Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 14-16

14 “ଆମ୍ଭେମାନେ ସମସ୍ତେ ମନୁଷ୍ୟ।
    ଆମ୍ଭର ଜୀବନ ଅଳ୍ପାୟୁ ତଥା ନାନା ବିପଦରେ ପୂର୍ଣ୍ଣ।
ମଣିଷର ଜୀବନ ଫୁଲ ସଦୃଶ,
    ସେ ଖୁବ୍ ଶୀଘ୍ର ବଢ଼ିଯାଏ ଓ ଶେଷରେ ମରିଯାଏ।
ମଣିଷର ଜୀବନ ଛାୟା ତୁଲ୍ୟ ଏଠାରେ ଖୁବ୍ କମ ସମୟ ପାଇଁ,
    ଘଡ଼ିକେ ଦେଖାଯାଏ ପୁଣି ଅଦୃଶ୍ୟ ହୋଇଯାଏ।
ଏହା ସତ୍ୟ, କିନ୍ତୁ ପରମେଶ୍ୱର ତୁମ୍ଭେ କ’ଣ ଜଣେ ବ୍ୟକ୍ତିକୁ ଦେଖିବ?
    ତୁମ୍ଭେ କ’ଣ ମୋ’ ସହିତ ବିଗ୍ଭରସ୍ଥଳକୁ ଆସିବ ଏବଂ ଆମ୍ଭେ ଦୁଇଜଣ ନିଜ ନିଜର ଯୁକ୍ତି ଉପସ୍ଥାପନା କରିବା?

“ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପାରେ ନା, କେହି ଜଣେ ମନୁଷ୍ୟ କରି ପାରିବ ନାହିଁ।
ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି।
    ହେ ପରମେଶ୍ୱର, ତୁମ୍ଭେ ନିର୍ଣ୍ଣୟ କର ଜଣେ ମନୁଷ୍ୟ କେତେ ଦିନ ବଞ୍ଚିବ।
ତୁମ୍ଭେ ମଣିଷ ପାଇଁ ସେହି ସୀମା ନିର୍ଦ୍ଦିଷ୍ଟ କରିଛ।
    ଏହା କ’ଣ କେହି ବଦଳାଇ ପାରେ?
ତେଣୁ ହେ ପରମେଶ୍ୱର ଆମ୍ଭକୁ ନିରୀକ୍ଷଣ କରିବା ବନ୍ଦ କର।
    ଆମ୍ଭର କ୍ଷଣିକ ଜୀବନ ଆମ୍ଭକୁ ଏକୁଟିଆ ଉପଭୋଗ କରିବା ପାଇଁ ଦିଅ।
    ଯେପରି ଦିନ ମଜୁରୀଆ କାମ ଶେଷ ପରେ ତା’ର ମଜୁରୀକୁ ଉପଭୋଗ କରିଥାଏ।

“ଗୋଟିଏ ଗଛ ପାଇଁ ମଧ୍ୟ ଆଶା ଅଛି।
    ଯଦି ଥରେ ଏହା କଟା ହୋଇଯାଏ, ଏହା ମଧ୍ୟ ପୁଣି ବଞ୍ଚିପାରେ।
    ପୁଣି ଡାଳପତ୍ର ମେଲି ଶାଖା ବୃଦ୍ଧି କରିପାରେ।
ଯଦିଓ ତାହାର ଚେର ଭୂମି ତଳେ ଜୀର୍ଣ୍ଣ ହୋଇଯାଏ
    ଏବଂ ତାହାର କର୍ତ୍ତିତ ମୂଳଟି ଭୂମିରେ ମରିଯାଏ।
କିନ୍ତୁ ପାଣିର ଗନ୍ଧ ପାଇବା ମାତ୍ରେ
    ଏହା ତାହାର ଶାଖା ଗୋଟିଏ ଯୁବା ବୃକ୍ଷପରି ବଢ଼ାଇପାରେ।
10 କିନ୍ତୁ ମଣିଷ ଯେତେବେଳେ ମରିଯାଏ।
    ସେ ସମସ୍ତ ଶକ୍ତି ହରାଇ ଦିଏ।
    ସେପରି ଶେଷ ନିଶ୍ୱାସ ନିଏ ଏବଂ ତା’ପରେ ସେ କେଉଁଠାରେ?
11 ହ୍ରଦରୁ ପାଣି ଶୂନ୍ୟ ହୋଇଯାଏ
    ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହୋଇଯାଏ ଏବଂ ଶୁଖିଯାଏ।
12 ଠିକ୍ ସେହିପରି, ମଣିଷ ଶୋଇପଡ଼େ
    ଏବଂ ଆଉ ଉଠେ ନାହିଁ।
ଯେପର୍ଯ୍ୟନ୍ତ ସ୍ୱର୍ଗ ଅଛି,
    ମୃତ ଲୋକ କେବେ ସେହି ନିଦ୍ରାରୁ ଉଠିବେ ନାହିଁ।

13 “ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ପାତାଳରେ ଲୁଗ୍ଭଇ ରଖନ୍ତ।
    ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ଲୁଗ୍ଭଇ ରଖନ୍ତ, ଯେପର୍ଯ୍ୟନ୍ତ ତୁମ୍ଭର ରାଗ ଶାନ୍ତ ନ ହୋଇଛି।
    ତା’ପରେ ତୁମ୍ଭେ ମୋତେ ମନେକରିବା ପାଇଁ ଗୋଟେ ସମୟ ଠିକ୍ କରିବ।
14 ମନୁଷ୍ୟ ମଲେ କ’ଣ ପୁଣି ଆଉ ବଞ୍ଚିବ?
    ମୁଁ ନିଶ୍ଚୟ ଅପେକ୍ଷା କରିବି ଯେତେଦିନ ପର୍ଯ୍ୟନ୍ତ ମୁଁ ମୁକ୍ତ ନ ହୋଇଛି।
15 ହେ ପରମେଶ୍ୱର, ତୁମ୍ଭେ ମୋତେ ଡାକିବ
    ଏବଂ ମୁଁ ତୁମ୍ଭକୁ ଉତ୍ତର ଦେବି।
ତା’ପରେ ତୁମ୍ଭେ ଯେଉଁ ମଣିଷକୁ ତିଆରି କରିଛ,
    ସେ ତୁମ୍ଭ ପାଇଁ ମୁଖ୍ୟ ହେବ।
16 ତୁମ୍ଭେ ତଥାପି ମୋର ପ୍ରତିଟି ପଦକ୍ଷେପକୁ ନିରୀକ୍ଷଣ କରୁଛ,
    କିନ୍ତୁ ତୁମ୍ଭେ ମୋର ପାପଗୁଡ଼ିକୁ ମନେ ପକାଇବ ନାହିଁ।
17 ତୁମ୍ଭେ ମୋର ସମସ୍ତ ପାପକୁ ଏକ ଥଳିରେ ବାନ୍ଧି ଦେଇ
    ନିଜର ମୋହର ଦେଇ ବାହାରକୁ ଫିଙ୍ଗି ଦେବ।

18 “ପର୍ବତ ସବୁ ଭାଙ୍ଗିପଡ଼ି ଚୂନା ହୋଇଯାଆନ୍ତେ,
    ବଡ଼ ପଥର ଖଣ୍ଡମାନ ଭାଙ୍ଗି ଚୂନା ହୋଇ ବିଛାଡ଼ି ହୋଇ ପଡ଼ନ୍ତେ।
19 ପଥର ଉପରେ ପାଣି ବହି ତାକୁ କ୍ଷୟ କରିଦିଏ।
    ବନ୍ୟା ଭୂମିରୁ ସବୁ ପଟୁମାଟି ପାଣିରେ ପୋଛି ନିଏ।
    ସେହି ଭଳି ହେ ପରମେଶ୍ୱର ତୁମ୍ଭେ ବ୍ୟକ୍ତିର ସମସ୍ତ ଆଶାକୁ ଧୂଳିସାତ କର।
20 ତୁମ୍ଭେ ତାକୁ ସମ୍ପୂର୍ଣ୍ଣ ପରାସ୍ତ କର
    ଏବଂ ତାକୁ ଛାଡ଼ିଦିଅ।
ତୁମ୍ଭେ ତାକୁ ଦୁଃଖୀ କରାଅ
    ଏବଂ ତାକୁ ମରଣ ସ୍ଥାନକୁ ପଠାଇଦିଅ।
21 ଯଦି ତା’ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ।
    ଯଦି ତା’ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖି ପାରେ ନାହିଁ।
22 ସେହି ବ୍ୟକ୍ତି କେବଳ ନିଜ ଶରୀରରେ ଯନ୍ତ୍ରଣାକୁ ଅନୁଭବ କରିପାରେ
    ଏବଂ କେବଳ ନିଜ ପାଇଁ ଶୋକ କରେ।”

ଇଲୀଫସ୍ ଆୟୁବକୁ ଉତ୍ତର ଦେଲା

15 ତା’ପରେ ତୈମନର ଇଲୀଫସ୍ ଆୟୁବକୁ ଉତ୍ତର ଦେଲା,

“ଆୟୁବ, ଯଦି ତୁମ୍ଭେ ପ୍ରକୃତରେ ଜ୍ଞାନୀ,
    ତେବେ ତୁମ୍ଭେ ବ୍ୟକ୍ତିଗତ ମୂଲ୍ୟହୀନ ମତରେ ଉତ୍ତର ଦିଅନ୍ତ ନାହିଁ।
    ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନରେ ଭର୍ତ୍ତି ହୋଇ ରହିବ ନାହିଁ।
ତୁମ୍ଭେ କ’ଣ ଭାବୁଛ ଜ୍ଞାନୀ ଲୋକ ଏପରି ମୂଲ୍ୟହୀନ କଥାକୁ ନେଇ ଯୁକ୍ତି କରିବ,
    ଯେଉଁ କଥାଗୁଡ଼ିକର କୌଣସି ମୂଲ୍ୟ ନାହିଁ।
କିନ୍ତୁ ତୁମ୍ଭର ଭୟ ନାହିଁ, ତୁମ୍ଭେ ଏତେ କଥାବାର୍ତ୍ତା କର ଯେ,
    ପରମେଶ୍ୱରଙ୍କ ସମ୍ମୁଖରେ ଭକ୍ତି କରିବା ପାଇଁ ସମୟ ପାଆନ୍ତି ନାହିଁ।
କାରଣ ତୁମ୍ଭର କଥା ତୁମ୍ଭର ପାପକୁ ହିଁ ସ୍ୱୀକାର କରୁଛି।
    ଆୟୁବ ତୁମ୍ଭେ ତୁମ୍ଭର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କରୁଛ, ଚତୁରତା ପୂର୍ଣ୍ଣ ବାକ୍ୟ ମଧ୍ୟରେ।
ଏହା ଦ୍ୱାରା ମୁଁ ପ୍ରମାଣ କରିବାକୁ ଚେଷ୍ଟା କରୁ ନାହିଁ ଯେ, ତୁମ୍ଭେ ଯାହା କରୁଛ ସବୁ ଅଧର୍ମ ବୋଲି।
    ଯେଉଁ ବିଷୟ ତୁମ୍ଭ ନିଜ ମୁଖ ଦ୍ୱାରା କହୁଛ ତାହା ତୁମ୍ଭେ ଭୁଲ୍ ବୋଲି ଦେଖାଉଛ।
    ତୁମ୍ଭର ନିଜ ଓଠ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଛି।

“ଆୟୁବ, ତୁମ୍ଭେ କ’ଣ ପ୍ରଥମ ବ୍ୟକ୍ତି ଜନ୍ମ ହୋଇଛ?
    ଏହି ପର୍ବତସବୁ ପୂର୍ବରୁ ତୁମ୍ଭେ ଗର୍ଭରେ ଧାରଣ ହୋଇଥିଲ କି?
ତୁମ୍ଭେ ପରମେଶ୍ୱରଙ୍କ ଗୋପନ ଯୋଜନା ବିଷୟରେ କିଛି ଜାଣ କି?
    ତୁମ୍ଭେ କ’ଣ ନିଜକୁ ଏକମାତ୍ର ଜ୍ଞାନୀ ବୋଲି ଭାବୁଛ?
ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ।
    ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।
10 ସେହି ପାଚିଲାବାଳିଆ ଓ ବୃଦ୍ଧ ଲୋକମାନେ ଆମ୍ଭମାନଙ୍କ କଥାରେ ଏକମନ ହେବେ,
    ଏପରିକି ତୁମ୍ଭର ପିତାଙ୍କଠାରୁ ଆହୁରି ବୃଦ୍ଧ ଲୋକମାନେ ମଧ୍ୟ ଆମ୍ଭ ସହିତ ଅଛନ୍ତି।
11 ପରମେଶ୍ୱର ତୁମ୍ଭକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନ୍ତି।
    ତାହା ତୁମ୍ଭ ପାଇଁ ଯଥେଷ୍ଟ ନୁହେଁ।
    ଆମ୍ଭେମାନେ ପରମେଶ୍ୱରଙ୍କ ବାଣୀ ତୁମ୍ଭକୁ ଅତି ମୃଦୁ ବାକ୍ୟରେ ବୁଝାଇ କହିଲୁ।
12 ଆୟୁବ ତୁମ୍ଭେ କାହିଁକି ବୁଝିବାକୁ ଚେଷ୍ଟା କରୁ ନାହଁ?
    ତୁମ୍ଭେ କାହିଁକି ସତ୍ୟକୁ ସ୍ୱୀକାର କରୁ ନାହଁ?
13 ତୁମ୍ଭେ ଏହି ଦ୍ୱେଷପୂର୍ଣ୍ଣ କଥାଗୁଡ଼ାକ କହି
    ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରୁଛ। ‌କ୍ଳା‌‌ସ୍‌‌ର

14 “ମନୁଷ୍ୟ କ’ଣ ସତରେ ଶୁଦ୍ଧ ହୋଇ ପାରିବ?
    ଜଣେ ସ୍ତ୍ରୀଲୋକଠାରୁ ଜନ୍ମ ହୋଇଥିବା କେହି ଧାର୍ମିକ ହୋଇ ପାରିବ କି?
15 ପରମେଶ୍ୱର ଏମିତିକି ନିଜର ଦୂତମାନଙ୍କୁ ବିଶ୍ୱାସ କରନ୍ତି ନାହିଁ।
    ପରମେଶ୍ୱରଙ୍କ ଅନୁସାରେ ଆକାଶମଣ୍ଡଳ ମଧ୍ୟ ପବିତ୍ର ନୁହେଁ।
16 ମନୁଷ୍ୟମାନେ ଆହୁରି ତା’ଠାରୁ ଖରାପ।
    ମନୁଷ୍ୟ ଅତି ଅପରିଷ୍କାର ଓ ଭ୍ରଷ୍ଟ ମଧ୍ୟ।
    ସେ ଅଧର୍ମକୁ ଜଳପରି ପାନ କରେ।

17 “ମୋ’ କଥା ଶୁଣ ଆୟୁବ, ମୁଁ ତୁମ୍ଭକୁ ବୁଝାଇ ଦେଉଛି।
    ମୁଁ ଯାହା ଜାଣିଛି ତୁମ୍ଭକୁ କହିବି।
18 ମୁଁ ତୁମ୍ଭକୁ ସେହି ଜ୍ଞାନୀ ଲୋକଙ୍କ କଥା କହିବି ଯାହା ସେମାନେ ମୋତେ କହିଥିଲେ।
    ଜ୍ଞାନୀ ଲୋକମାନଙ୍କର ପୂର୍ବପୁରୁଷମାନେ ସେମାନଙ୍କୁ ଏହିସବୁ କହିଥିଲେ।
    ସେମାନେ କୌଣସି କଥା ମୋ’ଠାରେ ଗୁପ୍ତ ରଖି ନ ଥିଲେ।
19 କେବଳ ସେମାନେ ହିଁ ସେମାନଙ୍କ ଦେଶରେ ବାସ କରୁଥିଲେ।
    ସେହି ଦେଶରେ ବିଦେଶୀମାନଙ୍କର ଗତାଗତ ନ ଥିଲା।
    ତେଣୁ ସେମାନଙ୍କୁ କେହି ବିଚିତ୍ର ମତ ଦେଇ ନ ଥିଲେ।
20 ସେହି ଜ୍ଞାନୀ ଲୋକମାନେ କହିଥିଲେ, “ଦୁଷ୍ଟଲୋକ ଆପଣାର କୁକର୍ମକୁ ସାରାଜୀବନ ଭୋଗ କରେ।
    ଜଣେ ନିଷ୍ଠୁର ବ୍ୟକ୍ତି ତା’ର ପ୍ରତ୍ୟେକ ଗଣିତ ବର୍ଷରେ କ୍ଳେଶ ଭୋଗ କରେ।
21 ପ୍ରତ୍ୟେକ ଶବ୍ଦ ତା’ର ଭୟ ସଞ୍ଚାର କରେ।
    ତା’ର ଶତ୍ରୁ ତାକୁ ଆକ୍ରମଣ କରନ୍ତି, ଯେତେବେଳେ ସେ ନିଜକୁ ନିରାପଦ ମଣୁଥାଏ।
22 ଜଣେ ଦୁଷ୍ଟ ବ୍ୟକ୍ତି ବହୁତ ହତାଶ, ତା’ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ।
    ଗୋଟିଏ ଦୁଷ୍ଟ ମନୁଷ୍ୟ ପାଇଁ ଗୋଟିଏ ‌‌ଖ‌ଡ଼୍‌ଗ କେଉଁଠାରେ ହେଲେ ଅପେକ୍ଷା କରିଥାଏ।
23 ସେ ଏଣେତେଣେ ଘୁରିବୁଲେ।
    କିନ୍ତୁ ତା’ର ଶରୀର ଶେଷରେ ଶାଗୁଣାର ଖାଦ୍ୟ ହୁଏ।
    ସେ ଜାଣେ ତା’ର ମୃତ୍ୟୁ ନିକଟ ହୋଇ ଆସିଲାଣି।
24 ଚିନ୍ତା ଓ ଦୁଃଖ ଯନ୍ତ୍ରଣା ତାକୁ ଭୟଭୀତ କରାଏ।
    ଏସବୁ ରାଜାପରି ତାକୁ ଆକ୍ରମଣ କରି ତୁରନ୍ତ ଧ୍ୱଂସ କରାନ୍ତି।
25 କାରଣ ଦୁଷ୍ଟ ବ୍ୟକ୍ତି ପରମେଶ୍ୱରଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରେ।
    ସେ ପରମେଶ୍ୱରଙ୍କ ବିରୁଦ୍ଧରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପରାସ୍ତ କରିବାକୁ ପ୍ରୟାସ କରେ।
26 ସେହି ଦୁଷ୍ଟଲୋକ ଅତ୍ୟନ୍ତ ଶକ୍ତଗ୍ରୀବ।
    ସେ ଆପଣା କଠିନ ଢାଲ ଧରି ପରମେଶ୍ୱରଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସେ।
27 ଜଣେ ବ୍ୟକ୍ତି ଧନୀ ଓ ମେଦ ବହୁଳ ହୋଇପାରେ।
28     କିନ୍ତୁ ତା’ର ସହର ଧ୍ୱଂସ ପାଇବ।
ତା’ର ଗୃହ ଧ୍ୱଂସ ହେବ।
    ତା’ର ଘର ଶୂନ୍ୟ ହେବ।
29 ଦୁଷ୍ଟ ଲୋକ ବେଶୀଦିନ ଧନୀ ହୋଇପାରନ୍ତି ନାହିଁ।
    ତା’ର ସମ୍ପତ୍ତି ବେଶୀଦିନ ତିଷ୍ଠିବ ନାହିଁ।
    ତା’ର ସମ୍ପତ୍ତି ସମଗ୍ର ଦେଶରେ ବ୍ୟାପ୍ତ ହେବ ନାହିଁ।
30 ଦୁଷ୍ଟଲୋକ ଅନ୍ଧକାରରୁ ରକ୍ଷାପାଇ ପାରିବ ନାହିଁ।
    ସେ ଏକ ବୃକ୍ଷ ସଦୃଶ, ଯାହାର ପତ୍ର ରୋଗିଣା ହୋଇ ଶୁଖିଯାଏ
    ଏବଂ ପବନ ତାକୁ ଉଡ଼ାଇ ନିଏ।
31 ଦୁଷ୍ଟଲୋକ ନିଜକୁ ଭ୍ରାନ୍ତ କରିବ ନାହିଁ, ଯେତେବେଳେ ସେ ଅସାର ବିଷୟ ବିଶ୍ୱାସ କରେ।
    କାରଣ ସେ କିଛି ପାଇବ ନାହିଁ।
32 ତା’ର ଜୀବନ ଶେଷ ହେବା ପୂର୍ବରୁ ଦୁଷ୍ଟ ବ୍ୟକ୍ତି ବୁଢ଼ା ହୋଇ ଦୁର୍ବଳ ହୋଇଯାଇଥିବ,
    ସେ ଗୋଟିଏ ଶୁଖିଲା ଡାଳ ସଦୃଶ, ପୁଣି ଯାହାକି ଆଉ କେବେ ସବୁଜ ହୋଇ ପାରିବ ନାହିଁ।
33 ଦୁଷ୍ଟଲୋକ ଜଣେ ଅପରିପକ୍ୱ ଲୋକ ଯିଏ ଅଙ୍ଗୁରଲତା ସଦୃଶ ଫଳ ପାଚିଲା ପୂର୍ବରୁ ଝଡ଼ି ଯାଏ।
    ସେହି ବ୍ୟକ୍ତି ଜୀତବୃକ୍ଷଭଳି ନିଜର କଢ଼କୁ ମଧ୍ୟ ହରାଇ ବସିବ।
34 କାରଣ ମନୁଷ୍ୟଗଣ ପରମେଶ୍ୱରଙ୍କ ବିନା କିଛି ନୁହନ୍ତି।
    ଯେଉଁ ଲୋକମାନଙ୍କ ପାଖରେ ପଇସା ଥାଏ ସେମାନେ ଲାଞ୍ଚ ନିଅନ୍ତି।
35 ଦୁଷ୍ଟ ବୁଦ୍ଧି ଲୋକମାନେ ସବୁବେଳେ ଅନ୍ୟର ମନ୍ଦ ବୁଦ୍ଧି ପାଞ୍ଚିଥା’ନ୍ତି, କିପରି ଅନ୍ୟର କ୍ଷତି କରି ତାକୁ ବିପଦରେ ପକାଇବେ।
    ସେମାନେ ସବୁବେଳେ ଯୋଜନା କରୁଥା’ନ୍ତି କିପରି ଲୋକମାନଙ୍କୁ ଠକି ହେବ।”

ଆୟୁବ ଇଲିଫ‌‌‌ସ୍‌‌‌କୁ ଉତ୍ତର ଦେଲା

16 ତା’ପରେ ଆୟୁବ ଉତ୍ତର ଦେଲା,

“ମୁଁ ଏସବୁ କଥା ପୂର୍ବରୁ ଶୁଣି ଅଛି।
    ତୁମ୍ଭେ ତିନି ଜଣ ମୋତେ ସାନ୍ତ୍ୱନା ନ ଦେଇ ଦୁଃଖ ଦେଉଛ।
ତୁମ୍ଭର ଶୂନ୍ୟ ବାକ୍ୟର କ’ଣ ଅନ୍ତ ହେବ ନାହିଁ।
    ତୁମ୍ଭକୁ ଯୁକ୍ତି କରିବାକୁ କ’ଣ ପ୍ରବର୍ତ୍ତାଉଛି ମୋତେ ଉତ୍ତର ଦିଅ?
ମୁଁ ମଧ୍ୟ ସେହିଭଳି କଥା ତୁମ୍ଭକୁ କହିପାରେ,
    ଯଦି ତୁମ୍ଭର ମୋ’ ଭଳି ବିପଦ ପଡ଼ିଥା’ନ୍ତା।
ମୁଁ ମଧ୍ୟ ତୁମ୍ଭ ବିରୁଦ୍ଧରେ ବୁଦ୍ଧିମାନର ବାକ୍ୟ କହି ପାରନ୍ତି
    ଏବଂ ତୁମ୍ଭମାନଙ୍କ ପ୍ରତି ମୋ’ ମୁଣ୍ଡ ହଲାଇ ପାରନ୍ତି।
କିନ୍ତୁ ମୁଁ ତୁମ୍ଭକୁ ମୋର ବାକ୍ୟଦ୍ୱାରା ଉତ୍ସାହିତ କରିଥା’ନ୍ତି,
    ସାନ୍ତ୍ୱନା ଦେଇଥା’ନ୍ତି ଏବଂ ତୁମ୍ଭର କଷ୍ଟକୁ କମେଇ ଦେଇଥା’ନ୍ତି।

“ତଥାପି ମୁଁ ଯଦି କହେ, ମୋ’ ଦୁଃଖର ଉପଶମ ହେଉ ନାହିଁ
    ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ୟ ମୋତେ ସାହାଯ୍ୟ କରେ ନାହିଁ।
କିନ୍ତୁ ବର୍ତ୍ତମାନ ପରମେଶ୍ୱର ପ୍ରକୃତରେ ମୋତେ ନିଃଶେଷ କରି ଦେଇଛନ୍ତି।
    ତୁମ୍ଭେ ମୋର ପରିବାରକୁ ଧ୍ୱଂସ କରିଛ।
ତୁମ୍ଭେ ମୋ’ ଶରୀରକୁ ଜରାଜୀର୍ଣ୍ଣ କରିଛ।
    ସେଥିପାଇଁ ଲୋକମାନେ ମୋତେ ଦୋଷୀ ବୋଲି ଭାବୁଛନ୍ତି।

“ପରମେଶ୍ୱର ମୋତେ ଆକ୍ରମଣ କରିଛନ୍ତି।
    ସେ ମୋ’ ଉପରେ କୋପ କରିବାରୁ ମୋର ଶରୀର ଲୋତକରେ ଭିଜି ଯାଇଛି।
ପରମେଶ୍ୱର ମୋ’ ବିରୁଦ୍ଧରେ ତାଙ୍କ ଦାନ୍ତ ରଗଡ଼ନ୍ତି।
    ମୋର ଶତ୍ରୁ ମୋତେ ଘୃଣା ଚକ୍ଷୁରେ ଦେଖନ୍ତି।
10 ଲୋକମାନେ ମୋ’ ଗ୍ଭରିକଡ଼ରେ ଏକତ୍ରିତ ହୋଇଛନ୍ତି
    ଏବଂ ସେମାନେ ମୋତେ ଉପହାସ କରନ୍ତି, ଏବଂ ମୋ’ ଗାଲରେ ଗ୍ଭପୁଡ଼ା ମାରନ୍ତି।
11 ପରମେଶ୍ୱର ମୋତେ ଦୁଷ୍ଟ ଲୋକଙ୍କ ହାତରେ ସମର୍ପି ଦେଇଛନ୍ତି।
    ସେ ଦୁଷ୍ଟ ଲୋକମାନଙ୍କୁ ମୋତେ ଆଘାତ କରିବାକୁ ଅନୁମତି ଦେଇଛନ୍ତି।
12 ମୋର ଗୋଟିଏ ଆରାମଦାୟକ ଜୀବନ ଥିଲା।
    ତା’ପରେ ସେ ମୋତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ।
ସେ ମୋର ବେକକୁ ଧରି
    ମୋତେ ଛୋଟ ଛୋଟ ଖଣ୍ଡ କରି ଭାଙ୍ଗି ଦେଲେ।
ସେ ଲକ୍ଷ୍ୟ ଅଭ୍ୟାସ ପାଇଁ ମୋତେ ବ୍ୟବହାର କଲେ।
13     ପରମେଶ୍ୱରଙ୍କ ତୀରବାହକମାନେ ମୋର ଚତୁର୍ପାର୍ଶ୍ୱରେ ଅଛନ୍ତି।
ସେ ମୋର ବୃକ‌କ୍‌କୁ ଶରଦ୍ୱାରା ବିଦ୍ଧ କରନ୍ତି।
    ସେ କୌଣସି ପ୍ରକାର ଦୟା ଦେଖାନ୍ତି ନାହିଁ।
    ସେ ମୋର ଅନ୍ତନାଳୀକୁ ଭୂମିରେ ଫିଙ୍ଗିଦିଅନ୍ତି।
14 ପରମେଶ୍ୱର ମୋତେ ବାରମ୍ବାର ଆକ୍ରମଣ କରନ୍ତି।
    ସେ ଯୁଦ୍ଧ କ୍ଷେତ୍ରର ସୈନିକ ପରି ମୋତେ ଆକ୍ରମଣ କରନ୍ତି।

15 “ମୋର ଦୁଃଖରେ ମୁଁ ମୋର ବସ୍ତ୍ର ଚଟରୁ ବସ୍ତ୍ର ତିଆରି କଲି।
    ଜଣେ ପରାଜିତ ଲୋକ ପରି ମୁଁ ଏହି ଧୂଳି ଓ ପାଉଁଶ ଉପରେ ବସୁଛି।
16 କାନ୍ଦି କାନ୍ଦି ମୋର ମୁହଁ ଲାଲ ପଡ଼ିଗଲାଣି।
    ମୋର ଆଖିର ଚତୁର୍ଦ୍ଦିଗରେ କଳା କଳା ଦାଗ ଦିଶିଲାଣି।
17 ମୁଁ ଜୀବନରେ କାହାପ୍ରତି ନିଷ୍ଠୁର ଆଚରଣ କରି ନାହିଁ, ତଥାପି ଏହିସବୁ ଅମଙ୍ଗଳ ମୋତେ ଘଟିଲା।
    ମୋର ପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।

18 “ପୃଥିବୀ, ମୋ’ ପ୍ରତି ଯେଉଁ ଅନ୍ୟାୟ କରାଯାଇଛି ତାହା ଲୁଗ୍ଭଅ ନାହିଁ।
    ନ୍ୟାୟ ପାଇଁ ମୋର ଭୀକ୍ଷା ବନ୍ଦ ନ ହେଉ।
19 ଏବେ ବି ବର୍ତ୍ତମାନ ମୋ’ ପାଇଁ ସ୍ୱର୍ଗରାଜ୍ୟରେ କେହି ଜଣେ ଅଛି,
    ଯିଏ ମୋ’ ପକ୍ଷରେ କଥା କହିବେ।
    କେହି ଜଣେ ମୋ’ ପାଇଁ ସାକ୍ଷ୍ୟ ଦେବେ।
20 ମୋ’ ମିତ୍ରଗଣ ମୋ’ ପାଇଁ କୁହ,
    କିପରି ମୋର ଚକ୍ଷୁ ପରମେଶ୍ୱରଙ୍କ ପାଇଁ ଲୁହ ଢାଳି ଦେଉଛି।
21 ସେ ମୋ’ ପାଇଁ ପରମେଶ୍ୱରଙ୍କୁ କୁହନ୍ତି
    ଯେମିତିକି ଜଣେ ବ୍ୟକ୍ତି ତା’ର ବନ୍ଧୁ ପାଇଁ ଯୁକ୍ତି କରେ।

22 “ଆଉ କିଛି ବର୍ଷ ପରେ
    ମୁଁ ସେହି ମୃତ୍ୟୁ ରାଜ୍ୟକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 9:22-43

22 କିନ୍ତୁ ଶାଉଲ ଅଧିକ ଶକ୍ତିଶାଳୀ ହୋଇ ଉଠିଲେ। ସେ ପ୍ରମାଣ କରିଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ଥିଲା ଯେ, ଦମ୍ମେସକର ଯିହୂଦୀମାନେ ଏ ବିଷୟରେ ତାହାଙ୍କ ସହିତ ଯୁକ୍ତି କରି ପାରୁ ନ ଥିଲେ।

ଶାଉଲ ଯିହୂଦୀଙ୍କଠାରୁ ରକ୍ଷା ପାଇବା

23 ଅନେକ ଦିନ ବିତିଗଲା ପରେ ଯିହୂଦୀମାନେ ଶାଉଲଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ। 24 ଯିହୂଦୀମାନେ ତାହାଙ୍କୁ ମାରିବା ପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣି ପାରିଲେ। 25 କିନ୍ତୁ ତାହାଙ୍କର ଅନୁସରଣକାରୀ ତାହାଙ୍କୁ ଦିନେ ରାତିରେ ଟୋକେଇରେ ନେଇ ପାଚେରୀ ଆରପଟେ ଛାଡ଼ି ଦେଲେ।

ଯିରୁଶାଲମରେ ଶାଉଲ

26 ଶାଉଲ ଯିରୁଶାଲମରେ ପହଞ୍ଚି ବିଶ୍ୱାସୀ ଶିଷ୍ୟମାନଙ୍କ ସହିତ ଯୋଗଦେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେମାନେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତରେ ଯୀଶୁଙ୍କର ଶିଷ୍ୟ ହୋଇଅଛନ୍ତି, ଏହା ଶିଷ୍ୟମାନେ ବିଶ୍ୱାସ କଲେ ନାହିଁ। 27 ମାତ୍ର ବର୍ଣ୍ଣ‌ବ୍‌‌ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗରେ ନେଇ ପ୍ରେରିତମାନଙ୍କ ପାଖକୁ ଗଲେ। ଦମ୍ମେସକକୁ ଯିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ରେରିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମେସକରେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମରେ ପ୍ରଗ୍ଭର କରିଥିଲେ, ଏହା ସବୁ ମଧ୍ୟ ସେ ସେମାନଙ୍କୁ ବୁଝାଇ ଦେଲେ।

28 ତା’ପରେ ଶାଉଲ ସେମାନଙ୍କ ସହିତ ରହି, ଯିରୁଶାଲମର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କର ନାମରେ ସାହସର ସହିତ ପ୍ରଗ୍ଭର କଲେ। 29 ସେ ଗ୍ରୀକ୍ ଭାଷାଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏବଂ ବାଦାନୁବାଦ ମଧ୍ୟ କରୁଥିଲେ। କିନ୍ତୁ ସେମାନେ ତାହାଙ୍କୁ ମାରିବା ପାଇଁ ଚେଷ୍ଟା କଲେ। 30 ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇଦେଲେ।

31 ଏହା ଦ୍ୱାରା ଯିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ୱାସୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ରଆତ୍ମାର ସହାୟତା ପାଇ ସେମାନେ ରହୁଥିଲେ।

ଲୂଦ ଓ ଯାଫୋରେ ପିତର

32 ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶେଷରେ ଲୂଦ ନଗରରେ ରହୁଥିବା ସାଧୁମାନଙ୍କ ପାଖରେ ଆସି ପହଞ୍ଚିଲେ। 33 ସେଠାରେ ସେ ଏନିୟ ନାମକ ଜଣେ ପକ୍ଷାଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିଥିଲା। 34 ପିତର ତାହାକୁ କହିଲେ, “ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ରେ ସେ ଉଠିଗଲା।” 35 ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

36 ଟାବୀଥା ନାମକ ଜଣେ ଶିଷ୍ୟା ଯାଫୋ ନଗରରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ। 37 ପିତର ଯେତେବେଳେ ଲୂଦରେ ଥିଲେ, ସେତେବେଳେ ସେ ଅସୁସ୍ଥ ହୋଇ ମରିଗଲେ। ଲୋକମାନେ ତାହାଙ୍କର ଶରୀରକୁ ଧୋଇ ଉପର ମହଲାର କୋଠରୀରେ ଶୁଆଇ ଦେଲେ। 38 ଯାଫୋର ବିଶ୍ୱାସୀ ଶିଷ୍ୟମାନେ ଶୁଣିଲେ ଯେ, ପିତର ଲୂଦରେ ଅଛନ୍ତି। ଲୂଦ ଯାଫୋର ପାଖରେ ଥିଲା। ତେଣୁ ସେମାନେ ଦୁଇଜଣଙ୍କୁ ପିତରଙ୍କ ପାଖକୁ ପଠାଇ ଏହି ନିବେଦନ କଲେ, “ଆମ୍ଭ ପାଖକୁ ଶୀଘ୍ର ଆସନ୍ତୁ।”

39 ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସେମାନଙ୍କ ସହିତ ଗଲେ। ସେ ଯେତେବେଳେ ପହଞ୍ଚିଲେ, ସେମାନେ ତାହାଙ୍କୁ ଉପର କୋଠରିକୁ ନେଇ ଗଲେ। ପିତରଙ୍କ ଗ୍ଭରିପାଖେ ବିଧବାମାନେ ଠିଆ ହୋଇ କାନ୍ଦୁଥିଲେ। ଟାବୀଥା ସେମାନଙ୍କ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସେଗୁଡ଼ିକ ସେମାନେ ପିତରଙ୍କୁ ଦେଖାଇଲେ। 40 ପିତର କୋଠରି ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତା’ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, “ଟାବୀଥା, ଉଠ।” ସେ ଆଖି ଖୋଲିଲେ ଓ ପିତରଙ୍କୁ ଦେଖି ଉଠି ବସିଲେ। 41 ପିତର ତାହାଙ୍କର ହାତ ଧରି ଉଠେଇଲେ ଓ ବିଶ୍ୱାସୀମାନଙ୍କୁ ଓ ବିଧବାମାନଙ୍କୁ କୋଠରି ମଧ୍ୟକୁ ଡାକିଲେ ଓ ଟାବୀଥାକୁ ଜୀବିତ ଦେଖାଇଲେ।

42 ଏହି ଖବର ଯାଫୋର ଗ୍ଭରିଆଡ଼େ ବ୍ୟାପିଗଲା। ଅନେକ ଲୋକ ପ୍ରଭୁଙ୍କ ପାଖରେ ବିଶ୍ୱାସ କଲେ। 43 ତା’ପରେ ପିତର ଯାଫୋ ନଗରରେ ଶିମୋନ ନାମକ ଜଣେ ଚମାର ଘରେ ବହୁତ ଦିନ ରହିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center