ପଶି ତା’ର ସମ୍ପତ୍ତି ଲୁଟି ନେବାକୁ ଗ୍ଭହିଁବ, ତେବେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା’ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନେଇ ଯାଇପାରିବ।
28 “ମୁଁ ତୁମ୍ଭକୁ ସତ୍ୟ କହୁଛି, ଲୋକେ ଯେଉଁସବୁ ପାପ କରୁଛନ୍ତି, ସେଗୁଡ଼ିକୁ କ୍ଷମା କରି ଦିଆ ଯାଇ ପାରିବ। ଲୋକେ ପରମେଶ୍ୱରଙ୍କ ବିରୁଦ୍ଧରେ ଯେତେସବୁ ଖରାପ କଥା କହୁଛନ୍ତି, ସେସବୁକୁ ମଧ୍ୟ କ୍ଷମା କରି ଦିଆଯାଇ ପାରିବ। 29 କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ଯେଉଁ ଲୋକ କିଛି କହିବ, ତାହାକୁ କେବେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସେହି ପାପର ଦୋଷୀ ହେବ।”
30 ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠାରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ।
ଯୀଶୁଙ୍କ ଅନୁସରଣକାରୀମାନେ, ତାହାଙ୍କର ପ୍ରକୃତ ପରିବାର(B)
31 ତା’ପରେ ଯୀଶୁଙ୍କ ମା ଓ ଭାଇମାନେ ସେଠାକୁ ଆସିଲେ। ସେମାନେ ବାହାରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠେଇଲେ। 32 ସେତେବେଳେ ଯୀଶୁଙ୍କ ଗ୍ଭରିପଟେ ଲୋକମାନେ ଘରେ ବସିଥିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭ ମା ଓ ଭାଇମାନେ ତୁମ୍ଭକୁ ବାହାରେ ଅପେକ୍ଷା କରିଛନ୍ତି।”
33 ଯୀଶୁ ପଗ୍ଭରିଲେ, “କିଏ ମୋର ମା? କେଉଁମାନେ ମୋର ଭାଇ?” 34 ତା’ପରେ ଯୀଶୁ ତାହାଙ୍କ ଗ୍ଭରି ପାଖରେ ବସିଥିବା ଲୋକମାନଙ୍କ ଆଡ଼େ ଗ୍ଭହିଁଲେ। ସେ କହିଲେ, “ଏ ଲୋକମାନେ ମୋର ମା ଓ ଭାଇ। 35 ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି, ସେମାନେ ହିଁ ମୋର ଭାଇ, ଭଉଣୀ ଓ ମା।”
2010 by World Bible Translation Center