Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 20-21

ସୋଫର ଉତ୍ତର ଦେଲା

20 ତା’ପରେ ନାମାଥୀୟ ସୋଫର ଉତ୍ତର ଦେଇ କହିଲା,

“ମୋର ଉ‌‌‌ଦ୍‌‌‌ବେଗ ଚିନ୍ତା ମୋତେ ବାଧ୍ୟ କରିଛି ତୁମକୁ ଉତ୍ତର ଦେବା ପାଇଁ,
    କାରଣ ମୁଁ ଅତିରିକ୍ତ ବିଚଳିତ।
ତୁମ୍ଭେ ତୁମ୍ଭର ଉତ୍ତରରେ ଆମ୍ଭକୁ ଅପମାନିତ କରିଛ।
    କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦେବାକୁ ହେବ ମୁଁ ଜାଣେ।

4-5 “ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପାରେ ନାହିଁ।
    ଏହା ସତ୍ୟ ବହୁ ସମୟରୁ ଯେତେବେଳଠାରୁ ଆଦମ ଏ ପୃଥିବୀରେ ରଖାଯାଇଥିଲା।
    ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାୟୀ ଅଟେ।
ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପାରେ।
    ତା’ର ମସ୍ତକ ମେଘକୁ ଛୁଇଁ ପାରେ।
କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହୋଇଯିବ।
    ଯେଉଁ ବ୍ୟକ୍ତିମାନେ ତାକୁ ଜାଣିଥିଲେ ସେମାନେ କହିବେ, ‘ସେ କାହିଁ?’
ସେ ସ୍ୱପ୍ନ ଭଳି ମିଳାଇଯିବ।
    ଆଉ ତାକୁ କେହି ପାଇବେ ନାହିଁ।
    ସେ ଗୋଟିଏ ରାତ୍ରିର ଦୁଃସ୍ୱପ୍ନ ଭଳି ଭୁଲି ହୋଇଯିବ।
ଯେଉଁ ବ୍ୟକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖି ପାରିବେ ନାହିଁ।
    ତା’ର ପରିବାର ମଧ୍ୟ ତା’ ଆଡ଼କୁ ପୁଣି ଅନାଇବେ ନାହିଁ।
10 ଦୁଷ୍ଟ ବ୍ୟକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫେରାଇ ଦେବେ।
    ତା’ର ନିଜ ହାତ ମଧ୍ୟ ତା’ର ସମ୍ପତ୍ତିକୁ ଫେରାଇ ଦେବ।
11 ଯେତେବେଳେ ସେ ଯୁବକ ଥିଲା, ତା’ର ହାଡ଼ ଶକ୍ତ ଥିଲା।
    କିନ୍ତୁ ତା’ର ଶରୀରର ଅନ୍ୟାନ୍ୟ ଅଙ୍ଗଭଳି ସେ ମଧ୍ୟ ଶୀଘ୍ର ମାଟିରେ ମିଶିଯିବ।

12 “ଦୁଷ୍ଟତା ତା’ ପାଟିକୁ ମିଠା ଲାଗେ,
    ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା’ ଜିଭତଳେ ରଖେ।
13 ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ।
    ସେ ଏହା ପରିତ୍ୟାଗ କରିବାକୁ ଘୃଣା କରେ।
    ଏକ ମିଠା ମିଶ୍ରି ଭଳି ତା’ର ମୁଖରେ ଏହା ଥାଏ।
14 ସେ ମିଠା ତା’ର ପାକସ୍ଥଳୀରେ ବିଷରେ ପରିଣତ ହୁଏ
    ଏବଂ ତାହା ତିକ୍ତ ବିଷ ତା’ ଭିତରେ ହୋଇଯାଏ, ଯେପରି ସାପର ବିଷ।
15 ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉ‌‌‌ଦ୍‌‌‌ଗାର କରିବ।
    ପରମେଶ୍ୱର ତାହା ତାକୁ ବାନ୍ତି କରାଇ ଦେବେ।
16 ସାପର ଗରଳ ଦୁଷ୍ଟ ଲୋକର ପାନୀୟରେ ପରିଣତ ହେବ।
    ସେହି ସାପର ବିଷଦାନ୍ତ ଶେଷରେ ତାକୁ ଦଂଶନ କରି ମାରିବ।
17 ଦୁଷ୍ଟ ଲୋକ ଜଳସ୍ରୋତ ଓ ନଦୀ ପରି ବହି ଯାଉଥିବା
    ମହୁ ଓ ଦୁଧସରକୁ ଉପଭୋଗ କରି ପାରନ୍ତି ନାହିଁ।
18 ଦୁଷ୍ଟ ଲୋକ ତା’ର ଲାଭ ଫେରାଇବାକୁ ବାଧ୍ୟ ହେବ।
    ସେ ଯାହା ପାଇଁ ଏତେ କଷ୍ଟ ସ୍ୱୀକାର କଲା, ତାକୁ ସେ ଭୋଗ କରି ପାରିବ ନାହିଁ।
19 କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସେମାନଙ୍କୁ ପରିତ୍ୟାଗ କରିଛି।
    ସେ ସେମାନଙ୍କ ସମ୍ପତ୍ତିକୁ ନେଇଯାଇଛି।
    ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।

20 “ଦୁଷ୍ଟଲୋକ କେବେ ବି ଅନ୍ତରରେ ବିଶ୍ରାମ ନେଇପାରେ ନାହିଁ।
    ତା’ର ପ୍ରିୟ ଧନ ତାକୁ ରକ୍ଷା କରି ପାରିବ ନାହିଁ।
21 ସେ ଖାଇବା ପରେ ବଳକା ରହେ ନାହିଁ।
    ସେଥିପାଇଁ ତା’ର ଉତ୍ତମ ଦ୍ରବ୍ୟସବୁ ସ୍ଥାୟୀ ହୁଏ ନାହିଁ।
22 ଯେତେବେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା’ ଉପରକୁ ଆସିବ,
    ତା’ର କଷ୍ଟ ତା’ ଉପରକୁ ସମସ୍ତ ଶକ୍ତି ସହିତ ଆସିବ।
23 ଦୁଷ୍ଟଲୋକ ଯେତେବେଳେ ସେ ଗ୍ଭହୁଁଥିବା ଖାଦ୍ୟ ଖାଇ ସାରିବ।
    ପରମେଶ୍ୱର ତା’ ଉପରେ ରାଗରେ ପ୍ରଚଣ୍ଡ ଆକ୍ରମଣ କରିବେ।
    ପରମେଶ୍ୱର ତା’ ଉପରେ ଶାସ୍ତି ବୃଷ୍ଟି କରିବେ।
24 ସେ ହୁଏତ ଲୁହା ‌‌ଖ‌ଡ଼୍‌ଗରୁ ରକ୍ଷା ପାଇପାରେ,
    କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକେଇବ।
25 ସେହି ତମ୍ବାତୀର ତା’ର ପୁରା ଶରୀର ଦେଇ ଗତି କରିବ।
    ତା’ର ପିଠି ପଟ ଦେଇ ବାହାରି ପଡ଼ିବ।
ଏହାର ମୁନିଆ ଅଗ୍ରଭାଗ ତା’ର କଲିଜାକୁ ଚିରିଦେବ,
    ଏବଂ ତା’ ଉପରେ ଆତଙ୍କ ଆସିବ।
26 ତା’ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ।
    ଅଗ୍ନି ସେ ସବୁ ଧ୍ୱଂସ କରିବ।
ଏହା କୌଣସି ମନୁଷ୍ୟକୃତ ଅଗ୍ନି ନ ଥିବ।
    ଏହା ଦୈବାଗ୍ନି ତା’ ଘରର ସମସ୍ତ ପଦାର୍ଥକୁ ଜାଳି ଦେବ।
27 ସ୍ୱର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ।
    ପୃଥିବୀ ତା’ ବିରୁଦ୍ଧରେ ସାକ୍ଷୀ ଦେବ।
28 ପରମେଶ୍ୱରଙ୍କ କୋପର ବନ୍ୟା
    ତା’ ଘରର ସମସ୍ତ ପଦାର୍ଥକୁ ବୋହି ନେଇଯିବ।
29 ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ,
    ତାହା ହିଁ ପରମେଶ୍ୱର ଯୋଜନା କରିଛନ୍ତି ତାଙ୍କୁ ଦେବା ପାଇଁ।”

ଆୟୁବ ଉତ୍ତର ଦେଲା

21 ତା’ପରେ ଆୟୁବ ଉତ୍ତର ଦେଲା,

“ମୁଁ ଯାହା କହୁଛି ମନଦେଇ ଶୁଣ।
    ତାହା ତୁମ୍ଭମାନଙ୍କର ମୋ’ ପ୍ରତି ସାନ୍ତ୍ୱନା ହେଉ।
ମୁଁ କହିଲା ବେଳେ ଧୈର୍ଯ୍ୟ ଧରି ଶୁଣ।
    ମୁଁ କହିସାରିଲା ପରେ ତୁମ୍ଭେ ମୋ’ କଥାକୁ ବ୍ୟଙ୍ଗ କରିପାର।

“ମୁଁ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁ ନାହିଁ।
    ଏହାର ମଧ୍ୟ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ଧୈର୍ଯ୍ୟ ଧରିପାରୁ ନାହିଁ।
ତୁମ୍ଭେ ମୋତେ ଦେଖ ଓ ସ୍ତମ୍ଭିତ ହୁଅ।
    ତୁମ୍ଭ ମୁହଁରେ ତୁମ୍ଭେ ହାତ ଦେଇ ମୋତେ ଚକିତ ହୋଇ ଗ୍ଭହଁ।
ମୁଁ ଯେତେବେଳେ ଚିନ୍ତା କରେ ମୋ’ ପ୍ରତି କ’ଣ ସବୁ ଘଟିଗଲା।
    ଭୟରେ ମୋର ସର୍ବାଙ୍ଗ ଥରଥର କମ୍ପି ଉଠେ।
କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି?
    କାହିଁକି ସେମାନେ ବଢ଼ନ୍ତି ଏବଂ ସଫଳତା ଅର୍ଜ୍ଜନ୍ତି?
ଦୁଷ୍ଟ ଦେଖନ୍ତି ତାଙ୍କର ପିଲାମାନେ ତାଙ୍କ ସହିତ ବଢ଼ନ୍ତି,
    ସେମାନେ ବଞ୍ଚନ୍ତି ତାଙ୍କ ନାତି-ନାତୁଣୀ ଦେଖିବା ପାଇଁ।
ସେମାନଙ୍କ ଘର ସବୁ ନିରାପଦ ଥାଏ।
    ସେମାନେ କାହାରିକି ଭୟ କରନ୍ତି ନାହିଁ।
    ପରମେଶ୍ୱର ମଧ୍ୟ ସେମାନଙ୍କୁ ଶାସ୍ତି ଦେବାକୁ ବାଡ଼ିଟିଏ ବ୍ୟବହାର କରନ୍ତି ନାହିଁ।
10 ସେମାନଙ୍କ ଷଣ୍ଢ ସଙ୍ଗମ କରି ନିଷ୍ଫଳ ହୁଏ ନାହିଁ।
    ସେମାନଙ୍କ ଗାଈସବୁ ବାଛୁରି ପ୍ରସବ କରେ।
    ବାଛୁରି ସବୁ ଜନ୍ମ ହେଲା ବେଳେ ମରନ୍ତି ନାହିଁ।
11 ଦୁଷ୍ଟ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖୋଜିବକୁ ପଠାନ୍ତି।
    ସେହି ପିଲାମାନେ ଗ୍ଭରିଆଡ଼େ ନୃତ୍ୟ କରନ୍ତି।
12 ସେମାନେ ତବଲା ଓ ବୀଣା ବଜାଇ ନୃତ୍ୟ ଗୀତରେ ମାତନ୍ତି।
13 ଦୁଷ୍ଟ ବ୍ୟକ୍ତି ସାରାଜୀବନ ସୌଭାଗ୍ୟରେ ଦିନ କାଟନ୍ତି।
    ତା’ପରେ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି।
    କୌଣସି ଯନ୍ତ୍ରଣା ଭୋଗ ନ କରି ସେମାନେ କବରକୁ ଯାଆନ୍ତି।
14 କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ।
    ତୁମ୍ଭେ ଯାହା କରିବାକୁ ଗ୍ଭହୁଁଛ ଆମ୍ଭେ ତାହା ଖାତିରି କରୁ ନାହୁଁ।’
15 ଦୁଷ୍ଟ ଲୋକମାନେ କହନ୍ତି, ‘ସର୍ବଶକ୍ତିମାନ ପରମେଶ୍ୱର କିଏ ଯେ,
    ଆମ୍ଭେ ତାଙ୍କର ସେବା କରିବୁ‌!
    ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା?’

16 “ଏହା ସତ୍ୟ ଦୁଷ୍ଟ ଲୋକମାନଙ୍କର ସୌଭାଗ୍ୟ ସେମାନଙ୍କ ହାତରେ ନାହିଁ।
    ମୁଁ ସେମାନଙ୍କ ଉପଦେଶ ଗ୍ରହଣ କରି ପାରିବି ନାହିଁ।
17 ପରମେଶ୍ୱର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି?
    ଦୁଷ୍ଟ ଲୋକେ କେତେଥର ବିପଦରେ ପଡ଼ନ୍ତି?
    କେତେ ଥର ସେମାନେ ପରମେଶ୍ୱରଙ୍କ କ୍ରୋଧର ଶିକାର ହୋଇ ଦଣ୍ଡ ପାଆନ୍ତି?
18 ପବନ କୁଟା ଖଣ୍ଡକୁ ଉଡ଼ାଇ ନେଲାପରି ପରମେଶ୍ୱର କେତେ ଥର ସେମାନଙ୍କୁ ଉଡ଼ାଇ ନିଅନ୍ତି?
    ବତାଶରେ କେତେ ଥର ସେମାନେ ତୁଷପରି ଉଡ଼ି ଯାଆନ୍ତି?
19 କିନ୍ତୁ ତୁମ୍ଭେ କୁହ, ‘ପରମେଶ୍ୱର ତା’ର ପିତାର ପାପଗୁଡ଼ିକ ପାଇଁ ତା’ର ପୁତ୍ରକୁ ଶାସ୍ତି ଦିଅନ୍ତି।’
    ନା, ସେ ନିଜେ ଦୁଷ୍ଟ ଲୋକକୁ ହିଁ ଶାସ୍ତି ପ୍ରଦାନ କରନ୍ତୁ।
    ତା’ହେଲେ ଯାଇ ଦୁଷ୍ଟ ଲୋକ ଜାଣିବ ଯେ, ସେ ତା’ର ପାପଗୁଡ଼ିକ ପାଇଁ ଦୁଃଖ ଭୋଗ କରୁଛି।
20 ସେହି ପାପୀ ନିଜେ ନିଜର ବିନାଶ ଦେଖୁ।
    ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ କ୍ରୋଧର ଶିକାର ହେଉ।
21 ଯେତେବେଳେ ତାକୁ ଦିଆ ଯାଇଥିବା ସମୟ ଶେଷ ହୁଏ ଓ ସେତେବେଳେ ସେ ମରିଯାଏ।
    ସେ ତା’ର ପଛରେ ଛାଡ଼ି ଯାଇଥିବା ପରିବାର ବିଷୟରେ କାହିଁକି ଭାବିବ?

22 “କେହି ପରମେଶ୍ୱରଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦେଇ ପାରିବ କି?
    ପରମେଶ୍ୱର ମଧ୍ୟ ଅତି ଉଚ୍ଚ ସ୍ଥାନରେ ବାସ କରୁଥିବା ଲୋକମାନଙ୍କ କଥା ବିଗ୍ଭର କରନ୍ତି।
23 କେହି ହୁଏତ ସମ୍ପୂର୍ଣ୍ଣ ଜୀବନ ସହିତ ସୌଭାଗ୍ୟ ଲାଭକରି ମୃତ୍ୟୁବରଣ କରେ।
    ସେ ଏକ ନିରାପଦରେ ଓ ଆରାମଦାୟକ ଜୀବନଯାପନ କରେ।
24 ତା’ର ଶରୀର ସମ୍ପୂର୍ଣ୍ଣ ଖାଦ୍ୟ ଗ୍ରହଣ କରିଥାଏ।
    ତା’ର ହାଡ଼ ଶକ୍ତ ହୋଇଥାଏ।
25 କିନ୍ତୁ ଅନ୍ୟ ଜଣେ ବ୍ୟକ୍ତି କଟୁ ଆତ୍ମା ସହିତ କଠିନ ଜୀବନ ପରେ ମରେ,
    ସେ କେତେବେଳେ ମଙ୍ଗଳର ସ୍ୱାଦ ପାଇପାରେ ନାହିଁ।
26 ଶେଷରେ ସେହି ଦୁଇ ଜଣ କବରରେ ବିଶ୍ରାମ ନିଅନ୍ତି।
    କୀଟ ସେହି ଦୁଇ ଜଣଙ୍କୁ ଖାଇଯାଏ।

27 “କିନ୍ତୁ ମୁଁ ଜାଣେ ତୁମ୍ଭେ କ’ଣ ଚିନ୍ତା କରୁଛ,
    ଏବଂ ଏ କଥା ଜାଣେ ତୁମ୍ଭେ ମୋତେ ଆଘାତ ଦେବାକୁ ଗ୍ଭହୁଁଛ।
28 ତୁମ୍ଭେ ମୋତେ କହିପାର, ‘ଜଣେ ଭଲ ଲୋକର ଗୃହକୁ ମୋତେ ଦେଖାଅ।
    ମୋତେ ମନ୍ଦ ଲୋକ ଯେଉଁଠାରେ ବାସ କରନ୍ତି ଦେଖାଅ।’

29 “ନିଶ୍ଚୟ ତୁମ୍ଭେ ପଥିକମାନଙ୍କ ସହିତ କଥା ହୋଇଛ।
    ନିଶ୍ଚୟ ସେମାନଙ୍କ କାହାଣୀକୁ ସ୍ୱୀକାର କରିବ।
30 ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ଯାଆନ୍ତି।
    ପରମେଶ୍ୱର ରାଗ କଲେ ବି ସେମାନେ ବର୍ତ୍ତି ଯାଆନ୍ତି।
31 କେହି ଦୁଷ୍ଟ ଲୋକକୁ ତା’ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ।
    ସେ ଯାହା ଅନ୍ୟାୟ କଲେ ବି, କେହି ତା’ର ଅନ୍ୟାୟ କାର୍ଯ୍ୟ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।
32 ତଥାପି ଦୁଷ୍ଟ ବ୍ୟକ୍ତି କବରକୁ ବୁହାଯିବ
    ଓ ତାକୁ ପ୍ରହରୀ ଜଗିବେ।
33 ଉପତ୍ୟକାର ମାଟି ମଧ୍ୟ ଦୁଷ୍ଟ ଲୋକଙ୍କ ପାଇଁ ସ୍ୱାଦିଷ୍ଟ ହେବ।
    ହଜାର ହଜାର ଲୋକ ତା’ର ଶବ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବେ।

34 “ତେଣୁ ତୁମ୍ଭେ ମୋତେ ତୁମ୍ଭର ବୃଥା କଥାରେ ସାନ୍ତ୍ୱନା ଦେଇ ପାରିବ ନାହିଁ।
    ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 10:24-48

24 ତହିଁ ଆରଦିନ ସେ କାଇସରୀଆ ନଗରରେ ପହଞ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଟ ବନ୍ଧୁମାନଙ୍କୁ ଡକେଇ ସେମାନଙ୍କ ଅପେକ୍ଷାରେ ଥିଲେ।

25 ପିତର ଘରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ। 26 ପିତର ତାହାଙ୍କୁ ଉଠେଇ ଦେଇ କହିଲେ, “ଉଠ, ମୁଁ ତୁମ୍ଭପରି କେବଳ ଜଣେ ମଣିଷ।” 27 ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସେଠାରେ ସେ ବହୁତ ଲୋକମାନଙ୍କୁ ଏକତ୍ରିତ ହେବାର ଦେଖିଲେ।

28 ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଯିହୂଦୀ ବ୍ୟବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ ‘ଅପବିତ୍ର’ ଓ ‘ଅପରିଚ୍ଛନ୍ନ’ ନ କହିବା ପାଇଁ ପରମେଶ୍ୱର ମୋତେ ଦେଖାଇଛନ୍ତି। 29 ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତିରେ ଏଠାକୁ ଗ୍ଭଲିଆସିଲି। ମୋତେ ବର୍ତ୍ତମାନ କୁହ, ତୁମ୍ଭେମାନେ ମୋତେ କାହିଁକି ଡକେଇଥିଲ?”

30 କର୍ଣ୍ଣୀଲିୟ କହିଲେ, “ମୁଁ ଠିକ୍ ଗ୍ଭରି ଦିନ ଆଗରୁ ମୋ’ ଘରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥନା କରୁଥିଲି। ସେତେବେଳେ ହଠାତ୍ ଜଣେ ସ୍ୱର୍ଗଦୂତ, ଉଜ୍ଜ୍ୱଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମୋ’ ସାମନାରେ ଠିଆ ହୋଇଗଲେ। 31 ସେ କହିଲେ, ‘କର୍ଣ୍ଣୀଲିୟ, ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦେଇଥିବା ଦାନ ମନେ ରଖିଛନ୍ତି। 32 ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଏଠାକୁ ଡକାଅ। ସେ ସମୁଦ୍ର କୂଳରେ ଚମାର ଶିମୋନଙ୍କ ଘରେ ରହୁଛନ୍ତି।’ 33 ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”

କର୍ଣ୍ଣୀଲିୟଙ୍କ ଘରେ ପିତରଙ୍କ ଶିକ୍ଷା

34 ପିତର କହିବା ଆରମ୍ଭ କଲେ, “ମୁଁ ବର୍ତ୍ତମାନ ପ୍ରକୃତରେ ବୁଝିପାରୁଛି, ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରତ୍ୟେକ ଲୋକ ସମାନ। ତାହାଙ୍କ ପାଖରେ କୌଣସି ଭେଦଭାବ ନାହିଁ। 35 କିନ୍ତୁ ପରମେଶ୍ୱର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି। 36 ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଗ୍ଭର ପଠାଇଥିଲେ। ସେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କର ଶାନ୍ତି ସୁସମାଗ୍ଭର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।

37 “ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ସମ୍ପର୍କରେ ପ୍ରଗ୍ଭର ହେବାପରେ ଗାଲିଲୀଠାରୁ ଆରମ୍ଭ କରି ସାରା ଯିହୂଦାରେ ଯାହାସବୁ ଘଟିଲା, ତାହା ତୁମ୍ଭେମାନେ ଜାଣିଛ। 38 ତୁମ୍ଭେମାନେ ନାଜରିତୀୟ ଯୀଶୁଙ୍କ ବିଷୟରେ ମଧ୍ୟ ଜାଣିଛ। ପରମେଶ୍ୱର ତାହାଙ୍କୁ ପବିତ୍ରଆତ୍ମା ଓ ଶକ୍ତିରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ୟାଗ୍ଭର ଅଧୀନରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ୱାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ୱର ତାହାଙ୍କ ସହିତ ଥିଲେ।

39 “ଯୀଶୁ ଯିହୂଦା ଦେଶରେ ଓ ଯିରୁଶାଲମରେ ଯାହାସବୁ କରିଥିଲେ ସେହିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସେମାନେ ତାହାଙ୍କୁ ବଧକଲେ। କାଠ ନିର୍ମିତ କ୍ରୁଶରେ ସେମାନେ ତାହାଙ୍କୁ ଚଢ଼ାଇ ହତ୍ୟା କଲେ। 40 କିନ୍ତୁ ତାହାଙ୍କ ମୃତ୍ୟୁର ତିନି ଦିନ ପରେ ପରମେଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପୁନର୍ଜୀବିତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦେଖାଇଲେ। 41 ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦେଖାଗଲେ ନାହିଁ। ପରମେଶ୍ୱର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସେହିମାନେ କେବଳ ତାହାଙ୍କୁ ଦେଖି ପାରିଲେ। ଆମ୍ଭେମାନେ ସେହି ସାକ୍ଷୀ ଅଟୁ। ଯୀଶୁ ମୃତ୍ୟୁରୁ ଉଠିଲାପରେ ଆମ୍ଭେମାନେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।

42 “ଯୀଶୁ ଆମ୍ଭମାନଙ୍କୁ ଲୋକମାନଙ୍କ ପାଖରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ଆଦେଶ ଦେଲେ। ପୁଣି ଜୀବିତ ଓ ମୃତମାନଙ୍କର ବିଗ୍ଭରକ ହେବା ନିମନ୍ତେ କେବଳ ଏକମାତ୍ର ସେ ଯେ ନିଯୁକ୍ତି ପାଇଛନ୍ତି, ଏହାର ସାକ୍ଷ୍ୟ ଦେବା ପାଇଁ ମଧ୍ୟ କହିଲେ। 43 ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରିବ, ସେ ପାପ କ୍ଷମା ପାଇବ। ପରମେଶ୍ୱର ଯୀଶୁଙ୍କ ନାମରେ ସେହି ବ୍ୟକ୍ତିର ସମସ୍ତ ପାପ କ୍ଷମା କରିଦେବେ। ସମସ୍ତ ଭାବବାଦୀଙ୍କ ଦ୍ୱାରା କଥିତ ଏହି ବାକ୍ୟ ନିରାଟ ସତ୍ୟ ଅଟେ।”

ଅଣଯିହୂଦୀମାନଙ୍କ ଉପରେ ପବିତ୍ରଆତ୍ମାଙ୍କର ଅଧିଷ୍ଠାନ

44 ପିତର ଏହିକଥା କହିବା ସମୟରେ ସୁସମାଗ୍ଭର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ରଆତ୍ମା ଓହ୍ଲାଇ ଆସିଲେ। 45 ଯେଉଁ ଯିହୂଦୀ ବିଶ୍ୱାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦିଆଗଲା। 46 ସେମାନଙ୍କ ଭିନ୍ନଭିନ୍ନ ଭାଷାରେ କଥା ହେବା ଓ ପରମେଶ୍ୱରଙ୍କୁ ପ୍ରଶଂସା କରିବାର ମଧ୍ୟ ଶୁଣିଲେ। 47 ତା’ପରେ ପିତର କହିଲେ, “ଏହି ଲୋକମାନଙ୍କୁ ବାପ୍ତିଜିତ ହେବା ନିମନ୍ତେ କେହି କ’ଣ କେବେ ଜଳ ଯୋଗଇ ଦେବା ପାଇଁ ମନା କରି ପାରିବ? ସେମାନେ ମଧ୍ୟ ଆମ୍ଭପରି ପବିତ୍ରଆତ୍ମାଙ୍କୁ ଗ୍ରହଣ କରିଛନ୍ତି!” 48 ତେଣୁ ପିତର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବା ପାଇଁ କର୍ଣ୍ଣୀଲିୟ, ତାହାଙ୍କର ଆତ୍ମୀୟସ୍ୱଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ. ତା’ପରେ ଲୋକମାନେ ପିତରଙ୍କୁ ସେମାନଙ୍କ ସହିତ ଆଉ କିଛି ଦିନ ରହିବା ପାଇଁ ଅନୁରୋଧ କଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center