Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 15-16

ଯିହୁଦାରେ ଅସରିୟଙ୍କ ରାଜତ୍ୱ

15 ଇସ୍ରାଏଲରେ ଯାରବିୟାମଙ୍କ ରାଜତ୍ୱର ସତାଇଶ୍ ବର୍ଷରେ ଅମ‌ତ୍‌ସିୟଙ୍କର ପୁତ୍ର ଅସରିୟ ଯିହୁଦାରେ ରାଜା ହେଲେ। ଷୋଡ଼ଶ ବର୍ଷ ବୟସରେ ଅସରିୟ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ବାବନ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଯିଖଲିୟା ଓ ସେ ଯିରୁଶାଲମ ନିବାସିନୀ ଥିଲେ। ସଦାପ୍ରଭୁଙ୍କ ଦୃଷ୍ଟିରେ ଅସରିୟ ଯଥାର୍ଥ କର୍ମମାନ କଲେ। ଠିକ୍ ସେହିପରି ତାଙ୍କର ପିତା ଅମ‌ତ୍‌ସିୟ ପରି ସେ କରିଥିଲେ। ମାତ୍ର ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କଲେ ନାହିଁ। ଲୋକମାନେ ସେଠାରେ ବଳିଦାନ କଲେ ଓ ଧୂପ ଜଳାଇଲେ।

ପୁଣି ସଦାପ୍ରଭୁ ଅସରିୟଙ୍କୁ ମରଣ ପର୍ଯ୍ୟନ୍ତ କୁଷ୍ଠୀ କରିଦେଲେ ଓ ସେ ଏକ ପୃଥକ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।

ଅସରିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଅସରିୟଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପାଇଲେ। ଅସରିୟଙ୍କର ମୃତ୍ୟୁପରେ, ଯୋଥମ୍ ଅସରିୟଙ୍କ ପୁତ୍ର ନୂତନ ରାଜା ରୂପେ ପରିଚିତ ହେଲେ।

ଜିଖରିୟଙ୍କ ଇସ୍ରାଏଲ ଉପରେ ସଂକ୍ଷିପ୍ତ ଶାସନ

ଯିହୁଦାରେ ଅସରିୟଙ୍କର ରାଜତ୍ୱର ଅଠତିରିଶ୍ ବର୍ଷରେ ଯାରବିୟାମଙ୍କ ପୁତ୍ର ଜିଖରିୟ ଶମରିୟାରେ ଇସ୍ରାଏଲ ଉପରେ ଛଅ ମାସ ଶାସନ କଲେ। ଯିଖରିୟ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଗ୍ଭଲିଲେ। ଯେଉଁଗୁଡ଼ିକ ସଦାପ୍ରଭୁଙ୍କ ଦୃଷ୍ଟିରେ ଭୁଲ୍ ବୋଲି ବିବେଚିତ ହୁଏ। ନବାଟଙ୍କ ପୁତ୍ର ଯାରବିୟାମ ଯିଏ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ ସେ ସେହି ପାପ ପଥରୁ ବିମୁଖ ହେଲେ ନାହିଁ।

10 ଆଉ ଯାବେଶଙ୍କ ପୁତ୍ର ଶଲ୍ଲୁମ ଜିଖରିୟଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ। 11 ଜିଖରିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ, ପରାକ୍ରମ ଇସ୍ରାଏଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 12 ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ୟ ସତ୍ୟ ହେଲା। ସେ ଯେହୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ, ତାହା ସେହିପରି ଘଟିଲା।

ଶଲ୍ଲୁମଙ୍କ ଇସ୍ରାଏଲ ଉପରେ ଅଳ୍ପକାଳ ଶାସନ

13 ଯିହୁଦାରେ ଉଷିୟଙ୍କ ରାଜତ୍ୱର ଅଣଗ୍ଭଳିଶ ବର୍ଷରେ ଯାବେଶଙ୍କ ପୁତ୍ର ଶଲ୍ଲୁମ ଇସ୍ରାଏଲରେ ରାଜା ହେଲେ। ସେ ଶମରିୟାରେ ଏକ ମାସ ପାଇଁ ଶାସନ କଲେ।

14 ଆଉ ଗାଦିର ପୁତ୍ର ମନହେମ୍ ତିର୍ସାରୁ ଆସି ଶମରିୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କ ପୁତ୍ର ଶଲ୍ଲୁମଙ୍କୁ ଶମରିୟାରେ ଆଘାତ କରି ବଧ କଲେ ଓ ତାଙ୍କ ପଦରେ ରାଜ୍ୟ କଲେ।

15 ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଜିଖରିୟଙ୍କ ବିରୁଦ୍ଧରେ କୃତ ଚକ୍ରାନ୍ତ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

ମନହେ‌ମଙ୍କ ଇସ୍ରାଏଲ ଉପରେ ଶାସନ

16 ଶଲ୍ଲୁମଙ୍କ ମୃତ୍ୟୁ ପରେ ମନହେମ୍ ତିର୍ସାଠାରୁ, ତି‌‌‌‌ପ୍‌‌‌‌ସହର ସମସ୍ତ ଅଞ୍ଚଳକୁ ଲୋକମାନେ ଆକ୍ରମଣ କଲେ, କାରଣ ସେମାନେ ନଗରର ଫାଟକସବୁ ତାଙ୍କ ପାଇଁ ଖୋଲିବାକୁ ଅମାନ୍ୟ କଲେ। ସେ ନଗରର ସମସ୍ତ ଗର୍ଭବତୀ ନାରୀଙ୍କର ଉଦର ବିଦୀର୍ଣ୍ଣ କଲେ।

17 ଯିହୁଦାରେ ଅସରିୟଙ୍କ ରାଜତ୍ୱର ଅଣଗ୍ଭଳିଶ ବର୍ଷରେ ଗାଦିଙ୍କର ପୁତ୍ର ମନହେମ୍ ଇସ୍ରାଏଲରେ ରାଜା ହେଲେ ଓ ସେ ଶମରିୟାରେ ଦଶ ବର୍ଷ ରାଜତ୍ୱ କଲେ। 18 ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହାସବୁ ପାପ ଓ ଘୃଣ୍ୟ, ସେସବୁ କର୍ମ କରି ଗ୍ଭଲିଲେ। ସେ କେବେହେଲେ ପାପ କରିବାରୁ କ୍ଷାନ୍ତ ହେଲେ ନାହିଁ, ଯେଉଁସବୁ ପାପ ଯାରବିୟାମ ଇସ୍ରାଏଲୀୟମାନଙ୍କୁ କରାଇଥିଲେ।

19 ଅଶୂରର ରାଜା ପୂଲ୍ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବାରୁ ମନହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ୟ ସୁଦୃଢ଼ କରିବାକୁ ତାଙ୍କୁ ସାହାଯ୍ୟ କରିବେ। 20 ପୁଣି ମନହେମ୍ ଏହି ଟଙ୍କା ଇସ୍ରାଏଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାୟ କଲେ। ପ୍ରତ୍ୟେକ ଧନଶାଳୀ ଲୋକଠାରୁ ପଗ୍ଭଶ୍ ଶେକଲ ଲେଖାଏଁ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇସ୍ରାଏଲ ପରିତ୍ୟାଗ କଲେ ଓ ନିଜ ଦେଶକୁ ଫେରିଗଲେ।

21 ମନହେ‌ମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ କ୍ରିୟା ଇସ୍ରାଏଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 22 ମନହେ‌ମଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତାଙ୍କ ପରେ ତାଙ୍କ ପୁତ୍ର ପକହିୟ ତାଙ୍କ ପଦରେ ରାଜ୍ୟ କଲେ।

ଇସ୍ରାଏଲରେ ପକହିୟଙ୍କ ଶାସନ

23 ଯିହୁଦାର ଅସରିୟଙ୍କ ରାଜତ୍ୱର ପଗ୍ଭଶ୍ ବର୍ଷରେ ମନହେ‌ମଙ୍କ ପୁତ୍ର ପକହିୟ ଇସ୍ରାଏଲରେ ରାଜା ହେଲେ ଓ ସେ ଦୁଇ ବର୍ଷ ଶମରିୟାରେ ଶାସନ କଲେ। 24 ପକହିୟ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ କଲେ। ସେ ପାପ କାର୍ଯ୍ୟରୁ ବିମୁଖ ହେଲେ ନାହିଁ, ଯାହା ଯାରବିୟାମ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ।

25 ରମଲିୟଙ୍କ ପୁତ୍ର ପେକହ, ପେକହିୟଙ୍କର ସୈନ୍ୟବାହିନୀର ଜଣେ ସେନାପତି ରାଜପ୍ରାସାଦ [a]ରେ ପେକହିୟକୁ ହତ୍ୟା କଲେ। ଯେତେବେଳେ ରାଜାଙ୍କୁ ସେ ହତ୍ୟା କଲେ, ତାଙ୍କ ସହିତ ପଗ୍ଭଶ୍ ଗିଲିୟଦୀୟ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।

26 ଏହି ପକହିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

ଇସ୍ରାଏଲରେ ପେକହଙ୍କ ଶାସନ

27 ଯିହୁଦାରେ ଅସରିୟଙ୍କର ରାଜତ୍ୱର ବାବନ ବର୍ଷରେ ରମଲିୟଙ୍କର ପୁତ୍ର ପେକହ ଶମରିୟାରେ ଇସ୍ରାଏଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ ଶାସନ କଲେ। 28 ପେକହ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ପାପ କଲେ। ସେ ପାପ କରିବାକୁ କ୍ଷାନ୍ତ ହେଲେ ନାହିଁ। ଆଉ ସେ ମଧ୍ୟ ନବାଟଙ୍କ ପୁତ୍ର ଯାରବିୟାମ ପରି ଇସ୍ରାଏଲୀୟମାନଙ୍କୁ ପାପ କରାଇଲେ।

29 ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲତ-ପିଲେଷର ଆସି ଇୟୋନ, ଆବେଲ୍-ବୈ‌‌‌ଥ୍‌‌‌ମାଖା, ଯାନହୋକେଦେଶ, ହା‌ତ୍‌ସୋର, ଗିଲିୟଦ, ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।

30 ଏହା ପରେ ଏଲାଙ୍କର ପୁତ୍ର ହୋଶେୟ ରମଲିୟଙ୍କର ପୁତ୍ର ପେକହଙ୍କର ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ୱର କୋଡ଼ିଏ ବର୍ଷରେ ତାଙ୍କର ପଦରେ ରାଜ୍ୟ କଲେ।

31 ଏହି ପେକହଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

ଯୋଥମଙ୍କ ଯିହୁଦାରେ ଶାସନ

32 ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ୍ ରାଜ୍ୟ କରିବାକୁ ଆରମ୍ଭ କଲେ। 33 ଯୋଥମ୍ ପଚିଶ୍ ବର୍ଷ ବୟସରେ ରାଜା ହେଲେ ଓ ଷୋହଳ ବର୍ଷ ଯିରୁଶାଲମରେ ରାଜ୍ୟ ଶାସନ କଲେ। ତାଙ୍କର ମାତାଙ୍କ ନାମ ଯିରୁଶା ଓ ସେ ସାଦୋକର କନ୍ୟା ଥିଲେ। 34 ଯୋଥମ୍ ଠିକ୍ ତାଙ୍କର ପିତା ଉଷିୟଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। 35 ମାତ୍ର ସେ ଉଚ୍ଚସ୍ଥଳୀଗୁଡ଼ିକୁ ବିନିଷ୍ଟ କଲେ ନାହିଁ। ସେ ସମୟରେ ମଧ୍ୟ ଲୋକମାନେ ସେହି ଉଚ୍ଚସ୍ଥଳୀରେ ବଳୀଦାନ କଲେ ଓ ଧୂପ ଜଳାଇଲେ। ଯୋଥମ୍ ସଦାପ୍ରଭୁଙ୍କ ମନ୍ଦିରର ଉପର ଦ୍ୱାର ନିର୍ମାଣ କଲେ। 36 ଯୋଥମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କ୍ରିୟା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

37 ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀ‌ନ୍‌କୁ ଓ ରମଲିୟର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ।

38 ଅନନ୍ତର ଯୋଥମଙ୍କର ମୃତ୍ୟୁ ହେଲା ଓ ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ନେଲେ। ତାଙ୍କର ପୁତ୍ର ଆହସ ତାଙ୍କ ପଦରେ ରାଜ୍ୟ କଲେ।

ଆହସ ଯିହୁଦାର ରାଜା ହୁଅନ୍ତି

16 ଇସ୍ରାଏଲରେ ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଯୋଥମଙ୍କ ପୁତ୍ର ଆହସ ଯିହୁଦାରେ ରାଜା ହେଲେ। ଆହାସଙ୍କୁ ଯେତେବେଳେ କୋଡ଼ିଏ ବର୍ଷ ହୋଇଥିଲା ସେ ରାଜା ହେଲେ ଓ ଯିରୁଶାଲମରେ ଷୋହଳ ବର୍ଷ ରାଜ୍ୟ କଲେ। ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ନ ଥିଲେ। ସେ କୁକର୍ମମାନ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉଚିତ୍ ନ ଥିଲା। ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପରି ବସବାସ କଲେ। ଜଘନ୍ୟ ପାପ ପ୍ରଥା ଅନୁସାରେ ସେ ତାଙ୍କର ପୁତ୍ରକୁ ଅଗ୍ନିରେ ବଳିଦାନ କଲେ। ଯାହା ଜାତିମାନଙ୍କ ଦ୍ୱାରା ଅନୁକରଣ ହୋଇଥିଲା, ତେଣୁ ସଦାପ୍ରଭୁ ଭୂମିରୁ ସେମାନଙ୍କୁ ଜୋର୍ କରି ତଡ଼ି ଦେଲେ, ଯେତେବେଳେ ଇସ୍ରାଏଲମାନେ ଆସିଲେ। ପୁଣି ସେ ଉଚ୍ଚସ୍ଥଳୀରେ, ପର୍ବତ ଉପରେ ଓ ପ୍ରତ୍ୟେକ ହରି‌ତ୍‌ବର୍ଣ୍ଣ ବୃକ୍ଷତଳେ ବଳିଦାନ କଲେ ଓ ଧୂପ ଜଳାଇଲେ।

ସେତେବେଳେ ଅରାମର ରାଜା ର‌ତ୍‌ସୀନ୍ ଓ ଇସ୍ରାଏଲର ରାଜା ରମଲିୟଙ୍କ ପୁତ୍ର ପେକହ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ସେମାନେ ଆହସଙ୍କୁ ଚତୁର୍ଦ୍ଦିଗରେ ଘେରିଗଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ। ସେ ସମୟରେ ଅରାମର ରାଜା ର‌ତ୍‌ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧୀନ କରାଇ ଯିହୁଦୀମାନଙ୍କୁ ଏଲ‌ତ୍‌ରୁ ତଡ଼ି ଦେଲେ। ସେଠାରେ ଅରାମୀୟମାନେ ଆସି ଅଦ୍ୟାବଧି ବାସ କରୁଛନ୍ତି।

ଅଶୂରର ରାଜା ଆହସ୍ ତିଗ୍ଲତ-ପିଲେଷର ନିକଟକୁ ଦୂତ ପଠାଇ କହିଲେ, “ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ୟ। ଦୟାକରି ଏଠାକୁ ଆସ ଓ ମୋତେ ଅରାମର ରାଜା ଓ ଇସ୍ରାଏଲର ରାଜାଙ୍କ ଆକ୍ରମଣରୁ ରକ୍ଷା କର।” ଆଉ ମଧ୍ୟ ଆହସ୍ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସୁବର୍ଣ୍ଣ ଓ ରୌପ୍ୟ ନେଲେ ଓ ଅଶୂରର ରାଜା ନିକଟକୁ ଉପହାର ସ୍ୱରୂପ ପଠାଇଲେ। ଏଥିରେ ଅଶୂରର ରାଜା ଆହାସଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଓ ସେ ଆକ୍ରମଣ କଲେ। ଦମ୍ମେଶକ ଅଧିକାର କଲେ ଓ ସେଠିକାର ଲୋକମାନଙ୍କୁ ବନ୍ଦୀ କରି କୀର ନଗରକୁ ନେଇଗଲେ। ଆଉ ସେ ର‌ତ୍‌ସୀ‌ନଙ୍କୁ ବଧ କଲେ।

10 ରାଜା ଆହାସ୍ ଅଶୂରର ରାଜା ତିଗ୍ଲତ-ପିଲେଷରଙ୍କୁ ଭେଟିବାକୁ ଦମ୍ମେଶକ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ। ତା’ପରେ ଆହାସର ରାଜା ସେହି ଯଜ୍ଞବେଦିରେ ସକଳ ଶିଳ୍ପକଳା ଅନୁସାରେ ସେହିପ୍ରକାର ଆକୃତି ଉରିୟ ଯାଜକ ନିକଟକୁ ପଠାଇଲେ। 11 ତା’ପରେ ଯାଜକ ଉରିୟ ରାଜା ଆହାସ ଦମ୍ମେଶକରୁ ପଠାଇଥିବା ଯଜ୍ଞବେଦିର ନମୁନା ଅନୁସାରେ ଏକ ଯଜ୍ଞବେଦି ନିର୍ମାଣ କଲେ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା।

12 ରାଜା ଆହାସ୍ ଯେତେବେଳେ ଦମ୍ମେଶକରୁ ଆସିଲେ। ସେ ଯଜ୍ଞବେଦି ଦେଖିଲେ ଓ ଯଜ୍ଞବେଦି ନିକଟକୁ ଯାଇ ତା’ ଉପରେ ବଳିଦାନ କଲେ। 13 ପୁଣି ସେ ସେହି ଯଜ୍ଞବେଦି ଉପରେ ଆପଣା ହୋମବଳି ଭକ୍ଷ୍ୟ ନୈବେଦ୍ୟ ଦ‌ଗ୍‌ଧ କରି, ଆପଣା ପେୟନୈବେଦ୍ୟ ଢାଳି ଓ ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ଯଜ୍ଞବେଦି ଉପରେ ଛିଞ୍ଚିଲେ।

14 ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ଯଜ୍ଞବେଦି ଆଣିଲେ, ଯେଉଁଟାକି ଆହା‌‌ସ୍‌‌ଙ୍କ ଯଜ୍ଞବେଦି ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ୟସ୍ଥଳରେ ଥିଲା। ଏହା ତାଙ୍କର ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ରଖିଲେ। 15 ରାଜା ଆହସ୍ ଉରିୟ ଯାଜକଙ୍କୁ ଆଦେଶ ଦେଲେ, “ପ୍ରଭାତ କାଳୀନ ହୋମବଳି, ସନ୍ଧ୍ୟାକାଳୀନ ଭକ୍ଷ୍ୟନୈବେଦ୍ୟ, ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ ନୈବେଦ୍ୟ, ଲୋକଙ୍କ ହୋମବଳି, ସେମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ତୁମ୍ଭେ ଦ‌ଗ୍‌ଧ କରିବା ଉଚିତ୍ ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ଅନ୍ୟ ନୈବେଦ୍ୟ ବୃହତ୍ ଯଜ୍ଞବେଦି ଉପରେ ଛିଞ୍ଚ। କିନ୍ତୁ ମୁଁ ପରମେଶ୍ୱରଙ୍କଠାରୁ ଉତ୍ତର ପାଇବାକୁ ପିତ୍ତଳ ଯଜ୍ଞବେଦି ବ୍ୟବହାର କରିବି” [b] 16 ଯାଜକ ଉରିୟ ରାଜା ଆହାସଙ୍କ ଆଜ୍ଞାନୁସାରେ ସମସ୍ତ କାର୍ଯ୍ୟ କଲେ।

17 ପୁଣି ଆହାସ୍ ରାଜା ବୈଠିକିଗୁଡ଼ିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲେ। ଆଉ ବଡ଼ ଟ୍ୟାଙ୍କ୍ ତଳେ ଯେଉଁ ପିତ୍ତଳ ନିର୍ମିତ ଷଣ୍ଢ ଥିଲା, ସେସବୁର ଉପରୁ ତାକୁ ନେଇ ଏକ ପ୍ରସ୍ତର ଚଟାଣ ଉପରେ ରଖିଲେ। 18 ଆଉ ବିଶ୍ରାମ ସଭା ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ବର୍ହିଦ୍ୱାର କରିଥିଲେ ତାହା ସେ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁ ନେଇଗଲେ।

19 ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 20 ଆହାସଙ୍କର ମୃତ୍ୟୁ ହେଲା ଓ ସେ ନିଜ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ହିଜକିୟ ଶାସନ କଲେ।

ଯୋହନ ଲିଖିତ ସୁସମାଗ୍ଭର 3:1-18

ଯୀଶୁ ଓ ନୀକଦୀମ

ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ୟ ନେତା ଥିଲେ। ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, “ହେ ଗୁରୁ, ଆମ୍ଭେ ଜାଣିଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେ ଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରି ପାରିବେ ନାହିଁ।”

ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ପୁନର୍ବାର ଜନ୍ମ ନ ହୁଏ, ତେବେ ସେ ଲୋକ ପରମେଶ୍ୱରଙ୍କର ରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ।”

ନୀକଦୀମ ତାହାଙ୍କୁ କହିଲେ, “କିନ୍ତୁ ଯଦି କୌଣସି ବ୍ୟକ୍ତି ବୃଦ୍ଧ ହୋଇ ସାରିଛି, ତେବେ ସେ କିପରି ପୁନର୍ବାର ଜନ୍ମ ନେଇ ପାରିବ? ଜଣେ ଲୋକ କଦାପି ତା’ର ମାତାର ଗର୍ଭରେ ଆଉ ଥରେ ପ୍ରବେଶ କରି ପାରିବ ନାହିଁ। ତେଣୁ ଜଣେ ବ୍ୟକ୍ତି କଦାପି ଦ୍ୱିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହୋଇ ନ ଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ। ଜଣେ ଲୋକର ଶରୀର ତା’ର ପିତା-ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ। ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ, ‘ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହେବାକୁ ପଡ଼ିବ।’ ପବନ ତା’ ଇଚ୍ଛା ଅନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।”

ନୀକଦୀମ ପଗ୍ଭରିଲେ, “ଏସବୁ କିପରି ସମ୍ଭବ ହୋଇ ପାରିବ?”

10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ପ୍ରଧାନ ଗୁରୁ, କିନ୍ତୁ ତୁମ୍ଭେ ଏସବୁ କଥା ବୁଝି ପାରୁ ନାହଁ? 11 ମୁଁ ତୁମ୍ଭକୁ ସତ୍ୟ କହୁଛି, ଆମ୍ଭେ ଯାହାସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭେମାନେ ତାହା ଗ୍ରହଣ କରୁ ନାହଁ। 12 ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। ମୁଁ ଯଦି ତୁମ୍ଭକୁ ସ୍ୱର୍ଗ ବିଷୟରେ କହିବି, ତେବେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ୱାସ କରିବ ନାହିଁ। 13 ମନୁଷ୍ୟପୁତ୍ର [a] କେବଳ ସେହି ଜଣେ ଯିଏ ସ୍ୱର୍ଗରୁ ଆସିଛନ୍ତି, ଓ ସେ ହିଁ ଏକମାତ୍ର ଯିଏ ସ୍ୱର୍ଗକୁ ଯାଇଛନ୍ତି।

14 “ମୋଶା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। [b] ଠିକ୍ ସେହିପରି ମନୁଷ୍ୟପୁତ୍ର ମଧ୍ୟ ଉପରକୁ ଉଠାଯିବେ। 15 ଏହା ଦ୍ୱାରା ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ଅନନ୍ତ ଜୀବନ ଲାଭ କରିବ।”

16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ। 18 ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖୁଥିବା ଲୋକ କେବେ ବିଗ୍ଭରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠାରେ ବିଶ୍ୱାସ ନ କରୁଥିବା ଲୋକ ବିଗ୍ଭରିତ ହୋଇସାରିଛି। କାରଣ ସେ ପରମେଶ୍ୱରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ୱାସ କଲା ନାହିଁ।

Oriya Bible: Easy-to-Read Version (ERV-OR)

2010 by World Bible Translation Center