Old/New Testament
ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ
12 ଇଫ୍ରୟିମ ପବନ ଏକତ୍ର କରୁଛନ୍ତି। ଇସ୍ରାଏଲ ଦିନସାରା “ପବନକୁ ଅନୁସରଣ” କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ୟା କୁହନ୍ତି। ଅଧିକ ଗ୍ଭେରି କରନ୍ତି। ସେମାନେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସେମାନେ ମିଶରକୁ ଅଲିଭ ତେଲ ଆଣୁଛନ୍ତି।
2 ସଦାପ୍ରଭୁ କୁହନ୍ତି, “ଆମ୍ଭର ଯିହୁଦା ବିପକ୍ଷରେ ଏକ ଯୁକ୍ତି ଅଛି। ଯାକୁବ ତା’ର କୁପଥଗୁଡ଼ିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦକାର୍ଯ୍ୟ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହେବ। 3 ଯାକୁବ ମାତୃଗର୍ଭରେ ଥିଲା ଏବଂ ତା’ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ଯୁବକ ଥିଲା ଏବଂ ସେତେବେଳେ ସେ ପରମେଶ୍ୱରଙ୍କ ସହିତ ଲଢ଼ୁଥିଲା। 4 ଯାକୁବ ପରମେଶ୍ୱରଙ୍କ ଦୂତ ସହିତ ମଲ୍ଲଯୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ରେ ଘଟିଥିଲା। ସେହିସ୍ଥାନରେ ସେ ପରମେଶ୍ୱରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା। 5 ହଁ, ସଦାପ୍ରଭୁ ସୈନ୍ୟବାହିନୀର ପରମେଶ୍ୱର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ। 6 ତେଣୁ ତୁମ୍ଭେମାନେ ସେହି ପରମେଶ୍ୱରଙ୍କ ନିକଟକୁ ଫେରି ଆସ। ତାଙ୍କ ପ୍ରତି ବିଶ୍ୱସ୍ତ ହୁଅ। ଠିକ୍ କାର୍ଯ୍ୟ କର। ସର୍ବଦା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ।
7 “ଯାକୁବ ଜଣେ ପ୍ରକୃତ ବ୍ୟବସାୟୀ। ସେ ଏପରିକି ତା’ର ବନ୍ଧୁଙ୍କୁ ମଧ୍ୟ ଠକେ। ଏପରିକି ତାଙ୍କ ନିକିତି ମଧ୍ୟ ମିଛ କହେ। 8 ଇଫ୍ରୟିମ କହିଲେ, ‘ମୁଁ ଧନୀ, ମୁଁ ପ୍ରକୃତ ଧନ ଲାଭ କରିଛି। କୌଣସି ବ୍ୟକ୍ତି ମୋର ଅପରାଧ ଜାଣିବ ନାହିଁ। କେହି ମଧ୍ୟ ମୋର ପାପ ଜାଣି ପାରିବ ନାହିଁ।’
9 “ମିଶରରେ ଥିବା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ତୁମ୍ଭେମାନେ ଉତ୍ସବ ଦିନରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁରେ ରଖିବା। 10 ଆମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭମାନଙ୍କୁ ଏବଂ ସେମାନଙ୍କୁ ବହୁ ଦର୍ଶନ ଦେଲୁ। ଆମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦେଲୁ। 11 ଯେହେତୁ ଗିଲିୟଦରେ ସେମାନେ ବହୁତ ଦୁଷ୍ଟ, ସେମାନେ କିଛି ହୋଇ ପାରିବେ ନାହିଁ। କାରଣ ଗିଲ୍ଗଲ୍ରେ ସେମାନେ ଷଣ୍ଢକୁ ବଳିଦାନ ଦିଅନ୍ତି। ଖୋଲା ପଡ଼ିଆରେ ପଥର ଗଦା ପରି ସେମାନଙ୍କର ଯଜ୍ଞବେଦିଗୁଡ଼ିକ ହେବ।
12 “ଯାକୁବ ଅରାମ ରାଜ୍ୟକୁ ପଳାଇଲେ। ସେହି ସ୍ଥାନରେ ଇସ୍ରାଏଲ ଗୋଟିଏ ସ୍ତ୍ରୀ ପାଇଁ କାର୍ଯ୍ୟ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମେଷ ରଖିଲେ। 13 କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇସ୍ରାଏଲକୁ ନେଇ ଆସିଲେ। ସଦାପ୍ରଭୁ ସେହି ଭବିଷ୍ୟଦ୍ବକ୍ତାଙ୍କୁ ଲଗାଇ ଇସ୍ରାଏଲକୁ ନିରାପଦ ରଖିଲେ। 14 କିନ୍ତୁ ଇଫ୍ରୟିମ ସଦାପ୍ରଭୁଙ୍କୁ ରଗାଇବାର କାରଣ ହେଲା। ଇଫ୍ରୟିମ ବହୁ ଲୋକଙ୍କୁ ହତ୍ୟା କଲା। ତେଣୁ ସେ ତା’ର ଦୋଷ ପାଇଁ ଦଣ୍ତିତ ହେବ। ସେମାନଙ୍କର ମୁନିବ ପରମେଶ୍ୱର ସେହି ଅପମାନ ସେମାନଙ୍କୁ ସହ୍ୟ କରାଇବେ।”
ଇସ୍ରାଏଲ ନିଜକୁ ନିଜେ ଧ୍ୱଂସ କରିଛି
13 “ଇଫ୍ରୟିମ ଇସ୍ରାଏଲରେ ନିଜକୁ ମହାନ କରି ଦେଲା। ସେ କହିଲା ବେଳେ ଲୋକେ ଭୟରେ ଥରିଲେ। କିନ୍ତୁ ସେ ବାଲ୍ଦେବତାଙ୍କୁ ପୂଜାକରି ଦୋଷୀ ହେଲେ ଏବଂ ମୃତ୍ୟୁବରଣ କଲେ। 2 ବର୍ତ୍ତମାନ ଇସ୍ରାଏଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସେମାନେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପାରେ ତିଆରି କରନ୍ତି ଏବଂ ସେହି ଲୋକମାନେ ସେହି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସେମାନେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସେହି ସୁବର୍ଣ୍ଣ ନିର୍ମିତ ବାଛୁରିଗୁଡ଼ିକୁ ଚୁମ୍ବନ କରନ୍ତି। 3 ସେଥିପାଇଁ ସେହି ଲୋକମାନେ ଶୀଘ୍ର ଅଦୃଶ୍ୟ ହେବେ। ସେମାନେ ସକାଳର କୁହୁଡ଼ି ସଦୃଶ ଶୀଘ୍ର ଦେଖା ଦେବେ ଓ ଶୀଘ୍ର ଅଦୃଶ୍ୟ ହୋଇଯିବେ। ଇସ୍ରାଏଲୀୟମାନେ ଅଗାଡ଼ି ଖଳାରୁ ଉଡ଼ିଗଲା ପରି ଉଡ଼ିଯିବେ। ଚିମିନିରୁ ଧୂଆଁ ବାହାରି ଅଦୃଶ୍ୟ ହେଲାପରି ସେମାନେ ଅଦୃଶ୍ୟ ହୋଇଯିବେ।
4 “ମିଶରରେ ତୁମ୍ଭେମାନେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ହୋଇ ଆସିଛୁ। ତୁମ୍ଭେମାନେ ଆମ୍ଭ ବ୍ୟତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନ ଥିଲ। ଆମ୍ଭେ ଏକମାତ୍ର ବ୍ୟକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ। 5 ଆମ୍ଭେ ତୁମ୍ଭମାନଙ୍କୁ ମରୁଭୂମିରେ ଜାଣିଥିଲୁ-ଶୁଷ୍କ ଭୂମିରେ ତୁମ୍ଭମାନଙ୍କୁ ଜାଣିଥିଲୁ। 6 ସେହି ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦେଲୁ। ସେମାନେ ସେହି ଖାଦ୍ୟ ଖାଇଲେ। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସେମାନେ ଗର୍ବୀ ହୋଇଗଲେ ଏବଂ ମୋତେ ଭୁଲିଗଲେ।
7 “ସେଥିପାଇଁ ଆମ୍ଭେ ସିଂହ ଓ ବ୍ୟାଘ୍ର ସଦୃଶ ହୋଇ ରାସ୍ତାକଡ଼ରେ ସେମାନଙ୍କୁ ଅପେକ୍ଷା କରିବା। 8 ଭାଲୁ ପାଖରୁ ତା’ ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସେହିପରି ହିଂସ୍ର ହୋଇ ସେମାନଙ୍କୁ ଆକ୍ରମଣ କରିବା। ଆମ୍ଭେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ୟ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସେମାନଙ୍କୁ ସେହିପରି ଖଣ୍ତ ବିଖଣ୍ତିତ କରିବା।
ଇସ୍ରାଏଲକୁ ପରମେଶ୍ୱରଙ୍କ କ୍ରୋଧରୁ କେହି ରକ୍ଷା କରି ପାରିବେ ନାହିଁ
9 “ହେ ଇସ୍ରାଏଲ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କଲୁ କିନ୍ତୁ ତୁମ୍ଭେ ଆମ୍ଭର ବିରୁଦ୍ଧରେ ଗଲ। ତେଣୁ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା। 10 ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗରରେ ସେ ତୁମ୍ଭମାନଙ୍କୁ ରକ୍ଷା କରି ପାରିବେ ନାହିଁ। ତୁମ୍ଭର ବିଗ୍ଭରକମାନେ କାହାନ୍ତି? ତୁମ୍ଭେମାନେ ସେମାନଙ୍କୁ ଏହା କହି ମାଗିଥିଲ, ‘ଆମ୍ଭକୁ ଜଣେ ରାଜା ଓ ନେତୃମଣ୍ତଳୀ ଦିଅ।’ 11 ଆମ୍ଭେ କ୍ରୋଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତେବେଳେ ଅତି କ୍ରୋଧିତ ହେଲୁ ତାଙ୍କୁ ଦୂରକୁ ନେଇଗଲୁ।
12 “ଇଫ୍ରୟିମର ପାପସବୁ
ଗୋଟିଏ ବିଡ଼ାରେ ବନ୍ଧା ହୋଇଛି।
ସେଗୁଡ଼ିକ ନିରାପଦ ଜାଗାରେ ରଖାଯାଇଛି।
13 ସ୍ତ୍ରୀଲୋକର ପ୍ରସବ ବେଦନା ସଦୃଶ ତା’ର ଦଣ୍ତ କଷ୍ଟଦାୟକ ହେବ।
ସେ ଜଣେ ଜ୍ଞାନୀ ପୁତ୍ର ହେବ ନାହିଁ।
ଏପରି ଏକ ସମୟ ଆସିବ
ସେ ଆଉ ତିଷ୍ଠିବ ନାହିଁ।
14 “ଆମ୍ଭେ ସେମାନଙ୍କୁ ମୃତ୍ୟୁଠାରୁ ରକ୍ଷା କରିବା ଉଚିତ୍ କି?
ଆମ୍ଭେ ସେମାନଙ୍କୁ ମହାମାରୀଠାରୁ ରକ୍ଷା କରିବା ଉଚିତ୍ କି?
ହେ ମୃତ କେଉଁଠାରେ ତୁମ୍ଭର ମହାମାରୀ ଅଛି?
ହେ କବର, ତୁମ୍ଭର ଶକ୍ତି କେଉଁଠାରେ ଅଛି?
ଦୟା ଆମ୍ଭଠାରୁ ଗୁପ୍ତ ରହିବ।
15 ଇସ୍ରାଏଲ ତା’ର ଭାଇମାନଙ୍କ ସହିତ ବଢ଼େ।
କିନ୍ତୁ ଏକ ଶକ୍ତିଶାଳୀ ପୂର୍ବୀୟ ପବନ ଆସିବ, ଏହା ସଦାପ୍ରଭୁ ପ୍ରେରିତ ବାୟୁ ମରୁଭୂମିରୁ ପ୍ରବାହିତ ହେବ।
ତା’ପରେ ଇସ୍ରାଏଲର କୂଅ ଶୁଖିଯିବ।
ଜଳପୂର୍ଣ୍ଣ ଝରଣାଗୁଡ଼ିକ ଶୁଖିଯିବ।
ସେହି ପବନ ସମସ୍ତ ମୂଲ୍ୟବାନ ବସ୍ତୁ ଇସ୍ରାଏଲର ଭଣ୍ତାରରୁ ଉଡ଼ାଇ ନେଇଯିବ।
16 ଶମରିୟା ନିଶ୍ଚିତ ଦଣ୍ତିତ ହେବ।
କାରଣ ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଇଥିଲା।
ଇସ୍ରାଏଲୀୟମାନେ ଖଡ଼୍ଗରେ ନିହତ ହେବେ।
ସେମାନଙ୍କର ପିଲାମାନେ ବିଦୀର୍ଣ୍ଣ ହେବେ।
ସେମାନଙ୍କର ଗର୍ଭବତୀ ନାରୀମାନେ ମଧ୍ୟ ବିଦୀର୍ଣ୍ଣ ହେବେ।”
ସଦାପ୍ରଭୁଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ
14 ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। 2 କ’ଣ କହିବ ସେ ବିଷୟରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫେରି ଆସ। ତାଙ୍କୁ କୁହ,
“ଆମ୍ଭର ପାପକୁ ନେଇଯାଅ।
ଆମ୍ଭେ କରିଥିବା ଉତ୍ତମ କର୍ମକୁ ଗ୍ରହଣ କର।
ଆମ୍ଭେ ଆମ୍ଭର ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରୁଛୁ।
3 ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ।
ଆମ୍ଭେମାନେ ଯୁଦ୍ଧ ଅଶ୍ୱରେ ଆରୋହଣ କରିବୁ ନାହିଁ।
ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡ଼ିକୁ ‘ଆମ୍ଭର ପରମେଶ୍ୱର’ ବୋଲି
ଆମ୍ଭେ ପୁଣି କହିବୁ ନାହିଁ।
କାରଣ ତୁମ୍ଭେ ହେଉଛ ସେହି ପରମେଶ୍ୱର ଯିଏ କି ଅନାଥକୁ ଦୟା ଦେଖାଅ
ଏବଂ ଆମ୍ଭମାନଙ୍କୁ ଦୟା କରିବ।”
ସଦାପ୍ରଭୁ ଇସ୍ରାଏଲକୁ କ୍ଷମା ଦେବେ
4 ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା।
ଆମ୍ଭେ ସେମାନଙ୍କୁ ସ୍ୱାଧୀନ ଭାବରେ ଭଲ ପାଇବା,
କାରଣ ଆମ୍ଭେ ଆମ୍ଭର କ୍ରୋଧଭାବ ତ୍ୟାଗ କରିଛୁ।
5 ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା।
ଇସ୍ରାଏଲ କଇଁଫୁଲ ପରି ଫୁଟିବ।
ସେ ଲିବାନୋନ୍ର ଦେବଦାରୁ ଗଛପରି ବଢ଼ିବ।
6 ଇସ୍ରାଏଲ ଶାଖାଗୁଡ଼ିକ ବଢ଼ିବେ
ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହେବ।
ଲିବାନୋନ୍ର ଦେବଦାରୁ ଗଛଗୁଡ଼ିକ
ସୁବାସ ବିତରଣ କଲାପରି ସେ ହେବ।
7 ଇସ୍ରାଏଲ ଲୋକମାନେ ପୁନର୍ବାର ମୋର ସୁରକ୍ଷାରେ ବଞ୍ଚିବେ।
ସେମାନେ ଶସ୍ୟ ସଦୃଶ ବଢ଼ିବେ,
ସେମାନେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ।
ସେମାନେ ଲିବାନୋନ୍ର ଦ୍ରାକ୍ଷାରସ ପରି ସମୃଦ୍ଧ ହେବେ।
ପ୍ରତିମା ବିଷୟରେ ଇସ୍ରାଏଲକୁ ସଦାପ୍ରଭୁଙ୍କର ସତର୍କବାଣୀ
8 “ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ।
ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ।
ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ।
ତୁମ୍ଭର ଫଳ ଆମ୍ଭଠାରୁ ଆସେ।”
ଶେଷ ଉପଦେଶ
9 ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ।
ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍।
ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍।
ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ
ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।
ଯୋହନଙ୍କର ସ୍ୱର୍ଗ ଦେଖିବା
4 ଏହା ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ସ୍ୱର୍ଗର ଗୋଟିଏ ଦ୍ୱାର ଖୋଲା ହୋଇଅଛି। ମୁଁ ଯେଉଁ ସ୍ୱର ପୂର୍ବରୁ ଶୁଣିଥିଲି, ସେହି ସ୍ୱର ପୁଣି ଶୁଣିଲି। ଏହି ସ୍ୱର ତୂରୀନାଦର ଶବ୍ଦ ପରି ମନେହେଲା। ସେହି ସ୍ୱର କହିଲା, “ଏଠାରୁ ଉପରକୁ ଉଠି ଆସ ଏବଂ ଭବିଷ୍ୟତରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦେଖାଇବି।” 2 ତତ୍କ୍ଷଣାତ୍ ଆତ୍ମା ମୋତେ ତାହାଙ୍କ ଅଧୀନକୁ ନେଇଗଲେ। ସ୍ୱର୍ଗରେ ମୋ’ ସମ୍ମୁଖରେ ଗୋଟିଏ ସିଂହାସନ ଥିଲା। ସେହି ସିଂହାସନରେ ଜଣେ ବସିଥିଲେ। 3 ସିଂହାସନରେ ଯେଉଁ ବ୍ୟକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ୟବାନ ସୂର୍ଯ୍ୟକାନ୍ତମଣି ଓ ପଦ୍ମରାଗମଣି ଭଳି ଦେଖାଯାଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶୋଭା ସଦୃଶ ଗୋଟିଏ ମେଘଧନୁ ଘେରି ରହିଥିଲା।
4 ସେହି ସିଂହାସନର ଗ୍ଭରିପାଖରେ ଆଉ ଚବିଶ୍ଟି ସିଂହାସନ ଥିଲା। ସେହି ଚବିଶ୍ଟି ସିଂହାସନରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସେମାନେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ। 5 ସିଂହାସନରୁ ବିଜୁଳିର ଆଲୋକ ଓ ଘଡ଼ଘଡ଼ିର ଶବ୍ଦ ଶୁଭୁଥିଲା। ସିଂହାସନ ସାମନାରେ ସାତୋଟି ଜ୍ୱଳନ୍ତ ଦୀପ ଥିଲା। ଏହି ଦୀପଗୁଡ଼ିକ ପରମେଶ୍ୱରଙ୍କର ସାତୋଟି ଆତ୍ମା ଅଟନ୍ତି। 6 ସେହି ସିଂହାସନ ସମ୍ମୁଖରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦେଖାଯାଉଥିଲା, ଯାହା ସ୍ଫଟିକପରି ସ୍ୱଚ୍ଛ ଥିଲା।
ସେହି ସିଂହାସନର ଗ୍ଭରିପଟେ ଗ୍ଭରୋଟି ଜୀବିତ ପ୍ରାଣୀ ଥିଲେ। ସେହି ଜୀବିତ ପ୍ରାଣୀଙ୍କର ଆଗ ଓ ପଛ ଉଭୟ ପଟେ ଚକ୍ଷୁ ଭରି ହୋଇରହିଥିଲା। 7 ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ୱିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ୟର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା। 8 ପ୍ରତ୍ୟେକଙ୍କର ଛଅଟି ଲେଖାଏଁ ଡେଣା ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଗ୍ଭରିପାଖ ଆଖିରେ ପରିପୂର୍ଣ୍ଣ ଥିଲା। ସେମାନେ ଦିନରାତି ଅବିରତ କହୁଥିଲେ:
“ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର ପବିତ୍ର, ପବିତ୍ର, ପବିତ୍ର।
ସେ ସର୍ବଦା ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ରହିଥିବେ।”
9 ଏହି ଜୀବିତ ପ୍ରାଣୀମାନେ ସିଂହାସନରେ ବସିଥିବା ବ୍ୟକ୍ତିଙ୍କୁ ଗୌରବ, ସମ୍ମାନ ଓ ଧନ୍ୟବାଦ ଦିଅନ୍ତି। ସେ ସବୁଦିନ ପାଇଁ ଜୀବିତ ଅଟନ୍ତି ଏବଂ ଏହି ଜୀବିତ ପ୍ରାଣୀମାନେ ସର୍ବଦା ଏହିଭଳି କରନ୍ତି। 10 ଚବିଶଜଣ ପ୍ରାଚୀନ ବ୍ୟକ୍ତି ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସେମାନେ ତାହାଙ୍କ ସମ୍ମୁଖରେ ନିଜର ମୁକୁଟ ରଖି କହନ୍ତି:
11 “ହେ ପ୍ରଭୁ, ଆମ୍ଭର ପରମେଶ୍ୱର!
ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ୟ
ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ।
ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହୋଇଛି ଓ ଅସ୍ତିତ୍ୱ ପାଇଅଛି।”
2010 by World Bible Translation Center