Old/New Testament
ଯିହୁଦାର ରାଜା ଯିହୋଶାଫଟ୍
17 ଆସାଙ୍କ ସ୍ଥାନରେ ଯିହୋଶାଫଟ୍ ଯିହୁଦାର ନୂତନ ରାଜା ହେଲେ। ଯିହୋଶାଫଟ୍ ଆସାଙ୍କର ପୁତ୍ର ଥିଲେ। ଯିହୋଶାଫଟ୍ ଯିହୁଦାକୁ ଆହୁରି ବଳିଷ୍ଠ କଲେ, ଯେପରି ସେମାନେ ଇସ୍ରାଏଲ ବିରୁଦ୍ଧରେ ଲଢ଼େଇ କରି ପାରିବେ। 2 ଯିହୁଦାର ଯେଉଁ ସହରଗୁଡ଼ିକ ଦୁର୍ଗମାନଙ୍କରେ ପରିଣତ ହୋଇଥିଲା, ସେ ସେଠାରେ ସୈନ୍ୟମାନଙ୍କୁ ସ୍ଥାପନ କଲେ। ଯିହୋଶାଫଟ୍ ତାଙ୍କର ପିତା ଆସା ଅଧିକାର କରିଥିବା ଯିହୁଦା ଓ ଇଫ୍ରୟିମର ସହରଗୁଡ଼ିକରେ ଦୁର୍ଗମାନ ନିର୍ମାଣ କଲେ।
3 ସଦାପ୍ରଭୁ ଯିହୋଶାଫଟଙ୍କ ସହିତ ଥିଲେ, କାରଣ ଯିହୋଶାଫଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ୟ ଉତ୍ତମ କର୍ମମାନ କରିଥିଲେ। ଯିହୋଶାଫଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ। 4 ଯିହୋଶାଫଟଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ଯିହୋଶାଫଟ୍ ତାଙ୍କର ଅନ୍ୱେଷଣ କଲେ। ସେ ପରମେଶ୍ୱରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ସେ ପରମେଶ୍ୱରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ଇସ୍ରାଏଲର ଲୋକମାନେ ଯେପରି ଜୀବନ କାଟୁଥିଲେ, ସେ ସେପ୍ରକାର ଜୀବନ କାଟୁ ନ ଥିଲେ। 5 ସଦାପ୍ରଭୁ ଯିହୋଶାଫଟଙ୍କୁ ଯିହୁଦାର ଏକ ଅତି ଶକ୍ତିଶାଳୀ ରାଜା କଲେ। ଯିହୁଦାର ସମସ୍ତ ଲୋକ ଯିହୋଶାଫଟଙ୍କ ନିମନ୍ତେ ଉପହାରମାନ ଆଣିଲେ। ତେଣୁ ଯିହୋଶାଫଟଙ୍କର ଧନସମ୍ପଦ ଓ ସମ୍ମାନ ପ୍ରଚୁର ହେଲା। 6 ଯିହୋଶାଫଟ୍ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ହୋଇଥିଲେ। ସେ ସମସ୍ତ ଉଚ୍ଚସ୍ଥାନ ଓ ଆଶେରା ସ୍ତମ୍ଭଗୁଡ଼ିକୁ ଯିହୁଦା ଦେଶରୁ ଫୋପାଡ଼ି ଦେଲେ।
7 ଯିହୋଶାଫଟ୍ ତାଙ୍କର ନେତାଗଣଙ୍କୁ ଯିହୁଦାର ସହରମାନଙ୍କୁ ଶିକ୍ଷା ଦେବା ନିମନ୍ତେ ପଠାଇଲେ। ଏହା ଯିହୋଶାଫଟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଘଟିଲା। ସେହି ନେତାମାନେ ଥିଲେ ବିନ୍ହୟିଲ, ଓବଦିୟ, ଯିଖରିୟ, ନଥନେଲ୍ ଓ ମୀଖାୟ। 8 ଯିହୋଶାଫଟ୍ ଏହି ନେତାମାନଙ୍କ ସହିତ ଲେବୀୟମାନଙ୍କୁ ମଧ୍ୟ ପଠାଇଲେ। ସେହି ଲେବୀୟମାନେ ଥିଲେ ଶମୟିୟ, ସବ୍ଦିୟ, ଅସାହେଲ୍, ଶମୀରାମୋତ୍, ଯିହୋନାଥନ, ଅଦୋନିୟ, ଟୋବିୟ, ଟୋବଦୋନିୟ, ଇଲୀଶାମା, ଯିହୋରାମ ଓ ଯାଜକମାନଙ୍କୁ ମଧ୍ୟ ପଠାଇଲେ। 9 ସେହି ନେତା ଓ ଲେବୀୟ ଓ ଯାଜକମାନେ ଯିହୁଦାର ଲୋକମାନଙ୍କୁ ଶିକ୍ଷା ଦେଲେ। ସେମାନଙ୍କ ନିକଟରେ “ସଦାପ୍ରଭୁଙ୍କ ନିୟମପୁସ୍ତକ” ଥିଲା। ସେମାନେ ଯିହୁଦାର ସମସ୍ତ ସହର ମଧ୍ୟଦେଇ ଗଲେ ଓ ଲୋକମାନଙ୍କୁ ଶିକ୍ଷା ଦେଲେ।
10 ଯିହୁଦା ନିକଟସ୍ଥ ଦେଶଗୁଡ଼ିକ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ସେଥି ନିମନ୍ତେ ସେମାନେ ଯିହୋଶାଫଟଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲେ ନାହିଁ। 11 କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟଙ୍କ ନିମନ୍ତେ ଉପହାରମାନ ଆଣିଲେ। ଆହୁରି ମଧ୍ୟ ସେମାନେ ଯିହୋଶାଫଟଙ୍କ ନିମନ୍ତେ ରୂପା ଆଣିଲେ। କେତେକ ଆରବୀୟ ଲୋକ ଯିହୋଶାଫଟଙ୍କ ନିମନ୍ତେ ପଶୁପଲ ଭେଟୀ ସ୍ୱରୂପେ ଆଣିଲେ। ସେମାନେ ତାଙ୍କୁ 7700 ଗୋଟି ଛେଳି ଓ 7700 ଗୋଟି ମେଣ୍ଢା ଦେଲେ।
12 ଯିହୋଶାଫଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହୋଇ ଉଠିଲେ। ସେ ଯିହୁଦା ଦେଶରେ ଅନେକ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ। 13 ସେ ଯିହୁଦା ନଗରରେ ବହୁତ କିଛି ରଖିଲେ। ଆଉ ଯିହୋଶାଫଟ୍ ଯିରୁଶାଲମରେ ତାଲିମପ୍ରାପ୍ତ ସୈନ୍ୟମାନଙ୍କୁ ରଖିଲେ। 14 ସେହି ସୈନ୍ୟମାନଙ୍କୁ ସେମାନଙ୍କ ପରିବାରବର୍ଗରେ ତାଲିକାଭୁକ୍ତ କରାଗଲା। ଯିରୁଶାଲମରେ ଅବସ୍ଥାପିତ ସେହି ସୈନ୍ୟମାନଙ୍କର ତାଲିକା ଏହି:
ଯିହୁଦା ଗୋଷ୍ଠୀରୁ, ଏହି ଲୋକମାନେ ହଜାର ହଜାର ସୈନ୍ୟଙ୍କର ସେନାପତି ଥିଲେ: ଅଦ୍ମ 300,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ।
15 ଯିହୋହାନନ୍ 280,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ,
16 ଅମସିୟ 200,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ। ସିଖ୍ରିଙ୍କର ପୁତ୍ର ଅମସିୟ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଶପଥ କରିଥିଲେ।
17 ବିନ୍ୟାମୀନ୍ ଗୋଷ୍ଠୀର ଏହିମାନେ ସେନାଧ୍ୟକ୍ଷ ଥିଲେ: ଇଲିୟାଦାଙ୍କର 200,000 ଜଣ ସୈନ୍ୟ ଥିଲେ, ଯେଉଁମାନେ ଧନୁ, ତୀର ଓ ଢାଲ ବ୍ୟବହାର କରୁଥିଲେ। ଇଲିୟାଦା ଜଣେ ଅତି ସାହସୀ ସୈନ୍ୟ ଥିଲେ।
18 ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଯିହଷାବଦଙ୍କର 180,000 ଜଣ ସୈନ୍ୟ ଥିଲେ।
19 ସେହିସବୁ ସୈନ୍ୟମାନେ ରାଜା ଯିହୋଶାଫଟଙ୍କର ସେବା କରୁଥିଲେ। ଯିହୁଦା ଦେଶସାରା ଥିବା ଦୁର୍ଗଗୁଡ଼ିକରେ ରାଜାଙ୍କର ଆହୁରି ଅନ୍ୟ ଲୋକମାନେ ମଧ୍ୟ ଥିଲେ।
ମୀଖାୟ ରାଜା ଆହାବଙ୍କୁ ସତର୍କ କଲେ
18 ଯିହୋଶାଫଟଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ୟାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା। 2 କିଛି ବର୍ଷ ଉତ୍ତାରେ, ଯିହୋଶାଫଟ୍ ଶମରିୟା ସହରରେ ରାଜା ଆହାବଙ୍କୁ ଭେଟିବା ନିମନ୍ତେ ଗଲେ। ଆହାବ ଯିହୋଶାଫଟ୍ ଓ ତାଙ୍କ ସହିତ ଥିବା ଲୋକମାନଙ୍କ ନିମନ୍ତେ ଅନେକ ମେଣ୍ଢା ଓ ଗାଈ ବଳିଦାନ ଦେଲେ। ଆହାବ ଯିହୋଶାଫଟଙ୍କୁ ରାମୋତ-ଗିଲିୟଦ୍ ସହରକୁ ଆକ୍ରମଣ କରିବା ନିମନ୍ତେ ଉତ୍ସାହିତ କଲେ। 3 ଆହାବ ଯିହୋଶାଫଟଙ୍କୁ କହିଲେ, “ତୁମ୍ଭେ ମୋ’ ସହିତ ରାମୋତ୍-ଗିଲିୟଦ୍କୁ ଆକ୍ରମଣ କରିବା ନିମନ୍ତେ ଯିବ କି?” ଆହାବ ଇସ୍ରାଏଲର ରାଜା ଓ ଯିହୋଶାଫଟ୍ ଯିହୁଦାର ରାଜା ଥିଲେ। ଯିହୋଶାଫଟ୍ ଆହାବଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭ ତୁଲ୍ୟ ଅଟେ ଓ ମୋର ଲୋକମାନେ ତୁମ୍ଭ ଲୋକ ପରି ଅଟନ୍ତି। ଆମ୍ଭେମାନେ ତୁମ୍ଭ ସହିତ ଯୁଦ୍ଧରେ ଯୋଗଦେବା।” 4 ଯିହୋଶାଫଟ୍ ଇସ୍ରାଏଲର ରାଜା ଆହୁରି ମଧ୍ୟ କହିଲେ, “କିନ୍ତୁ ଆସ ପ୍ରଥମେ, ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ସନ୍ଦେଶ ଲୋଡ଼ିବା।”
5 ତେଣୁ ଇସ୍ରାଏଲର ରାଜା ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଏକତ୍ର କଲେ, ସେମାନେ 400 ଜଣ ଥିଲେ। ଆହାବ ସେମାନଙ୍କୁ କହିଲେ, “ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବାକୁ ଯିବା, ନା ନାହିଁ?”
ଭବିଷ୍ୟଦ୍ବକ୍ତାମାନେ କହିଲେ, “ଯାଅ, କାରଣ ପରମେଶ୍ୱର ରାମୋତ୍-ଗିଲିୟଦ୍କୁ ରାଜାଙ୍କୁ ଦେବେ।”
6 କିନ୍ତୁ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କର ଅନ୍ୟ କୌଣସି ଭବିଷ୍ୟଦ୍ବକ୍ତା ଏଠାରେ ନାହାନ୍ତି କି, ଯାହାକୁ ଆମ୍ଭେ ପଗ୍ଭରି ପାରିବା?”
7 ଏହା ପରେ ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ଏହିଠାରେ ଆହୁରି ଜଣେ ବ୍ୟକ୍ତି ଅଛନ୍ତି। ଆମ୍ଭେମାନେ ତାଙ୍କ ମାଧ୍ୟମରେ ସଦାପ୍ରଭୁଙ୍କୁ ପଗ୍ଭରି ପାରିବା। କିନ୍ତୁ ମୁଁ ସେହି ବ୍ୟକ୍ତିଙ୍କୁ ଘୃଣା କରେ, କାରଣ ସେ କେବେ ହେଁ ସଦାପ୍ରଭୁଙ୍କଠାରୁ ମୋ’ ନିମନ୍ତେ ଗୋଟିଏ ସୁଦ୍ଧା ଶୁଭବାର୍ତ୍ତା ଆଣି ନାହିଁ। ସେ ସର୍ବଦା ମୋ’ ନିକଟକୁ ମନ୍ଦ ଖବର ଆଣିଛି। ସେହି ବ୍ୟକ୍ତିଙ୍କର ନାମ ହେଲା, ମୀଖାୟ। ସେ ଯିମ୍ଳଙ୍କ ପୁତ୍ର ଅଟନ୍ତି।”
କିନ୍ତୁ ଯିହୋଶାଫଟ୍ କହିଲେ, “ଜଣେ ରାଜା ସେପରି କହିବା ଉଚିତ୍ ନୁହେଁ।”
8 ତା’ପରେ ଇସ୍ରାଏଲର ରାଜା ତାଙ୍କର ଜଣେ କର୍ମଗ୍ଭରୀଙ୍କୁ ଡାକିଲେ ଓ ତାକୁ କହିଲେ, “ଶୀଘ୍ର ଯାଅ, ଯିମ୍ଳଙ୍କର ପୁତ୍ର ମୀଖାୟଙ୍କୁ ଏଠାକୁ ନେଇଆସ।”
9 ଏହା ପରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ସେମାନଙ୍କର ରାଜକୀୟ ପୋଷାକ ପିନ୍ଧିଥିଲେ। ସେମାନେ ଶମରିୟା ନଗରର ସମ୍ମୁଖଦ୍ୱାର ନିକଟସ୍ଥ ଶସ୍ୟମର୍ଦ୍ଦନ ଚଟାଣ ନିକଟରେ ସେମାନଙ୍କର ସିଂହାସନମାନଙ୍କରେ ବସିଥିଲେ, ସେହି ସମସ୍ତ ଭବିଷ୍ୟଦ୍ବକ୍ତା ଦୁଇ ରାଜାଙ୍କ ସମ୍ମୁଖରେ ସେମାନଙ୍କର କୀର୍ତ୍ତୀମାନ କହୁଥିଲେ। 10 ସିଦିକିୟ କନାନା ନାମକ ବ୍ୟକ୍ତିର ପୁତ୍ର ଥିଲା। ସିଦିକିୟ ଲୁହାରୁ କେତେକ ତୂରୀ ନିର୍ମାଣ କରିଥିଲା। ସିଦିକିୟ କହିଲା, “ସଦାପ୍ରଭୁ କହନ୍ତି, ‘ସେମାନେ ସମ୍ପୂର୍ଣ୍ଣ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ଏହି ଲୌହ-ତୂରୀ ଅରାମୀୟମାନଙ୍କୁ ବିଦାରିବା ନିମନ୍ତେ ବ୍ୟବହାର କରିବ।’” 11 ସବୁ ଭବିଷ୍ୟଦ୍ବକ୍ତାମାନେ ସେହି ସମାନ କଥା କହିଲେ। ସେମାନେ କହିଲେ, “ରାମୋତ୍-ଗିଲିୟଦ୍ର ସହରକୁ ଯାଅ। ତୁମ୍ଭେ ସଫଳତା ଓ ବିଜୟ ଲାଭ କରିବ। ସଦାପ୍ରଭୁ ରାମୋତ୍-ଗିଲିୟଦ୍କୁ ରାଜାଙ୍କୁ ଦେବେ।”
12 ମୀଖାୟଙ୍କୁ ଯେଉଁ ବାର୍ତ୍ତାବାହକ ଡାକିବାକୁ ଯାଇଥିଲା, ତାଙ୍କୁ କହିଲା, “ମୀଖାୟ, ଶୁଣ, ସବୁ ଭବିଷ୍ୟଦ୍ବକ୍ତାମାନେ ଏକପ୍ରକାର କଥା କହୁଅଛନ୍ତି। ସେମାନେ କହୁଛନ୍ତି ଯେ, ରାଜା ସଫଳତା ଲାଭ କରିବେ। ତେଣୁ ସେମାନେ ଯାହା କହୁଛନ୍ତି, ତୁମ୍ଭେ ମଧ୍ୟ ତାହା କହିବା ଉଚିତ୍। ତୁମ୍ଭେ ଉତ୍ତମ ବିଷୟମାନ କହିବା ଉଚିତ୍।”
13 କିନ୍ତୁ ମୀଖାୟ ଉତ୍ତର ଦେଲେ, “ନିଶ୍ଚିତ ଭାବରେ ସଦାପ୍ରଭୁ ଥିବାଯାଏ, ମୋ’ ପରମେଶ୍ୱର ଯାହା କହନ୍ତି, ମୁଁ କେବଳ ତାହା କହି ପାରିବି।”
14 ଏହା ପରେ ମୀଖାୟ ରାଜାଙ୍କ ନିକଟକୁ ଆସିଲେ। ରାଜା ତାଙ୍କୁ କହିଲେ, “ମୀଖାୟ, ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବା ନିମନ୍ତେ ଯିବୁ ନା ନାହିଁ?”
ମୀଖାୟ ଉତ୍ତର ଦେଲେ, “ଯାଅ ଓ ଆକ୍ରମଣ କର। ତୁମ୍ଭେମାନେ ଅଧିକାର କରିବ ଏବଂ ସେହି ସହର ତୁମ୍ଭର ହେବ।”
15 ରାଜା ମୀଖାୟଙ୍କୁ କହିଲେ, “କେବଳ ସଦାପ୍ରଭୁଙ୍କ ନାମରେ ସତ କହିବାକୁ କେତେଥର ମୋତେ ତୁମ୍ଭମାନଙ୍କୁ ଶପଥ କରାଇବା ପାଇଁ ପଡ଼ୁଛି?”
16 ଏହା ପରେ ମୀଖାୟ କହିଲେ, “ମୁଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପର୍ବତ ଉପରେ ଛିନ୍ନବିଚ୍ଛିନ୍ନ ଦେଖିଲି। ସେମାନେ ମେଷପାଳକ ବିହୀନ ମେଷତୁଲ୍ୟ ଥିଲେ। ସଦାପ୍ରଭୁ କହିଲେ, ‘ସେମାନଙ୍କର କୌଣସି ନେତା ନାହାନ୍ତି। ପ୍ରତ୍ୟେକ ଲୋକ ନିରାପଦରେ ନିଜ ଗୃହକୁ ଫେରିଯାଉ।’”
17 ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଥିଲି ଯେ, ମୀଖାୟ ମୋ’ ନିମନ୍ତେ କୌଣସି ଉତ୍ତମ ବାର୍ତ୍ତା ଆଣିବ ନାହିଁ। ମୋ’ ନିମନ୍ତେ ସେ କେବଳ ଖରାପ ବାର୍ତ୍ତା ଆଣେ।”
18 ମୀଖାୟ କହିଲେ, “ସଦାପ୍ରଭୁଙ୍କଠାରୁ ଆସିଥିବା ଏହି ବାର୍ତ୍ତା ଶୁଣ। ମୁଁ ସଦାପ୍ରଭୁଙ୍କୁ ତାଙ୍କର ସିଂହାସନରେ ବସିଥିବାର ଦେଖିଲି। ସ୍ୱର୍ଗୀୟ ଦୂତଗଣ ତାଙ୍କର ଚତୁର୍ଦ୍ଦିଗରେ ଠିଆ ହୋଇଥିଲେ, କେତେକ ତାଙ୍କର ବାମ ପାର୍ଶ୍ୱରେ ଓ କେତେକ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। 19 ସଦାପ୍ରଭୁ କହିଲେ, ‘କିଏ ଇସ୍ରାଏଲର ରାଜା ଆହାବଙ୍କୁ ପ୍ରତାରଣା କରିବ, ସେଥିପାଇଁ ତାକୁ ରାମୋତ୍-ଗିଲିୟଦ୍ରେ ହତ୍ୟା କରାଯିବ?’ ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଭିନ୍ନ ଭିନ୍ନ ଲୋକମାନେ, ଭିନ୍ନ ଭିନ୍ନ କଥା କହିଲେ। କେତେକ ଗୋଟିଏ କଥା କହିଲେ ଓ ଆଉ କେତେକ ଆଉ କିଛି କହିଲେ। 20 ଏହା ପରେ ଗୋଟିଏ ଆତ୍ମା ଆସିଲା ଓ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲା। ଆତ୍ମାଟି କହିଲା, ‘ମୁଁ ଆହାବଙ୍କୁ ପ୍ରତାରିତ କରିବି।’ ସଦାପ୍ରଭୁ ଆତ୍ମାକୁ ପଗ୍ଭରିଲେ, ‘କିପରି?’ 21 ସେହି ଆତ୍ମାଟି ଉତ୍ତର ଦେଲା, ‘ମୁଁ ଯିବି ଓ ଆହାବଙ୍କ ଭବିଷ୍ୟଦ୍ବକ୍ତାମାନଙ୍କ ମୁଖରେ ଏକ ମିଥ୍ୟାବାଦୀ ଆତ୍ମା ହୋଇଯିବି।’ ଆଉ ସଦାପ୍ରଭୁ କହିଲେ, ‘ନିଶ୍ଚିତ ଭାବରେ ତୁମ୍ଭେ ଆହାବକୁ ପ୍ରତାରିତ କରିବାକୁ ସମର୍ଥ ହେବ। ତେଣୁ ଯାଅ ଓ ତାହା କର।’
22 “ଏଣୁ ହେ ଆହାବ, ଦେଖନ୍ତୁ, ସଦାପ୍ରଭୁ ଆପଣଙ୍କ ଭବିଷ୍ୟଦ୍ବକ୍ତାମାନଙ୍କର ମୁଖରେ ଏକ ମିଥ୍ୟାବାଦୀର ଆତ୍ମା ଦେଇଛନ୍ତି, ସଦାପ୍ରଭୁ କହିଛନ୍ତି ଯେ, ତୁମ୍ଭ ପ୍ରତି ଅମଙ୍ଗଳ ହିଁ ଘଟିବ।”
23 ଏହା ଶୁଣି ସିଦିକିୟ ମୀଖାୟ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିୟ କହିଲା, “ମୀଖାୟ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମୋ’ଠାରୁ କେଉଁ ବାଟରେ ଗଲେ?”
24 ମୀଖାୟ ଉତ୍ତର ଦେଲେ, “ସିଦିକିୟ, ତୁମ୍ଭେ ନିଜକୁ ଲୁଗ୍ଭଇବା ନିମନ୍ତେ ଯେଉଁ ଦିନ ଭିତର କୋଠରୀକି ଯିବ, ସେହି ଦିନ ତାହା ଜାଣିବ।”
25 ତା’ପରେ ଇସ୍ରାଏଲର ରାଜା କହିଲେ, “ମୀଖାୟଙ୍କୁ ନେଇଯାଅ ଓ ତାଙ୍କୁ ନଗରର ନଗରପାଳ ଆମୋନ ଓ ରାଜାଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ପଠାଇଦିଅ। 26 ଆମୋନ୍ ଓ ଯୋୟାଶଙ୍କୁ କୁହ, ରାଜା ଏହା କହନ୍ତି: ମୀଖାୟଙ୍କୁ ବନ୍ଦୀଶାଳାରେ ପକାଇଦିଅ। ମୁଁ ଯୁଦ୍ଧରୁ ଫେରି ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ଅଳ୍ପ ରୋଟୀ ଓ ଜଳ ବ୍ୟତୀତ ଆଉ କିଛି ଖାଦ୍ୟ ଭୋଜନ କରିବାକୁ ଦେବ ନାହିଁ।”
27 ମୀଖାୟ ଉତ୍ତର ଦେଲେ, “ଯଦି ତୁମ୍ଭେ ଯୁଦ୍ଧରୁ ନିରାପଦରେ ଫେରି ଆସ, ତେବେ ସଦାପ୍ରଭୁ ମୋ’ ମାଧ୍ୟମରେ କହି ନାହାନ୍ତି। ସବୁ ଲୋକମାନେ, ମୋ’ କଥା ଶୁଣ।”
ଆହାବ ରାମୋତ୍ ଗିଲିୟଦ୍ରେ ହତ ହେଲେ
28 ତେଣୁ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ରାମୋତ୍-ଗିଲିୟଦ୍ ସହର ଉପରେ ଆକ୍ରମଣ କଲେ, 29 ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ଯୁଦ୍ଧକୁ ଯିବା ପୂର୍ବରୁ ମୁଁ ଛଦ୍ମବେଶ ଧାରଣ କରିବି। କିନ୍ତୁ ତୁମ୍ଭେ ତୁମ୍ଭର ରାଜକୀୟ ପୋଷାକ ପିନ୍ଧ।” ତେଣୁ ଇସ୍ରାଏଲର ରାଜା ଛଦ୍ମବେଶ ଧାରଣ କଲେ, ଆଉ ଦୁଇ ରାଜା ଯୁଦ୍ଧକୁ ଗଲେ।
30 ଅରାମର ରାଜା ତାଙ୍କର ରଥ-ଗ୍ଭଳକମାନଙ୍କୁ ଗୋଟିଏ ଆଦେଶ ଦେଲେ। ସେ ସେମାନଙ୍କୁ କହିଲେ, “ମହାନ ହେଉ କି ଗୌଣ ହେଉ, କୌଣସି ବ୍ୟକ୍ତି ସହିତ ଯୁଦ୍ଧ କର ନାହିଁ। କିନ୍ତୁ କେବଳ ଇସ୍ରାଏଲର ରାଜା ସହିତ ଯୁଦ୍ଧ କର।” 31 ଯେତେବେଳେ ରଥ-ଗ୍ଭଳକମାନେ ଯିହୋଶାଫଟଙ୍କୁ ଦେଖିଲେ, ସେମାନେ ଭାବିଲେ, “ସେଠାରେ ଇସ୍ରାଏଲର ରାଜା ଅଛନ୍ତି।” ତେଣୁ ସେମାନେ ଯିହୋଶାଫଟଙ୍କ ଆଡ଼େ ଆକ୍ରମଣ କରିବାକୁ ଗଲେ। ତେଣୁ ଯିହୋଶାଫଟ୍ ଚିତ୍କାର କଲେ, ଆଉ ସଦାପ୍ରଭୁ ତାଙ୍କୁ ସାହାଯ୍ୟ କଲେ। ପରମେଶ୍ୱର ରଥ-ଗ୍ଭଳକମାନଙ୍କୁ ଯିହୋଶାଫଟଙ୍କ ଆଡ଼ୁ ଫେରାଇ ନେଲେ। 32 ଯେତେବେଳେ ସେମାନେ ଦେଖିଲେ ଯେ ଯିହୋଶାଫଟ୍ ଇସ୍ରାଏଲର ରାଜା ନୁହନ୍ତି, ସେମାନେ ତାଙ୍କ ପଛରେ ଆଉ ଗୋଡ଼ାଇଲେ ନାହିଁ।
33 କିନ୍ତୁ ଜଣେ ଧନୁର୍ଦ୍ଧର ଲକ୍ଷ୍ୟହୀନ ଭାବରେ ତା’ ଧନୁକୁ ତୀରଟିଏ ମାରିଲା। ସେହି ତୀରଟି ଆସି ଇସ୍ରାଏଲର ରାଜା ଆହାବଙ୍କ ସମ୍ମୁଖରେ ଏକ ସନ୍ଧି ସ୍ଥାନରେ ବାଜିଲା। ଇସ୍ରାଏଲର ରାଜା ତାଙ୍କର ରଥଗ୍ଭଳକକୁ କହିଲେ, “ରଥକୁ ଫେରାଇ ନିଅ ଓ ମୋତେ ଯୁଦ୍ଧ କ୍ଷେତ୍ରରୁ ନେଇଯାଅ। ମୁଁ ଆଘାତପ୍ରାପ୍ତ ହୋଇଅଛି।”
34 ଦିନ ତମାମ ଯୁଦ୍ଧ ଗ୍ଭଲିଲା। ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଗ୍ଭହିଁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ରଥ ଉପରେ ଛିଡ଼ା ହୋଇ ରହିଲେ। ତା’ପରେ ସୂର୍ଯ୍ୟାସ୍ତ ସମୟରେ ସେ ମୃତ୍ୟୁବରଣ କଲେ।
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କର ପାଦ ଧୋଇଲେ
13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୁଡ଼ାନ୍ତ ପ୍ରେମ ଦେଖାଇଥିଲେ।
2 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସନ୍ଧ୍ୟା ଭୋଜନରେ ବସିଥିଲେ। ଶିମୋନର ପୁତ୍ର ଇଷ୍କାରିୟୋତ ଯିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା। 3 ପରମପିତା ଯୀଶୁଙ୍କୁ ସବୁ ବିଷୟରେ କ୍ଷମତା ଦେଇଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ୱରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ୟ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫେରିଯାଉଛନ୍ତି ବୋଲି ମଧ୍ୟ ଜାଣିଥିଲେ। 4 ସେମାନେ ଖାଇବା ସମୟରେ ଯୀଶୁ ଠିଆ ହୋଇ ପିନ୍ଧିଥିବା ଲମ୍ବା ପୋଷାକଟି ଖୋଲିଦେଲେ। ସେ ଅଣ୍ଟାରେ ଗୋଟିଏ ତଉଲିଆ ଗୁଡ଼େଇ ହୋଇ ପଡ଼ିଲେ। 5 ତା’ପରେ ସେ ପାତ୍ରରେ ଜଳ ଭର୍ତ୍ତି କଲେ ଓ ଶିଷ୍ୟମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟାରେ ବାନ୍ଧିଥିବା ତଉଲିଆରେ ସେମାନଙ୍କର ପାଦ ପୋଛିଲେ।
6 ଯୀଶୁ ଶିମୋନ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, “ପ୍ରଭୁ, ତୁମେ ମୋର ପାଦ ଧୋଇବା ଉଚିତ୍ ନୁହେଁ।”
7 ଯୀଶୁ କହିଲେ, “ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ’ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।”
8 ପିତର କହିଲେ, “ନା, ଆପଣ ମୋ’ ପାଦ କେବେ ଧୋଇବେ ନାହିଁ।”
ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ତୁମ ପାଦ ଧୋଇବି ନାହିଁ, ତେବେ ତୁମେ କଦାପି ମୋର ଲୋକମାନଙ୍କ ମଧ୍ୟରୁ ଜଣେ ହେବ ନାହିଁ।”
9 ଶିମୋନ ପିତର ଉତ୍ତର ଦେଲେ, “ହେ ପ୍ରଭୁ, ତୁମେ ମୋର ପାଦ ଧୋଇବା ପରେ ମୋର ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅ।”
10 ଯୀଶୁ କହିଲେ, “ଜଣେ ଲୋକ ସ୍ନାନ କରିବାପରେ ତା’ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହୋଇଯାଏ। କେବଳ ତା’ର ପାଦ ସେ ଧୋଇବା ଦରକାର। ମୁଁ ଜାଣେ ତୁମ୍ଭେମାନେ ପରିଷ୍କାର ହୋଇଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।” 11 ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧରେ ଉଠିବ, ତେଣୁ ସେ କହିଲେ, “ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।”
12 ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇ ସାରିଲେ। ତା’ପରେ ସେ ଲୁଗାପଟା ପିନ୍ଧି ମେଜ ପାଖରେ ପୁଣି ବସିଲେ, ଯୀଶୁ ପଗ୍ଭରିଲେ, “ମୁଁ ତୁମ ପାଇଁ କ’ଣ କଲି, ତୁମ୍ଭେ ତାହା ବୁଝିପାରିଲ କି? 13 ତୁମେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ କହୁଛ। ଅବଶ୍ୟ, ଏହା ଠିକ୍, କାରଣ ମୁଁ ତାହା ଅଟେ।” 14 ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସେବକ ରୂପେ ଧୋଇଲି। ତେଣୁ ତୁମେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ୍। 15 ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ୱରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧ୍ୟରେ ଏହିପରି କରିବ। 16 ମୁଁ ଏହା ସତ୍ୟ କହୁଛି, ଜଣେ ସେବକ ତା’ର ପ୍ରଭୁଠାରୁ ବଡ଼ ନୁହେଁ। ଯେଉଁ ଲୋକକୁ କିଛି କାର୍ଯ୍ୟ କରିବା ପାଇଁ ପଠାଯାଇଛି, ସେ ପ୍ରେରଣକର୍ତ୍ତାଙ୍କଠାରୁ ବଡ଼ ନୁହେଁ। 17 ଯଦି ତୁମ୍ଭେ ଏହା ସବୁ ଜାଣ ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସୀ ହେବ।
18 “ମୁଁ ତୁମ୍ଭ ସମସ୍ତଙ୍କ ବିଷୟରେ କହୁ ନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସେମାନଙ୍କୁ ଜାଣେ। କିନ୍ତୁ ଶାସ୍ତ୍ରରେ ଯାହା ଲେଖାଅଛି, ତାହା ନିଶ୍ଚୟ ଘଟିବ: ‘ଯେଉଁ ଲୋକ ମୋ’ ସହିତ ଖାଏ, ସେ ମୋ’ ବିରୁଦ୍ଧରେ ଠିଆ ହେବ।’ 19 ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏ କଥା କହୁଛି। ତେଣୁ ଯେତେବେଳେ ଏହା ଘଟିବ, ତୁମ୍ଭେ ବିଶ୍ୱାସ କରିବ, ମୁଁ ସେହି ଅଟେ। 20 ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋତେ ପଠାଇଥିବା ବ୍ୟକ୍ତିକୁ ଯିଏ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ। ମୋତେ ଯେଉଁ ଲୋକ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”
2010 by World Bible Translation Center