Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 1-3

ଆଦମଙ୍କଠାରୁ ନୋହଙ୍କ ପର୍ଯ୍ୟନ୍ତ ପାରିବାରିକ ଇତିହାସ

ଆଦମ, ଶେଥ, ଈନୋଶ, କୟିନାନ, ମହଲଲେଲ, ଯେରଦ, ହନୋକ, ମଥୁଶେଲହ, ଲେମକ, ନୋହ।

ନୋହଙ୍କର ପୁତ୍ରମାନଙ୍କର ନାମ ଥିଲା ଶେମ, ହାମ, ଯେଫତ୍।

ଯେଫତ୍‌ଙ୍କର ବଂଶଧର

ଯେଫତ୍‌ଙ୍କର ପୁତ୍ରମାନେ ଥିଲେ: ଗୋମର, ମାଗୋଗ, ମାଦୟ, ଯବନ, ତୁବଲ, ମେଶକ୍ ଓ ତୀରସ୍।

ଗୋମରର ପୁତ୍ରମାନେ ଥିଲେ: ଅସ୍କିନସ୍, ଦୀଫତ୍ ଓ ତୋଗର୍ମ।

ଯବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ୍ ଓ ରୋଦାନିମ୍।

ହାମରଙ୍କ ବଂଶଧର

ହାମର ସନ୍ତାନମାନେ ଥିଲେ: କୂଶ୍ (ଇଥିଓପିଆ) ଓ ମିଶର, ପୂଟ୍ ଓ କିଣାନ।

ପୁଣି କୂଶଙ୍କର ପୁତ୍ରମାନେ ଥିଲେ: ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା।

ରୟମାର ସନ୍ତାନମାନେ ଶିବା ଓ ଦଦାନ୍।

10 କୂ‌ଶ୍‌ଙ୍କର ବଂଶଧରମାନଙ୍କ ମଧ୍ୟରୁ ନିମ୍ରୋଦ ନାମକ ଜଣେ ବ୍ୟକ୍ତି ବୃଦ୍ଧିପ୍ରାପ୍ତ ହୋଇ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହେବାକୁ ଲାଗିଲା।

11 ମିଶ୍ରୟୀମ (ମିଶର), ଲୂଦୀୟ, ଅନାମୀୟ, ଲହାବୀୟ ଓ ନପ୍ତୂହୀୟମାନଙ୍କର ପିତା ଥିଲେ। 12 ପଥ୍ରୋଷୀୟ, କ‌‌ସ୍‌‌ଲୁହୀୟ ଓ (ପଲେଷ୍ଟୀୟମାନେ କ‌‌ସ୍‌‌ଲୁହରୁ ଆସିଲେ) କପ୍ତୋରୀୟ।

13 କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀୟମାନଙ୍କର 14 ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ; 15 ହିବ୍ବୀୟ, ଅର୍କୀୟ, ସୀନୀୟ; 16 ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କର ମଧ୍ୟ ପିତା ଥିଲେ।

ଶେମଙ୍କର ବଂଶଧରଗଣ

17 ଶେମଙ୍କର ସନ୍ତାନଗଣ ଥିଲେ: ଏଲମ୍, ଅଶୂର, ଅର୍ଫ‌କ୍‌ଷଦ, ଲୁଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ: ଊସ୍, ହୂଲ, ଗେଥର ଓ ମେଶକ୍।

18 ଅର୍ଫ‌କ୍‌ଷଦ, ଶେଲହଙ୍କର ପିତା ଥିଲେ। ଶେଲହ ଏବରଙ୍କ ପିତା ଥିଲା।

19 ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପେଲଗ୍; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧ୍ୟରେ ଭାଷାର ପ୍ରଭେଦ ଜନ୍ମିତ ଥିଲା। ଯକ୍ତନ୍ ପେଲ‌ଗ୍‌ଙ୍କର ଭ୍ରାତା ଥିଲେ। 20 ଏହି ଯକ୍ତନ୍, ଅ‌ଲ୍‌ମୋଦଦ, ଶେଲଫ୍, ହ‌ତ୍‌ସ‌‌ର୍‌ମାବତ୍, ଯେରହ 21 ହଦୋରାମ୍, ଉସଲ, ଦିକ୍ଲା, 22 ଓବଲ, ଅବୀମାୟେଲ, ଶିବା, 23 ଓଫୀର, ହବୀଲା, ଯୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ୟକ୍ତି ଯକ୍ତନର ପୁତ୍ରଗଣ ଥିଲେ।

24 ଶେମଙ୍କର ବଂଶଧରଗଣ ଥିଲେ: ଶେମ, ଅର୍ଫ‌କ୍‌ଷଦ, ଶେଲହ; 25 ଏବର, ପେଲଗ୍, ରିୟ; 26 ସରୁଗ୍, ନାହୋର, ତେରହ, 27 ଅବ୍ରାମଙ୍କୁ ଅବ୍ରହାମ ବୋଲି କୁହାଯାଉଥିଲା।

ଅବ୍ରହାମଙ୍କର ପରିବାର

28 ଅବ୍ରହାମଙ୍କର ପୁତ୍ରମାନେ ଥିଲେ: ଇ‌ସ୍‌ହାକ ଓ ଇ‌ଶ୍‌ମାୟେଲ। 29 ସେମାନଙ୍କର ବଂଶଧରଗଣ ଏହିପରି ଥିଲେ:

ଇ‌ଶ୍‌ମାୟେଲର ପ୍ରଥମ ପୁତ୍ର ଥିଲେ ନାବାୟୋତ୍। ଇ‌ଶ୍‌ମାୟେଲଙ୍କର ଅନ୍ୟ ପୁତ୍ରମାନେ ଥିଲେ: କେଦାର, ଅ‌ଦ୍‌ବେଲ୍, ମି‌ବ୍‌ସମ୍, 30 ମି‌ଶ୍‌ମ, ଦୁମା, ମସା; ହଦଦ୍, ତେମା, ଯିଟୂର, ନାଫୀଶ୍ ଓ କେଦମା। 31 ଏସମସ୍ତେ ଇ‌ଶ୍‌ମାୟେଲଙ୍କର ପୁତ୍ରମାନେ ଥିଲେ।

32 କଟୂରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ଯକ୍‌ଷନ୍, ମଦାନ୍, ମିଦିୟନ୍, ଯି‌ଶ୍‌ବକ୍, ଓ ଶୂହକୁ ଜନ୍ମ ଦେଲେ।

ଯକ୍‌ଷନଙ୍କର ପୁତ୍ରମାନେ ଥିଲେ: ଶିବା ଓ ଦଦାନ୍।

33 ମିଦିୟନର ପୁତ୍ରଗଣ ଥିଲେ: ଐଫା, ଏଫର, ହନୋକ, ଅବୀଦ, ଇଲଦାୟା।

ଏହି ସମସ୍ତ ବ୍ୟକ୍ତିମାନେ କଟୂରାର ବଂଶଧର ଥିଲେ।

ଇ‌ସ୍‌ହାକଙ୍କ ବଂଶଧର

34 ଅବ୍ରହାମ ଇସ୍‌ହାକଙ୍କର ପିତା ଥିଲେ। ସେହି ଇସ୍‌ହାକଙ୍କର ପୁତ୍ରମାନେ ଥିଲେ: ଏଷୌ ଓ ଇସ୍ରାଏଲ।

35 ଏଷୌର ପୁତ୍ରମାନେ ଥିଲେ: ଇଲୀଫସ୍, ରୂୟେଲ, ଯିୟସ୍, ଯାଲମ୍ ଓ କୋରହ।

36 ଇଲୀଫ‌‌‌ସ୍‌ର ପୁତ୍ରମାନେ ଥିଲେ: ତୈମନ, ଓମାର, ସଫୀ, ଗୟିତମ ଓ କନସ୍। ଇଲୀଫସ୍ ଓ ତିମ୍ନଙ୍କର ଏକ ପୁତ୍ର ଥିଲା, ତା’ର ନାମ ଅମାଲେକ।

37 ରୂୟେଲଙ୍କର ପୁତ୍ରମାନେ ଥିଲେ: ନହତ୍, ସେରହ, ଶମ୍ମ ଓ ମିସା।

ସେୟୀରରୁ ଆଗତ ଇଦୋମୀୟ

38 ସେୟୀରର ପୁତ୍ରମାନେ ଥିଲେ: ଲୋଟନ୍, ଶୋବଲ୍, ସିବିୟୋନ୍, ଅନା, ଦିଶୋନ୍, ଏତ୍‌ସର ଓ ଦୀଶନ୍।

39 ଲୋଟନର ପୁତ୍ରମାନେ ଥିଲେ: ହୋରି ଓ ହୋମମ୍। ଲୋଟନର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ।

40 ଶୋବଲର ପୁତ୍ରମାନେ ଥିଲେ: ଅଲିୟନ୍, ମାନହତ୍, ଏବଲ; ଶଫୀ ଓ ଓନମ୍।

ସିବିୟୋନର ପୁତ୍ରମାନେ ଥିଲେ: ଅୟା ଓ ଅନା।

41 ଅନାର ପୁତ୍ର ଦିଶୋନ୍।

ଆଉ ଦିଶୋନର ପୁତ୍ରମାନେ ଥିଲେ: ହମ୍ରଣ, ଇ‌ଶ୍‌ବନ୍, ଯିଥ୍ରନ୍ ଓ କରାଣ।

42 ଏତ୍‌ସରଙ୍କର ପୁତ୍ରମାନେ ଥିଲେ: ବି‌ଲ୍‌ହନ୍, ସାବନ୍ ଓ ଯାକନ୍।

ଦୀଶନର ପୁତ୍ରମାନେ ଥିଲେ: ଊସ୍ ଓ ଅରାଣ।

ଏଦୋମର ରାଜାଗଣ

43 ଇସ୍ରାଏଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା:

ବିୟୋରଙ୍କର ପୁତ୍ର ବେଲା ପ୍ରଥମ ରାଜା ଥିଲେ। ବେଲାଙ୍କର ନଗରର ନାମ ଥିଲା, ଦି‌ନ୍‌ହାବା।

44 ବେଲାଙ୍କର ମୃତ୍ୟୁ ହୁଅନ୍ତେ, ସେରହଙ୍କର ପୁତ୍ର ଯୋବବ୍ ନୂତନ ରାଜା ହେଲେ। ଯୋବବ୍ ବସ୍ରାରୁ ଆସିଥିଲେ।

45 ଯୋବ‌ବ୍‌ଙ୍କ ମୃତ୍ୟୁ ପରେ ଦେବା‌ଦଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତୈମାନୀୟମାନଙ୍କର ଦେଶରୁ ଆସିଥିଲେ।

46 ହୂଶ‌ମ୍‌ଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମୋୟାବ ଦେଶରେ ମିଦିୟନୀୟଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍।

47 ହଦ‌ଦଙ୍କର ମୃତ୍ୟୁ ପରେ ସମ୍ଳ ନୂତନ ରାଜା ହେଲେ। ଏହି ସମ୍ଳ ମସ୍ରେକାରୁ ଆସିଥିଲେ।

48 ସମ୍ଳଙ୍କ ମୃତ୍ୟୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ।

49 ଶୌଲଙ୍କର ମୃତ୍ୟୁ ପରେ ଅ‌କ୍‌ବୋରଙ୍କ ପୁତ୍ର ବା‌ଲ୍‌ହାନନ୍ ନୂତନ ରାଜା ହେଲେ।

50 ବା‌ଲ୍‌ହାନ‌ନଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ହଦ‌ଦଙ୍କର ନଗରର ନାମ ଥିଲା ପାୟୀ। ହଦ‌ଦଙ୍କ ସ୍ତ୍ରୀଙ୍କର ନାମ ଥିଲା ମହେଟବେଲ୍। ମହେଟବେଲ୍ ମଟ୍ରେଦରଙ୍କ କନ୍ୟା ଥିଲେ। ମଟ୍ରେଦର ମେଷାହବଙ୍କର କନ୍ୟା ଥିଲେ। 51 ତା’ପରେ ହଦ‌ଦଙ୍କର ମୃତ୍ୟୁ ଘଟିଲା।

ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିୟା, ଯିଥେତ୍ 52 ଅହଲୀବାମା, ଏଲା, ପୀନୋନ୍, 53 କନସ, ତୈମନ, ମି‌ବ୍‌ସର, 54 ମ‌ଗ୍‌ଦୀୟେଲ ଓ ଈରମ୍। ଏହା ହିଁ ଇଦୋମଙ୍କର ନେତାମାନଙ୍କର ତାଲିକା ଅଟେ।

ଇସ୍ରାଏଲଙ୍କର ପୁତ୍ରଗଣ

ଇସ୍ରାଏଲଙ୍କର ପୁତ୍ରମାନେ ଥିଲେ ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ସବୂଲୂନ ଦାନ୍, ଯୋଷେଫ, ବିନ୍ୟାମୀନ, ନପ୍ତାଲି, ଗାଦ୍ ଓ ଆଶେର,

ଯିହୁଦାଙ୍କର ପୁତ୍ରଗଣ

ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶେଲା। ସେମାନଙ୍କର ମାତା ବତ୍‌ଶୂୟା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏର୍ ଅତ୍ୟନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ୟା କଲେ। ଯିହୁଦାଙ୍କର ପୁତ୍ରବଧୂ ତାମର ପେରସ ଓ ସେରହଙ୍କୁ ଜନ୍ମ ଦେଲା। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ।

ପେରସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ।

ସେରହଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ସିମ୍ରି, ଏଥନ୍, ହେମନ୍, କ‌‌‌ଲ୍‌କୋଲ୍ ଓ ଦେରା।

ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର [a]। ଏହି ଆଖାର ଇସ୍ରାଏଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡାକି ଆଣିଥିଲେ ଯିଏ କି ଆଖର ଯୁଦ୍ଧରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖରେ ରଖିଥିଲେ, କିନ୍ତୁ ସେ ସେହି ବସ୍ତୁଗୁଡ଼ିକୁ ପରମେଶ୍ୱରଙ୍କୁ ଦେଇ ଦେବାର ଥିଲା।

ଏଥ‌ନଙ୍କର ପୁତ୍ର ଥିଲେ ଅସରିୟା।

ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ଯିରହମେଲ, ରାମ୍ ଓ କାଲୁବାୟ।

ରା‌ମ୍‌ର ବଂଶଧରଗଣ

10 ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗର ମୁଖ୍ୟ ନହଶୋନଙ୍କର ପିତା ଥିଲେ। 11 ନହଶୋନ ସ‌‌ଲ୍‌‌ମାଙ୍କର ପିତା ଥିଲେ। ସ‌‌ଲ୍‌‌ମା ବୋୟାଜଙ୍କ ପିତା ଥିଲେ। 12 ବୋୟାଜ ଓବେଦଙ୍କର ପିତା ଥିଲେ। ଓବେଦ ଯିଶୀଙ୍କର ପିତା ଥିଲେ। 13 ଯିଶୀ ଇଲିୟାବଙ୍କର ପିତା ଥିଲେ। ଇଲିୟାବ ଯିଶୀଙ୍କର ପ୍ରଥମଜାତ ପୁତ୍ର ଥିଲେ। ଯିଶୀଙ୍କର ଦ୍ୱିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ। 14 ନଥନେଲ ଯିଶୀଙ୍କର ଚତୁର୍ଥ ପୁତ୍ର ଥିଲେ। ଯିଶୀଙ୍କର ପଞ୍ଚମ ପୁତ୍ର ଥିଲେ ରଦ୍ଦୟ। 15 ଓତ୍‌ସମ ଯିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସେମାନଙ୍କର ଭଉଣୀମାନେ ଥିଲେ ସରୁୟା ଓ ଅବୀଗଲ। 16 ସରୁୟାର ତିନି ପୁତ୍ର ଥିଲେ ଅବୀଶୟ, ଯୋୟାବ ଓ ଅସାହେଲ୍। 17 ଅବୀଗଲ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇ‌ଶ୍‌ମାୟେଲୀୟ ଲୋକଙ୍କ ମଧ୍ୟରୁ ଆସିଥିଲା।

‌‌‌କାଲେ‌ବଙ୍କର ବଂଶଧରଗଣ

18 କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। ‌‌‌କାଲେ‌ବଙ୍କର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହୋଇଥିଲେ। ଅସୂବାର ଯିରୀୟୋତର କନ୍ୟା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ: ଯେଶର, ଶୋବବ୍ ଓ ଅର୍ଦୋନ। 19 ଅସୁବାରଙ୍କର ମୃତ୍ୟୁ ପରେ କାଲେବ ଇଫ୍ରାଥାଙ୍କୁ ବିବାହ କଲେ। କାଲେବ ଓ ଇଫ୍ରାଥାଙ୍କର ଗୋଟିଏ ପୁତ୍ର ହେଲା। ସେମାନେ ତାହାର ନାମ ହୂର ଦେଲେ। 20 ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲେଲଙ୍କର ପିତା ଥିଲେ।

21 ପରେ, ହିଷ୍ରୋଣ ଷାଠିଏ ବର୍ଷ ବୟସରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିୟ‌ଦଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସଗୂବଙ୍କୁ ଜନ୍ମ ଦେଲେ। 22 ସଗୂବ ଯାୟୀରଙ୍କର ପିତା ଥିଲେ। ଗିଲିୟଦ ଦେଶରେ ଯାୟୀରଙ୍କର ତେଇଶ୍ ଗୋଟି ସହର ଥିଲା, 23 କିନ୍ତୁ ଗଶୂର ଓ ଅରାମ୍ ଯାୟୀରଙ୍କର ଗ୍ରାମଗୁଡ଼ିକୁ ନେଇଗଲେ। ସେଗୁଡ଼ିକ ମଧ୍ୟରେ କନାତ୍ ଓ ତା’ ଗ୍ଭରିପଟେ ଛୋଟ ଛୋଟ ସହରଗୁଡ଼ିକ ଥିଲା। ସମୁଦାୟ ଷାଠିଏଟି ସହର ଥିଲା। ଗିଲିୟଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।

24 ହିଷ୍ରୋଣ ମୃତ୍ୟୁବରଣ କଲାପରେ, ‌‌‌କାଲେ‌ବଙ୍କର ସ୍ତ୍ରୀ ଇଫ୍ରାଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀର ନାମ ଅବିୟାହ) ସେହି ପୁତ୍ରର ନାମ ଦିଆଗଲା ଅ‌ସ୍‌ହୂର। ଅ‌ସ୍‌ହୂର ତକୋୟ ସହର ପ୍ରତିଷ୍ଠା କରିଥିଲେ।

ଯିରହମେଲଙ୍କର ବଂଶଧରଗଣ

25 ଯିରହମେଲ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ଯିରହମେଲଙ୍କର ପୁତ୍ରମାନେ ଥିଲେ ରାମ୍, ବୁନା, ଓରଣ, ଓତ୍‌ସମ ଓ ଅହିୟ। ରାମ୍ ଯିରହମେଲଙ୍କର ପ୍ରଥମ ପୁତ୍ର ଥିଲେ। 26 ଯିରହମେଲଙ୍କର ଅଟାରା ନାମରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ଓନମର ମାତା ଥିଲେ।

27 ଯିରହମେଲଙ୍କର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ଯାମୀନ ଓ ଏକର।

28 ଓନମଙ୍କର ପୁତ୍ରମାନେ ଥିଲେ: ଶମ୍ମୟ ଓ ଯାଦା। ଶମ୍ମୟଙ୍କର ପୁତ୍ରମାନେ ଥିଲେ: ନାଦବ ଓ ଅବୀଶୂର।

29 ଅବୀଶୂରଙ୍କର ପତ୍ନୀଙ୍କର ନାମ ଥିଲା: ଅବୀହୟୀଲ୍। ସେମାନଙ୍କର ଦୁଇ ପୁତ୍ର ଥିଲେ। ସେହି ପୁତ୍ରମାନଙ୍କର ନାମ ଥିଲା: ଅହବାନ୍ ଓ ମୋଲୀଦ୍।

30 ନାଦବଙ୍କର ପୁତ୍ରମାନେ ଥିଲେ: ସେଲଦ୍ ଓ ଅପ୍ପୟିମ। ସେଲଦ୍ ନିଃସନ୍ତାନ ହୋଇ ମୃତ୍ୟୁବରଣ କରିଥିଲେ।

31 ଯିଶୟି ଅପ୍ପୟିମଙ୍କର ପୁତ୍ର ଥିଲେ। ଯିଶୟିଙ୍କର ପୁତ୍ର ଥିଲେ: ଶେଶନ୍। ଶେଶ‌ନଙ୍କର ପୁତ୍ର ଥିଲେ: ଅହଲୟ।

32 ଯାଦା ଶମ୍ମୟଙ୍କର ଭ୍ରାତା ଥିଲେ। ଯାଦାଙ୍କର ପୁତ୍ରମାନେ ଥିଲେ: ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହୋଇ ମୃତ୍ୟୁବରଣ କଲେ।

33 ଯୋନାଥନଙ୍କର ପୁତ୍ରମାନେ ଥିଲେ: ପେଲତ୍ ଓ ସାସା। ଏହା ଯିରହମେଲଙ୍କ ସନ୍ତାନଗଣଙ୍କର ତାଲିକା ଅଟେ।

34 ଶେଶ‌ନଙ୍କର କୌଣସି ପୁତ୍ର ନ ଥିଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଶେଶ‌ନଙ୍କର ଯାର୍ହା ନାମରେ ଜଣେ ମିଶରୀୟ କ୍ରୀତଦାସ ଥିଲା। 35 ଶେଶନ୍ ନିଜ ଝିଅକୁ ଯାର୍ହା ସହିତ ବିବାହ ଦେଲେ। ସେମାନଙ୍କର ପୁତ୍ରଟିଏ ଜନ୍ମ ହେଲା। ତାହାର ନାମ ଥିଲା: ଅତ୍ତୟ।

36 ଅତ୍ତୟ ନାଥନଙ୍କର ପିତା ଥିଲେ। ନାଥନ ସାବଦ‌କ୍‌ର ପିତା ଥିଲେ। 37 ସାବଦ‌କ୍‌ ଇ‌ଫ୍‌ଲଲଙ୍କର ପିତା ଥିଲେ। ଇ‌ଫ୍‌ଲଲ ଓବେଦଙ୍କର ପିତା ଥିଲେ। 38 ଓବେଦ ଯେହୂଙ୍କର ପିତା ଥିଲେ। ଯେହୂ ଅସରିୟଙ୍କ ପିତା ଥିଲେ। 39 ଅସରିୟ ହେଲେସଙ୍କର ପିତା ଥିଲେ। ହେଲସ୍ ଇଲୀୟାସାଙ୍କ ପିତା ଥିଲେ। 40 ଇଲୀୟାସା ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ। 41 ଶଲ୍ଲୁମ୍ ଯିକମିୟଙ୍କ ପିତା ଥିଲେ ଏବଂ ଯିକମିୟ ଇଲୀଶାମାଙ୍କର ପିତା ଥିଲେ।

‌‌‌କାଲେ‌ବଙ୍କର ପରିବାର

42 କାଲେବ୍ ଯିରହମେଲଙ୍କର ଭ୍ରାତା ଥିଲେ। ‌‌‌କାଲେ‌ବଙ୍କର କେତୋଟି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମେଶା। ମେଶା ସୀ‌ଫ୍‌ଙ୍କର ପିତା ଥିଲେ। ‌‌‌କାଲେ‌ବଙ୍କର ଆହୁରି ମଧ୍ୟ ପୁତ୍ର ଥିଲେ। ମାରେଶା ହିବ୍ରୋଣଙ୍କ ପିତା ଥିଲେ।

43 ହିବ୍ରୋଣଙ୍କ ପୁତ୍ରମାନେ ଥିଲେ: କୋରହ, ତପୂହ, ରେକମ୍ ଓ ଶେମା। 44 ଶେମା ରହ‌ମ୍‌ଙ୍କ ପିତା ଥିଲେ। ରହମ୍ ଯର୍କୀୟମଙ୍କ ପିତା ଥିଲେ। ରେକମ୍ ଶମ୍ମୟଙ୍କ ପିତା ଥିଲେ। 45 ଶମ୍ମୟ ମାୟୋ‌ନଙ୍କର ପୁତ୍ର ଥିଲେ। ମାୟୋନ୍ ବୈଥ୍-ସୂରଙ୍କର ପିତା ଥିଲେ।

46 ‌‌‌କାଲେ‌ବଙ୍କର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମୋତ୍‌ସା ଓ ଗାସେସଙ୍କର ମାତା ଥିଲେ। ହାରଣ ଗାସେସଙ୍କର ପିତା ଥିଲେ।

47 ଯେହଦୟଙ୍କର ପୁତ୍ରମାନେ ଥିଲେ: ରେଗମ୍, ଯୋଥମ୍, ଗେଶନ୍, ପେଲଟ, ଐଫା ଓ ଶାଫ୍।

48 ମାଖା ନାମ୍ନୀ ‌‌‌କାଲେ‌ବଙ୍କର ଆଉ ଜଣେ ଦାସୀ ଥିଲେ। ମାଖା ଶେବର ଓ ତିର୍ହନଃଙ୍କର ମାତା ଥିଲେ। 49 ମାଖା ଶାଫ ଓ ଶିବାଙ୍କର ମଧ୍ୟ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବେନାର ଓ ଗିବିୟାଙ୍କର ପିତା ଥିଲେ। ‌‌‌କାଲେ‌ବଙ୍କର ଝିଅ ଥିଲେ ଅ‌କ୍‌ଷା।

50 ଏହା ‌‌‌କାଲେ‌ବଙ୍କର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର ‌‌‌କାଲେ‌ବଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କଠାରୁ ଜନ୍ମ ହୋଇଥିଲେ। ହୂରଙ୍କର ପୁତ୍ର ଶୋବଲ କିରିୟତ୍-ଯିୟାରୀ‌ମ୍‌ର ପ୍ରତିଷ୍ଠାତା ଥିଲେ। 51 ଶ‌ଲ୍‌ମ ବୈ‌ଥ୍‌ଲେହମର ପ୍ରତିଷ୍ଠାତା ଓ ହାଲେଫ୍ ବୈଥ୍‌ଗାଦର ପ୍ରତିଷ୍ଠାତା ଥିଲେ।

52 ଶୋବଲ କିରିୟତ୍-ଯିୟାରୀମର ପ୍ରତିଷ୍ଠାତା ଥିଲେ। ଏହା ଶୋବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାୟା, ମନୁହୋଥର ଅର୍ଦ୍ଧେକ ଲୋକ; 53 କିରିୟତ୍-ଯିୟାରୀମ ପରିବାର ବର୍ଗମାନେ ଥିଲେ, ଯିତ୍ରୀୟ, ପୁଥୀୟ, ଶୂମାଥୀୟ ଓ ମିଶ୍ରାୟୀୟ। ସରାୟୀୟ ଓ ଇଷ୍ଟାୟୋଲୀୟଗଣ ମିଶ୍ରାୟୀୟରୁ ଆସିଥିଲେ।

54 ଶଲୂମଙ୍କର ବଂଶଧରମାନେ ଥିଲେ, ବୈ‌ଥ୍‌ଲେହମ୍ ନଟୋଫାତୀୟ, ଅଟ୍ରତ୍‌ବେତ୍ ଯୋୟାବ, ମନହୋତୀୟର ସରାରୀୟର ଅର୍ଦ୍ଧେକ ଲୋକ, 55 ଏବଂ ଯାବେ‌‌ସ୍‌‌ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିୟାଥୀୟ, ଶିମିୟଥୀୟ ଓ ସୁଖାଥୀୟ ଥିଲେ। ଏହି କୀନୀୟ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ-ରେଖାବର ପ୍ରତିଷ୍ଠାତା ଥିଲେ।

ଦାଉଦଙ୍କର ପୁତ୍ରଗଣ

ଦାଉଦଙ୍କର କେତୋଟି ପୁତ୍ର ହିବ୍ରୋଣ ସହରରେ ଜନ୍ମ ହୋଇଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାରରେ ଥିଲା:

ଦାଉଦଙ୍କର ପ୍ରଥମଜାତ ପୁତ୍ର ଥିଲେ ଅମ୍ନୋନ୍। ଅମ୍ନୋନଙ୍କର ମାତା ଥିଲେ ଅହୀନୋୟମ। ସେ ଯିଷ୍ରିୟେଲୀୟ ସହରରୁ ଆସିଥିଲେ।

ଦ୍ୱିତୀୟ ପୁତ୍ର ଥିଲେ ଦାନିୟେଲ। ତାଙ୍କର ମାତା ଅବୀଗଲ କାର୍ମିଲିୟାରୁ ଆସିଥିଲେ।

ତୃତୀୟ ପୁତ୍ର ଥିଲେ ଅବଶାଲୋମ୍। ତାଙ୍କର ମାତା ମାଖା ତ‌ଲ୍‌ମୟଙ୍କର ଝିଅ ଥିଲେ। ଏହି ତ‌ଲ୍‌ମୟ ଗଶୂରର ରାଜା ଥିଲେ।

ଚତୁର୍ଥ ପୁତ୍ର ଥିଲେ ଅଦୋନୀୟ। ତାଙ୍କର ମାତା ଥିଲେ ହଗୀତ୍।

ପଞ୍ଚମ ପୁତ୍ର ଥିଲେ ଶଫଟୀୟ। ତାଙ୍କର ମାତା ଥିଲେ: ଅବିଟଲ୍।

ଷଷ୍ଠ ପୁତ୍ର ଥିଲେ ଯିତ୍ରିୟମ। ତାଙ୍କର ମାତା ଇଗ୍ଲା, ଦାଉଦଙ୍କର ସ୍ତ୍ରୀ ଥିଲେ।

ଦାଉଦ ହିବ୍ରୋଣରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହୋଇଥିଲେ।

ଦାଉଦ ସେଠାରେ ସାତ ବର୍ଷ ଓ ଛଅମାସ ରାଜତ୍ୱ କଲେ ଏବଂ ତା’ପରେ ସେ ତେତିଶ ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ଯିରୁଶାଲମରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହୋଇଥିଲେ।

ବତ୍‌ଶୂୟାଙ୍କଠାରୁ ଗ୍ଭରି ସନ୍ତାନ ଜନ୍ମ ହୋଇଥିଲେ। ବତ୍‌ଶୂୟା ଅମ୍ମୀୟେଲଙ୍କ ଝିଅ ଥିଲେ। ଶିମିୟ, ଶୋବବ୍, ନାଥନ ଓ ଶଲୋମନ୍। 6-8 ଅନ୍ୟ ନଅ ଜଣ ପୁତ୍ର ହେଲେ: ଯିଭର, ଇଲୀଶାମା, ଇଲୀଫେଲଟ୍, ନୋଗହ, ନେଫଗ୍, ଯାଫୀୟ, ଇଲୀୟାଦା, ଇଲୀଶାମା ଓ ଇଲୀଫେଲଟ୍। ଏମାନେ ସମସ୍ତେ ଦାଉଦଙ୍କ ପୁତ୍ରଗଣ ଥିଲେ। ଏହାଛଡ଼ା ତାଙ୍କର ଉପପତ୍ନୀମାନଙ୍କର ମଧ୍ୟ ପୁତ୍ରଗଣ ଥିଲେ। ତାମର ସେମାନଙ୍କର ଭଉଣୀ ଥିଲେ।

ଦାଉଦଙ୍କ ରାଜତ୍ୱ ପରେ ଯିହୁଦାର ରାଜାଗଣ

10 ଶଲୋମନଙ୍କର ପୁତ୍ର ଥିଲେ ରିହବିୟାମ୍ ଓ ରିହବିୟାମଙ୍କର ପୁତ୍ର ଥିଲେ ଅବିୟ। ଅବିୟଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହୋଶାଫଟ୍। 11 ଯିହୋଶାଫ‌ଟଙ୍କର ପୁତ୍ର ଥିଲେ ଯୋରାମ। ଯୋରାମଙ୍କର ପୁତ୍ର ଥିଲେ ଅହସିୟ। ଅହସିୟଙ୍କର ପୁତ୍ର ଥିଲେ ଯୋୟାଶ୍। 12 ଯୋୟାଶଙ୍କ ପୁତ୍ର ଥିଲେ ଅମତ୍‌ସିୟ। ଅମତ୍‌ସିୟଙ୍କ ପୁତ୍ର ଥିଲେ ଅସରିୟ। ଅସରିୟଙ୍କ ପୁତ୍ର ଥିଲେ ଯୋଥମ୍। 13 ଯୋଥ‌‌ମଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିୟ। ହିଜକିୟଙ୍କ ପୁତ୍ର ଥିଲେ ମନଃଶି। 14 ମନଃଶିଙ୍କ ପୁତ୍ର ଥିଲେ ଆମୋନ୍। ଆମୋ‌ନଙ୍କ ପୁତ୍ର ଥିଲେ ଯୋଶିୟ।

15 ଯୋଶିୟଙ୍କ ପୁତ୍ରମାନଙ୍କର ତାଲିକା ଏହି: ପ୍ରଥମ ପୁତ୍ର ଯୋହାନନ୍, ଦ୍ୱିତୀୟ ପୁତ୍ର, ଯିହୋୟାକୀମ୍, ତୃତୀୟ ପୁତ୍ର ସିଦିକିୟ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

16 ଯିହୋୟାକୀ‌ମଙ୍କ ପୁତ୍ର ଥିଲେ ଯିହୋୟାଖୀନ୍, [b] ତାଙ୍କର ପୁତ୍ର ଥିଲେ ସିଦିକିୟ।

ବାବିଲୋନ୍ ଯିହୁଦାକୁ ପରାସ୍ତ କରିବା ପରେ ଦାଉଦଙ୍କର ପରିବାରବର୍ଗ

17 ଯିକନିୟ ବାବିଲୋ‌ନ୍‌ରେ ବନ୍ଦୀ ହୋଇ ଯିବା ପରେ, ଯିକନିୟଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ; ଶ‌ଲ୍‌ଟୀୟେଲ୍, 18 ମ‌ଲ୍‌କୀରାମ୍, ପଦାୟ, ଶିନତ୍‌ସର, ଯିକମିୟ, ହୋଶାମା ଓ ନଦବିୟ।

19 ପଦାୟଙ୍କର ପୁତ୍ରମାନେ ଥିଲେ ସରୁବ୍ବାବିଲ ଓ ଶିମିୟି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିୟ। ଶଲୋମୀତ ସେମାନଙ୍କର ଭଉଣୀ ଥିଲେ। 20 ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ହଶୂବା, ଓହେଲ, ବେରିଖିୟ, ହସଦିୟ ଓ ଯୁଶବ ହେଷଦ୍।

21 ହନାନିୟଙ୍କର ପୁତ୍ରମାନେ ଥିଲେ ପ୍ଲଟିୟ ଓ ତାଙ୍କର ପୁତ୍ର ଥିଲେ ଯିଶାୟାହ। ତାଙ୍କର ପୁତ୍ର ଥିଲେ: ରଫାୟର ଓ ତାଙ୍କର ପୁତ୍ର ଥିଲେ ଅର୍ଣ୍ଣନ ଓ ତାଙ୍କର ପୁତ୍ର ଥିଲେ ଓବଦିୟର ଓ ତାଙ୍କର ପୁତ୍ର ଥିଲେ ଶଖନିୟର।

22 ଶଖନିୟରଙ୍କର ବଂଶଧରମାନଙ୍କର ତାଲିକା ଏହି:ଶମୟିୟ। ଶମୟିୟଙ୍କର ଛଅ ପୁତ୍ର ଥିଲେ: ହଟୂଶ୍, ଯିଗାଲ, ବାରୀହ, ନିୟରିୟ, ଶେମାଯିହ ଓ ଶାଫଟ୍।

23 ନିୟରିୟଙ୍କର ତିନି ପୁତ୍ର ଥିଲେ, ସେମାନେ ହେଲେ ଇଲୀୟୋ-ଐନୟ, ହିଜକିୟ ଓ ଅସ୍ରୀକାମ।

24 ଇଲୀୟୋ-ଐନୟଙ୍କର ସାତ ପୁତ୍ର ଥିଲେ। ସେମାନେ ହେଲେ ହୋଦବିୟ, ଇଲୀୟାଶୀବ, ପ୍ଲାୟ, ଅ‌କ୍‌କବ୍, ଯୋହାନନ୍, ଦଳାୟ ଓ ଅନାନି।

ଯୋହନ ଲିଖିତ ସୁସମାଗ୍ଭର 5:25-47

25 ମୁଁ ତୁମ୍ଭକୁ ସତ୍ୟ କହୁଛି, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି । ପାପ ଦ୍ୱାରା ମୃତ ଲୋକମାନେ ଈଶ୍ୱରଙ୍କ ପୁତ୍ରଙ୍କର ସ୍ୱର ଶୁଣିବେ। ପୁତ୍ରଙ୍କର ସ୍ୱର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ। 26 ସ୍ୱୟଂ ପରମପିତା ହେଉଛନ୍ତି ଜୀବନର ଉତ୍ସ। ଅତଏବ ସେ ପୁତ୍ରଙ୍କୁ ଜୀବନ ଦାନ କରିବା ପାଇଁ ଅନୁମତି ଦେଇଛନ୍ତି। 27 ଲୋକଙ୍କର ବିଗ୍ଭର କରିବା ପାଇଁ ସେ ପୁତ୍ରଙ୍କୁ କ୍ଷମତା ଦେଇଛନ୍ତି। କାରଣ ସେ ମନୁଷ୍ୟପୁତ୍ର [a] ଅଟନ୍ତି।

28 “ତୁମ୍ଭେ ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ଏପରି ସମୟ ଆସୁଛି, ଯେତେବେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ୱର ଶୁଣିବେ। 29 ସେମାନେ ସେମାନଙ୍କର ସମାଧିରୁ ବାହାରିବେ। ଜୀବନରେ ସତ୍ କାର୍ଯ୍ୟ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ଯ୍ୟ କରିଥିବା ଲୋକମାନେ ଦୋଷୀ ଭାବରେ ବିଗ୍ଭରିତ ହେବା ପାଇଁ ଉଠିବେ।

30 “ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି।

ଯୀଶୁଙ୍କର ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ପ୍ରବୃତ୍ତ

31 “ମୁଁ ଯଦି ଲୋକମାନଙ୍କୁ ମୋ’ ନିଜ ବିଷୟରେ କୁହେ, ଓ ସେମାନଙ୍କୁ ମୋର ସାକ୍ଷ୍ୟ ଦିଏ, ସେମାନେ ମୋର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ। 32 କିନ୍ତୁ ଅନ୍ୟ ଜଣେ ଅଛନ୍ତି, ଯିଏ କି ଲୋକମାନଙ୍କୁ ମୋର ବିଷୟରେ ସାକ୍ଷ୍ୟ ଦିଅନ୍ତି। ଏବଂ ମୁଁ ଜାଣେ, ମୋ’ ବିଷୟରେ ସେ ଯାହା କହନ୍ତି, ତାହା ସବୁ ସତ୍ୟ।

33 “ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ। ସେ ତୁମ୍ଭମାନଙ୍କୁ ସତ୍ୟ ସମ୍ବନ୍ଧରେ କହିଛନ୍ତି। 34 ମୋ’ ବିଷୟରେ ସାକ୍ଷୀ ଦେବା ପାଇଁ କୌଣସି ବ୍ୟକ୍ତିର ପ୍ରୟୋଜନ ନାହିଁ କିନ୍ତୁ ମୁଁ ତୁମ୍ଭକୁ ଏହିସବୁ କହୁଛି ଯେପରି ତୁମ୍ଭେମାନେ ତାହାଦ୍ୱାରା ଉଦ୍ଧାର ପାଇ ପାରିବ। 35 ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦେଇଥିଲେ। ଏବଂ ତୁମ୍ଭେମାନେ ସେହି ଆଲୋକ କିଛି କ୍ଷଣ ପାଇଁ ଉପଭୋଗ କରି ଖୁସୀ ହେଲ।

36 “କିନ୍ତୁ ମୋ’ ପାଖରେ ମୋ’ ସମ୍ବନ୍ଧରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ମୁଁ ଯାହାସବୁ କରୁଛି, ତାହା ସବୁ ମୋର ପ୍ରମାଣ। ପରମପିତା ମୋତେ ଏସବୁ କରିବା ପାଇଁ ଦେଇଥିଲେ। ଏହିସବୁ କାର୍ଯ୍ୟରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମୋତେ ପଠାଇଛନ୍ତି। 37 ପରମପିତା ମୋତେ ପଠାଇଛନ୍ତି ଓ ନିଜେ ମୋ’ ବିଷୟରେ ପ୍ରମାଣ ଦେଇଛନ୍ତି। କିନ୍ତୁ ତୁମ୍ଭେ କେବେ ତାହାଙ୍କର ସ୍ୱର ଶୁଣି ନାହଁ। ତାହାଙ୍କର କିପରି ରୂପ, ତାହା ମଧ୍ୟ ତୁମ୍ଭେ ଦେଖି ନାହଁ। 38 ପରମପିତାଙ୍କର ଉପଦେଶ ତୁମ୍ଭଠାରେ ବାସ କରି ନାହିଁ। ଏହାର କାରଣ, ସେ ପଠାଇଥିବା ବ୍ୟକ୍ତିଠାରେ ତୁମ୍ଭେମାନେ ବିଶ୍ୱାସ ରଖି ନାହଁ। 39 “ତୁମ୍ଭେମାନେ ଯତ୍ନ ସହକାରେ ଧର୍ମ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରୁଛ। କାରଣ ତୁମ୍ଭେମାନେ ବିଶ୍ୱାସ କର ଯେ, ସେହି ଧର୍ମଶାସ୍ତ୍ର ଦ୍ୱାରା ହିଁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବ। ସେହି ଧର୍ମଶାସ୍ତ୍ର ଗୁଡ଼ିକ ମୋ’ ବିଷୟରେ କହେ। 40 କିନ୍ତୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବା ପାଇଁ ମୋ’ ନିକଟକୁ ଆସୁ ନାହଁ।

41 “ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଗ୍ଭହୁଁ ନାହିଁ। 42 କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟରେ ପରମେଶ୍ୱରଙ୍କ ପ୍ରେମ ନାହିଁ। 43 ମୁଁ ମୋର ପରମପିତାଙ୍କଠାରୁ ଆସିଛି। ମୁଁ ତାହାଙ୍କ ପାଇଁ କଥା କହେ। କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରୁ ନାହଁ। କିନ୍ତୁ ଯେତେବେଳେ ଅନ୍ୟ କିଏ ଆସି କେବଳ ତା’ ନିଜ ବିଷୟରେ କହିବ ସେତେବେଳେ ତୁମ୍ଭେ ତାକୁ ଗ୍ରହଣ କରିବ। 44 ତୁମ୍ଭେମାନେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ୱରଙ୍କ ପାଖରୁ ଯେଉଁ ପ୍ରଶଂସା ଆସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁ ନାହଁ। ତାହାହେଲେ ତୁମ୍ଭେ ଏ କଥା କିପରି ବିଶ୍ୱାସ କରି ପାରିବ। 45 ଭାବ ନାହିଁ ଯେ, ମୁଁ ପରମପିତାଙ୍କ ଆଗରେ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରିବି। ମୋଶା ହେଉଛନ୍ତି ଜଣେ, ଯିଏ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରନ୍ତି। ତୁମ୍ଭେ ମୋଶାଙ୍କଠାରେ ଭରସା ରଖିଛ ଯେ ସେ ତୁମ୍ଭକୁ ଉଦ୍ଧାର କରିବେ। 46 ଯଦି ପ୍ରକୃତରେ ତୁମ୍ଭେମାନେ ମୋଶାଙ୍କୁ ବିଶ୍ୱାସ କରିଛ, ତେବେ ତୁମ୍ଭେ ମୋତେ ମଧ୍ୟ ବିଶ୍ୱାସ କରିବ। କାରଣ ମୋଶା ମୋ’ ବିଷୟରେ ଲେଖିଥିଲେ। 47 କିନ୍ତୁ ତୁମ୍ଭେ ମୋଶାଙ୍କର ଲେଖିବା କଥା ବିଶ୍ୱାସ କରୁ ନାହଁ। ତେଣୁ ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କରି ପାରିବ ନାହିଁ।”

Oriya Bible: Easy-to-Read Version (ERV-OR)

2010 by World Bible Translation Center