Old/New Testament
ଯିହୋୟାହସଙ୍କ ଶାସନ ଆରମ୍ଭ
13 ଯିହୁଦାର ରାଜା ଅହସିୟଙ୍କ ପୁତ୍ର ଯୋୟାଶଙ୍କ ରାଜତ୍ୱର ତ୍ରୟବିଂଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍ ଶମରିୟାରେ ଇସ୍ରାଏଲ ଉପରେ ରାଜା ହେଲେ। ସେ ସତର ବର୍ଷ ରାଜତ୍ୱ କଲେ।
2 ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ସେ ଅନୁସରଣ କଲେ, ଯାହା ସେ ଇସ୍ରାଏଲୀୟମାନଙ୍କୁ କରାଇଲେ। ସେ ପାପଗାମୀ ହେଲେ ଓ ସେଥିରୁ ବିମୂଖ ହେଲେ ନାହିଁ। 3 ଏଥିରେ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ କ୍ରୋଧାନ୍ୱିତ ହେଲେ। ତେଣୁ ସେ ଅରାମର ରାଜା ହସାୟେଲ ଓ ତାଙ୍କର ପୁତ୍ର ବିନ୍ହଦଦ୍ ଶାସନର ଅଧୀନରେ ଇସ୍ରାଏଲକୁ ଦିର୍ଘ ସମୟ ପାଇଁ ଦେଲେ।
ସଦାପ୍ରଭୁଙ୍କର ଇସ୍ରାଏଲୀୟମାନଙ୍କ ଉପରେ ଦୟା
4 ତା’ପରେ ଯିହୋୟାହସ୍ ସଦାପ୍ରଭୁଙ୍କ କୃପା ଭିକ୍ଷା କଲେ। ସେ ତାଙ୍କର ନିବେଦନ ଶୁଣିଲେ ଓ ଇସ୍ରାଏଲ ଉପରେ ଅରାମ ରାଜାଙ୍କର ଉପଦ୍ରବ ଓ ଇସ୍ରାଏଲୀୟମାନଙ୍କର ଦୁର୍ଦ୍ଦଶା ଦେଖିଲେ।
5 ତେଣୁ ସଦାପ୍ରଭୁ ଇସ୍ରାଏଲର ଉଦ୍ଧାର ପାଇଁ ଏକ ଲୋକ ପଠାଇଲେ। ଫଳରେ ଇସ୍ରାଏଲୀୟମାନେ ଅରାମୀୟମାନଙ୍କଠାରୁ ମୁକ୍ତ ହେଲେ ଓ ପୂର୍ବପରି ନିଜ ନିଜ ଗୃହକୁ ଗଲେ।
6 ତଥାପି ଇସ୍ରାଏଲୀୟମାନେ ଯାରବିୟାମ ବଂଶକୃତ ପାପ ପଥରୁ ବିମୁଖ ହେଲେ ନାହିଁ। ସେମାନେ ସେହି ପୂର୍ବପରି ପାପ କରି ଗ୍ଭଲିଲେ, ଯାହା ସେମାନେ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ। ସେମାନେ ମଧ୍ୟ ଶମରିୟାରେ ଆଶେରା ଖମ୍ବଗୁଡ଼ିକ ରଖିଲେ।
7 ଅରାମର ରାଜା ଯିହୋୟାହସଙ୍କ ସୈନ୍ୟବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଗ୍ଭଶ୍ ଅଶ୍ୱାରୋହୀ, ଦଶ ଗୋଟି ରଥ ଓ 10,000 ପଦାତିକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହୋୟାହସଙ୍କ ସୈନ୍ୟମାନେ ଶସ୍ୟଅମଳ ସମୟରେ ଅଗାଡ଼ି ତୁଲ୍ୟ ପବନରେ ଗ୍ଭଲିଗଲେ।
8 ଯିହୋୟାହସଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ କାର୍ଯ୍ୟାବଳୀ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 9 ଅନନ୍ତର ଯିହୋୟାହସଙ୍କ ମୃତ୍ୟୁ ହେଲା ଓ ଲୋକମାନେ ଶମରିୟାରେ ତାଙ୍କ ପୂର୍ବପୁରୁଷଙ୍କ ନିକଟରେ କବର ଦେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯୋୟାଶ୍ ରାଜ୍ୟ ଶାସନ କଲେ।
ଇସ୍ରାଏଲରେ ଯୋୟାଶଙ୍କ ଶାସନ
10 ଯିହୁଦାର ଯୋୟାଶ୍ ରାଜାଙ୍କ ସଇଁତିରିଶ୍ ବର୍ଷ ରାଜତ୍ୱ କାଳରେ ଯିହୋୟାହସଙ୍କ ପୁତ୍ର ଯୋୟାଶ୍ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଯାଇ ଷୋହଳ ବର୍ଷ ରାଜ୍ୟ ଶାସନ କଲେ। 11 ଇସ୍ରାଏଲର ରାଜା ଯୋୟାଶ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ନବାଟଙ୍କ ପୁତ୍ର ଯାରବିୟାମ, ଇସ୍ରାଏଲୀୟମାନଙ୍କୁ ଯେଉଁ ପାପରେ ଲିପ୍ତ କରିଥିଲେ ସେହି ସମାନ ପାପ ଅନୁସରଣ କଲେ ଯିଏ ଇସ୍ରାଏଲର ପାପର କାରଣ ହେଲା। 12 ଯୋୟାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାରେ ରାଜା ଅମତ୍ସିୟ ସଙ୍ଗେ ଯୁଦ୍ଧ କରିଥିଲେ ତାହା ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 13 ଯୋୟାଶଙ୍କ ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ଯାରବିୟାମ ତାଙ୍କ ଅନ୍ତେ ସିଂହାସନରେ ଉପବିଷ୍ଟ ହେଲେ ଓ ଯୋୟାଶ୍ ଇସ୍ରାଏଲର ରାଜାମାନଙ୍କ ସହିତ ଶମରିୟାରେ କବର ପ୍ରାପ୍ତ ହେଲେ।
ଇଲୀଶାୟଙ୍କୁ ଯୋୟାଶଙ୍କ ପରିଦର୍ଶନ
14 ଇଲୀଶାୟ ପୀଡ଼ିତ ହେଲେ, ପରେ ଅସୁସ୍ଥତାରୁ ମୃତ୍ୟୁବରଣ କଲେ। ଇସ୍ରାଏଲ ରାଜା ଯୋୟାଶ୍ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ ପାଇଁ ଏହା ସମୟ କି?”
15 ଇଲୀଶାୟ ଯୋୟାଶଙ୍କୁ କହିଲେ, “ଧନୁ ଓ ବାଣଗୁଡ଼ିକ ଧର।”
ଯୋୟାଶ୍ ଧନୁ ଓ ବାଣଗୁଡ଼ିକ ଧରିଲେ। 16 ତା’ପରେ ଇଲୀଶାୟ ରାଜାଙ୍କୁ ପୁଣି କହିଲେ, “ଧନୁରେ ତୁମ୍ଭହାତ ଦିଅ।” ତେଣୁ ରାଜା ଧନୁ ଉପରେ ହାତ ରଖିଲେ। ତା’ପରେ ଇଲୀଶାୟ ତାଙ୍କ ହାତ ରାଜାଙ୍କ ହାତ ଉପରେ ରଖିଲେ। 17 ଇଲୀଶାୟ କହିଲେ, “ପୂର୍ବ ଦିଗରେ ଥିବା ଝରକା ଖୋଲ।” ଯୋୟାଶ୍ ଝରକା ଖୋଲିଲେ। ତା’ପରେ ଇଲୀଶାୟ କହିଲେ, “ତୀର ନିକ୍ଷେପ କର।”
ଯୋୟାଶ୍ ତୀର ମାରିଲେ। ତା’ପରେ ଇଲୀଶାୟ କହିଲେ, “ଏହା ହେଉଛି ସଦାପ୍ରଭୁଙ୍କ ଜୟର ବାଣ, ଅରାମ ବିପକ୍ଷରେ ଜୟର ବାଣ, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ପରାସ୍ତ କରି ବିନାଶ କରିବ।”
18 ପୁଣି ଇଲୀଶାୟ କହିଲେ, “ତୀରଗୁଡ଼ିକ ନିଅ।” ସେ ତୀରଗୁଡ଼ିକ ନେଲେ। ତା’ପରେ ଇଲୀଶାୟ ରାଜାଙ୍କୁ କହିଲେ, “ଭୂମିକୁ ଆଘାତ କର।”
ଯୋୟାଶ ତିନିଥର ଭୂମିକୁ ଆଘାତ କଲେ, ତା’ପରେ ସେ ନିବୃତ୍ତ ହେଲେ। 19 ପରମେଶ୍ୱରଙ୍କ ଲୋକ ତାଙ୍କ ଉପରେ କୃଦ୍ଧ ହୋଇ କହିଲେ, “ତୁମ୍ଭେ ପାଞ୍ଚ କିମ୍ବା ଛଅ ଥର ଆଘାତ କରିବା କଥା। ତାହା ହୋଇଥିଲେ ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ହରାଇଥା’ନ୍ତ। କିନ୍ତୁ ବର୍ତ୍ତମାନ ଅରାମକୁ କେବଳ ତିନିଥର ପାଇଁ ହରାଇବ।”
ଇଲୀଶାୟଙ୍କ କବରେ ଏକ ଅଲୌକିକ କାର୍ଯ୍ୟ
20 ଇଲୀଶାୟଙ୍କ ମୃତ୍ୟୁପରେ ଲୋକମାନେ ତାଙ୍କୁ କବର ଦେଲେ।
ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ଲୁଣ୍ଠନ କରିବାକୁ ଦେଶ ଆକ୍ରମଣ କଲେ। 21 କେତେକ ଇସ୍ରାଏଲୀୟ ଜଣେ ମୃତବ୍ୟକ୍ତିକୁ କବର ଦେଉଥିବା ବେଳେ ସେମାନେ ମୋୟାବୀୟ ସୈନ୍ୟମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସେମାନେ ଭୟରେ ସେହି ମୃତ ଶରୀରକୁ ଇଲୀଶାୟ କବର ଭିତରେ ପକାଇ ଦେଲେ ଏବଂ ଦୌଡ଼ି ପଳାଇଗଲେ। ସେହିମୃତ ବ୍ୟକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ରେ ଜୀବନ୍ତ ହୋଇ ନିଜ ଗୋଡ଼ରେ ଛିଡ଼ା ହେଲା।
ଯୋୟାଶ ଇସ୍ରାଏଲ ନଗରକୁ ପୁନର୍ବାର ଜୟ କରନ୍ତି
22 ଯିହୋୟାହସଙ୍କ ରାଜତ୍ୱ କାଳର ସମସ୍ତ ସମୟ ଅରାମର ରାଜା ହସାୟେଲ ଇସ୍ରାଏଲର କ୍ଳେଶର କାରଣ ହେଲେ। 23 ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ ଓ ସେମାନଙ୍କ ପ୍ରତି କୃପା ଦୃଷ୍ଟି କଲେ। କାରଣ ଅବ୍ରହାମ, ଇସ୍ହାକ ଓ ଯାକୁବ ସହିତ ସଦାପ୍ରଭୁଙ୍କର ଚୁକ୍ତି ହୋଇଥିଲା। ସେ ସେମାନଙ୍କୁ ବିନାଶ କରିବେ ନାହିଁ କି ଦୂରେଇ ଦେବେ ନାହିଁ।
24 ହସାୟେଲଙ୍କ ମୃତ୍ୟୁପରେ ବିନ୍ହଦଦ୍ ନୂଆ ରାଜା ହେଲେ। 25 ତାଙ୍କର ମୃତ୍ୟୁ ପୂର୍ବରୁ ଯୋୟାଶଙ୍କର ପିତା ଯିହୋୟାହସଙ୍କଠାରୁ ନଗରଗୁଡ଼ିକୁ ହସାୟେଲ ଅଧିକାର କରି ନେଲେ। ଯିହୋୟାହସଙ୍କ ପୁତ୍ର ଯୋୟାଶ ହସାୟେଲ୍ର ପୁତ୍ର ବିନ୍ହଦଦଙ୍କଠାରୁ ସେହି ନଗରଗୁଡ଼ିକ ପୁନର୍ବାର ନେଲେ। ଯୋୟାଶ୍ ବିନ୍ହଦଦଙ୍କୁ ତିନିଥର ପରାସ୍ତ କରି ଇସ୍ରାଏଲର ନଗରଗୁଡ଼ିକୁ ନେଇଥିଲେ।
ଯିହୁଦାରେ ଅମତ୍ସିୟ ଶାସନ ଆରମ୍ଭ କରନ୍ତି
14 ଇସ୍ରାଏଲର ରାଜା ଯିହୋୟାହସଙ୍କ ପୁତ୍ର ଯୋୟାଶଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମତ୍ସିୟ ରାଜ୍ୟ କରିବାକୁ ଆରମ୍ଭ କଲେ। 2 ସେ ପଚିଶ୍ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କରିଥିଲେ ଓ ସେ ଅଣତିରିଶ୍ ବର୍ଷ ଯିରୁଶାଲମରେ ଶାସନ କଲେ। ତାଙ୍କର ମାତାଙ୍କର ନାମ ଯିହୋୟଦ୍ଦନ୍ ଓ ସେ ସ୍ତ୍ରୀ ଯିରୁଶାଲମ ନିବାସିନୀ ଥିଲେ। 3 ପୁଣି ଅମତ୍ସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ମାତ୍ର ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଅନୁଗାମୀ ହେଲେ ନାହିଁ। ସେ ନିଜର ପିତା ଯୋୟାଶଙ୍କର କୃତ କର୍ମାନୁସାରେ କର୍ମ କଲେ। 4 ସେ ଉଚ୍ଚସ୍ଥଳୀଗୁଡ଼ିକ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ସେ ଉଚ୍ଚସ୍ଥାନମାନଙ୍କରେ ବଳିଦାନ କଲେ ଓ ଧୂପ ଜଳାଇଲେ।
5 ସେତେବେଳେ ଅମତ୍ସିୟଙ୍କର ରାଜ୍ୟ ଉପରେ ଦୃଢ଼ ନିୟନ୍ତ୍ରଣ ଥିଲା। ସେ ତାଙ୍କର ଦାସମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କ ପିତାଙ୍କର ହତ୍ୟାକାରୀ ଥିଲେ। ସେମାନଙ୍କୁ ବଧ କଲେ। 6 ମାତ୍ର, ସେ ହତ୍ୟାକାରୀମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ। କାରଣ ମୋଶାଙ୍କର ବ୍ୟବସ୍ଥା ପୁସ୍ତକରେ ସଦାପ୍ରଭୁଙ୍କ ଏହି ଆଜ୍ଞା ଲିଖିତ ହୋଇଛି ଯେ, “ସନ୍ତାନମାନଙ୍କ ପାପପାଇଁ ପିତାମାତା ଦଣ୍ତିତ ହେବେ ନାହିଁ, କିମ୍ବା ପିତାମାତାଙ୍କ ପାପ ଯୋଗୁଁ ସନ୍ତାନଗଣ ମୃତ୍ୟୁଦଣ୍ତ ପାଇବେ ନାହିଁ। ପ୍ରତ୍ୟେକ ଲୋକ ନିଜ ପାପ ଲାଗି ଦଣ୍ତିତ ହେବେ।”
7 ଅମତ୍ସିୟ ଲବଣ ଉପତ୍ୟକାରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ଯୁଦ୍ଧରେ ସେଲା ନଗର ଅଧିକାର କରି ତାହାର ନାମ “ଯକ୍ତେଲ” ରଖିଲେ। ତାହା ଆଜି ମଧ୍ୟ “ଯକ୍ତେଲ” ନାମରେ ପରିଚିତ।
ଅମତ୍ସିୟଙ୍କ ଯୋୟାଶ୍ ବିରୁଦ୍ଧରେ ଯୁଦ୍ଧ
8 ଅମତ୍ସିୟ ଯେହୂଙ୍କ ପୌତ୍ର ଓ ଯିହୋୟାହସଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ସନ୍ଦେଶ ବାହକ ପଠାଇଲେ, ଇସ୍ରାଏଲର ରାଜା କହୁଛନ୍ତି, “ଆସ, ଆମ୍ଭେମାନେ ପରସ୍ପର ସମ୍ମୁଖା ସମ୍ମୁଖୀ ହୋଇ ଯୁଦ୍ଧ କରିବା।”
9 ଇସ୍ରାଏଲର ରାଜା ଯୋୟାଶ ଯିହୁଦାର ରାଜା ଅମତ୍ସିୟ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋନ୍ର କଣ୍ଟକଲତା ଏରସ୍ବୃକ୍ଷ ନିକଟକୁ କହି ପଠାଇଲେ, ‘ତୁମ୍ଭ କନ୍ୟାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।’ ମାତ୍ର ଲିବାନୋନ୍ର ଏକ ବନ୍ୟ ପଶୁ ସେହି ବାଟ ଦେଇ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦରେ ଦଳି ଦେଲା। 10 ଏହା ସତ୍ୟ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜୟ କରିଛ। ସେହି ଗୌରବ ନେଇ ସନ୍ତୁଷ୍ଟ ହୋଇ ରୁହ। ଆଉ ନିଜ ଉପରେ କ୍ଳେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦା ସହିତ ପତନ ହେବ।”
11 ମାତ୍ର ଅମତ୍ସିୟ ଯୋୟାଶଙ୍କ କଥା ଶୁଣିଲେ ନାହିଁ। ତେଣୁ ଯୋୟାଶ ଓ ଅମତ୍ସିୟ ଯିହୁଦାର ବୈଥ୍ଶେମଶରେ ପରସ୍ପର ଯୁଦ୍ଧରେ ସମ୍ମୁଖୀନ ହେଲେ। 12 ଇସ୍ରାଏଲ ଯିହୁଦାକୁ ପରାସ୍ତ କଲା ଓ ଯିହୁଦାର ପ୍ରତ୍ୟେକ ଲୋକ ନିଜ ନିଜ ତମ୍ବୁକୁ ପଳାୟନ କଲେ। 13 ଇସ୍ରାଏଲ ରାଜା ଯୋୟାଶର ପୁତ୍ର ଯିହୁଦାର ରାଜା ଓ ଅହସିୟଙ୍କର ପୌତ୍ର ବୈଥ୍ଶେମଶକୁ ଅଧିକାର କଲେ। ପ୍ରାୟ 600 ଫୁଟ୍ ଇଫ୍ରୟିମର ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ନଗର ପାଚେରୀ ଯୋୟାଶୟ ଭାଙ୍ଗି ଦେଇଥିଲେ। 14 ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସମସ୍ତ ସୁବର୍ଣ୍ଣ, ରୌପ୍ୟ ଓ ପାତ୍ର ନେଇ ବନ୍ଦୀମାନଙ୍କୁ ମଧ୍ୟ ସଙ୍ଗରେ ନେଇ ଶମରିୟାକୁ ଫେରି ଗଲେ।
15 ପୁଣି ଯୋୟାଶଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଏବଂ ସେ ଯିହୁଦା ରାଜା ଅମତ୍ସିୟଙ୍କ ସଙ୍ଗେ କି ପ୍ରକାର ଯୁଦ୍ଧ କଲେ ସେ ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 16 ଯୋୟାଶଙ୍କର ମୃତ୍ୟୁ ହେଲା ଓ ସେ ନିଜର ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ଇସ୍ରାଏଲ ରାଜାମାନଙ୍କ ସଙ୍ଗେ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯାରବିୟାମ ନୂତନ ରାଜା ରୂପେ ପରିଚିତ ହେଲେ।
ଅମତ୍ସିୟଙ୍କ ମୃତ୍ୟୁ
17 ଇସ୍ରାଏଲ ରାଜା ଯିହୋୟାହସଙ୍କର ପୁତ୍ର ଯୋୟାଶଙ୍କର ମୃତ୍ୟୁ ପରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମତ୍ସିୟ ପନ୍ଦର ବର୍ଷ ବଞ୍ଚିଲେ। 18 ଅମତ୍ସିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଓ ପରାକ୍ରମ, ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 19 ଅନନ୍ତର ଯିରୁଶାଲମରେ ଲୋକମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ତେଣୁ ସେ ଲାଖୀଶ୍କୁ ପଳାଇଲେ। ମାତ୍ର ସେମାନେ ଲାଖୀଶ୍କୁ ଲୋକ ପଠାଇ ତାଙ୍କୁ ବଧ କଲେ। 20 ପୁଣି ସେମାନେ ତାଙ୍କର ମୃତ ଶବକୁ ଅଶ୍ୱପୃଷ୍ଠରେ ଆଣି ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ଯିରୁଶାଲମର ଦାଉଦ ନଗରରେ କବର ଦେଲେ।
ଅସରିୟ ଯିହୁଦାରେ ରାଜ୍ୟ ଶାସନ କରନ୍ତି
21 ଅନନ୍ତର ଯିହୁଦାର ସମସ୍ତ ଲୋକ ଅମତ୍ସିୟଙ୍କର ଷୋହଳ ବର୍ଷର ପୁତ୍ର ଅସରିୟଙ୍କୁ ତାଙ୍କ ପିତାଙ୍କ ପଦରେ ରାଜା କଲେ। 22 ଅମତ୍ସିୟ ନିଜ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତତ୍ପରେ ଅସରିୟ ଏଲତ୍ ନଗରକୁ ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ।
ଯାରବିୟାମ ଇସ୍ରାଏଲରେ ରାଜ୍ୟ ଶାସନ କଲେ
23 ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ରାଜା ଅମତ୍ସିୟଙ୍କ ରାଜତ୍ୱର ପନ୍ଦର ବର୍ଷରେ ଇସ୍ରାଏଲର ରାଜା ଯୋୟାଶଙ୍କର ପୁତ୍ର ଯାରବିୟାମ ଶମରିୟାରେ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଏକଗ୍ଭଳିଶ ବର୍ଷ ରାଜତ୍ୱ କଲେ। 24 ସଦାପ୍ରଭୁଙ୍କ ଦୃଷ୍ଟିରେ ଏପରି କର୍ମ କରିଗଲେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ ଥିଲା। ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ ନିଜେ କରିଥିଲେ, ତାହା ଇସ୍ରାଏଲୀୟମାନଙ୍କୁ ମଧ୍ୟ କରାଇଲେ। ସେ ସେଥିରୁ ବିରତ ହେଲେ ନାହିଁ। 25 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଅମିତ୍ତୟଙ୍କ ପୁତ୍ର ଗାଥ୍ହେଫର ନିବାସୀ ଆପଣା ସେବକ ଯୂନସ ଭବିଷ୍ୟଦ୍ବକ୍ତାଙ୍କ ହସ୍ତରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟାନୁସାରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ଯ୍ୟନ୍ତ ଇସ୍ରାଏଲର ସୀମା ପୁନର୍ବାର ଯାରବିୟାମ ଦଖଳ କଲେ। 26 କାରଣ ସଦାପ୍ରଭୁ ଇସ୍ରାଏଲୀୟମାନଙ୍କର ଦୟନୀୟ ଯନ୍ତ୍ରଣା ଦେଖିଲେ, ଯେଉଁମାନେ ଦୋଷି ଓ ମୁକ୍ତ ଥିଲେ। କାରଣ ଇସ୍ରାଏଲକୁ ସାହାଯ୍ୟ କରିବାକୁ କେହି ନ ଥିଲେ। 27 ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇସ୍ରାଏଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ଯୋୟାଶଙ୍କ ପୁତ୍ର ଯାରବିୟାମଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।
28 ଯାରବିୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା, ସମସ୍ତ ପରାକ୍ରମ, ସେ କି ପ୍ରକାର ଯୁଦ୍ଧ କଲେ ଓ ଇସ୍ରାଏଲ ପାଇଁ ସେ କିପରି ଯିହୁଦାର ପୂର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ଅଧିକାର କଲେ, ସେ ସବୁ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 29 ଅନନ୍ତର ଯାରବିୟାମଙ୍କ ମୃତ୍ୟୁ ହେଲା ଓ ସେ ଇସ୍ରାଏଲର ରାଜାମାନଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କ ପୁତ୍ର ଜିଖରିୟ ଇସ୍ରାଏଲର ରାଜା ହେଲେ।
କାନ୍ନାରେ ବିବାହ
2 ଦୁଇ ଦିନ ପରେ ଗାଲିଲୀର କାନ୍ନା ସହରରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମା ସେଠାରେ ଥିଲେ। 2 ସେହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହୋଇଥିଲେ। 3 ସେହି ବିବାହ ଉତ୍ସବରେ ଯଥେଷ୍ଟ ପରିମାଣରେ ଦ୍ରାକ୍ଷାରସ ନ ଥିଲା। ଦ୍ରାକ୍ଷାରସ ସରିଯିବା ପରେ ଯୀଶୁଙ୍କର ମା ଆସି ତାହାଙ୍କୁ କହିଲେ, “ସେମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।”
4 ଯୀଶୁ ଉତ୍ତର ଦେଲେ, “ପ୍ରିୟ ନାରୀ, କ’ଣ କରିବାକୁ ହେବ, ଏହା ତୁମ୍ଭେ ମୋତେ କହିବା ଉଚିତ୍ ନୁହେଁ। ମୋର ସମୟ ଏପର୍ଯ୍ୟନ୍ତ ଆସି ନାହିଁ।”
5 ଯୀଶୁଙ୍କର ମା ସେବକମାନଙ୍କୁ କହିଲେ, “ଯୀଶୁ ଯେପରି କହନ୍ତି, ତୁମ୍ଭେମାନେ ସେହିପରି କର।”
6 ସେହି ସ୍ଥାନରେ ଛଅଟି ପଥରର ବଡ଼ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ୟବହାର କରୁଥିଲେ। ପ୍ରତ୍ୟେକ ଜଳକୁଣ୍ଡରେ ପ୍ରାୟ ଶହେରୁ ଶହେ ପଗ୍ଭଶ ଲିଟର ପାଣି ଧରୁଥିଲା।
7 ଯୀଶୁ ସେବକମାନଙ୍କୁ କହିଲେ, “ସେହି ଜଳକୁଣ୍ଡରେ ପାଣି ଭର୍ତ୍ତି କର।” ତେଣୁ ସେବକମାନେ ଜଳକୁଣ୍ଡରେ ପାଣି ଭର୍ତ୍ତି କରିଦେଲେ।
8 ତା’ପରେ ଯୀଶୁ ସେବକମାନଙ୍କୁ କହିଲେ, “ବର୍ତ୍ତମାନ ସେଥିରୁ କିଛି ପାଣି କାଢ଼ି ନିଅ। ଏହି ପାଣି ନେଇ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।”
ତେଣୁ ସେମାନେ ସେହି ପାଣି ନେଇ ତାହାଙ୍କ ପାଖରେ ପହଞ୍ଚିଲେ। 9 ତା’ପରେ ଭୋଜି ଦାୟିତ୍ୱରେ ଥିବା ମୁଖ୍ୟ ଲୋକ ତାହାକୁ ଗ୍ଭଖିଲେ। ସେହି ପାଣି ଏବେ ଦ୍ରାକ୍ଷାରସରେ ପରିଣତ ହୋଇଯାଇଥିଲା। ସେ ଜାଣି ନ ଥିଲେ ଯେ ଏପରି ଦ୍ରାକ୍ଷାରସ କେଉଁଠାରୁ ଆସିଲା? କିନ୍ତୁ ସେହି ପାଣି କାଢ଼ିଥିବା ସେବକମାନେ ଜାଣିଥିଲେ। ତା’ପରେ ଭୋଜିକର୍ତ୍ତା ବରକୁ ଡାକିଲେ। 10 ସେ ବରକୁ କହିଲେ, “ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ଯଥେଷ୍ଟ ପିଇ ତୃପ୍ତ ହେବାପରେ ସେମାନେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।”
11 ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା। ସେ ଏହି ଆଶ୍ଚର୍ଯ୍ୟକାମ ଗାଲିଲୀର କାନ୍ନା ସହରରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦେଖାଇଲେ। ଏବଂ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ।
12 ତା’ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମା, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ୟମାନେ ଗଲେ। ସେମାନେ ସମସ୍ତେ କଫର୍ନାହୂମରେ କିଛି ଦିନ ରହିଲେ।
ମନ୍ଦିର ଭିତରେ ଯୀଶୁ(A)
13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଆସୁଥିଲା। ତେଣୁ ଯୀଶୁ ଯିରୁଶାଲମକୁ ଗଲେ। 14 ସେହି ମନ୍ଦିର ପରିସରରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତେକ ଲୋକଙ୍କୁ ସେ ଟେବୁଲ ପାଖରେ ବସିଥିବାର ଦେଖିଲେ। ସେହି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ୟବସାୟ ମଧ୍ୟ କରୁଥିଲେ। 15 ଯୀଶୁ କେତେ ଖଣ୍ଡ ଦଉଡ଼ିରେ ଗୋଟିଏ ଛାଟ ତିଆରି କଲେ। ତା’ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର୍ ଜବରଦସ୍ତି ତଡ଼ି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ଟଙ୍କା ତଳେ ପକେଇ ମେଜଗୁଡ଼ିକ ଓଲଟେଇ ଦେଲେ। 16 ତା’ପରେ ଯୀଶୁ କପୋତ ବେପାରୀମାନଙ୍କୁ ଯାଇ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋର ପରମପିତାଙ୍କ ଘରକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।”
17 ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ:
“ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିଦେବ।” (B)
18 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭକୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।”
19 ଯୀଶୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ନଷ୍ଟ କରି ଦିଅ ଏବଂ ମୁଁ ଏହାକୁ ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରିଦେବି।”
20 ଯିହୂଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛୟାଳିଶ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଆଉ ତୁମ୍ଭେ କ’ଣ ପ୍ରକୃତରେ ବିଶ୍ୱାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧ୍ୟରେ ନିର୍ମାଣ କରି ଦେବ?”
21 (କିନ୍ତୁ ଯୀଶୁ ଏହି ମନ୍ଦିର କହିବା ବେଳେ ନିଜ ଶରୀରକୁ ଲକ୍ଷ୍ୟ କରି କହିଥିଲେ। 22 ଯୀଶୁ ମୃତ୍ୟୁରୁ ଉଠିଲା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ କହିଥିବା କଥା ମନେ ପକାଇଥିଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖାଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ୱାସ କଲେ।)
23 ଯୀଶୁ ନିସ୍ତାରପର୍ବ ପାଇଁ ଯିରୁଶାଲମରେ ଥିଲେ। ଅନେକ ଲୋକ ତାହାଙ୍କ ଉପରେ ବିଶ୍ୱାସ କରିଲେ। କାରଣ ସେମାନେ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ଦେଖିଲେ। 24 କିନ୍ତୁ ଯୀଶୁ ସେମାନଙ୍କୁ ଭରସା କଲେ ନାହିଁ କାରଣ ସେ ସେହି ଲୋକମାନଙ୍କର ମନର ଭାବନା ଜାଣିଥିଲେ। 25 ମନୁଷ୍ୟର ମନ ଭିତରେ କ’ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟରେ ବୁଝେଇବା କାହାରି ଦରକାର ନ ଥିଲା।
2010 by World Bible Translation Center