Old/New Testament
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବଥ୍ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ।
51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
ମୋର ସମସ୍ତ ପାପ କ୍ଷମା କର।
2 ମୋ’ ସବୁ ପାପ ଧୋଇ ଦିଅ,
ଏବଂ ପୁଣି ମୋତେ ପବିତ୍ର କର।
3 ମୁଁ ଜାଣେ ମୁଁ ପାପ କରିଛି।
ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
4 ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
5 ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
ଓ ପାପରୁ ହିଁ ମୋର ମା ମୋତେ ଗର୍ଭରେ ଧାରଣ କଲା।
6 ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
7 ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
8 ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
9 ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।
11 ତୁମ୍ଭଠାରୁ ମୋତେ ଦୂର କର ନାହିଁ!
ଏବଂ ତୁମ୍ଭର ପବିତ୍ରଆତ୍ମା ମୋ’ଠାରୁ ନିଅ ନାହିଁ।
12 ତୁମ୍ଭର ପରିତ୍ରାଣ ମୋତେ ଖୁସୀ କଲା!
ପୁନ୍ନରାୟ ମୋତେ ସେହି ଆନନ୍ଦ ପ୍ରଦାନ କର।
ମୋର ଆତ୍ମାକୁ ସୁଦୃଢ଼ କର, ଯେପରିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହେବି।
13 ମୁଁ ଅପରାଧୀମାନଙ୍କୁ ତୁମ୍ଭ କଥିତ ବଞ୍ଚିବାର ପଥ ଶିଖାଇବି
ଏବଂ ସେମାନେ ତୁମ୍ଭ ପାଖକୁ ଫେରିବେ।
14 ହେ ପରମେଶ୍ୱର, ମୃତ୍ୟୁ ଦଣ୍ଡରୁ ମୋତେ ରକ୍ଷା କର।
ହେ ମୋର ପରମେଶ୍ୱର, ଆପଣ ହେଉଛନ୍ତି ଏକମାତ୍ର ଯେକି ମୋତେ ରକ୍ଷା କରି ପାରିବେ!
ତୁମ୍ଭେ ମୋ’ ପାଇଁ କରିଥିବା ଧର୍ମ ବିଷୟର କାର୍ଯ୍ୟସବୁ ମୁଁ ଗାନ କରିବି।
15 ମୋର ପ୍ରଭୁ, ମୋତେ ପାଳନ କରିବାର କାରଣ ଦିଅ, ମୋର ଓଠ ଖୋଲ ତହିଁରେ ମୋର ମୁଖ ତୁମ୍ଭର ପ୍ରଶଂସା ଗାନ କରିବ।
16 ତୁମ୍ଭେ ପ୍ରକୃତରେ ବଳିଦାନ ଗ୍ଭହିଁ ନାହଁ ଏବଂ ତୁମ୍ଭେ ହୋମବଳିରେ ସନ୍ତୁଷ୍ଟ ନୁହଁ।
ତା’ହେଲେ ମୁଁ ସେଗୁଡ଼ିକ ଦେଇଥା’ନ୍ତି।
17 ନମ୍ର ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟବଳି।
ହେ ପରମେଶ୍ୱର, ତୁମ୍ଭେ ନମ୍ର ହୃଦୟକୁ ଓ ପାପ ପାଇଁ ଅନୁତପ୍ତ ହୃଦୟକୁ ପ୍ରତ୍ୟାଖ୍ୟାନ କରିବ ନାହିଁ।
18 ହେ ପରମେଶ୍ୱର ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର।
ତୁମ୍ଭେ ଯିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।
19 ଏହା ପରେ ତୁମ୍ଭେ ବଳିଦାନ ଓ ପୂର୍ଣ୍ଣ ହୋମବଳି, ଉପଭୋଗ କରିବ।
ଏବଂ ଲୋକମାନେ ପୁନର୍ବାର ତୁମ୍ଭ ଯଜ୍ଞବେଦିରେ ବୃଷଭମାନ ଉତ୍ସର୍ଗ କରିବେ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।
52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
2 ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀକ୍ଷ୍ଣ।
ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ।
4 ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
5 ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
6 ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
7 “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”
8 କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
9 ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।
53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
2 ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
3 ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
ନାଁ, ଜଣେ କେହି ନାହିଁ!
4 ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”
5 କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
6 ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
ସେତେବେଳେ ଯାକୁବ ଆନନ୍ଦିତ ହେବେ
ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।
ପରମେଶ୍ୱର ବିଗ୍ଭର କରନ୍ତୁ
2 ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭେମାନେ ଅନ୍ୟ ଲୋକଙ୍କର ନ୍ୟାୟବିଗ୍ଭର କରି ପାରିବ ତା’ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭେମାନେ ନିଜେ ମଧ୍ୟ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ୟାୟ ବିଗ୍ଭର କରୁଛ, ହେଲେ ତୁମ୍ଭେ ମଧ୍ୟ ସେମାନଙ୍କ ପରି ମନ୍ଦ କାମ କରୁଛ। ଅତଏବ ଯେତେବେଳେ ତୁମ୍ଭେ ସେମାନଙ୍କର ନ୍ୟାୟବିଗ୍ଭର କରୁଛ, ସେତେବେଳେ ପ୍ରକୃତରେ ନିଜକୁ ଅପରାଧୀ ବୋଲି ନ୍ୟାୟବିଗ୍ଭର କରୁଛ। 2 ପରମେଶ୍ୱର, ଯେଉଁମାନେ ଏପରିକି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ୟାୟ ବିଗ୍ଭର କରନ୍ତି। ଏହା ଆମ୍ଭେମାନେ ଜାଣୁ ଯେ, ପରମେଶ୍ୱରଙ୍କର ନ୍ୟାୟ ବିଗ୍ଭର ଠିକ୍ ଅଟେ। 3 ତୁମ୍ଭେ ଭୁଲକାମ କରୁଥିବା ଲୋକଙ୍କର ନ୍ୟାୟବିଗ୍ଭର କରୁଛ। କିନ୍ତୁ ତୁମ୍ଭେ ନିଜେ ମଧ୍ୟ ସେହିଭଳି ଭୁଲକାମ କରୁଛ। ସେଥିପାଇଁ ତୁମ୍ଭେ ଜାଣ ଯେ ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭର ନ୍ୟାୟବିଗ୍ଭର କରିବେ। ତୁମ୍ଭେ ବିଗ୍ଭରରୁ ରକ୍ଷା ପାଇ ପାରିବ ନାହିଁ। 4 ପରମେଶ୍ୱର ତୁମ୍ଭ ପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ଧୈର୍ଯ୍ୟବାନ। ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟରେ ଆଦୌ ଭାବୁ ନାହଁ। ଏହା ହୋଇପାରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ପରମେଶ୍ୱର ତୁମ୍ଭ ପ୍ରତି ଦୟାଳୁ ହୋଇଛନ୍ତି।
5 କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ୱର ନିଜର କ୍ରୋଧ ଦେଖାଇବେ, ସେହି ଦିନ ତୁମ୍ଭେ ସେହି ଦଣ୍ଡ ପାଇବ। ସେହି ଦିନ ଲୋକେ ପରମେଶ୍ୱରଙ୍କର ଠିକ୍ ନ୍ୟାୟବିଗ୍ଭର ଦେଖିବେ। 6 ପରମେଶ୍ୱର ପ୍ରତ୍ୟେକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦେବେ। 7 କେତେକ ଲୋକ ପରମେଶ୍ୱରଙ୍କର ମହିମା, ସମ୍ମାନ ଓ ପରମେଶ୍ୱର ଦେବାକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ଧୈର୍ଯ୍ୟପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସେହି ଲୋକମାନଙ୍କୁ ପରମେଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ। 8 କିନ୍ତୁ ଯେଉଁମାନେ ସ୍ୱାର୍ଥପର ଓ ସତ୍ୟକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ। 9 ମନ୍ଦକାମ କରୁଥିବା ପ୍ରତ୍ୟେକ ଲୋକକୁ ପରମେଶ୍ୱର ଦୁଃଖ ଓ ସଙ୍କଟରେ । ଯିହୂଦୀମାନଙ୍କୁ ପ୍ରଥମେ, ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। 10 କିନ୍ତୁ ପରମେଶ୍ୱର, ଭଲ କାମ କରୁଥିବା ପ୍ରତ୍ୟେକ ଲୋକକୁ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। 11 ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଗ୍ଭର କରନ୍ତି।
12 ଯେଉଁ ଲୋକମାନେ ବ୍ୟବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ ଶୁଣି ନାହାନ୍ତି, ପାପ କର୍ମ କଲାବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି ଓ ପାପ କରୁଛନ୍ତି, ସେମାନେ ନଷ୍ଟ ହୋଇ ଯିବେ ଓ ସେହିପରି, ଯେଉଁମାନେ ବ୍ୟବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନଙ୍କର ନ୍ୟାୟବିଗ୍ଭର ହେବ। 13 ବ୍ୟବସ୍ଥାକୁ କେବଳ ଶୁଣିଥିଲେ କେହି ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ପାରିବ ନାହିଁ। ବ୍ୟବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ୟବସ୍ଥା, ଲୋକମାନଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।
14 ଅଣଯିହୂଦୀମାନଙ୍କର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ ନ ଜାଣି ମଧ୍ୟ କାମ କରନ୍ତି, ସେତେବେଳେ ସେଗୁଡ଼ିକ ହିଁ ବ୍ୟବସ୍ଥା ହୋଇଯାଏ। ସେମାନଙ୍କର ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ସତ୍ୟ। 15 ସେମାନେ ହୃଦୟରେ ଜାଣି ପାରନ୍ତି ଯେ କ’ଣ ଠିକ୍ ଓ କ’ଣ ଭୁଲ୍। ଯାହା ଠିକ୍ ତାହା ବ୍ୟବସ୍ଥା ଗ୍ଭହେଁ। ସେମାନେ ଠିକ୍ ଓ ଭୁଲ୍ ବିଷୟରେ ଯାହା ଅନୁଭବ କରନ୍ତି, ତାହା ଦେଖାଇ ମଧ୍ୟ ଦିଅନ୍ତି। ବେଳେବେଳେ ସେମାନଙ୍କ ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ମନ୍ଦ କାମ କଲେ, ସେମାନେ ଦୋଷୀ ହୁଅନ୍ତି ଓ ବେଳେବେଳେ ସେମାନଙ୍କର ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ଉତ୍ତମ କାମ କଲେ, ସେମାନେ ନିଜକୁ ଦୋଷୀ ବିବେଚିତ କରନ୍ତି ନାହିଁ।
16 ଯେଉଁ ଦିନ ପରମେଶ୍ୱର ଲୋକମାନଙ୍କ ଭିତରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ୟାୟବିଗ୍ଭର କରିବେ ସେହି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଗ୍ଭର ଲୋକମାନଙ୍କୁ କହୁଛି, ତାହା କୁହେ ଯେ, ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା, ଲୋକମାନଙ୍କର ନ୍ୟାୟବିଗ୍ଭର କରିବେ।
ଯିହୂଦୀ ଓ ବ୍ୟବସ୍ଥା
17 ତୁମ୍ଭ ବିଷୟରେ କ’ଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ୟବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ଅଛ। 18 ତୁମ୍ଭେ ଜାଣ ଯେ, ତୁମ୍ଭେ କ’ଣ କରିବ ବୋଲି ପରମେଶ୍ୱର ଗ୍ଭହାନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟ ଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ, କାରଣ ତୁମ୍ଭେ ବ୍ୟବସ୍ଥା ଶିଖିଛ। 19 ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ୟ ମାର୍ଗ ବିଷୟରେ ଜାଣନ୍ତି ନାହିଁ, ତୁମ୍ଭେ ସେମାନଙ୍କର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାରରେ ଅଛନ୍ତି ସେମାନଙ୍କ ପାଇଁ ତୁମ୍ଭେ ଆଲୁଅ ସଦୃଶ। 20 ତୁମ୍ଭେ ଭାବୁଛ ଯେ, ଯେଉଁମାନେ ମୁର୍ଖ, ସେମାନଙ୍କୁ ସତ୍ୟ ଦେଖାଇ ପାରିବ। ଏବଂ ତୁମ୍ଭେ ଭାବୁଛ ଯେ, ଯେଉଁମାନଙ୍କର ଏବେ ମଧ୍ୟ ଶିଖିବା ଆବଶ୍ୟକ, ସେମାନଙ୍କର ତୁମ୍ଭେ ଶିକ୍ଷକ। ତୁମ୍ଭ ପାଖରେ ବ୍ୟବସ୍ଥା ଅଛି, ସେଥିପାଇଁ ତୁମ୍ଭେ ଭାବୁଛ ଯେ ତୁମ୍ଭେ ସବୁକିଛି ଜାଣିଛ ଓ ତୁମ୍ଭ ପାଖରେ ସତ୍ୟ ଅଛି। 21 ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉ ନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଗ୍ଭେରି କର ନାହିଁ। କିନ୍ତୁ ତୁମ୍ଭେ ନିଜେ ଗ୍ଭେରି କରୁଛ। 22 ତୁମ୍ଭେ କହୁଛ ଲୋକେ ବ୍ୟଭିଗ୍ଭର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସେହି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ। 23 କିନ୍ତୁ ତୁମ୍ଭେ ମନ୍ଦିରରୁ ଗ୍ଭେରି କରୁଛ। ତୁମ୍ଭେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସେହି ବ୍ୟବସ୍ଥା ଭଙ୍ଗ କରି ପରମେଶ୍ୱରଙ୍କୁ ଲଜ୍ଜା ଦେଉଛ। 24 ପବିତ୍ର-ଶାସ୍ତ୍ରରେ [a] ଲେଖା ଅଛି, “ଅଣଯିହୂଦୀମାନେ ପରମେଶ୍ୱରଙ୍କ ବିଷୟରେ ମନ୍ଦ କଥା, ଯିହୂଦୀମାନଙ୍କ ପାଇଁ ହିଁ କୁହନ୍ତି।” [b]
25 ଯଦି ତୁମ୍ଭେ ବ୍ୟବସ୍ଥା [c] ପାଳନ କରୁଛ, ତା’ହେଲେ ତୁମ୍ଭର ସୁନ୍ନତ [d] ହେବାର ମୂଲ୍ୟ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥା ଭଙ୍ଗ କରୁଛ ତା’ହେଲେ ତୁମ୍ଭେ ସୁନ୍ନତ ନ ହେବା ସହିତ ସମାନ। 26 ଅଣଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଯଦି ବ୍ୟବସ୍ଥା କହିବା ଭଳି ଆଚରଣ କରନ୍ତି, ତା’ହେଲେ ସେମାନେ ସୁନ୍ନତ ହେବା ଭଳି ହେଲେ। 27 ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ୟବସ୍ଥା ଅଛି ଓ ସୁନ୍ନତ ମଧ୍ୟ, କିନ୍ତୁ ତୁମ୍ଭେମାନେ ବ୍ୟବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହୋଇ ବ୍ୟବସ୍ଥା ପାଳନ କରୁଥିବା ଲୋକେ ଦେଖାଇ ଦେବେ ଯେ ତୁମ୍ଭେ ଦୋଷୀ ଅଟ।
28 ଜଣେ କେବଳ ଶରୀରରେ ଯିହୂଦୀ, କିନ୍ତୁ ପ୍ରକୃତରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କେବଳ ବାହାର ଶରୀରରେ ନୁହେଁ। 29 ଜଣେ ଲୋକ ଯଦି ପ୍ରକୃତରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟରେ ହିଁ କରା ଯାଇଥାଏ। ଏହା ଆତ୍ମା [e] ଦ୍ୱାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟରେ ଆତ୍ମା ଦ୍ୱାରା ସୁନ୍ନତ ହୋଇଥାଏ ସେ ପରମେଶ୍ୱରଙ୍କଠାରୁ ପ୍ରଶଂସା ପାଏ, ମଣିଷମାନଙ୍କଠାରୁ ନୁହେଁ।
2010 by World Bible Translation Center