Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ନିହିମିୟାଙ୍କର ପୁସ୍ତକ 7-9

ଆମ୍ଭେ ପ୍ରାଚୀର ନିର୍ମାଣ ସମାପ୍ତ କଲୁ, ଏହା ପରେ ଆମ୍ଭେ ସମସ୍ତ ଦ୍ୱାରରେ କବାଟ ଲଗାଇଲୁ। ଏହା ପରେ, ମୁଁ ଦ୍ୱାରପାଳ ଗାୟକ ଓ ଲେବୀୟମାନଙ୍କୁ ନିଯୁକ୍ତ କଲି। ଏହା ପରେ ମୁଁ ମୋର ଭାଇ ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନିୟକୁ ଯିରୁଶାଲମ ଉପରେ ନିଯୁକ୍ତ କଲି କାରଣ ହନାନିୟ ବିଶ୍ୱସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା। ଆଉ ମୁଁ ହନାନିକୁ ଓ ହନାନିୟକୁ କହିଲି, “ଦିନରେ ସୂର୍ଯ୍ୟ ପ୍ରଚଣ୍ତ ନ ହେବା ପର୍ଯ୍ୟନ୍ତ ଯେପରି ଫାଟକ ନ ଖୋଲା ଯାଏ, ଆଉ ଲୋକମାନେ ପ୍ରହରୀ କର୍ମରେ ଠିଆ ହେବା ବେଳେ ସୂର୍ଯ୍ୟାସ୍ତ ସମୟରେ ଦ୍ୱାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭେମାନେ ଯିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର। କେତେକ ପ୍ରହରୀ ସେମାନଙ୍କ ଶିବିରରେ ଛିଡ଼ା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହର ସମ୍ମୁଖରେ ରହନ୍ତୁ।”

ଫେରିଥିବା ବନ୍ଦୀମାନଙ୍କର ତାଲିକା

ବର୍ତ୍ତମାନ ନଗର ପ୍ରଶସ୍ତ ଥିଲା। ମାତ୍ର ତହିଁ ମଧ୍ୟରେ ଅଳ୍ପଲୋକ ଥିଲେ ଓ ଗୃହସବୁ ନିର୍ମିତ ହୋଇ ନ ଥିଲା। ଏହା ପରେ ବଂଶାବଳି କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋର ପରମେଶ୍ୱର ମୋ’ ମନରେ ପ୍ରବୃତ୍ତି ଯାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସେମାନଙ୍କର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲେଖା ଯାଇଥିବାର ଦେଖିଲି।

ଯେଉଁମାନେ ବନ୍ଦୀରୂପେ ଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକ ଯିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫେରି ଆସିଲେ। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିହୁଦୀୟମାନଙ୍କୁ କରାୟତ କରିଥିଲେ। ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମିୟା, ଅସରିୟ, ରୟମା, ନହମାନି, ମର୍ଦ୍ଦଖୟ, ବି‌‌‌ଲ୍‌‌ଶନ୍, ମମ୍ପର, ବି‌ଗ୍‌ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶିୟ ପୁରୁଷମାନଙ୍କ ସଂଖ୍ୟା ଏହିପରି ଥିଲା।

ପରିୟୋଶର ବଂଶଧର 2172 ଜଣ।

ଶଫଟିୟର ବଂଶଧର 372 ଜଣ।

10 ଆରହର ବଂଶଧର 652ଜଣ।

11 ଯେଶୂୟ ଓ ଯୋୟାବର ପରିବାର ମଧ୍ୟରୁ ପହ‌ତ୍‌ମୋୟାବର ବଂଶଧର 2818 ଜଣ।

12 ଏଲମର ବଂଶଧର 1254 ଜଣ।

13 ସତ୍ତୂର ବଂଶଧର 845 ଜଣ।

14 ସ‌କ୍‌କୟର ବଂଶଧର 760 ଜଣ।

15 ବିନ୍ନୁୟିର ବଂଶଧର 648 ଜଣ।

16 ବେବୟର ବଂଶଧର 628 ଜଣ।

17 ଅ‌‌‌‌ସ୍‌‌‌‌ଗଦର ବଂଶର 2322 ଜଣ।

18 ଅଦୋନୀକାମର ବଂଶଧର 667 ଜଣ।

19 ବି‌ଗ୍‌ବୟର ବଂଶଧର 2067 ଜଣ।

20 ଅଦୀନର ବଂଶଧର 655 ଜଣ।

21 ହିଜକିୟର ଆଟରର ବଂଶଧରରୁ 98 ଜଣ।

22 ହଶୂମର ବଂଶଧର 328 ଜଣ।

23 ବେ‌ତ୍‌ସୟର ବଂଶଧର 324 ଜଣ।

24 ହାରୀଫର ବଂଶଧର 112 ଜଣ।

25 ଗିଦିୟୋନିର ବଂଶଧର 95 ଜଣ।

26 ବୈ‌ଥ୍‌ଲେହମ ଓ ନଟୋଫା ସହରରୁ 188 ଜଣ।

27 ଅନାଥୋତର ଲୋକ 128 ଜଣ।

28 ବେଥ୍-ଅ‌‌‌‌ସ୍‌‌‌‌ମାବତ ସହରରୁ 42 ଜଣ।

29 କିରିୟତ୍ ଯିୟାରୀମ, କଫୀରା ଓ ବେରୋତ ସହରରୁ 743 ଜଣ।

30 ରାମା ଓ ଗେବା ସହରରୁ 621 ଜଣ।

31 ମି‌କ୍‌ମସ ସହରରୁ 122 ଜଣ।

32 ବୈଥେଲ୍ ଓ ଅୟ ସହରରୁ 123 ଜଣ।

33 ଅନ୍ୟ ନବୋ ସହରରୁ 52 ଜଣ।

34 ଅନ୍ୟ ଏଲମ ସହରରୁ 1254 ଜଣ।

35 ହାରୀମ ସହରରୁ 320 ଜଣ।

36 ଯିରୀହୋ ସହରରୁ 345 ଜଣ।

37 ଲୋଦ୍, ହାଦୀଦ୍ ଓ ଓନୋ ସହରରୁ 721 ଜଣ।

38 ସନାୟ ସହରରୁ 3930 ଜଣ।

39 ଯାଜକଗଣ:

ଯେଉଁମାନେ ଯିଦୟିୟର ଭବିଷ୍ୟଦ୍ ବଂଶଧର ଓ ଯେଶୂୟ ପରିବାରର ସଭ୍ୟ 973 ଜଣ।

40 ଇମ୍ମେରର ବଂଶଧର 1052 ଜଣ।

41 ପ‌ଶ୍‌ହୂରର ବଂଶଧର 1247 ଜଣ।

42 ହାରିମର ବଂଶଧର 1017 ଜଣ।

43 କ‌‌‌‌‌ଦ୍‌‌‌‌‌ମୀୟେଲଙ୍କ ଦ୍ୱାରା ହେଦବାର ମାଧ୍ୟମରେ

ଯେଶୂୟ ପରିବାରବର୍ଗରୁ ଆସିଥିବା ଲେବୀୟମାନଙ୍କର ସଂଖ୍ୟା 74 ଜଣ।

44 ଗାୟକଗଣ:

ଆସଫର ବଂଶଧର 148 ଜଣ।

45 ଏହିମାନେ ହେଲେ ଦ୍ୱାରପାଳଗଣ:

ଶଲ୍ଲୁମର ବଂଶଧରମାନେ, ଆଟର, ଟ‌‌‌‌ଲ୍‌‌‌‌‌‌‌ମୋନ, ଅ‌କ୍‌କୂବ, ହଟୀଟା ଓ ଶୋବୟ 138 ଜଣ।

46 ମନ୍ଦିରର ଦାସମାନେ ହେଲେ:

ସହୀର ବଂଶଧରମାନେ, ହସୂଫା, ଟବ୍ବାୟୋତର ବଂଶଧର।

47 କେରୋସର, ସୀୟର, ପଦୋନ।

48 ଲବାନା, ହଗାବ, ଶ‌‌‌‌ଲ୍‌‌‌‌‌‌‌ମୟ,

49 ହାନନ, ଗିଦ୍ଦେଲ, ଗହର,

50 ରାୟା, ର‍ତ୍‍ସୀନ୍, ନକୋଦ,

51 ଗସମ, ଉଷ, ପାସେହ,

52 ବେଷୟ, ମିୟନୀମ, ନଫୁଷୀମ,

53 ବ‌କ୍‌ବୁକ, ହକୂଫା, ହର୍ବୂର,

54 ବ‌‌‌‌ସ୍‌‌‌‌ଲୂତ, ମହୀଦା, ହର୍ଶା,

55 ବର୍କୋସ, ସୀଷରା, ତେମହ,

56 ନ‌ତ୍‌ସୀହ, ହଟୀଫା।

57 ଶଲୋମନର ଦାସମାନଙ୍କର ବଂଶଧରମାନେ ହେଲେ:

ସୋଟୟ, ସୋଫେରତ, ପରିଦା,

58 ଯାଳା, ଦର୍କଣ, ଗିଦ୍ଦେଲ,

59 ଶଫଟିୟ, ହଟୀଲା, ପୋଖେରତ୍-ହ‌ତ୍‌ସବାୟିମ ଓ ଆମୋନ,

60 ମନ୍ଦିରର ସମୁଦାୟ ଦାସ ଓ ଶଲୋମନଙ୍କ ଦାସମାନଙ୍କର ବଂଶଧର 392 ଜଣ।

61 ତେଲମେଲହ, ତେ‌‌‌‌ଲ୍‌‌‌‌‌‌‌ହର୍ଶା, କଋବ୍, ଅଦ୍ଦନ ଓ ଇ‌‌‌‌‌‌ମ୍‌‌‌‌‌‌ମୋର, ଏସବୁ ସ୍ଥାନରୁ ଲୋକମାନେ ସବୁ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକମାନେ ବୋଲି ନିଜ ନିଜ ପିତୃ ପରିବାର ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ହେଲେ ଏହିମାନେ।

62 ଦଲାୟ, ଟୋବିୟ ଓ ନକୋଦ ବଂଶଧର 642 ଜଣ।

63 ଯାଜକମାନଙ୍କ ପରିବାର ମଧ୍ୟରୁ

ହବାୟ, ହକୋସ ଓ ବର୍ସିଲ୍ଲୟର ବଂଶଧର। ଏହି ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ସେ ଖ୍ୟାତ ହେଲା।

64 ସେମାନେ ସେମାନଙ୍କର ପରିବାରର ଇତିହାସ ଖୋଜିଲେ, ସେମାନଙ୍କର ମଧ୍ୟରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହୋଇଥିଲେ, ମାତ୍ର ସେମାନେ ପାଇଲେ ନାହିଁ। ତେଣୁ ସେମାନେ ଯାଜକତ୍ୱରୁ ଅଯୋଗ୍ୟ ଘୋଷିତ ହେଲେ। 65 ଶାସନକର୍ତ୍ତା ସେମାନଙ୍କୁ କହିଲେ, ଯେଉଁ ଊରୀମ୍ ଓ ତୁମ୍ମୀମ୍ ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ।

66 ଆଉ ସମସ୍ତ ସମାବେଶରେ 42,360 ଜଣ ଥିଲେ। 67 ଏହା ଛଡ଼ା ସେମାନଙ୍କ ଦାସଦାସୀ 7337 ଜଣ ଥିଲେ। ସେମାନଙ୍କର 245 ଜଣ ଗାୟକ ଗାୟୀକା ଥିଲେ। 68 ସେମାନଙ୍କର 736 ଅଶ୍ୱ, 245 ଖଚର, 69 435 ଓଟ, 6720 ଗଧ ଥିଲେ।

70 ପରିବାରର ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1000 ସ୍ୱର୍ଣ୍ଣମୁଦ୍ରା, ପଗ୍ଭଶ୍ କୁଣ୍ତ, 530 ଯାଜକୀୟ ବସ୍ତ୍ର ଦେଲା। 71 ଆଉ ପରିବାରର କେତେକ ପ୍ରଧାନ ଲୋକ କୋଷାଗାରକୁ 20,000 ସ୍ୱର୍ଣ୍ଣମୁଦ୍ରା ଓ 2200 ରୂପାମୁଦ୍ରା ଦେଲେ। 72 ଅନ୍ୟ ଲୋକ ସମସ୍ତେ ମିସିକି 20,000 ସ୍ୱର୍ଣ୍ଣମୁଦ୍ରା ଓ 2000 ରୂପାମୁଦ୍ରା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ।

73 ଏହା ପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ ଓ ମନ୍ଦିରର ସେବକମାନେ ଓ ସମଗ୍ର ଇସ୍ରାଏଲୀୟ ନିଜ ନିଜ ନଗରରେ ବାସ କଲେ। ଏଣୁ ସପ୍ତମ ମାସରେ ସମସ୍ତ ଇସ୍ରାଏଲୀୟମାନେ ନିଜ ନିଜ ନଗରରେ ଥିଲେ।

ଏଜ୍ରା ବ୍ୟବସ୍ଥାମାନ ପଢ଼ିଲେ

ତେଣୁ ସମସ୍ତ ଲୋକମାନେ ଜଳଦ୍ୱାର ନିକଟରେ ଥିବା ଛକରେ ଏକ ମନରେ ଏକତ୍ରିତ ହେଲେ। ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସେମାନେ ଏଜ୍ରା ଲିପିକାରଙ୍କୁ କହିଲେ। ସପ୍ତମ ମାସର ପ୍ରଥମ ଦିନରେ ଯାଜକ ଏଜ୍ରା, ପୁରୁଷ ଓ ସ୍ତ୍ରୀ ସମ୍ମୁଖରେ ବ୍ୟବସ୍ଥା ପୁସ୍ତକ ଆଣିଲେ। ସମସ୍ତେ ଯେଉଁମାନେ ଶୁଣିପାରିବେ ଓ ବୁଝିପାରିଲେ। ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।

ଏଜ୍ରା ଯାଜକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଠମୟ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାର୍ଶ୍ୱରେ ତାଙ୍କ ନିକଟରେ ମତ୍ତଥିୟ, ଶେମା, ଅନାୟ, ଊରିୟ, ହି‌ଲ୍‌‌‌କିୟ, ମାସେୟ ଠିଆ ହେଲେ, ଏବଂ ତାଙ୍କ ବାମ ପାର୍ଶ୍ୱରେ ପଦାୟ ଓ ମୀଶାୟେଲ, ମ‌‌‌‌ଲ୍‌‌‌‌‌‌‌କିୟ, ହଶୁମ ଓ ହ‌ଶ୍‌ବଦ୍ଦାନା, ଯିଖରିୟ ଓ ମଶୁଲ୍ଲମ ଠିଆ ହେଲେ।

ଏହା ପରେ ଏଜ୍ରା ସମସ୍ତ ଲୋକଙ୍କ ସମ୍ମୁଖରେ ସେହି ବ୍ୟବସ୍ଥା ପୁସ୍ତକ ଫିଟାଇଲେ। କାରଣ ଏଜ୍ରା ସମସ୍ତଙ୍କଠାରୁ ଉଚ୍ଚ ସ୍ଥାନରେ ଛିଡ଼ା ହୋଇଥିଲେ। ସେ ବ୍ୟବସ୍ଥା ପୁସ୍ତକ ଫିଟାଇବା ସମୟରେ ସମସ୍ତେ ଛିଡ଼ା ହେଲେ। ତେଣୁ ଏଜ୍ରା ସଦାପ୍ରଭୁ ମହାନ ପରମେଶ୍ୱରଙ୍କର ପ୍ରଶଂସା କଲା। ଏବଂ ସମସ୍ତ ଲୋକ ନିଜ ନିଜର ହସ୍ତ ଉଠାଇ କହିଲେ, “ଆମେନ୍! ଆମେନ୍!”

ଯେଶୂୟ, ବାନି, ଶେରେବିୟ, ଯାମୀନ୍, ଅ‌କ୍‌କୂବ, ଶବ୍ବଥୟ, ହୋଦୀୟ, ମାସେୟ, କଲିଟ୍, ଅସରିୟ, ଯୋଷାବଦ୍, ହାନନ୍, ପଲାୟ ଏହି ଲୋକମାନେ ଲେବୀୟ ଗୋଷ୍ଠୀର ଥିଲେ। ସେମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ରହିଲେ। ସେମାନେ ସ୍ପଷ୍ଟରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଏବଂ ତହିଁର ଅର୍ଥ ବୁଝାଇ ଦେଲେ, ଯେଉଁଥିରେ ଲୋକମାନେ ବୁଝି ପାରିଲେ।

ଦେଶାଧ୍ୟକ୍ଷ ନିହିମିୟା, ଲିପିକାର ଓ ଯାଜକ ଏଜ୍ରା ଓ ଲେବୀୟମାନେ, ଯେଉଁମାନେ ବୁଝିବାରେ ଲୋକମାନଙ୍କୁ ସାହାଯ୍ୟ କଲେ, “ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ଶୋକ କର ନାହିଁ କି ରୋଦନ କର ନାହିଁ।” ସେମାନେ ଏହା କହିଲେ, କାରଣ ବ୍ୟବସ୍ଥା ବାକ୍ୟ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ।

10 ଆଉ ସେ ସେମାନଙ୍କୁ କହିଲେ, “ଘରକୁ ଯାଅ, ଚି‌କ୍‌କଣ ଦ୍ରବ୍ୟ ଭୋଜନ କର, ସୁମିଷ୍ଟ ଦ୍ରବ୍ୟ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହୋଇ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହେବ।”

11 ଏହିପରି ଭାବରେ ଲେବୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇଲେ। “ତୁମ୍ଭେ ସମସ୍ତେ ନୀରବ ହୁଅ, କାରଣ ଆଜି ପବିତ୍ର ଦିନ। ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ।”

12 ଏହା ପରେ ସମସ୍ତ ଲୋକମାନେ ଭୋଜନପାନ କରିବାକୁ, ଉପହାର ପଠାଇବାକୁ ଓ ଆନନ୍ଦ କରିବାକୁ ଗ୍ଭଲିଗଲେ, କାରଣ ସେମାନେ ପଢ଼ିଥିବା ବାକ୍ୟର ଅର୍ଥ ବୁଝି ପାରିଲେ।

13 ଏହା ପରେ ଦ୍ୱିତୀୟ ଦିନ, ସମଗ୍ର ଲୋକଙ୍କର ପରିବାରର ପ୍ରଧାନବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଏଜ୍ରା ଲିପିକାର ନିକଟରେ ଏକତ୍ରିତ ହେଲେ।

14 ସେମାନେ ମୋଶାଙ୍କର ବ୍ୟବସ୍ଥା ପୁସ୍ତକ ପଢ଼ିଲେ ଏବଂ ତାଙ୍କର ନିର୍ଦ୍ଦେଶ ସବୁ ପାଇଲେ। ସଦାପ୍ରଭୁ ମୋଶାଙ୍କ ମାଧ୍ୟମରେ ତାଙ୍କର ନିର୍ଦ୍ଦେଶ ଜଣାଇଥିଲେ। ବର୍ଷର ସପ୍ତମ ମାସରେ ଇସ୍ରାଏଲୀୟ ବାସୀମାନେ କ୍ଷଣସ୍ଥାୟୀ କୁଟୀରପର୍ବ ପାଳନ କରିବା ଉଚିତ୍। 15 ସେମାନେ ଯେତେବେଳେ ଏହା ଶୁଣିଲେ, ସେମାନେ ଏହି ବାର୍ତ୍ତା ଯିରୁଶାଲମକୁ ଓ ସେମାନଙ୍କ ସମସ୍ତ ନଗରକୁ ପଠାଇଲେ। “ପର୍ବତମୟ ଦେଶକୁ ଯାଅ ଏବଂ ଅଲିଭ ବୃକ୍ଷରୁ ଡାଳ, ଜଙ୍ଗଲି ଅଲିଭି ତୁଲ୍ୟ, ମେହେନ୍ଦି ବୃକ୍ଷର ଶାଖା, ଖଜୁରୀ ଶାଖା ଓ ଗହଳିଆ ଶାଖା ସଂଗ୍ରହ କର। ଏହି ଶାଖାଗୁଡ଼ିର କ୍ଷଣସ୍ଥାୟୀ ପତ୍ରକୂଟୀର ତିଆରି କରିବାରେ ବ୍ୟବହାର କର। ଏହିପରି କର କାରଣ ତାହା ବ୍ୟବସ୍ଥା ପୁସ୍ତକରେ ଲିଖିତ ଅଛି।”

16 ତହିଁରେ ଲୋକମାନେ ବାହାରେ ଯାଇ ତାହା ସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ। ପ୍ରତ୍ୟେକ ନିଜ ନିଜ ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ପରମେଶ୍ୱରଙ୍କ ଗୃହର ସବୁ ପ୍ରାଙ୍ଗଣରେ ଓ ଜଳ ଦ୍ୱାର ଛକରେ ଓ ଇଫ୍ରୟିମ ଦ୍ୱାର ଛକରେ ଅସ୍ଥାୟୀ କୁଟୀର ନିର୍ମାଣ କଲେ। 17 ନିର୍ବାସିତ ଫେରି ଆସିଥିବା ଲୋକଙ୍କର ସମଗ୍ର ଦଳ ପତ୍ରକୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ। ନୂନର ପୁତ୍ର ଯିହୋଶୂୟର ସମୟାବଧି ସେହି ଦିନ ପର୍ଯ୍ୟନ୍ତ ଇସ୍ରାଏଲର ସନ୍ତାନଗଣ ସେପରି କରି ନ ଥିଲେ। ଏଣୁ ଏଥିପାଇଁ ବଡ଼ ଆନନ୍ଦ ହେଲା।

18 ଆହୁରି ସେ ପ୍ରଥମ ଦିନାବଧି ଶେଷଦିନ ପର୍ଯ୍ୟନ୍ତ ପ୍ରତିଦିନ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ପୁଣି ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ। ଆଉ ନିୟମ ଅନୁସାରେ ଅଷ୍ଟମ ଦିନ ମହାସଭା ହେଲା।

ଇସ୍ରାଏଲୀୟମାନେ ସେମାନଙ୍କର ପାପ ସ୍ୱୀକାର କଲେ

ସେହି ମାସର ଚବିଶ ଦିନରେ ଇସ୍ରାଏଲର ଲୋକମାନେ ଏକତ୍ରିତ ହେଲେ। ସେମାନେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସେମାନଙ୍କ ମୁଣ୍ତରେ କାଦୁଅ ବୋଳି ଏକତ୍ର ଠିଆ ହେଲେ। ସେହି ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ଇସ୍ରାଏଲୀୟ ବଂଶ ସେମାନେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇସ୍ରାଏଲୀୟମାନେ ମନ୍ଦିରରେ ଠିଆ ହୋଇ ନିଜର ପାପ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପୂର୍ବପୁରୁଷଗଣ କରିଥିବା ପାପ ସ୍ୱୀକାର କଲେ। ସେମାନେ ସେଠାରେ ପ୍ରାୟ ତିନି ଘଣ୍ଟାଧରି ଠିଆ ହେଲେ, ଏବଂ ଲୋକମାନେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକ ପାଠ କଲେ। ଏହା ପରେ ସେମାନେ ସେଠାରେ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସେମାନଙ୍କର ପାପ ସ୍ୱୀକାର କଲେ ଓ ନତମସ୍ତକ ହୋଇ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ଉପାସନା କଲେ।

ଏହା ପରେ, ଯେଶୂୟ, ବାନି, କ‌‌‌‌‌ଦ୍‌‌‌‌‌ମୀୟେଲ୍, ଶବନିୟ, ବୁନ୍ନି, ଶେରେବିୟ, ବାନି ଓ କନାନି ଲେବୀୟମାନଙ୍କ ପଛରେ ଛିଡ଼ା ହୋଇ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କଠାରେ ଉଚ୍ଚସ୍ୱରରେ କ୍ରନ୍ଦନ କଲେ। ଏହା ପରେ ଲେବୀୟମାନେ: ଯେଶୂୟ, କ‍ଦ୍‍ମୀୟେଲ, ବାନି, ହଶବନିୟ, ଶେରେବିୟ, ହୋଦିୟ, ଶବନିୟ, ଓ ପାଥାଦିୟ କହିଲେ, “ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର।

“ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ
    ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ।
ତୁମ୍ଭେ ହିଁ ପରମେଶ୍ୱର ଅଟ।
    ହେ ସଦାପ୍ରଭୁ, କେବଳ ତୁମ୍ଭେ ହିଁ ପରମେଶ୍ୱର ଅଟ।
ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ୱର୍ଗ ସୃଷ୍ଟି କରିଅଛ।
    ଏବଂ ସ୍ୱର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଛ।
ତୁମ୍ଭେ ପୃଥିବୀ ଓ
    ତହିଁରେ ସକଳର ସୃଷ୍ଟିକର୍ତ୍ତା।
ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା
    ଏବଂ ତନ୍ମଧ୍ୟରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା।
ତୁମ୍ଭେ ପ୍ରତ୍ୟେକର ଜୀବନଦାତା।
    ସ୍ୱର୍ଗୀୟ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।
ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ।
    ତୁମ୍ଭେ ହିଁ ଅବ୍ରହାମଙ୍କୁ ମନୋନୀତ କଲ।
ବାବିଲୋନିଆର ଊର୍ ଦେଶରୁ
    ତାଙ୍କୁ ବାହାର କରି ଆଣି ଅବ୍ରହାମ ନାମ ଦେଲ।
ତୁମ୍ଭେ ତାଠାରେ ତାର ଅନ୍ତକରଣ ବିଶ୍ୱସ୍ତ ଦେଖିଲ,
    ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ।
କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ଯିବୂଷୀୟ ଓ ଗିର୍ଗାଶୀୟର ଭୂମି
    ଅବ୍ରହାମର ବଂଶଧରମାନଙ୍କୁ ଏହା ଦେବାକୁ ପ୍ରତିଜ୍ଞା କରିଥିଲ।
ତୁମ୍ଭେ ତୁମ୍ଭର ପ୍ରତିଜ୍ଞା ରକ୍ଷା କରିଅଛ।
    କାରଣ ତୁମ୍ଭେ ଧର୍ମମୟ ଅଟ।
ତୁମ୍ଭେ ମିଶରଠାରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ
    ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ।
10 ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା’ର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି
    ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇଲ।
କାରଣ ମିଶରୀୟମାନେ ସେମାନଙ୍କ ବିରୁଦ୍ଧରେ
    ରୁକ୍ଷ ବ୍ୟବହାର କଲେ।
ଏଣୁ ତୁମ୍ଭେ ଆଜିର ନ୍ୟାୟ
    ଆପଣା ନାମ ପ୍ରସିଦ୍ଧ କରିଅଛ।
11 ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ଭାଗ କଲ।
    ସେମାନେ ଶୁଷ୍କ ଭୂମି ଦେଇ ଯିବାପରି ସମୁଦ୍ର ମଧ୍ୟରେ ଗଲେ।
ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ
    ତୁମ୍ଭେ ସେମାନଙ୍କ ପଛେ ଗୋଡ଼ଇବା ଲୋକମାନଙ୍କୁ
    ଅଗାଧ ସମୁଦ୍ରରେ ନିକ୍ଷେପ କଲ।
12 ତୁମ୍ଭେ ଦିବସରେ ମେଘ ସ୍ତମ୍ଭ ଦ୍ୱାରା,
    ରାତ୍ରିରେ ସେମାନଙ୍କ ଯିବା ବାଟକୁ
ଦୀପ୍ତି ଦେବା ନିମନ୍ତେ
    ଅଗ୍ନିସ୍ତମ୍ଭ ଦ୍ୱାରା ଗମନ କରାଇଲ।
13 ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସିଲ।
    ସ୍ୱର୍ଗରୁ ସେମାନଙ୍କ ସହିତ କଥାବାର୍ତ୍ତା କଲ।
ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା,
    ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।
14 ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ।
    ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା
    ଓ ବିଧି ବ୍ୟବସ୍ଥା ଆଦେଶ କଲ।
15 ସେମାନଙ୍କ କ୍ଷୁଧା ନିବାରଣ ନିମନ୍ତେ
    ତୁମ୍ଭେ ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଦେଲ।
ସେମାନଙ୍କ ତୃଷାପାଇଁ
    ତୁମ୍ଭେ ଶୈଳରୁ ଜଳ ନିର୍ଗତ କଲ।
ତୁମ୍ଭେ ଆଜ୍ଞା ଦେଲ,
    ‘ଯାଅ, ଭୂମିକୁ ନିଅ,’ ଯେଉଁଟାକି ତୁମ୍ଭେ ସେମାନଙ୍କୁ ଦେବା ପାଇଁ ଶପଥ କରିଥିଲ।
16 ମାତ୍ର ସେମାନେ, ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବ ଆଚରଣ କଲେ।
    ସେମାନେ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ ଓ ତୁମ୍ଭ ଆଜ୍ଞା ସେମାନେ ପାଳନ କଲେ ନାହିଁ।
17 ସେମାନେ ନିୟମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ
    ଏବଂ ସେମାନେ, ସେମାନଙ୍କ ପାଇଁ କରିଥିବା ଆଶ୍ଚର୍ଯ୍ୟ କର୍ମମାନ ମନେ ରଖିଲେ ନାହିଁ।
ସେମାନେ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ।
    ଦାସତ୍ୱ ଅବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତି କଲେ।

“ତଥାପି ତୁମ୍ଭେ ସେମାନଙ୍କୁ କ୍ଷମା କରିବାକୁ ଉଦ୍ୟତ,
    କୃପାମୟ, ସ୍ନେହଶୀଳ, କ୍ରୋଧରେ ଧିର
ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ।
ଏଣୁ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।
18 ସେମାନେ ଯେତେବେଳେ ଛାଞ୍ଚ ଢଳା ଗୋବତ୍ସ ନିର୍ମାଣ କଲେ, ‘ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ, ସେ ଇଏ ଅଟେ।’
    ଏହା କହି ସେମାନେ ପରମେଶ୍ୱରଙ୍କର ବହୁତ ନିନ୍ଦା କଲେ।
19 ସେତେବେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ
    ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ।
ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ
    ଓ ରାତ୍ରିରେ ଅଗ୍ନି ମଶାଲକୁ ସେମାନଙ୍କଠାରୁ ଛଡ଼ାଇ ନେଇ ନାହିଁ।
20 ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ।
    ତୁମ୍ଭେ ସେମାନଙ୍କଠାରୁ ତୁମ୍ଭର ମାନ୍ନା ଛଡ଼ାଇ ନେଲ ନାହିଁ।
    ସେମାନଙ୍କର ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ।
21 ତୁମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ।
    ସେମାନଙ୍କର କିଛି ଅଭାବ ହେଲା ନାହିଁ।
ସେମାନଙ୍କର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ
    ଓ ସେମାନଙ୍କର ପାଦ ଫୁଲିଲା ନାହିଁ।
22 ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ
    ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ।
ତେଣୁ ସେମାନେ ସୀହୋନ ଦେଶ ହି‌‌‌‌ଷ୍‌‌‌‌ବୋନ୍ ରାଜାର ଦେଶ,
    ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
23 ତୁମ୍ଭେ ସେମାନଙ୍କ ବଂଶଧରଗଣଙ୍କୁ
    ଆକାଶର ନକ୍ଷେତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ।
ଯେଉଁଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି
    ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣଙ୍କଠାରେ ଶପଥ କରିଥିଲ,
    ସେହି ଦେଶକୁ ସେମାନଙ୍କୁ ଆଣିଲ।
24 ଏହିପରି ସେହି ସନ୍ତାନଗଣ ଦେଶରେ ପଶି ଅଧିକାର କଲେ।
ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ।
    ସେମାନେ ଯେପରି ନିଜ ଇଚ୍ଛାମତେ ବ୍ୟବହାର କରିବେ।
ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜଗଣଙ୍କୁ
    ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ।
25 ତହିଁରେ ସେମାନେ ପ୍ରାଚୀର ବେଷ୍ଟୀତ ନଗର ସକଳ
    ଓ ଉର୍ବର ଭୂମି ନେଲେ।
ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ,
    ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଓ
ଅପାର ଫଳବୃକ୍ଷ ଅଧିକାର କଲେ।
    ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଖାଇଲେ।
ସେମାନେ ତୁମ୍ଭର ମହା ମଙ୍ଗଳ ଦାନରେ ଆନନ୍ଦ କଲେ।
26 ତଥାପି ସେମାନେ ଅନାଜ୍ଞାବହ ହେଲେ।
    ସେମାନେ ତୁମ୍ଭ ବିରୁଦ୍ଧରେ ଦ୍ରୋହାଚରଣ କଲେ।
    ସେମାନେ ତୁମ୍ଭର ବ୍ୟବସ୍ଥା ନିଜ ପଛକୁ ପକାଇଲେ।
ତୁମ୍ଭର ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣିବା ପାଇଁ ଯୁକ୍ତି କଲେ,
    ସେମାନଙ୍କୁ ହତ୍ୟା କଲେ
    ସେମାନେ ସେହି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀୟ କାର୍ଯ୍ୟ କଲେ।
27 ଏଣୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରିବାରୁ
    ସେମାନେ ସେମାନଙ୍କୁ କ୍ଳେଶ ଦେଲେ।
ମାତ୍ର କ୍ଳେଶ ସମୟରେ, ସେମାନେ ତୁମ୍ଭଠାରେ ସାହାଯ୍ୟ ପାଇଁ ଚିତ୍କାର କଲେ
    ଏବଂ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ।
ଆପଣାର ବହୁବିଧ ଦୟାନୁସାରେ
    ସେମାନଙ୍କୁ ଉଦ୍ଧାର କର୍ତ୍ତୃଗଣ ଦେଲ।
    ସେମାନେ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
28 ମାତ୍ର ସେମାନେ ବିଶ୍ରାମ କଲାପରେ,
    ପୁନର୍ବାର ତୁମ୍ଭ ବିରୁଦ୍ଧରେ କୁକର୍ମମାନ କଲେ।
ଏଣୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣଙ୍କ ହସ୍ତରେ ସମର୍ପଣ କଲ।
    ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ,
    ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ।
ଆଉ ଅନେକ ଥର ତୁମ୍ଭେ ଆପଣା ଦୟା ଅନୁସାରେ
    ସେମାନଙ୍କୁ ଉଦ୍ଧାର କଲ।
29 ପୁନର୍ବାର ତୁମ୍ଭେ ସେମାନଙ୍କୁ ସତର୍କ କଲ।
ତୁମ୍ଭେ ସେମାନଙ୍କୁ, ତୁମ୍ଭ ବ୍ୟବସ୍ଥା ନିକଟକୁ ଫେରିବା ପାଇଁ କହିଲ।
    କିନ୍ତୁ ସେମାନେ ବହୁତ ଗର୍ବୀ ଥିଲେ।
    ସେମାନେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ।
ଯଦି ଲୋକମାନେ ତୁମ୍ଭର ବ୍ୟବସ୍ଥା ମାନନ୍ତି, ତେବେ ସେମାନେ ବାସ୍ତବରେ ବଞ୍ଚି ପାରିବେ।
    କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ୟବସ୍ଥା ଭଙ୍ଗ କଲେ।
ସେମାନେ ବହୁତ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ
    ଏବଂ ତୁମ୍ଭକୁ ପ୍ରତ୍ୟାଖାନ କଲେ।
    ସେମାନେ ତୁମ୍ଭର ଆଜ୍ଞା ମାନିଲେ ନାହିଁ।

30 “ତଥାପି ବହୁବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ
    ଓ ଆପଣା ଆତ୍ମାଦ୍ୱାରା ଆପଣା ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ
ତୁମ୍ଭେ ସତର୍କ କଲ।
    ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ।
ଏଣୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀ ହସ୍ତରେ
    ସମର୍ପଣ କଲ।

31 “କାରଣ ତୁମ୍ଭେ ଦୟାବାନ,
    ତୁମ୍ଭେ ସେମାନଙ୍କୁ ପୁରାପୁରି ଧ୍ୱଂସ କଲ ନାହିଁ।
ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ
    କାରଣ ତୁମ୍ଭେ କୃପାମୟ ଦୟାଳୁ ପରମେଶ୍ୱର ଅଟ।
32 ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର, ମହାନ ପରାକ୍ରାନ୍ତ
    ଓ ଭୟଙ୍କର ପରମେଶ୍ୱର ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ।
ଅଶୂରୀୟ ରାଜଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ,
    ଆମ୍ଭମାନଙ୍କ ରାଜଗଣ ଉପରେ,
ଆମ୍ଭମାନଙ୍କ ଅଧିପତିଗଣ ଉପରେ,
    ଆମ୍ଭମାନଙ୍କ ଯାଜକଗଣ ଉପରେ,
ଆମ୍ଭମାନଙ୍କ ଭବିଷ୍ୟ‌ଦ୍‌ବକ୍ତୃଗଣ ଉପରେ,
    ଆମ୍ଭମାନଙ୍କ ପିତୃଗଣ ଉପରେ
ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଳେଶ ଘଟିଅଛି,
    ତାହା ସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ।
33 ତଥାପି ଆମ୍ଭମାନଙ୍କ ଉପରେ ଆଜି ପର୍ଯ୍ୟନ୍ତ ଯାହା ଯାହା ଘଟିଅଛି, ସେ ସବୁରେ ତୁମ୍ଭେ ଧର୍ମମୟ ଅଟ।
    କାରଣ ତୁମ୍ଭେ ସତ୍ୟ ବ୍ୟବହାର କରିଅଛ।
    ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
34 ପୁଣି ଆମ୍ଭମାନଙ୍କ ରାଜଗଣ, ରାଜପୁତ୍ରଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି।
    ସେମାନେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ,
    ଯାହା ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଦେଇଥିଲ।
35 ଯେହେତୁ ସେମାନେ ଆପଣାମାନଙ୍କ ରାଜ୍ୟରେ ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ
    ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ
ଓ ଉର୍ବର ଦେଶରେ ତୁମ୍ଭର ସେବା କରି ନାହାନ୍ତି।
    କି ନିଜ ନିଜ ଦୁଷ୍କର୍ମରୁ ଫେରି ନାହାନ୍ତି।
36 ଆଜି ଆମ୍ଭେମାନେ ଦାସ ହୋଇଅଛୁ।
    ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ
ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ।
    ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ।
37 ଆଉ ଆମ୍ଭମାନଙ୍କ ପାପ ହେତୁ ତୁମ୍ଭେ ଯେଉଁ ରାଜଗଣଙ୍କୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ,
    ସେମାନଙ୍କ ପ୍ରତି ସେହି ଦେଶ ପ୍ରଚୁର ଫଳ ଉତ୍ସର୍ଗ କରୁଅଛି।
ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ
    ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି।
    ଆଉ ଆମ୍ଭେମାନେ ମହା କ୍ଳେଶରେ ଅଛୁ।

38 “ତଥାପି ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।’’

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 3

ପିତର ଛୋଟା ଲୋକକୁ ସୁସ୍ଥ କଲେ

ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତେବେଳେ ଦିନ ତିନିଟା ହୋଇଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା। ସେମାନେ ଉପାସନା ମନ୍ଦିର ପରିସର ମଧ୍ୟରେ ଯାଉଥିବା ସମୟରେ ଜଣେ ଲୋକ ସେଠାରେ ଥିଲା। ସେ ଜନ୍ମରୁ ପଙ୍ଗୁ ହୋଇଥିବାରୁ ଗ୍ଭଲିପାରୁ ନ ଥିଲା। ସେମାନେ ତାହାକୁ ସବୁଦିନ ମନ୍ଦିରରୁ ‘ସୁନ୍ଦର ଫାଟକ’ ପାଖରେ ବସେଇ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା। ସେ ଯେତେବେଳେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖିଲା, ସେତେବେଳେ ସେ ସେମାନଙ୍କୁ ପଇସା ମାଗିଲା।

ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, “ଆମ୍ଭ ଆଡ଼େ ଗ୍ଭହଁ।” ସେ କିଛି ପାଇବା ଆଶାରେ ସେମାନଙ୍କ ଆଡ଼େ ଦେଖିଲା। କିନ୍ତୁ ପିତର କହିଲେ, “ମୋ’ ପାଖରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠି ଗ୍ଭଲ।”

ଏହା କହି ପିତର ତା’ର ଡାହାଣ ହାତ ଧରି ଉଠେଇଲେ। ସଙ୍ଗେ ସଙ୍ଗେ ତା’ ଗୋଡ଼ ଓ ପାଦ ଶକ୍ତ ହୋଇଗଲା। ସେ ଡେଇଁ ପଡ଼ି ଗ୍ଭଲିବାକୁ ଆରମ୍ଭ କଲା ସେ ନାଚି ନାଚି ଈଶ୍ୱରଙ୍କୁ ପ୍ରଶଂସା କରି ସେମାନଙ୍କ ସହିତ ଉପାସନା ମନ୍ଦିରକୁ ଗଲା। ସମସ୍ତେ ତାହାକୁ ଗ୍ଭଲିବାର ଓ ଈଶ୍ୱରଙ୍କର ପ୍ରଶଂସା କରିବାର ଦେଖିଲେ। 10 ଲୋକମାନେ ତାହାକୁ ଚିହ୍ନି ପାରିଲେ ଯେ ଏ ସେହି ଲୋକ ଯିଏ କି ଉପାସନା ମନ୍ଦିରର ‘ସୁନ୍ଦର ଫାଟକ’ ପାଖରେ ବସି ଭିକ ମାଗୁଥିଲା। ସେମାନେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ହେଲା, ତାହା ସେମାନେ ବୁଝିପାରୁ ନ ଥିଲେ।

ପିତରଙ୍କ ଲୋକମାନଙ୍କୁ ଉପଦେଶ

11 ସେ ସୁସ୍ଥ ଲୋକଟି ପିତର ଓ ଯୋହନଙ୍କ ପାଖେ ପାଖେ ରହିଲା। ତେଣୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ “ଶଲୋମନଙ୍କ ମଣ୍ଡପ”ରେ ସେମାନଙ୍କ ପାଖକୁ ଦୌଡ଼ି ଆସିଲେ। ତାହା ଦେଖି ପିତର ଲୋକମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହା ଦେଖି କାହିଁକି ଆଶ୍ଚର୍ଯ୍ୟ ହେଉଅଛ?

12 ତୁମ୍ଭେମାନେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଆମ୍ଭ ଶକ୍ତି ବା ଭକ୍ତି ବଳରେ ଏହି ଲୋକକୁ ଗ୍ଭଲିବାକୁ ଦେଲୁ। 13 ନା! ଈଶ୍ୱର ଏହା କରିଛନ୍ତି। ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଈଶ୍ୱର ଅଟନ୍ତି। ସେ ତାହାଙ୍କ ମହାନ ସେବକ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି। ମାତ୍ର ତୁମ୍ଭେମାନେ ଯୀଶୁଙ୍କୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିଦେଲ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭେମାନେ ଯୀଶୁଙ୍କୁ ଗ୍ଭହଁ ନାହିଁ ବୋଲି ପୀଲାତଙ୍କୁ କହିଲ। 14 ତୁମ୍ଭେମାନେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ୱୀକାର କଲ ଓ ଜଣେ ହତ୍ୟାକାରୀକୁ ତାହାଙ୍କ ବଦଳରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦେବା ପାଇଁ ଗ୍ଭହିଁଲ। 15 ଜୀବନ ଦାନ କରିଥିବା ବ୍ୟକ୍ତିକୁ ତୁମ୍ଭେମାନେ ହତ୍ୟା କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭେମାନେ ବି ଏହା ନିଜ ଆଖିରେ ଦେଖିଅଛୁ।

16 “ଏ ଯେଉଁ ଲୋକକୁ ତୁମ୍ଭେମାନେ ଦେଖୁଛ ଓ ଚିହ୍ନିଛ, ସେ ଯୀଶୁଙ୍କ ନାମରେ ଶକ୍ତି ପାଇ ଗ୍ଭଲି ପାରିଲା। ଯୀଶୁଙ୍କ ନାମରେ ଆମ୍ଭମାନଙ୍କର ବିଶ୍ୱାସ ଅଛି। ହଁ, କେବଳ ଯୀଶୁଙ୍କ ଉପରେ ଥିବା ବିଶ୍ୱାସ ତାକୁ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ କରିଦେଲା ଆଉ ତାହା ତୁମ୍ଭେମାନେ ଦେଖିଲ।

17 “ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭେମାନେ ମଧ୍ୟ କ’ଣ କରୁଛ, ତାହା ନ ବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ୟ କ’ଣ କରୁଅଛନ୍ତି, ତାହା ବୁଝିପାରି ନ ଥିଲେ। 18 ଈଶ୍ୱର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ୱାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ୱର ଏ ସବୁ ଘଟଣା ଘଟାଉଛନ୍ତି। 19 ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ। 20 ଏପରି କଲେ ପ୍ରଭୁ ତୁମ୍ଭମାନଙ୍କୁ ଆତ୍ମିକ ଶାନ୍ତି ଦେବେ। ତାହାଙ୍କ ମନୋନୀତ ଖ୍ରୀଷ୍ଟ ଯୀଶୁଙ୍କୁ ମଧ୍ୟ ସେ ତୁମ୍ଭମାନଙ୍କ ପାଖକୁ ପଠାଇଦେବେ।

21 “ପୁନର୍ବାର ସମସ୍ତ କାର୍ଯ୍ୟ ସୁସମ୍ପନ୍ନ ହେବା ପର୍ଯ୍ୟନ୍ତ ଯୀଶୁଙ୍କୁ ସ୍ୱର୍ଗରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟରେ ପରମେଶ୍ୱର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ୟମରେ କହିଛନ୍ତି। 22 ମୋଶା କହିଛନ୍ତି, ‘ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦେବେ। ସେହି ଭାବବାଦୀ ତୁମ୍ଭମାନଙ୍କ ମଧ୍ୟରୁ ଆସିବେ। ସେ ମୋ’ ପରି ହେବେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ। 23 ଯେଉଁ ଲୋକ ତାହାଙ୍କ କଥାର ବାଧ୍ୟ ହେବ ନାହିଁ ତା’ର ମୃତ୍ୟୁ ଘଟିବ ଓ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରୁ ସେ ବିଚ୍ଛିନ୍ନ କରି ଦିଆଯିବ।’ [a]

24 “ହଁ, ଶାମୁୟେଲ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀମାନେ ଏହି ସମୟ ବିଷୟରେ ଘୋଷଣା କରିଛନ୍ତି। 25 ତୁମ୍ଭେମାନେ ସେହି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭେମାନେ ମଧ୍ୟ ତା’ର ଉତ୍ତରାଧିକାରୀ। ସେ ଅବ୍ରହାମଙ୍କୁ କହିଥିଲେ, ‘ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ୱାରା ଜଗତରେ ସବୁ ଲୋକ ଆଶୀର୍ବାଦ ପାଇବେ।’ [b] 26 ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶେଷ ସେବକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭେମାନେ ଯେପରି ମନ୍ଦକାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।”

Oriya Bible: Easy-to-Read Version (ERV-OR)

2010 by World Bible Translation Center