Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଗୀତସଂହିତା 49-50

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

49 ହେ ଜାତିଗଣ ସମୂହ ଶୁଣ,
    ହେ ପୃଥିବୀବାସୀ ଲୋକମାନେ ଶୁଣ,
    ପ୍ରତ୍ୟେକ ମଣିଷ, ଧନୀ ଓ ଦରିଦ୍ର, ନିର୍ବିଶେଷରେ ସମସ୍ତେ ଶୁଣ,
ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ
    ଓ ବୁଦ୍ଧିମାନର କଥା କହିବି।
ମୁଁ ସେ ସବୁ ଯେ ଶୁଣି ଅଛି
    ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି।

ଯଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହେବି?
    ଯଦି ଦୁଷ୍ଟ ଲୋକମାନେ ମୋର ଗ୍ଭରିକଡ଼ରେ ଘେରିଯାଇ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସେଠାରେ ମଧ୍ୟ ମୋର ଭୟ କରିବାର କୌଣସି କାରଣ ନାହିଁ।
ଅନେକ ଲୋକ ଭାବନ୍ତି ସେମାନଙ୍କର ଧନ ଓ ବଳ ସେମାନଙ୍କୁ ରକ୍ଷା କରିବ
    କିନ୍ତୁ ସେହି ଲୋକମାନେ ମୂର୍ଖ ଅଟନ୍ତି।
ନିଜର ବନ୍ଧୁ ତୁମ୍ଭକୁ ବଞ୍ଚାଇ ପାରିବେ ନାହିଁ
    କି ତୁମ୍ଭେ ପରମେଶ୍ୱରଙ୍କୁ ଲାଞ୍ଚ ଦେଇ ପାରିବ ନାହିଁ।
ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଧନ ଦେଇ
    ତା’ର ଜୀବନକୁ ପ୍ରାୟାଶ୍ଚିତ କରି ପାରିବ।
କୌଣସି ବ୍ୟକ୍ତିର ନିକଟରେ ଏବେ ଧନ ନାହିଁ ଯେ,
    ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା’ର ଶରୀରକୁ ରକ୍ଷା କରି ପାରିବ,
    ଯାହାକି କବର ମଧ୍ୟରେ ନଷ୍ଟ ହୋଇଥିବ।
10 ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି
    ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି।
11 ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ,
    ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ।
12 ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି।
    କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ।
    ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ।
13 ସେହି ମୂର୍ଖ ଲୋକମାନଙ୍କ ଭାଗ୍ୟରେ ଏହିପରି ଘଟେ।
    ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି।
14 ସେହି ଲୋକମାନେ ମେଷମାନଙ୍କ ପରି ଅଟନ୍ତି।
    ସେମାନେ ଶେଷରେ ସେହି କବରରେ ପତିତ ହେବେ ଓ ମୃତ୍ୟୁ ସେମାନଙ୍କ ମେଷପାଳକ ହେବ।
ତା’ପରେ ସେହି ସକାଳେ ଉତ୍ତମ ବ୍ୟକ୍ତିଗଣ ବିଜୟୀ ହେବେ।
    ସେହି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିବ,
    ସେମାନଙ୍କର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହେବ।

15 କିନ୍ତୁ ପରମେଶ୍ୱର ମୋତେ ସେଥିରୁ ମୁକ୍ତ କରିବେ ଓ ମୋର ଜୀବନ ବଞ୍ଚାଇବେ।
    ସେ ମୋତେ ସେହି ମୃତ୍ୟୁର କବର ମଧ୍ୟରୁ ଉଦ୍ଧାର କରିବେ ଏବଂ ସେ ମୋତେ ତାଙ୍କର ସଙ୍ଗରେ ନେଇଯିବେ।

16 କେବଳ ସେମାନେ ଧନୀ ବୋଲି ସେମାନଙ୍କୁ ଭୟ କର ନାହିଁ।
    ସେହି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି।
17 ସେହି ଲୋକମାନେ ଯେତେବେଳେ ମୃତ୍ୟୁବରଣ କରିବେ ସେମାନେ ସାଙ୍ଗରେ କିଛି ନେଇଯିବେ ନାହିଁ।
    ତାଙ୍କର ଐଶ୍ୱର୍ଯ୍ୟ ତାଙ୍କ ସଙ୍ଗରେ ଯିବ ନାହିଁ।
18 ଜଣେ ଧନୀ ବ୍ୟକ୍ତି ପ୍ରକୃତରେ ନିଜ ଜୀବନରେ ଯାହାସବୁ କରିଛି, ସେଥିପାଇଁ ନିଜକୁ କେବଳ ଧନ୍ୟବାଦ ଦିଏ।
    ହଁ, ଅନ୍ୟ ଲୋକମାନେ ମଧ୍ୟ ତାକୁ ପ୍ରଶଂସା କରି କହନ୍ତି, ସେ ତା’ର ଜୀବନରେ କିପରି ଉତ୍ତମ ସଫଳତା ହାସଲ କରିଛି।
19 ଶେଷରେ କିନ୍ତୁ ସମୟ ଆସିବ ତାକୁ ମରିବାକୁ ପଡ଼ିବ ଓ ତାକୁ ତା’ର ପୂର୍ବପୁରୁଷଙ୍କ ନିକଟକୁ ଯିବାକୁ ପଡ଼ିବ
    ଓ ସେ କେବେ ଆଉ ଦିନର ଆଲୋକ ଦେଖି ପାରିବ ନାହିଁ।
20 ଲୋକମାନେ ବିତ୍ତଶାଳୀ ହୋଇପାରନ୍ତି, ତଥାପି ସେମାନେ ବୁଝିପାରନ୍ତି ନାହିଁ ଯେ,
    ସେମାନେ ମଧ୍ୟ ପଶୁଭଳି ମୃତ୍ୟୁବରଣ କରିବେ।

ଆସ‌ଫ୍‌ର ଗୋଟିଏ ଗୀତ।

50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
    ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
ପରମ ସୌନ୍ଦର୍ଯ୍ୟମୟୀ [a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
    ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
    ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
    ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
    ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”

ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
    ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ।

ପରମେଶ୍ୱର କହନ୍ତି, “ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ,
    ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ।
    ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର।
ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ,
    ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ’ ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ।
ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନେବି ନାହିଁ
    କି ମୁଁ ତୁମ୍ଭର ଗୁହାଳରୁ ଛେଳିମାନଙ୍କୁ ନେବି ନାହିଁ।
10 ମୁଁ ସେହି ପଶୁମାନଙ୍କୁ ଗ୍ଭହେଁ ନାହିଁ।
    ଜଙ୍ଗଲରେ ଥିବା ସମସ୍ତ ପଶୁମାନେ ମୋର ଅଟନ୍ତି।
    ହଜାର ହଜାର ପଶୁ ଯେଉଁମାନେ ପର୍ବତରେ ଥା’ନ୍ତି ସେମାନଙ୍କର ମାଲିକ ମୁଁ ଅଟେ।
11 ମୁଁ ଅତିଉଚ୍ଚ ପର୍ବତରେ ଉଠୁଥିବା ପକ୍ଷୀକୁ ଜାଣେ।
    ଖୋଲା ଦେଶ ଭିତରେ ସମସ୍ତ ପଶୁଗୁଡ଼ିକ ବାସ କରୁଥିବା ମୋର ଅଟେ।
12 ମୁଁ ଭୋକିଲା ନୁହେଁ, ଯଦି ମୁଁ ଭୋକିଲା ଥା’ନ୍ତି, କେବେହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥା’ନ୍ତି।
    ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମୋର ଅଧୀନ ଅଟେ।
13 ମୁଁ ଷଣ୍ଢର ମାଂସ ଖାଏ ନାହିଁ।
    ମୁଁ ଛେଳିର ରକ୍ତ ପିଏ ନାହିଁ।”

14 ସର୍ବୋପରିସ୍ଥ ପରମେଶ୍ୱରଙ୍କଠାରେ ତୁମ୍ଭେ ଯାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ।
    ତୁମ୍ଭର ବଳି ଉତ୍ସର୍ଗ କର।
15 ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ,
    ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା’ପରେ ତୁମ୍ଭେ ଆମ୍ଭର ମହିମା କରିବ।”

16 ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ କହନ୍ତି,
    “ତୁମ୍ଭେ ମୋର ନିୟମ ଓ ବ୍ୟବସ୍ଥା ବିଷୟରେ
    ଆଲୋଚନା କରିବା ଠିକ୍ ନୁହେଁ।
17 କାରଣ ତୁମ୍ଭେମାନେ ଆନନ୍ଦିତ ନୁହଁ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ।
    ତୁମ୍ଭେମାନେ ମୋର କଥାକୁ ଘୃଣା କର ଓ ତୁମ୍ଭେମାନେ ମୋର କଥାକୁ ଅବଜ୍ଞା କର।
18 ତୁମ୍ଭେ ଗୋଟିଏ ଗ୍ଭେରକୁ ଦେଖ ଓ ତା’ସହ ଦୌଡ଼ିଯାଇ ମିଶିଯାଅ।
    ଯେତେବେଳେ ବ୍ୟଭିଗ୍ଭରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।
19 ତୁମ୍ଭେମାନେ ସର୍ବଦା ମନ୍ଦକାର୍ଯ୍ୟ କର ଓ ମିଥ୍ୟା କୁହ।
20 ତୁମ୍ଭେ ନିରବିଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କୁହ,
    ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷୟରେ ନିନ୍ଦା କରୁଅଛ।
21 ଅତୀତରେ, ତୁମ୍ଭେ ମନ୍ଦକାର୍ଯ୍ୟ କଲ ମୁଁ ଚୁପ୍ ରହିଲି।
    ତୁମ୍ଭେ ଭାବି ନେଇଛ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି।
ମୁଁ ଆଉ ନୀରବରେ ରହି ପାରିବି ନାହିଁ।
    ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
22 ହେ ଲୋକମାନେ ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
    ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
    ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
    ଏବଂ ଯେକେହି ସତ୍ ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”

ରୋମୀୟଙ୍କ ପ୍ରତି ପତ୍ର 1

ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ପାଉଲଙ୍କଠାରୁ ନମସ୍କାର।‌

ପରମେଶ୍ୱର ମୋତେ ତାହାଙ୍କର ପ୍ରେରିତ ଭାବରେ ଡାକିଲେ। ତାହାଙ୍କର ସୁସମାଗ୍ଭର ଲୋକମାନଙ୍କୁ କହିବା ପାଇଁ ମୁଁ ବଛା ହେଲି। ପରମେଶ୍ୱର, ଏହି ସୁସମାଗ୍ଭର ନିଜ ଲୋକଙ୍କୁ ଦେବା ପାଇଁ ବହୁ ଆଗରୁ ପ୍ରତିଜ୍ଞା କରିଥିଲେ। ପରମେଶ୍ୱର ନିଜ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବ୍ୟବହାର କରି ଏହି ପ୍ରତିଜ୍ଞା କରିଥିଲେ। ସେହି ପ୍ରତିଜ୍ଞା ପବିତ୍ର ଶାସ୍ତ୍ରରେ ଲେଖା ହୋଇଛି। ଏହି ସୁସମାଗ୍ଭର ପରମେଶ୍ୱରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଅଟେ। ସେ ଦାଉଦଙ୍କ ବଂଶରେ ମନୁଷ୍ୟ ରୂପରେ ଜନ୍ମ ହୋଇଥିଲେ। କିନ୍ତୁ, ପବିତ୍ରଆତ୍ମା ଦ୍ୱାରା ପୁନରୁତ୍‌‌ଥାନର ଫଳ ସ୍ୱରୂପ ସେ ମହାନ ଶକ୍ତି ସହିତ ପରମେଶ୍ୱରଙ୍କର ପୁତ୍ର ରୂପେ ଘୋଷିତ ହେଲେ।

ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରମେଶ୍ୱର ମୋତେ ବାର୍ତ୍ତାବହ ହେବାର ବିଶେଷ କାର୍ଯ୍ୟ ଦେଇଛନ୍ତି। ପରମେଶ୍ୱର, ଏହା ଦ୍ୱାରା ସମସ୍ତ ଜାତିର ଲୋକଙ୍କ ମନରେ ତାହାଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ଓ ତାହାଙ୍କୁ ମାନିବା ପାଇଁ ଏହି କାମ ମୋତେ ଦେଲେ। ମୁଁ ଏହି କାମ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ କରୁଛି। ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ହେବା ପାଇଁ ଡକା ଯାଇଛ।

ତୁମ୍ଭେମାନେ ପରମେଶ୍ୱରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତିପ୍ରାପ୍ତ ହେଉ।

ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ।

ଧନ୍ୟବାଦ ପ୍ରାର୍ଥନା

ସର୍ବପ୍ରଥମେ ମୁଁ କହିବାକୁ ଗ୍ଭହେଁ ଯେ ତୁମ୍ଭ ସମସ୍ତଙ୍କ ପାଇଁ ମୁଁ ମୋର ପରମେଶ୍ୱରଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧନ୍ୟବାଦ ଦେଉଛି। ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ୱାସ ବିଷୟରେ ସାରା ସଂସାର ଚର୍ଚ୍ଚା କରୁଛି। ପ୍ରତିଥର ମୁଁ ପ୍ରାର୍ଥନା କଲାବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି। 10 ପରମେଶ୍ୱର ଜାଣନ୍ତି ଯେ ଏହା ସତ୍ୟ। ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇବା ଦ୍ୱାରା ମୁଁ ପରମେଶ୍ୱରଙ୍କୁ ମୋ’ ଅନ୍ତରର ସହ ଉପାସନା କରୁଛି। ମୁଁ ପ୍ରାର୍ଥନା କରେ ଯେ, ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୋତେ ଅନୁମତି ମିଳୁ। ପରମେଶ୍ୱର ଇଚ୍ଛା କଲେ ଏହା ସମ୍ଭବ ହେବ। 11 ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦେଇ ଶକ୍ତିଶାଳୀ କରାଇବା ମୋର ଇଚ୍ଛା। 12 ମୋର କହିବାର ଅର୍ଥ ଏହି ଯେ ଆମ୍ଭେମାନେ ଏକଆରେକକୁ ନିଜ ନିଜର ବିଶ୍ୱାସ ଦ୍ୱାରା ସାହାଯ୍ୟ କରିବା। ତୁମ୍ଭମାନଙ୍କ ବିଶ୍ୱାସ ମୋତେ ଓ ମୋ’ ବିଶ୍ୱାସ ତୁମ୍ଭମାନଙ୍କୁ ସାହାଯ୍ୟ କରିବ।

13 ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଗ୍ଭହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାକୁ ବାଧା ପାଇଛି। ତୁମ୍ଭମାନଙ୍କୁ ଆତ୍ମିକ ଭାବରେ ବଢ଼ିବାରେ ସାହାଯ୍ୟ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୂଦୀମାନଙ୍କୁ ମୁଁ ଯେପରି ସାହାଯ୍ୟ କରିଥିଲି, ସେହିପରି ତୁମ୍ଭମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଗ୍ଭହେଁ।

14 ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କୁ ସେବା କରିବାକୁ ଉଚିତ୍ ମନେ କରେ। 15 ସେଥିପାଇଁ ମୁଁ ରୋମରେ ରହୁଥିବା ତୁମ୍ଭ ସମସ୍ତଙ୍କୁ ସୁସମାଗ୍ଭର ଦେବାକୁ ଇଚ୍ଛା କରୁଛି।

16 ମୁଁ ଏହି ସୁସମାଗ୍ଭର ପାଇଁ ଗର୍ବ ଅନୁଭବ କରୁଛି। ଏହି ସୁସମାଗ୍ଭର ହେଉଛି ଶକ୍ତି, ଯାହାଦ୍ୱାରା ପରମେଶ୍ୱର ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରନ୍ତି। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। 17 ପରମେଶ୍ୱର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ୱାସରେ ଶେଷ ହୁଏ। ଯେପରି ଧର୍ମଶାସ୍ତ୍ରରେ କୁହାଯାଇଛି, “ବିଶ୍ୱାସ ଦ୍ୱାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।” [a]

ସମସ୍ତେ ପାପ କରିଛନ୍ତି

18 ପରମେଶ୍ୱରଙ୍କ କ୍ରୋଧ ସ୍ୱର୍ଗରୁ ପ୍ରକାଶିତ ହୋଇଛି। ଲୋକମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ବିରୁଦ୍ଧରେ କରାଯାଇଥିବା ପ୍ରତ୍ୟେକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ୱର କ୍ରୋଧ କରନ୍ତି। ସେମାନଙ୍କ ପାଖରେ ସତ୍ୟ ଅଛି, କିନ୍ତୁ ସେମାନେ ନିଜର ମନ୍ଦ ଜୀବନ ଦ୍ୱାରା ତାହା ଲୁଗ୍ଭନ୍ତି। 19 ପରମେଶ୍ୱରଙ୍କ ବିଷୟକ ସମସ୍ତ ଜ୍ଞାନ ଲୋକମାନଙ୍କ ପାଇଁ ସ୍ପଷ୍ଟ କରା ଯାଇ ସାରିଥିବାରୁ, ପରମେଶ୍ୱର ତାହାଙ୍କର କ୍ରୋଧ ଦେଖାନ୍ତି। ପ୍ରକୃତରେ, ପରମେଶ୍ୱର ନିଜ ବିଷୟରେ ଯାହା ଜଣାଇବା କଥା ସେ ସମସ୍ତ କଥା ସ୍ପଷ୍ଟ ଭାବରେ ଦେଖାଇ ଦେଇଛନ୍ତି।

20 ପରମେଶ୍ୱରଙ୍କ ବିଷୟରେ କେତେକ ତଥ୍ୟ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ୱରତ୍ୱ ତାହାଙ୍କୁ ପରମେଶ୍ୱର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସେଗୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରାଯାଇଛି। ଏଗୁଡ଼ିକ ପରମେଶ୍ୱର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହୋଇ ଥାଏ। ସେଥିପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ବାହାନା ନାହିଁ।

21 ଲୋକେ ପରମେଶ୍ୱରଙ୍କୁ ଜାଣିଥିଲେ। କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ୟବାଦ ଜଣାଇଲେ ନାହିଁ। ଲୋକଙ୍କ ଚିନ୍ତାଧାରା ନିରର୍ଥକ ହେଲା। ସେମାନଙ୍କର ଜ୍ଞାନ ଅନ୍ଧକାରରେ ଭରିଗଲା। 22 ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ ହୋଇଗଲେ। 23 ସେମାନେ ପରମେଶ୍ୱରଙ୍କ ଚିରସ୍ଥାୟୀ ମହିମାକୁ ଛାଡ଼ି ଦେଲେ। ଲୋକେ ସେହି ମହିମାକୁ ମୂର୍ତ୍ତିପୂଜା ଦ୍ୱାରା ବେପାର କଲେ। ଲୋକେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ପରୀସୃପ ରୂପ ପ୍ରଦାନ କଲେ।

24 ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ। ସେମାନେ ପାପରେ ପୂର୍ଣ୍ଣ ଥିଲେ। ପରମେଶ୍ୱର ସେମାନଙ୍କୁ ନିଜର ପାପ ମାର୍ଗରେ ଯିବା ପାଇଁ ଛାଡ଼ି ଦେଲେ। ସେଥିପାଇଁ ସେମାନେ ଯୌନପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମରେ ନିୟୋଜିତ ରଖିଲେ, ଯା’ଦ୍ୱାରା ସେମାନଙ୍କ ଶରୀର ନିନ୍ଦିତ ହେଲା। 25 ଲୋକେ ପରମେଶ୍ୱରଙ୍କ ସତ୍ୟ ବଦଳରେ ମିଥ୍ୟାକୁ ଗ୍ରହଣ କଲେ। ସେମାନେ ସୃଷ୍ଟ ବସ୍ତୁଗୁଡ଼ିକର ଉପାସନା ଓ ସେବା କଲେ। ସେମାନେ ଏହି ବସ୍ତୁ ଗୁଡ଼ିକର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା କଲେ ନାହିଁ। ପରମେଶ୍ୱର ସର୍ବଦା ପ୍ରଶଂସାର ପାତ୍ର। ଆମେନ୍।

26 ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେହି ଲଜ୍ଜାଜନକ କାର୍ଯ୍ୟ କରିବା ପାଇଁ ଛାଡ଼ି ଦେଲେ। 27 ସେହିଭଳି ପୁରୁଷମାନେ ମଧ୍ୟ ସ୍ତ୍ରୀମାନଙ୍କ ସ୍ୱାଭାବିକ ସଙ୍ଗ ଛାଡ଼ି ପରସ୍ପର ଭିତରେ କାମନାରେ ଲିପ୍ତ ହେଲେ। ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଅଶୋଭନୀୟ ବ୍ୟବହାର କଲେ। ନିଜର ମନ୍ଦ କାର୍ଯ୍ୟ ପାଇଁ ସେମାନେ ନିଜ ଦେହରେ ଦଣ୍ଡ ଭୋଗିଲେ।

28 ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ କରିବାକୁ ଲୋକେ ଗୁରୁତ୍ୱ ଦେଲେ ନାହିଁ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ବିକୃତ ଚିନ୍ତାରେ ରହିବାକୁ ଛାଡ଼ି ଦେଲେ ଓ ସେମାନେ ଅନୁଚିତ୍ କର୍ମକରି ରହିଲେ। 29 ସେହି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ୱାର୍ଥ ଓ ଘୃଣାରେ ପରିପୂର୍ଣ୍ଣ ଥିଲେ। ସେମାନେ ହତ୍ୟା, ଝଗଡ଼ା, ମିଛ, ଚ୍ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚିନ୍ତାରେ ବୁଡ଼ି ରହନ୍ତି। 30 ସେମାନେ ପରଚର୍ଚ୍ଚା କରନ୍ତି, ପରନିନ୍ଦା କରନ୍ତି ଓ ଏକ ଆରେକ ବିରୁଦ୍ଧରେ ମନ୍ଦକଥା କୁହନ୍ତି। ସେମାନେ ପରମେଶ୍ୱରଙ୍କୁ ଘୃଣା କରନ୍ତି। ସେମାନେ ଉଦ୍ଧତ, ଆତ୍ମଗର୍ବୀ ଓ ଅହଂକାରୀ। ସେମାନେ ମନ୍ଦକର୍ମ କରିବା ପାଇଁ ବାଟ ଖୋଜୁ ଥା’ନ୍ତି। 31 ସେମାନେ ନିଜର ପିତାମାତାଙ୍କୁ ମାନନ୍ତି ନାହିଁ । ସେମାନେ ମୂର୍ଖ ସେମାନେ ନିଜର କଥା ରଖନ୍ତି ନାହିଁ ଓ ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରନ୍ତି ନାହିଁ। 32 ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି। ସେମାନେ ଜାଣନ୍ତି ଯେ ପରମେଶ୍ୱରଙ୍କ ବ୍ୟବସ୍ଥା କୁହେ, ଯେଉଁ ଲୋକ ଏହିଭଳି ଜୀବନଯାପନ କରୁଛି, ସେ ମରିବା ଉଚିତ୍। କିନ୍ତୁ ସେମାନେ ଏହି ମନ୍ଦକାର୍ଯ୍ୟ ଗୁଡ଼ିକ କରି ଗ୍ଭଲନ୍ତି। ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସେମାନଙ୍କୁ ମଧ୍ୟ ସେମାନେ ସମର୍ଥନ କରନ୍ତି।

Oriya Bible: Easy-to-Read Version (ERV-OR)

2010 by World Bible Translation Center