Old/New Testament
10 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ?
ଯେଉଁମାନେ ବିପଦରେ ପଡ଼ନ୍ତି ସେମାନେ ତୁମ୍ଭକୁ ଦେଖି ପାରନ୍ତି ନାହିଁ।
2 ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି
ଓ ସେମାନେ ଗରିବ ଲୋକମାନଙ୍କର କ୍ଷତି କରନ୍ତି।
3 ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷୟରେ ଗର୍ବ ଅନୁଭବ କରନ୍ତି
ଓ ସେହି ଲୋଭୀ ଲୋକମାନେ ପରମେଶ୍ୱରଙ୍କୁ ଅଭିଶାପ ଦିଅନ୍ତି।
ଏହି ଉପାୟରେ ସେହି ମନ୍ଦ ଲୋକମାନେ ଦେଖାଇ ଦେବାକୁ ଗ୍ଭହାନ୍ତି ସେମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।
4 ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି ନାହିଁ।
ସେମାନେ ସେମାନଙ୍କର ମନ୍ଦ ଯୋଜନାରେ ବ୍ୟସ୍ତ ରହନ୍ତି।
ସେମାନେ ଭାବନ୍ତି ଯେ, ପରମେଶ୍ୱର ଜାଣନ୍ତି ନାହିଁ।
5 ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି।
ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ।
ପରମେଶ୍ୱରଙ୍କର ଶତ୍ରୁମାନେ ତାହଙ୍କର ଉପଦେଶକୁ ଅବଜ୍ଞା କରନ୍ତି।
6 ସେହି ଲୋକମାନେ ଭାବନ୍ତି ଯେ, ସେମାନଙ୍କ ଉପରେ କେବେ ବିପଦ ଆସିବ ନାହିଁ।
ସେମାନେ କହନ୍ତି, “ଆମ୍ଭର ସବୁବେଳେ ଭଲ ହେବ ଏବଂ କେବେ ବି ଆମ୍ଭେ ଦଣ୍ଡ ପାଇବୁ ନାହିଁ।”
7 ସେହି ଲୋକମାନେ ସବୁବେଳେ ଈଶ୍ୱରଙ୍କୁ ତିରସ୍କାର କରନ୍ତି।
ସେମାନେ ସବୁବେଳେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କହନ୍ତି।
ସେମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
8 ସେହି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି।
ସେମାନେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି।
ସେମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି।
9 ସେହି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ଯାଆନ୍ତି
ସେମାନେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି।
ସେହି ନିରୀହ ଲୋକମାନେ ସହଜରେ
ସେହି ଦୁଷ୍ଟମାନଙ୍କ ଦ୍ୱାରା ବସାଯାଇଥିବା ଯନ୍ତାରେ ପଡ଼ି ଯାଆନ୍ତି।
10 ବାରମ୍ବାର ସେହି ଦୁଷ୍ଟ ଲୋକମାନେ
ନିରୀହ ଲୋକମାନଙ୍କର କ୍ଷତି କରନ୍ତି।
11 ତେଣୁ ସେହି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, “ପରମେଶ୍ୱର ଆମ୍ଭମାନଙ୍କୁ ଭୁଲି ଯାଇଛନ୍ତି।
ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଗ୍ଭଲି ଯାଇଛନ୍ତି।
ଆମ୍ଭମାନଙ୍କ ଉପରେ ଯାହା ଘଟୁଛି ସେ ବୋଧହୁଏ ଦେଖୁ ନାହାନ୍ତି।”
12 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ, ଏବଂ ଆମ୍ଭମାନଙ୍କ ପାଇଁ କିଛି କର।
ହେ ପରମେଶ୍ୱର ସେହି ଦୁଷ୍ଟମାନଙ୍କୁ ଦଣ୍ଡ ଦିଅ!
ଗରିବ ଲୋକମାନଙ୍କୁ ଭୁଲି ଯାଅ ନାହିଁ।
13 କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି?
କାରଣ ସେମାନେ ଭାବନ୍ତି ଯେ, ସେ ତାଙ୍କୁ ଦଣ୍ଡ ଦେବେ ନାହିଁ।
14 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ।
ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର।
ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି।
ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର।
15 ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ୱଂସ କର।
ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କର, ସେମାନେ ଧ୍ୱଂସ ହୋଇ ନ ଯିବା ପର୍ଯ୍ୟନ୍ତ।
16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି।
ସେହି ଦୁଷ୍ଟମାନଙ୍କୁ ତୁମ୍ଭ ରାଜ୍ୟରୁ ବିତାଡ଼ିତ କର।
17 ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ।
ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର।
18 ହେ ସଦାପ୍ରଭୁ, ଯେଉଁ ପିଲାମାନଙ୍କର ପିତାମାତା ନାହାନ୍ତି ସେମାନଙ୍କୁ ରକ୍ଷା କର।
ଯେଉଁମାନେ ଅଧିକ ବିପଦରେ ପଡ଼ିଛନ୍ତି, ସେହି ଲୋକମାନଙ୍କୁ ଅଧିକ ଦୁଃଖୀ କରାଅ ନାହିଁ।
ତେଣୁ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କର, ଯେଉଁମାନେ ଏଠାରେ ଅଛନ୍ତି।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଲିଖିତ ଗୀତ।
11 ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରୟ ନିଏ।
ତେଣୁ କାହିଁକି ମୋତେ ଲୁଚିବାକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”
2 ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି।
ସେମାନେ ଅନ୍ଧାରରେ ଲୁଚି ରହନ୍ତି।
ସେମାନେ ଧନୁରେ ଗୁଣ ଚଢ଼ାନ୍ତି।
ସେମାନେ ତୀର ଦ୍ୱାରା ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ସେମାନେ ସିଧା ସାଧୁ ଓ ଉତ୍ତମ ବ୍ୟକ୍ତିର ହୃଦୟକୁ ଶରବିଦ୍ଧ କରନ୍ତି।
3 ଯଦି ସେମାନେ ସବୁ ଉତ୍ତମ କାର୍ଯ୍ୟକୁ ନଷ୍ଟ କରନ୍ତି।
ତେବେ କ’ଣ ଘଟିବ? ତା’ପରେ ସବୁ ଧର୍ମାତ୍ମାମାନେ କ’ଣ କରି ପାରିବେ?
4 ସଦାପ୍ରଭୁ ତାହଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି।
ସଦାପ୍ରଭୁଙ୍କ ସିଂହାସନ ସ୍ୱର୍ଗରେ,
ସେ ସେହିଠାରୁ ଯାହାସବୁ ଘଟୁଛି ସମସ୍ତ ବିଷୟ ଦେଖନ୍ତି।
ସଦାପ୍ରଭୁ ମନୁଷ୍ୟକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଗ୍ଭର କରନ୍ତି।
5 ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି।
କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି।
6 ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି।
ସେହି ଦୁଷ୍ଟ ଲୋକମାନେ ଶେଷରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ୱଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।
7 କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଗ୍ଭଲନ୍ତି ଓ ପ୍ରେମ କରନ୍ତି,
ସେହିମାନେ ହିଁ ତାଙ୍କର ମୁଖ ଦର୍ଶନ କରି ପାରିବେ।
ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ।
12 ହେ ସଦାପ୍ରଭୁ, ମୋତେ ଉଦ୍ଧାର କର,
କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି।
ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ୱାସୀ ଲୋକର ହ୍ରାସ ହେଉଛି।
2 ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି।
ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି।
3 ସଦାପ୍ରଭୁ ସେମାନଙ୍କର ଓଷ୍ଠ ବନ୍ଦ କରିବେ, ଯିଏ ମିଥ୍ୟା ବାକ୍ୟ ଉଚ୍ଚାରଣ କରେ।
ସଦାପ୍ରଭୁ ସେମାନଙ୍କର ଜିହ୍ୱା ବନ୍ଦ କରିବେ, ଯିଏ ଗର୍ବର କାହାଣୀ ପ୍ରକାଶ କରେ।
4 ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ।
ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ।
ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।”
5 କିନ୍ତୁ ସଦାପ୍ରଭୁ କହନ୍ତି,
“ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି।
ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି।
କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”
6 ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ।
ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ।
7 ହେ ସଦାପ୍ରଭୁ, ସେହି ଅସହାୟ ଲୋକମାନଙ୍କର ଯତ୍ନ ନିଅ।
ସେମାନଙ୍କୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।
8 ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି।
ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।
ପାଉଲ ଏଫିସ ନଗରରେ
19 ଆପଲ୍ଲ କରିନ୍ଥରେ ଥିଲାବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦେଇ ଯାତ୍ରା କରି ଏଫିସରେ ଆସି ପହଞ୍ଚିଲେ। ତା’ପରେ ପାଉଲ ସେଠାରେ ସେ ଯୋହନଙ୍କ କେତେକ ଶିଷ୍ୟଙ୍କୁ ଦେଖିଲେ। 2 ପାଉଲ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ବିଶ୍ୱାସୀ ହେଲାବେଳେ ପବିତ୍ରଆତ୍ମାଙ୍କୁ ପ୍ରାପ୍ତ ହୋଇଥିଲ କି?”
ସେହି ଶିଷ୍ୟମାନେ ତାହାଙ୍କୁ କହିଲେ, “ଜଣେ ପବିତ୍ରଆତ୍ମା ଯେ ଅଛନ୍ତି, ଏହା ଆମ୍ଭେମାନେ ଆଦୌ ଶୁଣି ନାହୁଁ।”
3 ସେ ପୁଣି ପଗ୍ଭରିଲେ, “ତେବେ ତୁମ୍ଭେମାନେ କେଉଁଥିରେ ବାପ୍ତିଜିତ ହୋଇଥିଲ?”
ସେମାନେ କହିଲେ, “ବାପ୍ତିଯୋକ ଯୋହନ ଯେଉଁ ବାପ୍ତିସ୍ମ ବିଷୟ ଶିକ୍ଷା ଦେଇଥିଲେ।”
4 ପାଉଲ ଏହା ଶୁଣି କହିଲେ, “ଯୋହନଙ୍କର ବାପ୍ତିସ୍ମର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ନିଜର ମନ ପରିବର୍ତ୍ତନ କରନ୍ତି। ତେଣୁ ଯେଉଁମାନେ ତାହାଙ୍କ ନିକଟକୁ ଆସୁଥିଲେ, ସେ ସେହି ଲୋକମାନଙ୍କୁ ତାହାଙ୍କ ପରେ ଆସୁଥିବା ବ୍ୟକ୍ତି, ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କହୁଥିଲେ।”
5 ସେମାନେ ଏ କଥା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ। 6 ପାଉଲ ଯେତେବେଳେ ସେମାନଙ୍କ ଉପରେ ହାତ ରଖିଲେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ। ସେମାନେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ୟଦ୍ବାଣୀ କହିବାକୁ ଲାଗିଲେ। 7 ସେମାନେ ସମୁଦାୟ ବାରଜଣ ଥିଲେ।
8 ତା’ପରେ ପାଉଲ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସର ସହିତ ଯିହୂଦୀମାନଙ୍କ ସହିତ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହିଲେ। ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ କହି ସେମାନଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଲେ। 9 ମାତ୍ର ସେମାନଙ୍କ ଭିତରୁ କେତେକ ଜିଦ୍ଖୋର ହୋଇ ବିଶ୍ୱାସ କଲେ ନାହିଁ। ସେମାନେ ଲୋକମାନଙ୍କ ଆଗରେ ଖ୍ରୀଷ୍ଟଙ୍କ ପଥ ବିଷୟରେ ବହୁତ ଖରାପ କଥା କହିବାକୁ ଲାଗିଲେ। ତେଣୁ ପାଉଲ ସେମାନଙ୍କୁ ଛାଡ଼ି କେବଳ ଯୀଶୁଙ୍କର ଶିଷ୍ୟମାନଙ୍କୁ ସାଙ୍ଗରେ ରଖିଲେ। ସେ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟକୁ ଯାଇ ଆଲୋଚନା କରୁଥିଲେ। 10 ଏହିପରି ଦୁଇ ବର୍ଷ ବିତିଗଲା, ଏଥିପାଇଁ ଏସିଆର ସମସ୍ତ ବାସିନ୍ଦାମାନେ ଅର୍ଥାତ୍ ଉଭୟ ଯିହୂଦୀୟ ଓ ଗ୍ରୀକ୍ମାନେ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲେ।
ସ୍କୋବାଙ୍କ ପୁତ୍ରମାନେ
11 ପରମେଶ୍ୱର ପାଉଲଙ୍କ ମାଧ୍ୟମରେ ଅତି ଅସାଧାରଣ କାର୍ଯ୍ୟମାନ କରୁଥିଲେ। 12 ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନେଇ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସେମାନେ ରୋଗରୁ ସୁସ୍ଥ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ଭୂତାତ୍ମା ମଧ୍ୟ ଗ୍ଭଲିଯାଉଥିଲା।
13 ଭୂତାତ୍ମାକୁ ଦୂର କରିବା ପାଇଁ ଏଣେତେଣେ ବୁଲୁଥିବା କେତେକ ଯିହୂଦୀୟମାନେ ମଧ୍ୟ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ୟବହାର କରିବା ପାଇଁ ଚେଷ୍ଟା କଲେ। ସେମାନେ କହିଲେ, “ଯେଉଁ ଯୀଶୁଙ୍କୁ ପାଉଲ ପ୍ରଗ୍ଭର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମରେ ଆଦେଶ ଦେଉଛି।” 14 ସ୍କେବାଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କେବା ଜଣେ ଯିହୂଦୀୟ ମୁଖ୍ୟ ଯାଜକ ଥିଲେ।
15 କିନ୍ତୁ ଜଣେ ଭୂତାତ୍ମା ସେମାନଙ୍କୁ କହିଲା, “ମୁଁ ଯୀଶୁଙ୍କୁ ଚିହ୍ନେ ଓ ପାଉଲଙ୍କୁ ମଧ୍ୟ ଜାଣେ। କିନ୍ତୁ ତୁମ୍ଭେମାନେ କିଏ?”
16 ଏହା କହି ସେହି ଭୂତାତ୍ମା ଥିବା ଲୋକଟି ସେମାନଙ୍କ ଉପରେ ଡେଇଁ ପଡ଼ିଲା। ସେ ସେମାନଙ୍କୁ ମାରି ପରାସ୍ତ କଲା। ତେଣୁ ସେମାନେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ଦୌଡ଼ି ଗ୍ଭଲିଗଲେ।
17 ଏ କଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀକ୍ମାନେ ଜାଣି ଭୟ କଲେ। ଏହା ଦ୍ୱାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ୱିତ ହେଲା। 18 ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରୁଥିଲେ, ସେହି ଲୋକମାନେ ଆସି ସମସ୍ତଙ୍କ ସାକ୍ଷାତରେ ନିଜର କୁକର୍ମ ସବୁ ସ୍ୱୀକାର କଲେ। 19 ଯେଉଁ ଲୋକମାନେ ଯାଦୁକର୍ମ କରୁଥିଲେ, ସେମାନେ ସେମାନଙ୍କର ସବୁ ବହିଗୁଡ଼ିକ ଏକାଠି କରି ଆଣି ସମସ୍ତଙ୍କ ସମ୍ମୁଖରେ ପୋଡ଼ି ପକାଇଲେ। ସେମାନେ ଏହି ଗୁଡ଼ିକର ଦାମ ହିସାବ କରି ଦେଖିଲେ ଯେ, ଏହା ପ୍ରାୟ ପଗ୍ଭଶ ହଜାର ରୌପ୍ୟମୁଦ୍ରା ମୂଲ୍ୟର ବହି ଥିଲା। 20 ଏହିପରି ଭାବରେ ପ୍ରଭୁଙ୍କର କଥା ଅଧିକ ପ୍ରଭାବଶାଳୀ ହୋଇ ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା ଏବଂ ଅଧିକରୁ ଅଧିକ ଲୋକ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।
2010 by World Bible Translation Center