Old/New Testament
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ।
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।
47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
3 ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
4 ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ।
5 ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
6 ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
ତାଙ୍କର ମହିମା ଗାନ କର।
7 ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
ତେଣୁ ତାଙ୍କର ମହିମା ଗାନ କର।
8 ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
9 ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।
କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।
48 ସଦାପ୍ରଭୁ ମହାନ ଅଟନ୍ତି।
ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
2 ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
3 ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
4 ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
5 କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
6 ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
ଓ ସେମାନେ ଭୟରେ ଥରି ଉଠିଲେ।
7 ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
8 ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।
9 ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
ଯିହୁଦାର ସହର ସବୁ ଉଲ୍ଲସିତ।
କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।
ମେଲିତୀ ଦ୍ୱୀପରେ ପାଉଲ
28 ଆମ୍ଭେ ନିରାପଦରେ କୂଳରେ ପହଞ୍ଚିବା ପରେ ଜାଣିଲୁ ଯେ, ସେହି ଉପଦ୍ୱୀପର ନାମ ମେଲିତୀ ସେତେବେଳେ ବର୍ଷା ହେଉଥିଲା। 2 ବହୁତ ଥଣ୍ଡା ଲାଗୁଥିଲା, ଦ୍ୱୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦେଖାଇଲେ। ସେମାନେ ଆମ୍ଭପାଇଁ ନିଆଁ ଜଳେଇ ଆମ୍ଭକୁ ସ୍ୱାଗତ କଲେ। 3 ପାଉଲ ବିଡ଼ାଏ କାଠ ଏକତ୍ର କରି ନିଆଁରେ ପକାଇଲେ। ସେତେବେଳେ ନିଆଁର ଉତ୍ତାପ ହେତୁ ଗୋଟିଏ ବିଷାକ୍ତ ସାପ ବାହାରି ପାଉଲଙ୍କ ହାତକୁ କାମୁଡ଼ି ଦେଲା। 4 ସେଠାର ବାସିନ୍ଦାମାନେ ତାହାଙ୍କ ହାତରେ ସାପ ଝୁଲୁ ଥିବାର ଦେଖିଲେ। ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “ଏ ଲୋକଟିର ନିଶ୍ଚୟ ମୃତ୍ୟୁ ହେବ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ୟାୟ ଏହାକୁ ବଞ୍ଚିବା ପାଇଁ ଦେଲା ନାହିଁ।”
5 ମାତ୍ର ପାଉଲ ହାତ ଛିଞ୍ଚାଡ଼ି ସାପଟିକୁ ନିଆଁରେ ଫିଙ୍ଗି ଦେଲେ। ଏଥିରେ ତା’ର କିଛି କ୍ଷତି ହେଲା ନାହିଁ। 6 ଲୋକେ ଆଶା କରିଥିଲେ ସେ ଫୁଲି ଯିବ ବା ତଳେ ପଡ଼ି ମରିଯିବ। କିନ୍ତୁ ବହୁତ ସମୟ ପରେ ମଧ୍ୟ ତାହାଙ୍କର କିଛି କ୍ଷତି ହେବାର ସେମାନେ ଦେଖିଲେ ନାହିଁ। ତେଣୁ ପାଉଲଙ୍କ ପ୍ରତି ସେମାନଙ୍କର ଧାରଣା ବଦଳିଗଲା। ତାହାଙ୍କୁ ପରମେଶ୍ୱର ବୋଲି ଭାବିଲେ।
7 ସେହି ଅଞ୍ଚଳ ନିକଟରେ ଦ୍ୱୀପର ଜଣେ ମୁଖ୍ୟ ଲୋକଙ୍କର କେତେ ଖଣ୍ଡି ଜମି ଥିଲା। ତାହାଙ୍କର ନାମ ପୁବ୍ଳିୟ। ସେ ତାହାଙ୍କ ଘରକୁ ନେଇ ଆମ୍ଭକୁ ତିନି ଦିନ ପର୍ଯ୍ୟନ୍ତ ରଖି ଅତିଥି ସତ୍କାର କଲେ। 8 ସେହି ସମୟରେ ପୁବ୍ଳିୟଙ୍କ ପିତା ଜ୍ୱର ଓ ଝାଡ଼ାରେ ଶଯ୍ୟାଶାୟୀ ଥିଲେ। ପାଉଲ ତାହାଙ୍କ ପାଖକୁ ଯାଇ ପ୍ରାର୍ଥନା କଲେ। ପ୍ରାର୍ଥନା ପରେ ସେ ତାହାଙ୍କ ଉପରେ ହାତ ରଖି ତାହାଙ୍କୁ ସୁସ୍ଥ କରିଦେଲେ। 9 ଏପରି ହେବାର ଦେଖି ଦ୍ୱୀପରେ ଥିବା ଅନ୍ୟ ପୀଡ଼ିତ ଲୋକମାନେ ମଧ୍ୟ ଆସି ସୁସ୍ଥ ହେଲେ।
10 ସେମାନେ ଆମ୍ଭକୁ ବହୁତ ଉପହାର ସହିତ ସମ୍ମାନ ଦେଲେ। ଆମ୍ଭେ ସେଠାରେ ତିନି ମାସ ପର୍ଯ୍ୟନ୍ତ ରହିଲୁ। ଆମ୍ଭେ ଜଳଯାତ୍ରାରେ ବାହାରିବା ସମୟରେ ସେମାନେ ଆମ୍ଭକୁ ଆବଶ୍ୟକୀୟ ଜିନିଷମାନ ମଧ୍ୟ ଦେଲେ।
ପାଉଲଙ୍କ ରୋମକୁ ଗମନ
11 ଆମ୍ଭେ ତିନି ମାସ ପରେ ଆଲେକ୍ଜାଣ୍ଡ୍ରିୟା ନଗରୀରେ ଗୋଟିଏ ଜାହାଜରେ ଚଢ଼ି ପୁଣି ଯାତ୍ରା କଲୁ। ତା’ର ନାମ ମିଥୁନ ଥିଲା। ଏହି ଜାହାଜଟି ମେଲିତୀ ଦ୍ୱୀପରେ ଶୀତକାଳ ବିତାଇଥିଲା। 12 ଆମ୍ଭେମାନେ ସେଥିରେ ସୁରାକୂସା ନଗରୀରେ ପହଞ୍ଚି ସେଠାରେ ତିନି ଦିନ ରହିଲୁ। 13 ସେଠାରୁ ବାହାରି ଆମ୍ଭେ ରେଗିୟ ନଗରରେ ପହଞ୍ଚିଲୁ। ସେଠାରେ ଗୋଟିଏ ଦିନ ରହିବା ପରେ ଦକ୍ଷିଣା ପବନ ବହିଲା। ଆମ୍ଭେ ଦ୍ୱିତୀୟ ଦିନ ପୁତେଅଲୀ ନଗରରେ ପହଞ୍ଚିଲୁ। 14 ସେଠାରେ ଆମ୍ଭେ କେତେକ ଭାଇମାନଙ୍କୁ ଭେଟିଲୁ। ସେମାନେ ଆମ୍ଭକୁ ସେଠାରେ ସାତ ଦିନ ରହିବାକୁ ଅନୁରୋଧ କଲେ। ତା’ପରେ ଆମ୍ଭେ ରୋମକୁ ଆସିଲୁ। 15 ରୋମରେ ଥିବା ଭାଇମାନେ ଆମ୍ଭ ଆସିବା ବିଷୟରେ ଖବର ପାଇଥିଲେ। ସେମାନେ “ଆପ୍ପିୟଙ୍କ ହାଟ” ଓ “ତିନି ସରେଇ ଘର” ସ୍ଥାନ ପର୍ଯ୍ୟନ୍ତ ଆମ୍ଭକୁ ଭେଟିବାକୁ ଆସିଥିଲେ। ସେମାନଙ୍କୁ ଦେଖି ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ଉତ୍ସାହିତ ହେଲେ।
ରୋମରେ ପାଉଲ
16 ତା’ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖରେ ଜଣେ ସୈନିକ ସବୁବେଳେ ଜଗି ରହିଲା।
17 ପାଉଲ ତିନି ଦିନ ପରେ ଯିହୂଦୀନେତାମାନଙ୍କୁ ଡକାଇଲେ। ସେମାନେ ଏକତ୍ରିତ ହେଲା ପରେ ସେ ସେମାନଙ୍କୁ କହିଲେ, “ଭାଇମାନେ, ମୁଁ ଯଦି ଆମ୍ଭ ଲୋକମାନଙ୍କ ବିରୁଦ୍ଧରେ ବା ଆମ୍ଭ ପୂର୍ବପୁରୁଷମାନଙ୍କ ପରମ୍ପରା ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ମୋତେ ଯିରୁଶାଲମରେ ବନ୍ଦୀ କରି ରୋମୀୟମାନଙ୍କ ପାଖରେ ସମର୍ପିତ କରାଗଲା। 18 ରୋମୀୟମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ସେମାନେ ମୋ’ଠାରେ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଦୋଷ ପାଇଲେ ନାହିଁ। ତେଣୁ ସେମାନେ ମୋତେ ମୁକ୍ତ କରି ଦେବା ପାଇଁ ଗ୍ଭହିଁଲେ। 19 କିନ୍ତୁ ଯିହୂଦୀମାନେ ଏ ନିଷ୍ପତ୍ତିରେ ଆପତ୍ତି କଲେ। ତେଣୁ ମୁଁ କାଇସରଙ୍କ ନିକଟରେ ଆବେଦନ କରିବା ପାଇଁ ବାଧ୍ୟ ହେଲି। ମୋର କିନ୍ତୁ ନିଜ ଲୋକମାନଙ୍କ ବିରୁଦ୍ଧରେ କୌଣସି ଆପତ୍ତି ଅଭିଯୋଗ ନାହିଁ। 20 ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହେବା ପାଇଁ ଗ୍ଭହିଁଲି। ଇସ୍ରାଏଲର ଭରସାରେ ବିଶ୍ୱାସ କରୁଥିବା ହେତୁ ମୁଁ ଆଜି ଏହି ଶିକୁଳିରେ ବନ୍ଧା ହୋଇଛି।”
21 ଯିହୂଦୀ ନେତାମାନେ ଏହା ଶୁଣି ପାଉଲଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭ ବିଷୟରେ ଯିହୂଦା ଦେଶରୁ କୌଣସି ପତ୍ର ପାଇ ନାହୁଁ। ଆମ୍ଭେ ଯିରୁଶାଲମରୁ ଆସିଥିବା ଭାଇମାନଙ୍କଠାରୁ ତୁମ୍ଭ ବିରୁଦ୍ଧରେ କିଛି ଖବର ବା ମନ୍ଦ ସୂଚନା ପାଇ ନାହୁଁ। 22 ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଗ୍ଭରଗୁଡ଼ିକ ବିଷୟରେ ଶୁଣିବାକୁ ଗ୍ଭହୁଁଛ। ଆମ୍ଭେ ଜାଣୁ ଯେ ଏହି ଦଳର ନିନ୍ଦା ସବୁଠାରେ ହେଉଛି।”
23 ତେଣୁ ସେମାନେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ୟାରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଚେଷ୍ଟା କଲେ। 24 ସେମାନଙ୍କ ମଧ୍ୟରୁ କେତେ ଜଣ ଯିହୂଦୀ ପାଉଲଙ୍କ କଥା ବିଶ୍ୱାସ କଲେ, କିନ୍ତୁ କେତେକ ବିଶ୍ୱାସ କଲେ ନାହିଁ। 25 ସେମାନେ ଶେଷରେ ନିଜ ନିଜ ଭିତରେ ତର୍କବିତର୍କ କରି ବିଦାୟ ନେଲେ। ସେତେବେଳେ ପାଉଲ ସେମାନଙ୍କୁ କହିଲେ, “ପବିତ୍ରଆତ୍ମା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ୟ କଥା କହିଥିଲେ। ସେ କହିଲେ,
26 ‘ଏହି ଲୋକମାନଙ୍କ ପାଖକୁ ଯାଅ
ଓ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ଶୁଣିବ,
କିନ୍ତୁ ବୁଝିବ ନାହିଁ।
ତୁମ୍ଭେମାନେ ଗ୍ଭହୁଁଥିବ, ଓ ଦେଖୁଥିବ
କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ।
27 ହଁ, ଏଠାରେ ଏହି ଲୋକମାନଙ୍କର ମନ କଠୋର ହୋଇ ଯାଇଛି।
ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାନ୍ତି।
ଏମାନେ ସତ୍ୟ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି।
ନ ହେଲେ ହୁଏତ ସେମାନେ
ସେମାନଙ୍କ ଆଖିରେ ଦେଖି ପାରନ୍ତେ,
କାନରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ।
ଏହା ଦ୍ୱାରା, ସେମାନେ ମନ ଫେରାଇ ମୋ’ ନିକଟକୁ ଆସନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରନ୍ତି।’ (A)
28 “ତେଣୁ ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣି ରଖ ଯେ, ପରମେଶ୍ୱର ତାହାଙ୍କର ଏହି ପରିତ୍ରାଣର ସମ୍ବାଦ ଅଣଯିହୂଦୀ ଲୋକମାନଙ୍କ ପାଖକୁ ପଠାଇଛନ୍ତି। ସେମାନେ ତାହାକୁ ଶୁଣିବେ, ପୁଣି ଗ୍ରହଣ କରିବେ।” 29 [a]
30 ପାଉଲ ଦୁଇ ବର୍ଷ ପର୍ଯ୍ୟନ୍ତ ନିଜର ଭଡ଼ା ଘରେ ରହିଲେ। 31 ଯେତେଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ୱାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧାରେ ପୁଣି ଅତି ସାହସର ସହିତ ପରମେଶ୍ୱରଙ୍କ ରାଜ୍ୟ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କଲେ। ପୁଣି ସେହି ଶିକ୍ଷା ଦେବାରୁ କେହିହେଲେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ନାହିଁ।
2010 by World Bible Translation Center