Old/New Testament
ଆସାଙ୍କର ପରିବର୍ତ୍ତନ
15 ପରମେଶ୍ୱର ଆତ୍ମା ଅସରିୟଙ୍କ ଉପରେ ଆସି ଅଧିଷ୍ଠାନ କଲା। ଅସରିୟ ଓବେଦଙ୍କ ପୁତ୍ର ଥିଲେ। 2 ଅସରିୟ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିୟ କହିଲେ, “ଆସା ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ, ତୁମ୍ଭେମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଯେତେବେଳେ ପରମେଶ୍ୱରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତରେ ଥିଲେ। ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ଖୋଜିବ, ତେବେ ତୁମ୍ଭେମାନେ ତାହାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ। 3 ପ୍ରକୃତରେ ଇସ୍ରାଏଲ ଦୀର୍ଘକାଳ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ବିନା ରହିଥିଲା। ଆଉ ସେମାନେ ଜଣେ ଶିକ୍ଷାଗୁରୁ ଯାଜକ ଓ ନିୟମ ବିନା ରହୁଥିଲେ। 4 କିନ୍ତୁ ଯେତେବେଳେ ଇସ୍ରାଏଲ ଲୋକମାନେ ଦୁଃଖ ପାଇଲେ, ସେମାନେ ପୁନର୍ବାର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ଫେରିଲେ। ସେ ଇସ୍ରାଏଲର ପରମେଶ୍ୱର ଅଟନ୍ତି। ସେମାନେ ସଦାପ୍ରଭୁଙ୍କୁ ଖୋଜିଲେ, ଆଉ ସେମାନେ ତାଙ୍କୁ ପାଇଲେ। 5 ସେହି ଦୁର୍ଦ୍ଦଶାର ସମୟରେ କୌଣସି ବ୍ୟକ୍ତି ସୁରକ୍ଷିତ ଭାବରେ ଯାତ୍ରା କରିପାରୁ ନ ଥିଲେ। ସେହି ଦେଶର ସମସ୍ତ ବାସିନ୍ଦା ଅସୁବିଧାରେ ପଡ଼ିଲେ। 6 ଗୋଟିଏ ଦେଶ ଆଉ ଏକ ଦେଶକୁ ବିନାଶ କରୁଥିଲା ଓ ଗୋଟିଏ ନଗର ଆଉ ଗୋଟିଏ ନଗରକୁ ଧ୍ୱଂସ କରୁଥିଲା। ପରମେଶ୍ୱର ସେମାନଙ୍କ ପ୍ରତି ସବୁ ପ୍ରକାର ଦୁର୍ଦ୍ଦଶା ଘଟାଉ ଥିବାରୁ ଏହିପରି ଘଟୁଥିଲା। 7 କିନ୍ତୁ ଆସ, ତୁମ୍ଭେ ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ ଦୃଢ଼ ହୁଅ। ଦୁର୍ବଳ ହୁଅ ନାହିଁ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କାର ପାଇବ।”
8 ଆସା ଓବେଦ୍ ଭବିଷ୍ୟଦ୍ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହା ପରେ ସେ ଯିହୁଦା ଓ ବିନ୍ୟାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ୟ ପ୍ରତିମାଗୁଡ଼ିକ ଦୂର କରିଦେଲେ। ଆସା ଇଫ୍ରୟିମ୍ର ପାର୍ବତ୍ୟମୟ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସେହି ସହରଗୁଡ଼ିକରୁ ମଧ୍ୟ ସେହି ଘୃଣ୍ୟ ପ୍ରତିମାଗୁଡ଼ିକ ବାହାର କରିଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ମରାମତି କଲେ।
9 ଏହା ପରେ ଆସା ଯିହୁଦା ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ଏକତ୍ରିତ କଲେ। ସେ ଆହୁରି ମଧ୍ୟ ଇଫ୍ରୟିମ, ମନଃଶି ଓ ଶିମିୟୋନ ବଂଶର ଲୋକମାନଙ୍କୁ ଏକତ୍ରିତ କଲେ, ଯେଉଁମାନେ ଇସ୍ରାଏଲ ଦେଶରୁ ବାହାରି ଯିହୁଦା ଦେଶରେ ବାସ କରିବାକୁ ଆସିଥିଲେ, ସେହି ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଗ୍ଭଲି ଆସିଥିଲେ, କାରଣ ସେମାନେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ୱର, ଆସାଙ୍କର ସହିତ ଅଛନ୍ତି।
10 ଆସାଙ୍କ ରାଜତ୍ୱର ପନ୍ଦରତମ ବର୍ଷର ତୃତୀୟ ମାସରେ ଆସା ଓ ସେହି ଲୋକ ସମସ୍ତେ ଯିରୁଶାଲମରେ ଏକତ୍ରିତ ହେଲେ। 11 ସେହି ସମୟରେ ସେମାନେ 700 ବଳଦ, 7000 ଛେଳି ଓ ମେଣ୍ଢା ସଦାପ୍ରଭୁଙ୍କ ନିକଟରେ ବଳିଦାନ ଦେଲେ। ଆସାଙ୍କ ସୈନ୍ୟମାନେ ସେହିସବୁ ପଶୁପଲ ଓ ଅନ୍ୟାନ୍ୟ ବହୁମୂଲ୍ୟ ପଦାର୍ଥ ସବୁକୁ ସେମାନଙ୍କର ଶତ୍ରୁଗଣଠାରୁ ଲୁଟି ନେଇଥିଲେ। 12 ସେମାନେ ସେମାନଙ୍କର ସମସ୍ତ ହୃଦୟ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବେ ବୋଲି ଏକ ଚୁକ୍ତି କଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କର ହିଁ ସେବା ଆରାଧନା କରୁଥିଲେ। 13 ଯେଉଁ ବ୍ୟକ୍ତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ୟୁଦଣ୍ଡ ଭୋଗ କରୁଥିଲା। ସେହି ବ୍ୟକ୍ତି ଜଣେ ବିଖ୍ୟାତ ବ୍ୟକ୍ତି ହେଉ କି ନ ହେଉ, କିଅବା ସେହି ବ୍ୟକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥିରେ କିଛି ଫରକ ପଡ଼ୁ ନ ଥିଲା। 14 ଏହା ପରେ ଆସା ଓ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ଏକ ଶପଥ କଲେ। ସେମାନେ ବଡ଼ ପାଟିରେ ଚିତ୍କାର କଲେ। ଆହୁରି ମଧ୍ୟ ସେମାନେ ତୂରୀ ଓ ତୂରୀ ବଜାଇଲେ। 15 ଯିହୁଦାର ସମସ୍ତ ଲୋକ ଯେତେବେଳେ ଏହି ଶପଥ ବିଷୟରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସେମାନେ ସେମାନଙ୍କର ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କର ଅନୁସରଣ କଲେ। ସେମାନେ ପରମେଶ୍ୱରଙ୍କୁ ଖୋଜିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।
16 ରାଜା ଆସା ତାଙ୍କର ମାତା ମହୀମାଖାଙ୍କୁ ରାଣୀମା’ ପଦରୁ ମଧ୍ୟ ବିତାଡ଼ିତ କଲେ। ମାଖା ଏକ ଘୃଣ୍ୟ ଆଶେରା ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସେହି ଆଶେରା ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହା ପରେ ସେ କିଦ୍ରୋଣ୍ ଉପତ୍ୟକାରେ ସେହି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ। 17 ଯଦିଓ ଇସ୍ରାଏଲରୁ ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ କରାଯାଇ ନ ଥିଲା, କିନ୍ତୁ ଆସାଙ୍କର ଜୀବନ ସାରା ତାଙ୍କର ହୃଦୟ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ଥିଲା।
18 ଆଉ, ଆସା, ତାଙ୍କର ପିତା ଓ ସେ ନିଜେ ଦେଇଥିବା ପବିତ୍ର ଭେଟୀସବୁକୁ ପରମେଶ୍ୱରଙ୍କ ମନ୍ଦିରରେ ଆଣି ରଖିଲେ। ସେହି ବସ୍ତୁଗୁଡ଼ିକ ରୂପା ଓ ସୁନାରେ ନିର୍ମିତ ହୋଇଥିଲା। 19 ଆସାଙ୍କ ରାଜତ୍ୱର ପଞ୍ଚତିରିଶତମ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।
ଆସାଙ୍କର ଶେଷ ବର୍ଷଗୁଡ଼ିକ
16 ଆସା ରାଜା ହେବାର ଛତିଶ୍ ତମ ବର୍ଷରେ, ବାଶା ଯିହୁଦା ଦେଶକୁ ଆକ୍ରମଣ କଲେ। ବାଶା ଇସ୍ରାଏଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ଯିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ୟବହାର କଲେ। 2 ଆସା ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରୁ ରୂପା ଓ ସୁନାସବୁ ଆଣିଲେ। ଆଉ ସେ ରାଜାଙ୍କର ଗୃହ ମଧ୍ୟରେ ଥିବା ରୂପା ଓ ସୁନାସବୁ ଆଣିଲେ। ଏହା ପରେ ଆସା ବିନ୍ହଦଦ୍ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ବିନ୍ହଦଦ୍ ଅରାମ୍ର ରାଜା ଥିଲେ ଓ ସେ ଦମ୍ମେଶକ ସହରରେ ବାସ କରୁଥିଲେ। 3 ଆସାଙ୍କ ବାର୍ତ୍ତା ଥିଲା: “ତୁମ୍ଭର ପିତା ଓ ମୋର ପିତାଙ୍କ ମଧ୍ୟରେ ଯେପରି ଚୁକ୍ତି ସ୍ୱାକ୍ଷର ହୋଇଥିଲା, ଆମ୍ଭ ମଧ୍ୟରେ ମଧ୍ୟ ସେହିଭଳି ଚୁକ୍ତି ହେଉ। ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଉଛି। ବର୍ତ୍ତମାନ ତୁମ୍ଭେ ଇସ୍ରାଏଲର ରାଜା ବାଶା ସହିତ ତୁମ୍ଭର ଚୁକ୍ତି ଭଙ୍ଗ କର, ତେବେ ସେ ମୋତେ ଏକା ଛାଡ଼ି ଗ୍ଭଲିଯିବ ଓ ମୋତେ ଆଉ ବ୍ୟସ୍ତ କରିବ ନାହିଁ।”
4 ବିନ୍ହଦଦ ରାଜା ଆସାଙ୍କ ସହିତ ସମ୍ମତ ହେଲେ। ଇସ୍ରାଏଲର ସହରଗୁଡ଼ିକ ଉପରେ ଆକ୍ରମଣ କରିବା ନିମନ୍ତେ ବିନ୍ହଦଦ୍ ତାଙ୍କ ସୈନ୍ୟଦଳର ସେନାପତିମାନଙ୍କୁ ପଠାଇଲେ। ସେହି ସେନାପତିମାନେ ଇୟୋନ, ଦାନ ଓ ଆବେଲମୟିମ୍ ସହରଗୁଡ଼ିକ ଉପରେ ଆକ୍ରମଣ କଲେ। ସେମାନେ ନପ୍ତାଲି ଅଞ୍ଚଳର ସମସ୍ତ ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ, ଯେଉଁଠାରେ ଜିନିଷ ଠୁଳ କରି ରଖାଯାଇଥିଲା। 5 ବାଶା ଇସ୍ରାଏଲର ଏହି ସହରଗୁଡ଼ିକ ଉପରେ ଆକ୍ରମଣର ଖବର ଶୁଣିଲା। ତେଣୁ ସେ ରାମା ସହରକୁ ଏକ ଦୁର୍ଗରେ ପରିଣତ କରିବା କାର୍ଯ୍ୟ ବନ୍ଦ କଲା ଏବଂ ସେ ନିଜ ରାଜ୍ୟକୁ ଫେରିଗଲା। 6 ଏହା ପରେ ରାଜା ଆସା ଯିହୁଦାର ସମସ୍ତ ଲୋକଙ୍କୁ ଏକତ୍ର ଡାକିଲେ। ସେମାନେ ରାମା ସହରକୁ ଗଲେ ଓ ବାଶା ଦୁର୍ଗ ନିର୍ମାଣ କରିବା ନିମନ୍ତେ ଯେଉଁ ପ୍ରସ୍ତର ଓ କାଷ୍ଠ ବ୍ୟବହାର କରୁଥିଲା, ତାହା ନେଇଗଲେ। ଆସା ଓ ଯିହୁଦାର ଲୋକମାନେ ଗେବା ଓ ମିସ୍ପା ସହରକୁ ଆହୁରି ଦୃଢ଼ କରିବା ନିମନ୍ତେ ସେହି ପ୍ରସ୍ତର ଓ କାଷ୍ଠଗୁଡ଼ିକୁ ବ୍ୟବହାର କଲେ।
7 ସେହି ସମୟରେ ଦ୍ରଷ୍ଟା ହନାନି ଯିହୁଦାର ରାଜା ଆସାଙ୍କ ନିକଟକୁ ଆସିଲେ। ହନାନି ତାଙ୍କୁ କହିଲେ, “ଆସା, ତୁମ୍ଭେ ଅରାମର ରାଜା ଉପରେ ସାହାଯ୍ୟ ନିମନ୍ତେ ନିର୍ଭର କଲ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଉପରେ ନିର୍ଭର କଲ ନାହିଁ। କିନ୍ତୁ ଯେହେତୁ ତୁମ୍ଭେ ସାହାଯ୍ୟ ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ ନାହିଁ, ଅରାମ ରାଜାର ସୈନ୍ୟଦଳ ତୁମ୍ଭଠାରୁ ଖସି ପଳାଇଗଲେ। 8 କୂଶୀୟ ଓ ଲେବୀୟମାନଙ୍କର ଏକ ଅତି ବୃହତ୍ ଓ ପରାକ୍ରମୀ ସୈନ୍ୟଦଳ ଥିଲା। ସେମାନଙ୍କର ଅନେକ ରଥ ଓ ରଥଗ୍ଭଳକମାନେ ଥିଲେ। କିନ୍ତୁ ଆସା, ତୁମ୍ଭେ ସାହାଯ୍ୟ ନିମନ୍ତେ ଓ ସେହି ବୃହତ୍ ପରାକ୍ରମୀ ସୈନ୍ୟଦଳକୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ, ଆଉ ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିବା ନିମନ୍ତେ ତୁମ୍ଭକୁ ସାହାଯ୍ୟ କଲେ।” 9 ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ଅଟନ୍ତି, ସେମାନଙ୍କୁ ସେ ବଳବାନ୍ କରି ପାରନ୍ତି, ଏଥିନିମନ୍ତେ ତାଙ୍କର ଚକ୍ଷୁ ପୃଥିବୀର ଚତୁର୍ଦ୍ଦିଗରେ ଭ୍ରମଣ କରି ସେହି ଲୋକମାନଙ୍କୁ ତନ୍ନ ତନ୍ନ କରି ଖୋଜନ୍ତି। ଆସା, ତୁମ୍ଭେ ଏକ ମୂର୍ଖାମୀର କାର୍ଯ୍ୟ କରିଅଛ। ତେଣୁ ବର୍ତ୍ତମାନଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ।”
10 ହନାନି ଏହିପରି କଥା କହିବାରୁ ଆସା ତାଙ୍କ ଉପରେ କ୍ରୋଧ କଲେ। ଆସା ଏତେ ରାଗିଗଲେ ଯେ, ସେ ହାନାନିଙ୍କୁ ବନ୍ଦୀଶାଳାରେ ନିକ୍ଷେପ କଲେ। ସେହି ସମୟରେ ଆସା ଆଉ କେତେଜଣ ବ୍ୟକ୍ତିଙ୍କ ପ୍ରତି ମଧ୍ୟ ନିଷ୍ଠୁର ଥିଲେ।
11 ଆସା ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ରାଜଗଣଙ୍କର ଇତିହାସ ପୁସ୍ତକରେ ଲେଖା ଯାଇଅଛି। 12 ଆସାଙ୍କ ରାଜତ୍ୱର ଅଣଗ୍ଭଳିଶତମ ବର୍ଷରେ ତାଙ୍କର ପାଦଦ୍ୱୟ ରୋଗଗ୍ରସ୍ତ ହୋଇ ପଡ଼ିଲା। ତାଙ୍କର ରୋଗ ଅତ୍ୟନ୍ତ ଭୟଙ୍କର ହୋଇ ପଡ଼ିଲା, କିନ୍ତୁ ସେ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିଲେ ନାହିଁ। ଆସା ଡାକ୍ତରମାନଙ୍କର ସାହାଯ୍ୟ ଲୋଡ଼ିଲେ। 13 ଆସା ତାଙ୍କର ରାଜତ୍ୱର ଏକଗ୍ଭଳିଶତମ ବର୍ଷରେ ମୃତ୍ୟୁବରଣ କଲେ। ଆଉ ଆସା ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ପାଇଲେ। 14 ଆସା ଦାଉଦଙ୍କ ନଗରରେ ନିଜ ନିମନ୍ତେ ଯେଉଁ ସମାଧି ନିର୍ମାଣ କରିଥିଲେ, ଲୋକମାନେ ତାଙ୍କୁ ସେହି ସମାଧିରେ କବର ଦେଲେ। ଲୋକମାନେ ତାଙ୍କୁ ଏପ୍ରକାର ଏକ ଶଯ୍ୟାରେ ରଖିଲେ, ଯାହା ବିଭିନ୍ନ ପ୍ରକାର ମସଲା ଓ ମିଶ୍ରିତ ସୁଗନ୍ଧିତ ଅତରରେ ପୂର୍ଣ୍ଣ ଥିଲା। ଆସାଙ୍କୁ ସମ୍ମାନ ଦେବା ନିମନ୍ତେ ଲୋକମାନେ ଏକ ବିରାଟ ଅଗ୍ନିଦାହ କଲେ।
ଯୀଶୁ ନିଜ ମୃତ୍ୟୁ ବିଷୟରେ କହିଲେ
27 “ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି। ମୁଁ କ’ଣ କହିବି? ‘ହେ ପରମପିତା, ମୋତେ ଏ ଯନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର’, ଏଭଳି କହି କ’ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ’ ଯନ୍ତ୍ରଣା ଭୋଗିବି ବୋଲି ଆସିଛି। 28 ହେ ପରମପିତା, ଆପଣା ନାମକୁ ଗୌରବାନ୍ୱିତ କର।”
ସେତେବେଳେ ସ୍ୱର୍ଗରୁ ଏହି ବାଣୀ ଶୁଭିଲା, “ମୁଁ ସେହି ନାମକୁ ଗୌରବାନ୍ୱିତ କରିଛି। ମୁଁ ତାହା ଆଉ ଥରେ କରିବି।”
29 ସେଠାରେ ଠିଆ ହୋଇଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସେମାନେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ।
କିନ୍ତୁ ଅନ୍ୟମାନେ କହିଲେ, “ଯୀଶୁଙ୍କୁ ଜଣେ ସ୍ୱର୍ଗଦୂତ କଥା କହିଲେ।”
30 ଯୀଶୁ ଲୋକମାନଙ୍କୁ କହିଲେ, “ସେହି ବାଣୀ ତୁମ୍ଭ ପାଇଁ ଥିଲା, ମୋ’ ପାଇଁ ନୁହେଁ। 31 ବର୍ତ୍ତମାନ ଜଗତର ବିଗ୍ଭରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡ଼ିତ ହେବାର ଏହା ହେଉଛି ସମୟ। 32 ମୁଁ ଜଗତରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି। ଯେତେବେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମୋ’ ନିକଟକୁ ନେଇ ଯିବି।” 33 ଯୀଶୁ କେଉଁ ପ୍ରକାରର ମୃତ୍ୟୁବରଣ କରିବେ, ତାହା ଦେଖାଇବା ପାଇଁ ସେ ଏହା କହିଲେ।
34 ଲୋକମାନେ କହିଲେ, “ଆମ୍ଭ ବ୍ୟବସ୍ଥା କୁହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତେବେ ତୁମ୍ଭେ କାହିଁକି କହୁଛ ଯେ ‘ମନୁଷ୍ୟପୁତ୍ର ନିଶ୍ଚୟ ଊର୍ଦ୍ଧ୍ୱକୁ ଯିବେ?’ ଏହି ମନୁଷ୍ୟପୁତ୍ର କିଏ?”
35 ଯୀଶୁ କହିଲେ, “ତୁମ୍ଭମାନଙ୍କ ପାଖରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖରେ ଥିବା ପର୍ଯ୍ୟନ୍ତ ଗ୍ଭଲ। ତେବେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାରରେ ଗ୍ଭଲୁଥିବା ବ୍ୟକ୍ତି କେଉଁଆଡ଼େ ଯାଉଛି ଜାଣି ପାରେ ନାହିଁ। 36 ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତା’ଠାରେ ତୁମ୍ଭେ ବିଶ୍ୱାସ ରଖ। ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।” ଯୀଶୁ ଏ କଥା କରିବା ପରେ ସେମାନଙ୍କର ପାଖରୁ ଗ୍ଭଲି ଗଲେ। ସେ ଏପରି ସ୍ଥାନରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।
ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ଯିହୂଦୀମାନେ ଅସ୍ୱୀକାର କଲେ
37 ଯୀଶୁ ବହୁତ ଗୁଡ଼ିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ୱେ ତାହାଙ୍କୁ ବିଶ୍ୱାସ କଲେ ନାହିଁ। 38 ଅତଏବ ଭବିଷ୍ୟଦ୍ବକ୍ତା ଯିଶାଇୟ ଯାହା କହିଥିଲେ ତାହା ସତ୍ୟ ହେଲା, ସେ କହିଥିଲେ,
“ହେ ପ୍ରଭୁ, ଆମ୍ଭେ କହିଥିବା କଥାରେ କିଏ ବିଶ୍ୱାସ କରିଛି?
କିଏ ପ୍ରଭୁଙ୍କର ଶକ୍ତି ଦେଖିଛି?”(A)
39 ସେମାନେ ବିଶ୍ୱାସ କରି ପାରି ନ ଥିଲେ, କାରଣ ଯିଶାଇୟ ଆହୁରି ମଧ୍ୟ କହିଥିଲେ:
40 “ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି।
ସେ ସେମାନଙ୍କର ହୃଦୟ କଠିନ କରି ଦେଇଛନ୍ତି।
ସେମାନେ ଯେପରି ଆଖିରେ ଦେଖି ପାରିବେ ନାହିଁ
ଓ ବୁଦ୍ଧିରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି।
ତା’ପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।” (B)
41 ଯିଶାଇୟ ଏ କଥା କହିଥେଲେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟରେ ଏହା କହିଲେ।
42 କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଏପରିକି, ଅନେକ ଯିହୂଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ, କାଳେ ଫାରୂଶୀମାନେ ସେମାନଙ୍କୁ ସମାଜଗୃହରୁ ବାହାର କରିଦେବେ। 43 ସେ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।
ଯୀଶୁଙ୍କ ଶିକ୍ଷା ଲୋକଙ୍କର ବିଗ୍ଭର କରିବ
44 ତା’ପରେ ଯୀଶୁ ଚିତ୍କାର କରି କହିଲେ, “ମୋ’ଠାରେ ଯେଉଁ ଲୋକ ବିଶ୍ୱାସ ରଖେ, ସେ ପ୍ରକୃତରେ ମୋ’ଠାରେ ନୁହେଁ ମାତ୍ର ଯେ ମୋତେ ପଠାଇଛନ୍ତି, ତାହାଙ୍କଠାରେ ବିଶ୍ୱାସ ରଖେ। 45 ମୋତେ ଯେଉଁ ଲୋକ ଦେଖେ, ସେ ପ୍ରକୃତରେ ମୋର ପ୍ରେରଣ କର୍ତ୍ତାଙ୍କୁ ଦେଖେ। 46 ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମୋର ଆସିବାର କାରଣ, ମୋ’ଠାରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ଲୋକ କେବେ ଅନ୍ଧକାରରେ ରହିବ ନାହିଁ।
47 “ମୁଁ ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆସିଛି। ଯେଉଁମାନେ ମୋ’ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ୟ କରନ୍ତି ମୁଁ ସେହି ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। 48 ଜଣେ ବିଗ୍ଭରକ ଅଛନ୍ତି. ଯିଏ ବିଗ୍ଭର କରିବେ କି, କେଉଁ ଲୋକ ମୋତେ ବିଶ୍ୱାସ କରୁ ନାହିଁ ଓ ମୋ’ କଥା ଗ୍ରହଣ କରୁ ନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦେଇଛି, ତାହା ଦ୍ୱାରା ସେହି ଲୋକ ଶେଷ ଦିନରେ ବିଗ୍ଭର ହେବ। 49 ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦେଇଛି ତାହା ମୋର ନୁହେଁ। ମୋର ପ୍ରେରଣକର୍ତ୍ତା ପରମପିତା ମୋତେ କ’ଣ କହିବାକୁ ଓ କ’ଣ ଉପଦେଶ ଦେବାକୁ ପଡ଼ିବ ତାହା କହିଛନ୍ତି। 50 ମୁଁ, ଜାଣେ, ମୋ’ ପରମପିତା ଯାହା ଆଦେଶ ଦିଅନ୍ତି, ସେହିଠାରୁ ଅନନ୍ତ ଜୀବନ ଆସେ। ତେଣୁ ମୁଁ ଯାହା କହିଛି, ତାହା କହିବା ପାଇଁ ମୋତେ ପରମପିତା କହିଛନ୍ତି।”
2010 by World Bible Translation Center