Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 4-6

ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଧବା ଇଲୀଶାୟଙ୍କୁ ସାହାଯ୍ୟ ଭିକ୍ଷା କରନ୍ତି

ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ଦଳର ମଧ୍ୟରୁ ଜଣକର ଭାର୍ଯ୍ୟା ଇଲୀଶାୟଙ୍କ ସମ୍ମୁଖରେ ଆସି କ୍ରନ୍ଦନ କରି କହିଲା, “ଆପଣଙ୍କର ଦାସ ଯିଏ ମୋର ସ୍ୱାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଏକ ମନୁଷ୍ୟଠାରୁ ଟଙ୍କା କରଜ କରିଥିଲେ ଓ ସେହି ମହାଜନ ମୋର ଦୁଇପୁତ୍ରଙ୍କୁ ଦାସ କରିନେବାକୁ ଆସିଅଛି।”

ତହୁଁ ଇଲୀଶାୟ କହିଲେ, “ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ଏବେ କୁହ, ତୁମ୍ଭ ଘରେ କ’ଣ ଅଛି?”

ତହୁଁ ସ୍ତ୍ରୀଲୋକଟି କହିଲା, “ଏକ ତୈଳ ପାତ୍ର ଛଡ଼ା ମୋର ଘରେ ଆଉ କିଛି ନାହିଁ।”

ତା’ପରେ ଇଲୀଶାୟ କହିଲେ, “ଯାଅ, ତୁମ୍ଭର ପଡ଼ୋଶୀମାନଙ୍କଠାରୁ ଖାଲି ପାତ୍ରଗୁଡ଼ିକ ଧାର କରି ଆଣ। ସେମାନଙ୍କର ଅନେକ ଶୂନ୍ୟ ପାତ୍ର ଥିବ, ସେଗୁଡ଼ିକୁ ସବୁ ଆଣ। ତା’ପରେ ତୁମ୍ଭ ଘରକୁ ଯାଇ ଦ୍ୱାର ବନ୍ଦ କର। କେବଳ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ହିଁ ସେହି ଘରେ ରହିବ। ତା’ପରେ ସେହି ପାତ୍ରମାନଙ୍କରେ ତୈଳ ଢାଳିବ। ଯେଉଁ ପାତ୍ରଟି ପୂର୍ଣ୍ଣ ହେଉଛି, ତାକୁ ଅଲଗା ରଖିବ।”

ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀଲୋକଟି ନିଜ ଘରକୁ ଆସି ଘରର ଦ୍ୱାର ବନ୍ଦ କଲା। ଘର ଭିତରେ ସେ ଓ ତା’ର ଦୁଇପୁତ୍ର ମାତ୍ର ରହିଲେ। ତା’ର ପୁତ୍ରମାନେ ପାତ୍ରଗୁଡ଼ିକୁ ଆଣିଲେ ଓ ସେ ସେଥିରେ ତୈଳ ଢାଳିଲେ। ସେ ଅନେକ ପାତ୍ର ପୂର୍ଣ୍ଣ କଲା। ଶେଷରେ ତା’ର ପୁଅମାନଙ୍କୁ କହିଲା, “ମୋତେ ଆଉ ଗୋଟିଏ ପାତ୍ର ଦିଅ।”

ମାତ୍ର ପୁଅମାନଙ୍କ ମଧ୍ୟରୁ ଗୋଟିଏ ପୁଅ କହିଲା ସମସ୍ତ ପାତ୍ର ପୂର୍ଣ୍ଣ ହୋଇଅଛି, “ଆଉ କୌଣସି ପାତ୍ର ନାହିଁ।” ସେହି ସମୟରେ ସେ ପାତ୍ରରୁ ତୈଳ ବନ୍ଦ ହେଲା।

ତା’ପରେ ସ୍ତ୍ରୀଲୋକଟି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଯାହାସବୁ ଘଟିଥିଲା କହିଲେ। ତହୁଁ ଇଲୀଶାୟ କହିଲେ, “ଏବେ ଯାଅ, ସେ ସମସ୍ତ ତୈଳକୁ ବିକି ଋଣ ପରିଶୋଧ କର ଓ ଅବଶିଷ୍ଟ ଅର୍ଥରେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ କାଳାତିପାତ କର।”

ଶୁନେମର ଜଣେ ସ୍ତ୍ରୀଲୋକ ଇଲୀଶାୟଙ୍କୁ ଏକ କୋଠରୀ ଦିଅନ୍ତି

ଏକଦା ଇଲୀଶାୟ ଶୁନେମକୁ ଗଲେ। ସେଠାରେ ଏକ ମହତ୍ତ୍ୱପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନ ଭୋଜନ ଦେବାକୁ ବଳାଇଲା। ଏହା ପରେ ଇଲୀଶାୟ ଯେତେଥର ସେହି ବାଟ ଦେଇ ଗଲେ ସେତେଥର ସେଠାରେ ଅନ୍ନ ଭୋଜନ କଲେ।

ସ୍ତ୍ରୀଲୋକଟି ଦିନେ ତା’ର ସ୍ୱାମୀକୁ କହିଲେ, “ଦେଖ, ଏହି ଯେଉଁ ଲୋକଟି ଆମ୍ଭମାନଙ୍କ ଘର ନିକଟ ଦେଇ ସର୍ବଦା ଯାତାୟାତ କରୁଛନ୍ତି, ସେ ପରମେଶ୍ୱରଙ୍କ ପବିତ୍ର ଲୋକ ବୋଲି ମୁଁ ଅନୁଭବ କରୁଛି। 10 ତେଣୁ ମୁଁ ତୁମ୍ଭକୁ ବିନୟ କରୁଛି, ତୁମ୍ଭେ ଆମ୍ଭର ଛାତ ଉପରେ ଗୋଟିଏ ଛୋଟ କୋଠରୀ ନିର୍ମାଣ କର ଓ ସେଥିରେ ଗୋଟିଏ ଖଟ, ମେଜ, ଆସନ ଓ ଦୀପରୁଖା ରଖିବ, ତେଣୁ ସେ ଆମ୍ଭମାନଙ୍କ ନିକଟକୁ ଆସିଲା ବେଳେ ସେଠାରେ ରହିବ।”

11 ଦିନେ ଇଲୀଶାୟ ସେହି ସ୍ତ୍ରୀଲୋକର ଗୃହକୁ ଆସିଲେ ଓ ସେହି କୋଠରୀରେ ଯାଇ ଶୟନ କଲେ। 12 ପୁଣି ସେ ନିଜର ଦାସ ଗିହେଜୀକୁ କହିଲେ, “ସେହି ଶୁନେମୀୟା ସ୍ତ୍ରୀଙ୍କୁ ଡାକ।”

ତହିଁରେ ଦାସ ତାହାକୁ ଡାକିଲେ ଓ ସେ ଇଲୀଶାୟଙ୍କ ସମ୍ମୁଖରେ ଛିଡ଼ା ହେଲେ। 13 ପୁଣି ଇଲୀଶାୟ ତାଙ୍କ ଦାସକୁ କହିଲେ, “ବର୍ତ୍ତମାନ ସେହି ସ୍ତ୍ରୀଲୋକକୁ ଏହା କୁହ, ‘ଦେଖ, ତୁମ୍ଭେ ଆମ୍ଭମାନଙ୍କର ବହୁ ଯତ୍ନ ନେଇ ସେବା କରିଛ। ଆମ୍ଭେମାନେ ତୁମ୍ଭ ପାଇଁ କ’ଣ କରି ପାରିବୁ? ରାଜା କିମ୍ବା ସେନାପତିଙ୍କ ନିକଟରେ ତୁମ୍ଭ ସପକ୍ଷରେ କିଛି କହିବାକୁ ଇଚ୍ଛା କରୁଛ କି?’”

ତହୁଁ ସ୍ତ୍ରୀଲୋକଟି ଉତ୍ତର କଲା, “ମୁଁ ନିଜ ଲୋକଙ୍କ ମଧ୍ୟରେ ଭଲରେ ବାସ କରୁଛି।”

14 ଇଲୀଶାୟ ଗିହେଜୀକୁ କହିଲେ, “ତେବେ ତା’ ପାଇଁ କ’ଣ କରାଯିବ?”

ଗିହେଜୀ ଉତ୍ତର କଲେ, “ମୁଁ ଜାଣେ ତା’ର ପୁତ୍ର ନାହିଁ ଓ ତା’ର ସ୍ୱାମୀ ବୃଦ୍ଧ।”

15 ତା’ପରେ ଇଲୀଶାୟ କହିଲେ, “ତାକୁ ଡାକ।”

ତେଣୁ ଗିହେଜୀ ତାହାକୁ ଡାକିଲେ ଓ ସେ ଆସି ଦ୍ୱାର ନିକଟରେ ଛିଡ଼ା ହେଲା। 16 ଇଲୀଶାୟ ସେହି ସ୍ତ୍ରୀଲୋକକୁ କହିଲେ, “ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବେଳକୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।”

ସ୍ତ୍ରୀଲୋକଟି ଉତ୍ତର କଲା, “ନା, ମହାଶୟ, ହେ ମୋର ପରମେଶ୍ୱରଙ୍କର ଲୋକ, ମୋତେ ମିଥ୍ୟା କୁହନ୍ତୁ ନାହିଁ, ମୁଁ ଆପଣଙ୍କର ଦାସୀ।”

ଶୁନେମୀୟାର ଏକ ପୁତ୍ର ଲାଭ

17 ସ୍ତ୍ରୀଲୋକଟି ଗର୍ଭବତୀ ହେଲା। ଇଲୀଶାୟ ତାଙ୍କୁ କହିଲା ପରି, ପର ବସନ୍ତ ଋତୁରେ ସେ ଏକ ପୁତ୍ରକୁ ଜନ୍ମ କଲା।

18 ପିଲାଟି ବଢ଼ିବାକୁ ଲାଗିଲା। ଦିନେ ସେ କ୍ଷେତକୁ ଯାଇ ଲୋକମାନେ ଓ ତା’ର ପିତା ଶସ୍ୟ କାଟୁଥିବା ବେଳେ ତାଙ୍କ ନିକଟକୁ ଗଲା। 19 ପିଲାଟି ତା’ର ପିତାଙ୍କୁ କହିଲା, “ଓଃ, ମୋ’ ମୁଣ୍ତ ମୋ’ ମୁଣ୍ତ।”

ତା’ର ପିତା ଗୋଟିଏ ଦାସକୁ କହିଲା, “ପିଲାଟିକୁ ତା’ର ମାତାଙ୍କ ନିକଟକୁ ନେଇଯାଅ।”

20 ଦାସ ପିଲାଟିକୁ ତା’ର ମାତା ନିକଟକୁ ନେଇଗଲା। ପିଲାଟି ତା’ର ମାତା କୋଳରେ ମଧ୍ୟାହ୍ନ ପର୍ଯ୍ୟନ୍ତ ରହି ମରିଗଲା।

ସ୍ତ୍ରୀଲୋକଟି ଇଲୀଶାୟଙ୍କୁ ଦେଖା କରିବାକୁ ଯାଆନ୍ତି

21 ଏହା ପରେ ସ୍ତ୍ରୀଲୋକଟି ଉପର କୋଠରୀକୁ ଯାଇ ପରମେଶ୍ୱରଙ୍କ ଲୋକର ଖଟ ଉପରେ ପୁଅକୁ ଶୁଆଇ ଦେଇ ଦ୍ୱାର ବନ୍ଦ କରି ବାହାରକୁ ଆସିଲା। 22 ସେ ସ୍ତ୍ରୀଲୋକଟି ତା’ର ସ୍ୱାମୀକୁ ଡାକି କହିଲା, “ମୁଁ ବିନୟ କରୁଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗୋଟିଏ ଗର୍ଦ୍ଦଭକୁ ମୋ’ ନିକଟକୁ ପଠାନ୍ତୁ। ହେଲେ ମୁଁ ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଶୀଘ୍ର ଆଣି ଫେରି ଆସିବି।”

23 ଏଥିରେ ତା’ର ସ୍ୱାମୀ କହିଲା, “ତୁମ୍ଭେ କାହିଁକି ଆଜି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ଯିବ? ଆଜିତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ।”

ତହୁଁ ତାଙ୍କ ସ୍ତ୍ରୀ କହିଲା, “ତୁମ୍ଭେ ବ୍ୟସ୍ତ ହୁଅ ନାହିଁ, ସବୁ ଠିକ୍ ହେବ।”

24 ତା’ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସେବକକୁ କହିଲେ, “ଦ୍ରୁତଗତିରେ ଗର୍ଦ୍ଦଭକୁ ଚଲାଅ ଓ ମୋର ଆଦେଶ ନ ପାଇବା ପର୍ଯ୍ୟନ୍ତ ଗତି ଧୀର କର ନାହିଁ।”

25 ଏହିରୂପେ ସେ କର୍ମିଲ ପର୍ବତରେ ପହଞ୍ଚି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।

ଇଲୀଶାୟ ମଧ୍ୟ ଦୂରରୁ ତାଙ୍କୁ ଆସୁଥିବାର ଦେଖି ନିଜର ଦାସ ଗିହେଜୀକି କହିଲେ, “ଦେଖ, ଏହି ଶୁନେମୀୟା ସ୍ତ୍ରୀ ଏଠାକୁ ଆସୁଛି। 26 ମୁଁ ବିନୟ କରୁଛି, ଦୌଡ଼ିଯାଇ ତାକୁ ଭେଟି ପଗ୍ଭର ‘ସବୁ ଠିକ୍ ଅଛି କି? ତୁମ୍ଭ ସ୍ୱାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?’”

ଗିହୋଜୀ ଯେତେବେଳେ ସ୍ତ୍ରୀଲୋକକୁ ଏହିସବୁ ପଗ୍ଭରିଲେ ସେ ଉତ୍ତର କଲା, “ସମସ୍ତ ମଙ୍ଗଳ।”

27 ଅନନ୍ତର ସେ ପରମେଶ୍ୱରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡ଼ିଲା। ଏଥିରେ ଗିହେଜୀ ତାକୁ ଟାଣିବାରୁ ପରମେଶ୍ୱରଙ୍କ ଲୋକ କହିଲେ, “ତାହାକୁ ଛାଡ଼ିଦିଅ। କାରଣ ତା’ର ପ୍ରାଣ ଶୋକାକୁଳ। ମାତ୍ର ସଦାପ୍ରଭୁ ମୋତେ ଜାଣାଇଲେ ନାହିଁ କ’ଣ ବାଳକ ପ୍ରତି ଘଟିଅଛି। ସେ ଏହା ମୋ’ଠାରୁ ଗୋପନ ରଖିଲେ।”

28 ତା’ପରେ ସ୍ତ୍ରୀଲୋକଟି କହିଲା, “ଗୁରୁ, ମୁଁ କ’ଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ‘ମୋତେ ପ୍ରତାରଣା କର ନାହିଁ।’”

29 ଏହା ପରେ ଇଲୀଶାୟ ଗିହେଜୀକୁ କହିଲେ, “ଯିବାକୁ ପ୍ରସ୍ତୁତ ହୁଅ। ମୋର ଯଷ୍ଟିଟିକୁ ସଙ୍ଗରେ ନିଅ। ଗଲାବେଳେ କୌଣସି ସ୍ଥାନରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କର ନାହିଁ ଓ କେହି ନମସ୍କାର କଲେ ତାକୁ ଉତ୍ତର ଦିଅ ନାହିଁ। ମୋର ଯଷ୍ଟି ନେଇ ସେହି ବାଳକର ମୁଖ ଉପରେ ରଖି ଦିଅ।”

30 ଏଥିରେ ବାଳକର ମା କହିଲା, “ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।”

ତହୁଁ ଇଲୀଶାୟ ଉଠି ତାଙ୍କ ପଛେ ପଛେ ଗ୍ଭଲିଲେ।

31 ଇଲୀଶାୟ ଓ ଶୁନେମୀୟା ପହଞ୍ଚିବା ପୂର୍ବରୁ ଗିହେଜୀ ସ୍ତ୍ରୀଲୋକଟିର ଘରେ ପହଞ୍ଚିଲା। ସେ ଆଶାବାଡ଼ିକୁ ବାଳକର ମୁଖ ଉପରେ ରଖିଲା। ମାତ୍ର ପିଲାଟିର କୌଣସି ରବ କି ଶବ୍ଦ ହେଲା ନାହିଁ। ତା’ପରେ ଗିହେଜୀ ଫେରି ଆସି ଇଲୀଶାୟଙ୍କୁ ଭେଟି ଜଣାଇଲା, “ବାଳକଟି ଉଠିଲା ନାହିଁ।”

ଶୁନେମୀୟାର ପୁତ୍ର ପୁନର୍ଜୀବନ ଲାଭ କଲା

32 ଅନନ୍ତର ଇଲୀଶାୟ ଗୃହ ମଧ୍ୟରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥାରେ ଶଯ୍ୟା ଉପରେ ଶୋଇଛି। 33 ତତ୍ପରେ ଇଲୀଶାୟ ଗୃହର ଦ୍ୱାର ବନ୍ଦ କଲେ ଓ ଏକୁଟିଆ ବାଳକ ସହିତ ସେ ଘର ମଧ୍ୟରେ ରହିଲେ। ତା’ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 34 ଇଲୀଶାୟ ଶଯ୍ୟା ଉପରକୁ ଯାଇ ବାଳକଟିର ଉପରେ ଶୟନ କଲେ। ପୁଣି ତାହାର ମୁଖ ଉପରେ ଆପଣା ମୁଖ, ତାହାର ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହାର ହାତ ଉପରେ ଆପଣା ହାତ ରଖିଲେ। ବାଳକର ଶରୀରଟି ଉଷ୍ଣ ହେବା ପର୍ଯ୍ୟନ୍ତ ସେ ତାହା ଉପରେ ନିଜକୁ ଲମ୍ବେଇ ରଖିଲେ।

35 ତା’ପରେ ଇଲୀଶାୟ ଉଠିପଡ଼ି ଗୃହ ମଧ୍ୟରେ ଏଣେ ତେଣେ ବିଚରଣ କଲେ। ସେ ପୁଣି ବାଳକଟି ଉପରେ ଶୋଇ ପଡ଼ିଲେ। ଏଥିରେ ବାଳକଟି ସାତଥର ଛିଙ୍କିଲା ଓ ଚକ୍ଷୁ ଖୋଲିଲା।

36 ଇଲୀଶାୟ ତାଙ୍କର ଦାସ ଗିହେଜୀକୁ ଡାକି କହିଲେ, “ଶୁନେମୀୟାକୁ ଡାକ।”

ଗିହେଜୀ ଶୁନେମୀୟାକୁ ଡାକିବାରୁ ସେ ଇଲୀଶାୟ ନିକଟକୁ ଆସିଲେ। ତହୁଁ ଇଲୀଶାୟ କହିଲେ, “ତୁମ୍ଭ ପୁତ୍ରକୁ ନିଅ।”

37 ତତ୍ପରେ ଶୁନେମୀୟା ଗୃହ ମଧ୍ୟରେ ପ୍ରବେଶ କରି ଇଲୀଶାୟଙ୍କ ପାଦ ତଳେ ପଡ଼ିଲେ ଓ ତା’ପରେ ପୁଅକୁ ଧରି ବାହାରକୁ ଆସିଲେ।

ଇଲୀଶାୟ ଓ ବିଷାକ୍ତ ପାକ

38 ଅନନ୍ତର ଇଲୀଶାୟ ପୁନର୍ବାର ଗି‌ଲ୍‌‌‌ଗ‌ଲ୍‌‌‌କୁ ଫେରିଗଲେ। ସେହି ସମୟରେ ସେଠାରେ ସେହି ଭୂମିରେ ଦୁର୍ଭିକ୍ଷ ପଡ଼ିଥିଲା। ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, “ହଣ୍ତା ଚୁଲିରେ ବସାଅ ଓ ଭବିଷ୍ୟ‌ଦ୍‌ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ୟଞ୍ଜନ ପାକ କର।”

39 ତହୁଁ ଜଣେ ଲୋକ ଶାକ ସଂଗ୍ରହ କରିବାକୁ କ୍ଷେତକୁ ଗଲା। ମାତ୍ର ସେ ଏକ ବନ୍ୟଲତା ପାଇ ତାହାର ଫଳରେ ଅଣ୍ଟି ପୂର୍ଣ୍ଣ କଲା। ସେହି ଫଳକୁ ଆଣି କାଟି ପାତ୍ରରେ ଭରିଲା। କିନ୍ତୁ ସେମାନେ କି ଫଳ ବୋଲି ଜାଣି ପାରିଲେ ନାହିଁ।

40 ତହୁଁ ସେମାନେ ପାକ ପରେ ଲୋକମାନଙ୍କ ଭୋଜନ ନିମନ୍ତେ ତାହା ଢାଳିଲେ। ଯେତେବେଳେ ସେମାନେ ଭୋଜନ କରିବାକୁ ଆରମ୍ଭ କଲେ, ସେମାନେ ଇଲୀଶାୟଙ୍କୁ ଚିତ୍କାର କରି ଡାକିଲେ, “ହେ ପରମେଶ୍ୱରଙ୍କ ଲୋକ, ହଣ୍ଡାରେ ବିଷ ଅଛି।” ତେଣୁ ସେମାନେ ସେ ଖାଦ୍ୟ ଖାଇ ପାରିଲେ ନାହିଁ।

41 ମାତ୍ର ଇଲୀଶାୟ କହିଲେ, “କିଛି ମଇଦା ଆଣ।” ସେମାନେ କିଛି ମଇଦା ଆଣିଲେ ଓ ଇଲୀଶାୟ ସେହି ପାତ୍ରରେ ପକାଇଲେ। ତା’ପରେ ସେ କହିଲେ, “ଲୋକମାନଙ୍କୁ ପରସ, ବର୍ତ୍ତମାନ ସେମାନେ ଖାଇ ପାରନ୍ତି।”

ବାସ୍ତବରେ ହଣ୍ଡାରେ ଏହି ସମୟରେ କିଛି ମନ୍ଦ ରହିଲା ନାହିଁ।

ଇଲୀଶାୟ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ଖୁଆଇଲେ

42 ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳରେ ରୋଟୀ ଅର୍ଥାତ୍ କୋଡ଼ିଏ ଯବ ରୋଟୀ ଓ ନୂତନ ଶସ୍ୟର ଶୀଷା ଆପଣା ଝୁଲିରେ ନେଇ ଆସିଲା। ତହିଁରେ ଇଲୀଶାୟ କହିଲେ, “ଲୋକମାନଙ୍କୁ ଦିଅ, ସେମାନେ ଭୋଜନ କରନ୍ତୁ।”

43 ତହୁଁ ଇଲୀଶାୟଙ୍କ ସେବକ କହିଲା, “ଏଠାରେ ତ 100 ଲୋକ ଅଛନ୍ତି। ଏତିକି ରୋଟୀ କିପରି ଏତେ ଲୋକଙ୍କୁ ଦେବି?”

ମାତ୍ର ଇଲୀଶାୟ କହିଲେ, “ଏହି ଖାଦ୍ୟ ସେମାନଙ୍କୁ ଦିଅ। କାରଣ ସଦାପ୍ରଭୁ କହନ୍ତି, ‘ସେମାନେ ଭୋଜନ କରିବେ, ତଥାପି ଖାଦ୍ୟ ବଳିବ।’”

44 ତା’ପରେ ଇଲୀଶାୟଙ୍କ ସେବକ ସେହି ଲୋକମାନଙ୍କ ସମ୍ମୁଖରେ ଖାଦ୍ୟ ରଖିଲେ। ସେମାନେ ସମସ୍ତେ ଖାଦ୍ୟ ଖାଇଲାପରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଉଚ୍ଛିଷ୍ଟ ରଖିଲେ।

ନାମାନଙ୍କ ସମସ୍ୟା

ଅରାମୀୟ ରାଜାଙ୍କର ନାମାନ୍ ନାମରେ ଜଣେ ସେନାପତି ଥିଲେ। ସେ ତା’ର ମୁନିବ ପ୍ରତି ମହତ୍ତ୍ୱପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାଯ୍ୟରେ ଅରାମୀୟମାନଙ୍କୁ ବିଜୟ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ଼ ଚର୍ମ ରୋଗରେ ଆକ୍ରାନ୍ତ ଥିଲେ।

ଅରାମୀୟମାନେ ସୈନ୍ୟଦଳ ଦ୍ୱାରା ଇସ୍ରାଏଲ ବିରୁଦ୍ଧରେ ଲଢ଼ୁଥିଲେ। ସେମାନେ ସେମାନଙ୍କର ଦାସ କରିବାକୁ ଇସ୍ରାଏଲରୁ ଘେନି ଆସୁଥିଲେ। ଏକ ସମୟରେ ସେମାନେ ଗୋଟିଏ ଛୋଟ ବାଳିକା ନେଇ ଆସିଥିଲେ। ସେହି ବାଳିକାଟି ନାମା‌ନଙ୍କ ଭାର୍ଯ୍ୟାର ଦାସୀ ହେଲା। ଅନନ୍ତର ସେହି ବାଳିକା ନିଜର କର୍ତ୍ତାଙ୍କୁ କହିଲା, “ମୁଁ ଆଶା କରୁଛି ମୋର ମହାଶୟ ନାମା‌ନ୍‌ ଯଦି ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିୟାରେ ବାସ କରୁଛନ୍ତି। ସେ ନିଶ୍ଚୟ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।”

ନାମାନ୍ ନିଜର ପ୍ରଭୁ ଅରା‌ମ୍‌ର ରାଜାଙ୍କ ନିକଟକୁ ଯାଇ ଇସ୍ରାଏଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।

ତା’ପରେ ଅରା‌ମ୍‌ର ରାଜା କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।”

ତହୁଁ ସେ ଗଲାବେଳେ ଦଶ ତାଳନ୍ତ ରୂପା 6000 ସୁନା ଖଣ୍ତ ଓ ଦଶ ସାଜ ପୋଷାକ ଉପହାର ସ୍ୱରୂପ ସଙ୍ଗରେ ନେଲେ। ନାମାନ୍ ଇସ୍ରାଏଲର ରାଜାଙ୍କ ନିକଟକୁ ଅରାମ୍ ରାଜାଙ୍କଠାରୁ ଖଣ୍ଡେ ପତ୍ର ନେଲେ। ଚିଠିରେ ଲେଖାଥିଲା, “ମୁଁ ମୋର ଦାସ ନାମା‌ନଙ୍କୁ ତୁମ୍ଭ ପାଖକୁ ପଠାଇଲି। ଦୟାକରି ତାକୁ ଚର୍ମ ରୋଗରୁ ଆରୋଗ୍ୟ କର।”

ଇସ୍ରାଏଲର ରାଜା ଯେତେବେଳେ ଚିଠିଟି ପାଠ କଲେ ସେ ଦୁଃଖରେ ନିଜର ବସ୍ତ୍ରକୁ ଚିରି କହିଲେ, “ମୁଁ ସଦାପ୍ରଭୁ ଯିଏ ମୃତ ଓ ଜନ୍ମ ଦେବା ମୋର ଅଧୀନରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହେବ ବୋଲି ଅରାମ୍ ରାଜା ମୋ’ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନୟ କରୁଛି, ତୁମ୍ଭେମାନେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।”

ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ସେ ଜାଣିବ।”

ତେଣୁ ନାମାନ୍ ନିଜର ଅଶ୍ୱ ଓ ରଥାଦି ସହିତ ଇଲୀଶାୟଙ୍କ ଗୃହକୁ ଆସିଲେ। ସେ ଦ୍ୱାର ନିକଟରେ ଠିଆ ହେଲେ। 10 ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, “ଯାଅ, ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”

11 ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଗ୍ଭଲିଗଲେ। ସେ କହିଲେ “ମୁଁ ଭାବିଥିଲି ସେ ବାହାରି ଆସି ଥା’ନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମରେ ଡାକି ଥା’ନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମୋତେ ଆରୋଗ୍ୟ କରିଥା’ନ୍ତା। 12 ଇସ୍ରାଏଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଅବାନା ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀରେ ସ୍ନାନ କରି କାହିଁକି ଶୁଚି ନ ହେବି?” ତେଣୁ ସେ ରାଗି ଗ୍ଭଲିଗଲେ।

13 କିନ୍ତୁ ନାମା‌ନ୍‌ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, “ହେ ପିତା, ଯଦି ଭବିଷ୍ୟ‌ଦ୍‌ବକ୍ତା କିଛି ବଡ଼ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ’ଣ ତାହା କରି ନ ଥା’ନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ ‘ସ୍ନାନ କର ଏବଂ ଶୁଚି ହୁଅ।’”

14 ତେଣୁ ନାମାନ୍ ପରମେଶ୍ୱରଙ୍କ ଲୋକର ବାକ୍ୟାନୁସାରେ ଗଲେ ଓ ଯର୍ଦ୍ଦନ ନଦୀରେ ନିଜକୁ ସାତଥର ବୁଡ଼ାଇଲେ। ଏଥିରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ୟ କୋମଳ ହେଲା।

15 ଏହା ପରେ ନାମାନ୍ ଓ ତା’ର ସମସ୍ତ ସାଥୀ ଲୋକମାନେ ଫେରି ଆସି ପରମେଶ୍ୱରଙ୍କ ଲୋକ ଇଲୀଶାୟ ସମ୍ମୁଖରେ ଆସି ଛିଡ଼ା ହେଲେ ଓ କହିଲେ, “ଦେଖନ୍ତୁ, ମୁଁ ଏବେ ବୁଝିଲି ଇସ୍ରାଏଲର ପରମେଶ୍ୱରଙ୍କ ଛଡ଼ା ସମଗ୍ର ପୃଥିବୀରେ ଆଉ ପରମେଶ୍ୱର କେହି ନାହାନ୍ତି। ତେଣୁ ମୁଁ ବିନୟ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”

16 ମାତ୍ର ଇଲୀଶାୟ କହିଲେ, “ମୁଁ ସଦାପ୍ରଭୁଙ୍କ ସେବା କରୁଛି। ମୁଁ ଶପଥ କରି କହୁଛି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ କୌଣସି ଉପହାର ଗ୍ରହଣ କରିବି ନାହିଁ।”

ନାମାନ୍ ତାଙ୍କୁ ବହୁତ ଅନୁରୋଧ କଲେ ମଧ୍ୟ ସେ ମନା କରିଦେଲେ। 17 ଏଥିରେ ନାମାନ୍ କହିଲେ, “ଆପଣ ଏହା ଯଦି ସ୍ୱୀକାର ନ କରନ୍ତି, ତେବେ ମୁଁ ବିନୟ କରୁଛି, ମୋ’ ପାଇଁ ଏହା କରନ୍ତୁ। ଆପଣଙ୍କ ଏ ଦାସକୁ ଦୁଇ ଖଚରର ଭାରମାଟି ଦିଆଯାଉ। କାରଣ ଆଜି ପର୍ଯ୍ୟନ୍ତ ଆପଣଙ୍କ ଏ ଦାସ ସଦାପ୍ରଭୁଙ୍କ ବ୍ୟତୀତ ଆଉ କୌଣସି ଦେବତା ଉଦ୍ଦେଶ୍ୟରେ ବଳିଦାନ କି ହୋମବଳି ଉତ୍ସର୍ଗ କରିବ ନାହିଁ। 18 ଏହା ପାଇଁ ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି: ମୋର ପ୍ରଭୁ ରିମ୍ମୋଣ ମନ୍ଦିରରେ ପୂଜା କରିବା ପାଇଁ ଯିବା ବେଳେ ମୋ’ ଉପରେ ନତ ହେବେ, ତେଣୁ ମୁଁ ମଧ୍ୟ ରିମ୍ମୋଣ ମନ୍ଦିରରେ ପ୍ରଣାମ କରିବି, ଯେତେବେଳେ ସେ ପ୍ରଣାମ କରନ୍ତି। ସଦାପ୍ରଭୁ ମୋତେ କ୍ଷମା କରି ପାରନ୍ତି ଯେତେବେଳେ ଏହା ଘଟେ।”

19 ତା’ପରେ ଇଲୀଶାୟ ନାମା‌ନଙ୍କୁ କହିଲେ, “ଶାନ୍ତିରେ ଯାଅ।”

ତେଣୁ ନାମାନ୍ ଇଲୀଶାୟଙ୍କୁ ଛାଡ଼ି ଅଳ୍ପଦୂର ଗଲେ। 20 କିନ୍ତୁ ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କ ଦାସ ଗିହେଜୀ କହିଲା, “ଦେଖ, ମୋର ପ୍ରଭୁ ଇଲୀଶାୟ ଏହି ଅରାମୀୟ ନାମା‌ନ୍‌ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ଶପଥ କରୁଛି, ଏହା ପଛେ ପଛେ ଯାଇ ତାହାଠାରୁ କିଛି ନେବି।” 21 ତେଣୁ ଗିହେଜୀ ନାମାନଙ୍କୁ ଅନୁସରଣ କଲା।

ନାମାନ୍ ଦେଖିଲେ କେହି ଜଣେ ତାଙ୍କର ପଛରେ ଦୌଡ଼ୁଛି। ତେଣୁ ସେ ରଥରୁ ଓହ୍ଲାଇ ତାଙ୍କୁ ଅଭିନନ୍ଦନ କଲେ ଓ ପଗ୍ଭରିଲେ, “ସମସ୍ତ କୁଶଳତ?”

22 ଏହା ପରେ ଗିହେଜୀ କହିଲା, “ହଁ, ସବୁ କୁଶଳ। ମୋର ମହାଶୟ ଇଲୀଶାୟ ମୋତେ ତୁମ୍ଭକୁ କହିବାକୁ ପଠାଇଛନ୍ତି, ‘ଦେଖ ଏହିକ୍ଷଣି ଇଫ୍ରୟିମର ପର୍ବତମୟ ଦେଶରୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପୁତ୍ରଗଣ ମଧ୍ୟରୁ ଦୁଇଜଣ ଯୁବକ ଆସିଲେ, ମୁଁ ବିନୟ କରୁଛି ସେମାନଙ୍କୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।’”

23 ଏଥିରେ ନାମାନ୍ କହିଲେ, “ଅନୁଗ୍ରହପୂର୍ବକ ଦୁଇ ତାଳନ୍ତ ରୂପା ନିଅ।” ଆଉ ସେ ଗିହେଜୀକୁ ବହୁ ଅନୁରୋଧ କଲେ ରୂପା ନେବାକୁ। ସେ ଦୁଇ ତଳାନ୍ତ ରୂପା ରହିଥିବା ଦୁଇଟି ଥଳୀ ନେଲା ଏବଂ ଦୁଇ ଶହ ସାଜ ପୋଷାକ ନେଲା। ନାମାନ ଏସବୁ ଜିନିଷଗୁଡ଼ିକୁ ଗିହେଜୀର ଦୁଇ ଯୁବକ ସାହାଯ୍ୟକାରୀଗଣଙ୍କୁ ଦେଲା ଏବଂ ସେମାନେ ଏହିସବୁ ଗିହେଜୀ ଆଗରେ ବହନ କରି ନେଲେ। 24 ଗିହେଜୀ ଉପପର୍ବତ ନିକଟରେ ପହଞ୍ଚି ସେମାନଙ୍କଠାରୁ ସମସ୍ତ ଦ୍ରବ୍ୟ ନେଇ ଗୃହ ଭିତରେ ଲୁଗ୍ଭଇ ରଖିଲା ଓ ସେହି ଦୁଇଜଣ ଦାସଙ୍କୁ ବିଦାୟ ଦେବାରୁ ସେମାନେ ଗ୍ଭଲିଗଲେ।

25 ଏହା ପରେ ସେ ଭିତରକୁ ଯାଇ ଆପଣା ମହାଶୟ ସମ୍ମୁଖରେ ଛିଡ଼ା ହେଲା। ତହୁଁ ଇଲୀଶାୟ ଗିହେଜୀକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?”

ଗିହେଜୀ କହିଲା, “ଆପଣଙ୍କ ଦାସ କେଉଁଠାକୁ ଯାଇ ନାହିଁ।”

26 ଏଥିରେ ଇଲୀଶାୟ ତାକୁ କହିଲେ, “ଏହା ସତ୍ୟ ନୁହେଁ କି? ସେ ଲୋକ ତୁମ୍ଭକୁ ଭେଟିବାକୁ ଯେତେବେଳେ ନିଜ ରଥରୁ ଫେରି ଆସିଲା, ସେତେବେଳେ ମୋର ଅନ୍ତଃକରଣ ତୁମ୍ଭ ସାଥୀରେ ଥିଲା? ଅର୍ଥ, ବସ୍ତ୍ର, ତୈଳ, ଦ୍ରାକ୍ଷା, ମେଷ, ଗୋରୁ ଓ ଦାସ-ଦାସୀ ଗ୍ରହଣ କରିବାର ତାହା କ’ଣ ସମୟ ନୁହେଁ? 27 ଏଣୁ ନାମା‌ନ୍‌ର ଚର୍ମ ରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶଠାରେ ଚିରକାଳ ପର୍ଯ୍ୟନ୍ତ ଲାଗି ରହିବ।”

ତୁରନ୍ତ ଗିହେଜୀର ଶରୀର ବରଫ ଚର୍ମ ରୋଗ ସହିତ ଧବଳ ପାଲଟିଗଲା ଓ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।

ଇଲୀଶାୟ ଓ କୁହ୍ରାଡ଼ି ଲୁହା

ଅନନ୍ତର ଭବିଷ୍ୟ‌ଦ୍‌ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, “ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଯେଉଁ ସ୍ଥାନରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ସଂକୀର୍ଣ୍ଣ। ଆମ୍ଭେମାନେ ବିନୟ କରି କହୁଅଛୁ, ଆମ୍ଭେମାନେ ଯର୍ଦ୍ଦନ ନଦୀ କୂଳକୁ ଯାଇ ପ୍ରତ୍ୟେକ ଜଣ ଗୋଟିଏ ଗୋଟିଏ କଡ଼ିକାଠ ଆଣି ନିଜ ନିଜ ବସତି ପାଇଁ ଗୋଟିଏ ସ୍ଥାନ ନିର୍ମାଣ କରୁ।”

ଇଲୀଶାୟ ଉତ୍ତର ଦେଲେ, “ଏହା ଉତ୍ତମ, ଯାଇ ତାହା କର।”

ତନ୍ମଧ୍ୟରୁ ଜଣେ କହିଲା, “ବିନୟ କରୁଛି, ଆପଣ ଆମ୍ଭ ସହିତ ଆସନ୍ତୁ।”

ଇଲୀଶାୟ କହିଲେ, “ଭଲ କଥା, ମୁଁ ତୁମ୍ଭମାନଙ୍କ ସହିତ ଯିବି।”

ତହୁଁ ଇଲୀଶାୟ ସେମାନଙ୍କ ସହିତ ଯର୍ଦ୍ଦନ ନଦୀକୁ ଗଲେ। ସେମାନେ କାଠ କାଟିବା ଆରମ୍ଭ କଲେ। ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁହ୍ରାଡ଼ିଟିର ଲୁହା ବେଣ୍ଟରୁ ଖସି ପାଣିରେ ପଡ଼ିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, “ହାୟ, ମୋର ପ୍ରଭୁ, ମୁଁ କୁହ୍ରାଡ଼ିକୁ ମାଗି ଆଣିଥିଲି।”

ପରମେଶ୍ୱରଙ୍କ ଲୋକ କହିଲେ, “କେଉଁ ସ୍ଥାନରେ ତାହା ପଡ଼ିଲା?”

ଲୋକଟି ସ୍ଥାନଟିକୁ ଚିହ୍ନଟ କଲେ। ତା’ପରେ ଇଲୀଶାୟ ଖଣ୍ଡେ କାଠ ପାଣି ଭିତରକୁ ପକାଇଲେ, କାଠ ଲୁହା କୁହ୍ରାଡ଼ିକୁ ଧରି ଭାସିଲା। ତା’ପରେ ସେ କହିଲେ, “ତାହା ଉଠାଇ ନିଅ।” ତା’ପରେ ସେ ହାତ ବଢ଼ାଇ ତାହା ନେଲା।

ଅରାମ ଇସ୍ରାଏଲ ଅଧିକାର କରିବାକୁ ଚେଷ୍ଟା କଲେ

ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ସେ ନିଜର ସେନାର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭାରେ ଥିଲେ ଓ ସେ ସେମାନଙ୍କୁ ଆଦେଶ ଦେଲେ, “ଏମିତି ସ୍ଥାନରେ ଲୁଚି ରୁହ ଯେତେବେଳେ ଇସ୍ରାଏଲୀୟମାନେ ଆସିବେ, ସେମାନଙ୍କୁ ଆକ୍ରମଣ କର।”

ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ କହିଲେ, “ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ। କାରଣ ଅରାମୀୟମାନେ ସେ ସ୍ଥାନରେ ଗୋପନରେ ଅଛନ୍ତି।”

10 ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟରେ ସାବଧାନ କରାଇଥିଲେ ଇସ୍ରାଏଲର ରାଜା ତାଙ୍କ ଲୋକମାନଙ୍କୁ ସେହି ସ୍ଥାନ ବିଷୟରେ ଜଣାଇ ସତର୍କ କରାଇଲେ। ଏହିପରି ଇସ୍ରାଏଲର ରାଜା ବହୁତ କମ୍ ଲୋକମାନଙ୍କୁ ରକ୍ଷା କଲେ।

11 ଏଥିରେ ଅରାମର ରାଜା ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, “ତୁମ୍ଭେ ମୋତେ କୁହ ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ପାଇଁ ଗୋପନରେ ସନ୍ଧାନ କରୁଛି।”

12 ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ୟରୁ ଜଣେ କହିଲା, “ନା, ପ୍ରଭୁ, ଆମ୍ଭମାନଙ୍କ ମଧ୍ୟରୁ କେହି ଗୁପ୍ତଚର କାମ କରୁ ନାହାନ୍ତି। ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟ ବହୁତ ଗୋପନୀୟ କଥା ଇସ୍ରାଏଲ ରାଜାଙ୍କୁ ଜଣାନ୍ତି, ଏପରିକି ଶୟନ ଗୃହରେ ଯେଉଁ କଥା କୁହନ୍ତି, ତାହା ମଧ୍ୟ ସେ ରାଜାଙ୍କୁ ଜଣାଏ।”

13 ତହୁଁ ଅରାମର ରାଜା କହିଲେ, “ଯାଇ ଦେଖ, ସେ କେଉଁଠାରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।”

ତାଙ୍କର ଦାସମାନେ କହିଲେ, “ଇଲୀଶାୟ ବର୍ତ୍ତମାନ ଦୋଥନରେ ଅଛି।”

14 ତା’ପରେ ଅରାମର ରାଜା ଅଶ୍ୱାରୋହୀ, ରଥାରୋହୀ ଓ ଏକ ବିରାଟ ସୈନ୍ୟବାହିନୀକୁ ଦୋଥନ ପଠାଇଲେ। ସେମାନେ ରାତ୍ରିରେ ନଗରଟିକୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ। 15 ଇଲୀଶାୟର ଦାସ ପ୍ରତ୍ୟୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗରେ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ ବେଢ଼ି ରହିଥିବାର ଦେଖିଲା।

ତହୁଁ ସେ ଯାଇ ଇଲୀଶାୟଙ୍କୁ କହିଲା, “ହେ ମୋର ପ୍ରଭୁ, ଆମ୍ଭେମାନେ କ’ଣ କରିବା?”

16 ଇଲୀଶାୟ କହିଲେ, “ଭୟ କର ନାହିଁ, କାରଣ ଯେଉଁ ଯୋଦ୍ଧା ଆମ୍ଭ ପାଇଁ ଯୁଦ୍ଧ କରୁଛନ୍ତି, ସେମାନଙ୍କଠାରୁ ଅଧିକ।”

17 ତା’ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଛି, ମୋର ସେବକର ଆଖି ଖୋଲି ଦିଅ, ଯେପରି ସେ ଦେଖି ପାରିବ।”

ସଦାପ୍ରଭୁ ସେହି ସେବକ ଯୁବକର ଆଖି ଖୋଲି ଦେଲେ ଓ ସେ ଦେଖିଲା ପର୍ବତଟି ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ହୋଇଥିଲା। ସେମାନେ ଇଲୀଶାୟକୁ ଘେରିଗଲେ।

18 ତା’ପରେ ଅରାମର ସୈନ୍ୟଗଣ ଇସ୍ରାଏଲରେ ପହଞ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଛି, ସେହି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।”

ଇଲୀଶାୟଙ୍କ ପ୍ରାର୍ଥନା ଅନୁସାରେ ସଦାପ୍ରଭୁ ଅରାମର ସୈନ୍ୟମାନଙ୍କୁ ଅନ୍ଧ କରିଦେଲେ। 19 ଇଲୀଶାୟ ଅରାମର ସୈନ୍ୟଗଣଙ୍କୁ କହିଲେ, “ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମୋତେ ଅନୁସରଣ କର, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଛ, ତା’ ନିକଟକୁ ମୁଁ ନେଇଯିବି।” ତା’ପରେ ସେ ଅରାମର ସେନା ଶମରିୟାକୁ ପରିଗ୍ଭଳିତ କଲେ।

20 ଯେତେବେଳେ ସେମାନେ ଶମରିୟାରେ ପହଞ୍ଚିଲେ, ଇଲୀଶାୟ କହିଲେ, “ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସେମାନଙ୍କ ଚକ୍ଷୁ ଖୋଲିଦିଅ।”

ତା’ପରେ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ଖୋଲି ଦେବାରୁ, ସେମାନେ ଶମରିୟାରେ ଅଛନ୍ତି ବୋଲି ଦେଖିଲେ। 21 ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, “ହେ ମୋର ପିତା! ମୁଁ କ’ଣ ଏମାନଙ୍କୁ ବଧ କରିବି? ମୁଁ କ’ଣ ଏମାନଙ୍କୁ ବଧ କରିବି?”

22 ଇଲୀଶାୟ ଉତ୍ତର କଲେ, “ନା, ସେମାନଙ୍କୁ ବଧ କର ନାହିଁ। ତୁମ୍ଭର ‌‌ଖ‌ଡ଼୍‌ଗ ଦ୍ୱାରା ବନ୍ଦୀ କରିଥିବା ଏହି ଲୋକମାନେ ତୁମ୍ଭର ବନ୍ଦୀ କି? ସେମାନଙ୍କ ସମ୍ମୁଖରେ ରୋଟୀ ଓ ଜଳ ରଖ। ସେମାନଙ୍କୁ ଭୋଜନ ଓ ପାନ କରାଇ ଆପଣା ପ୍ରଭୁ ନିକଟକୁ ପଠାଇ ଦିଅ।”

23 ଇସ୍ରାଏଲର ରାଜା ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀୟମାନେ ଭୋଜନ ଓ ପାନ କଲାପରେ ସେ ସେମାନଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ ବିଦାୟ ଦେଲେ। ଅରାମର ସୈନ୍ୟମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫେରିଗଲେ। ଏହା ପରେ ଅରାମର ସୈନ୍ୟଦଳ ଆଉ କେବେ ଇସ୍ରାଏଲକୁ ଯୁଦ୍ଧରେ ଆକ୍ରମଣ କରିବାକୁ ଆସିଲେ ନାହିଁ।

ଏକ ଭୟଙ୍କର ଦୁର୍ଭିକ୍ଷ ଶମରିୟାକୁ ଆଘାତ କରେ

24 ଏହା ପରେ ଅରାମର ରାଜା ବି‌ନ୍‌ହଦଦ୍ ନିଜର ସମସ୍ତ ସୈନ୍ୟ ଏକତ୍ର କରି ଶମରିୟାକୁ ଯାଇ ଘେରିଗଲେ ଓ ଆକ୍ରମଣ କଲେ। 25 ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳରେ ସେଠାରେ ମହାଦୁର୍ଭିକ୍ଷ ଦେଖା ଦେଲା। ଏପରି ଶୋଚନୀୟ ହେଲା ଶମରିୟାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରୌପ୍ୟ ମୁଦ୍ରାରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରୌପ୍ୟ ମୁଦ୍ରାରେ ବିକ୍ରୟ ହେଲା।

26 ଥରେ ଇସ୍ରାଏଲର ରାଜା ନଗରର ଚତୁର୍ପାର୍ଶ୍ୱ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, “ହେ ମୋର ପ୍ରଭୁ, ମହାରାଜ! ବିନୟ କରୁଛି ମୋତେ ସାହାଯ୍ୟ କରନ୍ତୁ।”

27 ଇସ୍ରାଏଲର ରାଜା କହିଲେ, “ଯଦି ସଦାପ୍ରଭୁ ତୁମ୍ଭକୁ ସାହାଯ୍ୟ ନ କରନ୍ତି ତେବେ ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ମୋ’ ପାଖରେ ତୁମ୍ଭକୁ ଦେବାକୁ କିଛି ନାହିଁ। ଶସ୍ୟ ଖଳାରେ ଶସ୍ୟ ନାହିଁ କି ଦ୍ରାକ୍ଷାକ୍ଷେତ୍ରରେ ଦ୍ରାକ୍ଷାରସ ନାହିଁ।” 28 ଆଉ ରାଜା ପଗ୍ଭରିଲେ, “ତୁମ୍ଭର ଦୁଃଖ କ’ଣ?”

ସ୍ତ୍ରୀଲୋକଟି ଉତ୍ତର କଲା, “ଏହି ସ୍ତ୍ରୀଲୋକଟି ମୋତେ କହିଲା, ‘ତୁମ୍ଭ ପୁତ୍ରଟିକୁ ଦିଅ, ଆମ୍ଭେମାନେ ତାକୁ ଆଜି ମାରି ଖାଇବା। ଆସନ୍ତା କାଲି ମୋର ପୁଅକୁ ଖାଇବା।’ 29 ତେଣୁ ଆମ୍ଭେମାନେ ମୋର ପୁଅକୁ ସିଦ୍ଧ କରି ଖାଇଲୁ। ପରଦିନ ମୁଁ ସେ ସ୍ତ୍ରୀଲୋକକୁ କହିଲି, ‘ତୁମ୍ଭ ପୁତ୍ରକୁ ଦିଅ, ଆମ୍ଭେମାନେ ତାକୁ ମାରି ଖାଇବା।’ କିନ୍ତୁ ସେ ତା’ ପୁଅକୁ ଲୁଗ୍ଭଇ ଅଛି।”

30 ସେହି ସ୍ତ୍ରୀଲୋକର କଥା ଶୁଣି ରାଜା ତାଙ୍କର ଲୁଗା ଚିରି ଦେଲେ। ଯେତେବେଳେ ସେମାନେ ପ୍ରାଚୀର ଉପରେ ଯାଉଥିଲେ, ଲୋକମାନେ ତାଙ୍କୁ ଅଖା ପିନ୍ଧିଥିବାର ଦେଖିଲେ। ଏଥିରୁ ସେ ଦୁଃଖିତ ଓ ବ୍ୟସ୍ତ ବୋଲି ଜଣା ଯାଉଥିଲେ।

31 ରାଜା କହିଲେ, “ଯଦି ଇଲୀଶାୟର ମସ୍ତକ ତାହା ଦେହରେ ରହେ, ଆଜି ଦିନଠାରୁ ଶେଷ ଯାଏ ସଦାପ୍ରଭୁ ମୋତେ ଦଣ୍ତ ଦେଇ ପାରନ୍ତି।”

32 ରାଜା ଗୋଟିଏ ଦୂତ ଇଲୀଶାୟଙ୍କ ନିକଟକୁ ପଠାଇଲେ। ଇଲୀଶାୟ ସେତେବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସେହି ପ୍ରାଚୀନବର୍ଗଙ୍କୁ କହିଲେ, “ଏଠାକୁ ଦେଖ, ଏହି ନରହତ୍ୟାକାରୀର ପୁତ୍ର ମୋର ମୁଣ୍ତ ଛେଦନ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଗୃହରେ ପ୍ରବେଶ ନ କରାଇ ଦେବା ପାଇଁ ଦ୍ୱାରକୁ ଦୃଢ଼ ଭାବରେ ଧର। ମୁଁ ଶୁଣେ ତା’ ପ୍ରଭୁର ପଦଶବ୍ଦ ତା’ର ପଛରେ।”

33 ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, “ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?”

ଲୂକ ଲିଖିତ ସୁସମାଗ୍ଭର 24:36-53

ଯୀଶୁ ନିଜ ଶିଷ୍ୟମାନଙ୍କୁ ଦେଖା ଦେଲେ(A)

36 ଏହି ଦୁଇଜଣ ଲୋକ ଏହିସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ୟଦଳଙ୍କ ଭିତରେ ଠିଆ ହୋଇଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।”

37 ଏଥିରେ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଡରିଗଲେ। ସେମାନେ ଭାବିଲେ ଯେ, ସେମାନେ ଗୋଟିଏ ଭୂତ ଦେଖୁଛନ୍ତି। 38 କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ? ଯାହା ଦେଖୁଛ, ସେଥିରେ କାହିଁକି ସନ୍ଦେହ କରୁଛ? 39 ମୋ’ ହାତକୁ ଗ୍ଭହଁ। ମୋ’ ଗୋଡ଼କୁ ଗ୍ଭହଁ। ଏହା ମୁଁ! ମୋତେ ଛୁଅଁ, ତୁମ୍ଭେମାନେ ଦେଖ ଯେ ମୋର ଏହା ଜୀବନ୍ତ ଶରୀର। ତୁମ୍ଭେମାନେ ମୋତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହୋଇ ପାରିବ ନାହିଁ।

40 ଯୀଶୁ ସେମାନଙ୍କୁ ଏହି କଥା କହି ସାରିବା ପରେ ସେ ସେମାନଙ୍କୁ ତାହାଙ୍କ ହାତ ଓ ଗୋଡ଼ର ଆଘାତ ସବୁ ଦେଖାଇଲେ। 41 ଶିଷ୍ୟମାନେ ବିସ୍ମିତ ହୋଇଗଲେ। ସେମାନେ ଯୀଶୁଙ୍କୁ ଶରୀରରେ ଦେଖି ବହୁତ ଖୁସୀ ହୋଇଗଲେ। ତଥାପି ସେମାନେ ଯାହା ଦେଖିଲେ, ତାହା ବିଶ୍ୱାସ କରି ପାରିଲେ ନାହିଁ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କିଛି ଖାଇବା ପଦାର୍ଥ ଅଛି କି?” 42 ସେମାନେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ। 43 ଶିଷ୍ୟମାନେ ଦେଖୁଥିବା ବେଳେ ଯୀଶୁ ମାଛ ନେଇ ଖାଇଲେ।

44 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”

45 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ଯୀଶୁ ସେମାନଙ୍କୁ ସବୁ ବୁଝାଇଲେ। 46 ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି। 47-48 ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା’ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ’ ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ। 49 ଶୁଣ, ମୋର ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ୱର୍ଗରୁ ସେହି ଶକ୍ତି ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ନିଶ୍ଚୟ ଯିରୁଶାଲମରେ ରହିବ।”

ଯୀଶୁ ସ୍ୱର୍ଗକୁ ଫେରିଗଲେ(B)

50 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଯିରୁଶାଲମରୁ ବେଥନୀୟାକୁ କଢ଼ାଇ ନେଇଗଲେ। ଯୀଶୁ ତାହାଙ୍କର ହାତ ଟେକି ଶିଷ୍ୟମାନଙ୍କୁ ଆଶୀର୍ବାଦ କଲେ। 51 ଯୀଶୁ ସେମାନଙ୍କୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ ଓ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। 52 ଶିଷ୍ୟମାନେ ସେଠାରେ ତାହାଙ୍କୁ ଆରାଧନା କଲେ। ତା’ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ସେମାନେ ବହୁତ ଖୁସୀ ଥିଲେ। 53 ସେମାନେ ସବୁ ସମୟରେ ମନ୍ଦିରରେ ରହି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center