Old/New Testament
ଯାଜକମାନେ ଓ ଲେବୀୟମାନେ
12 ଏହିମାନେ ହେଉଛନ୍ତି ଯାଜକ ଓ ଲେବୀୟ, ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯେଶୂୟ ସଙ୍ଗେ ଆସିଲେ,
ସେମାନେ ହେଲେ ସରାୟ, ଯିରିମିୟ, ଏଜ୍ରା,
2 ଅମରିୟ, ମଲ୍ଲୂକ, ହଟୂଶ,
3 ଶଖନିୟ, ରହୂମ, ମରେମୋତ୍,
4 ଇଦ୍ଦୋ, ଗିନ୍ନଥୋୟ, ଅବିୟ,
5 ମିୟାମୀନ୍, ମୋୟଦିୟ, ବିଲଗା,
6 ଶମୟିୟ ଓ ଯୋୟାରୀବ, ଯିଦୟିୟ,
7 ସଲ୍ଲୁ, ଆମୋକ, ହିଲ୍କିୟ, ଯିଦୟିୟ।
ଏମାନେ ଯେଶୂୟ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭାତୃଗଣ ମଧ୍ୟରେ ପ୍ରଧାନ ଥିଲେ।
8 ଲେବୀୟମାନେ ଯଥା: ଯେଶୂୟ, ବିନ୍ନୁୟି, କଦ୍ମୀୟେଲ, ଶେରେବିୟ, ଯିହୁଦା ଓ ମତ୍ତନିୟ। ଏହି ମତ୍ତନିୟ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ୟ ଥିଲେ। 9 ସେମାନଙ୍କର ଭାଇ ବକ୍ବୁକିୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀ କର୍ମ କଲେ। 10 ଯେଶୂୟ ଯୋୟାକୀମ୍ର ପିତା ଥିଲେ, ଯୋୟାକୀମ୍ ଇଲିୟାଶୀବର ପିତା ଥିଲେ ଓ ଇଲିୟାଶୀବ ଯୋୟାଦର ପିତା ଥିଲେ। 11 ଯୋୟାଦ ଯୋନାଥନର ପିତା ଥିଲେ ଏବଂ ଯୋନାଥନ ଯୁଦ୍ଦୁୟର ପିତା ଥିଲେ।
12 ପୁଣି ଯୋୟାକୀମର ସମୟରେ ଏହି ଯାଜକଗଣ ସେମାନଙ୍କର ପରିବାରବର୍ଗଗୁଡ଼ିକର ମୁଖ୍ୟ ଥିଲେ, ଯଥା:
ସରାୟ ବଂଶର ପ୍ରଧାନ ଥିଲେ ମରାୟ।
ଯିରିମିୟ ବଂଶର ମୁଖ୍ୟ ଥିଲେ ହନାନିୟ,
13 ଏଜ୍ରା ପରିବାରର ମୁଖ୍ୟ ଥିଲେ ମଶୁଲ୍ଲମ୍।
ଅମରିୟ ପରିବାରର ଯିହୋହାନନ୍ ମୁଖ୍ୟ ଥିଲେ।
14 ମଲ୍ଲୁକ ପରିବାରର ମୁଖ୍ୟ ଥିଲେ ଯୋନାଥନ।
ଶବନିୟ ପରିବାରର ମୁଖ୍ୟ ଥିଲେ ଯୋଷେଫ,
15 ଅଦନ୍, ହାରିମ ପରିବାରର ମୁଖ୍ୟ ଥିଲେ।
ହିଲ୍କିୟ, ମରାୟୋତ ପରିବାରର ମୁଖ୍ୟ ଥିଲେ।
16 ଯିଖରିୟ, ଇଦ୍ଦୋ ପରିବାରର ମୁଖ୍ୟ ଥିଲେ,
ଗିନ୍ନଥୋନ ପରିବାରର ମୁଖ୍ୟ ଥିଲେ ମଶୁଲ୍ଲମ।
17 ସିଖ୍ରି, ଅବିୟ ପରିବାରର ମୁଖ୍ୟ ଥିଲେ।
ପିଲ୍ଟେୟ, ମିନ୍ୟାମିନ ଓ ମୋୟଦିୟ ପରିବାରର ମୁଖ୍ୟ ଥିଲେ।
18 ଶମ୍ମୁୟ, ବିଲ୍ଗା ପରିବାରର ମୁଖ୍ୟ ଥିଲେ।
ଯିହୋନାଥନ, ଶମୟିୟ ପରିବାରର ମୁଖ୍ୟ ଥିଲେ।
19 ମତ୍ତନୟ, ଯୋୟାରୀବ ପରିବାରର ମୁଖ୍ୟ ଥିଲେ,
ଉଷି, ଯିଦୟିୟ ପରିବାରର ମୁଖ୍ୟ ଥିଲେ।
20 କଲ୍ଲୟ, ସଲ୍ଲୟ ପରିବାରର ମୁଖ୍ୟ ଥିଲେ।
ଏବର୍, ଆମୋକ ପରିବାରର ମୁଖ୍ୟ ଥିଲେ,
21 ହଶବିୟ, ହିଲ୍କିୟ ପରିବାରର ମୁଖ୍ୟ ଥିଲେ।
ନଥନେଲ ଯିଦୟିୟ ପରିବାରର ମୁଖ୍ୟ ଥିଲେ।
22 ଇଲିୟାଶୀବ, ଯୋୟାହ ଓ ଯୋହାନନ୍ ଓ ଯଦ୍ଦୂୟ ସମୟରେ ଲେବୀୟମାନେ ମଧ୍ୟ ପାରସିକ ଦାରିୟାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ୟ ରୂପେ ବଂଶାବଳିରେ ଲିଖିତ ହେଲେ। 23 ଲେବୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିୟାଶୀବର ପୁତ୍ର ଯୋହାନନ୍ର ସମୟ ପର୍ଯ୍ୟନ୍ତ ବଂଶାବଳି ପୁସ୍ତକରେ ଲିଖିତ ହେଲା। 24 ଲେବୀୟମାନଙ୍କ ପ୍ରଧାନଗଣ, ହଶବିୟ, ଶେରେବିୟ ଓ କଦ୍ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।
25 ମତ୍ତନିୟ ଓ ବକ୍ବୁକିୟ, ଓବଦିୟ, ମଶୁଲ୍ଲମ୍, ଟଲ୍ମୋନ୍, ଅକ୍କୁବ୍ ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ। 26 ଏମାନେ ସମସ୍ତେ ଯୋଷାଦକର ପୁତ୍ର ଯେଶୂୟର ପୁତ୍ର ଯୋୟାକୀମ ସମୟରେ, ଆଉ ରାଜ୍ୟପାଳ ନିହିମିୟା ଓ ଯାଜକ ଏଜ୍ରା ଓ ଲିପିକାର ସମୟରେ ଥିଲେ।
ଯିରୁଶାଲମ ପ୍ରାଚୀରର ସମର୍ପଣ
27 ଏହା ପରେ ଯିରୁଶାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ, ଗିନି, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୁଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସବୁ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ।
28-29 ଗାୟକମାନେ ଯିରୁଶାଲମର ଚତୁର୍ଦ୍ଦିଗରୁ ଓ ନଟୋଫାତୀୟମାନଙ୍କ ଗ୍ରାମରୁ ଆସିଲେ। ବୈଥ୍-ଗିଲ୍ଗଲ୍ରୁ ଆଉ ଗେବା ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରିତ ହେଲେ। କାରଣ ଗାୟକମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇ ଥିଲେ।
30 ଯାଜକମାନେ ଓ ଲେବୀୟମାନେ ନିଜ ନିଜକୁ ଶୁଚି କଲେ। ଆଉ ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ।
31 ଏହା ପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି। ତହିଁରେ ଏକଦଳ ଦକ୍ଷିଣ ପାର୍ଶ୍ୱରେ ପ୍ରାଚୀର ଉପରଦେଇ ଖତଦ୍ୱାର ଆଡ଼କୁ ଗଲେ। 32 ସେମାନଙ୍କ ପଛେ ହୋଶୟିୟ ଓ ଯିହୁଦାର ଅଧିପତି ବର୍ଗରେ ଅର୍ଦ୍ଧେକ, 33 ଆଉ ଅସରିୟ, ଏଜ୍ରା ଓ ମଶୁଲ୍ଲମ୍, 34 ଯିହୁଦା ଓ ବିନ୍ୟାମୀନ୍ ଓ ଶମୟିୟ ଓ ଯିରିମିୟ। 35 କେତେକ ଯାଜକ ତୂରୀ ନେଇ ଗଲେ। ଯିଖରିୟ ଯିଏ କି, ଯୋନାଥନଙ୍କର ପୁତ୍ର, ଯିଏ କି ଶମୟିୟର ପୁତ୍ର, ଯିଏ କି ମତ୍ତନୀୟଙ୍କର ପୁତ୍ର, ଯିଏ କି ମିଖାୟଙ୍କର ପୁତ୍ର, ଯିଏ କି ସକ୍କୁରଙ୍କର ପୁତ୍ର, ଯିଏ କି ଆସଫଙ୍କର ପୁତ୍ର ଥିଲେ। ତାଙ୍କର ଭାଇମାନେ ଶମୟିୟ ଅସରେଲ, ମିଲଲୟ, ଗିଲଲୟ, ମାଯିୟ, ନଥନେଲ, ଯିହୁଦା ଓ ହାନାନୀ। ପରମେଶ୍ୱରଙ୍କର ଏହି ଲୋକମାନେ ପରମେଶ୍ୱରଙ୍କର ସେବକ ଦାଉଦ ନିକଟକୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସହିତ ଗଲେ। ଲେଖକ ଏଜ୍ରା ସେମାନଙ୍କ ଆଗରେ ଗଲେ। 36 ତାହାର ଭାତୃଗଣ ଶମୟିୟ ଓ ଅସରେଲ, ମିଲଲୟ, ଗିଲଲୟ, ମାଯିୟ, ନଥନେଲ ଓ ଯିହୁଦା, ହନାନି। ଏହି ଲୋକମାନେ ପରମେଶ୍ୱରଙ୍କ ସେବକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ। ଲିପିକାର ଏଜ୍ରା ସେମାନଙ୍କ ଆଗେ ଆଗେ ଗ୍ଭଲିଲେ। 37 ସେମାନେ ଝର ଫାଟକ ନିକଟରେ ହେଲା ପରେ ନିଜ ନିଜ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ ନଗରର ପାହଚ ଉଠିବା ପରେ, ଦାଉଦଙ୍କର ଗୃହ ଉପରେ ଦେଇ ପୂର୍ବ ଆଡ଼େ ଜଳଦ୍ୱାର ଆଡ଼େ ଗଲେ।
38 ତା’ପରେ ଅନ୍ୟ ଦଳ ଧନ୍ୟବାଦ ଉତ୍ସର୍ଗ କରିବାକୁ ବାମ ପାର୍ଶ୍ୱକୁ ଗଲେ। ଲୋକମାନଙ୍କର ଅର୍ଦ୍ଧେକ ଓ ମୁଁ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ। 39 ଆଉ ଇଫ୍ରୟିମ ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ। ଆଉ ସେମାନେ ପ୍ରହରୀ ଦ୍ୱାରରେ ଠିଆ ହୋଇ ରହିଲେ। 40 ଦୁଇ ଦଳ ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରୁଥିଲେ ପରମେଶ୍ୱରଙ୍କ ମନ୍ଦିରରେ ଛିଡ଼ା ହେଲେ। ଅର୍ଦ୍ଧେକ ପଦାଧିକାରୀ ସହିତ ମୁଁ ମଧ୍ୟ ସେପରି କଲି। 41 ଇଲିୟାକୀମ୍, ମାସେୟ, ମିନ୍ୟାମିନ୍, ମୀଖାୟ, ଇଲିୟୋ-ଐନୟ, ଯିଖରିୟ, ହନାନିୟ, ଆଦି ଯାଜକଗଣ ମଧ୍ୟରେ ଅନ୍ୟତମ ଯେଉଁମାନେ ତୂରୀ ବାଦନ କରୁଥିଲେ। 42 ଆଉ ମାସେୟ, ଶମୟିୟ, ଇଲିୟାସର, ଉଷି, ଯିହୋହାନନ୍, ମଲ୍କିୟ, ଏଲମ୍ ଓ ଏଷର ସମସ୍ତେ ଠିଆ ହୋଇ ରହିଲେ।
ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରିହିୟ ଗାନ କଲେ। 43 ପୁଣି ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ। କାରଣ ପରମେଶ୍ୱର ସେମାନଙ୍କୁ ମହା ଆନନ୍ଦରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ଯିରୁଶାଲମର ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା।
44 ସେହି ଦିନରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିୟମ ଅନୁଯାୟୀ ଆଣିଲେ। ଲୋକମାନଙ୍କୁ କୋଠରୀରେ ନିରୀକ୍ଷଣ କରିବା ପାଇଁ ନିଯୁକ୍ତ କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରୀ ସବୁରେ ଲୋକମାନେ ନିଯୁକ୍ତି ହେଲେ। କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦୀୟମାନେ ବହୁତ ଆନନ୍ଦିତ ହୋଇଥିଲେ। 45 ପୁଣି ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞା ଅନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ଓ ଶୌଚର ରକ୍ଷଣୀୟ ରକ୍ଷା କଲେ, ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ। 46 ପୂର୍ବକାଳରେ ଦାଉଦ ଓ ଆସଫ୍ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା।
47 ତେଣୁ ସରୁବ୍ବାବିଲ ଓ ନିହିମିୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ସେମାନଙ୍କର ଉପହାରଗୁଡ଼ିକ ସମର୍ପଣ କଲେ ଓ ଲେବୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡ଼ିକ ସମର୍ପଣ କଲେ।
ନିହିମିୟାଙ୍କର ଶେଷ ନିର୍ଦ୍ଦେଶ
13 ସେହି ଦିନ ସେମାନେ ଲୋକମାନଙ୍କୁ ଜଣାଇବାକୁ ମୋଶାଙ୍କ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା, ଯେ ଅମ୍ମୋନୀୟ ଓ ମୋୟାବୀୟ ଲୋକ କେବେ ପରମେଶ୍ୱରଙ୍କ ସଭାରେ ପ୍ରବେଶ କରିବେ ନାହିଁ। 2 କାରଣ ସେମାନେ ଅନ୍ନଜଳ ନେଇ ଇସ୍ରାଏଲ ସନ୍ତାନଗଣଙ୍କୁ ଭେଟିଲେ ନାହିଁ। କିନ୍ତୁ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ସେମାନେ ବିଲିୟମକୁ ପାଊଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ। 3 ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ।
4 ଏଥି ପୂର୍ବରୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରସ୍ଥିତ କୋଠରୀ ସବୁର ଦାୟିତ୍ୱ ଇଲିୟାଶୀବଙ୍କୁ ଦିଆଗଲା। ଇଲିୟାଶୀବ୍ ଯାଜକ ଟୋବିୟର କୁଟୁମ୍ବ ଥିଲା। 5 ତେଣୁ ସେ ତାକୁ ଏକ ବଡ଼ କୋଠରୀ ଦେଲା। ସେହି କୋଠରୀକୁ ପୂର୍ବେ ଲୋକମାନେ ସେହି ସ୍ଥାନରେ ଶସ୍ୟ ନୈବେଦ୍ୟ, ସୁଗନ୍ଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବାରେ ବ୍ୟବହୃତ ହେଉଥିଲା।
6 ମୁଁ ଏସବୁ ସମୟରେ ଯିରୁଶାଲମରେ ନ ଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର ବତିଶ୍ ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ପରେ ରାଜାଙ୍କୁ ବିଦାୟ ମାଗିଲି। 7 ଏହା ପରେ ମୁଁ ଯିରୁଶାଲମକୁ ଫେରି ଆସିଲି ଏବଂ ଇଲିୟାଶୀବ୍, ଟୋବିୟ ନିମନ୍ତେ ପରମେଶ୍ୱରଙ୍କ ମନ୍ଦିରର ପ୍ରାଙ୍ଗଣରେ ଏକ କୋଠରୀ ପ୍ରସ୍ତୁତ କରି ଯେଉଁ ମନ୍ଦକର୍ମ କରିଥିଲା ତାହା ବିଷୟରେ ଶୁଣିଲି। 8 ଏହା ମୋତେ ବ୍ୟତିବ୍ୟସ୍ତ କଲା, ଏଣୁ ମୁଁ ସେହି କୋଠରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇ ଦେଲି। 9 ଏହା ପରେ ମୁଁ ଆଜ୍ଞା କରିବାରୁ, ସେମାନେ କୋଠରୀସବୁକୁ ଶୁଚିକଲେ। ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଶସ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି।
10 ମୁଁ ଜାଣିବାକୁ ପାଇଲି ଯେ, ଲେବୀୟମାନଙ୍କ ଅଂଶ ତାଙ୍କୁ ଦିଆଯାଇ ନ ଥିଲା। ତେଣୁ ଲେବୀୟମାନେ ଓ ଗାୟକମାନେ ଯେଉଁମାନେ ମନ୍ଦିରରେ କାର୍ଯ୍ୟ କରୁଥିଲେ ପ୍ରତ୍ୟେକ ନିଜ ନିଜ ଭୂମିକୁ ଫେରି ଯାଇଥିଲେ। 11 ତେଣୁ ମୁଁ ଅଧିକାରୀମାନଙ୍କୁ ପଗ୍ଭରିଲି, “କାହିଁକି ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରର ଅବହେଳା କଲ?” ଏ ବିଷୟରେ ମୁଁ ସେମାନଙ୍କ ସହିତ ଯୁକ୍ତିତର୍କ କଲି। ତା’ପରେ ମୁଁ ଲେବୀୟମାନଙ୍କୁ ଏକତ୍ର କଲି ଏବଂ ସେମାନଙ୍କୁ ସେମାନଙ୍କର ନିଜ କ୍ଷେତ୍ରରେ ନିଯୁକ୍ତି କଲି। 12 ତେଣୁ ସମଗ୍ର ଯିହୁଦା ଶସ୍ୟର ଓ ନୂତନ ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଭଣ୍ତାରକୁ ଆଣିଲେ।
13 ତହିଁରେ ମୁଁ ଶେଲିମିୟ ଯାଜକକୁ ଓ ଲେଖକ ସାଦୋକ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ତାର ସମୂହର ଅଧ୍ୟକ୍ଷ କଲି। ଏବଂ ସକ୍କୂରର ପୁତ୍ର ହନାନ୍, ମତ୍ତନୀୟର ପୁତ୍ର ସକ୍କୂର ସେମାନଙ୍କର ଅଧୀନରେ କାର୍ଯ୍ୟ କଲେ। କାରଣ ସେମାନେ ବିଶ୍ୱସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।
14 ହେ ମୋର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର। ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ବିଷୟ ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି ମୋର କୃତ ସେହି ସୁକର୍ମ ସବୁ ଲିଭାଇ ନ ଦିଅ।
15 ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମ ଦିନରେ ଦ୍ରାକ୍ଷାରସ ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝେଇ କରିବାର ମଧ୍ୟ ବିଶ୍ରାମ ଦିନରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ଯିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନରେ କୌଣସି ଖାଦ୍ୟ ବିକ୍ରୟ ନ କରିବାକୁ ମୁଁ ସେମାନଙ୍କୁ ସତର୍କ କଲି।
16 ସେହି ନଗରରେ ସୋରୀୟ ଲୋକେ ବାସ କରୁଥିଲେ। ସେମାନେ ମତ୍ସ୍ୟ ଓ ଅନ୍ୟ ବହୁତ ଦ୍ରବ୍ୟ ବିଶ୍ରାମ ଦିନରେ ଯିହୁଦୀୟମାନଙ୍କୁ ଓ ଯିରୁଶାଲମରେ ବିକ୍ରୟ କଲେ। 17 ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ଯୁକ୍ତି କରି କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ। 18 ତୁମ୍ଭମାନଙ୍କ ପିତୃପୁରୁଷମାନେ କ’ଣ ଏପରି ବ୍ୟବହାର କରି ନ ଥିଲେ? ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରି ଇସ୍ରାଏଲ ଉପରକୁ କୋପ ଆଣୁଅଛ।”
19 ଏହା ପରେ ବିଶ୍ରାମବାର ପୂର୍ବରୁ ଯିରୁଶାଲମରେ ଯେତେବେଳେ ଅନ୍ଧାର ହେବାକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଶେଷ ହେବା ପର୍ଯ୍ୟନ୍ତ ନ ଖୋଲିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରମାନଙ୍କରେ ନିଯୁକ୍ତି କଲି।
20 ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଥରେ ବା ଦୁଇଥର ଯିରୁଶାଲମ ବାହାରେ ରାତ୍ରି କ୍ଷେପଣ କଲେ। 21 ତା’ପରେ ମୁଁ ସେମାନଙ୍କୁ ସତର୍କ କଲି ଏବଂ କହିଲି, “ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି ଯାପନ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି।” ସେହି ସମୟାବଧି ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ।
22 ଏହା ପରେ ମୁଁ ଲେବୀୟମାନଙ୍କୁ ବିଶ୍ରାମ ଦିନ ପବିତ୍ର କରିବା ନିମନ୍ତେ ନିଜ ନିଜକୁ ଶୁଚି କରିବାକୁ ଓ ଆସି ଦ୍ୱାରସବୁ ଜଗିବାକୁ ଆଜ୍ଞା କଲି।
ହେ ପରମେଶ୍ୱର, ମୋ’ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଶାଶ୍ୱତ ପ୍ରେମରେ ମୋତେ ରକ୍ଷା କର।
23 ସେହି ସମୟରେ ଯେଉଁ ଯିହୁଦୀୟମାନେ ଅସଦୋଦ୍, ଅମ୍ମୋନ ଓ ମୋୟାବ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି। 24 ସେମାନଙ୍କ ବାଳକମାନେ ଅଧେ ଅସ୍ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ। ସେମାନେ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ। ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନୁସାରେ କଥା କହିଲେ। 25 ତେଣୁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲି। ମୁଁ ସେମାନଙ୍କ ଦାଢ଼ି ମଧ୍ୟ ଉତ୍ପାଟନ କଲି ଏବଂ ପରମେଶ୍ୱରଙ୍କ ନାମରେ ସେମାନଙ୍କୁ ପ୍ରତିଜ୍ଞା କରାଇଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣାର କନ୍ୟା ଦିଅ ନାହିଁ କିମ୍ବା ଆପଣା ପୁତ୍ର ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ। 26 ଇସ୍ରାଏଲର ରାଜା ଶଲୋମନ କ’ଣ ଏପରି କାର୍ଯ୍ୟ କରି ପାପ କରି ନ ଥିଲେ? ଅନେକ ରାଷ୍ଟ୍ର ବା ଜାତି ମଧ୍ୟରେ ତାଙ୍କପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କ ପ୍ରିୟପାତ୍ର ଥିଲେ। ପରମେଶ୍ୱର ତାହାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ। 27 ତେଣୁ ଆମ୍ଭେ କ’ଣ ତୁମ୍ଭ କଥା ଶୁଣି ପରମେଶ୍ୱରଙ୍କ ବିରୁଦ୍ଧରେ ଯିବୁ ଓ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରି ମହାପାପ କରିବୁ?”
28 ମହାଯାଜକ ଇଲିୟାଶୀବ୍ର ପୁତ୍ର ଯିହୋୟାଦାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ପୁତ୍ର ହାରୋଣୀୟ ସନ୍ବଲଟ୍ର ଜ୍ୱାଇଁ ଥିଲା। ମୁଁ ସେହି ଲୋକଙ୍କୁ ମୋ’ଠାରୁ ଗ୍ଭଲିଯିବା ପାଇଁ ବାଧ୍ୟ କରିଥିଲି।
29 ହେ ମୋର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର। ଯେହେତୁ ସେମାନେ ଯାଜକପଦକୁ ଆଉ ଯାଜକ ପଦରେ ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଛନ୍ତି। 30 ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିସ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟ ଅନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି। 31 ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି।
ହେ ମୋର ପରମେଶ୍ୱର ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।
ପିତର ଓ ଯୋହନ ବିଶ୍ୱାସୀମାନଙ୍କ ପାଖକୁ ଫେରି ଆସିଲେ
23 ପିତର ଓ ଯୋହନ ଯିହୂଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କ ପାଖକୁ ଆସିଲେ। ମୁଖ୍ୟ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସେମାନଙ୍କୁ ଯାହାସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ। 24 ଯେତେବେଳେ ବିଶ୍ୱାସୀମାନେ ସମସ୍ତେ ଏହା ଶୁଣିଲେ, ସେମାନେ ଏକ ମନରେ ମିଳିତ ଭାବେ ପ୍ରାର୍ଥନା କଲେ, “ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥିରେ ଥିବା ସବୁକିଛି ସୃଷ୍ଟି କରିଛ। 25 ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସେବକ ଥିଲେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ଗ୍ଭଳିତ ହୋଇ ଏହି କଥା ଲେଖିଛନ୍ତି,
‘ଏହି ଜାତିର ଲୋକେ କାହିଁକି କଳି କରୁଛନ୍ତି?
ଏ ଜଗତରେ ଲୋକେ କାହିଁକି ପରମେଶ୍ୱରଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରୁଛନ୍ତି? ଏହା ସବୁ ନିରର୍ଥକ।
26 ପୃଥିବୀର ରାଜାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଲେ
ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଠିଆ ହେଲେ।’ (A)
27 ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ। 28 ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲେ ସେମାନେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା। 29 ହେ ପ୍ରଭୁ, ବର୍ତ୍ତମାନ ସେମାନେ କ’ଣ କହୁଅଛନ୍ତି, ତାହା ଶୁଣ। ସେମାନେ ଆମ୍ଭମାନଙ୍କୁ ଭୟ ଦେଖାଉଛନ୍ତି। ପ୍ରଭୁ, ଆମ୍ଭେମାନେ ତୁମ୍ଭର ସେବକ ଅଟୁ, ତେଣୁ ତୁମ୍ଭେ ଯାହା ଗ୍ଭହଁ, ତାହା ନିର୍ଭୟରେ କହିବା ପାଇଁ ଆମ୍ଭକୁ ସାହାଯ୍ୟ କର। 30 ତୁମ୍ଭର ଶକ୍ତି ଆମ୍ଭକୁ ଦେଖାଅ, ଯଦ୍ଦ୍ୱାରା ଆମ୍ଭେ ସାହସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦେଖାଇବା ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରିବା।”
31 ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘରେ, ସମସ୍ତେ ଏକାଠି ହୋଇଥିଲେ, ସେହି ଘର କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଗଲେ ଓ ପରମେଶ୍ୱରଙ୍କର ବାର୍ତ୍ତା ସାହସର ସହିତ କହିବାକୁ ଲାଗିଲେ।
ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା
32 ବିଶ୍ୱାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସେମାନଙ୍କ ମଧ୍ୟରୁ କେହି କୌଣସି ଜିନିଷକୁ ନିଜର ବୋଲି କହୁ ନ ଥିଲେ। ସେମାନଙ୍କ ପାଖରେ ଯାହା ଥିଲା, ସେଥିରେ ସମସ୍ତେ ଭାଗୀଦାର ଥିଲେ। 33 ପ୍ରଭୁ ଯୀଶୁ ଯେ ପ୍ରକୃତରେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ଏହା ପ୍ରେରିତମାନେ ମହାଶକ୍ତିର ସହିତ ସାକ୍ଷ୍ୟ ଦେଲେ। ପରମେଶ୍ୱର ସମସ୍ତ ବିଶ୍ୱାସୀଙ୍କୁ ବହୁତ ଆଶୀର୍ବାଦ କଲେ। 34 ସେମାନଙ୍କ ମଧ୍ୟରେ କାହାର କିଛି ଅଭାବ ନ ଥିଲା। ଯାହାର ଘର ବା ଜମି ଥିଲା, ସେ ତାହାକୁ ବିକ୍ରୀ କରି ଦେଉଥିଲା। 35 ସେମାନେ ସେହି ଧନ ପ୍ରେରିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରତ୍ୟେକଙ୍କ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ବଣ୍ଟାଗଲା।
36 ଯୋଷେଫ ନାମରେ ଜଣେ ବିଶ୍ୱାସୀ ଥିଲେ। ପ୍ରେରିତମାନେ ତାହାଙ୍କୁ “ବର୍ଣ୍ଣବ୍ବା” ନାମରେ ଡାକୁଥିଲେ। ଏହି ନାମର ଅର୍ଥ, “ସାହାଯ୍ୟକାରୀ” ସେ କୁପ୍ରୀୟ ଜାତିର ଜଣେ ଲେବୀୟ ଥିଲେ। 37 ଯୋଷେଫଙ୍କର ଖଣ୍ଡିଏ କ୍ଷେତଥିଲା। ସେ ତାହାକୁ ବିକ୍ରୀ କରିଦେଲେ ଓ ବିକ୍ରୀଲବ୍ଧ ସମସ୍ତ ଟଙ୍କା ଆଣି ପ୍ରେରିତମାନଙ୍କୁ ଦେଇଦେଲେ।
2010 by World Bible Translation Center