Old/New Testament
ମନ୍ଦିର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଲା
7 ଶଲୋମନ ପ୍ରାର୍ଥନା କରି ସାରିବା ପରେ ଆକାଶରୁ ଅଗ୍ନି ଆସି ହୋମବଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା। 2 ସଦାପ୍ରଭୁଙ୍କ ମହିମା ମନ୍ଦିରକୁ ପୂର୍ଣ୍ଣ କରିଥିବାରୁ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିଲେ ନାହିଁ। 3 ଇସ୍ରାଏଲର ସମସ୍ତ ଲୋକ ସ୍ୱର୍ଗରୁ ଅଗ୍ନି ପଡ଼ିବା ଦେଖିଲେ। ଇସ୍ରାଏଲର ଲୋକମାନେ ମନ୍ଦିର ଉପରେ ସଦାପ୍ରଭୁଙ୍କ ମହିମାକୁ ମଧ୍ୟ ଦେଖି ପାରିଲେ। ସେମାନେ ଭୂମି ଉପରେ ସେମାନଙ୍କର ମୁଣ୍ଡ ନୁଆଇଁ ଭୂମିଷ୍ଠ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କର ଉପାସନା ଓ ଧନ୍ୟବାଦ କଲେ। ସେମାନେ ଗାଇଲେ,
“ସଦାପ୍ରଭୁ ଉତ୍ତମ ଅଟନ୍ତି
ଓ ତାଙ୍କର ଦୟା ଚିରକାଳ ନିମନ୍ତେ ଅବିରତ ରହିଥାଏ।”
4 ଏହା ପରେ ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ। 5 ରାଜା ଶଲୋମନ 22,000 ବଳଦ ଓ 120,000 ମେଣ୍ଢା ଉତ୍ସର୍ଗ କଲେ। ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ସମର୍ପଣ କଲେ। 6 ଯାଜକମାନେ ସେମାନଙ୍କର କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇ ଠିଆ ହୋଇ ରହିଥିଲେ। ଲେବୀୟଗଣ ଯେଉଁ ବାଦ୍ୟଯନ୍ତ୍ରଗୁଡ଼ିକ ସହିତ ଠିଆ ହୋଇ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଯାଜକ ଓ ଲେବୀୟମାନେ କହୁଥିଲେ, “ସଦାପ୍ରଭୁଙ୍କ ପ୍ରେମ ଚିରକାଳସ୍ଥାୟୀ ଅଟେ!” ସେମାନେ ଲେବୀୟମାନଙ୍କ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗରେ ଠିଆ ହୋଇ ତୂରୀ ବଜାଇଲେ।
7 ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗରେ ବେଦିକୁ ଧାର୍ମିକ କାର୍ଯ୍ୟ ପାଇଁ ସମର୍ପଣ କଲେ। ଏହି ପ୍ରାଙ୍ଗଣ ସଦାପ୍ରଭୁଙ୍କ ମନ୍ଦିରର ସମ୍ମୁଖରେ ଥିଲା। ସେଠାରେ ଶଲୋମନ ହୋମବଳି ଓ ସହଭାଗିତାର ନୈବେଦ୍ୟର ଚର୍ବ୍ବୀ ଉତ୍ସର୍ଗ କଲେ। ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗକୁ ବ୍ୟବହାର କଲେ, କାରଣ ସେ ଯେଉଁ ପିତ୍ତଳ ନିର୍ମିତ ଯଜ୍ଞବେଦି ନିର୍ମାଣ କରିଥିଲେ, ତାହା ହୋମବଳି, ଶସ୍ୟ ନୈବେଦ୍ୟ ଓ ଚର୍ବ୍ବୀକୁ ଏକା ବେଳେ ଧାରଣ କରିପାରୁ ନ ଥିଲା।
8 ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ। ଶଲୋମନଙ୍କ ସହିତ ଲୋକମାନଙ୍କର ଏକ ବିରାଟ ସମାବେଶ ହେଲା। ସେହି ଲୋକମାନେ ଲିବୋ-ହମାତ୍ ଓ ମିଶରର ସୀମାରୁ ଆସିଥିଲେ। 9 ଅଷ୍ଟମ ଦିନରେ ସେମାନେ ଏକ ପବିତ୍ର ସଭା କଲେ, କାରଣ ସେମାନେ ସାତ ଦିନ ଯଜ୍ଞବେଦିକୁ ଉତ୍ସର୍ଗ କରିବାରେ କଟାଇଲେ। ଆଉ ସେମାନେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ। 10 ସପ୍ତମ ମାସର ତେଇଶତମ ଦିନରେ ଶଲୋମନ ଲୋକମାନଙ୍କୁ ସେମାନଙ୍କ ଗୃହମାନଙ୍କୁ ପଠାଇ ଦେଲେ। ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ସେମାନଙ୍କ ହୃଦୟ ଆନନ୍ଦରେ ପୂର୍ଣ୍ଣ ଥିଲା, କାରଣ ସଦାପ୍ରଭୁ ଦାଉଦ, ଶଲୋମନ ଓ ତାଙ୍କ ଲୋକ ଇସ୍ରାଏଲ ପ୍ରତି ଅତ୍ୟନ୍ତ ମଙ୍ଗଳମୟ ହୋଇଥିଲେ।
ସଦାପ୍ରଭୁ ଶଲୋମନଙ୍କ ନିକଟକୁ ଆସିଲେ
11 ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ଓ ରାଜାଙ୍କ ଗୃହକୁ ସମାପ୍ତ କଲେ। ସଦାପ୍ରଭୁଙ୍କ ମନ୍ଦିର ଓ ତାଙ୍କ ସ୍ୱଗୃହ ନିମନ୍ତେ ଶଲୋମନ ଯେଉଁ ସମସ୍ତ ଯୋଜନା କରିଥିଲେ, ସେହି ସମସ୍ତ ବିଷୟ ସମ୍ପୂର୍ଣ୍ଣ କରିବାରେ ସଫଳ ହେଲା। 12 ଏହା ପରେ ସଦାପ୍ରଭୁ ରାତ୍ରି ସମୟରେ ଶଲୋମନଙ୍କ ନିକଟକୁ ଆସିଲେ।
ସଦାପ୍ରଭୁ ତାଙ୍କୁ କହିଲେ, “ଶଲୋମନ, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଏବଂ ଆମ୍ଭେ ଏହି ସ୍ଥାନକୁ ମନ୍ଦିର ରୂପେ ମନୋନୀତ କରିଅଛୁ। ଯେଉଁଠାରେ ଲୋକମାନେ ମୋତେ ନୈବେଦ୍ୟ ଉତ୍ସର୍ଗ କରି ପାରିବେ। 13 ଯେତେବେଳେ ଆମ୍ଭେ ଆକାଶ ରୁଦ୍ଧ କରୁ, ବର୍ଷା ହୁଏ ନାହିଁ, କି ଆମ୍ଭେ ପଙ୍ଗପାଳମାନଙ୍କୁ ଦେଶ ବିନାଶ କରିବାକୁ ଆଦେଶ ଦେଉ ଅବା ଆମ୍ଭେ ଆମ୍ଭର ଲୋକମାନଙ୍କ ନିକଟକୁ ରୋଗ ପ୍ରେରଣ କରୁ, 14 ସେତେବେଳେ ଯଦି ଆମ୍ଭ ନାମରେ ନାମିତ ଲୋକମାନେ ନମ୍ର ହୋଇ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖୋଜିବେ, ଆଉ ସେମାନଙ୍କର ମନ୍ଦ ପଥରୁ ଫେରି ଆସିବେ, ସେତେବେଳେ ଆମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସେମାନଙ୍କର ପାପସବୁ କ୍ଷମା କରିବା ଓ ଆମ୍ଭେ ସେମାନଙ୍କର ଦେଶକୁ ସୁସ୍ଥ କରିବା। 15 ବର୍ତ୍ତମାନ, ଆମ୍ଭର ଚକ୍ଷୁ ଉନ୍ମୁକ୍ତ ହେବ ଓ ଏହି ସ୍ଥାନରେ ଯେଉଁସବୁ ପ୍ରାର୍ଥନା କରାଯିବ, ତାହାକୁ ଆମ୍ଭର କର୍ଣ୍ଣ ଧ୍ୟାନପୂର୍ବକ ଶୁଣିବ। 16 ଆମ୍ଭେ ଏହି ମନ୍ଦିରକୁ ମନୋନୀତ କରୁଅଛୁ ଏବଂ ଆମ୍ଭ ନାମ ଯେପରି ଚିରକାଳ ନିମନ୍ତେ ଏହି ସ୍ଥାନରେ ରହିବ, ସେଥିନିମନ୍ତେ ଆମ୍ଭେ ଏହାକୁ ପବିତ୍ର କରିଅଛୁ। ହଁ, ଆମ୍ଭ ଚକ୍ଷୁ ଓ ହୃଦୟ ଏହି ମନ୍ଦିରରେ ସଦାସର୍ବଦା ରହିବ। 17 “ବର୍ତ୍ତମାନ ହେ ଶଲୋମନ, ତୁମ୍ଭେ ତୁମ୍ଭର ପିତା ଦାଉଦଙ୍କ ତୁଲ୍ୟ ଯଦି ଆମ୍ଭ ସମ୍ମୁଖରେ ଜୀବନଯାପନ କରିବ ଓ ଆମ୍ଭେ ଯେ ସମସ୍ତ ଆଦେଶ ଦେଇଅଛୁ, ତାହା ସବୁ ମାନିବ ଏବଂ ଯଦି ତୁମ୍ଭେ ଆମ୍ଭର ସମସ୍ତ ନିୟମ ଓ ନୀତି ପାଳନ କରିବ, 18 ତା’ହେଲେ ଆମ୍ଭେ ତୁମ୍ଭର ରାଜ୍ୟକୁ ମହାନ କରିବା। ଆମ୍ଭେ ତୁମ୍ଭର ପିତା ଦାଉଦଙ୍କ ସହିତ ଏହି ଚୁକ୍ତି କରିଥିଲୁ। ଆମ୍ଭେ ତାଙ୍କୁ କହିଥିଲୁ, ‘ଦାଉଦ, ତୁମ୍ଭ ବଂଶରୁ ସର୍ବଦା ଜଣେ ବ୍ୟକ୍ତି ଇସ୍ରାଏଲର ରାଜା ହେବ।’
19 “କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦେଇଥିବା ଆଦେଶ ଓ ବ୍ୟବସ୍ଥାକୁ ବାଧ୍ୟ ହେବ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦେବତାମାନଙ୍କର ସେବା ଓ ଉପାସନା କରିବ, 20 ତେବେ ଆମ୍ଭେ ଇସ୍ରାଏଲର ଲୋକଙ୍କୁ ଯେଉଁ ଦେଶ ଦେଇଅଛୁ, ଆମ୍ଭର ସେହି ଦେଶରୁ ସେମାନଙ୍କୁ ବାହାର କରିଦେବା। ଆଉ ଆମ୍ଭେ ଆମ୍ଭର ନାମ ନିମନ୍ତେ ପବିତ୍ର କରିଥିବା ଏହି ମନ୍ଦିରକୁ ପରିତ୍ୟାଗ କରିବା। ଆମ୍ଭେ ଏହି ମନ୍ଦିରକୁ ଏପ୍ରକାର କରିବା ଯେ, ସବୁ ଜାତିର ଲୋକମାନେ ଏହାକୁ ତାଚ୍ଛଲ୍ୟ କରିବେ। 21 ଉଚ୍ଚ ସମ୍ମାନ ପ୍ରାପ୍ତ ଏହି ମନ୍ଦିର ପାର୍ଶ୍ୱ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟାନ୍ୱିତ ହେବେ। ସେମାନେ କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ମନ୍ଦିର ପ୍ରତି ଏ ପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ?’ 22 ତେବେ ଲୋକମାନେ ଉତ୍ତର ଦେଇ କହିବେ, ‘କାରଣ ଲୋକମାନେ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯାହାଙ୍କୁ ସେମାନଙ୍କର ପୂର୍ବପୁରୁଷମାନେ ମାନୁଥିଲେ। ସେହି ପରମେଶ୍ୱର ହିଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। କିନ୍ତୁ ଇସ୍ରାଏଲର ଲୋକମାନେ ଅନ୍ୟ ଲୋକମାନଙ୍କର ଦେବତାମାନଙ୍କୁ ଗ୍ରହଣ କଲେ। ସେମାନେ ଅନ୍ୟ ଦେବତାମାନଙ୍କର ଉପାସନା ଓ ସେବା କଲେ। ଏଥିନିମନ୍ତେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ ଏପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ।”
ଶଲୋମନ ନିର୍ମାଣ କରିଥିବା ନଗର ସକଳ
8 ସଦାପ୍ରଭୁଙ୍କ ମନ୍ଦିର ଓ ନିଜର ଗୃହ ନିର୍ମାଣ କରିବା ନିମନ୍ତେ ଶଲୋମନଙ୍କୁ 20 ବର୍ଷ ଲାଗିଲା। 2 ଏହା ପରେ ହୂରମ୍ ରାଜା ଦେଇଥିବା ସହରଗୁଡ଼ିକୁ ଶଲୋମନ ଆଉଥରେ ନିର୍ମାଣ କଲେ। ଆଉ ଶଲୋମନ ଏହି ସହରଗୁଡ଼ିକରେ ବାସ କରିବା ନିମନ୍ତେ କିଛି ଇସ୍ରାଏଲୀୟ ଲୋକଙ୍କୁ ଅନୁମତି ଦେଲେ। 3 ଏହା ପରେ ଶଲୋମନ ସୋବାସ୍ଥିତ ହମାତ୍କୁ ଗଲେ ଓ ତାହାକୁ ଅଧିକାର କଲେ। 4 ଶଲୋମନ ମଧ୍ୟ ମରୁଭୂମି ମଧ୍ୟରେ ତଦ୍ମୋର୍ ସହର ନିର୍ମାଣ କଲେ। ସେ ପ୍ରତିରକ୍ଷା ନିମନ୍ତେ ହମାତ୍ରେ ସମସ୍ତ ସହର ନିର୍ମାଣ କଲେ। 5 ଶଲୋମନ ଊର୍ଦ୍ଧ୍ୱସ୍ଥ ବୈଥ୍-ହୋରଣ୍ ଓ ନୀଚ୍ଚସ୍ଥ ବୈଥ୍ ହୋରଣର ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗରେ ପରିଣତ କଲେ। ସେହି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ୱାର ଓ ଦ୍ୱାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା। 6 ଏବଂ ଶଲୋମନ ବାଲତ୍ ସହର ଓ ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠାରେ ସେ ସୈନ୍ୟମାନଙ୍କ ଛାଉଣି ପକାଇଥିଲେ। ସେ ଆହୁରି ଅନେକ ନଗରସବୁ ନିର୍ମାଣ କଲେ, ଯେଉଁଠାରେ ଯୁଦ୍ଧରଥ ସବୁ ରଖା ଯାଉଥିଲା ଓ ଅଶ୍ୱାରୋହୀମାନେ ବାସ କରୁଥିଲେ। ଶଲୋମନ ଯିରୁଶାଲମ, ଲିବାନୋନ୍ରେ ଓ ସେ ରାଜା ଥିବା ସମସ୍ତ ଦେଶରେ ଯାହା ନିର୍ମାଣ କରିବାକୁ ଗ୍ଭହିଁଲେ, ତାହା ନିର୍ମାଣ କଲେ।
7 ସେଠାରେ ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ବାସ କରୁଥିଲେ। ସେମାନେ ଇସ୍ରାଏଲୀୟ ନୁହନ୍ତି। 8 ସେମାନେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧର, ଯେଉଁମାନେ ସେ ପର୍ଯ୍ୟନ୍ତ ସେହି ଭୂମିରେ ଥିଲେ ଏବଂ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ବଧ କରାଯାଇ ନ ଥିଲେ। ଶଲୋମନ ସେହି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ୟ କଲେ। ସେମାନେ ଆଜି ପର୍ଯ୍ୟନ୍ତ କ୍ରୀତଦାସ ଅଛନ୍ତି। 9 ଶଲୋମନ ଇସ୍ରାଏଲର ଲୋକମାନଙ୍କୁ କ୍ରୀତଦାସ ହେବା ନିମନ୍ତେ ବାଧ୍ୟ କଲେ ନାହିଁ। ଇସ୍ରାଏଲର ଲୋକମାନେ ଶଲୋମନଙ୍କର ଦୁର୍ଦ୍ଦଷ ଯୋଦ୍ଧା ଥିଲେ। ସେମାନେ ଶଲୋମନଙ୍କର ସାମରିକ ବାହିନୀର ପଦାଧିକାରୀ ଥିଲେ। ସେମାନେ ଶଲୋମନଙ୍କର ଯୁଦ୍ଧ ରଥର ସେନାପତି ଥିଲେ। 10 ଆଉ, ଇସ୍ରାଏଲର କିଛି ଲୋକଙ୍କୁ ଶ୍ରମିକମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ନିଯୁକ୍ତ କରିଥିଲେ। ସେଠାରେ 250 ଜଣ ତଦାରଖକାରୀ ଥିଲେ।
11 ଶଲୋମନ ଦାଉଦଙ୍କ ନଗରରୁ ଫାରୋଙ୍କର କନ୍ୟାଙ୍କୁ ତାଙ୍କ ନିମନ୍ତେ ସେ ନିର୍ମିତ କରିଥିବା ଗୃହକୁ ଆଣିଲେ। ଶଲୋମନ କହିଲେ, “ମୋର ସ୍ତ୍ରୀ ଇସ୍ରାଏଲର ରାଜା ଦାଉଦଙ୍କ ଗୃହରେ ବାସ କରିବ ନାହିଁ, କାରଣ ଯେଉଁ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କର ବିଶେଷ ସିନ୍ଦୁକ ଥିଲା, ତାହା ପବିତ୍ର ସ୍ଥାନ ଅଟେ।”
12 ଏହା ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ। ଶଲୋମନ ମନ୍ଦିରର ବାରଣ୍ଡା ସମ୍ମୁଖରେ ସେହି ବଳିବେଦି ନିର୍ମାଣ କରିଥିଲେ। 13 ମୋଶା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ଶଲୋମନ ସେହି ପ୍ରକାରେ ପ୍ରତ୍ୟେକ ଦିନ ବଳି ଉତ୍ସର୍ଗ କଲେ। ବିଶ୍ରାମବାର, ଅମାବାସ୍ୟା ଉତ୍ସବ ଓ ତ୍ରୟବାର୍ଷିକ ଛୁଟିଦିବସ ଗୁଡ଼ିକରେ ବଳି ଉତ୍ସର୍ଗ କରାଯାଉ ଥିଲା। ଏହି ତ୍ରୟବାର୍ଷିକ ଛୁଟିଦିବସଗୁଡ଼ିକ ଥିଲା ବିନା ଖମୀରର ତାଡ଼ିଶୂନ୍ୟ ରୋଟୀର ପର୍ବ, ସପ୍ତାହବ୍ୟାପି ପର୍ବ ଓ ଆଶ୍ରୟଦାୟକ ପର୍ବ। 14 ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦେଶାବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଶଲୋମନ ଲେବୀୟମାନଙ୍କୁ ମଧ୍ୟ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଲେବୀୟମାନଙ୍କର କାର୍ଯ୍ୟ ଥିଲା ପ୍ରଶଂସା ଗାନରେ ନେତୃତ୍ୱ ଦେବା ଓ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ଦୈନନ୍ଦିନ ଯେଉଁ ବିଷୟମାନ କରାଯାଏ, ସେଥିରେ ଯାଜକମାନଙ୍କୁ ସାହାଯ୍ୟ କରିବା। ଆଉ ଶଲୋମନ ଦ୍ୱାର ନିକଟରେ ସେବାକାର୍ଯ୍ୟ କରିବା ନିମନ୍ତେ ଦ୍ୱାରପାଳମାନଙ୍କୁ ସେମାନଙ୍କର ଦଳ ଅନୁଯାୟୀ ମନୋନୀତ କଲେ। ପରମେଶ୍ୱରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 15 ଯାଜକ ଓ ଲେବୀୟମାନେ ଠିକ୍ ସେହିପରି କଲେ, ଯାହା ଶଲୋମନ ସେମାନଙ୍କୁ ମନ୍ଦିରରେ ଏବଂ ଏହାର କୋଷାଗାରରେ କରିବା ପାଇଁ କହିଥିଲେ।
16 ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପିତ ହେବା ଦିନଠାରୁ ସଦାପ୍ରଭୁଙ୍କ ମନ୍ଦିର ଶେଷ ନ ହେଲା ପର୍ଯ୍ୟନ୍ତ ଶଲୋମନଙ୍କର ସମସ୍ତ କାର୍ଯ୍ୟ ଭଲ ଭାବରେ କରାଗଲା।
17 ଏହା ପରେ ଶଲୋମନ ଇତ୍ସିୟୋନ-ଗେବର ଓ ଏଲତ ସହରମାନଙ୍କୁ ଗଲେ। ସେହି ସହରଗୁଡ଼ିକ ଇଦୋମ ଦେଶରେ ସମୁଦ୍ର ନିକଟରେ ଥିଲା। 18 ହୂରମ୍ ଶଲୋମନଙ୍କ ନିକଟକୁ ଜାହାଜ ସବୁ ପଠାଇଲେ। ହୂରମ୍ଙ୍କ ନିଜସ୍ୱ ଲୋକମାନେ ଜାହାଜଗୁଡ଼ିକୁ ବାହିଲେ। ହୂରମ୍ଙ୍କ ଲୋକମାନେ ଦକ୍ଷ ନାବିକ ଥିଲେ। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କର ଦାସମାନଙ୍କ ସହିତ ଓଫୀରକୁ ଗଲେ ଓ ସେଠାରୁ ରାଜା ଶଲୋମନଙ୍କ ନିମନ୍ତେ 450 ତାଳନ୍ତ ସୁନା ଆଣିଲେ।
ଶିବାର ରାଣୀ ଶଲୋମନଙ୍କୁ ଭେଟିବା ନିମନ୍ତେ ଆସନ୍ତି
9 ଶିବାର ରାଣୀ ଶଲୋମନଙ୍କର ସୁଖ୍ୟାତି ବିଷୟରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ୱାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ଯିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ୟ ପଥରରେ ଲଦି ହୋଇଥିବା ଓଟମାନେ ଥିଲେ। ସେ ଶଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷୟରେ ଆଲୋଚନା କରିବାକୁ ଗ୍ଭହୁଁଥିଲେ, ସେ ବିଷୟରେ ପଗ୍ଭରିଲେ। ଶଲୋମନଙ୍କୁ ପଗ୍ଭରିବା ନିମନ୍ତେ ତାଙ୍କ ନିକଟରେ ଅନେକ ପ୍ରଶ୍ନ ଥିଲା। 2 ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ। ଶଲୋମନଙ୍କ ନିମନ୍ତେ ଉତ୍ତର ଦେବା କିମ୍ବା ବୁଝାଇ ଦେବା ପାଇଁ କୌଣସି କଠିନ ବିଷୟ ନ ଥିଲା। 3 ଶିବାର ରାଣୀ ଶଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଦେଖିଲେ। 4 ସେ ଶଲୋମନଙ୍କ ମେଜ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନେକ ବିଶେଷ କର୍ମଗ୍ଭରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଗ୍ଭକରମାନଙ୍କର ବସ୍ତ୍ର ଓ କାର୍ଯ୍ୟ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ମଦ୍ୟ ପରିବେଷଣକାରୀମାନଙ୍କୁ ଓ ସେମାନଙ୍କର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗୀକୃତ ହୋମବଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତେବେଳେ ଏହିସବୁ ବିଷୟ ଦେଖିଲେ, ସେ ହତଚକିତ ହୋଇଗଲେ।
5 ଏହା ପରେ ସେ ଶଲୋମନଙ୍କୁ କହିଲେ, “ମୁଁ ମୋ’ ଦେଶରେ ଆପଣଙ୍କ ମହାନ କାର୍ଯ୍ୟାବଳୀ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ ଅଟେ। 6 ମୁଁ ଏହି ସ୍ଥାନକୁ ନ ଆସିବା ପର୍ଯ୍ୟନ୍ତ ଓ ନିଜ ଚକ୍ଷୁରେ ନ ଦେଖିବା ପର୍ଯ୍ୟନ୍ତ ସେହି ଗଳ୍ପଗୁଡ଼ିକୁ ବିଶ୍ୱାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ ଜ୍ଞାନର ଅର୍ଦ୍ଧେକ ସୁଦ୍ଧା ମୋତେ କୁହାଯାଇ ନ ଥିଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି, ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ ଅଟନ୍ତି। 7 ତୁମ୍ଭର ଲୋକମାନେ ଓ ସେବକଗଣ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି। ସେମାନେ ଆପଣଙ୍କର ସେବା କରିବା ସମୟରେ ଆପଣଙ୍କ ଜ୍ଞାନର କଥା ଶୁଣିପାରନ୍ତି। 8 ଆପଣଙ୍କର ସଦାପ୍ରଭୁ ପରମେଶ୍ୱର ପ୍ରଶଂସିତ ହୁଅନ୍ତୁ। ସେ ଆପଣଙ୍କଠାରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ସେ ଆପଣଙ୍କୁ ଏହି ସିଂହାସନରେ ଉପବିଷ୍ଟ କରାଇଅଛନ୍ତି। ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ପ୍ରେମ କରନ୍ତି ଓ ଅନନ୍ତକାଳ ନିମନ୍ତେ ଇସ୍ରାଏଲର ସପକ୍ଷ ଅଟନ୍ତି। ସେଥିନିମନ୍ତେ ସଦାପ୍ରଭୁ ଉତ୍ତମ ଓ ଯଥାର୍ଥ କର୍ମ କରିବା ନିମନ୍ତେ ଆପଣଙ୍କୁ ଇସ୍ରାଏଲର ରାଜା କରିଅଛନ୍ତି।”
9 ଏହା ପରେ ଶିବାର ରାଣୀ ରାଜା ଶଲୋମନଙ୍କୁ 120 ତାଳନ୍ତ ସୁନା, ପ୍ରଚୁର ପରିମାଣର ମସଲା ଓ ମୂଲ୍ୟବାନ ପ୍ରସ୍ତରମାନ ପ୍ରଦାନ କଲେ। ଶିବାର ରାଣୀଙ୍କ ପରି କୌଣସି ବ୍ୟକ୍ତି ଶଲୋମନଙ୍କୁ ଏ ପ୍ରକାର ବିଶୁଦ୍ଧ ମସଲା ଦେଇ ନ ଥିଲା।
10 ହୂରମ୍ଙ୍କ ଦାସ ଓ ଶଲୋମନଙ୍କ ଦାସମାନେ ଓଫୀରକୁ ସୁନା ଆଣିଲେ। ଆହୁରି ମଧ୍ୟ, ସେମାନେ ଆଲ୍ଗମ୍ କାଠ ଓ ବହୁମୂଲ୍ୟ ପଥରସବୁ ଆଣିଲେ। 11 ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରର ପହାଚ ଓ ରାଜାଙ୍କ ଗୃହ ନିର୍ମାଣ କରିବା ନିମନ୍ତେ ଆଲ୍ଗମ୍ କାଠକୁ ବ୍ୟବହାର କଲେ। ଶଲୋମନ ଗାୟକମାନଙ୍କ ନିମନ୍ତେ ବୀଣା ଓ ସାରଙ୍ଗ ବାଦ୍ୟ ନିର୍ମାଣ କରିବା ନିମନ୍ତେ ମଧ୍ୟ ଆଲ୍ଗମ୍ କାଠ ବ୍ୟବହାର କଲେ। ଯିହୁଦା ଦେଶର କୌଣସି ବ୍ୟକ୍ତି ଆଲ୍ଗମ୍ କାଠରୁ ଏପ୍ରକାର ସୁନ୍ଦର ବସ୍ତୁ ନିର୍ମିତ ହେବା ପୂର୍ବରୁ କେବେ ମଧ୍ୟ ଦେଖି ନ ଥିଲେ।
12 ଶିବାର ରାଣୀ ରାଜା ଶଲୋମନଙ୍କୁ ଯାହାକିଛି ମାଗିଲେ, ସେ ତାଙ୍କୁ ସେହି ସମସ୍ତ ପ୍ରଦାନ କଲେ। ଶିବାର ରାଣୀ ତାଙ୍କୁ ଦେବା ନିମନ୍ତେ ଯେଉଁସବୁ ବସ୍ତୁ ଆଣିଥିଲେ, ଶଲୋମନ ତାହାଠାରୁ ଅଧିକ ପରିମାଣରେ ବସ୍ତୁ ତାଙ୍କୁ ଦେଲେ। ଏହା ପରେ ଶିବାର ରାଣୀ ଓ ତାଙ୍କର ଦାସମାନେ ନିଜ ଦେଶକୁ ଫେରିଗଲେ।
ଶଲୋମନଙ୍କର ଅସୁମାରୀ ଧନସମ୍ପଦ
13 ଏକ ବର୍ଷ ମଧ୍ୟରେ ଶଲୋମନ ଯେତେ ପରିମାଣରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା। 14 ଭ୍ରମଣକାରୀ ବଣିକ ଓ ବ୍ୟବସାୟୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନେଇ ଆସିଲେ।
15 ଶଲୋମନ ପିଟା ସୁନାରୁ 200 ବୃହତ୍ ଢାଲ ନିର୍ମାଣ କଲେ। ପ୍ରତ୍ୟେକଟି ଢାଲ ନିମନ୍ତେ 600 ଶେକଲ ପିଟା ସୁନା ବ୍ୟବହୃତ ହୋଇଥିଲା। 16 ଆହୁରି ମଧ୍ୟ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢାଲ ନିର୍ମାଣ କଲେ। ପ୍ରତ୍ୟେକ ଢାଲ ନିମନ୍ତେ 300 ଶେକଲ ସୁନା ବ୍ୟବହୃତ ହୋଇଥିଲା। ରାଜା ଶଲୋମନ “ଲିବାନୋନ୍ର ଅରଣ୍ୟ” ନାମକ ଗୃହରେ ଏହି ସୁବର୍ଣ୍ଣ ଢାଲଗୁଡ଼ିକ ରଖିଲେ।
17 ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ୟବହାର କଲେ। ସେ ସେହି ସିଂହାସନକୁ ଖାଣ୍ଟି ସୁନା ଦ୍ୱାରା ଆବୃତ କଲେ। 18 ସେହି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନେଲା। ସୁନାରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାର୍ଶ୍ୱରେ ବାହୁଭରାମାନ ଥିଲା। ପ୍ରତ୍ୟେକ ବାହୁଭରାର ପାର୍ଶ୍ୱରେ ଗୋଟିଏ ଲେଖାଏଁ ସିଂହମୂର୍ତ୍ତି ଦଣ୍ଡାୟମାନ ଥିଲା। 19 ଛଅ ଗୋଟି ପାହାଚରେ ବାର ଗୋଟି ସିଂହଙ୍କର ପ୍ରତିମୂର୍ତ୍ତି ଥିଲା। ପ୍ରତ୍ୟେକ ପାହାଚର ଶେଷରେ ଗୋଟିଏ ସିଂହ ଥିଲା। ଅନ୍ୟ କୌଣସି ରାଜ୍ୟରେ ଏ ପ୍ରକାର ସିଂହାସନ ନିର୍ମିତ ହୋଇ ନ ଥିଲା।
20 ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନରେ ନିର୍ମିତ ହୋଇଥିଲା। “ଲିବାନୋନ୍ର ଅରଣ୍ୟସ୍ଥିତ” ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନାରେ ନିର୍ମିତ ହୋଇଥିଲା। ଶଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ୟ ଦ୍ରବ୍ୟରୂପେ ଗଣ୍ୟ ହେଉ ନ ଥିଲା।
21 ରାଜା ଶଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନି ବର୍ଷରେ ଥରେ ସେହି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମୟୁରମାନ ବହି ଆଣୁଥିଲେ।
22 ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନରେ ଅତ୍ୟନ୍ତ ମହାନ ହୋଇ ଉଠିଲେ। 23 ପୃଥିବୀର ସମସ୍ତ ରାଜାଗଣ ଶଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଗ୍ଭର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ୱର ଶଲୋମନଙ୍କୁ ସେହିପରି ଜ୍ଞାନ ପ୍ରଦାନ କରିଥିଲେ। 24 ପ୍ରତି ବର୍ଷ ସେହି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନେଇ ଆସୁଥିଲେ। ସେମାନେ ସୁନା, ରୂପା ଦ୍ରବ୍ୟ, ବସ୍ତ୍ର, ଯୁଦ୍ଧସାଜ, ମଶାଲ, ଅଶ୍ୱଗୁଡ଼ିକ ଓ ଖଚରମାନ ଆଣିଲେ।
25 ଅଶ୍ୱ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4000 ଅଶ୍ୱଶାଳା ଥିଲା। ତାଙ୍କର 12,000 ରଥଗ୍ଭଳକ ଥିଲେ। ଶଲୋମନ ସେମାନଙ୍କୁ ତାଙ୍କ ସଙ୍ଗରେ ଯିରୁଶାଲମରେ ଓ ରଥ ନିମନ୍ତେ ନିର୍ମିତ ବିଶେଷ ନଗରଗୁଡ଼ିକରେ ରଖିଲେ। 26 ଫରାତ୍ ନଦୀଠାରୁ ଆରମ୍ଭ କରି ପଲେଷ୍ଟୀୟ ଲୋକମାନଙ୍କର ଦେଶ ଓ ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ଦେଶ ଉପରେ ଶଲୋମନ ରାଜା ଥିଲେ। 27 ରୂପାର ପରିମାଣ ଏତେ ଥିଲା ଯେ, ତାହା ଯିରୁଶାଲମର ଗୋଡ଼ି, ପଥର ତୁଲ୍ୟ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦେବଦାରୁ କାଠ ଥିଲା ଯେ, ତାହା ଡିମ୍ବିରିଗଛ ତୁଲ୍ୟ ଥିଲା, ଯାହା ମାଳଭୂମିରେ ଯଥେଷ୍ଟ ପରିମାଣରେ ବଢ଼େ। 28 ଲୋକମାନେ ମିଶର ଓ ଅନ୍ୟାନ୍ୟ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ୱମାନ ଆଣିଲେ।
ଶଲୋମନଙ୍କର ମୃତ୍ୟୁ
29 ଶଲୋମନ କରିଥିବା ଅନ୍ୟାନ୍ୟ କାର୍ଯ୍ୟସକଳ ଭବିଷ୍ୟଦ୍ବକ୍ତା ନାଥନଙ୍କ ଲେଖାସବୁ, ଶୀଲୋନୀୟ ଭବିଷ୍ୟଦ୍ବକ୍ତା, ଅହିୟଙ୍କର ଭବିଷ୍ୟଦ୍ବାଣୀ ଓ ଭବିଷ୍ୟଦ୍ବକ୍ତା ଇଦ୍ଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲେଖାଯାଇ ଅଛି। ଇଦ୍ଦୋ ଯିଏ ନବାଟଙ୍କ ପୁତ୍ର ଯାଶ୍ବିୟାମ୍ଙ୍କ ବିଷୟରେ ଲେଖିଛନ୍ତି। 30 ଶଲୋମନ ସମଗ୍ର ଇସ୍ରାଏଲ ଉପରେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ। 31 ଏହା ପରେ, ଶଲୋମନ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ଲୋକମାନେ ତାହାଙ୍କୁ ତାଙ୍କର ପିତା ଦାଉଦଙ୍କ ନଗରରେ କବର ଦେଲେ। ଶଲୋମନଙ୍କ ସ୍ଥାନରେ ଶଲୋମନଙ୍କ ପୁତ୍ର ରିହବିୟାମ୍ ନୂତନ ରାଜା ହେଲେ।
ଲାଜାରଙ୍କ ମୃତ୍ୟୁ
11 ଲାଜାର ନାମରେ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ସେ ବେଥନୀୟା ନଗରରେ ରହୁଥିଲେ। ସେଠାରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ୟ କରୁଥିଲେ। 2 ସେହି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦରେ ଅତି ମୂଲ୍ୟବାନ ଅତର ଢାଳି ନିଜ କେଶରେ ପାଦ ପୋଛି ଦେଇଥିଲେ। ସେମାନଙ୍କର ଭାଇ ଲାଜାର ଅସୁସ୍ଥ ଥିଲେ। 3 ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସେମାନେ କହି ପଠାଇଲେ, “ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡ଼ିତ ଅଛନ୍ତି।”
4 ଯୀଶୁ ଏହି କଥା ଶୁଣି କହିଲେ, “ତାହାର ପୀଡ଼ା ମୃତ୍ୟୁଜନକ ନୁହେଁ। କିନ୍ତୁ ତା’ର ଅସୁସ୍ଥତା ପରମେଶ୍ୱରଙ୍କର ଗୌରବ ନିମନ୍ତେ। ପରମେଶ୍ୱରଙ୍କର ପୁତ୍ର ଏହା ଦ୍ୱାରା ଗୌରବାନ୍ୱିତ ହେବେ।” 5 ଯୀଶୁ ମାର୍ଥା, ତା’ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ। 6 ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସେଠାରେ ଆହୁରି ଦୁଇ ଦିନ ରହିଗଲେ। 7 ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆମ୍ଭେ ଯିହୂଦା ପ୍ରଦେଶକୁ ଫେରିଯିବା।”
8 ଶିଷ୍ୟମାନେ କହିଲେ, “ଗୁରୁ, ଯିହୂଦାରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥରରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହୋଇଥିଲା। ଆପଣ ପୁଣି ସେଠାକୁ ଫେରିଯିବାକୁ ଗ୍ଭହାନ୍ତି?”
9 ଯୀଶୁ ଉତ୍ତର ଦେଲେ, “ଦିନ ମଧ୍ୟରେ ବାରଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନବେଳେ ଗ୍ଭଲିଲେ ସେ ଝୁଣ୍ଟେ ନାହିଁ କି ପଡ଼େ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖି ପାରେ। 10 କିନ୍ତୁ ରାତିରେ ଜଣେ ଲୋକ ଝୁଣ୍ଟେ, କାରଣ ରାତିବେଳେ ତାକୁ ଦେଖିବାରେ ସାହାଯ୍ୟ କରିବା ପାଇଁ ଆଲୋକ ନ ଥାଏ।”
11 ଯୀଶୁ ଏ କଥା କହିବା ସାରିବା ପରେ, କହିଲେ, “ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶୋଇଛନ୍ତି। ମୁଁ ତାହାଙ୍କୁ ଉଠେଇବା ପାଇଁ ସେଠାକୁ ଯାଉଛି।”
12 ଶିଷ୍ୟମାନେ ଉତ୍ତର ଦେଲେ, “କିନ୍ତୁ ପ୍ରଭୁ, ଯଦି ସେ ଶୋଇଛନ୍ତି, ତେବେ ସେ ସୁସ୍ଥ ହୋଇଯିବେ।” 13 ଯୀଶୁଙ୍କର କହିବା ଅର୍ଥ ଥିଲା, ଯେ ଲାଜାର ମୃତ। କିନ୍ତୁ ତାହାଙ୍କର ଶିଷ୍ୟମାନେ ବୁଝିଲେ ଯେ ସେ ସାଧାରଣ ଶୋଇବା ବିଷୟରେ କହୁଛନ୍ତି।
14 ତେଣୁ ଯୀଶୁ ସ୍ପଷ୍ଟରୂପେ କହିଲେ, “ଲାଜାର ମରିଯାଇଛନ୍ତି, 15 ମୁଁ ଖୁସୀ ଯେ ମୁଁ ସେଠାରେ ନ ଥିଲି। ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଛି କାରଣ ବର୍ତ୍ତମାନ ତୁମ୍ଭେମାନେ ମୋ’ଠାରେ ବିଶ୍ୱାସ କରିବ। ଗ୍ଭଲ, ଆମ୍ଭେ ବର୍ତ୍ତମାନ ତାହାଙ୍କ ପାଖକୁ ଯିବା।”
16 ତା’ପରେ ଥୋମା ଯାହାଙ୍କୁ ଦିଦୁମ [a] କୁହାଯାଉଥିଲା ସେ ଅନ୍ୟ ଶିଷ୍ୟଙ୍କୁ କହିଲେ, “ଗ୍ଭଲ ଆମ୍ଭେମାନେ ମଧ୍ୟ ଯିବା ଓ ଯୀଶୁଙ୍କ ସହିତ ଯିହୂଦାରେ ମରିବା।”
ବେଥନୀୟାରେ ଯୀଶୁ
17 ଯୀଶୁ ବେଥନୀୟାରେ ପହଞ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ୟୁ ହୋଇ କବରସ୍ଥ ହେବାର ଗ୍ଭରି ଦିନ ହୋଇଗଲାଣି। 18 ବେଥନୀୟା ଯିରୁଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର। 19 ଅନେକ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ।
20 ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘରେ ରହିଲେ। 21 ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ, ଯଦି ଆପଣ ଏଠାରେ ଥାଆନ୍ତେ, ତେବେ ମୋର ଭାଇ ମରି ନ ଥା’ନ୍ତା। 22 କିନ୍ତୁ ଏବେ ମଧ୍ୟ ମୁଁ ଜାଣେ ଯେ ଆପଣ ଯାହାକିଛି ମାଗିବେ, ପରମେଶ୍ୱର ତାହା ଦେବେ।”
23 ଯୀଶୁ କହିଲେ, “ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।”
24 ମାର୍ଥା ଉତ୍ତର ଦେଲେ, “ମୁଁ ଜାଣେ, ପୁନରୁତ୍ଥାନ ଦିନରେ ଯେତେବେଳେ ସମସ୍ତେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ ସେ ମଧ୍ୟ ମୃତ୍ୟୁରୁ ବଞ୍ଚି ଉଠିବ।”
25 ଯୀଶୁ ତାକୁ କହିଲେ, “ମୁଁ ସେହି ପୁନରୁତ୍ଥାନ ଓ ଜୀବନ, ମୋ’ଠାରେ ବିଶ୍ୱାସ କରୁଥିବା ଲୋକ ମୃତ୍ୟୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ। 26 ମୋ’ଠାରେ ରହୁଥିବା ଓ ବିଶ୍ୱାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ’ଣ ଏହା ବିଶ୍ୱାସ କର?”
27 ମାର୍ଥା ଉତ୍ତର ଦେଲେ, “ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ। ଆପଣ ପରମେଶ୍ୱରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସେହି ବ୍ୟକ୍ତି ଅଟନ୍ତି।”
ଯୀଶୁ କାନ୍ଦିଲେ
28 ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, “ଏଠାରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖୋଜୁଛନ୍ତି।” 29 ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ।
2010 by World Bible Translation Center