Old/New Testament
ଇଷାଖରଙ୍କର ବଂଶଧରଗଣ
7 ଇଷାଖରଙ୍କର ଗ୍ଭରି ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ତୋଲୟ, ପୂୟ, ଯାଶୂବ୍ ଓ ଶିମ୍ରୋଣ୍।
2 ତୋଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍ସମ୍ ଓ ଶାମୁୟେଲ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ବ୍ୟକ୍ତିଗଣ ସେମାନଙ୍କର ବଂଶାନୁସାରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସେମାନଙ୍କର ସଂଖ୍ୟା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସେମାନେ ଯୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ।
3 ଉଷିଙ୍କର ପୁତ୍ର ଥିଲେ ଯିଷ୍ରାହିୟ। ଯିଷ୍ରାହିୟଙ୍କର ପୁତ୍ରମାନେ ଥିଲେ, ମୀଖାୟେଲ, ଓବଦିୟ, ଯୋୟେଲ ଓ ଯିଶିୟ। ଏହି ପାଞ୍ଚ ଜଣ ଯାକ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। 4 ସେମାନଙ୍କର ପରିବାରର ଇତିହାସ ଦର୍ଶାଏ ଯେ, ସେମାନଙ୍କର 36,000 ସୈନିକ ଯୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ହୋଇ ରହୁଥିଲେ। ସେମାନଙ୍କର ଏକ ବୃହତ୍ ପରିବାର ଥିଲା, କାରଣ ସେମାନଙ୍କର ଅନେକ ସ୍ତ୍ରୀ ଓ ସନ୍ତାନସନ୍ତତି ଥିଲେ।
5 ପରିବାରର ଇତିହାସରୁ ଜଣାପଡ଼େ ଯେ, ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ 87,000 ଜଣ ବଳଶାଳୀ ଯୋଦ୍ଧା ଥିଲେ।
ବିନ୍ୟାମୀନଙ୍କର ବଂଶଧରଗଣ
6 ବିନ୍ୟାମୀନଙ୍କର ତିନି ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ବେଲା, ବେଖର ଓ ଯିଦୀୟେଲ।
7 ବେଲାଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ଇଷ୍ବୋନ୍, ଉଷ, ଉଷୀୟେଲ, ଯିରେମୋତ୍ ଓ ଈରୀ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କ ପରିବାରର ଇତିହାସରୁ ଜଣାଯାଏ ଯେ, ସେମାନଙ୍କ ମଧ୍ୟରେ 22,034 ଜଣ ସୈନିକ ଥିଲେ।
8 ବେଖରଙ୍କର ପୁତ୍ରମାନେ ଥିଲେ: ସମୀର, ଯୋୟାଶ, ଇଲୀୟେଷର, ଇଲିୟୋ-ଐନୟ, ଅମ୍ରି, ଯିରେମୋତ୍, ଅବିୟ, ଅନାଥୋତ୍ ଓ ଆଲେମତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ। 9 ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, ସେମାନଙ୍କର ମଧ୍ୟ 20,000 ଜଣ ସୈନିକ ଥିଲେ।
10 ଯିଦୀୟେଲଙ୍କର ପୁତ୍ର ଥିଲେ ବିଲ୍ହନ୍। ବିଲ୍ହନଙ୍କର ପୁତ୍ରମାନେ ଥିଲେ: ଯିୟଶ, ବିନ୍ୟାମୀନ, ଏହୂଦ, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର। 11 ଯିଦୀୟେଲଙ୍କ ସବୁ ପୁତ୍ର ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ 17,200 ଜଣ ସୈନ୍ୟ ଥିଲେ।
12 ଶୁପ୍ପୀମ ଓ ହୁପ୍ପୀମମାନେ ଈର୍ ବଂଶଧର ଥିଲେ। ହୂଶୀମ ଅହେରଙ୍କର ପୁତ୍ର ଥିଲେ।
ନପ୍ତାଲିଙ୍କର ବଂଶଧରଗଣ
13 ନପ୍ତାଲିଙ୍କ ପୁତ୍ରମାନେ ଥିଲେ ଯହସିୟେଲ, ଗୂନି, ଯେତ୍ସର ଓ ଶଲ୍ଲୁମ୍।
ଏବଂ ଏହିମାନେ ବିଲ୍ହାଙ୍କର ବଂଶଧର ଥିଲେ।
ମନଃଶିଙ୍କର ବଂଶଧର
14 ଏହିମାନେ ମନଃଶିଙ୍କର ବଂଶଧର ଥିଲେ: ମନଃଶି ଓ ତାଙ୍କର ଅରାମୀୟ ଦାସୀଙ୍କଠାରୁ ଅସ୍ରୀୟେଲ ନାମକ ପୁତ୍ର ଜାତ ହୋଇଥିଲା। ସେମାନଙ୍କର ମାଖୀର ନାମକ ମଧ୍ୟ ପୁତ୍ରଟିଏ ଥିଲା। ମାଖୀର ଗିଲିୟଦଙ୍କ ପିତା ଥିଲେ। 15 ମାଖୀର ହୁପ୍ପୀମ ଓ ଶୁପ୍ପୀମ ପାଇଁ ଜଣେ ଜଣେ ସ୍ତ୍ରୀକୁ ନେଲେ। ମାଖୀରଙ୍କ ଭଉଣୀର ନାମ ଥିଲା ମାଖା। ତା’ର ଦ୍ୱିତୀୟ ପୁତ୍ରର ନାମ ସଲ୍ଫାଦ ଥିଲା। ସଲ୍ଫାଦର କେବଳ କନ୍ୟାମାନେ ଥିଲେ। 16 ମାଖୀରଙ୍କ ସ୍ତ୍ରୀ ମାଖାଙ୍କର ପୁତ୍ରଟିଏ ହୋଇଥିଲା। ମାଖା ଏହି ପୁତ୍ରର ନାମ ପରେଶ ଦେଲେ। ତା’ର ଭାଇଙ୍କ ନାମ ଥିଲା ଶେରଶ। ଶେରଶଙ୍କ ପୁତ୍ରମାନେ ଥିଲେ ଉଲମ୍ ଓ ରେକମ୍।
17 ଉଲମ୍ଙ୍କ ପୁତ୍ର ଥିଲେ, ବଦାନ।
ଏହିମାନେ ଗିଲିୟଦର ବଂଶଧର ଥିଲେ। ଗିଲିୟଦ ମାଖୀରଙ୍କ ପୁତ୍ର, ମାଖୀର ମନଃଶିଙ୍କ ପୁତ୍ର ଥିଲେ। 18 ମାଖୀରଙ୍କ ଭଉଣୀ ହମ୍ମୋଲେକତ୍, ଈଶହୋଦ୍, ଅବୀୟେଷର ଓ ମହଲାଙ୍କୁ ଜନ୍ମ ଦେଲେ।
19 ଶମୀଦାଙ୍କ ପୁତ୍ରମାନେ ଥିଲେ: ଅହିୟନ୍, ଶେଖମ୍, ଲିକ୍ହି ଓ ଅନୀୟାମ୍।
ଇଫ୍ରୟିମଙ୍କ ବଂଶଧରଗଣ
20 ଇଫ୍ରୟିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରୟିମଙ୍କ ପୁତ୍ର ଥିଲେ ଶୁଥେଲହ। ଶୁଥେଲହଙ୍କର ପୁତ୍ର ଥିଲେ, ବେରଦ। ବେରଦଙ୍କର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ, ଇଲିୟାଦା। 21 ଇଲିୟାଦଙ୍କର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ ସାବଦ୍। ସାବଦ୍ଙ୍କ ପୁତ୍ର ଥିଲେ ଶୁଥେଲହ।
ଗାଥ୍ ନଗରରେ ବଢ଼ିଥିବା କେତେକ ଲୋକ ଏତ୍ସର ଓ ଇଲିୟାଦକୁ ବଧ କଲେ। ଏତ୍ସର ଓ ଇଲିୟାଦ ଏହି ଲୋକମାନଙ୍କର ଗୋ’ପଲ ଓ ମେଷପଲ ଚରାଇବା ନିମନ୍ତେ ଗାଥ୍କୁ ଯାଇଥିବାରୁ ଏହିପରି ଘଟିଲା। 22 ଇଫ୍ରୟିମ, ଏତ୍ସର ଓ ଇଲିୟାଦର ପିତା ଥିଲେ। ଏତ୍ସର ଓ ଇଲିୟାଦଙ୍କର ମୃତ୍ୟୁ ଘଟିବାରୁ ଇଫ୍ରୟିମ ଅନେକ ଦିନ ପର୍ଯ୍ୟନ୍ତ କ୍ରନ୍ଦନ କଲେ। ଇଫ୍ରୟିମଙ୍କର ପରିବାର ତାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଆସିଲେ। 23 ଏହା ପରେ, ଇଫ୍ରୟିମ ତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କଲେ। ଇଫ୍ରୟିମଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଓ ଗୋଟିଏ ପୁତ୍ରକୁ ଜନ୍ମ ଦେଲେ। ଇଫ୍ରୟିମ ଏହି ନବଜାତ ପୁତ୍ରର ନାମ ବରୀୟ ଦେଲେ, କାରଣ ତାଙ୍କର ପରିବାରରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଥିଲା। 24 ଇଫ୍ରୟିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈଥ୍ହୋରଣ୍ ଓ ଉଚ୍ଚତର ବୈଥ-ହୋରଣ୍, ଏବଂ ନିମ୍ନତର ଉଷେନ୍ ଶୀରା ଓ ଉଚ୍ଚତର ଉଷେନ୍ ଶୀରା ନିର୍ମାଣ କଲା।
25 ରେଫହ ଇଫ୍ରୟିମଙ୍କ ପୁତ୍ର ଥିଲେ। ରେଶଫ୍ ରେଫହଙ୍କ ପୁତ୍ର ଥିଲେ। ତେଲହ ରେଶଫ୍ଙ୍କ ପୁତ୍ର ଥିଲେ। ତହନ୍ ତେଲହଙ୍କ ପୁତ୍ର ଥିଲେ। 26 ଲାଦନ୍ ତହନଙ୍କ ପୁତ୍ର ଥିଲେ। ଅମ୍ମୀହୂଦ ଲାଦନଙ୍କ ପୁତ୍ର ଥିଲେ। ଇଲୀଶାମା ଅମ୍ମୀହୂଦଙ୍କ ପୁତ୍ର ଥିଲେ। 27 ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହୋଶୂୟ ନୂନଙ୍କ ପୁତ୍ର ଥିଲେ।
28 ଏହି ସମସ୍ତ ନଗର ଓ ଦେଶମାନଙ୍କରେ ଇଫ୍ରୟିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବରେ ନାରନ୍, ପଶ୍ଚିମରେ ଗେଷର୍ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ଯ୍ୟନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ। 29 ମନଃଶିଙ୍କ ଦେଶର ସୀମାବର୍ତ୍ତୀ ସହରଗୁଡ଼ିକ ଥିଲା, ବୈଥ୍ଶାନ, ତାନକ, ମଗିଦ୍ଦୋ ଓ ଦୋର ଏବଂ ତାହାର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ଯୋଷେଫଙ୍କ ବଂଶଧରମାନେ ବାସ କରୁଥିଲେ। ଯୋଷେଫ ଇସ୍ରାଏଲଙ୍କ ପୁତ୍ର ଥିଲେ।
ଆଶେରଙ୍କ ବଂଶଧରଗଣ
30 ଆଶେରଙ୍କ ପୁତ୍ରମାନେ ଥିଲେ ଯିମ୍ନ, ଯିଶ୍ବ, ଯିଶ୍ବି ଓ ବରୀୟ। ସେମାନଙ୍କ ଭଗିନୀର ନାମ ଥିଲା ସେରହ।
31 ବରୀୟଙ୍କ ପୁତ୍ରମାନେ ଥିଲେ ହେବର ଓ ମଲ୍କୀୟେଲ। ମଲ୍କୀୟେଲ ବିର୍ଷୋତଙ୍କ ପିତା ଥିଲେ।
32 ହେବର୍, ଯଫ୍ଲେଟ୍, ଶୋମର୍ ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାଙ୍କ ପିତା ଥିଲେ।
33 ଯଫ୍ଲେଟ୍ଙ୍କ ପୁତ୍ରମାନେ ଥିଲେ ପାସକ୍, ବିମ୍ହଲ୍ ଓ ଅଶ୍ୱତ୍। ଏହିମାନେ ଯଫ୍ଲେଟ୍ଙ୍କର ସନ୍ତାନ ଥିଲେ।
34 ଶେମରଙ୍କ ପୁତ୍ରମାନେ ଥିଲେ ଅହି, ରୋହଗ, ଯିହୁବ୍ବ ଓ ଅରାମ।
35 ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲେମ। ହେଲେମଙ୍କ ପୁତ୍ରମାନେ ଥିଲେ ଶୋଫହ, ଯିମ୍ନ, ଶେଲଶ୍ ଓ ଆମଲ୍।
36 ଶୋଫହଙ୍କ ପୁତ୍ରମାନେ ଥିଲେ: ସୂହ, ହର୍ଣ୍ଣେଫେର୍, ଶୂୟାଲ୍, ବେରୀ, ଯିମ୍ରି, 37 ବେତ୍ସର୍, ହୋଦ, ଶମ୍ମ, ଶିଲ୍ଶ ଯିତ୍ରନ୍ ଓ ବେରା।
38 ଯେଥରଙ୍କ ପୁତ୍ରମାନେ ଥିଲେ: ଯିଫୁନ୍ନି, ପିଷ୍ପ ଓ ଅରା।
39 ଉଲ୍ଲଙ୍କ ପୁତ୍ରମାନେ ଥିଲେ: ଆରହ, ହନ୍ନୀୟେଲ ଓ ରିତ୍ସିୟ।
40 ଏହି ବ୍ୟକ୍ତିମାନେ ଆଶେରଙ୍କ ବଂଶଧର ଥିଲେ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନେ ସର୍ବୋତ୍ତମ ବ୍ୟକ୍ତି ଥିଲେ। ସେମାନେ ସମସ୍ତେ ଯୋଦ୍ଧା ଓ ମହାନ ନେତାଗଣ ଥିଲେ। ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।
ରାଜା ଶାଉଲଙ୍କର ପାରିବାରିକ ଇତିହାସ
8 ବିନ୍ୟାମୀନ ବେଲାଙ୍କ ପିତା ଥିଲେ। ବେଲା ବିନ୍ୟାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ୟାମୀନଙ୍କ ଦ୍ୱିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ୟାମୀନଙ୍କ ତୃତୀୟ ପୁତ୍ର ଥିଲେ। 2 ନୋହ ବିନ୍ୟାମୀନଙ୍କ ଚତୁର୍ଥ ପୁତ୍ର ଥିଲେ। ଏବଂ ରାଫା ବିନ୍ୟାମୀନଙ୍କ ପଞ୍ଚମ ପୁତ୍ର ଥିଲେ।
3-5 ବେଲାଙ୍କର ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ, ଅବୀଶୂୟ, ନାମାନ୍, ଆହୋହ, ଗେରା, ଶଫୂଫନ ଓ ହୂରମ୍।
6-7 ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗେବାରେ ସେମାନେ ନିଜ ପରିବାରର ମୁଖ୍ୟ ଥିଲେ। ନିଜର ଗୃହ ତ୍ୟାଗ କରି ମାନହତକୁ ଯିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମାନ, ଅହିୟ ଓ ଗେରା। ଗେରା ସେମାନଙ୍କୁ ଗୃହତ୍ୟାଗ କରିବା ନିମନ୍ତେ ବଳପ୍ରୟୋଗ କଲେ। ଗେରା ଉଷ ଓ ଅହୀଦୂଦଙ୍କ ପିତା ଥିଲେ।
8 ଶହରୟିମ୍ ତାଙ୍କର ସ୍ତ୍ରୀଗଣ, ହୂଶୀମ୍ ଓ ବାରାଙ୍କୁ ମୋୟାବରେ ଛାଡ଼ପତ୍ର ଦେଲେ। ଏହା ପରେ ସେ ତାଙ୍କର ଆଉ ଜଣେ ସ୍ତ୍ରୀଙ୍କଠାରୁ କେତେ ଗୋଟି ସନ୍ତାନ ଲାଭ କଲେ। 9-10 ଶହରୟିମ୍ ଆପଣା ସ୍ତ୍ରୀ ହୋଦଶଙ୍କ ଦ୍ୱାରା ଯୋବବ୍, ସିବିୟ, ମେଶା, ମଲକମ୍, ଯିୟୁଶ, ଶଖିୟ, ଓ ମିର୍ମଙ୍କୁ ଜାତ କଲେ। ସେମାନେ ନିଜ ପରିବାରର ମୁଖ୍ୟ ଥିଲେ। 11 ଶହରୟିମ୍ ଓ ହୂଶୀମ୍ଙ୍କର ଆବୀଟୂବ୍ ଇଲ୍ପାଲ ନାମକ ଦୁଇ ପୁତ୍ର ଥିଲେ।
12 ଇଲ୍ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିୟମ, ଶେମଦ୍। ଶେମଦ୍, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ। 13 ବରୀୟ ଓ ଶେମା ଅୟାଲୋନର ନିବାସୀମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ପୁତ୍ରମାନେ ଗାଥ୍ର ନିବାସୀମାନଙ୍କୁ ସେମାନଙ୍କ ନଗର ଛାଡ଼ି ଗ୍ଭଲିଯିବା ପାଇଁ ବାଧ୍ୟ କଲେ।
14 ସେମାନଙ୍କର ଭାଇମାନେ ଥିଲେ, ଅହିୟୋ, ଶାଶକ୍ ଓ ଯିରେମୋତ୍, 15 ସବଦିୟ, ଅରାଦ, ଏଦର୍, 16 ମୀଖାୟେଲ, ଯିଶ୍ପା ଓ ଯୋହ, ବରୀୟଙ୍କ ପୁତ୍ରଗଣ ଥିଲେ। 17 ଇଲ୍ପାଲ୍ଙ୍କ ପୁତ୍ରମାନେ ଥିଲେ: ସବଦିୟ, ମଶୂଲ୍ଲମ୍, ହିଷକି, ହେବର୍, 18 ଯିଷ୍ମରୟ ଓ ଯୋବବ୍।
19 ଶିମିୟିଙ୍କ ପୁତ୍ରମାନେ ଥିଲେ: ଯାକୀମ୍, ସିଖ୍ରି, ସବ୍ଦି, 20 ଇଲୀ-ଐନୟ, ସିଲ୍ଲଥୟ, ଇଲୀୟେଲ, 21 ଅଦାୟା, ବରାୟା ଓ ଶିମ୍ରତ୍।
22 ଶାଶକ୍ଙ୍କ ପୁତ୍ରମାନେ ଥିଲେ: ଯିଶ୍ପନ୍, ଏବର୍, ଇଲୀୟେଲ, 23 ଅବ୍ଦୋନ, ସିଖ୍ରି, ହାନନ୍, 24 ହନାନିୟ, ଏଲମ୍, ଅନ୍ତୋଥିୟ, 25 ଯିଫ୍ଦିୟ ଓ ପନୁୟେଲ।
26 ଯିରୋହମଙ୍କ ପୁତ୍ରମାନେ ଥିଲେ: ଶମ୍ଶରୟ, ଶହରିୟ, ଅଥଲିୟ, 27 ଯାରିଶିୟ, ଏଲିୟ ଓ ସିଖ୍ରି,
28 ଏହି ବ୍ୟକ୍ତିମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କର ପାରିବାରିକ ଇତିହାସରେ ସେମାନଙ୍କୁ ମୁଖ୍ୟ ଭାବେ ଉଲ୍ଲେଖ କରାଯାଇଅଛି। ସେମାନେ ଯିରୁଶାଲମରେ ବାସ କରୁଥିଲେ।
29 ଯିୟେଲ୍ ଗିବିୟୋନଙ୍କ ପିତା ଥିଲେ। ସେ ଗିବିୟୋନ ସହରରେ ବାସ କରୁଥିଲେ। ଯିୟେଲ୍ଙ୍କ ସ୍ତ୍ରୀଙ୍କ ନାମ ଥିଲା ମାଖା। 30 ଯିୟେଲ୍ଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅବ୍ଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍, 31 ଗଦୋର, ଅହିୟୋ, ସଖର୍, ଓ ମିକଲୋତ । 32 ମିକ୍ଲୋତ୍ ଶିମିୟଙ୍କ ପିତା ଥିଲେ। ଏହି ପୁତ୍ରମାନେ ମଧ୍ୟ ଯିରୁଶାଲମରେ ସେମାନଙ୍କର ଆତ୍ମୀୟମାନଙ୍କ ନିକଟରେ ବାସ କରୁଥିଲେ।
33 ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂୟ, ଅବୀନାଦବ୍ ଓ ଇଶ୍ବାଲାଙ୍କ ପିତା ଥିଲେ।
34 ଯୋନାଥନଙ୍କ ପୁତ୍ର ଥିଲେ ମରୀବ୍ବାଲ୍। ମରୀବ୍ବାଲ୍ ମୀଖାଙ୍କ ପିତା ଥିଲେ।
35 ମୀଖାଙ୍କ ପୁତ୍ରମାନେ ଥିଲେ, ପିଥୋନ୍, ମେଲକ୍, ତରେୟ ଓ ଆହସ।
36 ଆହସ୍ ଯିହୋୟାଦାଙ୍କ ପିତା ଥିଲେ। ଯିହୋୟାଦା ଆଲେମତ୍, ଅସ୍ମାବତ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମୋତ୍ସାଙ୍କ ପିତା ଥିଲେ। 37 ମୋତ୍ସା ବିନିୟାଙ୍କ ପିତା ଥିଲେ। ରାଫା ବିନିୟାଙ୍କ ପୁତ୍ର ଥିଲେ। ଇଲୀୟାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ୍ସେଲ, ଇଲୀୟାସାଙ୍କ ପୁତ୍ର ଥିଲେ।
38 ଆତ୍ସେଲଙ୍କ ଛଅ ପୁତ୍ର ଥିଲେ। ସେମାନଙ୍କର ନାମ ଏହିପରି ଥିଲା -ଅସ୍ରୀକାମ୍, ବୋଖରୁ, ଇଶ୍ମାୟେଲ, ଶିୟରିୟ, ଓବଦିୟ ଓ ହାନନ।
39 ଆତ୍ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏଶକଙ୍କର କେତେକ ପୁତ୍ର ଥିଲେ। ଏହିମାନେ ହେଲେ: ଉଲମ ଏଶକଙ୍କର ଜ୍ୟେଷ୍ଠ ପୁତ୍ର, ଯିୟୁଶ୍ ଏଶକଙ୍କର ଦ୍ୱିତୀୟ ପୁତ୍ର, ଏଲୀଫେଲଟ୍ ତୃତୀୟ ପୁତ୍ର ଥିଲେ। 40 ଉଲମ୍ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ୟ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲମ୍ଙ୍କର ପୁତ୍ରର ଅନେକ ପୁତ୍ର ଓ ନାତିଗଣ ଥିଲେ। ସର୍ବମୋଟ 150 ଜଣ।
ଏହି ସମସ୍ତ ବ୍ୟକ୍ତିଗଣ ବିନ୍ୟାମୀନଙ୍କର ବଂଶଧର ଥିଲେ।
9 ଇସ୍ରାଏଲର ସମସ୍ତ ଲୋକଙ୍କର ନାମ ସେମାନଙ୍କ ପରିବାରର ଇତିହାସରେ ଲିଖିତ ହୋଇଅଛି। ସେହି ପାରିବାରିକ ଇତହାସକୁ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇଛି।
ଯିରୁଶାଲମରେ ଲୋକମାନେ
ଯିହୁଦାକୁ ବଳପୂର୍ବକ ବାବିଲକୁ ନିର୍ବାସିତ କରାଗଲା। କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ନ ଥିଲେ। 2 ଯେଉଁମାନେ ପ୍ରଥମେ ଫେରି ଆସି ସେମାନଙ୍କର ଅଧିକାରରେ ସେଠାରେ ସେମାନଙ୍କର ନଗରରେ ବାସ କଲେ, ସେଥିମଧ୍ୟରୁ କେତେକ ଇସ୍ରାଏଲୀୟ, ଯାଜକଗଣ, ଲେବୀୟଗଣ ଓ ସେବକଗଣ ଥିଲେ।
3 ଏହି ଲୋକମାନେ ଯେଉଁମାନେ ଯିରୁଶାଲମରେ ବାସ କରୁଥିଲେ ସେମାନେ ଯିହୁଦା, ବିନ୍ୟାମୀନ, ଇଫ୍ରୟିମ ଓ ମନଃଶିଙ୍କ ଗୋଷ୍ଠୀର ଥିଲେ।
4 ଊଥୟ ଅମ୍ମୀହୂଦଙ୍କ ପୁତ୍ର ଥିଲେ। ଅମ୍ମୀହୂଦ୍ ଅମ୍ରିଙ୍କ ପୁତ୍ର ଥିଲେ। ଅମ୍ରି ଇମ୍ରିଙ୍କ ପୁତ୍ର ଥିଲେ। ଇମ୍ରି ବାନିଙ୍କ ପୁତ୍ର ଥିଲେ। ବାନି ପେରସଙ୍କ ଜଣେ ବଂଶଧର ଥିଲେ। ପେରସ୍ ଯିହୁଦାଙ୍କ ପୁତ୍ର ଥିଲେ।
5 ଯିରୁଶାଲମରେ ବାସ କରୁଥିବା ଶୀଲୋନୀୟ ଲୋକମାନେ ଥିଲେ, ଅସାୟ ଜ୍ୟେଷ୍ଠ ପୁତ୍ର ଥିଲେ ଓ ଅସାୟଙ୍କର ପୁତ୍ରମାନେ ଥିଲେ।
6 ଯିରୁଶାଲମରେ ବାସ କରୁଥିବା ସେରହର ଲୋକମାନେ ଥିଲେ, ଯୁୟେଲ ଓ ତାଙ୍କର ଆତ୍ମୀୟମାନେ। ସେମାନେ ସମୁଦାୟ 690 ଜଣ ଥିଲେ।
7 ଏହି ଲୋକମାନେ ଯିରୁଶାଲମରେ ବାସ କରୁଥିବା ବିନ୍ୟାମୀନ ପରିବାରବର୍ଗର ଥିଲେ: ସଲ୍ଲୁ ମଶୁଲ୍ଲଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ହୋଦ୍ବିୟଙ୍କ ପୁତ୍ର ଥିଲେ। ହୋଦ୍ବିୟ ହସନୁୟେଲଙ୍କ ପୁତ୍ର ଥିଲେ। 8 ଯିବ୍ନିୟ ଯିରୋହମଙ୍କ ପୁତ୍ର ଥିଲେ। ଏଲା ଉଷିଙ୍କ ପୁତ୍ର ଥିଲେ। ଉଷି ମିଖ୍ରିଙ୍କ ପୁତ୍ର ଥିଲେ। ମଶୁଲ୍ଲମ ଶଫଟିୟଙ୍କ ପୁତ୍ର ଥିଲେ। ଶଫଟିୟ ରୂୟେଲଙ୍କ ପୁତ୍ର ଥିଲେ ଏବଂ ରୂୟେଲ ଇବ୍ନିୟଙ୍କ ପୁତ୍ର ଥିଲେ। 9 ବିନ୍ୟାମୀନଙ୍କ ପରିବାରର ଇତିହାସ ଦର୍ଶାଏ ଯେ, ସେମାନଙ୍କ ମଧ୍ୟରୁ 956 ଜଣ ଯିରୁଶାଲମରେ ବାସ କରୁଥିଲେ। ଏହି ସମସ୍ତ ବ୍ୟକ୍ତିମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ।
10 ଯିରୁଶାଲମରେ ଏହି ଯାଜକମାନେ ବାସ କରୁଥିଲେ: ଯିଦୟିୟ, ଯିହୋୟାରୀବ୍, ଯାଖୀନ୍ ଏବଂ ଅସରିୟ। 11 ଅସରିୟ ହିଲ୍କିୟଙ୍କ ପୁତ୍ର ଥିଲେ। ହିଲ୍କିୟ ମଶୁଲ୍ଲମ୍ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକଙ୍କ ପୁତ୍ର ଥିଲେ। ସାଦୋକ୍ ମରାୟୋତଙ୍କ ପୁତ୍ର ଥିଲେ। ମରାୟୋତ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ୱରଙ୍କ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିବା ବିଶେଷ କାର୍ଯ୍ୟକାରୀ ଥିଲେ। 12 ଆହୁରି ମଧ୍ୟ ସେଠାରେ ଯିରୋହମଙ୍କ ପୁତ୍ର ଅଦାୟା ଥିଲେ। ଯିରୋହମ୍ ପଶ୍ହୂରଙ୍କ ପୁତ୍ର ଥିଲେ। ପଶ୍ହୂର ମଲ୍କିୟଙ୍କ ପୁତ୍ର ଥିଲେ। ଆହୁରି ମଧ୍ୟ ସେଠାରେ ଅଦୀୟେଲଙ୍କ ପୁତ୍ର ମାସୟ ଥିଲେ। ଅଦୀୟେଲ୍ ଯହସେରାଙ୍କ ପୁତ୍ର ଥିଲେ। ଯହସେରା ମଶୁଲ୍ଲମଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ମଶିଲ୍ଲମୋତ୍ଙ୍କ ପୁତ୍ର ଥିଲେ। ମଶିଲ୍ଲମୋତ୍ ଇମ୍ମେରଙ୍କ ପୁତ୍ର ଥିଲେ।
13 ସମୁଦାୟ 1760 ଜଣ ଯାଜକ ଥିଲେ, ଯେଉଁମାନେ କି ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନେ ପରମେଶ୍ୱରଙ୍କ ମନ୍ଦିରରେ ସେବା କରିବାରେ ଦକ୍ଷ ଲୋକ ଥିଲେ।
14 ଲେବୀଙ୍କ ପରିବାରବର୍ଗର ଏହି ଲୋକମାନେ ଯିରୁଶାଲମରେ ବାସ କରୁଥିଲେ: ହଶୂବ୍ଙ୍କ ପୁତ୍ର ଶମୟିୟ। ହଶୂବ୍ ଅସ୍ରୀକାମ୍ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶବିୟଙ୍କ ପୁତ୍ର ଥିଲେ। ହଶବିୟ ମରାରିଙ୍କ ବଂଶଧର ଥିଲେ। 15 ଯିରୁଶାଲମରେ ଏହିମାନେ ମଧ୍ୟ ବାସ କରୁଥିଲେ: ବକ୍ବକର, ହେରଶ, ଗାଲଲ୍ ଓ ମତ୍ତନିୟ। ମତ୍ତନିୟ ମୀଖାଙ୍କ ପୁତ୍ର ଥିଲେ। ମୀଖା ସିଖ୍ରିଙ୍କ ପୁତ୍ର ଥିଲେ। ସିଖ୍ରି ଆସଫ୍ଙ୍କ ପୁତ୍ର ଥିଲେ। 16 ଓବଦିୟ ଶମୟିୟଙ୍କ ପୁତ୍ର ଥିଲେ। ଶମୟିୟ ଗାଲଲଙ୍କ ପୁତ୍ର ଥିଲେ। ଗାଲଲ୍ ଯିଦୂଥନଙ୍କ ପୁତ୍ର ଥିଲେ। ବେରିଖିୟ ଆସାଙ୍କ ପୁତ୍ର ଥିଲେ। ଆସା ଇଲ୍କାନାଙ୍କ ପୁତ୍ର ଥିଲେ। ସେ ନଟୋଫାରେ ଲୋକମାନଙ୍କ ସହରରେ ବାସ କରୁଥିଲେ।
17 ଯିରୁଶାଲମରେ ଏହି ଦ୍ୱାରପାଳମାନେ ବାସ କରୁଥିଲେ: ଶଲ୍ଲୁମ, ଅକ୍କୂବ୍, ଟଲମୋନ୍, ଅହୀମାନ ଓ ସେମାନଙ୍କର ଆତ୍ମୀୟବର୍ଗ। ଶଲ୍ଲୁମ୍ ସେମାନଙ୍କର ମୁଖ୍ୟ ଥିଲେ। 18 ଏହି ଲୋକମାନେ ପୂର୍ବଦିଗରେ ରାଜାଙ୍କ ଦ୍ୱାରର ପରବର୍ତ୍ତୀ ପାର୍ଶ୍ୱରେ ଛିଡ଼ା ହେଉଥିଲେ। ଲେବୀଙ୍କ ପରିବାରବର୍ଗର ଏହିମାନେ ଦ୍ୱାରପାଳ ଥିଲେ। 19 ଶଲ୍ଲୁମ୍ କୋରହଙ୍କ ପୁତ୍ର ଥିଲେ। କୋରହ ଅବୀୟାସଫଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରିଙ୍କ ପୁତ୍ର ଥିଲେ। ଶଲ୍ଲୁମ୍ ଓ ତାଙ୍କର ଭ୍ରାତାମାନେ ଦ୍ୱାରପାଳ ଥିଲେ। ସେମାନେ କୋରହ ପରିବାରବର୍ଗର ଥିଲେ। ସେମାନେ ମନ୍ଦିରର ସେବାକାର୍ଯ୍ୟ ଦାୟିତ୍ୱରେ ଥିଲେ। ସେମାନେ ପବିତ୍ର ତମ୍ବୁର ଦ୍ୱାର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ। ସେମାନେ ଠିକ୍ ସେହିପରି କଲେ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ ପବିତ୍ର ତମ୍ବୁର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ। 20 ଅତୀତରେ, ଇଲିୟାସରଙ୍କ ପୁତ୍ର ପୀନ୍ହସ୍ ସେମାନଙ୍କର ଶାସକ ଥିଲେ ଏବଂ ସଦାପ୍ରଭୁ ତାଙ୍କ ସହିତ ଥିଲେ। 21 ପବିତ୍ର ତମ୍ବୁର ପ୍ରବେଶ ଦ୍ୱାରରେ ଜିଖରିୟ ମଶେଲିମିୟଙ୍କ ପୁତ୍ର ଦ୍ୱାରପାଳ ଥିଲେ।
22 ପ୍ରବେଶ ଦ୍ୱାରର ଦ୍ୱାରପାଳ ନିମନ୍ତେ ସମୁଦାୟ 212 ଜଣ ଲୋକଙ୍କୁ ମନୋନୀତ କରାଯାଇଥିଲା। ସେମାନଙ୍କର ନାମ ସେମାନଙ୍କ ପରିବାର ଇତିହାସରେ ଓ ସେମାନଙ୍କ ଗ୍ରାମଗୁଡ଼ିକରେ ଲେଖାଯାଇଅଛି। ଦାଉଦ ଓ ଦର୍ଶକ ଶାମୁୟେଲ ସେମାନଙ୍କୁ ସେହି ଜାଗାରେ ନିଯୁକ୍ତ କରିଥିଲେ। କାରଣ ସେମାନେ ବିଶ୍ୱସ୍ତ ଥିଲେ। 23 ଦ୍ୱାରପାଳମାନେ ଓ ସେମାନଙ୍କର ବଂଶଧରମାନେ ସଦାପ୍ରଭୁଙ୍କ ଗୃହ, ପବିତ୍ର ତମ୍ବୁର ସୁରକ୍ଷା ଦାୟିତ୍ୱରେ ଥିଲେ। 24 ଗ୍ଭରିଗୋଟି ପାର୍ଶ୍ୱରେ ଦ୍ୱାରମାନ ଥିଲା: ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ। 25 ଦ୍ୱାରପାଳମାନଙ୍କର ଯେଉଁ ଆତ୍ମୀୟମାନେ ଛୋଟ ସହରଗୁଡ଼ିକରେ ବାସ କରୁଥିଲେ, ସେମାନଙ୍କୁ ଆସି କେତେକ ନିର୍ଦ୍ଦିଷ୍ଟ ସମୟରେ ସାହାଯ୍ୟ କରିବାକୁ ପଡ଼ୁଥିଲା। ସେମାନେ ଆସୁଥିଲେ ଓ ପ୍ରତ୍ୟେକ ଥର ଦ୍ୱାରପାଳମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ସାହାଯ୍ୟ କରୁଥିଲେ।
26 ସମସ୍ତ ଦ୍ୱାରପାଳମାନଙ୍କର ମୁଖ୍ୟ ଗ୍ଭରି ଦ୍ୱାରପାଳ ଥିଲେ। ସେମାନେ ଲେବୀୟ ଲୋକ ଥିଲେ। ସେମାନଙ୍କର କାର୍ଯ୍ୟ ଥିଲା, ପରମେଶ୍ୱରଙ୍କ ମନ୍ଦିରରେ ଥିବା ସକଳ କୋଠରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା। 27 ସେମାନେ ସାରା ରାତ୍ରି ପରମେଶ୍ୱରଙ୍କ ମନ୍ଦିରକୁ ଜଗି ରହୁଥିଲେ। ଆଉ ପ୍ରତିଦିନ ପ୍ରଭାତରେ ପରମେଶ୍ୱରଙ୍କ ମନ୍ଦିରର ଦ୍ୱାର ଖୋଲିବା ସେମାନଙ୍କର କାର୍ଯ୍ୟ ଥିଲା।
28 ମନ୍ଦିରର ସେବାକାର୍ଯ୍ୟରେ ବ୍ୟବହୃତ ହେଉଥିବା ପାତ୍ରମାନଙ୍କର ଯତ୍ନ ନେବା କେତେକ ଦ୍ୱାରପାଳଙ୍କର କାର୍ଯ୍ୟ ଥିଲା। ସେମାନେ ସେହି ପାତ୍ରଗୁଡ଼ିକୁ ନେଇଯିବା ସମୟରେ ଗଣି ରଖୁଥିଲେ। ତାହା ପୁଣି, ସେହି ପାତ୍ର ଗୁଡ଼ିକୁ ନେଇଯିବା ସମୟରେ ମଧ୍ୟ ଗଣି ରଖୁଥିଲେ। 29 ଅନ୍ୟ ଦ୍ୱାରପାଳମାନେ କାଠ ଆସବାବପତ୍ର ଓ ବିଶେଷ ପାତ୍ରଗୁଡ଼ିକର ଯତ୍ନ ନେବା ନିମନ୍ତେ ମନୋନୀତ ହୋଇଥିଲେ। ଆହୁରି ମଧ୍ୟ ସେମାନେ ମଇଦା, ଦ୍ରାକ୍ଷାରସ, ତୈଳ, ସୁଗନ୍ଧଦ୍ରବ୍ୟ ଓ ବିଶେଷ ତୈଳର ଯତ୍ନ ନେଉଥିଲେ। 30 କିନ୍ତୁ ଯାଜକ ହିଁ ବିଶେଷ ତୈଳର ମିଶ୍ରଣ କାର୍ଯ୍ୟ କରୁଥିଲେ।
31 ମତ୍ତଥିୟ ନାମକ ଜଣେ ଲେବୀୟ ଥିଲେ, ଯିଏ କି ନୈବେଦ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ରୋଟୀ ସେକିବାର କାର୍ଯ୍ୟ କରୁଥିଲେ। ମତ୍ତଥିୟ ଶଲ୍ଲୁମ୍ଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ଶଲ୍ଲୁମ୍ କୋରହ ବଂଶଜ ଥିଲେ। 32 କୋରହ ବଂଶଜ କେତେ ଜଣ ଦ୍ୱାରପାଳ ପ୍ରତ୍ୟେକ ବିଶ୍ରାମବାରରେ ମେଜ ଉପରେ ପରିବେଶିତ ହେଉଥିବା ରୋଟୀ ପ୍ରସ୍ତୁତ କରିବାର କାର୍ଯ୍ୟ କରୁଥିଲେ।
33 ସେହି ଲେବୀୟ ଗାୟକଗଣ ସେମାନଙ୍କର ପରିବାରର ମୁଖ୍ୟ ଥିଲେ ଏବଂ ସେମାନେ ମନ୍ଦିର ମଧ୍ୟରେ ଥିବା କୋଠରୀଗୁଡ଼ିକରେ ରହୁଥିଲେ। ସେମାନେ ଅନ୍ୟ କାର୍ଯ୍ୟରୁ ମୁକ୍ତ ଥିଲେ। କାରଣ ଦିନରାତି ମନ୍ଦିରର କାର୍ଯ୍ୟ କରିବା ଦାୟିତ୍ୱ ସେମାନଙ୍କ ଉପରେ ଥିଲା।
34 ସେମାନଙ୍କର ପରିବାରର ଇତିହାସ ଅନୁସାରେ ଏହି ଲେବୀୟଗଣ ସେମାନଙ୍କର ପରିବାରର ମୁଖ୍ୟ ଥିଲେ, ସେମାନେ ଯିରୁଶାଲମରେ ବାସ କରୁଥିଲେ।
ରାଜା ଶାଉଲଙ୍କର ପାରିବାରିକ ଇତିହାସ
35 ଯିୟେଲ ଗିବିୟୋନଙ୍କ ପିତା ଥିଲେ। ଯିୟେଲ ଗିବିୟୋନ ସହରରେ ବାସ କରୁଥିଲେ। ଯିୟେଲଙ୍କ ସ୍ତ୍ରୀଙ୍କ ନାମ ଥିଲା ମାଖା। 36 ଯିୟେଲଙ୍କ ଜ୍ୟେଷ୍ଠପୁତ୍ରର ନାମ ଥିଲା: ଅବ୍ଦୋନ୍। ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ନେର୍, ବାଲ୍, ନାଦବ। 37 ଗଦୋର୍, ଅହିୟୋ, ଯିଖରିୟ ଓ ମିକ୍ଲୋତ୍। 38 ମିକ୍ଲୋତ୍ ଶିମିୟାମ୍ଙ୍କ ପିତା ଥିଲେ। ଯିୟେଲ୍ଙ୍କ ପରିବାର ଯିରୁଶାଲମରେ ସେମାନଙ୍କ ଆତ୍ମୀୟମାନଙ୍କ ନିକଟରେ ବାସ କରୁଥିଲେ।
39 ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ ଏବଂ ଶାଉଲ ଯୋନାଥନ୍, ମଲକୀଶୂୟ, ଅବୀନାଦବ ଓ ଈଶ୍-ବାଲ୍ଙ୍କ ପିତା ଥିଲେ।
40 ଯୋନାଥନଙ୍କ ପୁତ୍ର ଥିଲେ ମରୀବ୍ବାଲ୍, ମରୀବ୍ବାଲ୍ ମୀଖାଙ୍କ ପିତା ଥିଲେ।
41 ମୀଖାଙ୍କ ପୁତ୍ରମାନେ ଥିଲେ: ପିଥୋନ୍, ମେଲକ, ତହରେୟ ଓ ଆହସ୍। 42 ଆହସ୍ ଯାରହଙ୍କ ପିତା ଥିଲେ। ଯାରହ ଆଲେମତ, ଅସ୍ମାବତ୍ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମୋତ୍ସାଙ୍କ ପିତା ଥିଲେ। 43 ମୋତ୍ସା ବିନିୟାଙ୍କ ପିତା ଥିଲେ ଏବଂ ରଫାୟ ବିନିୟାଙ୍କ ପୁତ୍ର ଥିଲେ। ଇଲୀୟାସା ରଫାୟଙ୍କର ପୁତ୍ର ଥିଲେ। ଏବଂ ଆତ୍ସେଲ ଇଲୀୟାସଙ୍କ ପୁତ୍ର ଥିଲେ।
44 ଆତ୍ସେଲଙ୍କ ଛଅ ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ଅସ୍ରୀକାମ୍, ବୋଖରୁ, ଇଶ୍ମାୟେଲ, ଶିୟରିୟ, ଓବଦିୟ ଓ ହାନନ୍। ଏହି ସମସ୍ତ ଆତ୍ସେଲଙ୍କ ସନ୍ତାନ ଥିଲେ।
ଲୋକମାନେ ଯୀଶୁଙ୍କୁ ଖୋଜିଲେ
22 ତହିଁ ଆର ଦିନ ହ୍ରଦର ଆର ପଟେ କେତେକ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଯାଇ ନାହାନ୍ତି, ଏହି ବିଷୟ ସେହି ଲୋକମାନେ ଜାଣି ନ ଥିଲେ। ସେମାନେ ଜାଣିଥିଲେ ଯେ, ଶିଷ୍ୟମାନେ ଯୀଶୁଙ୍କୁ ଏକାକୀ ଛାଡ଼ି ଦେଇ ଡଙ୍ଗାରେ ଗ୍ଭଲିଗଲେ। ସେମାନେ ଜାଣିଥିଲେ ଯେ, ସେଠାରେ କେବଳ ସେହି ଗୋଟିଏ ମାତ୍ର ଡଙ୍ଗା ଥିଲା। 23 କିନ୍ତୁ ସେତେବେଳେ ତିବିରିଆରୁ କେତେକ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନରେ ପୂର୍ବଦିନ ଖାଇଥିଲେ ସେଠାରେ ଡଙ୍ଗା ଗୁଡ଼ିକ ଆସି ରହିଲା। ସେହି ସ୍ଥାନରେ ପ୍ରଭୁ ଯୀଶୁ ଧନ୍ୟବାଦ ଦେବା ପରେ ସେମାନେ ରୋଟୀ ଖାଇଥିଲେ। 24 ଲୋକମାନେ ସେଠାରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ନ ଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗା ଗୁଡ଼ିକରେ ଯାତ୍ରା କରି ଯୀଶୁଙ୍କୁ ଖୋଜିବା ପାଇଁ କଫର୍ନାହୂମକୁ ଗଲେ।
ଯୀଶୁ, ଜୀବନ ସ୍ୱରୂପ ଖାଦ୍ୟ
25 ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଆପଣ ଏଠାକୁ କେତେବେଳେ ଆସିଲେ?”
26 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ମୋତେ କାହଁକି ଖୋଜୁଛ? ମୁଁ କରିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ମୋର ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମୋତେ ଖୋଜୁଛ କି? ତା’ ନୁହେଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହୋଇଥିବାରୁ ତୁମ୍ଭେମାନେ ମୋତେ ଖୋଜୁଛ। 27 ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”
28 ଲୋକମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ କ’ଣ କ’ଣ କରିବା ଉଚିତ୍ ବୋଲି ପରମେଶ୍ୱର ଗ୍ଭହାନ୍ତି?”
29 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱର ଗ୍ଭହାନ୍ତି, ଯେ ସେ ଯାହାଙ୍କୁ ପଠାଇଛନ୍ତି, ତାହାଙ୍କଠାରେ ତୁମ୍ଭେମାନେ ବିଶ୍ୱାସ କର।”
30 ତେଣୁ ଲୋକମାନେ ପଗ୍ଭରିଲେ, “ତୁମ୍ଭକୁ ଯେ ପରମେଶ୍ୱର ପଠାଇଛନ୍ତି, ଏ କଥା ତୁମ୍ଭେ କେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦ୍ୱାରା ପ୍ରମାଣ କରି ଦେଖାଇବ? ତୁମ୍ଭେ ଯଦି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଆମ୍ଭକୁ କରି ଦେଖାଇବ, ତେବେ ଆମ୍ଭେ ତୁମ୍ଭକୁ ବିଶ୍ୱାସ କରିବୁ। ତୁମ୍ଭେ କ’ଣ କରିବ? 31 ଆମ୍ଭର ପିତୃପୁରୁଷମାନେ ମରୁଭୂମିରେ ମାନ୍ନା [a] ଖାଇଥିଲେ, ତାହା ପରମେଶ୍ୱର ସେମାନଙ୍କୁ ଦେଇଥିଲେ। ଧର୍ମଶାସ୍ତ୍ରରେ ଲେଖା ଅଛି: ‘ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଖାଇବାକୁ ଦେଇଥିଲେ।” [b]
32 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ସ୍ୱର୍ଗର ଖାଦ୍ୟ ତୁମ୍ଭ ଲୋକମାନଙ୍କୁ ଦେଇଥିବା ଲୋକ ମୋଶା ନୁହନ୍ତି। ମୋର ପରମପିତା ତୁମ୍ଭମାନଙ୍କୁ ସ୍ୱର୍ଗର ପ୍ରକୃତ ଖାଦ୍ୟ ଖାଇବାକୁ ଦିଅନ୍ତି। 33 ପରମେଶ୍ୱରଙ୍କର ଖାଦ୍ୟ କ’ଣ? ପରମେଶ୍ୱରଙ୍କର ଖାଦ୍ୟ ହେଉଛି ଜଣେ ବ୍ୟକ୍ତି ଯିଏ ଜଗତକୁ ଜୀବନ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇଛନ୍ତି।”
34 ଲୋକମାନେ କହିଲେ, “ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।”
35 ତା’ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ। 36 ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ, ତୁମ୍ଭେ ମୋତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ୱାସ କରୁ ନାହଁ। 37 ମୋର ପରମପିତା ମୋତେ ମୋ’ ଲୋକମାନଙ୍କୁ ଦେଇଛନ୍ତି। ସେମାନେ ପ୍ରତ୍ୟେକ ମୋ’ ପାଖକୁ ଆସିବେ। ମୁଁ ସର୍ବଦା ମୋ’ ପାଖକୁ ଆସୁଥିବା ପ୍ରତ୍ୟେକଙ୍କୁ ଗ୍ରହଣ କରିବି। 38 ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ। 39 ପରମେଶ୍ୱର ଯେଉଁମାନଙ୍କୁ ମୋତେ ଦେଇଛନ୍ତି, ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସେମାନଙ୍କୁ ଶେଷ ଦିନରେ ନିଶ୍ଚୟ ଉତ୍ଥାପନ କରିବି। ଯିଏ ମୋତେ ପଠାଇଛନ୍ତି ସେ ଗ୍ଭହାନ୍ତି ମୁଁ ସେହି କାର୍ଯ୍ୟ କରେ। 40 ପ୍ରତ୍ୟେକ ଲୋକ ଯିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶେଷ ଦିନରେ ଉତ୍ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।”
41 “ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଖାଦ୍ୟ,” ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରଗ୍ଭର କଲେ। 42 ଯିହୂଦୀମାନେ କହିଲେ, “ଏ ଯୀଶୁ ଅଟନ୍ତି। ଆମ୍ଭେ ତାହାଙ୍କ ପିତାମାତାଙ୍କୁ ଜାଣିଛୁ। ଯୀଶୁ କେବଳ ଯୋଷେଫଙ୍କର ପୁତ୍ର। ‘ସେ କିପରି ସ୍ୱର୍ଗରୁ ଓହ୍ଲାଇଛି ବୋଲି କହୁଛି?’”
43 କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ ଅଭିଯୋଗ କରିବା ବନ୍ଦକର। 44 ପରମପିତା ମୋତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମୋ’ ନିକଟକୁ ଆଣନ୍ତି। ମୁଁ ସେହି ଲୋକମାନଙ୍କୁ ଶେଷଦିନରେ ଉତ୍ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ନ ଆଣିବେ, ତେବେ ସେ ଲୋକ ମୋ’ ପାଖକୁ ଆସି ପାରିବ ନାହିଁ।
2010 by World Bible Translation Center