Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 3-4

ଆୟୁବ ନିଜର ଜନ୍ମଦିନକୁ ଅଭିଶାପ ଦେଲେ

ଏହା ପରେ ଆୟୁବ ନିଜର ପାଟି ଖୋଲିଲା ଏବଂ ତା’ର ଜନ୍ମଦିନକୁ ଅଭିଶାପ ଦେଲା। ସେ କହିଲା,

“ମୁଁ ଗ୍ଭହୁଁଛି ଯେଉଁ ଦିନ ମୁଁ ଜନ୍ମଲାଭ କଲି, ସେଭଳି ଦିନ ସବୁଦିନ ପାଇଁ ଲୋପ ପାଇଯାଉ।
    ମୁଁ ଗ୍ଭହୁଁଛି ଯେଉଁ ରାତ୍ରିରେ ସେମାନେ କହିଲେ, ‘ଏହା ଏକ ବାଳକ!’ କେବେ ହୋଇ ନ ଥା’ନ୍ତା।
ମୁଁ ଗ୍ଭହେଁ ସେହି ଦିନଟି ଅନ୍ଧାର ରହି ଥା’ନ୍ତା
    ଏବଂ ମୁଁ ଗ୍ଭହେଁ ପରମେଶ୍ୱର ସେହି ଦିନଟିକୁ ଭୁଲି ଯାଆନ୍ତୁ।
    ମୁଁ ଗ୍ଭହେଁ ଯେ ସେଦିନ ଦିପ୍ତୀ ପ୍ରକାଶିତ ହୋଇ ନ ଥା’ନ୍ତା।
ମୁଁ ଗ୍ଭହେଁ ସେହି ଦିନଟି ମୃତ୍ୟୁ ଭଳି ଅନ୍ଧକାର ହୋଇ ରହନ୍ତା।
    ମୁଁ ଗ୍ଭହେଁ ବାଦଲ ତାକୁ ଲୁଗ୍ଭଇ ଦିଅନ୍ତା।
    ମୁଁ ଗ୍ଭହେଁ ଯେଉଁ ଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସେହି ଦିନର ଆଲୋକକୁ ଭୟଭୀତ କରାଇଦେଉ।
ସେହି ରାତ୍ରିଟିକୁ ଘନ ଅନ୍ଧକାର ଘୋଡ଼ାଇଦେଉ,
    ସେହି ରାତ୍ରିଟି କ୍ୟାଲେଣ୍ଡରରୁ ଲିଭିଯାଉ।
    ସେହି ରାତ୍ରିଟିକୁ କୌଣସି ମାସରେ ସ୍ଥାନ ଦିଆ ନ ଯାଉ।
ସେହି ରାତ୍ରିରେ କୌଣସି ଉତ୍ପାଦନ ନ ହେଉ।
    ସେହି ରାତିରେ କୌଣସି ଶୁଭ ଖବର ଶୁଣା ନ ଯାଉ।
କେତେକ ଯାଦୁକର ସବୁବେଳେ ଲିବିୟାଥନକୁ ଆବାହନ କରି ଜଗାନ୍ତି।
    ସେହିମାନେ ସେହି ଦିନକୁ ଅଭିଶାପ ଦିଅନ୍ତୁ,
    ଯେଉଁ ଦିନ ମୁଁ ଜନ୍ମିଲି।
ସେହି ଦିନର ପ୍ରାତଃକାଳୀନ ନକ୍ଷତ୍ର କାଳିମାମୟ ହୋଇ ଅନ୍ଧକାରରେ ଲୁଚି ଯାଉ।
    ରାତ୍ରିଟି ପ୍ରଭାତର ପ୍ରତୀକ୍ଷାରେ ରହୁ
    ଏବଂ ସୂର୍ଯ୍ୟର ପ୍ରଥମ କିରଣ ନ ଦେଖୁ।
10 କାରଣ ସେହି ରାତ୍ରିଟି ମୋର ଜନ୍ମ ମୁହୂର୍ତ୍ତକୁ ଅଟକାଇ ପାରିଲା ନାହିଁ।
    ସେହି ରାତ୍ରିଟି ମୋତେ ଏଭଳି ଦୁଃଖ ଦେଖିବାରୁ ବଞ୍ଚିତ କରି ପାରିଲା ନାହିଁ।
11 ମୁଁ ଜନ୍ମ ସମୟରେ କାହିଁକି ନ ମଲି?
    ମୁଁ କାହିଁକି ନ ମରି ବଞ୍ଚିଛି?
12 କାହିଁକି ମୋର ମା’ ତାର ଆଣ୍ଠୁରେ ମୋତେ ବସାଇ ରଖିଲା?
    ମୋର ମା କାହିଁକି ମୋତେ ତା’ର ଛାତିରୁ ସ୍ତନ୍ୟପାନ କରାଇଲା?
13 ମୁଁ ଯଦି ଜନ୍ମ ହେଲା ବେଳେ ମରିଯାଇଥା’ନ୍ତି,
    ବର୍ତ୍ତମାନ ଶାନ୍ତିରେ ଥା’ନ୍ତି।
ମୁଁ ଇଚ୍ଛାକରେ ମୁଁ ଶୋଇ ରହିଥା’ନ୍ତି ଏବଂ ବିଶ୍ରାମ ପାଇଥା’ନ୍ତି।
14     ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତରେ ଏହି ପୃଥିବୀରେ ଥିଲେ
    ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ୱଂସାବସ୍ଥାରେ ଅଛନ୍ତି।
15 ମୋତେ ଯଦି ସେହି ଶାସକମାନଙ୍କ ସହିତ କବର ଦିଆଯାଇଥା’ନ୍ତା,
    ଯେଉଁମାନେ ସେମାନଙ୍କର ଘରଗୁଡ଼ିକ ସୁନା ଓ ରୂପାରେ ଭରିଥିଲେ।
16 ମୁଁ ଯେତେବେଳେ ଶିଶୁ ବା ପିଲାଥିଲି
    କାହିଁକି ନ ମରି ଭୂମିରେ କବର ନ ନେଲି?
ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ
    ଯିଏ କି ପ୍ରଥମ କିରଣ ଦେଖିବାର ନ ଥିଲା।
17 ଦୁଷ୍ଟଲୋକମାନେ କବର ମଧ୍ୟରେ କାହାକୁ ଅସୁବିଧାରେ ପକାନ୍ତି ନାହିଁ,
    ଏବଂ ଲୋକେ କ୍ଳାନ୍ତ ହେଲେ କବରରେ ବିଶ୍ରାମ ନିଅନ୍ତି।
18 ଏପରିକି ବନ୍ଦୀମାନେ ମଧ୍ୟ କବରରେ ଶାନ୍ତି ପାଆନ୍ତି,
    କାରଣ ସେଠାରେ ଜଗୁଆଳିର ଶବ୍ଦ ଶୁଣାଯାଏ ନାହିଁ।
19 ସବୁ ପ୍ରକାରର ଲୋକେ ଯଥା ଦରକାରୀ ଲୋକ ଓ ଅଦରକାରୀ ଲୋକ,
    ଏପରିକି କ୍ରୀତଦାସମାନେ ମଧ୍ୟ ସେମାନଙ୍କ ମୁନିବଙ୍କଠାରୁ କବରରେ ମୁକ୍ତି ପାଆନ୍ତି।

20 “କାହିଁକି ଜଣେ ପୀଡ଼ିତ ବ୍ୟକ୍ତି ବଞ୍ଚିରହିବା ଉଚିତ୍?
    କାହିଁକି ଜଣେ ବ୍ୟକ୍ତିକୁ ଜୀବନ ଦେବା ଯାହାର ଆତ୍ମା ତିକ୍ତ?
21 ସେହି ବ୍ୟକ୍ତି ମରିବାକୁ ଗ୍ଭହୁଁଛି ଅଥଚ ମୃତ୍ୟୁ ତା’ ନିକଟକୁ ଆସୁ ନାହିଁ।
    ସେହି ଲୋକଟି ଗୁପ୍ତଧନ ସନ୍ଧାନଠାରୁ ଅଧିକ ମୃତ୍ୟୁକୁ ଖୋଜି ବୁଲୁଛି।
22 ସେହି ଲୋକମାନେ ସେମାନଙ୍କର କବର ପାଇ ଖୁସୀ ହେବେ,
    ସେମାନେ ତାଙ୍କର ସମାଧି ପାଇ ଉଲ୍ଲସିତ ହେବେ।
23 କିନ୍ତୁ ପରମେଶ୍ୱର ସେମାନଙ୍କର ଭବିଷ୍ୟତକୁ ଗୋପନ ରଖନ୍ତି
    ଏବଂ ସେହିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।
24 ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବରେ, ମୁଁ ଦୁଃଖରେ ବିଳାପ କଲି
    ଏବଂ ମୋର ଲୋତକ ପାଣିପରି ବହିଗଲା।
25 କାରଣ ମୁଁ ଯେଉଁ ବିଷୟରେ ଭୟ କରୁଥିଲି ତାହା ହିଁ ମୋ’ ପ୍ରତି ଘଟିଲା
    ଏବଂ ଯେଉଁ ବିଷୟରେ ଅତି ଆଶଙ୍କା କରୁଥିଲି ତାହା ମୋ’ ନିକଟରେ ଉପସ୍ଥିତ ହେଲା।
26 ମୁଁ ସ୍ଥିର କରିପାରୁ ନ ଥିଲି।
    ମୁଁ ନୀରବ ରହୁ ନ ଥିଲି, ମୋର ବିଶ୍ରାମ ନ ଥିଲା, ମୁଁ କେବଳ ବିବ୍ରତ ହେଉଥିଲି।”

ଇଲୀଫସ୍ କହିଲା

ତୈମନୀୟ ଇଲୀଫସ୍ ଉତ୍ତର ଦେଲେ,

‘ମୁଁ ନିଶ୍ଚୟ କିଛି କହିବି,
    ଏହା ଦ୍ୱାରା ତୁମ୍ଭେ ଦୁଃଖିତ ହେବ କି?
ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦେଇଛ।
    କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।
ତୁମ୍ଭର ବାକ୍ୟ ଲୋକଙ୍କୁ ଛିଡ଼ା ହେବାକୁ ଶକ୍ତି ଦେଇଛି।
    ତୁମ୍ଭେ ସେହିମାନଙ୍କୁ ବଳବାନ କରିଛ, ଯେଉଁମାନେ ଦିନେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁ ନ ଥିଲେ।
କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି
    ଓ ତୁମ୍ଭେ ହତାଶ ହୋଇଛ,
ବିପଦ ତୁମ୍ଭକୁ ଆଘାତ କରିଛି
    ଓ ତୁମ୍ଭେ ବିବ୍ରତ ହେଉଛ।
ତୁମ୍ଭେ ପରମେଶ୍ୱରଙ୍କୁ ଉପାସନା କର।
    ତୁମ୍ଭେ ତାଙ୍କୁ ବିଶ୍ୱାସ କର।
ତୁମ୍ଭେ ଜଣେ ଉତ୍ତମ ବ୍ୟକ୍ତି।
    ତାହା ହିଁ ତୁମ୍ଭର ଆଶାର ସ୍ରୋତ ହେଉ।
ଆୟୁବ ଥରେ ଭାବି ଦେଖିଲ, କେହି ନିରପରାଧ ବ୍ୟକ୍ତି କେବେ ଧ୍ୱଂସ ହୋଇଛନ୍ତି!
    ଉତ୍ତମ ବ୍ୟକ୍ତିମାନଙ୍କର ବିନାଶ ଘଟେ ନାହିଁ।
ମୁଁ ଦେଖିଛି କେତେକ ବ୍ୟକ୍ତି ଅନ୍ୟକୁ ବିପଦରେ ପକାନ୍ତି ଏବଂ ସେମାନଙ୍କ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି।
    କିନ୍ତୁ ଶେଷରେ ସେମାନେ ହିଁ ଦଣ୍ଡ ପାଆନ୍ତି।
ପରମେଶ୍ୱରଙ୍କ ଦଣ୍ଡରେ ସେମାନେ ମୃତ୍ୟୁବରଣ କରନ୍ତି।
    ପରମେଶ୍ୱରଙ୍କ କ୍ରୋଧରେ ସେମାନେ ଧ୍ୱଂସ ହୁଅନ୍ତି।
10 ଦୁଷ୍ଟଲୋକ ସିଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିଯା’ନ୍ତି।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ନୀରବ କରାଇ ଦିଅନ୍ତି ଓ ସେମାନଙ୍କର ଦାନ୍ତକୁ ଭାଙ୍ଗି ଦିଅନ୍ତି।
11 ହଁ, ସେହି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ।
    ସେମାନେ ଶେଷରେ ମୃତ୍ୟୁବରଣ କରନ୍ତି ଓ ସେମାନଙ୍କର ପିଲାମାନେ ଗ୍ଭରିଆଡ଼େ ଘୂରି ବୁଲନ୍ତି।

12 ଗୁପ୍ତରେ ମୋ’ ନିକଟକୁ ଗୋଟିଏ ଖବର ଆସିଲା।
    ମୋର କାନ ସେହି ବିଷୟରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା।
13 ରାତ୍ରିର ଗୋଟିଏ ଖରାପ ସ୍ୱପ୍ନ ଭଳି
    ଏହା ମୋର ନିଦ୍ରାକୁ ନଷ୍ଟ କରି ଦେଲା।
14 ମୁଁ ଭୟଭୀତ ହେଲି
    ଓ ମୋର ହାତସବୁ ଥରିଲା।
15 ଏହି ସମୟରେ ଗୋଟାଏ ଆତ୍ମା ମୋର ମୁହଁ ସମ୍ମୁଖରେ ଗ୍ଭଲିଗଲା
    ଏବଂ ମୋର ରୋମ ଟାଙ୍କୁରି ଉଠିଲା।
16 ସେହି ଆତ୍ମା ମୋର ସମ୍ମୁଖରେ ଥିଲା
    କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି।
ତା’ର ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରେ ଥିଲା
    ଏବଂ ଗ୍ଭରିଆଡ଼େ ନିଶବ୍ଦ ଥିଲା।
    ତା’ପରେ ମୁଁ ଏକ ଧୀର ସ୍ୱର ଶୁଣିବାକୁ ପାଇଲି।
17 ଜଣେ ମନୁଷ୍ୟ କ’ଣ ପରମେଶ୍ୱରଙ୍କଠାରୁ ଅଧିକ ଧାର୍ମିକ ହୋଇ ପାରିବ?
    ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ୟ କ’ଣ ଅଧିକ ପବିତ୍ର ହୋଇ ପାରିବ?
18 ଦେଖ, ପରମେଶ୍ୱର ତାଙ୍କ ସ୍ୱର୍ଗୀୟ ସେବକଗଣଙ୍କୁ ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ।
    ପରମେଶ୍ୱର ତାଙ୍କ ଦୂତଗଣଙ୍କଠାରେ ମଧ୍ୟ ଭୁଲ୍ ପାଆନ୍ତି।
19 ନିଶ୍ଚିତ ରୂପେ ମନୁଷ୍ୟମାନେ ଅଧିକ ଖରାପ।
    ସେମାନେ ମାଟି ଘରେ ବାସ କରନ୍ତି।
    ସେମାନଙ୍କର ପ୍ରାରମ୍ଭ ଧୂଳିରୁ, ସେମାନେ ଦଳିତ ହୋଇ ପକ୍ଷଯୁକ୍ତ ପୋକ ମରିବାଠାରୁ ଅଧିକ ସହଜରେ ମରିଯା’ନ୍ତି।
20 ଲୋକମାନେ ପ୍ରାତଃକାଳଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମରନ୍ତି, ଏବଂ ତାହା କେହି ଖାତିରି କରନ୍ତି ନାହିଁ।
    ସେମାନେ ମରନ୍ତି ଏବଂ ଚିରକାଳ ପାଇଁ ଗ୍ଭଲିଯା’ନ୍ତି।
21 ସେମାନଙ୍କର ତମ୍ବୁର ରସିସବୁ ଛିଣ୍ଡିଯାଏ,
    ସେମାନେ ଜ୍ଞାନଭ୍ରଷ୍ଟ ହୋଇ ମୃତ୍ୟୁବରଣ କରନ୍ତି।’

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 7:44-60

44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନ‌କ୍‌ସା ଦେଖାଇଲେ ଏବଂ ସେ ଦେଖିଥିବା ନ‌କ୍‌ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। 45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। 46 ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। 47 କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।

48 “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟ‌ଦ୍‌ବକ୍ତା ଏହିପରି ଲେଖନ୍ତି,

49 ‘ସ୍ୱର୍ଗ ମୋହର ସିଂହାସନ
    ପୃଥିବୀ ମୋହର ପାଦପୀଠ।
ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
    ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50 ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”(A)

51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜି‌ଦ୍‌ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”

ସ୍ତିଫାନଙ୍କ ହତ୍ୟା

54 ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ। 55 କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ। 56 ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।”

57 ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋ‌ର୍‌‌ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ। 58 ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ। 59 ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।” 60 ତା’ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋ‌ର୍‌‌ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center