Old/New Testament
ଅଣଯିହୁଦୀ ଲୋକମାନଙ୍କ ସହିତ ବିବାହ
9 ଏହିସବୁ କର୍ମ ସମାପ୍ତ ହେଲା ପରେ, ଇସ୍ରାଏଲୀୟ ମୁଖ୍ୟମାନେ ଆମ୍ଭ ନିକଟକୁ ଆସିଲେ ଓ ସେମାନେ କହିଲେ, “ଏଜ୍ରା, ଇସ୍ରାଏଲର ଲୋକମାନେ, ଯାଜକମାନେ ଓ ଲେବୀୟମାନେ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର ଅର୍ଥାତ୍ କିଣାନୀୟ, ହିତ୍ତୀୟ, ପିରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସ୍ରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମ ଅନୁସାରେ କରୁଅଛନ୍ତି। 2 ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ୟଦେଶରେ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।” 3 ଯେତେବେଳେ ମୁଁ ଏହିକଥା ଶୁଣିଲି ମୁଁ ମୋର ବସ୍ତ୍ର ଓ ଗ୍ଭେଗା ଚିରି ନିଜ ମସ୍ତକ ଓ ଦାଢ଼ିର କେଶ କ୍ଷୌରକରି ଚିନ୍ତିତ ହୋଇ ବସିଲି। 4 ସେତେବେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ। ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ଓ ମୋ’ ଗ୍ଭରିପଟେ ସେମାନେ ଏକତ୍ରିତ ହେବା ପର୍ଯ୍ୟନ୍ତ ଆଘାତ ପାଇ ବସିଲି।
5 ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଉଠିଲି। ମୋ’ ଦେହରେ ଚିରାବସ୍ତ୍ର ଓ ଗ୍ଭେଗା ଥିଲା। ମୁଁ ମୋର ଆଣ୍ଠୁମାଡ଼ି ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି, 6 ହେ ମୋର ପରମେଶ୍ୱର,
ମୁଁ ଲଜ୍ଜିତ ହୋଇଅଛି। ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ମୁହଁ ଦେଖାଇବାକୁ ଲଜ୍ଜିତ କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କର ମସ୍ତକର ଉପରକୁ ଉଠିଅଛି। ଆମ୍ଭମାନଙ୍କ ଦୋଷ ସ୍ୱର୍ଗସ୍ପର୍ଶୀ ହୋଇଅଛି। 7 ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ୟାୟ ଆମ୍ଭେମାନେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜଗଣ ହସ୍ତରେ, ଖଡ଼୍ଗରେ, ବନ୍ଦୀତ୍ୱରେ ଓ ଅପମାନିତ ହେବା ପାଇଁ ସମର୍ପିତ ହୋଇଅଛୁ।
8 “ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ନିର୍ବାସିତ ଅବସ୍ଥାରେ ଆମ୍ଭମାନଙ୍କୁ ନିଶ୍ଚିତ ଆଶ୍ୱାସନା ଦେବେ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ। 9 ହଁ, ଆମ୍ଭେମାନେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନ ଥିଲ। ତୁମ୍ଭେ ଆମ୍ଭ ପ୍ରତି ଦୟା କରିଥିଲ। ତୁମ୍ଭ ଯୋଗୁଁ ପାରସ୍ୟର ରାଜା ଆମ୍ଭ ପ୍ରତି ଦୟା ଦେଖାଇ ଥିଲେ। ତୁମ୍ଭର ମନ୍ଦିର ଧ୍ୱଂସ ହୋଇ ଯାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦେଲୁ। ପରମେଶ୍ୱର, ତୁମ୍ଭେ ଯିହୁଦା ଓ ଯିରୁଶାଲମରେ ପ୍ରାଚୀର ଦେବା ପାଇଁ ଆମ୍ଭର ସହାୟ ହେଲେ।
10 “ଏବେ ହେ ଆମ୍ଭର ପରମେଶ୍ୱର, ଏହା ପରେ ଆମ୍ଭମାନଙ୍କର କ’ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ! 11 ହେ ପରମେଶ୍ୱର, ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆଜ୍ଞାକରି କହିଥିଲ, ‘ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀୟମାନଙ୍କ ଅଶୌଚ ଦ୍ୱାରା ଅଶୁଚି ଦେଶ ହୋଇଅଛି। ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ପାପରେ ପରିପୂର୍ଣ୍ଣ କରିଅଛି। 12 ଏଣୁ ହେ ଇସ୍ରାଏଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସେମାନଙ୍କ ଶାନ୍ତି ଓ ସୌଭାଗ୍ୟ ପାଇଁ କଦାପି ଚେଷ୍ଟା କର ନାହିଁ। ତହିଁରେ ତୁମ୍ଭେମାନେ ବଳବାନ ହେବ। ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ। ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞା ପରିତ୍ୟାଗ କରିଅଛୁ।’
13 “ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପ୍ରାପ୍ୟଠାରୁ କମ୍ ଦଣ୍ତ ଦେଇଛ। ଏବଂ ଯଦିଓ ଆମ୍ଭର ପାପ ଓ ଦୋଷ ଯୋଗୁଁ ଏସବୁ ଆମ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ଜୀବିତ ରଖିଅଛ। 14 ଏହା ଦେଖି ସାରିବା ପରେ ଆମ୍ଭେମାନେ କ’ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣାଯୋଗ୍ୟ କର୍ମ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶେଷ କରିବ ନାହିଁ।
15 “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ, ଯେଉଁଥିପାଇଁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇଅଛୁ। ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ। କାରଣ ସେଥିପାଇଁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ।”
ଲୋକମାନେ ସେମାନଙ୍କର ପାପ ସ୍ୱୀକାର କଲେ
10 ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ୱୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ନତମସ୍ତକ ହୋଇ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇସ୍ରାଏଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିଲେ। ସେହି ଇସ୍ରାଏଲୀୟମାନେ ମଧ୍ୟ ଅତିଶୟ କ୍ରନ୍ଦନ କରୁଥିଲେ। 2 ଏହା ପରେ ଏଲାମର ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନିୟ ଏଜ୍ରାଙ୍କୁ କହିଲା, “ଆମ୍ଭେ ଆମ୍ଭର ପରମେଶ୍ୱରଙ୍କୁ ବିଶ୍ୱାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀୟମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ୟ ଆମ୍ଭମାନଙ୍କର ଇସ୍ରାଏଲଙ୍କ ପ୍ରତି ଭରସା ଅଛି। 3 ଏବେ ଆମ୍ଭେମାନେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ କରାଯାଉ। 4 ହେ ଏଜ୍ରା, ଉଠ, କାରଣ ତୁମ୍ଭ ଉପରେ ଏହି କାର୍ଯ୍ୟର ଭାର ଅଛି, ତେଣୁ ଆମ୍ଭେମାନେ ତୁମ୍ଭକୁ ସାହାଯ୍ୟ କରିବୁ। ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”
5 ତେଣୁ ଏଜ୍ରା ଉଠିଲେ। ସେହି ବାକ୍ୟ ଅନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ପ୍ରତିଜ୍ଞା କରାଇଲେ। 6 ଏହା ପରେ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହା ପରେ ଇଲିୟାଶୀବର ପୁତ୍ର ଯିହୋହାନନର କୋଠରୀକୁ ଗଲେ। ଏଜ୍ରା ସେଠାରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନ ଥିଲେ, କି ଜଳପାନ କରି ନ ଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇସ୍ରାଏଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ଯିରୁଶାଲମକୁ ଫେରି ଆସିଥିଲେ। 7 ଏହା ପରେ ସେ ଯିହୁଦା ଓ ଯିରୁଶାଲମର ପ୍ରତ୍ୟେକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସେହି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ, ସେମାନଙ୍କ ନିକଟରେ ଘୋଷଣା କରି କହିଲେ, ସେମାନେ ଯିରୁଶାଲମରେ ଏକତ୍ରିତ ହେବେ। 8 ଯଦି କୌଣସି ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମକୁ ନ ଆସିବ, ତେବେ ତାର ସମସ୍ତ ସମ୍ପତ୍ତି ହରଣ କରାଯିବ। ଏହି ନିଷ୍ପତ୍ତି ଅଧିପତିମାନେ ଓ ପ୍ରାଚୀନବର୍ଗମାନେ ନେଇଥିଲେ ଓ ସେମାନଙ୍କୁ ମଧ୍ୟ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।
9 ତେଣୁ ଯିହୁଦା ଓ ବିନ୍ୟାମିନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୁଶାଲମରେ ଏକତ୍ରିତ ହେଲେ। ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ। 10 ଏହା ପରେ ଯାଜକ ଏଜ୍ରା ଠିଆ ହୋଇ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଅବିଶ୍ୱସ୍ତ ହୋଇଅଛ ଓ ଇସ୍ରାଏଲର ଦୋଷ ବଢ଼ାଇଅଛ, କାରଣ ତୁମ୍ଭେମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ। 11 ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ଯ୍ୟ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
12 ଏହା ପରେ ସମଗ୍ର ସମାଜ ଏକତ୍ରିତ ହୋଇ ଏଜ୍ରାଙ୍କୁ ଉତ୍ତର ଦେଇ କହିଲେ, “ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସେହିପରି କରିବୁ। 13 କିନ୍ତୁ ଏଠାରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭେମାନେ ବାହାରେ ଠିଆ ହେବା ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ଯ୍ୟ ନୁହେଁ, ଯେହେତୁ ଏହି ବିଷୟରେ ଆମ୍ଭେମାନେ ମହା ଅପରାଧ କରିଅଛୁ। 14 ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସେମାନେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଗ୍ଭରକର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ୱରଙ୍କର କ୍ରୋଧ ଯେପର୍ଯ୍ୟନ୍ତ ଅତିକ୍ରମ ନ ହୋଇଛି ଏହି କାରଣ ଯୋଗୁଁ ଏହି ବିଷୟ ଗ୍ରହଣୀୟ ହେବ ନାହିଁ।”
15 ଏହି କଥା ବିରୁଦ୍ଧରେ କେବଳ ଆସାହେଲର ପୁତ୍ର ଯୋନାଥନ ଓ ତିକ୍ବର ପୁତ୍ର ଯହସିୟ ଉଠିଲେ। ଆଉ ମସୁଲମ୍ ଓ ଲେବୀୟ ଶବ୍ଦଥୟ ସେମାନଙ୍କର ସାହାଯ୍ୟ କଲେ।
16 ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି ଯାଜକ ଏଜ୍ରା ସେଇ ଲୋକମାନଙ୍କୁ ବାଛିଲେ, ଯେଉଁମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ବଛାଗଲେ। ଆଉ ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ। 17 ପୁଣି ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଗ୍ଭର ସମାପ୍ତ କଲେ।
ବିଦେଶିନୀ ସ୍ତ୍ରୀମାନଙ୍କୁ ବିବାହ କରିଥିବା ଲୋକମାନଙ୍କର ତାଲିକା
18 ଯାଜକମାନଙ୍କ ବଂଶଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ହେଲେ ଯଥା:
ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଷର, ଯାରିବ ଓ ଗଦଲିୟ। 19 ଏମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ଦୂର କରି ଦେବେ ବୋଲି କଥା ଦେଲେ। ଆଉ ଦୋଷୀ ହେବାରୁ ସେମାନେ ନିଜ ନିଜର ଦୋଷ ସକାଶେ ପଲରୁ ଏକ ଏକ ମେଷ ଦୋଷାର୍ଥକବଳି ରୂପେ ଉତ୍ସର୍ଗ କଲେ।
20 ଆଉ ଇମ୍ମେରର ବଂଶଧରମାନଙ୍କ ମଧ୍ୟରୁ ହନାନି ଓ ସବଦିୟ।
21 ହାରିମର ବଂଶଧରମାନଙ୍କ ମଧ୍ୟରୁ ମାସେୟ ଓ ଏଲିୟ ଓ ଶମୟିୟ, ଯିହୀୟେଲ ଓ ଉଷିୟ।
22 ପଶହୂରର ସନ୍ତାନମାନଙ୍କର ମଧ୍ୟରୁ ଇଲୟୋ-ଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ୍ ଓ ଇଲିୟାସା,
23 ଆଉ ଲେବୀୟମାନଙ୍କ ମଧ୍ୟରୁ
ଯୋଷାବଦ୍, ଶିମିୟି ଓ କଲାୟ, ଏହାକୁ କଲିଟ୍ କହନ୍ତି, ପଥାହିୟ, ଯିହୁଦା ଓ ଇଲୀୟେଷର,
24 ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ୍, ଦ୍ୱାରପାଳକମାନଙ୍କ ମଧ୍ୟରୁ ଶଲ୍ଲୁମ୍ ଓ ଟେଲମ୍ ଓ ଊରି।
25 ଇସ୍ରାଏଲ ମଧ୍ୟରେ
ପରିୟୋଶର ବଂଶଧରମାନଙ୍କ ମଧ୍ୟରୁ ରମିୟ ଓ ଯିଷିୟ, ମଲ୍କିୟ, ମିୟାମୀନ୍, ଇଲିୟାସର, ମଲ୍କିୟ ଓ ବନାୟ।
26 ଏଲମର ବଂଶଧରଗଣ ମଧ୍ୟରୁ ମତ୍ତନିୟ, ଯିଖରିୟ, ଯିହୀୟେଲ, ଅବ୍ଦି, ଯିରେମୋତ୍ ଓ ଏଲିୟ।
27 ସତ୍ତୁର ବଂଶଧରଗଣ ମଧ୍ୟରୁ ଇଲିୟୋ-ଐନୟ, ଇଲୀୟାଶୀବ୍, ମତ୍ତନିୟ, ଯିରେମୋତ୍, ଯାବତ୍ ଓ ଅସୀସା।
28 ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍, ହନାନିୟ, ସଜୟ ଓ ଅତ୍ତଲୟ।
29 ଆଉ ବାନିର ବଂଶଧରଗଣ ମଧ୍ୟରୁ ମଶୁଲ୍ଲମ୍, ମଲ୍ଲକ, ଅଦାୟା, ଯାଶୂବ୍, ଶାଲ ଓ ଯିରେମୋତ୍।
30 ଆଉ ପହତ୍ ମୋୟାବର ବଂଶଧରଗଣ ମଧ୍ୟରୁ ଅଦନ, କଲାଲ୍, ବନାୟ, ମାସେୟ, ମତ୍ତିନିୟ, ବତ୍ସଲେଲ, ବନ୍ନୁୟୀ ଓ ମନଃଶି।
31 ହାରିମର ବଂଶଧରଗଣ ମଧ୍ୟରୁ ଇଲୀୟେଷର, ଯିଶିୟ, ମଲ୍ଲିୟ, ଶମୟିୟ, ଶିମିୟୋନ,
32 ବିନ୍ୟାମୀନ, ମଲ୍ଲୂକ ଓ ଶମରିୟ।
33 ହଶୂମର ବଂଶଧରଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍, ଇଲିଫେଲଟ୍, ଯିରେମୟ, ମନଃଶି ଓ ଶିମିୟି।
34 ବାନିର ବଂଶଧରଗଣ ମଧ୍ୟରୁ ମାଦୟ, ଅମ୍ରାମ ଓ ଉୟେଲ, 35 ବନାୟ, ବେଦିୟା, କଲୂହ, 36 ବନିୟା, ମରେମୋତ୍, ଇଲୀୟାଶୀବ୍, 37 ମତ୍ତନିୟ, ମତ୍ତନୟ ଓ ଯାଶୟ।
38 ଏବଂ ବିନ୍ନୁୟି, ଶିମିୟିର ଭବିଷ୍ୟଦ୍ ବଂଶଧର ମଧ୍ୟରୁ 39 ଶେଲିମିୟ, ନାଥନ୍ ଓ ଅଦାୟା, 40 ମଗ୍ନଦହବୟ, ଶାଶୟ, ଶାରୟ, 41 ଅସରେଲ, ଶେଲିମିୟ, ଶମରିୟ, 42 ଶଲ୍ଲୁମ୍, ଅମରିୟ ଓ ଯୋଷେଫ।
43 ନବୋର ବଂଶଧରଗଣ ମଧ୍ୟରୁ ଯିୟୟେଲ, ମତ୍ତଥିୟ, ସାବଦ୍, ସବୀନଃ, ଇଦ୍ଦୋ, ଯୋୟେଲ ଓ ବନାୟ।
44 ଏସମସ୍ତ ଲୋକମାନେ ଅଣଇସ୍ରାଏଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଆଉ ସେମାନେ ସେମାନଙ୍କର ବିଦେଶୀନି ସ୍ତ୍ରୀମାନଙ୍କୁ ସେମାନଙ୍କର ସନ୍ତାନମାନଙ୍କ ସହିତ ପଠେଇ ଦେଲେ।
ଲୂକଙ୍କ ଦ୍ୱାରା ଲିଖିତ ଦ୍ୱିତୀୟ ପୁସ୍ତକ
1 ହେ ଥିୟଫିଲ,
ମୁଁ ମୋର ପ୍ରଥମ ପୁସ୍ତକରେ ଯୀଶୁଙ୍କର ସମସ୍ତ କାର୍ଯ୍ୟ ଓ ଉପଦେଶଗୁଡ଼ିକ ବିଷୟରେ ଲେଖିଛି। 2 ମୁଁ ଯୀଶୁଙ୍କର ସମ୍ପୂର୍ଣ୍ଣ ଜୀବନ ସମ୍ପର୍କରେ ଆରମ୍ଭରୁ ତାହାଙ୍କୁ ସ୍ୱର୍ଗକୁ ନିଆଯିବା ପର୍ଯ୍ୟନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଯୀଶୁ, ପ୍ରେରିତମାନେ [a] କ’ଣ କରିବା ଉଚିତ୍, ସେହି କଥା କହିଲେ। 3 ଏହି ଘଟଣାଟି ଯୀଶୁଙ୍କର ମୃତ୍ୟୁ ପରେ ଘଟିଥିଲା। କିନ୍ତୁ ଅନେକ ଶକ୍ତିଯୁକ୍ତ କାର୍ଯ୍ୟ ଦ୍ୱାରା ସେ ପ୍ରମାଣିତ କରି ଦେଖେଇ ଦେଲେ ଯେ, ସେ ଜୀବିତ ଥିଲେ। ମୃତ୍ୟୁ ପରେ ପୁନର୍ଜୀବିତ ହୋଇ ଉଠିଥିବାର ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରେରିତମାନେ ଯୀଶୁଙ୍କୁ ଅନେକ ଥର ଦେଖିଲେ। ଯୀଶୁ ପରମେଶ୍ୱରଙ୍କର ରାଜ୍ୟ ବିଷୟରେ ପ୍ରେରିତମାନଙ୍କୁ କହିଲେ। 4 ଦିନେ ଯେତେବେଳେ ଯୀଶୁ ସେମାନଙ୍କ ସାଙ୍ଗରେ ଭୋଜନ କରୁଥିଲେ, ସେତେବେଳେ ସେ ପ୍ରେରିତମାନଙ୍କୁ ଯିରୁଶାଲମ ନ ଛାଡ଼ିବା ପାଇଁ କହିଲେ। ଯୀଶୁ କହିଲେ, “ପରମେଶ୍ୱର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦେଇଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟରେ ଆଗରୁ କହି ସାରିଛି। ତେଣୁ ସେହି ପ୍ରତିଜ୍ଞା ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୁଶାଲମରେ ଅପେକ୍ଷାରେ ରୁହ। 5 ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଇଥିଲେ, କିନ୍ତୁ ଅଳ୍ପ ଦିନ ଭିତରେ ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ହେବ।”
ଯୀଶୁ ସ୍ୱର୍ଗକୁ ନିଆଗଲେ
6 ପ୍ରେରିତମାନେ ଏକାଠି ହୋଇ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ଆପଣ ଇସ୍ରାଏଲମାନଙ୍କୁ ସେମାନଙ୍କର ରାଜ୍ୟ ଏହି ସମୟରେ ପୁନର୍ବାର ଦେଉଅଛନ୍ତି କି?”
7 ଯୀଶୁ ସେମାନଙ୍କୁ କହିଲେ, “କେବଳ ପରମେଶ୍ୱରଙ୍କର ଅଧିକାର ଅଛି ଯେ, ସେ ତାରିଖ ଓ ସମୟ ଗୁଡ଼ିକ ବିଷୟରେ ନିଷ୍ପତ୍ତି ଗ୍ରହଣ କରି ପାରିବେ। ତୁମ୍ଭେମାନେ ସେ ବିଷୟରେ ଜାଣି ପାରିବ ନାହିଁ। 8 କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭେମାନେ ଶକ୍ତି ପାଇ ତୁମ୍ଭେମାନେ ମୋର ସାକ୍ଷୀ ହେବ। ପ୍ରଥମେ ଯିରୁଶାଲମର ଲୋକମାନଙ୍କୁ, ତା’ପରେ ତୁମ୍ଭେମାନେ ସମଗ୍ର ଯିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳରେ।”
9 ଯୀଶୁ ପ୍ରେରିତମାନଙ୍କୁ ଏତିକି କହିବା ପରେ ତାହାଙ୍କୁ ଆକାଶକୁ ଉଠେଇ ନିଆଗଲା। ପ୍ରେରିତମାନେ ଦେଖୁଥିବା ସମୟରେ ଯୀଶୁ ଖଣ୍ଡେ ମେଘ ଭିତରକୁ ଗ୍ଭଲିଗଲେ, ଓ ସେମାନେ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। 10 ଯୀଶୁ ଗ୍ଭଲି ଯାଉଥିଲେ ଓ ପ୍ରେରିତମାନେ ଆକାଶକୁ ଗ୍ଭହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସେମାନଙ୍କ ପାଖରେ ଆସି ଠିଆ ହେଲେ। 11 ସେହି ଦୁଇଜଣ ପୁରୁଷ ପ୍ରେରିତମାନଙ୍କୁ କହିଲେ, “ହେ ଗାଲିଲୀର ଲୋକେ, ତୁମ୍ଭେମାନେ ଏଠାରେ ଠିଆ ହୋଇ ଆକାଶ ଆଡ଼େ କାହିଁକି ଗ୍ଭହିଁଛ? ଏହି ଯୀଶୁଙ୍କୁ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଉଠାଇ ନିଆଗଲା, ସେ ସ୍ୱର୍ଗକୁ ଗଲେ ଓ ତୁମ୍ଭେମାନେ ତାହାଙ୍କୁ ଉପରକୁ ଯିବାର ଯେପରି ଦେଖିଲ, ସେହିପରି ସେ ପୁଣି ଫେରି ଆସିବେ।”
ଜଣେ ନୂଆ ପ୍ରେରିତଙ୍କ ନିର୍ବାଚନ
12 ତା’ପରେ ପ୍ରେରିତମାନେ ଜୀତ ନାମକ ପର୍ବତରୁ ଯିରୁଶାଲମ ଫେରି ଆସିଲେ। ଏହି ପର୍ବତ ଯିରୁଶାଲମଠାରୁ ପ୍ରାୟ ଦୁଇ କିଲୋମିଟର ଦୂର। 13 ପ୍ରେରିତମାନେ ସେଠାରେ ପହଞ୍ଚି ଉପର ମହଲାର ଏକ କୋଠରି ଭିତରକୁ ଗଲେ, ସେଠାରେ ସେମାନେ ରହିଲେ। ଏ ପ୍ରେରିତମାନେ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମି, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମୋନ ଓ ଯାକୁବର ପୁତ୍ର ଯିହୂଦା ଥିଲେ।
14 ପ୍ରେରିତମାନେ ସମସ୍ତେ ଏକାଠି ଥିଲେ ଓ ଗୋଟିଏ ଉଦ୍ଦେଶ୍ୟରେ ଏକମନ ହୋଇ ନିରନ୍ତର ପ୍ରାର୍ଥନା କରୁଥିଲେ। ସେମାନଙ୍କ ସହିତ କେତେ ଜଣ ସ୍ତ୍ରୀଲୋକ, ଯୀଶୁଙ୍କ ମାତା ମରିୟମ ଓ ଯୀଶୁଙ୍କର ଭାଇମାନେ ମଧ୍ୟ ଥିଲେ।
15 ସେହି ସମୟରେ ସେଠାରେ ପ୍ରାୟ ଶହେକୋଡ଼ିଏ ଜଣ ବିଶ୍ୱାସୀ ଏକତ୍ର ହୋଇଥିଲେ। ପିତର ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, 16 “ଭାଇମାନେ, ଧର୍ମଶାସ୍ତ୍ରରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ୱାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ଯିହୂଦାଙ୍କ ବିଷୟରେ କହିଥିଲେ। 17 ଯିହୂଦା ଆମ୍ଭ ଦଳରେ ଥିଲା ଓ ଆମ୍ଭ ସହିତ ଏକତ୍ର ସେବା କାର୍ଯ୍ୟ କରିଥିଲା, ପବିତ୍ରଆତ୍ମା କହିଥିଲେ ଯେ ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଯିବେ ଯିହୂଦା ସେମାନଙ୍କର ନେତା ହେବ।”
18 ଯିହୂଦାକୁ ଏହି ଘୃଣ୍ୟ କାମ କରିବା ପାଇଁ ଟଙ୍କା ଦିଆ ଯାଇଥିଲା। ସେଥିରେ ସେ ଗୋଟିଏ ଜମି କିମି ଦେଲା। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହୋଇ ପଡ଼ିଲା। ପରେ ତା’ର ପେଟ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା। 19 ଏହି କଥା ଯିରୁଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସେମାନେ ତାହାଙ୍କ ନିଜ ଭାଷାରେ ଏହି ଜମିକୁ “ହକଲ୍ଦମା” ଅର୍ଥାତ୍ “ରକ୍ତ କ୍ଷେତ୍ର ବୋଲି କହିଲେ।”
20 ପିତର ପୁଣି କହିଲେ, “ଗୀତସଂହିତାରେ ଯିହୂଦା ସମ୍ପର୍କରେ ଲେଖା ଯାଇଅଛି:
‘ତା’ର ବାସଗୃହ ଜନ ଶୂନ୍ୟ ହେଉ,
ସେଠାରେ କୌଣସି ବ୍ୟକ୍ତି ବାସ ନ କରନ୍ତୁ।’ (A)
ଏବଂ ଆହୁରି ମଧ୍ୟ ଲେଖାଅଛି:
‘ତାହାଙ୍କୁ ଅର୍ପଣ କରାଯାଇଥିବା କାର୍ଯ୍ୟ ଅନ୍ୟ କେହି ବ୍ୟକ୍ତି କରନ୍ତୁ।’(B)
21-22 ତେଣୁ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କର ପୁନରୁତ୍ଥାନର ସାକ୍ଷୀ ହେବା ନିମନ୍ତେ ଆଉ ଜଣେ ଆମ୍ଭ ସହିତ ଯୋଗ ଦେବା ନିତାନ୍ତ ଜରୁରୀ ଅଟେ। ତେଣୁ ପ୍ରଭୁ ଯୀଶୁ ଆମ୍ଭ ସହିତ ଥିବା ସମୟରେ ସେତେବେଳେ ଆମ୍ଭମାନଙ୍କ ଭିତରେ ଯେତେ ଜଣ ଥିଲେ ସେମାନଙ୍କ ମଧ୍ୟରୁ ଆଉ ଜଣକୁ ହିଁ ବଛାଯିବ। ଅନ୍ୟଭାଷାରେ କହିବାକୁ ଗଲେ, ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ୟରୁ ଊର୍ଦ୍ଧ୍ୱକୁ ନିଆ ହୋଇଯିବା ପର୍ଯ୍ୟନ୍ତ ଏହି ଲୋକ ଜଣକ ଆମ୍ଭ ସଙ୍ଗରେ ରହିଥିବା ଉଚିତ୍।”
23 ଏଥିପାଇଁ ପ୍ରେରିତମାନେ ଦୁଇଜଣ ଲୋକଙ୍କ ନାମ ପ୍ରସ୍ତାବ କଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯୋଷେଫ, ଯାହାଙ୍କୁ ବର୍ଶବ୍ବା ବୋଲି କୁହାଯାଉଥିଲା, ଏହାଙ୍କୁ ଯୂସ୍ତ ମଧ୍ୟ କୁହାଯାଉଥିଲା ଏବଂ ଅନ୍ୟ ଜଣେ ମଥିୟ। 24 ପୁଣି ପ୍ରେରିତମାନେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ, “ପ୍ରଭୁ, ତୁମ୍ଭେ ସମସ୍ତଙ୍କ ମନକଥା ଜାଣିଛ। ଏହି ସେବା କାର୍ଯ୍ୟ ଓ ପ୍ରେରିତ ପଦ ଛାଡ଼ିଦେଇ ଯିହୂଦା ନିଜ ସ୍ଥାନକୁ ଗ୍ଭଲିଯାଇଛି। 25 ସେହି ପଦରେ ପ୍ରେରିତ ହେବା ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦେଖାଇଦିଅ।” 26 ତା’ପରେ ପ୍ରେରିତମାନେ ଏହି ଦୁହିଁଙ୍କ ନାମରେ ଗୁଳା ପକାଇଲେ। କାଗଜରେ ଲେଖାଥିବା ଗୁଳା ମଥିୟଙ୍କ ନାମରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ରେରିତଙ୍କ ସହିତ ଜଣେ ପ୍ରେରିତ ହିସାବରେ ଗଣିତ ହେଲେ।
2010 by World Bible Translation Center