Old/New Testament
16 ତା’ପରେ ସେମାନେ ନିୟମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହା ପରେ ସେମାନେ ପରମେଶ୍ୱରଙ୍କ ଆଗରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। 2 ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରି ସାରିବା ପରେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। 3 ଏହା ପରେ ସେ ପ୍ରତ୍ୟେକ ଇସ୍ରାଏଲୀୟ ପୁରୁଷ ଓ ସ୍ତ୍ରୀଙ୍କୁ ପାଉଁରୋଟୀର ଏକ ଖଣ୍ଡ, କିଛି ଖଜୁରୀ କୋଳି ଓ କିସ୍ମିସ୍ ଦେଲେ।
4 ଏହା ପରେ ନିୟମସିନ୍ଦୁକ ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଦାଉଦ କେତେଜଣ ଲେବୀୟଙ୍କୁ ମନୋନୀତ କଲେ। ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସେହି ଲେବୀୟମାନଙ୍କ କାର୍ଯ୍ୟ ଥିଲା। 5 ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଯିଖରିୟ ଦ୍ୱିତୀୟ ଦଳର ନେତା ଥିଲେ। ଅନ୍ୟ ଲେବୀୟମାନେ ଥିଲେ: ଯିୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥିୟ, ଇଲୀୟାବ, ବନାୟ, ଓବେଦ୍-ଇଦୋମ୍ ଓ ଯିୟୂୟେଲ। ଏହି ବ୍ୟକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ। 6 ବନାୟ ଓ ଯହସୀୟେଲ, ଏହି ଦୁଇଜଣ ଯାଜକ ସର୍ବଦା ନିୟମସିନ୍ଦୁକ ସମ୍ମୁଖରେ ତୂରୀ ବଜାଉଥିଲେ। 7 ଏହି ସମୟରେ ଦାଉଦ ପ୍ରଥମେ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାୟିତ୍ୱ ଅର୍ପଣ କଲେ।
ଦାଉଦଙ୍କର ଧନ୍ୟବାଦର ଗୀତ
8 ପରମେଶ୍ୱରଙ୍କର ପ୍ରଶଂସା କର, ତାହାଙ୍କ ନାମରେ ବିନତି କର।
ସଦାପ୍ରଭୁ ଯେଉଁସବୁ ମହାନ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ।
9 ପରମେଶ୍ୱରଙ୍କ ନିକଟରେ ଗାୟନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସା ଗାନ କର,
ସମସ୍ତଙ୍କୁ ତାଙ୍କର ମହତ୍ କାର୍ଯ୍ୟସକଳ ଜଣାଅ।
10 ପରମେଶ୍ୱରଙ୍କ ପବିତ୍ର ନାମ ପାଇଁ ଗର୍ବ କର।
ହେ ସଦାପ୍ରଭୁଙ୍କ ନିକଟକୁ ଆସୁଥିବା ଜନବୃନ୍ଦ, ଆନନ୍ଦିତ ହୁଅ।
11 ପରମେଶ୍ୱର ଓ ତାଙ୍କ ପରାକ୍ରମକୁ ଦେଖ,
ସର୍ବଦା ତାଙ୍କର ସାହାଯ୍ୟ ଲୋଡ଼।
12 ସଦାପ୍ରଭୁ ଯେଉଁ ସମସ୍ତ ମହତ୍ କର୍ମମାନ କରିଅଛନ୍ତି, ସେହିସବୁ ସ୍ମରଣ କର।
ତାଙ୍କର ସିଦ୍ଧାନ୍ତ ସକଳ ଓ ତାହାଙ୍କ କୃତ ପରାକ୍ରମର କାର୍ଯ୍ୟମାନ ସ୍ମରଣ କର।
13 ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି।
ଯାକୁବର ବଂଶଧରମାନେ, ସଦାପ୍ରଭୁଙ୍କର ମନୋନୀତ ଲୋକ ଅଟନ୍ତି।
14 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି।
ତାଙ୍କର ପରାକ୍ରମ ସର୍ବବ୍ୟାପୀ।
15 ଚିରକାଳ ନିମନ୍ତେ ତାହାଙ୍କ ଦତ୍ତ ନିୟମ ସ୍ମରଣ କର।
ସେ ସହସ୍ର ପୁରୁଷ ନିମନ୍ତେ ସେହି ଆଜ୍ଞାମାନ ଦେଇଅଛନ୍ତି।
16 ସଦାପ୍ରଭୁ ଅବ୍ରହାମଙ୍କ ସହିତ ଯେଉଁ ପାରମ୍ପାରିକ ନିୟମ କରିଅଛନ୍ତି
ଏବଂ ଇସ୍ହାକଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତାହା ସ୍ମରଣ କର।
17 ସଦାପ୍ରଭୁ ଯାକୁବ ନିମନ୍ତେ ଏକ ନିୟମ କରିଛନ୍ତି।
ଇସ୍ରାଏଲ ସହିତ ସେହି ନିୟମ, ଅନନ୍ତକାଳୀନ ଅଟେ।
18 ସଦାପ୍ରଭୁ ଇସ୍ରାଏଲକୁ କହିଲେ, “ଆମ୍ଭେ କିଣାନ୍ ଦେଶ ତୁମ୍ଭକୁ ଦେବା,
ସେହି ପ୍ରତିଜ୍ଞାତ ଭୂମି ତୁମ୍ଭର ହେବ।”
19 ସେଠାରେ ଅଳ୍ପ ସଂଖ୍ୟକ ଲୋକ ଥିଲେ,
ଏକ ବିଦେଶୀ ଭୂମିରେ ଖୁବ୍ ଅଳ୍ପସଂଖ୍ୟକ ଅଜ୍ଞାତ ବ୍ୟକ୍ତି ଥିଲେ।
20 ସେମାନେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଗଲେ,
ସେମାନେ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଗଲେ।
21 କିନ୍ତୁ ସଦାପ୍ରଭୁ କାହାରିକୁ ସେମାନଙ୍କୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ,
ସେମାନଙ୍କୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ।
22 ସଦାପ୍ରଭୁ ସେହି ରାଜାମାନଙ୍କୁ କହିଲେ, “ଆମ୍ଭର ମନୋନୀତ ବ୍ୟକ୍ତିଙ୍କୁ ସ୍ପର୍ଶ କର ନାହିଁ।
ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କୁ ଆଘାତ କର ନାହିଁ।”
23 ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର।
ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ।
24 ସବୁ ଦେବଗଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର।
ସେ ଯେ ଅତ୍ୟନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ।
25 ସଦାପ୍ରଭୁ ଅତ୍ୟନ୍ତ ମହାନ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ୟ ଅଟନ୍ତି।
ଅନ୍ୟ ସବୁ “ଦେବତାଗଣଙ୍କ” ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି।
26 କାରଣ ପୃଥିବୀର ସମସ୍ତ “ଦେବତାଗଣ” କେବଳ ମୂଲ୍ୟହୀନ ପ୍ରତିମାସକଳ ଅଟନ୍ତି।
କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ।
27 ଗୌରବ ଓ ମହିମା ତାଙ୍କ ପାଇଁ ଅଛି।
ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନରେ ଅଛି।
28 ପରିବାର ସକଳ ଓ ଜନବୃନ୍ଦ
ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସା ଗାନ କର।
29 ସଦାପ୍ରଭୁଙ୍କ ମହିମାର ପ୍ରଶଂସା ଗାନ କର।
ତାଙ୍କ ନାମକୁ ସମ୍ମାନ କର।
ତାଙ୍କ ନିକଟକୁ ତୁମ୍ଭର ନୈବେଦ୍ୟ ଆଣ।
ସୁନ୍ଦରତାରେ ଓ ପବିତ୍ରତାରେ ସଦାପ୍ରଭୁଙ୍କର ଉପାସନା କର।
30 ତାଙ୍କ ସମ୍ମୁଖରେ ସମସ୍ତ ପୃଥିବୀ କମ୍ପମାନ ହୁଅ।
କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ।
31 ପୃଥିବୀ ଓ ଆକାଶ ଆନନ୍ଦିତ ହୁଅନ୍ତୁ।
ସର୍ବତ୍ର ଲୋକମାନେ ଏହା କୁହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।”
32 ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀ ଉଚ୍ଚସ୍ୱର କରନ୍ତୁ।
କ୍ଷେତ୍ରସବୁ ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସେମାନଙ୍କର ଆନନ୍ଦ ପ୍ରକାଶ କରନ୍ତୁ।
33 ସଦାପ୍ରଭୁଙ୍କ ସମ୍ମୁଖରେ ଅରଣ୍ୟର ବୃକ୍ଷଗଣ ଆନନ୍ଦରେ ଜୟଗାନ କରିବେ।
କାରଣ ସଦାପ୍ରଭୁ ଆସୁଅଛନ୍ତି।
ସେ ଏହି ପୃଥିବୀର ବିଗ୍ଭର କରିବା ନିମନ୍ତେ ଆସୁଅଛନ୍ତି।
34 ଓଃ, ସଦାପ୍ରଭୁଙ୍କର ଧନ୍ୟବାଦ କର, ସେ ଅତି ଉତ୍ତମ ଅଟନ୍ତି।
ସଦାପ୍ରଭୁଙ୍କର ପ୍ରେମ ଅନନ୍ତକାଳୀନ ଅଟେ।
35 ସଦାପ୍ରଭୁଙ୍କୁ କୁହ,
“ହେ ପରମେଶ୍ୱର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର।
ଆମ୍ଭମାନଙ୍କୁ ଏକତ୍ର କର
ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର।
ତେବେ, ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା।
ତେବେ ଆମ୍ଭେମାନେ ସଙ୍ଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।”
36 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ
ଯୁଗେ ଯୁଗେ ପ୍ରଶଂସା କର।
ତା’ପରେ ସମସ୍ତ ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।
37 ଏହା ପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିୟମସିନ୍ଦୁକ ସମ୍ମୁଖରେ ଛାଡ଼ି ଗ୍ଭଲିଗଲେ। ଦାଉଦ ସେମାନଙ୍କୁ ପ୍ରତିଦିନ ତାହା ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଛାଡ଼ି ଗଲେ। 38 ଓବେଦ୍-ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ମଧ୍ୟ ସେ ସେହି ସ୍ଥାନରେ ଛାଡ଼ିଗଲେ। ଯିଦୂଥୂନଙ୍କ ପୁତ୍ର ଓବେଦ୍-ଇଦୋମ୍ ଓ ହୋଷ ରକ୍ଷୀ ଥିଲେ।
39 ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିୟୋନସ୍ଥିତ ଉଚ୍ଚ ସ୍ଥାନରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖରେ ସେବାକାର୍ଯ୍ୟ କରୁଥିବା ଅନ୍ୟ ଯାଜକମାନଙ୍କୁ ସେଠାରେ ଛାଡ଼ି ଗଲେ। 40 ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସାଦୋକ୍ ଓ ଅନ୍ୟ ଯାଜକମାନେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇସ୍ରାଏଲକୁ ଦେଇଥିବା ସଦାପ୍ରଭୁଙ୍କ ନିୟମରେ ଲିଖିତ ବିଧିକୁ ପାଳନ କରି ସେମାନେ ଏହିପରି କରୁଥିଲେ। 41 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହେମନ୍, ଯିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲେବୀୟଗଣଙ୍କୁ ନାମଧରି ମନୋନୀତ କରାଯାଇଥିଲା, “କାରଣ ସଦାପ୍ରଭୁଙ୍କ ପ୍ରେମ ଅନନ୍ତକାଳସ୍ଥାୟୀ।” 42 ହେମନ୍ ଓ ଯିଦୂଥୂନ୍ ସେମାନଙ୍କ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସଂଗୀତମାନ ଗାନ କରାଯିବା ସମୟରେ ସେମାନେ ଅନ୍ୟାନ୍ୟ ବାଦ୍ୟ ମଧ୍ୟ ବଜାଉଥିଲେ। ଯିଦୂଥୂନଙ୍କ ପୁତ୍ରମାନେ ଦ୍ୱାର ଜଗି ରହୁଥିଲେ।
43 ଉତ୍ସବ ଶେଷ ହେଲା ପରେ, ସବୁ ଲୋକମାନେ ଫେରିଗଲେ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଗଲେ। ଏବଂ ଦାଉଦ ମଧ୍ୟ ନିଜ ପରିବାରକୁ ଆଶୀର୍ବାଦ କରିବା ନିମନ୍ତେ ଗୃହକୁ ଫେରିଗଲେ।
ଦାଉଦଙ୍କୁ ପରମେଶ୍ୱରଙ୍କ ଦତ୍ତ ପ୍ରତିଜ୍ଞା
17 ଦାଉଦ ନିଜ ଗୃହକୁ ଫେରିଯିବା ପରେ, ନାଥନ୍ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ଦେଖ, ମୁଁ ଦେବଦାରୁ କାଠରେ ନିର୍ମିତ ଗୃହରେ ବାସ କରୁଅଛି, କିନ୍ତୁ ନିୟମସିନ୍ଦୁକ ଏକ ତମ୍ବୁ ମଧ୍ୟରେ ରହିଅଛି। ମୁଁ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହୁଁଅଛି।”
2 ନାଥନ୍ ଦାଉଦଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଯାହା ଇଚ୍ଛା କରୁଅଛ, ତାହା କରିପାର। ପରମେଶ୍ୱର ତୁମ୍ଭ ସହିତରେ ଅଛନ୍ତି।”
3 କିନ୍ତୁ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟକୁ ଆସିଲା। 4 ପରମେଶ୍ୱର କହିଲେ,
“ଯାଅ ଓ ଏହିସବୁ ବିଷୟ ମୋହର ଦାସ ଦାଉଦକୁ ଜଣାଅ; ସଦାପ୍ରଭୁ କହନ୍ତି, ‘ଦାଉଦ, ଆମ୍ଭେ ଯେଉଁ ଗୃହରେ ବାସ କରିବା, ସେହି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ। 5-6 ଇସ୍ରାଏଲକୁ ମିଶରରୁ ବାହାର କରି ଆଣିବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ୍ଭେ ଗୃହ ମଧ୍ୟରେ ‘ବାସ କରି ନାହୁଁ। ମୁଁ ତମ୍ବୁ ମଧ୍ୟରେ ରହୁଅଛି। ମୁଁ ଇସ୍ରାଏଲ ନିମନ୍ତେ ନେତା ମନୋନୀତ କରିଥିଲି ସେମାନେ ମେଷପାଳକ ତୁଲ୍ୟ ଥିଲେ। ଆମ୍ଭେ ଇସ୍ରାଏଲୀୟମାନଙ୍କ ସହିତ ଗଲା ସମୟରେ କେବେହେଲେ ଜଣେ ସୁଦ୍ଧା ନେତାଙ୍କୁ କହି ନାହୁଁ: ତୁମ୍ଭେ ଆମ୍ଭ ନିମନ୍ତେ କାହିଁକି ଦେବଦାରୁ କାଠରେ ଗୃହ ନିର୍ମାଣ କରି ନାହଁ?
7 “ବର୍ତ୍ତମାନ, ଏହିସବୁ ବିଷୟ ମୋର ଦାସ ଦାଉଦକୁ କୁହ: ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭକୁ କ୍ଷେତ୍ର ମଧ୍ୟରୁ ଓ ମେଷ ଚରାଇବା ସ୍ଥାନରୁ ଆଣିଲୁ। ଆମ୍ଭେ ତୁମ୍ଭକୁ ଆପଣା ଲୋକ ଇସ୍ରାଏଲ ଉପରେ ରାଜା କଲୁ। 8 ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ୟାତ ଲୋକଙ୍କ ମଧ୍ୟରେ ଜଣେ କରିବା। 9 ଆମ୍ଭେ ଆମ୍ଭର ଲୋକ ଇସ୍ରାଏଲକୁ ଏହି ସ୍ଥାନ ଦେଇଅଛୁ। ସେମାନେ ବୃକ୍ଷ ରୋପଣ କରିବେ ଓ ସେହି ବୃକ୍ଷସବୁର ତଳେ ଶାନ୍ତିରେ ବସିବେ। ସେମାନେ ଆଉ କୌଣସି ବିଷୟରେ ଚିନ୍ତିତ ହେବେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସେମାନଙ୍କୁ ଆଘାତ କରିବେ ନାହିଁ। 10 ସେହି ଅମଙ୍ଗଳର ଘଟଣାସବୁ ଘଟିଲା, କିନ୍ତୁ ଆମ୍ଭର ଲୋକ ଇସ୍ରାଏଲର ଯତ୍ନ ନେବା ନିମନ୍ତେ ଆମ୍ଭେ ନେତାମାନଙ୍କୁ ମନୋନୀତ କଲୁ। ଏବଂ ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଗଣକୁ ମଧ୍ୟ ପରାଜିତ କରିବା।
“‘ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବେ। 11 ତୁମ୍ଭେ ଯେତେବେଳେ ମୃତ୍ୟୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ଯିବ, ସେତେବେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ୟରୁ ଜଣେ ନୂତନ ରାଜା ହେବ, ଏବଂ ଆମ୍ଭେ ତା’ର ରାଜ୍ୟକୁ ଶକ୍ତିଶାଳୀ କରିବା। 12 ତୁମ୍ଭର ପୁତ୍ର ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ। ଆମ୍ଭେ ତୁମ୍ଭ ପୁତ୍ରର ବଂଶକୁ ଚିରକାଳ ନିମନ୍ତେ ରାଜ୍ୟଭାର ଦେବା। 13 ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ। ଶାଉଲ ତୁମ୍ଭ ପୂର୍ବରୁ ରାଜା ଥିଲେ ଓ ଆମ୍ଭେ ଶାଉଲଠାରୁ ଆମ୍ଭର ସମର୍ଥନ ପ୍ରତ୍ୟାହାର କରିନେଲୁ। କିନ୍ତୁ ଆମ୍ଭେ କଦାପି ତୁମ୍ଭ ପ୍ରତି ଆମ୍ଭର ପ୍ରେମକୁ ପରିତ୍ୟାଗ କରିବା ନାହିଁ। 14 ଆମ୍ଭେ ତାକୁ ଆମ୍ଭର ଗୃହର ଓ ଆମ୍ଭର ରାଜ୍ୟର ଦାୟିତ୍ୱ ଦେବା ଓ ତା’ର ସିଂହାସନ ଚିରକାଳ ତିଷ୍ଠି ରହିବ।’”
15 ପରମେଶ୍ୱର ଯେଉଁ ସମସ୍ତ ବିଷୟ ଓ ଦର୍ଶନ କରାଇଥିଲେ, ନାଥନ ସେହିସବୁ ଦାଉଦଙ୍କୁ ଜଣାଇଲେ।
ଦାଉଦଙ୍କ ପ୍ରାର୍ଥନା
16 ଏହା ପରେ ରାଜା ଦାଉଦ ପବିତ୍ର ତମ୍ବୁକୁ ଗଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ। ଦାଉଦ କହିଲେ,
“ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଓ ମୋର ପରିବାର ନିମନ୍ତେ ଅନେକ ମହାନ କାର୍ଯ୍ୟମାନ କରିଅଛ। ଆଉ ମୁଁ ଜାଣେନା କାହିଁକି। 17 ସର୍ବୋପରି, ଭବିଷ୍ୟତରେ ମୋ’ ପରିବାର ପ୍ରତି କ’ଣ ଘଟିବ, ତାହା ମଧ୍ୟ ତୁମ୍ଭେ ମୋତେ ଜାଣିବାକୁ ଦେଲ। ସତେ ଯେପରି ମୁଁ ଜଣେ ଅତି ମହାନ ବ୍ୟକ୍ତି ଅଟେ, ତୁମ୍ଭେ ମୋ’ ପ୍ରତି ସେ ପ୍ରକାର ବ୍ୟବହାର କଲ। 18 ମୁଁ ଆଉ ଅଧିକ କ’ଣ ବା କହିବି? ତୁମ୍ଭେ ମୋ’ ନିମନ୍ତେ ବହୁତ ମହାନ କାର୍ଯ୍ୟମାନ କରିଅଛ। ଏବଂ ତୁମ୍ଭେ ଜାଣ ଯେ, ମୁଁ କେବଳ ତୁମ୍ଭର ଜଣେ ଦାସ ମାତ୍ର ଅଟେ। 19 ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିମନ୍ତେ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛାରେ ତାହା କରିଅଛ। 20 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି। ଆଉ କୌଣସି ପରମେଶ୍ୱର ନାହାନ୍ତି। ଆଉ କୌଣସି ଦେବାଦେବୀ ଏପରି ମହତ୍ କର୍ମମାନ କରିବା ଆମ୍ଭେମାନେ କେବେ ଶୁଣି ନାହୁଁ। 21 ଇସ୍ରାଏଲ ପରି ଆଉ କୌଣସି ଦେଶ ଅଛି କି? ନା! ଇସ୍ରାଏଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ଯ୍ୟ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀୟମାନଙ୍କୁ ସେମାନଙ୍କ ଦେଶରୁ ତଡ଼ି ଦେଲ। 22 ତୁମ୍ଭେ ଚିରକାଳ ନିମନ୍ତେ ଇସ୍ରାଏଲକୁ ଆପଣାର ଲୋକ କରିନେଲ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହେଲ।
23 “ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିକଟରେ ଓ ମୋର ପରିବାର ନିକଟରେ ଏହି ପ୍ରତିଜ୍ଞା କରିଅଛ, ବର୍ତ୍ତମାନ ଚିରକାଳ ନିମନ୍ତେ ତୁମ୍ଭର ସେହି ପ୍ରତିଜ୍ଞାକୁ ତୁମ୍ଭେ ରକ୍ଷା କରିବ। ପ୍ରଭୁ, ତୁମ୍ଭେ ଯାହା କରିବାକୁ କହିଅଛ, ତାହା କର। 24 ଲୋକମାନେ ଯେପରି ଚିରକାଳ ତୁମ୍ଭ ନାମକୁ ଭକ୍ତି କରିବେ, ଏଥିନିମନ୍ତେ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତେବେ ଲୋକମାନେ ଏହା କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।’ ମୁଁ ତୁମ୍ଭର ଦାସ ଅଟେ, ଦୟାକରି ମୋର ପରିବାରକୁ ସଦାସର୍ବଦା ତୁମ୍ଭର ସେବା କରିବା ନିମନ୍ତେ ବଳିଷ୍ଠ କର।
25 “ହେ ମୋର ସଦାପ୍ରଭୁ, ମୁଁ ତୁମ୍ଭର ଦାସ, ମୋତେ ତୁମ୍ଭେ ପରିଷ୍କାର ଭାବରେ କହିଲ। ତୁମ୍ଭେ କହିଲ ଯେ, ତୁମ୍ଭେ ମୋ’ ପାଇଁ ଏକ ଗୃହ ନିର୍ମାଣ କରିବ, ଏଥିପାଇଁ ତୁମ୍ଭ ଆଗରେ ପ୍ରାର୍ଥନା କରିବା ପାଇଁ ମୁଁ ସାହସ ପାଇଛି। 26 ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଅଟ। ଆଉ ହେ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଏହି ସମସ୍ତ ଉତ୍ତମ କର୍ମ କରିବ ବୋଲି ପ୍ରତିଜ୍ଞା କରିଅଛି। 27 ହେ ସଦାପ୍ରଭୁ, ତୁମ୍ଭେ ସ୍ୱୟଂ ମୋର ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମୋର ପରିବାର ପ୍ରକୃତରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହେବ।”
ଦାଉଦ ବିଭିନ୍ନ ଦେଶ ଉପରେ ବିଜୟଲାଭ କଲେ
18 ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ୍ ସହର ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନେଇଗଲେ।
2 ଏହା ପରେ ଦାଉଦ ମୋୟାବ ଦେଶକୁ ପରାସ୍ତ କଲେ। ମୋୟାବୀୟ ଲୋକମାନେ ଦାଉଦଙ୍କ ଦାସ ହେଲେ। ସେମାନେ ଦାଉଦଙ୍କୁ ରାଜଦେୟ ଅର୍ପଣ କଲେ।
3 ଦାଉଦ ଆହୁରି ମଧ୍ୟ ହଦରେଷରଙ୍କ ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ଯ୍ୟନ୍ତ ପଥରେ ସେହି ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ଫରାତ୍ ନଦୀ ପର୍ଯ୍ୟନ୍ତ ତାହାଙ୍କ ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ। 4 ଦାଉଦ ହଦରେଷରଙ୍କଠାରୁ 1000 ରଥ, 7000 ରଥଗ୍ଭଳକ, ଓ 20,000 ସୈନ୍ୟ ନେଇଗଲେ। ରଥ ଟାଣିବା ନିମନ୍ତେ ବ୍ୟବହୃତ ହେଉଥିବା ହଦରେଷରଙ୍କ ଅଧିକାଂଶ ଅଶ୍ୱକୁ ଦାଉଦ ପଙ୍ଗୁ କରି ଦେଲେ। କିନ୍ତୁ ଦାଉଦ 100 ଗୋଟି ରଥକୁ ଟାଣିବା ନିମନ୍ତେ ଯଥେଷ୍ଟ ଅଶ୍ୱକୁ ସୁରକ୍ଷିତ ରଖିଲେ।
5 ଅରାମୀୟ ଲୋକମାନେ ଦମ୍ମେଶକରୁ ହଦରେଷରଙ୍କୁ ସାହାଯ୍ୟ କରିବାକୁ ଆସିଲେ। ମାତ୍ର ସେହି ଅରାମୀୟର 22,000 ସୈନ୍ୟଙ୍କୁ ଦାଉଦ ମାରି ଦେଲେ। 6 ତା’ପରେ ଦାଉଦ ଦମ୍ମେଶକ ସହରର ଅରାମରେ ପ୍ରହରୀ ସ୍ଥାପନ କଲେ। ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।
7 ଦାଉଦ ହଦରେଷରଙ୍କ ସେନାପତିମାନଙ୍କଠାରୁ ସୁବର୍ଣ୍ଣ ଢାଲଗୁଡ଼ିକ ନେଇଗଲେ ଓ ସେଗୁଡ଼ିକୁ ଯିରୁଶାଲମକୁ ଆଣିଲେ। 8 ଦାଉଦ ଆହୁରି ମଧ୍ୟ ହଦରେଷରର ଟିଭତ୍ ଓ କୂନ୍ ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସେହି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ୟାନ୍ୟ ବସ୍ତୁ ନିର୍ମାଣ କଲେ।
9 ତୟି ହମାତ ନଗରୀର ରାଜା ଥିଲେ। ହଦରେଷର ସୋବାର ରାଜା ଥିଲେ। ତୟି ଶୁଣିବାକୁ ପାଇଲେ ଯେ, ଦାଉଦ ହଦରେଷରଙ୍କ ସମସ୍ତ ସୈନ୍ୟବାହିନୀକୁ ପରାସ୍ତ କରିଛନ୍ତି। 10 ତେଣୁ ତୟି ଅଭ୍ୟର୍ଥନା ଜଣାଇବା ନିମନ୍ତେ ଓ ତାଙ୍କ ସହିତ ସନ୍ଧି କରିବା ନିମନ୍ତେ ନିବେଦନ କରି ଆପଣା ପୁତ୍ର ହଦୋରାମଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ। ସେ ଏପରି କଲେ, କାରଣ ତୟି ହଦରେଷରଙ୍କ ବିରୁଦ୍ଧରେ ଯୁଦ୍ଧରେ ଥିଲେ। ତୟି ଦାଉଦଙ୍କୁ ସୁବର୍ଣ୍ଣ, ରୌପ୍ୟ ଓ ପିତ୍ତଳ ନିର୍ମିତ ଉପହାର ପ୍ରଦାନ କଲେ। 11 ରାଜା ଦାଉଦ ସେହିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମୋୟାବ ଓ ଅମ୍ମୋନୀୟ, ପଲେଷ୍ଟୀୟ ଓ ଅମାଲେକୀୟମାନଙ୍କଠାରୁ ଆଣିଥିବା ରୂପା ଓ ସୁନାରେ ଠିକ୍ ସେହି ପ୍ରକାର ସାମଗ୍ରୀ ତିଆରି କଲେ।
12 ଲବଣ ଉପତ୍ୟକାରେ ସରୁୟାଙ୍କ ପୁତ୍ର ଅବୀଶୟ 18,000 ଇଦୋମୀୟ ଲୋକଙ୍କୁ ହତ୍ୟା କଲେ। 13 ଅବୀଶୟ ଇଦୋମରେ ମଧ୍ୟ ଦୁର୍ଗମାନ ନିର୍ମାଣ କଲେ ଓ ସମସ୍ତ ଇଦୋମୀୟ ଲୋକ ଦାଉଦଙ୍କ ଦାସ ହେଲେ। ଦାଉଦ ଯେଉଁସବୁ ସ୍ଥାନକୁ ଗଲେ, ସେହିଠାରେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।
ଦାଉଦଙ୍କର ବିଶିଷ୍ଟ ପଦାଧିକାରୀଗଣ
14 ଦାଉଦ ସମଗ୍ର ଇସ୍ରାଏଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ୟାୟବାନ ଥିଲେ। 15 ସରୁୟାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ୟଦଳର ସେନାପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହୋଶାଫଟ୍ ଲେଖି ରଖୁଥିଲେ। 16 ସାଦୋକ୍ ଓ ଅହୀମେଲକ୍ ଯାଜକ ଥିଲେ। ସାଦୋକ୍ ଅହୀଟୂବର ପୁତ୍ର ଏବଂ ଅହୀମେଲକ୍ ଅବିୟାଥରଙ୍କ ପୁତ୍ର ଥିଲେ। ଶାବ୍ଶା ଲିପିକାର ଥିଲେ। 17 ବନାୟ, କରେଥୀୟ ଓ ପଲେଥୀୟ ରକ୍ଷୀମାନଙ୍କର ଦାୟିତ୍ୱରେ ଥିଲେ। ବନାୟ ଯିହୋୟାଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସେବା ନିମନ୍ତେ ମୁଖ୍ୟ ପଦାଧିକାରୀ ଥିଲେ।
28 ଯୀଶୁ ମନ୍ଦିରରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ୱରରେ କହିଲେ, “ହଁ, ତୁମ୍ଭେ ମୋତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ୟ ଜାଣ। କିନ୍ତୁ ମୁଁ ମୋର ନିଜ ଅଧିକାର ବଳରେ ଆସି ନାହିଁ। ମୁଁ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ। 29 କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।”
30 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ୍ ସମୟ ହୋଇ ନ ଥିଲା। 31 ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ, “ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁସବୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ’ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।”
ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯିହୂଦୀ ନେତାମାନଙ୍କର ଚେଷ୍ଟା
32 ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ୟ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିରରେ କେତେକ ସୈନ୍ୟଙ୍କୁ ପଠାଇଲେ। 33 ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମୋତେ ଯିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫେରିଯିବି। 34 ତୁମ୍ଭେମାନେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ। ଆଉ, ମୁଁ ଯେଉଁଠାରେ ଥିବି, ସେଠାକୁ ତୁମ୍ଭେମାନେ ଯାଇ ପାରିବ ନାହିଁ।”
35 ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, “ଏ ଲୋକ ଏପରି କେଉଁଠାକୁ ଯିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ’ଣ ଗ୍ରୀକ୍ ନଗର ଗୁଡ଼ିକୁ ଯିବ, ଯେଉଁଠାରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସେଠାରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦେବ କି? 36 ଏହି ଲୋକ କହୁଛି, ‘ତୁମ୍ଭେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ।” ସେ ପୁଣି କହୁଛି, ‘ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।’ ଏହାର ଅର୍ଥ କ’ଣ?”
ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହିଲେ
37 ପର୍ବର ଶେଷ ଦିନ ଆସିଲା। ସେହି ପ୍ରଧାନ ଦିନରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ଯଦି କୌଣସି ଲୋକ ତୃଷାର୍ତ୍ତ, ତେବେ ସେ ମୋ’ ନିକଟକୁ ଆସି ପାନକରୁ। 38 ଯଦି କୌଣସି ଲୋକ ମୋ’ଠାରେ ବିଶ୍ୱାସ କରେ ତେବେ ତା’ର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହେବ। ଏହି କଥା ଧର୍ମ ଶାସ୍ତ୍ରରେ ଲେଖା ଅଛି।” 39 ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହୁଥିଲେ। ଯୀଶୁ ଏପର୍ଯ୍ୟନ୍ତ ମୃତ୍ୟୁ ଭୋଗ କରି ନ ଥିବାରୁ ଓ ସେ ମହିମାପ୍ରାପ୍ତ ହୋଇ ନ ଥିବାରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ପବିତ୍ରଆତ୍ମା ଦିଆଯାଇ ନ ଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ, ସେମାନେ ପବିତ୍ରଆତ୍ମା ଲାଭ କରିବେ।
ଯୀଶୁଙ୍କ ସମ୍ବନ୍ଧରେ ଲୋକମାନଙ୍କର ତର୍କ
40 ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତେକ ଲୋକ କହିଲେ, “ଏହି ଲୋକ ପ୍ରକୃତରେ ସେହି ଭବିଷ୍ୟଦ୍ବକ୍ତା।”
41 ଅନ୍ୟମାନେ କହିଲେ, “ସେ ଖ୍ରୀଷ୍ଟ।”
ଅନ୍ୟମାନେ କହିଲେ, “ଗାଲିଲୀରୁ ଖ୍ରୀଷ୍ଟ ଆସିବେ ନାହିଁ। 42 ଧର୍ମଶାସ୍ତ୍ର କୁହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ। ଏବଂ ଧର୍ମଶାସ୍ତ୍ର କୁହେ ଯେ, ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲିହିମ ନଗରରୁ ଆସିବେ।” 43 ତେଣୁ ଲୋକମାନେ ଯୀଶୁଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ଦେଲେ। 44 ଲୋକମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଗ୍ଭହିଁଲେ। କିନ୍ତୁ କେହି ଜଣେ ହେଲେ ଏହା କରିବାକୁ ଚେଷ୍ଟା କଲେ ନାହିଁ।
ଯିହୂଦୀ ନେତାମାନେ ବିଶ୍ୱାସ କରିବାକୁ ମନା କଲେ
45 ମନ୍ଦିରର ସୈନ୍ୟମାନେ ମୁଖ୍ୟଯାଜକ ଓ ଫାରୂଶୀମାନଙ୍କ ପାଖକୁ ଫେରି ଆସିଲେ। ଯାଜକମାନେ ଓ ଫାରୂଶୀମାନେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଯୀଶୁଙ୍କୁ କାହିଁକି ବନ୍ଦୀ କରି ଆଣିଲ ନାହିଁ?”
46 ମନ୍ଦିରର ସୈନ୍ୟମାନେ ଉତ୍ତର ଦେଲେ, “ସେ ଯାହା କହୁଛନ୍ତି, ତାହା ଅନ୍ୟ ସମସ୍ତଙ୍କ କଥାଠାରୁ ଅଧିକ ମୂଲ୍ୟବାନ୍।”
47 ଫାରୂଶୀମାନେ କହିଲେ, “ତାହାହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ୟ ବୋକା ବନେଇଛନ୍ତି। 48 କୌଣସି ନେତା କ’ଣ ତାକୁ ବିଶ୍ୱାସ କରିଛନ୍ତି? ନା। ଆମ୍ଭ ଫାରୂଶୀମାନଙ୍କ ମଧ୍ୟରୁ କ’ଣ ତାହାଙ୍କୁ କେହି ବିଶ୍ୱାସ କରିଛନ୍ତି? ନା। 49 ଏହି ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।”
50 କିନ୍ତୁ ସେହି ଦଳରେ ନୀକଦୀମ ଥିଲେ। ସେ ଏହା ପୂର୍ବରୁ ଯୀଶୁଙ୍କୁ ଦେଖିବା ପାଇଁ ଯାଇଥିଲେ। [a] 51 ସେ କହିଲେ, “ଆମ୍ଭର ପ୍ରଥା ଯେକୌଣସି ଲୋକର କଥା ପ୍ରଥମେ ନ ଶୁଣି ବିଗ୍ଭର କରିବ ନାହିଁ। ସେ କ’ଣ କରିଛନ୍ତି, ଆମ୍ଭେ ନ ଜାଣି ତାହାଙ୍କର ବିଗ୍ଭର କରି ପାରିବା ନାହିଁ।”
52 ଯିହୂଦୀନେତାମାନେ ଉତ୍ତର ଦେଲେ, “ତୁମ୍ଭେ କ’ଣ ସେହି ଗାଲିଲୀୟମାନଙ୍କ ମଧ୍ୟରୁ ଜଣେ? ଧର୍ମଶାସ୍ତ୍ର ଗୁଡ଼ିକୁ ଅନୁସନ୍ଧାନ କର। ତୁମ୍ଭେ ଜାଣି ପାରିବ, କୌଣସି ଭବିଷ୍ୟଦ୍ବକ୍ତା ଗାଲିଲୀରୁ ଆସନ୍ତି ନାହିଁ।’’
(ପ୍ରାଚୀନତମ ଓ ‘ଯୋହନ’ର ସବୁଠାରୁ ଭଲ ଗ୍ରୀକ୍ ପ୍ରତିଗୁଡ଼ିକରେ 7:53 ଠାରୁ 8:11 ପର୍ଯ୍ୟନ୍ତ ପଦ ଗୁଡ଼ିକ ନାହିଁ।)
ବ୍ୟଭିଗ୍ଭର ପାପରେ ଧରାଯାଇଥିବା ସ୍ତ୍ରୀ
53 ତା’ପରେ ସେ ସ୍ଥାନ ଛାଡ଼ି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ।
2010 by World Bible Translation Center