Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 4-6

ମନ୍ଦିର ନିମନ୍ତେ ଆସବାବପତ୍ର

ଶଲୋମନ ଏକ ଯଜ୍ଞବେଦି ନିର୍ମାଣ ନିମନ୍ତେ ପିତ୍ତଳ ବ୍ୟବହାର କଲେ। ସେହି ପିତ୍ତଳର ବେଦିଟି କୋଡ଼ିଏ ହାତ ଲମ୍ବା, କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହା ପରେ ଶଲୋମନ ତରଳ କଂସାରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଠିକ୍ ବିପରୀତ ବିନ୍ଦୁ ପର୍ଯ୍ୟନ୍ତ ଦଶ ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ୍ ହାତ ଥିଲା। ଏହି ବୃହତ୍ ପିତ୍ତଳର କୁଣ୍ଡର ତଳ ପାର୍ଶ୍ୱର ଚତୁର୍ଦ୍ଦିଗରେ ଷଣ୍ଢର ପ୍ରତିମୂର୍ତ୍ତିସବୁ ଶୋଭା ପାଉଥିଲା। କୁଣ୍ଡର ଚତୁର୍ପାର୍ଶ୍ୱରେ ଦଶ ହାତ ପର୍ଯ୍ୟନ୍ତ ଦୁଇ ଧାଡ଼ିରେ ସେଗୁଡ଼ିକ ଥିଲା। କୁଣ୍ଡକୁ ଗଢ଼ାଯିବା ସମୟରେ ଏହି ଷଣ୍ଢ ପ୍ରତିମୂର୍ତ୍ତିଟିକୁ ତରଳେଇ ଠିକ୍ ସ୍ଥାନରେ ବସେଇ ଦିଆଯାଇଥିଲା। ବାରଟି ବୃହତ୍ ଷଣ୍ଢର ପ୍ରତିମୂର୍ତ୍ତି ଉପରେ ଏହି ବୃହତ୍ ପିତ୍ତଳର କୁଣ୍ଡକୁ ରଖାଯାଇଥିଲା। ତିନୋଟି ଷଣ୍ଢ ଉତ୍ତର ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପଶ୍ଚିମ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ଦକ୍ଷିଣ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପୂର୍ବ ଦିଗକୁ ମୁହଁ କରିଥିଲେ। ଏକ ବୃହତ୍ ପିତ୍ତଳ କୁଣ୍ତକୁ ଏହି ଷଣ୍ଢଗୁଡ଼ିକ ଉପରେ ରଖା ଯାଇଥିଲା। ସବୁ ଷଣ୍ଢଗୁଡ଼ିକ ବାହାର ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲେ। ଏହି ବୃହତ୍ ପିତ୍ତଳ କୁଣ୍ଡଟି 3000 ମହଣ ମୋଟେଇ ବିଶିଷ୍ଟ ଥିଲା। ବୃହତ୍ କୁଣ୍ଡର ଧାରଗୁଡ଼ିକ କପର ଧାରପରି ଥିଲା। ତାହାର ଧାର କଇଁ ଫୁଲଭଳି ଦେଖାଯାଉଥିଲା। ଏହା ଅଣସ୍ତରି କିଲୋଲିଟର ପାଣି ଧରି ରଖିପାରୁଥିଲା।

ଶଲୋମନ ଦଶ ଗୋଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ସେହି ବୃହତ୍ କୁଣ୍ତର ଦକ୍ଷିଣ ପାର୍ଶ୍ୱରେ ଏବଂ ଅନ୍ୟ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାର୍ଶ୍ୱରେ ରଖିଲେ। ହୋମବଳିକୁ ଉତ୍ସର୍ଗ କରିବା ପରେ ଧୋଇବା ନିମନ୍ତେ ଏହି ଦଶ ଗୋଟି ପ୍ରକ୍ଷାଳନ ପାତ୍ର ବ୍ୟବହାର କରାଯାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡରେ କେବଳ ଯାଜକମାନେ ପ୍ରକ୍ଷାଳନ କରିବେ।

ସେମାନଙ୍କର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶ ଗୋଟି ବତୀଦଣ୍ଡ ନିର୍ମାଣ କଲେ। ସେହି ବତୀଦଣ୍ଡଗୁଡ଼ିକ ମନ୍ଦିରରେ ଖଞ୍ଜାଗଲା। ପ୍ରତ୍ୟେକ ଦକ୍ଷିଣ ଓ ବାମ ପାର୍ଶ୍ୱରେ ପାଞ୍ଚୋଟି ବତୀଦଣ୍ଡ ଖଞ୍ଜା ହେଲା। ଶଲୋମନ ଦଶ ଗୋଟି ମେଜ ତିଆରି କରି ମନ୍ଦିରରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାର୍ଶ୍ୱରେ ପାଞ୍ଚୋଟି କରି ମେଜ ରଖାଗଲା। ଆଉ 100ଟି ଛୋଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ୟବହାର କଲେ। ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ୱାର ନିର୍ମାଣ କଲେ ଏବଂ ସେଗୁଡ଼ିକୁ ପିତ୍ତଳରେ ଆଚ୍ଛାଦନ କଲେ। 10 ଏହା ପରେ ସେ ସେହି ବୃହତ୍ ପିତ୍ତଳ କୁଣ୍ଡଟିକୁ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ସ୍ଥାପନ କଲେ, ଯେଉଁଟାକି ମନ୍ଦିରର ଦକ୍ଷିଣପୂର୍ବ କୋଣରେ ଥିଲା।

11 ହୂରମ୍ ପାତ୍ର, ବେଲଗ୍ଭ ଓ ବେସିନ୍ ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ୱରଙ୍କ ମନ୍ଦିରରେ ରାଜା ଶଲୋମନଙ୍କ ନିମନ୍ତେ ନିଜର କାର୍ଯ୍ୟ ଶେଷ କଲେ।

12 ହୂରମ୍ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ୍ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘୋଡ଼ାଇବା ନିମନ୍ତେ କାରୁକାର୍ଯ୍ୟ ପୂର୍ଣ୍ଣ ଜାଲି ତିଆରି କରିଥିଲେ। 13 ଏହି ଦୁଇଟି କାରୁକାର୍ଯ୍ୟ ପୂର୍ଣ୍ଣ ଜାଲି ଘୋଡ଼ଣୀ ନିମନ୍ତେ ହୂରମ୍ 400ଟି ଡାଳିମ୍ବ ଆକୃତି ତିଆରି କରିଥିଲେ। ପ୍ରତ୍ୟେକ ଜାଲି ନିମନ୍ତେ ଦୁଇଧାଡ଼ି ଡାଳିମ୍ବ ଖଞ୍ଜା ଯାଇଥିଲା ଦୁଇଟି ସ୍ତମ୍ଭର ଉପର ଭାଗରେ ଥିବା ବୃହତ୍ କୁଣ୍ଡକୁ ଏହି ଜାଲି ଦୁଇଟି ଘୋଡ଼ାଇ ଥିଲା। 14 ଆହୁରି ହୂରମ୍ ଦଶ ଗୋଟି ଦଣ୍ଡ ନିର୍ମାଣ କରିଥିଲେ ଏବଂ ଏହିସବୁ ଦଶ ଗୋଟି ଦଣ୍ଡକୁ କୁଣ୍ଡରେ ଖଞ୍ଜିଥିଲେ। 15 ହୂରମ୍ ବିରାଟ ପିତ୍ତଳ କୁଣ୍ଡ ଓ ତା’ର ତଳେ ବାରଟି ଷଣ୍ଢ ତିଆରି କରିଥିଲେ। 16 ପରମେଶ୍ୱରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଗ୍ଭମୁଚ ହୂରମ୍ ତିଆରି କରିଥିଲେ।

ଏହି ସମସ୍ତ ଜିନିଷଗୁଡ଼ିକ ସ୍ୱଚ୍ଛ ପିତ୍ତଳରେ ନିର୍ମିତ ହୋଇଥିଲା। 17 ରାଜା ଶଲୋମନ ଏହିସବୁ ବସ୍ତୁକୁ ମାଟି କାଦୁଅର ଛାଞ୍ଚରେ ଢାଳିଲେ। ସୁ‌କ୍‌କୋତ ଓ ସରେଦା ସହରର ମଧ୍ୟବର୍ତ୍ତୀ ଯର୍ଦ୍ଦନ ଉପତ୍ୟକାରେ ଏହି ଛାଞ୍ଚଗୁଡ଼ିକ ତିଆରି ହୋଇଥିଲା। 18 ଶଲୋମନ ଏହିପରି ଅନେକ ଜିନିଷ ଏତେ ପରିମାଣରେ ତିଆରି କରିଥିଲେ ଯେ ଏଥିରେ ବ୍ୟବହୃତ ପିତ୍ତଳର ଓଜନ ମାପିବା ପାଇଁ କେହି ଚେଷ୍ଟା କଲେ ନାହିଁ।

19 ଶଲୋମନ ପରମେଶ୍ୱରଙ୍କ ମନ୍ଦିରରେ ବ୍ୟବହାର ନିମନ୍ତେ ସବୁପାତ୍ର ତିଆରି କରିଥିଲେ। ଶଲୋମନ ଏକ ସ୍ୱର୍ଣ୍ଣ ଯଜ୍ଞବେଦି ନିର୍ମାଣ କଲେ। ଉପସ୍ଥିତ ରୋଟୀକୁ ଅର୍ପଣ କରିବା ନିମନ୍ତେ ଏକ ମେଜ ନିର୍ମାଣ କଲେ। 20 ଶଲୋମନ ଦୀପ ଓ ଦୀପଦାନୀ ସବୁ ଶୁଦ୍ଧ ସୁନାରେ ତିଆରି କରାଇଲେ। ମନ୍ଦିର ଭିତରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖରେ ନିୟମାନୁଯାୟୀ ଜଳାଯିବା ନିମନ୍ତେ ଦୀପଗୁଡ଼ିକ ରଖାଯାଇଥିଲା। 21 ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ୟବହାର କରିଥିଲେ। 22 ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନାରେ ତିଆରି କଲେ। ମନ୍ଦିରର ଦ୍ୱାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ୱାରସବୁ ଏବଂ ମୁଖ୍ୟ ଗୃହର ଦ୍ୱାରସବୁ ଶଲୋମନ ସୁନାରେ ତିଆରି କଲେ।

ଏହା ପରେ ଶଲୋମନଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଶଲୋମନଙ୍କ ବାପା ଦାଉଦ ମନ୍ଦିର ନିମନ୍ତେ ଆଣିଥିବା ପ୍ରତ୍ୟେକ ବିଷୟ ସେ ବ୍ୟବହାର କଲେ। ପ୍ରତ୍ୟେକ ଆସବାବପତ୍ର ଏବଂ ରୂପା ଓ ସୁନାରେ ନିର୍ମିତ ପ୍ରତ୍ୟେକ ବସ୍ତ୍ର ଶଲୋମନ ଆଣିଲେ। ଏହି ସମସ୍ତ ଜିନିଷ ଶଲୋମନ ଆଣି ପରମେଶ୍ୱରଙ୍କ ମନ୍ଦିରର ଭଣ୍ଡାର ଗୃହରେ ରଖିଲେ।

ପବିତ୍ର ସିନ୍ଦୁକକୁ ମନ୍ଦିର ଭିତରକୁ ନିଆଗଲା

ଇସ୍ରାଏଲର ସମସ୍ତ ପ୍ରାଚୀନ ଏବଂ ପ୍ରତ୍ୟେକ ପରିବାରବର୍ଗର ମୁଖିଆମାନଙ୍କୁ ଯିରୁଶାଲମରେ ସମ୍ମିଳିତ ହେବା ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇସ୍ରାଏଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ। ସପ୍ତମ ମାସରେ ଭୋଜି [a] ସମୟରେ ରାଜା ଶଲୋମନଙ୍କ ସମ୍ମୁଖରେ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ।

ଯେତେବେଳେ ଇସ୍ରାଏଲର ସବୁ ମୁଖିଆମାନେ ଆସିଗଲେ, ଲେବୀୟମାନେ ନିୟମ-ସିନ୍ଦୁକକୁ ଆଣିଲେ। ଏହା ପରେ ଯାଜକ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଯିରୁଶାଲମକୁ ବୋହି ନେଇଗଲେ। ଯାଜକ ଓ ଲେବୀୟମାନେ ମଧ୍ୟ ସମାଗମ-ତମ୍ବୁ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ପବିତ୍ର ବସ୍ତୁକୁ ଯିରୁଶାଲମକୁ ବୋହି ଆଣିଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ନିୟମ-ସିନ୍ଦୁକ ସମ୍ମୁଖରେ ଏକାଠି ହେଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ମେଷ ଓ ଷଣ୍ଢଗୁଡ଼ିକୁ ହୋମବଳି ରୂପେ ବଳିଦାନ ଦେଲେ। ସେହି ବଳିକୃତ ମେଷ ଓ ଷଣ୍ଢ ସଂଖ୍ୟା ଏତେ ଥିଲା ଯେ, ତାକୁ କେହି ଗଣିପାରିଲେ ନାହିଁ। ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଆଣିଲେ। ସେହି ସ୍ଥାନ ମନ୍ଦିରର ଭିତର ପାର୍ଶ୍ୱ କୋଠରୀରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା। ନିୟମ-ସିନ୍ଦୁକ ଥିବା ସ୍ଥାନ ଉପରେ କିରୁବଦୂତଗଣ ସେମାନଙ୍କର ପକ୍ଷ ବିସ୍ତାର କରି ରହିଥିଲେ। କିରୁବଦୂତଗଣ ନିୟମ-ସିନ୍ଦୁକ ଓ ସିନ୍ଦୁକକୁ ବହି ନେଇଯିବା ଖମ୍ବଗୁଡ଼ିକ ଉପରେ ଦଣ୍ଡାୟମାନ ଥିଲେ। ସେହି ଖମ୍ବଗୁଡ଼ିକ ଏତେ ଲମ୍ବା ଥିଲା ଯେ ପବିତ୍ର ତମ୍ବୁ ସ୍ଥାନର ସମ୍ମୁଖରୁ ତାହାର ଦୁଇପାର୍ଶ୍ୱ ଦେଖାଯାଉଥିଲା। କିନ୍ତୁ ମନ୍ଦିର ସମ୍ମୁଖରୁ କୌଣସି ବ୍ୟକ୍ତି ସେହି ଖମ୍ବଗୁଡ଼ିକୁ ଦେଖି ପାରୁ ନ ଥିଲେ। ଆଜି ମଧ୍ୟ ସେହି ଖମ୍ବଗୁଡ଼ିକ ସେହି ସ୍ଥାନରେ ରହିଅଛି। 10 ଦୁଇ ଗୋଟି ପ୍ରସ୍ତର ଫଳକ ବିନା ନିୟମ-ସିନ୍ଦୁକ ମଧ୍ୟରେ ଆଉ କିଛି ନ ଥିଲା। ମୋଶା ‘ହୋରେବ’ ପର୍ବତରେ ଏହି ଦୁଇଟି ଫଳକକୁ ନିୟମ-ସିନ୍ଦୁକ ମଧ୍ୟରେ ରଖିଥିଲେ। ‘ହୋରେବ’ ସେହି ସ୍ଥାନ, ଯେଉଁଠାରେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ସହିତ ଏକ ଚୁକ୍ତି କରିଥିଲେ। ଇସ୍ରାଏଲର ଲୋକମାନେ ମିଶରରୁ ବାହାରି ଆସିବା ପରେ ଏହା ଘଟିଥିଲା।

11 ସମସ୍ତ ଯାଜକଗଣ ସେମାନଙ୍କର ବିଶେଷ ଦଳଗୁଡ଼ିକୁ ଖାତିରି ନ କରି ନିଜକୁ ଶୁଚି କଲେ। ଯେତେବେଳେ ସେମାନେ ପବିତ୍ର ସ୍ଥାନରୁ ବାହାରି ଆସିଲେ। 12 ଲେବୀୟ ଗାୟକମାନେ ଯଜ୍ଞବେଦିର ପୂର୍ବପଟେ ଠିଆ ହେଲେ। ଆସଫ୍, ହେମନ୍ ଓ ଯିଦୂଥୂ‌ନଙ୍କ ଗାୟକଦଳର ପ୍ରତ୍ୟେକ ସେଠାରେ ଥିଲେ। ଆଉ ସେମାନଙ୍କର ପୁତ୍ରଗଣ ଓ ଭ୍ରାତାଗଣ ମଧ୍ୟ ସେଠାରେ ଥିଲେ। ସେହି ଲେବୀୟ ଗାୟକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ନିକଟରେ ଗିନି, ସାରଙ୍ଗ ଓ ବୀଣାଯନ୍ତ୍ର ଥିଲା। ସେହି ଲେବୀୟ ଗାୟକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସେହି 120 ଜଣ ଯାଜକ ତୂରୀ ବଜାଇଲେ। 13 ତୂରୀ ବାଦକ ଓ ଗାୟକ ଲୋକମାନେ ଜଣେ ବ୍ୟକ୍ତି ତୁଲ୍ୟ ଥିଲେ। ଯେତେବେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ୟବାଦ ଗାନ କରାଗଲା ସେମାନେ ଏକ ଶବ୍ଦ କଲେ। ସେମାନେ ତୂରୀ, ଗିନି ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱର କଲେ। ସେମାନେ ଏହି ଗୀତ ଗାଇ ସଦାପ୍ରଭୁଙ୍କର ପ୍ରଶଂସା କଲେ,

“କାରଣ ସେ ମଙ୍ଗଳମୟ।
    ତାଙ୍କର ସତ୍ୟ ପ୍ରେମ ଅନନ୍ତକାଳସ୍ଥାୟୀ ଅଟେ।”

ଏହା ପରେ, ସଦାପ୍ରଭୁଙ୍କ ମନ୍ଦିର ମେଘ ଦ୍ୱାରା ପୂର୍ଣ୍ଣ ହେଲା। 14 ସେହି ମେଘ ହେତୁ ଯାଜକମାନେ ସେମାନଙ୍କର ସେବା ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ୱରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା।

ଏହା ପରେ ଶଲୋମନ କହିଲେ, “ସଦାପ୍ରଭୁ ସେ ଗାଢ଼ ମେଘ ମଧ୍ୟରେ ବାସ କରିବେ। ହେ ସଦାପ୍ରଭୁ, ତୁମ୍ଭେ ବାସ କରିବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିଅଛି। ଅନନ୍ତକାଳ ବାସ କରିବା ପାଇଁ ଏହା ତୁମ୍ଭ ନିମନ୍ତେ ଏକ ଉଚ୍ଚ ମନ୍ଦିର ସ୍ଥାନ ଅଟେ।”

ଶଲୋମନଙ୍କର ଭାଷଣ

ରାଜା ଶଲୋମନ ତାହାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରିବାକୁ ବୁଲି ପଡ଼ିଲେ। ଶଲୋମନ କହିଲେ,

“ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା କର। ସଦାପ୍ରଭୁ ମୋ’ ପିତା ଦାଉଦଙ୍କ ସହିତ କଥା ହେବା ସମୟରେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ତାହା ସଫଳ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଏହା କହିଥିଲେ: ‘ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭେ ଆମ୍ଭର ନାମରେ ଗୃହଟିଏ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲର କୌଣସି ପରିବାରବର୍ଗର ନଗରରେ ଗୋଟିଏ ସ୍ଥାନ ସୁଦ୍ଧା ମନୋନୀତ କରି ନାହୁଁ। ଆମ୍ଭ ଲୋକ, ଇସ୍ରାଏଲର ଲୋକମାନଙ୍କୁ ନେତୃତ୍ୱ ଦେବା ନିମନ୍ତେ ଆମ୍ଭେ କୌଣସି ଗୋଟିଏ ଲୋକକୁ ସୁଦ୍ଧା ମନୋନୀତ କରି ନାହୁଁ। କିନ୍ତୁ ଆମ୍ଭେ ବର୍ତ୍ତମାନ ଯିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇସ୍ରାଏଲକୁ ନେତୃତ୍ୱ ଦେବା ନିମନ୍ତେ ମନୋନୀତ କରିଅଛୁ।’

“ମୋର ପିତା ଦାଉଦ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହିଁଥିଲେ। କିନ୍ତୁ ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ। କିନ୍ତୁ ତୁମ୍ଭେ ନୁହଁ, ତୁମ୍ଭର ନିଜର ପୁତ୍ର ମୋ’ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବ।’ 10 ବର୍ତ୍ତମାନ ସଦାପ୍ରଭୁ ଯାହା କରିବେ ବୋଲି କହିଥିଲେ, ସେ ତାହା କରିଛନ୍ତି। ଇସ୍ରାଏଲର ରାଜା ରୂପେ ମୁଁ ମୋର ପିତାଙ୍କ ଉତ୍ତରାଧିକାରୀ ହୋଇଛି। ସଦାପ୍ରଭୁ ତାହା ହିଁ ପ୍ରତିଜ୍ଞା କରିଥିଲେ। ଆଉ ମୁଁ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିଅଛି। 11 ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ କରିଥିବା ବିଶେଷ ଚୁକ୍ତିର ପ୍ରତିନିଧିତ୍ୱ କରୁଥିବା ସିନ୍ଦୁକକୁ ମୁଁ ମନ୍ଦିରରେ ରଖିଅଛି।”

ଶଲୋମନଙ୍କର ପ୍ରାର୍ଥନା

12 ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଠିଆ ହେଲେ। ସେ ଏକତ୍ରିତ ସମଗ୍ର ଇସ୍ରାଏଲର ଲୋକମାନଙ୍କର ସମ୍ମୁଖରେ ଠିଆ ହେଲେ। ଏହା ପରେ ଶଲୋମନ ତାଙ୍କର ହସ୍ତ ପ୍ରସାରିତ କଲେ। 13 ଶଲୋମନ 2.6 ମିଟର ଲମ୍ବ ଓ 2.6 ମିଟର ପ୍ରସ୍ଥ ଓ 1.5 ମିଟର ଉଚ୍ଚତା ବିଶିଷ୍ଟ ପିତ୍ତଳର ଏକ ମଞ୍ଚ ନିର୍ମାଣ କରିଥିଲେ ଓ ତାହାକୁ ବାହାର ପ୍ରାଙ୍ଗଣର ମଧ୍ୟଭାଗରେ ସ୍ଥାପିତ କରିଥିଲେ। ଏହା ପରେ, ସେ ସେହି ମଞ୍ଚ ଉପରେ ଠିଆ ହେଲେ ଓ ଏକତ୍ରିତ ହୋଇଥିବା ସମଗ୍ର ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ିଲେ। ଶଲୋମନ ଆକାଶ ଆଡ଼େ ଆପଣା ଦୁଇ ହସ୍ତ ବିସ୍ତାର କଲେ। 14 ଶଲୋମନ କହିଲେ,

“ହେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର, ସ୍ୱର୍ଗରେ କିଅବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର ଆଉ କେହି ନାହାନ୍ତି। ଯେଉଁମାନେ ତୁମ୍ଭକୁ ଅନ୍ତର ସହିତ ମାନନ୍ତି, ତୁମ୍ଭେ ତୁମ୍ଭର ସେହି ଦାସମାନଙ୍କ ସହିତ ନିଶ୍ଚଳ ପ୍ରେମ ରଖିଥାଅ। 15 ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କ ସହିତ କରିଥିବା ନିୟମ ରକ୍ଷା କରିଅଛ। ଦାଉଦ ମୋର ପିତା ଥିଲେ। ତୁମ୍ଭେ ଆପଣାର ମୁଖରେ ଏହି ପ୍ରତିଜ୍ଞା କରିଥିଲ। ଆଉ ଆଜି ତୁମ୍ଭେ ତୁମ୍ଭର ହସ୍ତ ଦ୍ୱାରା ସେହି ପ୍ରତିଜ୍ଞାକୁ ସତ୍ୟରେ ପରିଣତ କରିଅଛ। 16 ବର୍ତ୍ତମାନ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ; ତୁମ୍ଭେ କହିଲ, ‘ଦାଉଦ, ତୁମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କରୁ ଜଣେ ସର୍ବଦା ମୋ’ ସମ୍ମୁଖରେ ଇସ୍ରାଏଲର ସିଂହାସନ ଉପରେ ବିରାଜମାନ ହେବ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତେବେ କେବଳ ଏହା ଘଟିବ। ତୁମ୍ଭେ ଯେପରି ମୋର ଆଇ‌ନ୍‌ସବୁ ପାଳନ କରିଅଛ, ସେହିପରି ସେମାନଙ୍କୁ ମଧ୍ୟ ମୋର ଆଇନ୍ ମାନିବାକୁ ପଡ଼ିବ।’ 17 ବର୍ତ୍ତମାନ ହେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର, ତୁମ୍ଭର ପ୍ରତିଜ୍ଞାକୁ ସଫଳ କର। ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କୁ ଏହି ପ୍ରତିଜ୍ଞା ଦେଇଥିଲ।

18 “କିନ୍ତୁ ଆମ୍ଭେମାନେ ଜାଣୁ ଯେ ତୁମ୍ଭେ ପରମେଶ୍ୱର, ପ୍ରକୃତରେ ଏହି ପୃଥିବୀରେ ମନୁଷ୍ୟମାନଙ୍କ ସହିତ ବସବାସ କରିବ ନାହିଁ। ସ୍ୱର୍ଗ ଓ ଉଚ୍ଚତମ ସ୍ୱର୍ଗଗଣ ତୁମ୍ଭକୁ ଧାରଣ କରି ପାରନ୍ତି ନାହିଁ। ଆଉ ଆମ୍ଭେମାନେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପାରେ। 19 କିନ୍ତୁ ମୋ’ ପ୍ରାର୍ଥନାରେ ଓ ମୁଁ ତୁମ୍ଭ ନିକଟରେ ଦୟା ଭିକ୍ଷା କରିବା ସମୟରେ ସେଥିପ୍ରତି ଧ୍ୟାନ ଦିଅ। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଡାକ ପକାଇବା ସମୟରେ ମୋର ଡାକ ଶୁଣ। ମୁଁ ତୁମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛି, ତାହା ଣୁଣ। ମୁଁ ତୁମ୍ଭର ଦାସ ଅଟେ। 20 ମୁଁ ପ୍ରାର୍ଥନା କରେ ଯେ, ଏହି ମନ୍ଦିର ପ୍ରତି ଦିବାରାତ୍ରି ଦୃଷ୍ଟିପାତ କରିବା ନିମନ୍ତେ ତୁମ୍ଭର ଚକ୍ଷୁ ଯେପରି ଉନ୍ମୁକ୍ତ ରହିଥାଉ। ତୁମ୍ଭେ କହିଅଛ ଯେ, ତୁମ୍ଭେ ଏହି ସ୍ଥାନ ଉପରେ ତୁମ୍ଭର ନାମ ସ୍ଥାପନ କରିବ। ମୁଁ ଏହି ମନ୍ଦିର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବା ସମୟରେ ତୁମ୍ଭେ ମୋର ପ୍ରାର୍ଥନା ଶୁଣିବ। 21 ମୁଁ ଯେଉଁ ପ୍ରାର୍ଥନା କରୁଅଛି ଓ ତୁମ୍ଭର ଲୋକ ଇସ୍ରାଏଲ ଯେଉଁ ପ୍ରାର୍ଥନା କରୁଅଛନ୍ତି, ତାହା ଶୁଣ। ଆମ୍ଭେମାନେ ଏହି ମନ୍ଦିର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣ। ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ। ଆଉ, ତୁମ୍ଭେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣି, ଆମ୍ଭମାନଙ୍କୁ କ୍ଷମା କର।

22 “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ବିରୁଦ୍ଧରେ ଭୁଲ୍ କାର୍ଯ୍ୟ କରେ, ତାକୁ ଶପଥ [b] କରିବା ପାଇଁ ବାଧ୍ୟ କରାଯାଏ। ଯେତେବେଳେ ସେ ମନ୍ଦିର ମଧ୍ୟରେ ତୁମ୍ଭର ବେଦି ସମ୍ମୁଖରେ ଶପଥ କରିବାକୁ ଆସେ, 23 ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ। ତୁମ୍ଭର ଦାସମାନଙ୍କର ବିଗ୍ଭର କର ଓ କାର୍ଯ୍ୟ କର। ଦୁଷ୍ଟ ବ୍ୟକ୍ତିକୁ ଦଣ୍ଡିତ କର ଓ ସେ ଅନ୍ୟ ଲୋକମାନଙ୍କୁ ଯେଉଁ ବିଷୟ ଦ୍ୱାରା କଷ୍ଟ ଭୋଗ କରାଇଛି, ତାକୁ ସେହି ବିଷୟ ଦ୍ୱାରା କଷ୍ଟ ଭୋଗ କରାଅ। କିନ୍ତୁ ଯଦି ଜଣେ ବ୍ୟକ୍ତି ନିର୍ଦ୍ଦୋଷ, ତୁମ୍ଭେ ତାକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କର।

24 “ଯଦି ତୁମ୍ଭର ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କଲେ ଜଣେ ଶତ୍ରୁ ଆସି ହୁଏତ ସେମାନଙ୍କୁ ପରାସ୍ତ କରିପାରେ। ଆଉ ତା’ପରେ, ଯଦି ଇସ୍ରାଏଲର ଲୋକମାନେ ତୁମ୍ଭ ନିକଟକୁ ଫେରି ଆସନ୍ତି ଓ ତୁମ୍ଭ ନିକଟରେ ପାପ ସ୍ୱୀକାର କରନ୍ତି ଏବଂ ଏହି ମନ୍ଦିରରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି ଓ ତୁମ୍ଭର କରୁଣା ଭିକ୍ଷା କରନ୍ତି। 25 ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ତୁମ୍ଭର ଲୋକ ଇସ୍ରାଏଲର ପାପ କ୍ଷମା କର। ତୁମ୍ଭେ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେମାନଙ୍କୁ ପୁନର୍ବାର ସେଠାକୁ ଫେରାଇ ଆଣ।

26 “ଆକାଶ ରୁଦ୍ଧ ହୋଇ ହୁଏତ ବର୍ଷା ହୋଇ ନ ପାରେ। ଯଦି ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, ତେବେ ଏହା ଘଟିବ। ଆଉ ଯଦି ଇସ୍ରାଏଲର ଲୋକମାନେ ଏହି ମନ୍ଦିର ଆଡ଼େ ଗ୍ଭହିଁ ତୁମ୍ଭଠାରେ ସ୍ୱୀକାର କରନ୍ତି ଏବଂ ପ୍ରାର୍ଥନା କରନ୍ତି, ଆଉ ତୁମ୍ଭେ ସେମାନଙ୍କୁ ଦଣ୍ଡ ଦେଇଥାଅ। ଯଦି ସେମାନେ ସେମାନଙ୍କର ପାପ ପାଇଁ ଅନୁତାପ କରନ୍ତି। 27 ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ସେମାନଙ୍କର ପାପସବୁ କ୍ଷମା କର। ଇସ୍ରାଏଲର ଲୋକମାନେ ତୁମ୍ଭର ଦାସ ଅଟନ୍ତି। ତେଣୁ ସେମାନେ ଯେଉଁ ପ୍ରକାର ଜୀବନ କାଟିବା ଉଚିତ୍, ସେମାନଙ୍କୁ ସେହି ଯଥାର୍ଥ ପଥ ଶିଖାଅ। ଆଉ ତୁମ୍ଭର ଦେଶ ମଧ୍ୟକୁ ବାର୍ତ୍ତା ପଠାଅ। ସେହି ଦେଶକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦେଇଅଛ।

28 “ଦେଶରେ ହୁଏତ ଦୁର୍ଭିକ୍ଷ ପଡ଼ିପାରେ, କିଅବା ଭୟଙ୍କର ରୋଗ ସବୁ ହୋଇପାରେ, ଅବା ଶସ୍ୟସବୁ ରୋଗଗ୍ରସ୍ତ ହୋଇପାରେ, ଅଥବା ଫିମ୍ପି, କିଅବା ପଙ୍ଗପାଳ, ନତୁବା ଝିଣ୍ଟିକା କିଅବା ଶତ୍ରୁମାନେ ଯଦି ଇସ୍ରାଏଲର ଲୋକମାନଙ୍କୁ ସେମାନଙ୍କ ନଗର ମଧ୍ୟରେ ଆକ୍ରମଣ କରନ୍ତି, କିଅବା ଯଦି ଇସ୍ରାଏଲରେ କୌଣସି ପ୍ରକାରର ରୋଗ ଦେଖାଯାଏ, 29 ଆଉ, ତା’ପରେ ଇସ୍ରାଏଲର ତୁମ୍ଭର ପ୍ରତ୍ୟେକ ବ୍ୟକ୍ତି ନିଜର ସମସ୍ୟା ଓ କ୍ଳେଶ ଜାଣି ସେମାନଙ୍କ ମଧ୍ୟରୁ କେହି ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରେ, ଆଉ ଯଦି ସେହି ବ୍ୟକ୍ତି ଏହି ମନ୍ଦିର ଆଡ଼େ ଗ୍ଭହିଁ ତାହାର ହସ୍ତ ପ୍ରସାର କରେ, 30 ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ, ଯେଉଁଠାରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରତ୍ୟେକ ବ୍ୟକ୍ତିକୁ ତାହାର ପ୍ରାପ୍ୟନୁସାରେ ଦିଅ। କେବଳ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ୟକ୍ତିର ହୃଦୟରେ କ’ଣ ଅଛ। 31 ତେବେ ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିବା ଦେଶରେ ଲୋକମାନେ ଯେତେକାଳ ବାସ କରିବେ, ସେତେଦିନ ପର୍ଯ୍ୟନ୍ତ ସେମାନେ ତୁମ୍ଭକୁ ଭୟ କରିବେ ଓ ତୁମ୍ଭକୁ ମାନିବେ।

32 “ହୁଏତ ଜଣେ ଅପରିଚିତ ବ୍ୟକ୍ତି ଥାଇପାରେ, ଯିଏ ଜଣେ ଇସ୍ରାଏଲୀୟ ହୋଇ ନ ଥିବ, କିନ୍ତୁ ଏକ ଦୂର ଦେଶରୁ ଏଠାକୁ ଆସିଥାଇପାରେ। ସେହି ବିଦେଶୀ ବ୍ୟକ୍ତି ତୁମ୍ଭର ମହାନ ନାମ, ତୁମ୍ଭର ମହାନ ଶକ୍ତି ଓ ଲୋକମାନଙ୍କୁ ବିପଦରୁ ଉଦ୍ଧାର କରିବା ତୁମ୍ଭର ସାମର୍ଥ୍ୟ ଶୁଣି ଆସିପାରେ। ଯେତେବେଳେ ସେହି ବ୍ୟକ୍ତି ଆସିବ ଓ ଏହି ମନ୍ଦିର ଆଡ଼କୁ ଗ୍ଭହିଁ ପ୍ରାର୍ଥନା କରିବ, 33 ତେବେ ତୁମ୍ଭେ ଯେଉଁ ସ୍ୱର୍ଗରେ ବାସ କର, ସେଠାରେ ଥାଇ, ସେହି ବିଦେଶୀ ବ୍ୟକ୍ତିର କଥା ଶୁଣ ଓ ତାହାର ପ୍ରାର୍ଥନାରେ ଉତ୍ତର ଦିଅ। ତେବେ ତୁମ୍ଭର ଲୋକ ଇସ୍ରାଏଲ ଯେପରି ତୁମ୍ଭକୁ ସମ୍ମାନ କରନ୍ତି, ସେହିପରି ସାରା ପୃଥିବୀର ଲୋକମାନେ ତୁମ୍ଭର ନାମକୁ ଜାଣିବେ, ଓ ତୁମ୍ଭକୁ ସମ୍ମାନ କରିବେ। ଆଉ, ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଯେ ତୁମ୍ଭ ନାମରେ ନାମିତ, ଏହା ପୃଥିବୀସ୍ଥ ସମସ୍ତ ଲୋକ ଜାଣିବେ।

34 “ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ସେମାନଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଏକ ସ୍ଥାନକୁ ପ୍ରେରଣ କରିବ। ସେମାନେ ତୁମ୍ଭ ଦ୍ୱାରା ମନୋନୀତ ଏହି ନଗର ଓ ତୁମ୍ଭ ନାମ ନିମନ୍ତେ ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଆଡ଼େ ଗ୍ଭହିଁ ତୁମ୍ଭ ନିକଟରେ ପ୍ରାର୍ଥନା କରିବେ। 35 ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ। ସେମାନେ ସାହାଯ୍ୟ ପାଇଁ ଅନୁରୋଧ କରିବା ସମୟରେ ସେମାନଙ୍କ ବିନତି ଶୁଣ। ଆଉ, ସେମାନଙ୍କୁ ସାହାଯ୍ୟ କର।

36 “ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରିବେ ଏପରି ବ୍ୟକ୍ତି କେହି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସେମାନଙ୍କ ଉପରେ କ୍ରୋଧ କରିବ। ତୁମ୍ଭେ ଜଣେ ଶତ୍ରୁଦ୍ୱାରା ସେମାନଙ୍କୁ ପରାଜିତ କରାଇବ, ଆଉ ସେମାନଙ୍କୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ଯିବାକୁ ହେବ। 37 କିନ୍ତୁ ତାହାପରେ ସେମାନେ ବନ୍ଦୀରୂପେ ରହିଥିବା ଦେଶରେ ଅନୁତାପ କରିବେ ଓ ତୁମ୍ଭ ଦୟା ପାଇଁ ପ୍ରାର୍ଥନା କରିବେ। ସେମାନେ କହିବେ, ‘ଆମ୍ଭେମାନେ ପାପ କରିଅଛୁ, ଆମ୍ଭେମାନେ ଭୁଲ୍ କରିଅଛୁ ଓ ଆମ୍ଭେମାନେ ଦୁଷ୍ଟତା ପୂର୍ବକ ଆଚରଣ କରିଅଛୁ।’ 38 ଆଉ, ତା’ପରେ ସେମାନେ ବନ୍ଦୀରୂପେ ରହିଥିବା ଦେଶରେ ସେମାନଙ୍କର ସମସ୍ତ ହୃଦୟ ଓ ଆତ୍ମା ସହିତ ତୁମ୍ଭ ନିକଟକୁ ଫେରିବେ। ଆଉ ସେମାନେ ସେମାନଙ୍କର ଦେଶ, ଯେଉଁ ଦେଶ ତୁମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲ ଓ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବେ। ଆଉ ମୁଁ ତୁମ୍ଭ ନାମ ନିମନ୍ତେ ନିର୍ମାଣ କରିଥିବା ମନ୍ଦିର ଆଡ଼େ ଗ୍ଭହିଁ ସେମାନେ ପ୍ରାର୍ଥନା କରିବେ। 39 ଯେତେବେଳେ ଏହା ଘଟିବ, ସ୍ୱର୍ଗରେ ଥାଇ ତୁମ୍ଭେ ତାହା ଶୁଣିବ, ସେମାନେ ସାହାଯ୍ୟ ନିମନ୍ତେ ଅନୁରୋଧ କଲେ, ସେମାନଙ୍କର ପ୍ରାର୍ଥନା ଗ୍ରହଣ କର। ଆଉ ସେମାନଙ୍କୁ ସାହାଯ୍ୟ କର। ତୁମ୍ଭ ବିରୁଦ୍ଧରେ ପାପ କରିଥିବା ତୁମ୍ଭର ଲୋକମାନଙ୍କୁ କ୍ଷମା କର। 40 ବର୍ତ୍ତମାନ, ହେ ମୋର ପରମେଶ୍ୱର, ତୁମ୍ଭେ ତୁମ୍ଭର ଚକ୍ଷୁ ଓ କର୍ଣ୍ଣ ଉନ୍ମୁକ୍ତ କରିବାକୁ ମୁଁ ତୁମ୍ଭକୁ ନିବେଦନ କରେ। ଆମ୍ଭେମାନେ ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରୁଅଛୁ, ତାହା ଶୁଣ।

41 “ହେ ସଦାପ୍ରଭୁ ପରମେଶ୍ୱର, ବର୍ତ୍ତମାନ ଜାଗ୍ରତ ହୁଅ,
    ନିୟମ-ସିନ୍ଦୁକ ଯାହାକି ତୁମ୍ଭର ଶକ୍ତି ପ୍ରଦର୍ଶନ କରେ, ତୁମ୍ଭର ସେହି ବିଶେଷ ସ୍ଥାନକୁ ଆସ।
ତୁମ୍ଭର ଯାଜକଗଣ ପରିତ୍ରାଣ ଦ୍ୱାରା ସଜ୍ଜିତ ହୁଅନ୍ତୁ।
    ତୁମ୍ଭର ସତ୍ ଅନୁଗାମୀଗଣ, ଏହି ସମସ୍ତ ଉତ୍ତମ ବିଷୟରେ ଆନନ୍ଦିତ ହୁଅନ୍ତୁ।
42 ସଦାପ୍ରଭୁ ପରମେଶ୍ୱର, ତୁମ୍ଭର ଅଭିଷିକ୍ତ ରାଜାକୁ ଗ୍ରହଣ କର।
    ତୁମ୍ଭର ଅନୁଗତ ଦାସ ଦାଉଦଙ୍କୁ ସ୍ମରଣ କର!”

ଯୋହନ ଲିଖିତ ସୁସମାଗ୍ଭର 10:24-42

24 ଯିହୂଦୀମାନେ ଯୀଶୁଙ୍କ ଗ୍ଭରିପାଖେ ଘେରିଗଲେ। ସେମାନେ ପଗ୍ଭରିଲେ, “ତୁମ୍ଭେ କେତେ ସମୟ ପର୍ଯ୍ୟନ୍ତ ନିଜ ବିଷୟରେ ଆମ୍ଭକୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ, ତେବେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।”

25 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ କହି ସାରିଛି କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ। ମୁଁ ମୋର ପରମପିତାଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛି। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ସବୁ ଦର୍ଶାଏ ଯେ, ମୁଁ କିଏ। 26 କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେ ମୋର ମେଷ ନୁହଁ। 27 ମୋ’ ସ୍ୱର ମୋ’ ମେଷମାନେ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଓ ସେମାନେ ମୋତେ ଅନୁସରଣ କରନ୍ତି। 28 ମୁଁ ନିଜ ମେଷମାନଙ୍କୁ ଅନନ୍ତ ଜୀବନ ଦିଏ। ସେମାନେ କଦାପି ମରିବେ ନାହିଁ। ସେମାନଙ୍କୁ ମୋ’ ହାତରୁ କେହି ଛଡ଼େଇ ନେଇ ପାରିବେ ନାହିଁ। 29 ମୋ’ ପରମପିତା ମୋତେ ମୋର ମେଷମାନଙ୍କୁ ଦେଇଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମୋ’ ପରମପିତାଙ୍କ ହାତରୁ କୌଣସି ଲୋକ ମୋ’ ମେଷ ଗ୍ଭେରି କରି ପାରିବ ନାହିଁ। 30 ପରମପିତା ଓ ମୁଁ ଏକ।”

31 ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉଠେଇଲେ। 32 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିସାରିଛି। ତୁମ୍ଭେ ସେସବୁ ଦେଖିଛ। ତେବେ କେଉଁ ଭଲ କାର୍ଯ୍ୟ ହେତୁ ତୁମ୍ଭେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ?”

33 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିବାରୁ ମାରୁ ନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛ। ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ୱର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥରରେ ମାରି ଦେବା ପାଇଁ ଗ୍ଭହୁଁଛୁ।”

34 ଯୀଶୁ ଉତ୍ତର ଦେଲେ, “ତୁମ୍ଭ ବ୍ୟବସ୍ଥାରେ ଏହା ଲେଖା ଅଛି, ‘ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ୱରଗଣ।’ [a] 35 ଏହି ଧର୍ମଶାସ୍ତ୍ର କୁହେ ଯେ ଯେଉଁମାନେ ପରମେଶ୍ୱରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସେମାନେ ଈଶ୍ୱରଗଣ। ଆଉ ଶାସ୍ତ୍ରର ବାକ୍ୟ ସର୍ବଦା ସତ୍ୟ। 36 ତେବେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛି। କାରଣ ମୁଁ କହିଛି, ‘ମୁଁ ପରମେଶ୍ୱରଙ୍କର ପୁତ୍ର।’ ମୋତେ ପରମେଶ୍ୱର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।’ 37 ମୋର ପରମପିତା ଯାହା କରନ୍ତି, ମୁଁ ଯଦି ତାହା କରେ ନାହିଁ, ତେବେ ମୁଁ ଯାହା କୁହେ ତାହା ବିଶ୍ୱାସ କର ନାହିଁ। 38 କିନ୍ତୁ ଯଦି ମୋର ପରମପିତା ଯାହା କରନ୍ତି, ମୁଁ ତାହା କରୁଥାଏ, ତେବେ ତୁମ୍ଭେ ମୋ’ କାର୍ଯ୍ୟଗୁଡ଼ିକରେ ବିଶ୍ୱାସ ରଖିବା ଉଚିତ୍। ତୁମ୍ଭେ ମୋ’ଠାରେ ବିଶ୍ୱାସ ନ କଲେ ମଧ୍ୟ ମୋ’ କାର୍ଯ୍ୟରେ ବିଶ୍ୱାସ କରିବା ଉଚିତ୍। ତେବେ ତୁମ୍ଭେ ଜାଣି ପାରିବ ଓ ବୁଝି ପାରିବ ଯେ ପରମପିତା ମୋ’ଠାରେ ଅଛନ୍ତି ଓ ମୁଁ ତାହାଙ୍କଠାରେ ଅଛି।”

39 ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ ହାତରୁ ଖସିଗଲେ।

40 ତା’ପରେ ଯୀଶୁ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ପହଞ୍ଚିଲେ। ଯୋହନ ପ୍ରଥମେ ଯେଉଁଠାରେ ବାପ୍ତିସ୍ମ ଦେଉଥିଲେ, ସେ ସେହି ସ୍ଥାନକୁ ଆସିଲେ ଓ ସେଠାରେ ରହିଲେ। 41 ତାହାଙ୍କ ପାଖକୁ ଅନେକ ଲୋକ ଆସିଲେ। ଲୋକମାନେ କହିଲେ, “ଯୋହନ ଯଦ୍ୟପି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ନ ଥିଲେ, କିନ୍ତୁ ସେ ଏହି ଲୋକ ବିଷୟରେ ଯାହା କହିଥିଲେ, ତାହା ସବୁ ସତ୍ୟ।” 42 ସେଠାରେ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center