Old/New Testament
17 ମୋର ଆତ୍ମା ଭାଙ୍ଗି ଯାଇଛି।
ମୁଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି।
ମୋର ଜୀବନ ପ୍ରାୟ ନଷ୍ଟ ହୋଇଯାଇଛି।
ମୋ’ ପାଇଁ କବର ଅପେକ୍ଷା କରିଛି।
2 ଲୋକମାନେ ମୋ’ ଗ୍ଭରିପାଖରେ ଛିଡ଼ା ହୋଇ ହସୁଛନ୍ତି।
ମୁଁ ସେମାନଙ୍କୁ ଦେଖୁଛି ସେମାନେ ଯେତେବେଳେ ମୋତେ ପରିହାସ ଏବଂ ଅପମାନ କରୁଛନ୍ତି।
3 “ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖାଇ ଦିଅ ଯେ ତୁମ୍ଭେ ପ୍ରକୃତରେ ମୋତେ ସମର୍ଥନ କର।
ଅନ୍ୟ କେହି ମୋତେ ସମର୍ଥନ ଦେବେ ନାହିଁ।
4 ତୁମ୍ଭେ ମୋର ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ।
ସେଥିପାଇଁ ସେମାନେ ଠିକ୍ ବୋଲି ତୁମ୍ଭେ ସେମାନଙ୍କୁ ଚିନ୍ତା କରିବାକୁ ଦେବ ନାହିଁ।
5 ଯଦି କେହି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧରେ କହେ,
‘ତା’ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।’
କିନ୍ତୁ ମୋର ବନ୍ଧୁଗଣ ମୋ’ ବିରୁଦ୍ଧରେ ଗଲେ।
6 ପରମେଶ୍ୱର ମୋର ନାମକୁ ସମସ୍ତଙ୍କ ପାଇଁ ଏକ ଖରାପ ବାକ୍ୟ କରିଛନ୍ତି।
ଲୋକେ ମୋ’ ମୁହଁରେ ଛେପ ପକାଉଛନ୍ତି।
7 କାରଣ ମୋର ଦୁଃଖ ଯୋଗୁଁ ମୋର ଚକ୍ଷୁ ଅନ୍ଧ ପ୍ରାୟ ହୋଇଗଲାଣି।
ମୋର ଶରୀର ଛାଇପରି କ୍ଷୀଣ ହୋଇଗଲାଣି।
8 ଭାଇ ଲୋକମାନେ ଏ ବିଷୟରେ ସ୍ତମ୍ଭିତ ହୋଇଛନ୍ତି।
ନିରୀହ ଲୋକମାନେ ସେହିମାନଙ୍କ ଉପରେ କ୍ଷୁବ୍ଧ ହୁଅନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ଖାତିରି କରନ୍ତି ନାହିଁ।
9 କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ୟ ପଥରେ ରହିବେ।
ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହେବେ।
10 “ବର୍ତ୍ତମାନ ତୁମ୍ଭେମାନେ ସମସ୍ତେ ଫେରି ଆସ।
ତୁମ୍ଭମାନଙ୍କ ଭିତରୁ କେହି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ।
11 ମୋର ଜୀବନ ସରିସରି ଆସୁଛି।
ମୋର ସମସ୍ତ ଯୋଜନା ପଣ୍ଡ ହୋଇଗଲା।
ମୋର ସବୁ ଆଶା ଧୂଳିସାତ ହେଲା।
12 ମୋର ମିତ୍ରଗଣ ସବୁ ସନ୍ଦେହରେ ଅଛନ୍ତି।
ସେମାନେ ରାତିକୁ ଦିନ ବୋଲି ଭାବନ୍ତି।
ସେମାନେ କହନ୍ତି, ଏହା ଶୀଘ୍ର ଆଲୋକିତ ହେବ, ଯେତେବେଳେ ଏହା ଅନ୍ଧକାର ହେଉଛି।
13 “ମୁଁ ହୁଏତ କବରକୁ ମୋର ନୂଆ ଘର ବୋଲି ଆଶା କରିବି।
ମୁଁ ଆଶା କରୁଛି, ମୋର ବିଛଣା ଅନ୍ଧକାର ବିବରଣ କରିବି।
14 ମୁଁ ସେହି କବର ସ୍ଥାନକୁ ‘ମୋର ପିତା ବୋଲି ସମ୍ବୋଧନ କରିବି।’
ସେହି ଜିଆପୋକ ‘ମୋ’ ମା’ ଓ ‘ମୋ’ ଭଉଣୀ’ ଭାବିବି।
15 ଯଦି ତାହା ହିଁ ମୋର ଗୋଟିଏ ଆଶା, ତେବେ ମୋର କୌଣସି ଆଶା ନାହିଁ।
ଯଦି ତାହା ମୋର ଆଶା, ତେବେ ଲୋକ ମୋ’ଠାରେ କୌଣସି ଭରସା ପାଇବେ ନାହିଁ।
16 ମୋର ଆଶା କ’ଣ ମୋ’ ସହିତ ମରିଯିବ?
ଏହା ମଧ୍ୟ କ’ଣ ମୃତ୍ୟୁ ତଳକୁ ଯିବ? ଆମ୍ଭେ ମଧ୍ୟ କ’ଣ ମାଟି ତଳକୁ ଏକତ୍ରିତ ଯିବୁ?”
ବିଲ୍ଦଦ୍ ଆୟୁବକୁ ଉତ୍ତର ଦେଲା
18 ଏହା ପରେ ଶୂହୀୟ ବିଲ୍ଦଦ ଉତ୍ତର ଦେଇ କହିଲା,
2 “ଆୟୁବ ତୁମ୍ଭେ କେତେବେଳେ କଥା କହିବା ବନ୍ଦ କରିବ?
ତୁମ୍ଭେ ଚୁପ୍ ହୁଅ ଏବଂ ଶୁଣ, ଆମ୍ଭକୁ କିଛି କହିବାକୁ ଦିଅ।
3 ତୁମ୍ଭେ କାହିଁକି ଭାବୁଛ ଯେ ଆମ୍ଭେ ସମସ୍ତେ
ଗାଈ ପଶୁଭଳି ବୋକା?
4 ଆୟୁବ, ତୁମ୍ଭର ରାଗ କେବଳ ତୁମ୍ଭକୁ ଆଘାତ କରିବ।
କେବଳ ତୁମ୍ଭ ପାଇଁ କ’ଣ ଲୋକେ ପୃଥିବୀକୁ ପରିତ୍ୟାଗ କରିବେ?
ତୁମ୍ଭେ କ’ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ୱର ପର୍ବତକୁ ଘୁଞ୍ଚାଇ ଦେବେ?
5 “ହଁ, ଦୁଷ୍ଟ ଲୋକର ଆଲୋକ ଲିଭିଯିବ।
ତାଙ୍କର ଅଗ୍ନି ଜଳିବା ବନ୍ଦ ହେବ।
6 ତାଙ୍କ ଘରର ଆଲୋକ ଅନ୍ଧକାରରେ ପରିଣତ ହେବ।
ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିଯିବ।
7 ତାଙ୍କର ଶକ୍ତ ପାଦ କ୍ଷୀଣ ହୋଇଯିବ
ଏବଂ ତା’ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।
8 ତାଙ୍କ ନିଜର ପାଦ ତାଙ୍କୁ ଯନ୍ତା ଭିତରକୁ ଟାଣି ନେବ।
ସେ ସେହି ଯନ୍ତା ଭିତରକୁ ଯାଇ ତା’ ଭିତରେ ବନ୍ଦୀ ହେବ।
9 ଗୋଟିଏ ଯନ୍ତା ତା’ର ପାଦକୁ ଧରିନେବ।
ଯନ୍ତା ଭିତରେ ସେ ଦୃଢ଼ ଭାବରେ ରହିଯିବ।
10 ଭୂମିରେ ଲୁକାୟିତ ଗୋଟିଏ ଦଉଡ଼ି ତାକୁ ଫାଶରେ ପକାଇବ।
ସେ ପଡ଼ିବାକୁ ଥିବା ଯନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି।
11 ଭୟଙ୍କରତା ତାଙ୍କ ଗ୍ଭରିପାଖରେ ଅପେକ୍ଷା କରିଛି,
ଭୟ ତାଙ୍କର ପ୍ରତିଟି ପଦକ୍ଷେପକୁ ଗୋଡ଼େଇବ।
12 ଖରାପ ବିଷୟ ତା’ ପାଇଁ ଭୋକିଲା ଅଛି।
ଧ୍ୱଂସ ବିଧ୍ୱସ୍ତ ତା’ ପାଇଁ ପ୍ରସ୍ତୁତ ଅଛନ୍ତି, ସେ ଯେତେବେଳେ ପଡ଼ିବ।
13 ଭୟଙ୍କର ବ୍ୟାଧି ତା’ର ଚମଡ଼ାକୁ ଖାଇଯିବ,
ତାହାପରେ ବାହୁ ଓ ଗୋଡ଼କୁ ପଚେଇ ଦେବ।
14 ଦୁଷ୍ଟ ବ୍ୟକ୍ତି ଶେଷରେ ତା’ର ନିରାପଦ ମଣୁଥିବା ଘରୁ ତଡ଼ା ଖାଇବ।
ତାକୁ ଧରି ନିଆଯାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ।
15 ତା’ର ବାସଗୃହ ଶୂନ୍ୟ ହୋଇଯିବ।
ତା’ର ଘର ଗ୍ଭରିପାଖରେ ଜଳନ୍ତା ଗନ୍ଧକ ବିଞ୍ଚାଯିବ।
16 ତା’ର ମୂଳ ଶୁଷ୍କ ହୋଇଯିବ
ଓ ତା’ର ଉପରର ଡାଳ ଶାଖାପ୍ରଶାଖା ମରିଯିବ।
17 ଏ ପୃଥିବୀର ମଣିଷ ତାକୁ ମନେ ରଖିବେ ନାହିଁ।
ତାକୁ ଆଉ କେହି ମନେ ରଖିବେ ନାହିଁ।
18 ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠେଲି ଦେବେ।
ସେମାନେ ତାକୁ ଏ ପୃଥିବୀରୁ ତଡ଼ି ଦେବେ।
19 ତା’ର କୌଣସି ସନ୍ତାନସନ୍ତତି ଓ ନାତି ନାତୁଣୀ ହେବ ନାହିଁ।
ତା’ ପରିବାରର କେହି ଗୃହରେ ବାସ କରିବା ନିମନ୍ତେ ରହିବେ ନାହିଁ।
20 ପଶ୍ଚିମ ଦେଶର ଲୋକମାନେ ଯେତେବେଳେ ଶୁଣିବେ ଦୁଷ୍ଟ ଲୋକର ଅବସ୍ଥା ଏପରି ହୋଇଛି ସେମାନେ ସ୍ତମ୍ଭିତ ହେବ।
ପୂର୍ବ ଦେଶର ଲୋକମାନେ ଏ କଥା ଶୁଣି ଭୟରେ କମ୍ପି ଉଠିବେ।
21 ମନ୍ଦ ଲୋକର ଘର ପ୍ରତି ଏହା ନିଶ୍ଚିତ ରୂପରେ ଘଟିବାକୁ ଯାଉଛି।
ଏହା ହିଁ ଘଟିବ ସେ ଲୋକକୁ, ଯିଏ ପରମେଶ୍ୱରଙ୍କୁ ଜାଣେ ନାହିଁ।”
ଆୟୁବ ଉତ୍ତର ଦେଲା
19 ତା’ପରେ ଆୟୁବ ଉତ୍ତର ଦେଲା,
2 “ତୁମ୍ଭେ କେତେ କାଳ ମୋତେ ଆଘାତ କରିବ
ଏବଂ ତୁମ୍ଭ ବାକ୍ୟ ଦ୍ୱାରା ଭାଙ୍ଗିବ?
3 ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମୋତେ ଦଶଥର ଅପମାନିତ କଲଣି।
ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତେବେଳେ ମୋତେ ଆକ୍ରମଣ କରୁଛ।
4 ଯଦି ବି ସତରେ ପାପ କରିଛି, ଏହା ମୋର ସମସ୍ୟା।
ଏହା କୌଣସି ପ୍ରକାରେ ତୁମ୍ଭକୁ ଆଘାତ କରୁ ନାହିଁ।
5 ତୁମ୍ଭେ କେବଳ ମୋ’ଠାରୁ ଭଲ ହେବା ପାଇଁ ଗ୍ଭହୁଁଛ।
ତେଣୁ ମୋର ଅପମାନିତ ଅବସ୍ଥାକୁ ମୋ’ ବିରୁଦ୍ଧରେ ଏକ ଯୁକ୍ତି ରୂପେ ବ୍ୟବହାର କରୁଛ।
6 କିନ୍ତୁ ସେ ପରମେଶ୍ୱର ମୋ’ ପ୍ରତି ଭୁଲ୍ କରିଛନ୍ତି?
ସେ ମୋତେ ଧରିବାକୁ ନିଜର ଫାନ୍ଦ ବସାଇଲେ।
7 ମୁଁ ଚିତ୍କାର କଲି, କିନ୍ତୁ କେହି ମୋର ରବ ଶୁଣି ସହାୟତା ପାଇଁ ଉତ୍ତର ଦେଲେ ନାହିଁ।
ମୁଁ ଚିତ୍କାର କଲି, ମୋତେ ରକ୍ଷା କର! କିନ୍ତୁ ସେଠାରେ ନ୍ୟାୟ ନାହିଁ।
8 ପରମେଶ୍ୱର ମୋର ପଥରୋଧ କରିଛନ୍ତି।
ମୁଁ ତାହାକୁ ଅତିକ୍ରମ କରିବି ନାହିଁ।
ସେ ମୋର ବାଟକୁ ଅନ୍ଧକାରରେ ବୁଡ଼ାଇ ରଖିଛନ୍ତି।
9 ପରମେଶ୍ୱର ମୋର ସମ୍ମାନକୁ କାଢ଼ି ନେଇଛନ୍ତି।
ସେ ମୋର ମସ୍ତକରୁ ମୁକୁଟ କାଢ଼ି ନେଇଛନ୍ତି।
10 ପରମେଶ୍ୱର ମୋତେ ସବୁ ଦିଗରୁ ଆଘାତ କରୁଛନ୍ତି,
ମୁଁ ଶେଷ ନ ହେଲା ଯାଏ।
ଉତ୍ପାଡ଼ିତ ବୃକ୍ଷ ତୁଲ୍ୟ, ସେ ମୋର ଆଗକୁ କାଢ଼ି ନେଇଛନ୍ତି।
11 ପରମେଶ୍ୱରଙ୍କ ରାଗ ମୋ’ ବିରୁଦ୍ଧରେ ପ୍ରଜ୍ୱଳିତ ହେବାରେ ଲାଗିଛି।
ସେ ମୋତେ ତାଙ୍କର ଶତ୍ରୁ ଭାବୁଛନ୍ତି।
12 ପରମେଶ୍ୱର ତାଙ୍କର ସୈନ୍ୟଦଳମାନଙ୍କୁ ମୋ’ ବିରୁଦ୍ଧରେ ଆକ୍ରମଣ କରିବାକୁ ପଠାଇଛନ୍ତି।
ସେମାନେ ମୋର ଚତୁର୍ପାର୍ଶ୍ୱରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି।
ଏବଂ ସେମାନେ ମୋର ଛାଉଣିର ଚତୁର୍ପାର୍ଶ୍ୱରେ ଛାଉଣି କରିଛନ୍ତି।
13 “ସେ ମୋର ଭାଇମାନଙ୍କୁ ମୋ’ଠାରୁ ବହୁତ ଦୂରକୁ ନେଇଯାଇଛନ୍ତି।
ମୋର ନିଜର ସାଙ୍ଗମାନେ ମୋ’ ପାଇଁ ଅଚିହ୍ନା ହୋଇଛନ୍ତି।
14 ମୋର ଜ୍ଞାତିମାନେ ମୋତେ ଛାଡ଼ି ଗ୍ଭଲିଗଲେ।
ମୋର ବନ୍ଧୁମାନେ ମୋତେ ଭୁଲିଗଲେ।
15 ମୋ’ ଘରକୁ ଆସୁଥିବା ଆଗନ୍ତୁକ ଏପରିକି ଦାସୀମାନେ ମଧ୍ୟ
ମୋତେ ଏପରି ଦୃଷ୍ଟିରେ ଦେଖୁଛନ୍ତି ଯେପରିକି ମୁଁ ଜଣେ ଅପରିଚିତ ବିଦେଶୀ।
16 ମୁଁ ଗ୍ଭକରମାନଙ୍କୁ ଡାକିଲେ ସେମାନେ ମୋତେ ଉତ୍ତର ଦିଅନ୍ତି ନାହିଁ।
ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ ବି ମୋର ଗ୍ଭକରମାନେ ଉତ୍ତର ଦିଅନ୍ତି ନାହିଁ।
17 ମୋର ପତ୍ନୀ ମୋର ନିଶ୍ୱାସର ପବନକୁ ମଧ୍ୟ ଘୃଣା କରେ।
ଓ ନିଜ ଭାଇମାନେ ମୋତେ ଘୃଣା କରନ୍ତି।
18 ଛୋଟ ପିଲାମାନେ ମୋତେ ଦେଖି ଥଟ୍ଟା କରନ୍ତି ଓ ମୋତେ ଖରାପ କଥା କହି ଗାଳି ଦିଅନ୍ତି,
ଯେତେବେଳେ ମୁଁ ତାଙ୍କ ପାଖକୁ ଯାଏ।
19 ମୋର ନିକଟତମ ବନ୍ଧୁମାନେ ମୋତେ ଘୃଣା କରନ୍ତି।
ମୁଁ ଯେଉଁ ଲୋକମାନଙ୍କୁ ଭଲପାଏ, ସେମାନେ ମୋ’ ବିରୁଦ୍ଧରେ ଯାଉଛନ୍ତି।
20 “ତେଣୁ ମୁଁ ଅତି କ୍ଷୀଣ ହୋଇଗଲିଣି।
ମୋର ଚର୍ମ ଓହଳି ପଡ଼ିଲାଣି।
ମୋର ଚମଡ଼ା ମୋର ହାତ ଉପରେ ଝୁଲୁଛି।
ମୋର ଅଳ୍ପ ଜୀବନ ବାକିଅଛି।
21 “ମୋତେ ଦୟା କର।
ମୋର ବନ୍ଧୁଗଣ ମୋତେ ଦୟାକର।
କାରଣ ପରମେଶ୍ୱର ମୋ’ ବିରୁଦ୍ଧରେ ଅଛନ୍ତି।
22 କାହିଁକି ତୁମ୍ଭେ ମୋତେ ଅତ୍ୟାଗ୍ଭର କରୁଛ, ପରମେଶ୍ୱରଙ୍କ ପରି?
ତୁମ୍ଭେ ମୋତେ ଆଘାତ ଦେଇ ଦେଇ କ’ଣ କ୍ଳାନ୍ତି ଅନୁଭବ କରୁ ନାହଁ?
23 “ମୁଁ ଗ୍ଭହେଁ କେହି ଜଣେ ମନେରଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହିରେ ଲେଖିଛି।
ମୁଁ ଗ୍ଭହେଁ ମୋର କଥାସବୁ ପୁସ୍ତକରେ ଲିଖିତ ହୋଇରହୁ।
24 ମୋର ଲୁହା ଲେଖନୀ ଓ ସୀସା ଦ୍ୱାରା ମୋର ବାକ୍ୟସବୁ ଖୋଦିତ ହେବା ଉଚିତ୍।
ସେଗୁଡ଼ିକ ଚିରଦିନ ପାଇଁ ପ୍ରସ୍ତର ଉପରେ ଖୋଦିତ ହେବା ଉଚିତ୍।
25 ମୁଁ ଜାଣେ ମୋର ରକ୍ଷାକର୍ତ୍ତା ଜୀବିତ
ଏବଂ ଶେଷରେ ସେ ମୋତେ ରକ୍ଷା କରିବା ପାଇଁ ପୃଥିବୀରେ ଠିଆ ହେବେ।
26 ମୋର ଚମଡ଼ା ଧ୍ୱଂସ ହେଲା ପରି,
ବିନା ମାଂସରେ ମୁଁ ପରମେଶ୍ୱରଙ୍କୁ ଦେଖିବି।
27 ମୁଁ ପରମେଶ୍ୱରଙ୍କୁ ନିଜ ଆଖିରେ ଦେଖିବି।
ମୁଁ ମୋର ନିଜ ପାଇଁ ପରମେଶ୍ୱରଙ୍କୁ ଦେଖିବି।
ମୁଁ ଇଚ୍ଛାକରେ ମୋର ନିଜ ଆଖି ତାଙ୍କୁ ଦେଖିବ, ଅନ୍ୟ କାହାର ଆଖି ନୁହେଁ।
ମୋର ଅତିରିକ୍ତ ଅନୁଭବ ଦ୍ୱାରା, ମୁଁ କ୍ଳାନ୍ତ ହୋଇ ପଡ଼ିଛି।
28 “ତୁମ୍ଭେ ହୁଏତ କହିପାର, ‘ଆମ୍ଭେ କିପରି ତାକୁ ହଇରାଣ କରିବା।
ତଥାପି ତୁମ୍ଭେ ଚିନ୍ତା କରୁଛ, ସମସ୍ୟାର ମୂଳ ମୋ’ଠାରେ ଅଛି।’
29 କିନ୍ତୁ ତୁମ୍ଭେ ନିଜେ ଖଡ଼୍ଗ ଦ୍ୱାରା ଭୟଭୀତ ହେବ।
କାରଣ ପରମେଶ୍ୱର ଦୋଷୀକୁ ଦଣ୍ଡ ଦିଅନ୍ତି।
ପରମେଶ୍ୱର କେବଳ ତୁମ୍ଭକୁ ଦଣ୍ଡ ଦେବାକୁ ତାଙ୍କର ଖଡ଼୍ଗ ବ୍ୟବହାର କରିବେ।
ସେତେବେଳେ ତୁମ୍ଭେ ଜାଣିବ ଯେ ଉପଯୁକ୍ତ ସମୟ ଆସିଲେ ସେ ହିଁ ନ୍ୟାୟ ପ୍ରଦାନ କରି ବିଗ୍ଭର କରନ୍ତି।”
ପିତର ଓ କର୍ଣ୍ଣୀଲିୟ
10 କାଇସରୀଆ ନଗରରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ୟବାହିନୀର ଏକ ବିଭାଗରେ ପଦାଧିକାରୀ ଥିଲେ। 2 ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ୟ ପରମେଶ୍ୱରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। 3 ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ୱର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, “କର୍ଣ୍ଣୀଲିୟ।”
4 କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଗ୍ଭହିଁଲେ ଏବଂ ଭୟରେ କହିଲେ, “ମହାଶୟ, ଆପଣ କ’ଣ ଗ୍ଭହାନ୍ତି?”
ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଅଛନ୍ତି। ତୁମ୍ଭେ ଗରିବମାନଙ୍କୁ ଯେଉଁସବୁ ଦାନ ଦେଇଅଛ, ତାହା ମଧ୍ୟ ସେ ଦେଖିଅଛନ୍ତି। ତେଣୁ ସେ ତୁମ୍ଭକୁ ସ୍ମରଣ କହିଅଛନ୍ତି। 5 ବର୍ତ୍ତମାନ ଯାଫୋ ନଗରକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ପଠାଇ ଶିମୋନ ନାମକ ଗୋଟିଏ ଲୋକଙ୍କୁ ସେଠାରୁ ଆଣ। ସେହି ଶିମୋନ, ପିତର ନାମରେ ମଧ୍ୟ ପରିଚିତ। 6 ପିତର ସମୁଦ୍ରକୂଳ ପାଖରେ ରହୁଥିବା ଶିମୋନ ନାମକ ଜଣେ ଚମାର ସଙ୍ଗେ ରହୁଛନ୍ତି।” 7 ଏହା କହି ସ୍ୱର୍ଗଦୂତ ଗ୍ଭଲିଗଲେ। ଏହା ପରେ କର୍ଣ୍ଣୀଲିୟ ନିଜର ବ୍ୟକ୍ତିଗତ ସହକାରୀ ମଧ୍ୟରୁ ତାହାଙ୍କର ଦୁଇଜଣ ସେବକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ। 8 ସେ ସେମାନଙ୍କୁ ସମସ୍ତ ଘଟଣା କହି ଯାଫୋକୁ ପଠାଇଲେ।
9 ତହିଁ ଆରଦିନ ସେମାନେ ଯାଫୋ ନଗର ନିକଟରେ ପହଞ୍ଚିଲେ, ସେତେବେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବା ପାଇଁ ଯାଇଥିଲେ। ତାହା ପ୍ରାୟ ଦ୍ୱିପ୍ରହର ସମୟ ଥିଲା। 10 ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଚ୍ଛା କରୁଥିଲେ। ସେମାନେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ୱପ୍ନ ଦେଖିଲେ। 11 ସେ ଦେଖିଲେ ଯେ, ସ୍ୱର୍ଗ ଖୋଲିଗଲା ଓ ତା’ ଭିତରୁ ଗୋଟିଏ ଗ୍ଭରି କୋଣ ଧରା ବଡ଼ ଗ୍ଭଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି। 12 ତା’ଭିତରେ ପୃଥିବୀର ବିଭିନ୍ନ ପ୍ରକାରର ପଶୁପକ୍ଷୀ ଓ ସରୀସୃପ ପ୍ରାଣୀମାନ ଥିଲେ। 13 ତା’ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, “ପିତର, ଉଠ, ଏହି ପଶୁମାନଙ୍କ ମଧ୍ୟରୁ ଯେକୌଣସିଟିକୁ ମାର ଓ ଖାଅ।”
14 ପିତର କହିଲେ, “ନା ପ୍ରଭୁ। ମୁଁ କେବେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।”
15 ମାତ୍ର ସେହି ସ୍ୱର ତାଙ୍କୁ ପୁଣି କହିଲେ, “ପରମେଶ୍ୱର ଯେଉଁ ବିଷୟକୁ ପବିତ୍ର କରିଛନ୍ତି, ତୁମ୍ଭେ ତାକୁ ଅପବିତ୍ର କୁହ ନାହିଁ।” 16 ଏହିପରି ତିନିଥର ହେବାପରେ ସେ ଜିନିଷଟି ହଠାତ୍ ସ୍ୱର୍ଗକୁ ଉଠି ଗ୍ଭଲିଗଲା। 17 ପିତର ଯେଉଁ ଦୃଶ୍ୟ ଦେଖିଥିଲେ, ତା’ର ଅର୍ଥ ବିଷୟରେ ଚିନ୍ତା କରି ହତବୁଦ୍ଧି ହୋଇ ପଡ଼ିଲେ।
ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମୋନଙ୍କର ଘର ଖୋଜୁଥିଲେ, ସେମାନେ ଆସି ଫାଟକ ନିକଟରେ ଠିଆ ହୋଇଥିଲେ। 18 ସେମାନେ ତାହାଙ୍କୁ ଡାକିଲେ ଓ ପିତର ନାମରେ ପରିଚିତ ଶିମୋନ ସେଠାରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଗ୍ଭରିଲେ।
19 ସେପର୍ଯ୍ୟନ୍ତ ପିତର ସେହି ଦର୍ଶନ ବିଷୟରେ ଚିନ୍ତା କରୁଥିଲେ। ସେହି ସମୟରେ ପବିତ୍ରଆତ୍ମା ତାହାଙ୍କୁ କହିଲେ, “ଶୁଣ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଛନ୍ତି। 20 ତେଣୁ ଉଠ ଓ ତଳକୁ ଯାଅ। ସେହି ଲୋକମାନଙ୍କ ସହିତ ଯାଅ ଓ ସେମାନଙ୍କୁ କିଛି ପଗ୍ଭର ନାହିଁ। କାରଣ ମୁଁ ସେମାନଙ୍କୁ ପଠାଇଛି।” 21 ପିତର ତଳକୁ ଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହାକୁ ଖୋଜୁଛ ମୁଁ ସେହି ଲୋକ। ତୁମ୍ଭେମାନେ ଏଠାକୁ କାହିଁକି ଆସିଛ?”
22 ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।” 23 ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।
ତହିଁ ଆରଦିନ ସେ ସେମାନଙ୍କ ସହିତ ପ୍ରସ୍ତୁତ ହୋଇ ଗ୍ଭଲିଗଲେ। ଯାଫୋର କେତେକ ଭାଇମାନେ ମଧ୍ୟ ତାହାଙ୍କ ସହିତ ଆସିଥିଲେ।
2010 by World Bible Translation Center